କନକ ବ୍ୟୁରୋ: କୁଆଡେ ଗଲେ ପୂର୍ବତନ ସାଂସଦ ତଥା ବିଜେଡି ନେତା ପ୍ରଦୀପ ମାଝୀ । କିଛି ଦିନ ହେଲା କୌଣସି ସରକାର ଓ ବେସରକାରୀ କାର୍ଯ୍ୟକ୍ରମରେ ପ୍ରଦୀପଙ୍କ ଦେଖା ନମିଳିବା ପରେ ଏଭଳି ଚର୍ଚ୍ଚା ଜୋର ଧରିଛି । ଆଉ ଦୁଇଦିନର ଚର୍ଚ୍ଚା ପରେ ସାମ୍ନାକୁ ଆସିଛନ୍ତି ଖୋଦ୍ ପ୍ରଦୀପ ମାଝି । ଆଉ ଗୋଡ଼ରେ ଆଘାତ ଯୋଗୁଁ ଅସ୍ତ୍ରୋପଚାର ହୋଇଛି ଓ ଫିଜିଓ ଥେରାପୀ ଚାଲିଛି ବୋଲି ପ୍ରତିକ୍ରିୟା ରଖିଛନ୍ତି ପ୍ରଦୀପ । ପ୍ରଦୀପContinue reading “ସାମ୍ନାକୁ ଆସିଲେ ପ୍ରଦୀପ: କହିଲେ, ଆଘାତ ଯୋଗୁଁ ଚାଲିଛି ଚିକିତ୍ସା, ଦଳ ସହ ଥିବା ନେଇ ଦେଲେ ସ୍ପଷ୍ଟୀକରଣ”
Tag Archives: News
ରାଜନୀତି ପାଇଁ ତନ୍ତ୍ରପୂଜା ! ପୁଣି ଚର୍ଚ୍ଚାରେ ଦିଗପହଣ୍ଡି
କନକ ବ୍ୟୁରୋ: ବ୍ଲକ ଅଧ୍ୟକ୍ଷ ଉପନିର୍ବାଚନକୁ ନେଇ ଗତ କିଛି ଦିନ ହେଲା ଚର୍ଚ୍ଚାରେ ଥିବା ଦିଗପହଣ୍ଡି ଏବେ ପୁୁଣି ଚର୍ଚ୍ଚାରେ । ଏଥର କିନ୍ତୁ ରାଜନୀତି ପାଇଁ ନୁହେଁ ତନ୍ତ୍ରପୂଜା ପାଇଁ । ଦିଗପହଣ୍ଡି –ସାନଖେମୁଣ୍ଡି ସୀମା ଅଁଳାଗୁଡ଼ା ନିକଟବର୍ତୀ ଜଙ୍ଗଲରେ ତନ୍ତ୍ରବିଦ୍ୟା ହୋଇଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଅମାବାସ୍ୟା ରାତିରେ ଏହି ତନ୍ତ୍ରପୂଜା କରାଯାଇଥିବା କୁହାଯାଉଛି । ଏଠାରେ ଚିରା ହୋଇପଡ଼ିଛି ବିପ୍ଲବ ପାତ୍ରଙ୍କ ଫଟୋ । ବିପ୍ଳବ ପାତ୍ରContinue reading “ରାଜନୀତି ପାଇଁ ତନ୍ତ୍ରପୂଜା ! ପୁଣି ଚର୍ଚ୍ଚାରେ ଦିଗପହଣ୍ଡି”
ରାଜ୍ୟ ସରକାରଙ୍କୁ ଘେରିଲେ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ: କହିଲେ, ମୟୂରଭଂଜ ଅମର୍ଦ୍ଦା ଏୟାରଷ୍ଟ୍ରିପ ପାଇଁ ଜମି ହସ୍ତାନ୍ତର କରିବାରେ ବାଧା ସୃଷ୍ଟି କରୁଛନ୍ତି ସରକାର
କନକ ବ୍ୟୁରୋ: କେଉଁ ରାଜନୈତିକ ଦଳ ମୟୂରଭଞ୍ଜର ବିକାଶ କଥା ଚିନ୍ତା କରୁଛି? ରାଜ୍ୟ ସରକାର ନା କେନ୍ଦ୍ର ସରକାର କିଏ ମୟୂରଭଞ୍ଜର ବିକାଶ ଲାଗି ଆନ୍ତରିକତା ଦେଖାଉଛନ୍ତି? ଏହାକୁ ନେଇ ଏବେ ପୁଣି ଥରେ ଆରମ୍ଭ ହୋଇଛି ରାଜନୀତିକ ବୟାନବାଜି । କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ରାଜ୍ୟ ସରକାରଙ୍କୁ ଘେରିଛନ୍ତି । ଅନ୍ୟପଟେ କେନ୍ଦ୍ରମନ୍ତ୍ରୀ ଓ ବିଜେପିକୁ ସମାଲୋଚନା କରିଛନ୍ତି ବିଜେଡି ବିଧାୟକ । ମୟୂରଭଞ୍ଜର ବହୁ ପ୍ରତୀକ୍ଷିତ ଅମର୍ଦ୍ଦା ଏୟାରଷ୍ଟ୍ରିପ ପାଇଁ, ହେବାକୁ ଥିବାContinue reading “ରାଜ୍ୟ ସରକାରଙ୍କୁ ଘେରିଲେ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ: କହିଲେ, ମୟୂରଭଂଜ ଅମର୍ଦ୍ଦା ଏୟାରଷ୍ଟ୍ରିପ ପାଇଁ ଜମି ହସ୍ତାନ୍ତର କରିବାରେ ବାଧା ସୃଷ୍ଟି କରୁଛନ୍ତି ସରକାର”
୭୮ ବର୍ଷରେ ପଦାର୍ପଣ କଲେ ନବୀନ: ଛୁଟିଲା ଶୁଭେଚ୍ଛାର ସୁଅ
କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଆଜି ଜନ୍ମଦିନ । ଗତମାସରେ ଭଉଣୀଙ୍କ ପରଲୋକ ଯୋଗୁଁ ଆଜି ସେ ଜନ୍ମଦିନକୁ ପାଳନ କାରିନାହାନ୍ତି । କିନ୍ତୁ ଚାରିଆଡୁ ଛୁଟିଛି ଶୁଭେଚ୍ଛାର ସୁଅ । ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି ପ୍ରମୁଖ ବ୍ୟକ୍ତି ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଆଉ ୨୬ ବର୍ଷର ରାଜନୈତିକ ଜୀବନରେ ନବୀନ ପଟ୍ଟନାୟକ ଅପରାଜେୟ ହୋଇ ରହିଛନ୍ତି । ନବୀନ ପଟ୍ଟନାୟକ । ୨୬ ବର୍ଷର ରାଜନୈତିକ ଜୀବନ, ୨୩Continue reading “୭୮ ବର୍ଷରେ ପଦାର୍ପଣ କଲେ ନବୀନ: ଛୁଟିଲା ଶୁଭେଚ୍ଛାର ସୁଅ”
ସିବିଆଇ ସାମନାରେ ସତ ମାନିଲେ ଡାକ୍ତର: ମାଆଙ୍କୁ ଦେଇଥିଲେ ୮୦ଲକ୍ଷର ଫ୍ଲାଟ ଉପହାର
କନକ ବ୍ୟୁରୋ: ପାରାଦୀପର ଠକ ଡାକ୍ତର ରାଜେନ୍ଦ୍ର ପାଣିଗ୍ରାହୀଙ୍କ ଠକେଇର ଜାଲ ଧିରେ ଧିରେ ଖୋଲିବାରେ ଲାଗିଛି । ରିମାଣ୍ଡରେ ନେଇ ସିବିଆଇ ପଚରାଉଚୁରା ବେଳେ ତାଙ୍କଠାରୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଥିବା ସୂଚନା ମିଳିଛି । ଅନ୍ୟପଟେ ଡାକ୍ତରଙ୍କ ଗିରଫ ପରେ ତାଙ୍କ ଦ୍ୱାରା ଅସୁବିଧାର ସମ୍ମୁଖୀନ ହୋଇଥିବା ସିପିଂ ଏଜେଂଟମାନେ ଉତ୍ସବ ମନାଇଛନ୍ତି । ଆଉ କହିଛନ୍ତି କେମିତି ଅସାଧୁ ଉପାୟରେ କମାଉଥିଲେ ପୁଳା ପୁଳା ଟଙ୍କା । ଲାଂଚୁଆ ଡାକ୍ତର ରାଜେନ୍ଦ୍ର ପାଣିଗ୍ରାହୀଙ୍କୁ ୬ଦିନିଆContinue reading “ସିବିଆଇ ସାମନାରେ ସତ ମାନିଲେ ଡାକ୍ତର: ମାଆଙ୍କୁ ଦେଇଥିଲେ ୮୦ଲକ୍ଷର ଫ୍ଲାଟ ଉପହାର”
ରୋହିତ ବନାମ ଜୟନାରାୟଣ: ମୁହାଁମୁହିଁ ଦୁଇ ଟାଣୁଆ ନେତା
କନକ ବ୍ୟୁରୋ: ସମ୍ବଲପୁର ରାଜନୀତିରେ ଦୁଇ ବଡ ନେତା ରୋହିତ ପୂଜାରୀ ଓ ଜୟନାରାୟଣ ମିଶ୍ର ମୁହାଁମୁହିଁ ହୋଇଛନ୍ତି । ବିଜେଡି ଜନସମ୍ପର୍କ ପଦଯାତ୍ରାରେ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ରଙ୍କୁ ଟାର୍ଗେଟ କରିଛନ୍ତି ରୋହିତ ପୂଜାରୀ । ଆଉ ଏହା ବିଜେପି ଦେହରେ ନିଆଁ ଲଗାଇଦେଇଛି । ଜୟନାରାୟଣ ମିଶ୍ର, ରୋହିତ ପୂଜାରୀଙ୍କୁ ସମାଲୋଚନା କରି ତାଙ୍କର ଅନେକ ଭିତିରି କଥାକୁ ପଦାରେ ପକାଇଦେଇଛନ୍ତି । ଅବସର ଥିଲା ବିଜେଡିର ଜନ ସମ୍ପର୍କ ପଦଯାତ୍ରା । ହଜାରContinue reading “ରୋହିତ ବନାମ ଜୟନାରାୟଣ: ମୁହାଁମୁହିଁ ଦୁଇ ଟାଣୁଆ ନେତା”
ପୁରୀରେ କଂଗ୍ରେସର ରଣହୁଙ୍କାର: ପଦଯାତ୍ରା ବେଳେ ପୁଲିସ ସହ ଧସ୍ତାଧସ୍ତି
କନକ ବ୍ୟୁରୋ: ପୁରୀରେ କଂଗ୍ରେସ ଗର୍ଜନ । କାର୍ତିକ ମାସ ପୂର୍ବରୁ ଶ୍ରୀମନ୍ଦିରର ଚାରିଦ୍ୱାର ଖୋଲିବା, ରତ୍ନଭଣ୍ଡାର ଖୋଲିବା ଭଳି ୬ ଦଫା ଦାବି ନେଇ ପୁରୀରେ ପଦଯାତ୍ରା କରିବା ସହ ସମାବେଶ କରିଛନ୍ତି କଂଗ୍ରେସ କର୍ମୀ ଓ ନେତା । ଶ୍ରୀମନ୍ଦିରର ଚାରିଦ୍ୱାର କାହିଁକି ଖୋଲାଯାଉନାହିଁ ବୋଲି ଦଳ ପ୍ରଶ୍ନ କରିଛି । ଶ୍ରୀମନ୍ଦିର ଅଫିସ ଆଡକୁ ଗଲାବେଳେ କଂଗ୍ରେସ କର୍ମୀ ଓ ପୁଲିସ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ୨୮ ତାରିଖ ଅର୍ଥାତ କାର୍ତିକContinue reading “ପୁରୀରେ କଂଗ୍ରେସର ରଣହୁଙ୍କାର: ପଦଯାତ୍ରା ବେଳେ ପୁଲିସ ସହ ଧସ୍ତାଧସ୍ତି”
ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ: ରାଜ୍ୟର ସମସ୍ତ ୭,୫୭୯ଟି ମିନି ଅଙ୍ଗନବାଡି କେନ୍ଦ୍ର ନିୟମିତ ଅଙ୍ଗନବାଡି କେନ୍ଦ୍ର ଭାବେ ଉନ୍ନୀତ
କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟରେ ଥିବା ସମସ୍ତ ୭୫୭୯ଟି ମିନି ଅଙ୍ଗନବାଡି କେନ୍ଦ୍ରକୁ ନିୟମିତ ଅଙ୍ଗନବାଡି କେନ୍ଦ୍ର ଭାବେ ଉନ୍ନୀତ କରିବା ପ୍ରସ୍ତାବକୁ ଅନୁମୋଦନ ପ୍ରଦାନ କରିଛନ୍ତି । ଏହାଦ୍ବାରା ରାଜ୍ୟରେ ଶିଶୁ ଯତ୍ନ କାର୍ୟ୍ୟକ୍ରମ ଆହୁରି ବ୍ୟାପକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସୂଚନାଯୋଗ୍ୟ ଯେ ଅଙ୍ଗନବାଡି କେନ୍ଦ୍ର ଗୁଡିକ ରାଜ୍ୟରେ କୋମଳମତି ଶିଶୁ ମାନଙ୍କର ଯତ୍ନ ଓ ପ୍ରାରମ୍ଭିକ ଶିକ୍ଷା ଲାଭ ନିମନ୍ତେ କାର୍ୟ୍ୟ କରୁଛି । ରାଜ୍ୟରContinue reading “ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ: ରାଜ୍ୟର ସମସ୍ତ ୭,୫୭୯ଟି ମିନି ଅଙ୍ଗନବାଡି କେନ୍ଦ୍ର ନିୟମିତ ଅଙ୍ଗନବାଡି କେନ୍ଦ୍ର ଭାବେ ଉନ୍ନୀତ”
ଗୋଟିଏ ଘରେ ଚାଲିଛି ଦୁଇ ପଞ୍ଚାୟତ ଅଫିସ, ସ୍ଥାନାନ୍ତର ଦାବିରେ ଲୋକଙ୍କ ପ୍ରତିବାଦ ।
କନକ ବ୍ୟୁରୋ: ଗୋଟିଏ ଘରେ ଚାଲିଛି ଦୁଇ ପଞ୍ଚାୟତ ଅଫିସ । ପଞ୍ଚାୟତ କାର୍ଯ୍ୟାଳୟ ସ୍ଥାନାନ୍ତରିତ ଦାବିରେ ତାତିଲେ ଲୋକେ । ବାଙ୍କୀ ଡମପଡା ବ୍ଲକର ଶିମିଳିପୁର ପଞ୍ଚାୟତ କାର୍ଯ୍ୟାଳୟକୁ ତାଲା ପକାଇ ଦେଇଛନ୍ତି ହରିରାଜପୁର ଗାଁର ଶତାଧିକ ଗ୍ରାମବାସୀ । ଦୀର୍ଘଦିନ ଧରି ଶିମିଳିପୁର ପଂଚାୟତ କାର୍ଯ୍ୟାଳୟରେ ହରିରାଜପୁର ପଞ୍ଚାୟତର କାର୍ଯ୍ୟ କରାଯାଉଥିଲା । ଗୋଟିଏ ଘରେ ଦୁଇଟି ପଞ୍ଚାୟତର କାର୍ଯ୍ୟ କରାଯାଉଥିବାରୁ ହରିରାଜପୁର ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ପଞ୍ଚାୟତ କାର୍ଯ୍ୟାଳୟ ସ୍ଥାନାନ୍ତରିତContinue reading “ଗୋଟିଏ ଘରେ ଚାଲିଛି ଦୁଇ ପଞ୍ଚାୟତ ଅଫିସ, ସ୍ଥାନାନ୍ତର ଦାବିରେ ଲୋକଙ୍କ ପ୍ରତିବାଦ ।”
ଶକ୍ତିପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼ । ନବରାତ୍ରରେ ବିଭିନ୍ନ ବେଶରେ ଦର୍ଶନ ଦେଉଛନ୍ତି ମାଆ ।
କନକ ବ୍ୟୁରୋ: ଆରମ୍ଭ ହୋଇଛି ମା’ଙ୍କ ନବଦିନାତ୍ମକ ପୂଜା । କଟକର ଆରାଧ୍ୟ ଦେବୀ କଟକ ଚଣ୍ଡୀଙ୍କ ପୀଠରେ ନବରାତ୍ର ପୂଜା ଚାଲିଛି । ଆଜି ମା’ ଷୋଡଷୀ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଥିବା ବେଳେ ଦଶହରା ପର୍ଯ୍ୟନ୍ତ ବିଭିନ୍ନ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ମା’ । ମା’ଙ୍କ ଏହି ବେଶ ଦର୍ଶନ କରିବା ପାଇଁ ଶତାଧିକ ଭକ୍ତଙ୍କ ଭିଡ ଜମୁଛି । କଟକର ଅନ୍ୟତମ ଶକ୍ତିପୀଠ ମା’ ଗଡଚଣ୍ଡୀଙ୍କ ମନ୍ଦିରରେ ଚାଲିଛି ନବଦିନାତ୍ମକ ପୂଜାContinue reading “ଶକ୍ତିପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼ । ନବରାତ୍ରରେ ବିଭିନ୍ନ ବେଶରେ ଦର୍ଶନ ଦେଉଛନ୍ତି ମାଆ ।”