କନକ ବ୍ୟୁରୋ: ରୋଜଗାର ଅ।।ଶାରେ ଘର ଛାଡିଥିଲେ । ପଞ୍ଜାବରେ ଦାଦନ ଖଟି ଘରକୁ ଟଙ୍କା ପଠେଇବେ ବୋଲି ଆଶା ରଖିଥିଲେ । ହେଲେ ସବୁ କିଛି ଅଲଟା ହେଲା । ଟଙ୍କା ବଦଳରେ ହାତରେ ସିଙ୍ଗଡା ଧରେଇ ଦେଇ, ଠକି ଦେଇଛି ଆସାମର ଠିକାଦାର । ବୃଦ୍ଧ ବୟସରେ ଧୋକ୍କା ଦେଉଛି ଠିକାଦାର । କାମ ବାବଦକୁ ୫ ହଜାର ଟଙ୍କା ଦେବା ବଦଳରେ ହାତରେ ଗୋଟିଏ ସିଙ୍ଗଡା ଧରେଇ ଦେଇ ପୁରୀ ଆସୁଥିବା ଟ୍ରେନରେContinue reading “କାମ ଖୋଜି ଖୋଜି ଆସାମରୁ ପଞ୍ଜାବ ଯାଇଥିବା ଶ୍ରମିକଙ୍କୁ ଧୋକା, ହାତରେ ସିଙ୍ଗଡା ଦେଇ ଟ୍ରେନରେ ଚଢେଇ ଦେଲା ଠିକାଦାର ।”
Tag Archives: News
ସରକାରୀ ଜାଗା ଉପରେ ଚାଲିଛି ଗଣ ଧାରଣା । ଲୋକଙ୍କ ବିରୋଧ ଯୋଗୁଁ ଧାରଣାସ୍ଥଳରୁ ଫେରିଗଲେ ପ୍ରଶାସନିକ ଅଧିକାରୀ ।
କନକ ବ୍ୟୁରୋ: ସରକାରୀ ଜାଗା ଉପରେ ଗଣଧାରଣା । ଲୋକଙ୍କ ବିରୋଧ ଯୋଗୁଁ ଫେରିଗଲେ ପ୍ରଶାସନିକ ଅଧିକାରୀ । ବାଲେଶ୍ୱର ଭୋଗରାଇ ବ୍ଲକ ଗୋପୀନାଥପୁର ପଞ୍ଚାୟତରେ ସରକାରୀ ଜାଗା ଜବରଦଖଲ ଉଚ୍ଛେଦ ଦାବିରେ ମୁହାଁମୁହିଁ ହୋଇଛନ୍ତି ସ୍ଥାନୀୟ ଲୋକେ ଓ ପ୍ରଶାସନିକ ଅଧିକାରୀ । ଦୀର୍ଘ ଦିନରୁ ସରକାରୀ ଜାଗାରେ ତମ୍ବୁଟାଣି ଗଣଧାରଣା ଦେଇଛନ୍ତି ସ୍ଥାନୀୟ ଗ୍ରାମବାସୀ । ପଞ୍ଚାୟତରେ ଥିବା ସରକାରୀ ଜାଗାରୁ ଜବରଦଖଲ ଉଚ୍ଛେଦ କରିବା ପାଇଁ ବାରମ୍ବାର ଭୋଗରାଇ ତହସିଲଦାରଙ୍କ ଦ୍ୱାରସ୍ଥ ହୋଇଛନ୍ତିContinue reading “ସରକାରୀ ଜାଗା ଉପରେ ଚାଲିଛି ଗଣ ଧାରଣା । ଲୋକଙ୍କ ବିରୋଧ ଯୋଗୁଁ ଧାରଣାସ୍ଥଳରୁ ଫେରିଗଲେ ପ୍ରଶାସନିକ ଅଧିକାରୀ । “
ରାୟଗଡ଼ାର ସୁଙ୍ଗେର ଠାରେ ଜନଶୁଣାଣି ବେଳେ ଉତ୍ତେଜନା । କମ୍ପାନୀକୁ ପ୍ରବଳ ବିରୋଧ, ଉତେଜନା ଯୋଗୁଁ ହୋଇପାରିଲାନି ଶୁଣାଣି ।
କନକ ବ୍ୟୁରୋ: ଜନଶୁଣାଣୀ ବେଳେ ପ୍ରବଳ ଉତେଜନା । ଶିଳ୍ପ ପ୍ରତିଷ୍ଠାକୁ ବିରାଧ କରି ରାୟଗଡ଼ା ସୁଙ୍ଗେରଠାରେ ବେଦାନ୍ତ ଗୋ-ବ୍ୟାକ୍ ନାରା ଦେଇଛନ୍ତି ହଜାର ହଜାର ଆଦିବାସୀ । ସିଜିମାଳି ଖଣି ଖନନକୁ ବିରୋଧ ପରେ ହୋଇପାରିନି ଜନଶୁଣାଣୀ । ଅଧାରୁ ଜନଶୁଣାଣୀ ଛାଡ଼ି ପଳାଇଲେ ଅଧିକାରୀ । ପ୍ରଦୂଷଣ ହେଲେ କିଏ ବୁଝିବ, ପୂର୍ବରୁ କେବେ କମ୍ପାନୀ ତାଙ୍କ କଥା ବୁଝିକି କି ବୋଲି ପ୍ରଶ୍ନ କରିଛନ୍ତି ସ୍ଥାନୀୟ ଆଦିବାସୀ । ସମସ୍ତଙ୍କ ଭିତରେ ଅସନ୍ତୋଷContinue reading “ରାୟଗଡ଼ାର ସୁଙ୍ଗେର ଠାରେ ଜନଶୁଣାଣି ବେଳେ ଉତ୍ତେଜନା । କମ୍ପାନୀକୁ ପ୍ରବଳ ବିରୋଧ, ଉତେଜନା ଯୋଗୁଁ ହୋଇପାରିଲାନି ଶୁଣାଣି ।”
ଇସ୍ରାଏଲ-ହମାସ : ନରମ ପଡିଲା ହମାସର ସ୍ବର : ଇରାନ କହିଲା- ଆକ୍ରମଣ ବନ୍ଦ କର, ବନ୍ଧକମାନଙ୍କୁ ମୁକ୍ତ କରାଯିବ
ଇସ୍ରାଏଲର ଦ୍ରୁଭୟଙ୍କର ଆକ୍ରମଣରେ ହମାସ ଭୟଭୀତ ହୋଇ ଇସ୍ରାଏଲର ବନ୍ଧକମାନଙ୍କୁ ମୁକ୍ତ କରିବାକୁ ରାଜି ହୋଇଛି । ତେବେ ସେ କହିଛି ଯେ ଇସ୍ରାଏଲ ଆକ୍ରମଣ ବନ୍ଦ କରିବା ଉଚିତ୍ । ଇସ୍ରାଏଲ-ହମାସ ଯୁଦ୍ଧ: ଇସ୍ରାଏଲ-ପାଲେଷ୍ଟାଇନ ବିବାଦ ମଧ୍ୟରେ ଏକ ବଡ଼ ଖବର ଆସୁଛି । ମିଳିଥିବା ଖବର ଅନୁଯାୟୀ ଜଣାପଡୁଛି ଯେ ଇସ୍ରାଏଲର ଜୋରଦାର ଆକ୍ରମଣରେ ହମାସ ଭୟଭୀତ ହୋଇ ଇସ୍ରାଏଲର ବନ୍ଧକମାନଙ୍କୁ ମୁକ୍ତ କରିବାକୁ ରାଜି ହୋଇଛି । ତେବେ ଏହା କୁହାଯାଇଛି ଯେContinue reading “ଇସ୍ରାଏଲ-ହମାସ : ନରମ ପଡିଲା ହମାସର ସ୍ବର : ଇରାନ କହିଲା- ଆକ୍ରମଣ ବନ୍ଦ କର, ବନ୍ଧକମାନଙ୍କୁ ମୁକ୍ତ କରାଯିବ”
ସମ୍ବଲପୁରରେ ସାମ୍ନାକୁ ଆସିବେ କି ନୂଆ ଚେହେରା? ବିଜେଡି ପଦଯାତ୍ରାରେ ନବ ଦାସଙ୍କ ପୁଅଙ୍କ ଉପସ୍ଥିତି ନେଇ ବଢିଲା ଚର୍ଚ୍ଚା ।
କନକ ବ୍ୟୁରୋ: ପଦଯାତ୍ରାରେ ରାଜନୈତିକ ବାଦ ବିବାଦ । ଜନ ସଂପର୍କ ପଦଯାତ୍ରାରେ ସରକାରୀ ସଫଳତା ବଖାଣିବା ଅପେକ୍ଷା ନୂଆ ନେତାଙ୍କ ନୂଆ ଇଂନିସ୍ ଆରମ୍ଭର ଇସାରା ଓ ବିରୋଧୀ ଦଳ ନେତାଙ୍କ ବିରୋଧରେ ବୟାନ ବାଜି ବେଶି ହେଉଛି । ସମ୍ବଲପୁର ବିଜୁ ଜନତା ଦଳର ପଦଯାତ୍ରାରେ ବିଶାଲ ଦାସଙ୍କ ଉପସ୍ଥିତି ଓ ରୋହିତ ପୂଜାରୀଙ୍କ ବାହାରିଆ ନେତା ପ୍ରସଙ୍ଗ ଜିଲ୍ଲା ରାଜନୀତିକୁ ସରଗରମ କରିଛି । ସରକାରୀ ସଫଳତା ବଖାଣି ଲୋକଙ୍କ ସହ ଯୋଡିContinue reading “ସମ୍ବଲପୁରରେ ସାମ୍ନାକୁ ଆସିବେ କି ନୂଆ ଚେହେରା? ବିଜେଡି ପଦଯାତ୍ରାରେ ନବ ଦାସଙ୍କ ପୁଅଙ୍କ ଉପସ୍ଥିତି ନେଇ ବଢିଲା ଚର୍ଚ୍ଚା ।”
ଗାଁରେ କାହାରିକୁ ମିଳିନାହିଁ ସରକାରୀ ଆବାସ, ସ୍କୁଲ କି ଅଙ୍ଗନବାଡି ନଥିବାରୁ ଗାଈ ଚରାଉଛନ୍ତି ପିଲା ।
କନକ ବ୍ୟୁରୋ: ମଣିଷ ଚନ୍ଦ୍ରପୃଷ୍ଠକୁ ଚନ୍ଦ୍ରଯାନ ପଠାଇ ସେଠାରେ ଘର କରିବାର ସ୍ୱପ୍ନ ଦେଖୁଥିବାବେଳେ ଆଜି ମଧ୍ୟ ଏମିତି କିଛି ଲୋକ ଅଛନ୍ତି ଆଜି ପର୍ଯ୍ୟନ୍ତ ପକା ଘର ଖଣ୍ଡିଏ ପାଇବାର ବାସ୍ତବତା ଆଜି ସେମାନଙ୍କ ପାଇଁ ସାତ ସପନ ପାଲଟିଯାଇଛି । ଖାଲି ସେତିକି ନୁହେଁ ଗାଁର ବିକାଶ ହେଲେ ଦେଶର ବିକାଶ ବୋଲି ଡ଼ିଣ୍ଡିମ ପିଟୁଥିବା ସରକାରଙ୍କ ବାସ୍ତବାତା କେତେ ସତ ତାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲାର ଉପାନ୍ତ ଗାଁରେContinue reading “ଗାଁରେ କାହାରିକୁ ମିଳିନାହିଁ ସରକାରୀ ଆବାସ, ସ୍କୁଲ କି ଅଙ୍ଗନବାଡି ନଥିବାରୁ ଗାଈ ଚରାଉଛନ୍ତି ପିଲା ।”
ଦିଗପହଣ୍ଡି ବିଜେଡି ଏବେ ଦୁଇଫାଳ! ସୂର୍ଯ୍ୟଙ୍କ ପରଲୋକ ପରେ ଚିନ୍ତାରେ ଶୀର୍ଷନେତା ।
କନକ ବ୍ୟୁରୋ: ଗଞ୍ଜାମ ଦିଗପହଣ୍ଡି ରାଜନୀତିରେ ଏବେ ଛକାପଞ୍ଝା ଜୋରଦାର ହୋଇଛି । ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ପରଲୋକ ପରେ ସ୍ଥାନୀୟ ରାଜନୀତି ଗୋଳମାଳିଆ ହୋଇଯାଇଛି । ବିଜେଡି ଦୁଇଭାଗ ହୋଇଯାଇଥିବା ବେଳେ ଏଥିରୁ ଫାଇଦା ଚକ୍କରରେ ଅଛନ୍ତି ବିରୋଧୀ । ଦିଗପହଣ୍ଡିରେ ୨୦୦୯ରୁ ଲଗାତାର ବିଜେଡି ଟିକେଟରେ ନିର୍ବାଚିତ ହୋଇଆସୁଥିଲେ ସୂର୍ଯ୍ୟନାରାୟଣ ପାତ୍ର । କିନ୍ତୁ ତାଙ୍କ ପରଲୋକ ପରେ ସ୍ଥାନୀୟ ବିଜେଡି ରାଜନୀତିରେ ଏକ ବିଚିତ୍ର ସ୍ଥିତି ଦେଖିବାକୁ ମିଳିଛି । ଦଳ ଦୁଇଫାଳContinue reading “ଦିଗପହଣ୍ଡି ବିଜେଡି ଏବେ ଦୁଇଫାଳ! ସୂର୍ଯ୍ୟଙ୍କ ପରଲୋକ ପରେ ଚିନ୍ତାରେ ଶୀର୍ଷନେତା ।”
ଆମେ ଆଜି ପାପ କରିଛୁ, କାନ ମୋଡ଼ି ଚାପୁଡା ଖାଉଛୁ । ଜୀବନରେ କେବେ ଏଠାକୁ ଆସିବୁ ନାହିଁ: ଗାଁ ସାଥୀ
କନକ ବ୍ୟୁରୋ: କାନ ଧରି ଚାପୁଡ଼ା ଖାଉଛି ଆଉ କେବେ ଏଠିକୁ ଆସିବୁ ନାହିଁ । ବହୁତ ଆଶା ନେଇ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଆସିଥିଲୁ, ନିଜ ପାଇଁ ନୁହେଁ ବରଂ ୬୦ ହଜାର ଗାଁ ସାଥୀଙ୍କ ହକ୍ ପାଇଁ ଆସିଥିଲୁ । ହେଲେ ଆମ କଥା କେହି ଶୁଣିବାକୁ ନାହାନ୍ତି । ନିଜେ ମୁଖ୍ୟମନ୍ତ୍ରୀ ତ ଶୁଣୁନାହାନ୍ତି ଆମ କଥା ତା’ହେଲେ ଶୁଣିବ କିଏ? ଏମିତି କିଛି ପ୍ରଶ୍ନ କରି ଆଣ୍ଠେଇ କାନମୋଡ଼ି ଚାପୁଡ଼ା ଖାଇContinue reading “ଆମେ ଆଜି ପାପ କରିଛୁ, କାନ ମୋଡ଼ି ଚାପୁଡା ଖାଉଛୁ । ଜୀବନରେ କେବେ ଏଠାକୁ ଆସିବୁ ନାହିଁ: ଗାଁ ସାଥୀ”
ହାଇକୋର୍ଟଙ୍କ ଛାଟ ପରେ ଆକ୍ସନ ମୋଡରେ ସିଏମସି: ଦିନରାତି ଏକ କରି ଚାଲିଛି ରାସ୍ତା ମରାମତି କାମ
କନକ ବ୍ୟୁରୋ: ହାଇକୋର୍ଟଙ୍କ ଛାଟ ପରେ ତତ୍ପରତା ଦେଖାଇଛି ସିଏମସି । ଜୋରଦାର ହୋଇପଡ଼ିଛି ବିପର୍ଯ୍ୟସ୍ତ ହୋଇପଡ଼ିଥିବା କଟକର ବିଭିନ୍ନ ରାସ୍ତାଘାଟର ମରାମତି କାମ । ବର୍ଷ ବର୍ଷ ଧରି ବିପର୍ଯ୍ୟସ୍ତ ହୋଇପଡ଼ିଥିବା ରିଙ୍ଗ ରୋଡ୍ ଏବଂ ହାଇକୋର୍ଟରୁ ଚାନ୍ଦିନୀଚୌକ ପର୍ଯ୍ୟନ୍ତ ରାସ୍ତା ଏବେ ନୂଆ ରୂପରେ ଦେଖିବାକୁ ମିଳିଛି । ୱାଟକୋ, ଆର୍ ଆଣ୍ଡ ବି, ସିଏମ୍ସି ସିଟି ଇଞ୍ଜିନିୟର ଏବଂ ଗେଲ୍ ପ୍ରବନ୍ଧକଙ୍କ ସହ ୯ଜଣ ଅଧିକାରୀଙ୍କୁ ହାଇକୋର୍ଟ କଡ଼ା ନିର୍ଦ୍ଦେଶ ଦେବା ପରେContinue reading “ହାଇକୋର୍ଟଙ୍କ ଛାଟ ପରେ ଆକ୍ସନ ମୋଡରେ ସିଏମସି: ଦିନରାତି ଏକ କରି ଚାଲିଛି ରାସ୍ତା ମରାମତି କାମ”
ପାରାଦୀପରୁ ଗିରଫ ଦଲାଲ ଡାକ୍ତରଙ୍କ ଖୋଲୁଛି ଗୁମର: ଲାଞ୍ଚ ଟଙ୍କାରେ ବନିଥିଲେ କୁବେର, ୮୦ ଲକ୍ଷ ଟଙ୍କାରେ ମା’ଙ୍କୁ ଦେଇଥିଲେ ୩ ବଖରା କୋଠା ଉପହାର
କନକ ବ୍ୟୁରୋ: ଅଭିଯୁକ୍ତ ଲାଂଚୁଆ ଡାକ୍ତର ରାଜନ୍ଦ୍ରେ ପାଣିଗ୍ରାହୀ ସିବିଆଇ ହାତରେ ଗିରଫ ଘଟଣା । ସାମ୍ନାକୁ ଆସିଳା ଗୁରୁତ୍ୱପୂର୍ଣ୍ଣ ତଥ୍ୟ । ଲୁଟ ଟଙ୍କାରେ ୮୦ ଲକ୍ଷ ଟଙ୍କାର ଫ୍ଲାଟ୍ ମାଆଙ୍କୁ ଗିପ୍ଟ କରିଥିଲା ଅଭିଯୁକ୍ତ ଡାକ୍ତର । ଭୁବନେଶ୍ୱର ନୟାପଲ୍ଲୀରେ ଏକ ଥ୍ରି ବିଏଚକେ ଫ୍ଲାଟ କିଣିଥିଲେ । ଜଣେ ବିଲଡର ଠାରୁ ନଗଦ ଟଙ୍କା ଦେଇ କିଣା ଯାଇଥିଲା ଫ୍ଲାଟ । ନୂଆ ଫ୍ଲାଟରେ ସିବିଆଉ ଚଢ଼ାଉ କରିଛି । ଗୁରୁତ୍ୱପୂର୍ଣ୍ଣ ତଥ୍ୟContinue reading “ପାରାଦୀପରୁ ଗିରଫ ଦଲାଲ ଡାକ୍ତରଙ୍କ ଖୋଲୁଛି ଗୁମର: ଲାଞ୍ଚ ଟଙ୍କାରେ ବନିଥିଲେ କୁବେର, ୮୦ ଲକ୍ଷ ଟଙ୍କାରେ ମା’ଙ୍କୁ ଦେଇଥିଲେ ୩ ବଖରା କୋଠା ଉପହାର”