କନକ ବ୍ୟୁରୋ : ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ବିରଜାଙ୍କ ପୀଠରେ ଆରମ୍ଭ ହୋଇଛି ନବରାତ୍ର ପୂଜା । ମାଆଙ୍କୁ ପାଦ ଦର୍ଶନ ଓ ରଥଯାତ୍ରା ଆରମ୍ଭ ହୋଇଛି । ସକାଳୁ ସକାଳୁ ବୈତରଣୀ ଜଳରେ ମାଆଙ୍କୁ ସ୍ନାନ କରାଇବା ପରେ ଦର୍ଶନ ଆରମ୍ଭ ହୋଇଛି । ଯେଉଁଥିପାଇଁ ଭୋର ସମୟରୁ ଶ୍ରଦ୍ଧାଳୁମାନେ ମନ୍ଦିରରେ ଭିଡ ଲଗାଇଛନ୍ତି । ଗତକାଲି ପ୍ରଥମ ଦିନରେ ରଥ ପ୍ରତିଷ୍ଠା ହୋଇ ବିଳମ୍ବିତ ରାତିରେ ରଥ ଗଡ଼ିଥିବା ବେଳେ ଆଜି ଦ୍ୱିତୀୟContinue reading “ମାଆ ବିରଜାଙ୍କ ପୀଠରେ ନବରାତ୍ର ପୂଜା : ମାଆଙ୍କୁ ପାଦ ଦର୍ଶନ ଓ ରଥଯାତ୍ରା ଆରମ୍ଭ”
Tag Archives: News
ଇସ୍ରାଏଲରେ ଲଢୁଥିବା ୨ ଭାରତୀୟ ମହିଳା ସୈନିକଙ୍କ ମୃତ୍ୟୁ, ହମାସ ଆକ୍ରମଣରେ ଗଲା ଜୀବନ ।
କନକ ବ୍ୟୁରୋ: ଇସ୍ରାଏଲ ସୁକ୍ୟୁରିଟି ଫୋର୍ସେସରେ ମୁତୟନ ଥିବା ଦୁଇ ଭାରତୀୟ ମହିଳା ସୈନିକଙ୍କ ମୃତ୍ୟୁ ହୋଇଛି । ଦୁଇ ଜଣ ହମାସ ଆକ୍ରମଣରେ ପ୍ରାଣ ହରାଇଥିବା ଜଣାପଡିଛି । ମୃତକଙ୍କ ମଧ୍ୟରୁ ଜଣେ ଲେଫ୍ଟେନାଣ୍ଟ ଓର ମୋସେସ୍ ଯିଏ ହୋମ ଫ୍ରଣ୍ଟ କମାଣ୍ଡରେ କାର୍ଯ୍ୟର ଥିଲେ ଏବଂ ଦ୍ୱିତୀୟ ମହିଳା ସୈନିକ ବର୍ଡର ପୁଲିସରେ କାର୍ଯ୍ୟରତ ଥିଲେ । ହମାସ୍ ଆକ୍ରମଣରେ ପ୍ରାଣ ହରାଇଥିବା ମହିଳା ସୈନକ ହେଉଛନ୍ତି ୨୨ ବର୍ଷିୟା ଲେଫ୍ଟେନାଣ୍ଟ ଓର୍ ମୋସେସ୍Continue reading “ଇସ୍ରାଏଲରେ ଲଢୁଥିବା ୨ ଭାରତୀୟ ମହିଳା ସୈନିକଙ୍କ ମୃତ୍ୟୁ, ହମାସ ଆକ୍ରମଣରେ ଗଲା ଜୀବନ ।”
ଦିବ୍ୟାଙ୍ଗ ଅଟୋଚାଳକଙ୍କ ଝିଅ ହେଲେ ବିଚାରପତି । ବାପାଙ୍କ କଥା କହୁ କହୁ କାନ୍ଦି ପକାଇଲେ ଶିବାନୀ
କନକ ବ୍ୟୁରୋ: ନିକଟରେ ପଞ୍ଜାବର ଜଣେ ଝିଅ ଏମିତି କମାଲ କରି ଦେଖାଇଛନ୍ତି। ଯେଉଁଥିପାଇଁ ତାଙ୍କ ପରିବାର ଗର୍ବ କରୁଛନ୍ତି। ଏହି ଝିଅ ଜଣକ ପଞ୍ଜାବରେ ବସବାସ କରନ୍ତି। ତାଙ୍କ ବାପା ଜଣେ ଦିବ୍ୟାଙ୍ଗ। ଦିବ୍ୟାଙ୍ଗ ହୋଇ ବି ସେ ଅଟୋ ଚଲାଇ ଝିଅକୁ ମଣିଷ କରିବାଦ ପାଇଁ ଖୁବ ପରିଶ୍ରମ କରିଛନ୍ତି ବଲଜିତ ସିଂହ ବିଟ୍ଟୁ। ବାପାଙ୍କ ପରିଶ୍ରମର ଫଳ ମିଳିଯାଇଛି। କାରଣ ଦିବ୍ୟାଙ୍ଗ ଅଟୋ ଚାଳକଙ୍କ ଝିଅ ଜଜ୍ ସାହେବାଣୀ ହୋଇଯାଇଛନ୍ତି। ପଞ୍ଜାବର କପୁରତାଲାରContinue reading “ଦିବ୍ୟାଙ୍ଗ ଅଟୋଚାଳକଙ୍କ ଝିଅ ହେଲେ ବିଚାରପତି । ବାପାଙ୍କ କଥା କହୁ କହୁ କାନ୍ଦି ପକାଇଲେ ଶିବାନୀ”
କଟକ ଚଣ୍ଡୀଙ୍କ ପୀଠରେ ନବରାତ୍ର ପୂଜା : ଆଜି ଷୋଡଶୀ ବେଶରେ ଦର୍ଶନ ଦେବେ ମା’
କନକ ବ୍ୟୁରୋ : ଆରମ୍ଭ ହୋଇଛି ମା’ଙ୍କ ନବଦିନାତ୍ମକ ପୂଜା । କଟକର ଆରାଧ୍ୟ ଦେବୀ କଟକ ଚଣ୍ଡୀଙ୍କ ପୀଠରେ ନବରାତ୍ର ପୂଜା ଚାଲିଛି । ଗତକାଲି ମା’ କଟକ ଚଣ୍ଡୀ ନାରାୟଣୀ ବେଶରେ ଦର୍ଶନ ଦେଇଛନ୍ତି । ଆଜି ମା’ ଷୋଡଷୀ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ । ଦଶହରା ପର୍ଯ୍ୟନ୍ତ ବିଭିନ୍ନ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ମା’ । ମା’ଙ୍କ ଏହି ବେଶ ଦର୍ଶନ କରିବା ପାଇଁ ଶତାଧିକ ଭକ୍ତଙ୍କ ଭିଡ ଜମୁଛିContinue reading “କଟକ ଚଣ୍ଡୀଙ୍କ ପୀଠରେ ନବରାତ୍ର ପୂଜା : ଆଜି ଷୋଡଶୀ ବେଶରେ ଦର୍ଶନ ଦେବେ ମା’”
୨୫ ବର୍ଷରେ ‘କୁଛ କୁଛ ହୋତା ହେ’ : ମୁମ୍ବାଇରେ ଆୟୋଜିତ ହେଲା ସ୍ୱତନ୍ତ୍ର ସ୍କ୍ରିନିଂ; ଏକାଠି ହେଲେ କରଣ ଜୋହର, ଶାହାରୁଖ ଓ ରାଣୀ ମୁଖାର୍ଜୀ
କନକ ବ୍ୟୁରୋ : ୯୦ ଦଶକର ସୁପରହିଟ୍ ବଲିଉଡ ଫିଲ୍ମ କୁଛ କୁଛ ହୋତା ହେକୁ ପୂରିଲା ୨୫ ବର୍ଷ । ୧୯୯୮ ମସିହା ଅକ୍ଟୋବର ୧୬ରେ ରିଲିଜ୍ ହୋଇଥିଲା ଏହି ସୁପରହିଟ୍ ଫିଲ୍ମ । ଏଥିପାଇଁ ଗତକାଲି ମୁମ୍ବାଇରେ ଆୟୋଜିତ ହୋଇଥିଲା ସ୍ୱତନ୍ତ୍ର ସ୍କ୍ରିନିଂ । ଏକାଠି ହୋଇଥିଲେ ଫିଲ୍ମର ନିର୍ଦ୍ଦେଶକ କରଣ ଜୋହର, ଶାହାରୁଖ ଖାନ୍ ଓ ଅଭିନେତ୍ରୀ ରାଣୀ ମୁଖାର୍ଜୀଙ୍କ ସମେତ ଅନ୍ୟମାନେ । ଫିଲ୍ମରେ ଶାହରୁଖ ଖାନ୍ ରାହୁଲ ଭୂମିକାରେ ଅଭିନୟContinue reading “୨୫ ବର୍ଷରେ ‘କୁଛ କୁଛ ହୋତା ହେ’ : ମୁମ୍ବାଇରେ ଆୟୋଜିତ ହେଲା ସ୍ୱତନ୍ତ୍ର ସ୍କ୍ରିନିଂ; ଏକାଠି ହେଲେ କରଣ ଜୋହର, ଶାହାରୁଖ ଓ ରାଣୀ ମୁଖାର୍ଜୀ”
ଆଜି ବସିବ ଶ୍ରୀମନ୍ଦିର ପରିଚାଳନା ବୈଠକ : ପୋଷାକ ଯାଞ୍ଚ ପାଇଁ ମହିଳା ସୁରକ୍ଷାକର୍ମୀ ଜେଟିପିରେ ନଥିବାରୁ ହୋଇପାରେ ଆଲୋଚନା
କନକ ବ୍ୟୁରୋ : ଆଜି ବସୁଛି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ । ଅପରାହ୍ଣରେ ନୀଳାଦ୍ରି ଭକ୍ତ ନିବାସଠାରେ ଏହି ବୈଠକ ବସିବ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପରିଚାଳନା କମିଟି ସଦସ୍ୟ ଓ ନିଯୋଗ ମୁଖିଆମାନଙ୍କୁ ବୈଠକରେ ଯୋଗଦେବାକୁ ଚିଠି କରାଯାଇଛି । ଆଜିର ବୈଠକରେ ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତଙ୍କ ପୋଷାକ ସମ୍ପର୍କରେ ଆଲୋଚନା ହୋଇପାରେ । ମହିଳା ଭକ୍ତଙ୍କ ଯାଞ୍ଚ ନେଇ ଦେଖା ଦେଇଥିବା ସମସ୍ୟା ଉପରେ ଆଲୋଚନା ସମ୍ଭାବନା ରହିଛି ।Continue reading “ଆଜି ବସିବ ଶ୍ରୀମନ୍ଦିର ପରିଚାଳନା ବୈଠକ : ପୋଷାକ ଯାଞ୍ଚ ପାଇଁ ମହିଳା ସୁରକ୍ଷାକର୍ମୀ ଜେଟିପିରେ ନଥିବାରୁ ହୋଇପାରେ ଆଲୋଚନା”
ଯୁଦ୍ଧଭୂମିକୁ ଯିବେ ବାଇଡେନ୍ ! ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ଫୋନ୍ କଲ୍ ପରେ ବାଇଡେନ୍ ଆସିବା ନେଇ ସୂଚନା
କନକ ବ୍ୟୁରୋ : ଇସ୍ରାଏଲ ଓ ହମାସର ଘମାଘୋଟ ଲଢ଼େଇ ଭିତରେ ଯୁଦ୍ଧଭୂମି ଗସ୍ତ କରିପାରନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ସୂଚନା ଅନୁସାରେ ଆମେରିକା ରାଷ୍ଟ୍ରପତିଙ୍କୁ ଇସ୍ରାଏଲ ଆସିବା ପାଇଁ ନିମନ୍ତ୍ରଣ କରିଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ । ଫୋନେ ଯୋଗେ ବାଇଡେନଙ୍କ ସହ ଆଲୋଚନା ବେଳେ ତାଙ୍କୁ ଇସ୍ରାଏଲ ଆସିବାକୁ କହିଛନ୍ତି ନେତାନ୍ୟାହୁ । ଏବଂ ଏମିତି ସମୟରେ ଯୁଦ୍ଧଭୂମି ଇସ୍ରାଏଲ ଗସ୍ତ କରିବା ପାଇଁ ଚିନ୍ତା କରୁଛନ୍ତି ବିଶ୍ୱର ସବୁଠାରୁContinue reading “ଯୁଦ୍ଧଭୂମିକୁ ଯିବେ ବାଇଡେନ୍ ! ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ଫୋନ୍ କଲ୍ ପରେ ବାଇଡେନ୍ ଆସିବା ନେଇ ସୂଚନା”
ଆଗକୁ ଭୀଷଣ ଯୁଦ୍ଧ : ଗାଜାରେ ସମନ୍ୱିତ ଆକ୍ରମଣ ପାଇଁ ପ୍ରସ୍ତୁତ ଇସ୍ରାଏଲ; ନିର୍ଦ୍ଦେଶକୁ ଅପେକ୍ଷା କରିଛି ସେନା, ବଡ ଯୁଦ୍ଧ ରୋକିବାକୁ ପ୍ରୟାସ ଜାରି
କନକ ବ୍ୟୁରୋ : ଆଗକୁ ଭୀଷଣ ଯୁଦ୍ଧ । ଗାଜାରେ ସମନ୍ୱିତ ଆକ୍ରମଣ ପାଇଁ ପ୍ରସ୍ତୁତ ଇସ୍ରାଏଲ । ନିର୍ଦ୍ଦେଶକୁ ଅପେକ୍ଷା କରିଛି ଇସ୍ରାଏଲ ସେନା । ଉଭୟ ଜଳ, ସ୍ଥଳ, ବାୟୁ ତିନି ପଟୁ ଗାଜାକୁ ଘେରି ରହିଛନ୍ତି ଇସ୍ରାଏଲର ୪ ଲକ୍ଷରୁ ଅଧିନ ସେନାବାହୀନୀ । ଖାଲି ନିର୍ଦ୍ଦେଶକୁ ଅପକ୍ଷୋ । ନିର୍ଦ୍ଦେଶ ମିଳିବା ମାତ୍ରେ ଆକ୍ରମଣ କରିବ ସେନା । ଉତର ଗାଜାରେ ଥିବା ହମାସ ଆତଙ୍କୀକୁ ପୁରା ନିପାତ କରିବାକୁ ଯୋଜନାContinue reading “ଆଗକୁ ଭୀଷଣ ଯୁଦ୍ଧ : ଗାଜାରେ ସମନ୍ୱିତ ଆକ୍ରମଣ ପାଇଁ ପ୍ରସ୍ତୁତ ଇସ୍ରାଏଲ; ନିର୍ଦ୍ଦେଶକୁ ଅପେକ୍ଷା କରିଛି ସେନା, ବଡ ଯୁଦ୍ଧ ରୋକିବାକୁ ପ୍ରୟାସ ଜାରି”
୭୭ ବର୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ : ଭଉଣୀଙ୍କ ମୃତ୍ୟୁ ଯୋଗୁଁ ଏଥର ପାଳିବେନି ଜନ୍ମଦିନ; ଶୁଭେଚ୍ଛୁଙ୍କୁ ନବୀନ ନିବାସ ନଆସିବାକୁ ଅନୁରୋଧ
କନକ ବ୍ୟୁରୋ : ୭୭ ବର୍ଷରେ ପାଦ ଥାପିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କିନ୍ତୁ ଏଥର ଜନ୍ମଦିନ ପାଳିବେନି ନୀବନ । ଭଉଣୀ ଗୀତା ମେହେଟାଙ୍କ ମୃତ୍ୟୁ ହୋଇଥିବା ଯୋଗୁ ଏଥର ନବୀନ ନିବାସ ନଆସିବାକୁ ଶୁଭେଚ୍ଛୁମାଙ୍କୁ ଅନୁରୋଧ କରଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ଏହି ଅବସରରେ ବିଜେଡି ବିଧାୟକମାନେ ସେମାନଙ୍କ ନିର୍ବାଚନ ମଣ୍ଡଳୀରେ ଜୀବନ ବିନ୍ଦୁ ରକ୍ତଦାନ ଶିବିର ଆୟୋଜନ କରିବାକୁ ଯୋଜନା ରଖିଛନ୍ତି । ସାରା ରାଜ୍ୟରେ ରକ୍ତଦାନ ଶିବିର ଆୟୋଜନ କରିବାକୁContinue reading “୭୭ ବର୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ : ଭଉଣୀଙ୍କ ମୃତ୍ୟୁ ଯୋଗୁଁ ଏଥର ପାଳିବେନି ଜନ୍ମଦିନ; ଶୁଭେଚ୍ଛୁଙ୍କୁ ନବୀନ ନିବାସ ନଆସିବାକୁ ଅନୁରୋଧ”
ବର୍ଷାରେ ଭିଜିପାରେ ଦଶହରା : ଦୁର୍ଗାପୂଜା ବେଳକୁ ଆସିପାରେ ଆଉ ଏକ ଲଘୁଚାପ; ପ୍ରଭାବରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା
କନକ ବ୍ୟୁରୋ : ବର୍ଷାରେ ଭିଜିପାରେ ଦଶହରା । ଦଶହରା ବେଳକୁ ଏକ ଲଘୁଚାପ ଓଡ଼ିଶା ଉପକୂଳକୁ ଆସିପାରେ । ଏହା ପ୍ରଭାବରେ ଅକ୍ଟୋବର ୨୩ରୁ ୨୬ ତାରିଖ ଯାଏ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ୱିଣ୍ଡି ଡଟକମରେ ଜିଏଫଏସ୍ ମଡେଲର ଆକଳନ ଅନୁଯାୟୀ ଏକ ଲଘୁଚାପ ଘନିଭୂତ ହୋଇ ଅବପାତରେ ପରିଣତ ହୋଇପାରେ । ଏହା ଓଡ଼ିଶା ମୁହାଁ ହେବା ସହ ଅକ୍ଟୋବର ୨୪ ତାରିଖ ବେଳକୁ ଓଡ଼ିଶାContinue reading “ବର୍ଷାରେ ଭିଜିପାରେ ଦଶହରା : ଦୁର୍ଗାପୂଜା ବେଳକୁ ଆସିପାରେ ଆଉ ଏକ ଲଘୁଚାପ; ପ୍ରଭାବରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା”