ଭିଟାମାଟି ଛାଡିବାକୁ ଇସ୍ରାଏଲ ସେନାର କଡ଼ା ନିର୍ଦ୍ଦେଶ । ୩ ଘଣ୍ଟାର ମହଲତ । ପ୍ରଧାନମନ୍ତ୍ରୀ ନେତାନ୍ୟାହୁ କହିଲେ, ହମାସ ଉପରେ ଆହୁରି ଜୋରଦାର ହେବ ଆକ୍ରମଣ

କନକ ବ୍ୟୁରୋ: ଯୁଦ୍ଧକୁ ୯ ଦିନ । ଦିନ ବଢୁଛି, ଯୁଦ୍ଧ ଆହୁରି ଜୋରଦାର ହେଉଛି । ଇସ୍ରାଏଲ୍ ସୈନ୍ୟବାହିନୀ ଗାଜା ଉପରେ ଭୟଙ୍କର ଆକ୍ରମଣ କରୁଛି । ଏଥିପାଇଁ ଇସ୍ରାଏଲ୍ ସେନା ବ୍ୟାରିକେଡକୁ ଆହୁରି ବୃଦ୍ଧି କରିଛି । ଅପରେସନ ସ୍ଥଳର ୪ କିଲୋମିଟର ଭିତରକୁ ନଆସିବାକୁ କହିଛି । ଖୁବଶୀଘ୍ର ଇସ୍ରାଏଲର ଗ୍ରାଉଣ୍ଡ ଅପରେସନ କରିବ ବୋଲି ଜଣାପଡିଛି । ଏହାପୂର୍ବରୁ ରବିବାର ମାତ୍ର ୩ ଘଣ୍ଟାର ମହଲତ ଦେଇଛି ଇସ୍ରାଏଲ ସେନା ।Continue reading “ଭିଟାମାଟି ଛାଡିବାକୁ ଇସ୍ରାଏଲ ସେନାର କଡ଼ା ନିର୍ଦ୍ଦେଶ । ୩ ଘଣ୍ଟାର ମହଲତ । ପ୍ରଧାନମନ୍ତ୍ରୀ ନେତାନ୍ୟାହୁ କହିଲେ, ହମାସ ଉପରେ ଆହୁରି ଜୋରଦାର ହେବ ଆକ୍ରମଣ”

ଶ୍ରୀମନ୍ଦିର ପାଇଁ ଡ୍ରେସ୍ କୋଡ୍ । ଜାନୁଆରୀ ପହିଲାରୁ କଡ଼ାକଡ଼ି ହେବ କଟକଣା । ଉଠିଲା ପ୍ରଶ୍ନ, ମହିଳା ଭକ୍ତଙ୍କୁ ଯାଞ୍ଚ କରିବ କିଏ?

କନକ ବ୍ୟୁରୋ: ଜାନୁଆରୀ ପହିଲାରୁ ପୁରୀ ଶ୍ରୀମନ୍ଦିରରେ କଡାକଡି ହେବ ଅଶାଳୀନ ପୋଷାକ ପରିଧାନ କଟକଣା । ହେଲେ ଏହାକୁ ନେଇ କେଁ ଉଠିଲାଣି । କାରଣ ଶ୍ରୀମନ୍ଦିରକୁ ପ୍ରବେଶ କରୁଥିବା ଭକ୍ତଙ୍କୁ ଯେଉଁ କର୍ମଚାରୀମାନେ ଯାଞ୍ଚ୍ କରିବେ ସମସ୍ତେ ପୁରୁଷ । ଏପରିସ୍ଥଳେ ମହିଳା ଭକ୍ତଙ୍କୁ ଯାଞ୍ଚ ନେଇ ଆପତ୍ତି ଉଠିଛି । ଜାନୁଆରୀ ପହିଲାରୁ ଡ୍ରେସକୋଡ୍ ହେବ କଡ଼ାକଡ଼ି ଶ୍ରୀମନ୍ଦିରରେ ମହିଳା ଭକ୍ତଙ୍କ ଯାଞ୍ଚ କରିବ କିଏ? ଅଶାଳୀନ ପୋଷାକ ପରିଧାନ କଟକଣା ନେଇContinue reading “ଶ୍ରୀମନ୍ଦିର ପାଇଁ ଡ୍ରେସ୍ କୋଡ୍ । ଜାନୁଆରୀ ପହିଲାରୁ କଡ଼ାକଡ଼ି ହେବ କଟକଣା । ଉଠିଲା ପ୍ରଶ୍ନ, ମହିଳା ଭକ୍ତଙ୍କୁ ଯାଞ୍ଚ କରିବ କିଏ?”

ଜମି ଦୁର୍ନୀତି ବିରୋଧରେ ବର୍ଷିଲେ ଅପରାଜିତା । ଭୁବନେଶ୍ୱର ଉପକଣ୍ଠ ଡେରାସରେ ଜନ ଆନ୍ଦୋଳନ ସମାବେଶ । ରାଜ୍ୟ ସରକାର ଓ କିରୁଥିକା ପ୍ରଭାକରନଙ୍କୁ କଲେ ଟାର୍ଗେଟ । 

କନକ ବ୍ୟୁରୋ: ଭୁବନେଶ୍ୱର ଉପକଣ୍ଠ ଡେରାସରେ ଅପରାଜିତାଙ୍କ ଶକ୍ତି ପ୍ରଦର୍ଶନ । ଜମି ଜବରଦଖଲ ହଟାଇବା ଦାବିରେ ଜନ ଆନ୍ଦୋଳନ ସମାବେଶ କରି ଉଭୟ ରାଜ୍ୟ ସରକାର ଓ ଜମି ମାଲିକକୁ ଟାର୍ଗେଟ କରିଛନ୍ତି ସାଂସଦ । ଏହି ଅବସରରେ ଜମି ମାଲିକଙ୍କ ଫାର୍ମ ହାଉସ ଆଗରେ ବିରୋଧୀ ବିଜେପି ଅଭିନବ ପ୍ରତିବାଦ କରିଛି । ଜମି ଦୁର୍ନୀତି ବିରୋଧରେ ବର୍ଷିଲେ ଅପରାଜିତା ଭୁବନେଶ୍ୱର ଉପକଣ୍ଠ ଡେରାସରେ ବିଶାଳ ସମାବେଶ ଜମି ଦୁର୍ନୀତି ବିରୋଧରେ ରଣହୁଙ୍କାର ଦେଇଛନ୍ତିContinue reading “ଜମି ଦୁର୍ନୀତି ବିରୋଧରେ ବର୍ଷିଲେ ଅପରାଜିତା । ଭୁବନେଶ୍ୱର ଉପକଣ୍ଠ ଡେରାସରେ ଜନ ଆନ୍ଦୋଳନ ସମାବେଶ । ରାଜ୍ୟ ସରକାର ଓ କିରୁଥିକା ପ୍ରଭାକରନଙ୍କୁ କଲେ ଟାର୍ଗେଟ । “

ଜାହାଜରେ ଡିଲ୍ କରୁଥିଲେ ପାରାଦୀପର କୁବେର ଡାକ୍ତର । ଭାଇରାଲ୍ ହେଲା ଡିଲ୍ ବେଳର ଦୃଶ୍ୟ । ବିଦେଶୀ କ୍ୟାପଟେନଙ୍କୁ ବିଦେଶୀ ସାମଗ୍ରୀ ଦେବା ପାଇଁ ପଡୁଥିଲା ଚାପ ।

କନକ ବ୍ୟୁରୋ: ପେଶା ଡାକ୍ତର ହେଲେ ନିଶା କଳା ଟଙ୍କା କମାଇବା, ଅୟସ କରିବା । ଦାମୀ ବିଦେଶୀମଦ ପିଇବା, ବିଦେଶୀ ସିଗାରେଟ୍ ଟାଣିବା । ପାରାଦୀପ ବନ୍ଦର ଡାକ୍ତର ରାଜେନ୍ଦ୍ର ନାରାୟଣଙ୍କୁ ସିବିଆଇ ବାନ୍ଧିବା ପରେ ଖୋଲିବାରେ ଲାଗିଛି ବାବୁଙ୍କ କଳା କାରନାମା । ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏକ ଭିଡିଓ । କୁହାଯାଉଛି, ଭିଡିଓଟି ଏକ ଜାହାଜ ଭିତରର । ଏହି ଭିଡିଓରେ ଅଛନ୍ତି ଦୁର୍ନୀତି କରି ନିକଟରେ ବନ୍ଧା ହୋଇଥିବା ପାରଦୀପContinue reading “ଜାହାଜରେ ଡିଲ୍ କରୁଥିଲେ ପାରାଦୀପର କୁବେର ଡାକ୍ତର । ଭାଇରାଲ୍ ହେଲା ଡିଲ୍ ବେଳର ଦୃଶ୍ୟ । ବିଦେଶୀ କ୍ୟାପଟେନଙ୍କୁ ବିଦେଶୀ ସାମଗ୍ରୀ ଦେବା ପାଇଁ ପଡୁଥିଲା ଚାପ ।”

ଶକ୍ତିପୀଠରେ ଆରମ୍ଭ ହୋଇଛି ନବରାତ୍ର ପୂଜା । ଜଗତସିଂହପୁର ସାରଳା ମନ୍ଦିରରେ ଷୋଡଶ ଉପଚାରରେ ମା’ଙ୍କ ପୂଜାର୍ଚ୍ଚନା

କନକ ବ୍ୟୁରୋ : ଶାରଦୀୟ ପାର୍ବଣ ପାଇଁ ଆଜିଠୁ ପାଳନ ହେଉଛି ନବରାତ୍ର ପୂଜା । ଶକ୍ତିପୀଠରେ ନବ ପତ୍ରିକା ବା ନବରାତ୍ର ପୂଜା କରାଯାଉଛି । ଜଗତସିଂହପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ଶାରଳାଙ୍କ ପୀଠରେ ଷୋଡଶ ଉପଚାରରେ ପୂଜାର୍ଚ୍ଚନା କରାଯାଉଛି । ଘଂଟଘଂଟା, ପ୍ରାଖୋଳ ଓ ମନ୍ତ୍ରୋଚାରଣରେ ପ୍ରକମ୍ପିତ ହେଉଛି ଶାରଳା ପୀଠ । ଆଜି ଠାରୁ ମହାଷ୍ଟମୀ ଯାଏଁ ସବୁ ଦିନ ରାତିରେ ଦଣ୍ଡଯାତ୍ରାରେ ବାହାରିବେ ମା’ଙ୍କ ଚଳନ୍ତି ପ୍ରତିମା । ଏହି ଅବସରରେContinue reading “ଶକ୍ତିପୀଠରେ ଆରମ୍ଭ ହୋଇଛି ନବରାତ୍ର ପୂଜା । ଜଗତସିଂହପୁର ସାରଳା ମନ୍ଦିରରେ ଷୋଡଶ ଉପଚାରରେ ମା’ଙ୍କ ପୂଜାର୍ଚ୍ଚନା”

ପଟ୍ଟାମୁଣ୍ଡାଇ ଉପଖଣ୍ଡ ସ୍ତରୀୟ ଡାକ୍ତରଖାନାରେ ନାହାନ୍ତି ଆବଶ୍ୟକୀୟ ଡାକ୍ତର । ଚିକିତ୍ସା ସେବା ନପାଇ ନିରାସ ହେଉଛନ୍ତି ରୋଗୀ

କନକ ବ୍ୟୁରୋ : କେନ୍ଦ୍ରାପଡା ଜିଲ୍ଲାର ଦ୍ୱିତୀୟ ବୃହତମ ସହର ପଟ୍ଟାମୁଣ୍ଡାଇର ଉପଖଣ୍ଡ ସ୍ତରୀୟ ସ୍ୱାସ୍ଥ୍ୟ କେନ୍ଦ୍ର । ରାତି ପାହିଲେ ଆଳି, ରାଜନଗର, ମହାକାଳପଡା, ରାଜକନିକା ଓ ପଟ୍ଟାମୁଣ୍ଡାଇ ବ୍ଳକର ହଜାର ହଜାର ରୋଗୀ ଚିକିତ୍ସା ପାଇଁ ଏଠାରେ ଭିଡ ଲଗାନ୍ତି । ହେଲେ ଏଠାରେ ସଠିକ୍ ସମୟରେ ସଠିକ୍ ଚିକିତ୍ସା ମିଳେନାହିଁ । ରୋଗୀଙ୍କୁ ଘଂଟ ଘଂଟା ଧରି ଧାଡିରେ ଠିଆ ହେବାକୁ ପଡେ । ଆଉ ଏସବୁର ମୁଖ୍ୟ କାରଣ ହେଉଛି, ଡାକ୍ତରଖାନାରେContinue reading “ପଟ୍ଟାମୁଣ୍ଡାଇ ଉପଖଣ୍ଡ ସ୍ତରୀୟ ଡାକ୍ତରଖାନାରେ ନାହାନ୍ତି ଆବଶ୍ୟକୀୟ ଡାକ୍ତର । ଚିକିତ୍ସା ସେବା ନପାଇ ନିରାସ ହେଉଛନ୍ତି ରୋଗୀ”

ଗ୍ରାମକୁ ନାହିଁ ପକା ରାସ୍ତା, କାଦୁଅ ରାସ୍ତା ପାଲଟିଛି ଗ୍ରାମବାସୀଙ୍କ ଏକମାତ୍ର ସାହାରା

କନକ ବ୍ୟୁରୋ : ଗାଁକୁ ନାହିଁ ପକ୍କାରାସ୍ତା । ଖାଲଖମା ଭରା କାଦୁଅ ରାସ୍ତାରେ ଯିବା ଆସିବା କରିବାକୁ ବାଧ୍ୟ ହେଉଛନ୍ତି ଲୋକେ । ଏହା କୌଣସି ଉପାନ୍ତ ଅଞ୍ଚଳର କଥା ନୁହେଁ ବରଂ ଏଭଳି ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ପୋଲସରା ନିର୍ବାଚନ ମଣ୍ଡଳୀ ବୁଗୁଡ଼ା ବ୍ଲକ ହିରାପଲ୍ଲୀ ଗାଁରୁ । କୋଡିଏରୁ ଉର୍ଦ୍ଧ ପରିବାର ବସବାସ କରୁଥିବା ଗାଁ ଆଜି ବି ମୌଳିକ ସୁବିଧାରୁ ବଞ୍ଚିତ ହୋଇରହିଛି । ପକାରାସ୍ତା ସାତଶପନ ହୋଇଥିବା ବେଳେContinue reading “ଗ୍ରାମକୁ ନାହିଁ ପକା ରାସ୍ତା, କାଦୁଅ ରାସ୍ତା ପାଲଟିଛି ଗ୍ରାମବାସୀଙ୍କ ଏକମାତ୍ର ସାହାରା”

ନବଗଠିତ ସେବା ସମବାୟ ସମିତି ସଭାପତି, ସଂପାଦକ ଓ ସଭ୍ୟ ଚୟନରେ ଅନିୟମିତତା । ସରପଞ୍ଚଙ୍କ ସ୍ୱାମୀ ସଭାପତି ତ ସମିତି ସଭ୍ୟ ଉପସଭାପତି

କନକ ବ୍ୟୁରୋ : କୃଷି ସମବାୟ ସମିତି ଖୋଲିଛି କିଏ? କେଉଁ ଆଧାରରେ କରାଯାଇଛି ସଭାପତି, ସଂପାଦକ ଓ ସଭ୍ୟ ଚୟନ? ସଭ୍ୟମାନେ ଚାଷୀ ନା ଅନ୍ୟ କୌଣସି ବୃତ୍ତିର? ସୂଚନା ଅଧିକାର ଆଇନ୍ ଖୋଲି ଦେଇଛି ସମବାୟ ସମିତିର ସତ । କଟକ ନିଶ୍ଚିନ୍ତକୋଇଲି ବ୍ଲକ ତରତ ଶାସନ ପଂଚାୟତରେ ନବଗଠିତ ଅନନ୍ତ କିଶୋର କୃଷି ସେବା ସମବାୟ ସମିତିରେ ସଭ୍ୟ ଚୟନରେ ବ୍ୟାପକ ଜାଲିଆତି ହୋଇଥିବା ଅଭିଯୋଗ ହୋଇଛି । ପଂଚାୟତସ୍ତରରେ ଚାଷୀଙ୍କ ସହContinue reading “ନବଗଠିତ ସେବା ସମବାୟ ସମିତି ସଭାପତି, ସଂପାଦକ ଓ ସଭ୍ୟ ଚୟନରେ ଅନିୟମିତତା । ସରପଞ୍ଚଙ୍କ ସ୍ୱାମୀ ସଭାପତି ତ ସମିତି ସଭ୍ୟ ଉପସଭାପତି”

କେଉଁ ଆଧାରରେ ଗରିବ ଲୋକଙ୍କୁ ଦିଆଯାଉଛି ସରକାରୀ ଆବାସ । ଯାଜପୁରରେ ଗୋଟିଏ ଘରେ ରହୁଛନ୍ତି ଗାଇ-ମଣିଷ

କନକ ବ୍ୟୁରୋ : ଅବହେଳିତ ବୃଦ୍ଧ ଦମ୍ପତି ନିରଂଜନ ଜେନା ଓ ଦୁଃଖିନୀ ଜେନା । ଦୁଇ ଗାଈଙ୍କ ସହିତ ଝାଟି ମାଟି କୁଡିଆରେ ଜରିପାଲ ପକାଇ ଅତି ଦୟନୀୟ ଅବସ୍ଥାରେ ରହୁଛନ୍ତି । ଘରର ଗୋଟିଏ ପଟେ ଗାଈ ଅନ୍ୟପଟେ ରହୁଛନ୍ତି ବୃଦ୍ଧ ଦମ୍ପତି । ଘର ସାରା ପାଣି କାଦୁଅରେ ସରସର । ଘରର କୌଣସି କବାଟ ନାହିଁ । ମାତ୍ର କେଇ ହାତ ଜାଗାରେ ରୋଷେଇବାସ, ଖିଆପିଆ ସହ ଗୃହପାଳିତ ପଶୁଙ୍କ ସହContinue reading “କେଉଁ ଆଧାରରେ ଗରିବ ଲୋକଙ୍କୁ ଦିଆଯାଉଛି ସରକାରୀ ଆବାସ । ଯାଜପୁରରେ ଗୋଟିଏ ଘରେ ରହୁଛନ୍ତି ଗାଇ-ମଣିଷ”

ନିଜ ଜନ୍ମଦିନ ନ ପାଳିବାକୁ ଶୁଭେଚ୍ଛୁମାନଙ୍କୁ ଅନୁରୋଧ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କହିଲେ ଶୁଭେଚ୍ଛା ଜଣାଇବାକୁ ଆସନ୍ତୁ ନାହିଁ ନବୀନ ନିବାସ

କନକ ବ୍ୟୁରୋ : ସାଧାରଣ ଜୀବନ ଶୈଳୀ ସହ ଜୀବନ ଅତିବାହିତ କରୁଥିବା ଓଡିଶାର ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ମୁଖ୍ୟ ନବୀନ ପଟ୍ଟନାୟକ ଚଳିତ ବର୍ଷ ନିଜ ଜନ୍ମଦିନ ପାଳନ କରିବେ ନାହିଁ ବୋଲି କହିଛନ୍ତି । ଗତମାସରେ ତାଙ୍କର ବଡ ଭଉଣୀ ଗୀତା ମେହେଟ୍ଟାଙ୍କର ବିୟୋଗ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ଚଳିତ ବର୍ଷ ନିଜର ଜନ୍ମଦିନ ପାଳନ କରିବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି । ତେଣୁ କେହି ପ୍ରଶଂସକ ତାଙ୍କୁ ଜନ୍ମଦିନର ଶୁଭେଚ୍ଛାContinue reading “ନିଜ ଜନ୍ମଦିନ ନ ପାଳିବାକୁ ଶୁଭେଚ୍ଛୁମାନଙ୍କୁ ଅନୁରୋଧ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କହିଲେ ଶୁଭେଚ୍ଛା ଜଣାଇବାକୁ ଆସନ୍ତୁ ନାହିଁ ନବୀନ ନିବାସ”

Design a site like this with WordPress.com
Get started