ଶାହିନଙ୍କୁ ଏତେ ପ୍ରଂଶସା କାହିଁକି, ଶାହିନ କଣ ୱାସିମ ଆକ୍ରମ? ପାକିସ୍ତାନର ଦ୍ରୁତ ବୋଲରଙ୍କ ଧଜିଆ ଉଡାଇଲେ ରବି ଶାସ୍ତ୍ରୀ ।

କନକ ବ୍ୟୁରୋ : ପୁଣିଥରେ ଭାରତ ବିପକ୍ଷରେ ମାତ୍ ଖାଇଲା ପାକିସ୍ତାନ । ବିଶ୍ୱକପରେ ପାକିସ୍ତାନକୁ ୭ ୱିକେଟରେ ମାତ୍ ଦେଇଛି ଟିମ୍ ଇଣ୍ଡିଆ । ରୋହିତଙ୍କ ଦ୍ରୁତ ଅର୍ଦ୍ଧଶତକ ଓ ଶ୍ରେୟସଙ୍କ ଧୈର୍ଯ୍ୟପୂର୍ଣ୍ଣ ଇନିଂସ ବଳରେ ପାକିସ୍ତାନ ବିପକ୍ଷରେ ଭାରତ ସହଜ ବିଜୟ ହାସଲ କରିଛି । ଭାରତର ବ୍ୟାଟିଂ ଆଗରେ ପାକିସ୍ତାନର ବୋଲିଂ ବାହିନୀ ଚିତପଟାଙ୍ଗ ମାରିଥିଲା । ପାକିସ୍ତାନର ବୋଲିଂ ବିଭାଗକୁ ସବୁଠାରୁ ଶକ୍ତିଶାଳୀ କୁହାଯାଉଥିଲେ ମଧ୍ୟ ରୋହିତ ଓ ଶ୍ରେୟସଙ୍କ ଇନିଂସContinue reading “ଶାହିନଙ୍କୁ ଏତେ ପ୍ରଂଶସା କାହିଁକି, ଶାହିନ କଣ ୱାସିମ ଆକ୍ରମ? ପାକିସ୍ତାନର ଦ୍ରୁତ ବୋଲରଙ୍କ ଧଜିଆ ଉଡାଇଲେ ରବି ଶାସ୍ତ୍ରୀ ।”

କିଡନୀ ରୋଗରେ ପଡିଛି ୮ ବର୍ଷର ଝିଅ । ତଥାପି ଛାଡିନି ନାଚିବାର ନିଶା । ଆପଣଙ୍କ ସାହାଯ୍ୟ ଆରିଫାକୁ ଦେଇପାରେ ନୂଆ ଜୀବନ ।

କନକ ବ୍ୟୁରୋ: କୁନି ଝିଅଟିଏ, ବୟସ ୭ରୁ ୮ବର୍ଷ ହେବ । ଏହି ବଢ଼ିଲା ବୟସରେ କିଡନୀ ରୋଗରେ ଆକ୍ରାନ୍ତ ହୋଇଯାଇଛନ୍ତି । ଦୁଇଟି ଯାକ କିଡ୍୍ନୀ ଖରାପ ହୋଇଯାଇଛି । ଶରୀର ସିନା ସୁସ୍ଥ ନାହିଁ ହେଲେ, ଏହି ରୋଗାଗ୍ରସ୍ତ ଅବସ୍ଥାରେ ବି ନାଚକୁ ଛାଡ଼ି ପାରୁନାହାଁନ୍ତି । କୁନି ପିଲାଙ୍କୁ ବୁଝାଇବା ବି ମୁସ୍କିଲ । ତାଙ୍କର ନାଚ ପ୍ରତିଥିବା ଭଲ ପାଇବା ତାଙ୍କ ପାଦକୁ ଅଟକାଇ ପାରୁନି । ଦୃଢ ଇଛାଶକ୍ତି ଆଗରେContinue reading “କିଡନୀ ରୋଗରେ ପଡିଛି ୮ ବର୍ଷର ଝିଅ । ତଥାପି ଛାଡିନି ନାଚିବାର ନିଶା । ଆପଣଙ୍କ ସାହାଯ୍ୟ ଆରିଫାକୁ ଦେଇପାରେ ନୂଆ ଜୀବନ ।”

ତୀବ୍ର ଭୂମିକମ୍ପରେ ଥରିଲା ଦିଲ୍ଲୀ ଏନସିଆର, ଉତ୍ତର ଭାରତର ଅନେକ ସହରରେ କମ୍ପିଲା ଧରିତ୍ରୀ

କନକ ବ୍ୟୁରୋ : ରବିବାର ଦିନ ଦିଲ୍ଲୀ ଏନସିଆରରେ ତୀବ୍ର ଭୂମିକମ୍ପ ଅନୁଭୂତ ହୋଇଛି । ଦିଲ୍ଲୀ ସହିତ ନୋଏଡା ଓ ଗାଜିଆବାଦ ସହରରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଛି । ହରିଆଣାର କିଛି ଅଂଶରେ ମଧ୍ୟ ଭୂକମ୍ପରେ ମାଟି ଦୋହଲିଯାଇଛି । ଏହା ପୂର୍ବରୁ ଅକ୍ଟୋବର ୩ ତାରିଖରେ ମଧ୍ୟ ରାଜଧାନୀ ଦିଲ୍ଲୀ ଓ ଏନସିଆରରେ ଭୂକମ୍ପର ପ୍ରଭାବ ଦେଖିବାକୁ ମିଳିଥିଲା । ଏହି ଭୂମିକମ୍ପର ତୀବ୍ରତା ଏବେ ଜୋରଦାର ଥିଲା କି ଲୋକମାନେ ନିଜନିଜରContinue reading “ତୀବ୍ର ଭୂମିକମ୍ପରେ ଥରିଲା ଦିଲ୍ଲୀ ଏନସିଆର, ଉତ୍ତର ଭାରତର ଅନେକ ସହରରେ କମ୍ପିଲା ଧରିତ୍ରୀ”

ଖୁଚୁରା ବ୍ୟବସାୟୀ ତାଲିମ କାର୍ଯ୍ୟକ୍ରମ ଆରମ୍ଭ । ଦେଶର ୧ କୋଟି ୪୦ ଲକ୍ଷ ରିଟେଲର ପାଇବେ ଡିଜିଟାଲ ତାଲିମ ।

କନକ ବ୍ୟୁରୋ: ଆଜିଠୁ ଆରମ୍ଭ ହେଲା ଖୁଚୁରା ବ୍ୟବସାୟୀ ତାଲିମ କାର୍ଯ୍ୟକ୍ରମ । ଏହାର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି କାର୍ଯ୍ୟକ୍ରମ ଜରିଆରେ ଦେଶର ୧ କୋଟି ୪୦ ଲକ୍ଷ ରିଟେଲର ଡିଜିଟାଲ ତାଲିମ ପାଇବେ । ନିଜ ମୋବାଇଲରେ ଆପ୍ ଡାଉନ ଲୋଡ କରି କିମ୍ବା ୱେବସାଇଟ ମାଧ୍ୟମରେ ଦକ୍ଷତା ବିକାଶ ପାଇଁ ତାଲିମ ନେବେ । ଦକ୍ଷତା ବିକାଶ ମନ୍ତ୍ରାଳୟ ଅଧିନରେ କୋକା-କୋଲାContinue reading “ଖୁଚୁରା ବ୍ୟବସାୟୀ ତାଲିମ କାର୍ଯ୍ୟକ୍ରମ ଆରମ୍ଭ । ଦେଶର ୧ କୋଟି ୪୦ ଲକ୍ଷ ରିଟେଲର ପାଇବେ ଡିଜିଟାଲ ତାଲିମ ।”

ତେଲେଙ୍ଗାନା ଭୋଟରଙ୍କୁ ପ୍ରତିଶ୍ରୁତିରେ ପୋତି ପକାଇଲେ ବିଆରଏସ ମୁଖ୍ୟ କେସିଆର । ସରକାରକୁ ଆସିଲେ ୪୦୦ ଟଙ୍କାରେ ସିଲିଣ୍ଡର……

କନକ ବ୍ୟୁରୋ : ତେଲେଙ୍ଗାନା ପାଇଁ ବିଧାନସଭା ତାରିଖ ଘୋଷଣା ହେବା ପରେ ରବିବାର ଦିନ ଶାସକ ଦଳ ବିଆରଏସ ତରଫରୁ ନିର୍ବାଚନ ପାଇଁ ଘୋଷଣାପତ୍ର ଜାରି କରାଯାଇଛି । ବିଆରଏସ ମୁଖ୍ୟ ତଥା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ, ଚନ୍ଦ୍ରଶେଖର ରାଓଙ୍କ ଦ୍ୱାରା ଜାରି କରାଯାଇଥିବା ନିର୍ବାଚନୀ ପ୍ରତିଶ୍ରୁତି ଆପଣଙ୍କୁ ଚକିତ କରିଦେବ । ସେ ତାଙ୍କ ପ୍ରତିଶ୍ରୁତିରେ ଲେଖିଛନ୍ତି କି, ଯୋଗ୍ୟ ପରିବାରଗୁଡିକୁ ୪୦୦ ଟଙ୍କା ମୂଲ୍ୟରେ ଗ୍ୟାସ ସିଲିଣ୍ଡର ଯୋଗାଇ ଦିଆଯିବ । ଏହାସହContinue reading “ତେଲେଙ୍ଗାନା ଭୋଟରଙ୍କୁ ପ୍ରତିଶ୍ରୁତିରେ ପୋତି ପକାଇଲେ ବିଆରଏସ ମୁଖ୍ୟ କେସିଆର । ସରକାରକୁ ଆସିଲେ ୪୦୦ ଟଙ୍କାରେ ସିଲିଣ୍ଡର……”

ବୟସ ୬୦, ଜେଲରେ ରହିଛନ୍ତି ୨୪ ବର୍ଷ । ହତ୍ୟା କରିବାକୁ ପଣ କରିଛି ଇସ୍ରାଏଲ

କନକ ବ୍ୟୁରୋ : ଇସ୍ରାଏଲ ତରଫରୁ ଶନିବାର ଦିନ ପାଲେଷ୍ଟାଇନର ଓସମା ବିନ୍ ଲାଡେନ କୁହାଯାଉଥିବା ହମାସର ଶୀର୍ଷ କମାଣ୍ଡର ୟାହ୍ୟା ସିନ୍ୱାରର ଠିକଣା ଖୋଜି ତାକୁ ହତ୍ୟା କରିବ ବୋଲି ପଣ କରିଛି । ସିନ୍ୱାର, ଯେ କି ଆମେରିକା ଦ୍ୱାରା ଘୋଷିତ ଜଣେ ଆତଙ୍କବାଦୀ ଓ ହମାସ ଭଳି ଏକ ଚରମପନ୍ଥୀ ସଂଗଠନର ଶୀର୍ଷ ନେତୃ୍ତ୍ୱ । ୬୦ ବର୍ଷିୟ ସିନ୍ୱାରଙ୍କୁ ଇସ୍ରାଏଲ ଅନେକ ଥର ଗିରଫ କରିଯାଇ ପାଖାପାଖି ୨୪ ବର୍ଷ ଇସ୍ରାଏଲContinue reading “ବୟସ ୬୦, ଜେଲରେ ରହିଛନ୍ତି ୨୪ ବର୍ଷ । ହତ୍ୟା କରିବାକୁ ପଣ କରିଛି ଇସ୍ରାଏଲ”

କୋଟିପତି ଡାକ୍ତରଙ୍କ ପାଇଁ ଜାହାଜରେ ଡିଲ୍, ଭାଇରାଲ୍ ହେଉଛି ଭିଡିଓ । ଦିନକୁ ଦିନ ଫିଟୁଛି ଗୁମର

କନକ ବ୍ୟୁରୋ: ପାରାଦୀପ ବନ୍ଦରର ସ୍ୱାସ୍ଥ୍ୟ ଅଧିକାରୀ ରାଜେନ୍ଦ୍ର ନାରାୟଣ ପାଣିଗ୍ରାହୀଙ୍କୁ ସିବିଆଇ ଗିରଫ କରିବା ପରେ ଏବେ ତାଙ୍କର ଗୋଟିଏ ପରେ ଗୋଟିଏ କାରନାମା ସାମ୍ନାକୁ ଆସିବାରେ ଲାଗିଛି । ଡାକ୍ତରଙ୍କ କାରନାମାରେ ସହଯୋଗ କରୁଥିଲେ, ସନ୍ତୋଷ ସାହୁ । ସନ୍ତୋଷ ସାହୁ ହେଉଛନ୍ତି ସେହି ବ୍ୟକ୍ତି ଯିଏ ଡାକ୍ତରଙ୍କୁ ସହଯୋଗ କରୁଥିଲେ । ସିବିଆଇ ଚଢ଼ାଉ କରିବା ଦିନ ସେ ପୁରୀ ଯାଇଥିବାରୁ ବର୍ତି ଯାଇଥିଲେ ବୋଲି ଚର୍ଚ୍ଚା ହେଉଛି । କେଉଁ ସିପିଂContinue reading “କୋଟିପତି ଡାକ୍ତରଙ୍କ ପାଇଁ ଜାହାଜରେ ଡିଲ୍, ଭାଇରାଲ୍ ହେଉଛି ଭିଡିଓ । ଦିନକୁ ଦିନ ଫିଟୁଛି ଗୁମର”

ଉତ୍ତର ଗାଜାକୁ ୩ ଘଣ୍ଟାର ମହଲତ: ଗ୍ରାଉଣ୍ଡ ଅପରେସନ ପୂର୍ବରୁ ଜନସାଧାରଣଙ୍କୁ ଭିଟାମାଟି ଛାଡିବାକୁ ଇସ୍ରାଏଲ ସେନାର ନିର୍ଦ୍ଦେଶ ।

କନକ ବ୍ୟୁରୋ: ମାତ୍ର ୩ ଘଣ୍ଟାର ମହଲତ ଦେଲା ଇସ୍ରାଏଲ ସେନା । ଉତ୍ତର ଗାଜାରେ ଗ୍ରାଉଣ୍ଡ ଅପରେସନ ପୂର୍ବରୁ ସେଠାକାର ଜନ ସାଧାରଣଙ୍କୁ ଏଭଳି ଚେତାବନୀ ଦେଇଛି ଇସ୍ରାଏଲ ସେନା । ଉତ୍ତର ଗାଜାରେ ଆତଙ୍କୀ ସଙ୍ଗଠନ ହମାସ ରହିଛି । ଏଠାରେ ଥିବା ବିଭିନ୍ନ ବଙ୍କର ଭିତରେ ଆତଙ୍କୀମାନେ ଲୁଚି ରହିଛନ୍ତି । ତେଣୁ ଏହି ଏରିଆକୁ ଧ୍ୱଂସ କରି ଆତଙ୍କୀଙ୍କୁ ନିପାତ କରିବାକୁ ନିଷ୍ପତି ନେଇଛି ଇସ୍ରାଏଲ ସେନା । ଗତକାଲିଠୁ ଉତ୍ତରContinue reading “ଉତ୍ତର ଗାଜାକୁ ୩ ଘଣ୍ଟାର ମହଲତ: ଗ୍ରାଉଣ୍ଡ ଅପରେସନ ପୂର୍ବରୁ ଜନସାଧାରଣଙ୍କୁ ଭିଟାମାଟି ଛାଡିବାକୁ ଇସ୍ରାଏଲ ସେନାର ନିର୍ଦ୍ଦେଶ ।”

ରିଲିଜ୍ ହେଲା ମୋଦୀଙ୍କ ଲେଖା ଗରବା ଗୀତ ‘ମାଡି ସଙ୍ଗ’ । ସଙ୍ଗୀତର ରୂପ ଦେଇଛନ୍ତି ମୀତ୍ ବ୍ରଦର୍ସ

କନକ ବ୍ୟୁରୋ: ନବରାତ୍ରୀ ଗୀତ ସହ ନବରାତ୍ରୀ ଆରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ନବରାତ୍ରୀର ଶୁଭାରମ୍ଭ ‘ମାଡି’ ଗୀତ ସହ ଆରମ୍ଭ ହୋଇଛି । ଗରବା ପାଇଁ ମୋଦୀ ଲେଖିଥିବା ଗୀତ ରିଲିଜ୍ ହୋଇଛି । ମୋଦୀଙ୍କ ଲେଖାକୁ ଗୀତର ରୂପ ଦେଇଛନ୍ତି ମୀତ୍ ବ୍ରଦର୍ସ । ଏଥିରେ କଣ୍ଠଦାନ କରିଛନ୍ତି ଦିବ୍ୟ କୁମାର । ଏହାକୁ ଗୁଜୁରାଟି ଭାଷାରେ କରାଯାଇଛି । ଏହାକୁ ନେଇ ପୁରା ଗୁଜୁରାଟବାସୀ ବେଶ୍ ଖୁସି ପ୍ରକାଶ କରିଛନ୍ତି ।Continue reading “ରିଲିଜ୍ ହେଲା ମୋଦୀଙ୍କ ଲେଖା ଗରବା ଗୀତ ‘ମାଡି ସଙ୍ଗ’ । ସଙ୍ଗୀତର ରୂପ ଦେଇଛନ୍ତି ମୀତ୍ ବ୍ରଦର୍ସ”

ଯୁଦ୍ଧର ରୂପ ନେଇଛି ଘନୀଭୂତ ତିକ୍ତ ସମ୍ପର୍କ । ସାମ୍ରାଜ୍ୟବାଦୀ ନେତୃତ୍ୱଙ୍କ ନୀତି ନେଉଛି ହଜାର ହଜାର ଜୀବନ । ଯୁଦ୍ଧ ବିଭିଷୀକା ଭିତରେ ଲାଭ ଉଠାଉଛନ୍ତି ଅସ୍ତ୍ର ବ୍ୟବସାୟୀ

କନକ ବ୍ୟୁରୋ : ଦ୍ୱିତୀୟ ବିଶ୍ୱ ଯୁଦ୍ଧ ପରେ ସମସ୍ତେ ତୃତୀୟ ଯୁଦ୍ଧର ପରିକଲ୍ପନାରୁ ହିଁ ଭୟଭୀତ । ବର୍ତମାନ ସମୟରେ ଯୁଦ୍ଧର ପରିଣାମ ଯେ କେତେ ଭୟାନକ ହୋଇପାରେ ଏ ନେଇ ଅଳ୍ପ ବହୁତେ ସମସ୍ତେ ଅବଗତ । ହେଲେ ସମୟ ସହିତ ବଦଳୁଛି ମାନସିକତା । ହିଂସା ଦ୍ୱେଷ ଓ ଅତୀତର ଶତୃତା କାଳ କ୍ରମେ ମରଣାନ୍ତକ ଯୁଦ୍ଧର କାରଣ ସାଜୁଛି । ଏହି ପ୍ରତିଶୋଧ ପରାୟଣ ଯୁଦ୍ଧ କେବଳ ଦୁଇ ଦେଶର ଧନContinue reading “ଯୁଦ୍ଧର ରୂପ ନେଇଛି ଘନୀଭୂତ ତିକ୍ତ ସମ୍ପର୍କ । ସାମ୍ରାଜ୍ୟବାଦୀ ନେତୃତ୍ୱଙ୍କ ନୀତି ନେଉଛି ହଜାର ହଜାର ଜୀବନ । ଯୁଦ୍ଧ ବିଭିଷୀକା ଭିତରେ ଲାଭ ଉଠାଉଛନ୍ତି ଅସ୍ତ୍ର ବ୍ୟବସାୟୀ”

Design a site like this with WordPress.com
Get started