କନକ ବ୍ୟୁରୋ: ପୂର୍ବତନ ମନ୍ତ୍ରୀ ତଥା ନିମାପଡା ବିଧାୟକ ସମୀର ଦାସଙ୍କ ପିଛା ଛାଡୁନି ବିବାଦ । ଖୋଦ୍ ନିଜ ନିର୍ବାଚନମଣ୍ଡଳୀର ବିଜେଡି ନେତ୍ରୀ ଜ୍ୟୋତ୍ସାରାଣୀ ନାୟକ ସମୀର ଦାସଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ଜ୍ୟୋତ୍ସାରାଣୀ ଅଭିଯୋଗ କରିଛନ୍ତି, ସମୀର ଦାଶ ତାଙ୍କ ପଛରେ ପଡିଛନ୍ତି । ଗୁଣ୍ଡା ଲଗାଇ ମାରିଦେବାକୁ ଉଦ୍ୟମ କରିଛନ୍ତି । ସମୀରଙ୍କ ଇଙ୍ଗିତରେ ଏଭଳି କାମ ଚାଲିଛି । ତେବେ ଜଣେ ବିଧାୟକ ନାଁରେ ଖୋଦ୍ ବିଜେଡି ନେତ୍ରୀଙ୍କContinue reading “ପୁଣି ବିବାଦରେ ପୂର୍ବତନ ମନ୍ତ୍ରୀ ସମୀର ଦାଶ । ବିଜେଡି ନେତ୍ରୀ ଆଣିଲେ ସଙ୍ଗୀନ ଅଭିଯୋଗ । ଜ୍ୟୋତ୍ସ୍ନାରାଣୀ କହିଲେ, ଗୁଣ୍ଡା ଲଗାଇ ମାରିଦେବାକୁ କରୁଛନ୍ତି ଉଦ୍ୟମ ।”
Tag Archives: News
ନିର୍ବାଚନକୁ ପ୍ରାୟ ୬ ମାସ ବାକି । ସୁପ୍ରିମୋ ଘୋଷଣା କରିବା ଆଗରୁ କାହାକୁ ମିଳିବ ଟିକେଟ୍ ଘୋଷଣା କରୁଛନ୍ତି ବିଜେଡି ନେତା ଓ ମନ୍ତ୍ରୀ
କନକ ବ୍ୟୁରୋ: ନିର୍ବାଚନକୁ ବେଶ୍ କିଛି ଦିନ ବାକି ଥିବାବେଳେ କାହାର ଟିକେଟ କଟିବ? କାହାକୁ ଟିକେଟ ମିଳିବ? ଏହାକୁ ନେଇ ବିଧାୟକମାନେ ଆଶଙ୍କାରେ ଅଛନ୍ତି । ଆଉ ଏତିକିବେଳେ ଆରମ୍ଭ ହୋଇଛି ନୂଆ ଟ୍ରେଣ୍ଡ । ବିଜେଡି ସୁପ୍ରିମୋଙ୍କ ପକ୍ଷରୁ କିଏ କେଉଁଠି ପ୍ରାର୍ଥୀ ହେବ ଘୋଷଣା କରାଯାଇନଥିଲେ ବି, ଟିକେଟ ଫାଇନାଲ ହୋଇନଥିଲେ ବି, ଜଣଙ୍କ ପରେ ଜଣେ ନେତା ଆଗାମୀ ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରୁଛନ୍ତି । ୫ ଅକ୍ଟୋବର,Continue reading “ନିର୍ବାଚନକୁ ପ୍ରାୟ ୬ ମାସ ବାକି । ସୁପ୍ରିମୋ ଘୋଷଣା କରିବା ଆଗରୁ କାହାକୁ ମିଳିବ ଟିକେଟ୍ ଘୋଷଣା କରୁଛନ୍ତି ବିଜେଡି ନେତା ଓ ମନ୍ତ୍ରୀ”
ମେଡିକାଲ କଲେଜରେ ନାମ ଲେଖା ନାଁରେ ସାଇବର ଠକେଇ । ଛାତ୍ରୀଙ୍କୁ ଚୁନା ଲଗାଇଲେ ୧୬ ଲକ୍ଷରୁ ଅଧିକ ଟଙ୍କା । ନିଟରେ ବିଫଳ ଛାତ୍ରଛାତ୍ରୀଙ୍କୁ କରୁଥିଲେ ଟାର୍ଗେଟ୍ ।
କନକ ବ୍ୟୁରୋ: ମେଡିକାଲ ପାଠ ପଢ଼ିବା ପାଇଁ ଛାତ୍ରଛାତ୍ରୀଙ୍କଠାରୁ ଆରମ୍ଭ କରି ଅଭିଭାବକଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ଭିତରେ ଉକ୍ରଣ୍ଠା ଥାଏ । ଏଥିପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ପିଲାମାନେ କୋଚିଂ ନେଇଥାନ୍ତି, ନିଟ୍ ପରୀକ୍ଷା ଦେଇଥାନ୍ତି । ନିଟରେ ସଫଳ ହେଲେ, ପାଠ ପଢ଼ିବାକୁ ଯୋଗ୍ୟ ବିବେଚିତ ହୋଇଥାନ୍ତି । କିନ୍ତୁ ନିଟରେ ବିଫଳ ହେଲେ, ମେଡିକାଲ ପାଠ ପଢ଼ି ପାରିନଥାନ୍ତି । ଯାହାର ସୁଯୋଗ ନେଇ ସ୍ପଟ ଆଡମିଶନ ନାଁରେ ଠକ ଛାତ୍ରଛାତ୍ରୀଙ୍କୁContinue reading “ମେଡିକାଲ କଲେଜରେ ନାମ ଲେଖା ନାଁରେ ସାଇବର ଠକେଇ । ଛାତ୍ରୀଙ୍କୁ ଚୁନା ଲଗାଇଲେ ୧୬ ଲକ୍ଷରୁ ଅଧିକ ଟଙ୍କା । ନିଟରେ ବିଫଳ ଛାତ୍ରଛାତ୍ରୀଙ୍କୁ କରୁଥିଲେ ଟାର୍ଗେଟ୍ ।”
ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ୧୮ ଦିନ ଆଗୁଆ ଖୋଲିଲା ଶିମିଳିପାଳ ଅଭୟାରଣ୍ୟ
କନକ ବ୍ୟୁରୋ : ଶିମିଳିପାଳ ଅଭୟାରଣ୍ୟର ପିଠାବଟା ତନଖି ଫାଟକ । କଅଁଳ ଖରା ସାଙ୍ଗକୁ କୋହଲା ପାଗରେ ଅଭୟାରଣ୍ୟ ଭିତରକୁ ଯିବା ପାଇଁ ପ୍ରବେଶ ଅନୁମତି ଅପେକ୍ଷାରେ ଦୂର ଦୂରାନ୍ତରୁ ଆସିଥିବା ପର୍ଯ୍ୟଟକ । ଚଳିତ ବର୍ଷ ନିର୍ଦ୍ଧାରିତ ସମୟ ଆଗରୁ ଶିମିଳିପାଳ ଗେଟ୍ ଖୋଲିଛି । ତେଣୁ ଅଭୟାରଣ୍ୟର ପ୍ରାକୃତିକ ପରିବେଶ ପର୍ଯ୍ୟଟକଙ୍କୁ ଟାଣି ଆଣୁଛି ନିଜ ପାଖକୁ । ପ୍ରକୃତି ପ୍ରେମୀ ପର୍ଯ୍ୟଟକ ବନ୍ୟପ୍ରାଣୀଙ୍କ ଗହଣରେ ନିଆରା ମଜା ନେବା ପାଇଁ ଛୁଟିContinue reading “ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ୧୮ ଦିନ ଆଗୁଆ ଖୋଲିଲା ଶିମିଳିପାଳ ଅଭୟାରଣ୍ୟ”
ପଟ୍ଟାମୁଣ୍ଡାଇ ଉପଖଣ୍ଡ ସ୍ତରୀୟ ଡାକ୍ତରଖାନାରେ ନାହାନ୍ତି ଆବଶ୍ୟକୀୟ ଡାକ୍ତର । ଚିକିତ୍ସା ସେବା ନପାଇ ନିରାସ ହେଉଛନ୍ତି ରୋଗୀ
କନକ ବ୍ୟୁରୋ : କେନ୍ଦ୍ରାପଡା ଜିଲ୍ଲାର ଦ୍ୱିତୀୟ ବୃହତମ ସହର ପଟ୍ଟାମୁଣ୍ଡାଇରେ ରହିଛି ଉପଖଣ୍ଡ ସ୍ତରୀୟ ସ୍ୱାସ୍ଥ୍ୟ କେନ୍ଦ୍ର । ରାତି ପାହିଲେ ଆଳି, ରାଜନଗର, ମହାକାଳପଡା, ରାଜକନିକା ଓ ପଟ୍ଟାମୁଣ୍ଡାଇ ବ୍ଳକର ହଜାର ହଜାର ରୋଗୀ ଚିକିତ୍ସା ପାଇଁ ଏଠାରେ ଭିଡ ଲଗାନ୍ତି । ହେଲେ ଏଠାରେ ସଠିକ୍ ସମୟରେ ସଠିକ୍ ଚିକିତ୍ସା ମିଳେନାହିଁ । ରୋଗୀଙ୍କୁ ଘଂଟ ଘଂଟା ଧରି ଧାଡିରେ ଠିଆ ହେବାକୁ ପଡେ । ଆଉ ଏସବୁର ମୁଖ୍ୟ କାରଣ ହେଉଛି,Continue reading “ପଟ୍ଟାମୁଣ୍ଡାଇ ଉପଖଣ୍ଡ ସ୍ତରୀୟ ଡାକ୍ତରଖାନାରେ ନାହାନ୍ତି ଆବଶ୍ୟକୀୟ ଡାକ୍ତର । ଚିକିତ୍ସା ସେବା ନପାଇ ନିରାସ ହେଉଛନ୍ତି ରୋଗୀ”
ପୁଣି ଆନ୍ଧ୍ରର ଅନୁପ୍ରବେଶ । କୋଟାପୁଟ ପଟାଙ୍ଗି ବ୍ଲକ ଗାଲିଗାବଦର ଗାଁରେ ସ୍ୱାସ୍ଥ୍ୟସେବା ଯୋଗାଉଛନ୍ତି ଆନ୍ଧ୍ର ସ୍ୱାସ୍ଥ୍ୟକର୍ମୀ
କନକ ବ୍ୟୁରୋ : ଓଡ଼ିଶା ସୀମାନ୍ତ ଅଂଚଳରେ ପୁଣି ଆନ୍ଧ୍ରର ଅନୁପ୍ରବେଶ । ସ୍ୱାସ୍ଥ୍ୟକର୍ମୀଙ୍କୁ ଘଉଡାଇଲେ ବ୍ଲକ ଅଧ୍ୟକ୍ଷା । କୋଟିଆ ଗ୍ରାମପୁଂଜକୁ ନେଇ ଓଡ଼ିଶା ଓ ଆନ୍ଧ୍ର ମଧ୍ୟରେ ବିବାଦ ଥମିବାର ନାଁ ନେଉନାହିଁ । ଅନେକ ସମୟରେ ଆନ୍ଧ୍ରର ଅଧିକାରୀ ମାନେ କୋଟିଆ ଗ୍ରାମପୁଂଜ ସହିତ ସୀମାନ୍ତ ଗାଁ ଗୁଡ଼ିକରେ ଅନୁପ୍ରବେଶ କରି ଲୋକଙ୍କୁ ପ୍ରଲୋଭନ ଦେଖାଇ ନିଜ ଆଡ଼କୁ ଆକର୍ଷିତ କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି । ତେବେ ଆନ୍ଧ୍ରର କିଛିContinue reading “ପୁଣି ଆନ୍ଧ୍ରର ଅନୁପ୍ରବେଶ । କୋଟାପୁଟ ପଟାଙ୍ଗି ବ୍ଲକ ଗାଲିଗାବଦର ଗାଁରେ ସ୍ୱାସ୍ଥ୍ୟସେବା ଯୋଗାଉଛନ୍ତି ଆନ୍ଧ୍ର ସ୍ୱାସ୍ଥ୍ୟକର୍ମୀ”
କାହା ପାଇଁ ସରକାରୀ ଯୋଜନା ? କେଉଁ ଆଧାରରେ ଗରିବ ଲୋକଙ୍କୁ ଦିଆଯାଉଛି ସରକାରୀ ଆବାସ ? ଗୋଟିଏ ଘରେ ରହୁଛନ୍ତି ଗାଈ ଓ ମଣିଷ
କନକ ବ୍ୟୁରୋ : ଅବହେଳିତ ବୃଦ୍ଧ ଦମ୍ପତି ନିରଂଜନ ଜେନା ଓ ଦୁଃଖିନୀ ଜେନା । ଦୁଇ ଗାଈଙ୍କ ସହିତ ଝାଟି ମାଟି କୁଡିଆରେ ଜରିପାଲ ପକାଇ ଅତି ଦୟନୀୟ ଅବସ୍ଥାରେ ରହୁଛନ୍ତି । ଘରର ଗୋଟିଏ ପଟେ ଗାଈ ଅନ୍ୟପଟେ ରହୁଛନ୍ତି ବୃଦ୍ଧ ଦମ୍ପତି । ଘର ସାରା ପାଣି କାଦୁଅରେ ସରସର । ଘରର କୌଣସି କବାଟ ନାହିଁ । ମାତ୍ର କେଇ ହାତ ଜାଗାରେ ରୋଷେଇବାସ, ଖିଆପିଆ ସହ ଗୃହପାଳିତ ପଶୁଙ୍କ ସହContinue reading “କାହା ପାଇଁ ସରକାରୀ ଯୋଜନା ? କେଉଁ ଆଧାରରେ ଗରିବ ଲୋକଙ୍କୁ ଦିଆଯାଉଛି ସରକାରୀ ଆବାସ ? ଗୋଟିଏ ଘରେ ରହୁଛନ୍ତି ଗାଈ ଓ ମଣିଷ”
ସମବାୟ ସମିତିରେ ବି ସରପଞ୍ଚ ସ୍ୱାମୀଙ୍କ ରାଜ୍ । ଚାଷୀଙ୍କ ଅଜାଣତରେ ଗଠନ କଲେ ସମିତି । କଟକ ଏଆରସିଏସଙ୍କ ଦ୍ୱାରସ୍ତ ହେଲେ ଚାଷୀ
କନକ ବ୍ୟୁରୋ : କୃଷି ସମବାୟ ସମିତି ଖୋଲିଛି କିଏ? କେଉଁ ଆଧାରରେ କରାଯାଇଛି ସଭାପତି, ସଂପାଦକ ଓ ସଭ୍ୟ ଚୟନ? ସଭ୍ୟମାନେ ଚାଷୀ ନା ଅନ୍ୟ କୌଣସି ବୃତ୍ତିର? ସୂଚନା ଅଧିକାର ଆଇନ୍ ଖୋଲି ଦେଇଛି ସମବାୟ ସମିତିର ସତ । କଟକ ନିଶ୍ଚିନ୍ତକୋଇଲି ବ୍ଲକ ତରତ ଶାସନ ପଂଚାୟତରେ ନବଗଠିତ ଅନନ୍ତ କିଶୋର କୃଷି ସେବା ସମବାୟ ସମିତିରେ ସଭ୍ୟ ଚୟନରେ ବ୍ୟାପକ ଜାଲିଆତି ହୋଇଥିବା ଅଭିଯୋଗ ହୋଇଛି । ପଂଚାୟତସ୍ତରରେ ଚାଷୀଙ୍କ ସହContinue reading “ସମବାୟ ସମିତିରେ ବି ସରପଞ୍ଚ ସ୍ୱାମୀଙ୍କ ରାଜ୍ । ଚାଷୀଙ୍କ ଅଜାଣତରେ ଗଠନ କଲେ ସମିତି । କଟକ ଏଆରସିଏସଙ୍କ ଦ୍ୱାରସ୍ତ ହେଲେ ଚାଷୀ”
ଟ୍ୟୁସନରୁ ଫେରିଲାନି ପୁଅ । ଦୁର୍ଘଟଣା ସାରିଦେଲା ଆୟୁସ, ସାଙ୍ଗ ହୋଇ ଚାଲିଗଲେ ୩ ଛାତ୍ର
କନକ ବ୍ୟୁରୋ : ବାଙ୍କୀ କଟକ ରାସ୍ତାର ରଣଶଂଖ ନିକଟରେ ଭୟଙ୍କର ସଡ଼କ ଦୁର୍ଘଟଣାରେ ୩ଜଣ ଛାତ୍ରଙ୍କ ମୃତ୍ୟୁ ହୋଇଛି । ହରିରାଜପୁର ଗାଁର ୩ଜଣ ଦଶମ ଶ୍ରେଣୀ ଛାତ୍ର ବାଇକ ଯୋଗେ ଚକୁଳେଶ୍ୱରକୁ ଟ୍ୟୁସନ୍ ଯାଇଥିଲେ । ଶୁକ୍ରବାରର ପାଠପଢା ସାରି ରାତିରେ ଘରକୁ ଫେରିବେ ବୋଲି ଫୋନ ଯୋଗେ କହିଥିଲେ, ହେଲେ ରାତିରେ ବିପଦର ଆଶଙ୍କା କରି ରାତିଟା ରହି ସକାଳେ ଆସିବାକୁ ମାଆ କହିଥିଲେ । ମାଆଙ୍କ କଥା ମାନି ପିଲାମାନେ ରାତିରେContinue reading “ଟ୍ୟୁସନରୁ ଫେରିଲାନି ପୁଅ । ଦୁର୍ଘଟଣା ସାରିଦେଲା ଆୟୁସ, ସାଙ୍ଗ ହୋଇ ଚାଲିଗଲେ ୩ ଛାତ୍ର”
୧୯୧ ରନରେ ଅଲଆଉଟ୍ ହେଲା ପାକିସ୍ତାନ । ଟିମ୍ ଇଣ୍ଡିଆକୁ ବିଜୟ ଲକ୍ଷ୍ୟ ୧୯୨ ରନ୍ ।
କନକ ବ୍ୟୁରୋ: ୧୯୧ ରନରେ ଅଲଆଉଟ୍ ହେଲା ପାକିସ୍ତାନ । ଟିମ୍ ଇଣ୍ଡିଆକୁ ବିଜୟ ଲକ୍ଷ୍ୟ ୧୯୨ ରନ୍ । ଆଜି ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଉଥିବା ଭାରତ-ପାକିସ୍ତାନ ମ୍ୟାଚରେ ଅଲଆଉଟ୍ ହେଇଛି ପାକିସ୍ତାନ ଟିମ୍ । ପ୍ରଥମ ଇଂନିସରେ ୧୯୧ ରନ୍ କରିବାକୁ ସକ୍ଷମ ହେଇପାରିଛି ବାବର ବାହିନୀ । ଫଳରେ ମ୍ୟାଚ୍ ଜିତିବାକୁ ଟିମ୍ ଇଣ୍ଡିଆକୁ ଏବେ ୧୯୨ ରନ୍ କରିବାକୁ ହେବ । ଆଜି ପ୍ରଥମେ ଟସ୍ ଜିତି ବୋଲିଂ ନିଷ୍ପତ୍ତିContinue reading “୧୯୧ ରନରେ ଅଲଆଉଟ୍ ହେଲା ପାକିସ୍ତାନ । ଟିମ୍ ଇଣ୍ଡିଆକୁ ବିଜୟ ଲକ୍ଷ୍ୟ ୧୯୨ ରନ୍ ।”