ପୋଲିସ ହାତରେ ଲେଡି ଲୁଟେରା । ମାଷ୍ଟରମାଇଣ୍ଡ ଲେଡି କୁଇନ୍ ମୁସ୍କାନକୁ ଗିରଫ କଲା କମିଶନରେଟ୍ ପୋଲିସ

କନକ ବ୍ୟୁରୋ: କମିଶନରେଟ ପୋଲିସ ହାତରେ ନିଶାଦିଆ ଲୁଟେରା ଗ୍ୟାଙ୍ଗ । ମାଷ୍ଟର ମାଇଣ୍ଡ ଲେଡୀ କୁଇନ୍ ମୁସ୍କାନ୍ ଓରଫ ସରିଫା ଖାତୁନକୁ ଗିରଫ କରିଛି ପୋଲିସ୍ । ଗଞ୍ଜାମର କୁଖ୍ୟାତ ଲୁଟେରା ଲଣ୍ଡା ଓ ନୟାଗଡ଼ର ସାନ ଲଣ୍ଡାକୁ ନେଇ ମୁସ୍କାନ ଚଳାଇଥିଲା ଏହି ଗ୍ୟାଙ୍ଗ । ଷ୍ଟେସନ ଓ ବସଷ୍ଟାଣ୍ଡରେ ସକ୍ରିୟ ଥିଲେ ଏହି ଲୁଟେରା ଗ୍ୟାଙ୍ଗ । ଏମାନଙ୍କ ଠାରୁ ବିଭିନ୍ନ ନିଶା ବଟିକା ଜବତ କରିଛି ପୋଲିସ । ଏମାନଙ୍କ ଟାର୍ଗେଟ୍ରେContinue reading “ପୋଲିସ ହାତରେ ଲେଡି ଲୁଟେରା । ମାଷ୍ଟରମାଇଣ୍ଡ ଲେଡି କୁଇନ୍ ମୁସ୍କାନକୁ ଗିରଫ କଲା କମିଶନରେଟ୍ ପୋଲିସ”

ଆବାସ ଯୋଜନାରେ ଘର ତିଆରି ବିଳମ୍ବ । କେନ୍ଦ୍ରମନ୍ତ୍ରୀ କହିଲେ, ୯ ହଜାର ବଦଳରେ ଦୈନିକ ତିଆରି ହେଉଛି ୩୨ ଘର ।

କନକ ବ୍ୟୁରୋ: ଆବାସ ଯୋଜନାରେ ଘର ତିଆରିରେ ବିଳମ୍ବ ଅଭିଯୋଗ । ଦଳୀୟ କାର୍ଯ୍ୟକ୍ରମରେ ସାମିଲ ହୋଇ ଆଠଗଡରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏଭଳି ଅଭିଯୋଗ କରିଛନ୍ତି । ଆବାସ ଯୋଜନାରେ ରାଜ୍ୟରେ ପ୍ରତିଦିନ ୯ ହଜାର ଘର ତିଆରି ହେବା କଥା କିନ୍ତୁ ଏବେ ଦୈନିକ ୩୨ଟି ଘର ତିଆରି ହେଉଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି । ସଂକଳ୍ପ ସମାବେଶରେ ଧର୍ମେନ୍ଦ୍ର କହିଛନ୍ତି, ପୂର୍ବ ୟୁପିଏ ସରକାର ତୁଳନାରେ ମୋଦୀ ସରକାର ଓଡିଶାକୁ ଅଧିକରୁ ଅଧିକContinue reading “ଆବାସ ଯୋଜନାରେ ଘର ତିଆରି ବିଳମ୍ବ । କେନ୍ଦ୍ରମନ୍ତ୍ରୀ କହିଲେ, ୯ ହଜାର ବଦଳରେ ଦୈନିକ ତିଆରି ହେଉଛି ୩୨ ଘର ।”

ପଡିଆ ମଝିରେ କୋହଲି ପିନ୍ଧିଲେ ଭୁଲ୍ ଜର୍ସି । ନିଜ ଭୁଲକୁ ତୁରନ୍ତ ସୁଧାରିଲେ କିଙ୍ଗ୍ କୋହଲି

କନକ ବ୍ୟୁରୋ: ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଚାଲିଛି ଭାରତ-ପାକିସ୍ତାନ ମ୍ୟାଚ୍ । ଯେଉଁଥିରେ ଟସ୍ ଜିତି ପ୍ରଥମେ ବୋଲିଂ କରୁଛି ଭାରତ । ତେବେ ଏହି ମ୍ୟାଚରେ ଟିମ୍ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ପଡିଆ ମଝିରେ ଏକ ମସ୍ତବଡ ଭୁଲ କରିଥିବା ଦେଖିବାକୁ ମିଳିଛି । ପଡିଆ ମଝିରେ ଭୁଲ ଜର୍ସି ପିନ୍ଧି ଖେଳିବାକୁ ଓହ୍ଲାଇଥିଲେ କୋହଲି, ହେଲେ ଏହାପରେ ସେ ତୁରନ୍ତ ନିଜ ଭୁଲ ବୁଝିପାରି ଠିକ୍ ଜର୍ସି ପିନ୍ଧିଛନ୍ତି ।Continue reading “ପଡିଆ ମଝିରେ କୋହଲି ପିନ୍ଧିଲେ ଭୁଲ୍ ଜର୍ସି । ନିଜ ଭୁଲକୁ ତୁରନ୍ତ ସୁଧାରିଲେ କିଙ୍ଗ୍ କୋହଲି”

ସାମୟିକ ଭାବେ ଅଚଳ ରହିଛି ଷ୍ଟେଟବ୍ୟାଙ୍କର ନେଟ୍ ବ୍ୟାଙ୍କିଙ୍ଗ ସେବା । ଶନିବାର ସକାଳ ଠାରୁ ଅଚଳ ଥିବାରୁ ଗ୍ରାହକ ଅସନ୍ତୁଷ୍ଟ

କନକ ବ୍ୟୁରୋ : ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ଗ୍ରାହକମାନେ ଶନିବାର ଦିନ ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ ସେବାରୁ ବଞ୍ଚିତ ହୋଇଛନ୍ତି । ଏନେଇ ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ କାରବାର କରୁଥିବା ଗ୍ରାହକମାନେ ନାହିଁ ନଥିବାର ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ହେଲେ ଷ୍ଟେଟ୍ ବ୍ୟାଙ୍କ ତରଫରୁ ଏନେଇ ପୂର୍ବରୁ ମଧ୍ୟ ସୂଚନା ଦିଆଯାଇଥିଲା । ନିୟନ୍ତ୍ରିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ନେଟ୍ ବ୍ୟାଙ୍କିଙ୍ଗରେ ଏହି ସମସ୍ୟା ଦେଖାଦେଇଥିବା କଥା ବ୍ୟାଙ୍କ ତରଫରୁ ସୂଚନା ଦିଆଯାଇଛି । ଷ୍ଟେଟ୍ ବ୍ୟାଙ୍କ ତରଫରୁContinue reading “ସାମୟିକ ଭାବେ ଅଚଳ ରହିଛି ଷ୍ଟେଟବ୍ୟାଙ୍କର ନେଟ୍ ବ୍ୟାଙ୍କିଙ୍ଗ ସେବା । ଶନିବାର ସକାଳ ଠାରୁ ଅଚଳ ଥିବାରୁ ଗ୍ରାହକ ଅସନ୍ତୁଷ୍ଟ”

ହମାସ କେମିତି ଗଠନ କଲା ନିଜର ମିନି ଆର୍ମି ? କେଉଁ କେଉଁ ଦେଶ ଦେଉଛନ୍ତି ସହାୟତା

ପାଲେଷ୍ଟାଇନର ଆତଙ୍କବାଦୀ ସଂଗଠନ ହମାସ ଦୀର୍ଘ ସମୟ ଧରି ଇସ୍ରାଏଲ ସହିତ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଥିଲା । ସାମରିକ ଅସ୍ତ୍ରଠାରୁ ଆରମ୍ଭ କରି ଇରାନ ପରି ଅନ୍ୟାନ୍ୟ ଦେଶରୁ ଆର୍ଥିକ ସହାୟତା ପର୍ଯ୍ୟନ୍ତ ସବୁକିଛି ପାଉଥିଲା । ଏ ବିଷୟରେ ଏକ ରିପୋର୍ଟ ପ୍ରକାଶ ପାଇଛି ।  ଇସ୍ରାଏଲ ସହିତ ଲଢିବା ପାଇଁ ହାମାସ୍ ଗୁପ୍ତରେ ଏକ ‘ମିନି ଆର୍ମି ମଧ୍ୟ  ପ୍ରସ୍ତୁତ କରିଛି । ସେମାନଙ୍କୁ ଏକ ଗୁପ୍ତ ସ୍ଥାନରେ ତାଲିମ ଦିଆଯାଇଥିଲା ।Continue reading “ହମାସ କେମିତି ଗଠନ କଲା ନିଜର ମିନି ଆର୍ମି ? କେଉଁ କେଉଁ ଦେଶ ଦେଉଛନ୍ତି ସହାୟତା”

ମାହାଙ୍ଗା ଡବଲ ମର୍ଡର ଘଟଣା । ଆସନ୍ତା ୩୧ ତାରିଖରେ ହାଜର ହେବାକୁ ବିଧାୟକ ପ୍ରତାପ ଜେନାଙ୍କୁ ସମନ ।

କନକ ବ୍ୟୁରୋ: ମାହାଙ୍ଗା ଡବଲ ମର୍ଡର ଘଟଣା । ଆସନ୍ତା ୩୧ ତାରିଖରେ ହାଜର ହେବାକୁ ବିଧାୟକ ପ୍ରତାପ ଜେନାଙ୍କୁ ସମନ । ସାଲେପୁର ଜେଏମଏଫସି କୋର୍ଟ ଏହି ସମନ କରିଛନ୍ତି । ସ୍ୱତନ୍ତ୍ର ମେସେଞ୍ଜର ଜରିଆରେ କୋର୍ଟ ବିଧାୟକ ପ୍ରତାପ ଜେନାଙ୍କୁ ଏହି ନୋଟିସ ପଠାଇଛନ୍ତି । ଆଉ ସରକାରୀ ବାସଭବନରେ ବିଧାୟକଙ୍କ କାର୍ଯ୍ୟାଳୟ ତରଫରୁ ନୋଟିସ୍ ଗ୍ରହଣ କରାଯାଇଥିବା ସୂଚନା ରହିଛି । ଡବଲ ମର୍ଡର ଘଟଣାରେ ବିଧାୟକଙ୍କ ସଂପୃକ୍ତି ଥିବା ନେଇ ମୃତକଙ୍କContinue reading “ମାହାଙ୍ଗା ଡବଲ ମର୍ଡର ଘଟଣା । ଆସନ୍ତା ୩୧ ତାରିଖରେ ହାଜର ହେବାକୁ ବିଧାୟକ ପ୍ରତାପ ଜେନାଙ୍କୁ ସମନ ।”

ପାର୍ବଣ ବେଳେ ଟ୍ୱିନ୍ ସିଟିରେ ବଢ଼ୁଛି ରେଭ୍ ପାର୍ଟି । ରାଜ୍ୟ ବାହାରୁ ଯୁବତୀଙ୍କୁ ଆଣି ରଙ୍ଗୀନ ହେଉଛି ପାର୍ଟି । ଜଣେ ବ୍ୟକ୍ତି ଲକ୍ଷାଧିକ ଟଙ୍କା ହରାଇବା ପରେ ସାମନାକୁ ଆସିଲା ମାମଲା ।

କନକ ବ୍ୟୁରୋ: ଭୁବନେଶ୍ୱରରେ ବଢ଼ି ଚାଲିଛି ରେଭ୍ ପାର୍ଟିର ଆୟୋଜନ । ବିଶେଷକରି କଟକ-ଭୁବନେଶ୍ୱର ରୋଡରେ ରେଭ୍ ପାର୍ଟିର ଅଧିକ ଆୟୋଜନ ହେଉଛି । ଭୁବନେଶ୍ୱରର ଏକ ରେଭ୍ ପାର୍ଟିର ବୋଲି କୁହାଯାଉଛି । ଗୀତର ତାଳେ ତାଳେ ନୃତ୍ୟ ପରିବେଷଣ କରୁଛନ୍ତି ଯୁବତୀ । ଆଉ କିଛି ଗ୍ରାହକ ଏହାର ମଜା ଉଠାଉଛନ୍ତି । କୁହାଯାଉଛି, ଏହି ଯୁବତୀମାନଙ୍କୁ ରାଜ୍ୟ ବାହାରୁ ଆଣି ଆୟୋଜକ ରେଭ୍ ପାର୍ଟିର ଆୟୋଜନ କରୁଛନ୍ତି । ଆଉ ରୁମ୍ ଭିତରେContinue reading “ପାର୍ବଣ ବେଳେ ଟ୍ୱିନ୍ ସିଟିରେ ବଢ଼ୁଛି ରେଭ୍ ପାର୍ଟି । ରାଜ୍ୟ ବାହାରୁ ଯୁବତୀଙ୍କୁ ଆଣି ରଙ୍ଗୀନ ହେଉଛି ପାର୍ଟି । ଜଣେ ବ୍ୟକ୍ତି ଲକ୍ଷାଧିକ ଟଙ୍କା ହରାଇବା ପରେ ସାମନାକୁ ଆସିଲା ମାମଲା ।”

ହମାସକୁ ଝଟକା… ଇସ୍ରାଏଲର ଆକ୍ରମଣରେ ନିହତ ହେଲା ମୋଟର ଗ୍ଲାଇଡର୍ସକୁ ନିର୍ଦ୍ଦେଶ ଦେଉଥିବା କମାଣ୍ଡର

କନକ ବ୍ୟୁରୋ: ଇସ୍ରାଏଲ ଓ ପାଲେଷ୍ଟାଇଲ ମଧ୍ୟରେ ଯୁଦ୍ଧକୁ ସପ୍ତାହେ ହେଲାଣି । ଏହା ମଧ୍ୟରେ ଇସ୍ରାଏଲ ସେନାକୁ ମିଳିଛି ଏକ ସଫଳତା । ପ୍ରଥମ ଦିନ ଆକ୍ରମଣରେ ହମାସର ଯେଉଁ କମାଣ୍ଡର ଅବୁ ମୁରାଦଙ୍କ ନିର୍ଦ୍ଦେଶରେ ମୋଟର ପାରାଚୁଟ୍ ଇସ୍ରାଏଲରେ ପଶି ରକ୍ତର ହୋଲି ଖେଳିଥିଲା ତାକୁ ନିପାତ କରିଛି ଇସ୍ରାଏଲ ସେନା । ଅନ୍ତର୍ଜାତୀୟ ଗଣମାଧ୍ୟମରେ ମଧ୍ୟ ଏହା ପ୍ରକାଶ ପାଇଛି । ଏହାସହ ହମାସର ଏକ ମୁଖ୍ୟାଳୟ ଯେଉଁଠାରେ ହମାସ୍ ଆତଙ୍କବାଦୀ ସମୁହContinue reading “ହମାସକୁ ଝଟକା… ଇସ୍ରାଏଲର ଆକ୍ରମଣରେ ନିହତ ହେଲା ମୋଟର ଗ୍ଲାଇଡର୍ସକୁ ନିର୍ଦ୍ଦେଶ ଦେଉଥିବା କମାଣ୍ଡର”

ବାଙ୍କୀ-କଟକ ରାସ୍ତାର ରଣଶଂଖ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା: ପିକ୍ଅପ୍ ଭ୍ୟାନ୍ ଧକ୍କାରେ ଚାଲିଗଲା ୩ ଛାତ୍ରଙ୍କ ଜୀବନ

କନକ ବ୍ୟୁରୋ: ଦୁର୍ଘଟଣାରେ ଚାଲିଗଲା ୩ଛାତ୍ରଙ୍କ ଜୀବନ । ଟ୍ୟୁସନ୍ ସାରି ଘରକୁ ଫେରୁଥିବା ବେଳେ ବାଟରେ ଜଗିବସିଥିଲା ଯମ । ଆଉ ପିକ୍ଅପ୍ ଭ୍ୟାନ୍ ଧକ୍କାରେ ଲିଭିଗଲା ୩ ଛାତ୍ରଙ୍କ ଜୀବନ ଦୀପ । କଟକ ବାଙ୍କୀ ଅଂଚଳରୁ ଆସିଛି ଏଭଳି ଏକ ଦୁଃଖଦ ଖବର । ବାଙ୍କୀ-କଟକ ରାସ୍ତାର ରଣଶଂଖ ନିକଟରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ପ୍ରଥମେ ଦୁଇଜଣ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣଙ୍କୁ ମେଡ଼ିକାଲରେ ଭର୍ତି କରାଯାଇଥିଲାContinue reading “ବାଙ୍କୀ-କଟକ ରାସ୍ତାର ରଣଶଂଖ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା: ପିକ୍ଅପ୍ ଭ୍ୟାନ୍ ଧକ୍କାରେ ଚାଲିଗଲା ୩ ଛାତ୍ରଙ୍କ ଜୀବନ”

ଭାରତ-ପାକିସ୍ତାନ ମହା ମୁକାବିଲା: ଟସ ଜିତି ଭାରତର ବୋଲିଂ ନିଷ୍ପତ୍ତି, ବ୍ୟାଟିଂ କରିବ ପାକିସ୍ତାନ 

କନକ ବ୍ୟୁରୋ: ଆଜି ଭାରତ ପାକିସ୍ତାନ ମଧ୍ୟରେ ହାଇଭୋଲ୍ଟେଜ ମ୍ୟାଚ । ଆଜିର ମ୍ୟାଚରେ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି ଭାରତ । ତେଣୁ ପ୍ରଥମେ ବ୍ୟାଟିଂ କରିବ ପାକିସ୍ତାନ । ଭାରତୀୟ ଟିମରେ ଗୋଟିଏ ପରିବର୍ତ୍ତନ ହୋଇଛି । ଦଳରେ ଶୁଭମନ ଗିଲ ସାମିଲ ହୋଇଛନ୍ତି, ଇଶାନ କିଷାନଙ୍କୁ ଆଜିର ମ୍ୟାଚରୁ ବାଦ ଦିଆଯାଇଛି । ତେବେ ଆଜିର ମ୍ୟାଚ ଉଭୟ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ରହିବ । କାରଣ ବିଶ୍ୱକପରେ ଦୁଇContinue reading “ଭାରତ-ପାକିସ୍ତାନ ମହା ମୁକାବିଲା: ଟସ ଜିତି ଭାରତର ବୋଲିଂ ନିଷ୍ପତ୍ତି, ବ୍ୟାଟିଂ କରିବ ପାକିସ୍ତାନ “

Design a site like this with WordPress.com
Get started