କନକ ବ୍ୟୁରୋ : ଆହୁରି ସପ୍ତାହେ ଯାଏଁ ଅସହ୍ୟ ତାତି । ୧୯ କିମ୍ବା ୨୦ ତାରିଖ ବେଳକୁ ସୃଷ୍ଟି ହୋଇପାରେ ଘୂର୍ଣ୍ଣିବଳୟ । ବଙ୍ଗୋପସାଗର ଓ ଆରବସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା ରହିଛି । ଏହାର ପ୍ରଭାବରେ ଗରମର ପ୍ରକୋପ କମିବ । ହେଲେ ଦଶହରା ପୂଜା ବେଳକୁ ବର୍ଷା ଆଶଙ୍କା କମ୍ ରହିଛି । ଏବେ ରାଜ୍ୟରେ ଅସହ୍ୟ ଗରମ ଅନୁଭୂତ ହେଉଛି । ଅନେକ ସହରର ତାପମାତ୍ରା ୩୫ ଡିଗ୍ରୀ ଉପରେContinue reading “ତତଲା ଅକ୍ଟୋବରରେ ଅସ୍ତବ୍ୟସ୍ତ ଜନଜୀବନ : ଆହୁରି ସପ୍ତାହ ଯାଏଁ ମିଳିବନି ନିସ୍ତାର; ୧୯ ତାରିଖ ବେଳକୁ ସୃଷ୍ଟି ହୋଇପାରେ ଘୂର୍ଣ୍ଣିବଳୟ”
Tag Archives: News
ଶ୍ରୀମନ୍ଦିରରେ ଭକ୍ତଙ୍କ ପାଇଁ ଡ୍ରେସ୍ କଟକଣା : ସମସ୍ତ ସେବାୟତ ନିଯୋଗ ଓ ହୋଟେଲ ଆସୋସିଏସନକୁ ଶ୍ରୀମନ୍ଦିର ପ୍ରଶାସନର ଚିଠି
କନକ ବ୍ୟୁରୋ : ଶ୍ରୀମନ୍ଦିରରେ ଭକ୍ତଙ୍କ ପାଇଁ ଡ୍ରେସ୍ କଟକଣା ନେଇ ସମସ୍ତ ସେବାୟତ ନିଯୋଗ ଓ ହୋଟେଲ ଆସୋସିଏସନକୁ ଚିଠି ଲେଖିଛି ଶ୍ରୀମନ୍ଦିର ପ୍ରଶାସନ । ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତମାନେ କିପରି ଡ୍ରେସ୍ ପିନ୍ଧିବେ ସେନେଇ ସଚେତନ କରିବାକୁ ଚିଠିରେ କୁହାଯାଇଛି । ପ୍ରଶାସନ ପକ୍ଷରୁ ଲେଖାଯାଇଥିବା ଚିଠିରେ କୁହାଯାଇଛି, ସେବାୟତମାନେ ବହୁ କାଳରୁ ଶ୍ରୀଜଗନ୍ନାଥ ସଂସ୍କୃତି ଓ ମହିମାର ପ୍ରଚାର ପ୍ରସାର କରି ଆସୁଛନ୍ତି । ଦୂରଦୂରାନ୍ତରୁ ଆସୁଥିବା ଭକ୍ତ ସେମାନଙ୍କ ମାଧ୍ୟମରେ ମହାପ୍ରଭୁଙ୍କContinue reading “ଶ୍ରୀମନ୍ଦିରରେ ଭକ୍ତଙ୍କ ପାଇଁ ଡ୍ରେସ୍ କଟକଣା : ସମସ୍ତ ସେବାୟତ ନିଯୋଗ ଓ ହୋଟେଲ ଆସୋସିଏସନକୁ ଶ୍ରୀମନ୍ଦିର ପ୍ରଶାସନର ଚିଠି”
ଇସ୍ରାଏଲ ଆରମ୍ଭ ମାତ୍ର, ପୁରା ଦୁନିଆ ଉପରେ ଆମର ରାଜୁତି ହେବ’: ଭିଡିଓ ଜାରି କରି ଚେତାବନୀ ଦେଲା ହମାସ୍ କମାଣ୍ଡର ମହମୁଦ୍ ଅଲ୍ ଜହର ।
କନକ ବ୍ୟୁରୋ: ଇସ୍ରାଏଲ ଓ ପାଲେଷ୍ଟାଇନ୍ ଚରମପନ୍ଥୀ ସଙ୍ଗଠନ ହମାସ୍ ମଧ୍ୟରେ ଲଢେଇରେ ଉଭୟ ପକ୍ଷର ପାଖାପାଖି ୪୦୦୦ରୁ ଅଧିକ ଲୋକ ପ୍ରାଣ ହରାଇଲେଣି । ଗାଜା ପଟ୍ଟିର ଅଧକାଂଶ ଇଲାକା ଶ୍ମଶାନ ଭଳି ହୋଇଗଲାଣି । ଏହି ସମୟରେ ଏକ ଚେତାବନୀପୂର୍ଣ୍ଣ ଭିଡିଓ ଜାରି କରିଛି ହମାସ୍ ମୁଖ୍ୟ କମାଣ୍ଡର ମହମ୍ମଦ ଅଲ ଜହିର୍ । ୨୦୨୨ ଡିସେମ୍ବରରେ ଏକ ଅନ୍ତର୍ଜାତୀୟ ଗଣମାଧ୍ୟମ ଦ୍ୱାରା ଅନୁବାଦିତ ଓ ପ୍ରକାଶିତ ଭିଡିଓରେ ଅଲ୍ ଜହିର କହିଥିଲା ଯେ,Continue reading “ଇସ୍ରାଏଲ ଆରମ୍ଭ ମାତ୍ର, ପୁରା ଦୁନିଆ ଉପରେ ଆମର ରାଜୁତି ହେବ’: ଭିଡିଓ ଜାରି କରି ଚେତାବନୀ ଦେଲା ହମାସ୍ କମାଣ୍ଡର ମହମୁଦ୍ ଅଲ୍ ଜହର ।”
ଓଡ଼ିଶାରେ ଡାକ୍ତର ଅଭାବ : ମାଳମାଳ ପଦବୀ ଖାଲି; ନିୟମିତ ବିଜ୍ଞପ୍ତି ବାହାରୁଥିଲେ ବି ଚାକିରି ପାଇଁ କରୁନାହାଁନ୍ତି ଆବେଦନ
କନକ ବ୍ୟୁରୋ : ଓଡ଼ିଶାରେ ମିଳୁନାହାନ୍ତି ଡାକ୍ତର । ଖାଲି ପଡୁଛି ଡାକ୍ତର ପଦବୀ । ହାଇକୋର୍ଟରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏପରି ସତ୍ୟପାଠ ଦିଆଯାଇଛି । ସତ୍ୟପାଠ ଅନୁସାରେ ରାଜ୍ୟରେ ଖାଲି ପଡ଼ିଥିବା ଡାକ୍ତର ପଦବୀ ପୁରଣ ପାଇଁ ନିୟମିତ ବିଜ୍ଞପ୍ତି ପ୍ରକାଶ ପାଉଛି । ହେଲେ ପଦବୀ ସଂଖ୍ୟାର ଅଧା ବି ଆବେଦନ ମିଳୁନାହିଁ । ସ୍ୱାସ୍ଥ୍ୟ ବିଭାଗର ଯୁଗ୍ମ ସଚିବ ଦାଖଲ କରିଥିବା ସତ୍ୟପାଠ ଅନୁସାରେ ରାଜ୍ୟ ସରକାରContinue reading “ଓଡ଼ିଶାରେ ଡାକ୍ତର ଅଭାବ : ମାଳମାଳ ପଦବୀ ଖାଲି; ନିୟମିତ ବିଜ୍ଞପ୍ତି ବାହାରୁଥିଲେ ବି ଚାକିରି ପାଇଁ କରୁନାହାଁନ୍ତି ଆବେଦନ”
ଶବ ସତ୍କାର ପାଇଁ ପୋଲିସ ନେଲା ୮ ହଜାର : ୬ଦିନ ସ୍ୱାମୀର ଶବ ସହ ଅଟକ ରହିଲେ ସ୍ତ୍ରୀ ଓ ପୁଅ
କନକ ବ୍ୟୁରୋ : ମରିଯାଉଛି ମାନବିକତା । ଶବ ସତ୍କାର ପାଇଁ ୮ହଜାର ଟଙ୍କା ନେଲା ପୋଲିସ । ୬ଦିନ ସ୍ୱାମୀର ଶବ ସହ ଅଟକ ରହିଲେ ସ୍ତ୍ରୀ ଓ ପୁଅ । ତାମିଲନାଡୁର ଜୋଲାରପେଟ୍ଟାରୁ ଏଭଳି ଏକ କରୁଣ କାହାଣୀ ସାମ୍ନାକୁ ଆସିଛି । ସୁନ୍ଦରଗଡ ସବଡେଗା ବ୍ଲକ ଫଗୁଆପଡ଼ାର ମନୋରଞ୍ଜନ ନାଏକ ଗତ ୬ତାରିଖରେ ନିଜ ପତ୍ନୀ ମୁନୁମତି ଓ ପୁଅ ବିଶାଳ ସହ କୋଏମ୍ବାଟୁର ଚା’ ବଗିଚାକୁ ଦାଦନ ଖଟିବାକୁ ଟ୍ରେନରେ ଯାତ୍ରାContinue reading “ଶବ ସତ୍କାର ପାଇଁ ପୋଲିସ ନେଲା ୮ ହଜାର : ୬ଦିନ ସ୍ୱାମୀର ଶବ ସହ ଅଟକ ରହିଲେ ସ୍ତ୍ରୀ ଓ ପୁଅ”
ହମାସର ଆକ୍ରମଣରେ Ghost town ପାଲଟିଛି ଇସ୍ରାଏଲର ଆସ୍କେଲନ୍ ସହର । ଚାରିଆଡେ କେବଳ ନୀରବତା
କନକ ବ୍ୟୁରୋ: ୬ ଦିନ ପୂର୍ବରୁ ଅର୍ଥାତ୍ ଅକ୍ଟୋବର ୭ ତାରିଖରେ ଅତର୍କିତ ଭାବେ ଇସ୍ରାଏଲ ଉପରେ ଆକମ୍ରଣ କଲା ପାଲେଷ୍ଟାଇନ ଆତଙ୍କବାଦୀ ସଙ୍ଗଠନ ହମାସ୍ । ମାତ୍ର ଅଧଘଣ୍ଟାରେ ବର୍ଷାଇଲା ୫ ହଜାର ରକେଟ୍ । ଏହାପରେ ଯୁଦ୍ଧ ଘୋଷଣା କଲା ଇସ୍ରାଏଲ ।ଏହି ଯୁଦ୍ଧରେ ଇସ୍ରାଏଲର ପାଖାପାଖି ୧୨୦୦ ନାଗରିକ ପ୍ରାଣ ହରାଇଥିବାବେଳେ ପାଲେଷ୍ଟାଇନ ଗାଜା ପଟ୍ଟିର ପାଖାପାଖି ୯୦୦ ଲୋକଙ୍କର ମୃତ୍ୟୁ ହୋଇଛି । ଗୋଟେପଟେ ଇସ୍ରାଏଲ ଲଗାତାର ହମାସର ଠିକଣାଗୁଡିକ ଉପରେContinue reading “ହମାସର ଆକ୍ରମଣରେ Ghost town ପାଲଟିଛି ଇସ୍ରାଏଲର ଆସ୍କେଲନ୍ ସହର । ଚାରିଆଡେ କେବଳ ନୀରବତା”
ଚେନ୍ନାଇର ଗଳି କନ୍ଦିରେ ଲାଗୁଛି ଓଡ଼ିଆ ଶ୍ରମିକଙ୍କ ଶ୍ରମିକ ହାଟ : ୧୨୦୦ କିମି ଦୂରରେ ବିଭିନ୍ନ କମ୍ପାନୀରେ ଲାଗୁଛନ୍ତି ମୂଲ
କନକ ବ୍ୟୁରୋ : ତାମିଲନାଡୁ ରାଜଧାନୀ ଚେନ୍ନାଇର ଗଳି କନ୍ଦିରେ ଲାଗୁଛି ଓଡ଼ିଆ ଶ୍ରମିକଙ୍କ ଶ୍ରମିକ ହାଟ । ରାତି ପାହିଲେ କିଏ କେଉଁ କାରଖାନାକୁ ଯିବେ ଜୀବନ ଜୀବିକା ପାଇଁ ତାହା ନିଷ୍ପତ୍ତି ନିଅନ୍ତି ଓଡ଼ିଆ ଯୁବକମାନେ । ସ୍ଥାନୀୟ ଯୁବକଙ୍କୁ ଏଠି ପ୍ରାଥମିକତା ମିଳେ, ଅଧିକ ବେତନରେ କର୍ମ ନିଯୁକ୍ତି ଦେଉଛନ୍ତି ତାମିଲନାଡୁର ପ୍ରଶାସନ ଓ କାରଖାନା ମାଲିକ । ସ୍ୱଳ୍ପ ବେତନରେ ଓଡ଼ିଆ ଯୁବକମାନେ ଇଚ୍ଛା ନଥିଲେ ବି ପରିବାର ଗୁଜରାଣ ପାଇଁContinue reading “ଚେନ୍ନାଇର ଗଳି କନ୍ଦିରେ ଲାଗୁଛି ଓଡ଼ିଆ ଶ୍ରମିକଙ୍କ ଶ୍ରମିକ ହାଟ : ୧୨୦୦ କିମି ଦୂରରେ ବିଭିନ୍ନ କମ୍ପାନୀରେ ଲାଗୁଛନ୍ତି ମୂଲ”
ଚିଲିକାର ଡଙ୍ଗାରେ ମହାପ୍ରଭୁଙ୍କ ରଥ ଚକାର ଶୋଭାଯାତ୍ରା : ଜୟ ଜଗନ୍ନାଥ ଧ୍ୱନିରେ ପ୍ରକମ୍ପିତ ହେଲା ପରିବେଶ
କନକ ବ୍ୟୁରୋ : ଚିଲିକାର ଡଙ୍ଗାରେ ମହାପ୍ରଭୁଙ୍କ ରଥ ଚକାର ଶୋଭାଯାତ୍ରା । ଚିଲିକା ମଝିରେ ଜୟ ଜଗନ୍ନାଥ ଧ୍ୱନିରେ ପ୍ରକମ୍ପିତ ହୋଇ ଉଠିଥିଲା ପରିବେଶ । ଘଣ୍ଟ ଧ୍ୱନି, ହରି ବୋଲ, ହୁଳହୁଳିରେ ଫାଟି ପଡିଥିଲା ଚିଲିକା । ଜଗନ୍ନାଥ ସଂସ୍କୃତି ସହ ଜଡିତ ଚିଲିକାର ଚକାନାସୀ ତଥା ସାଗର ଶ୍ରୀକ୍ଷେତ୍ରକୁ ପହଞ୍ଚିଛି ରଥଚକା । ୧୯୧୬ ମସିହାରେ କଲ୍ୟାଣମଲ ଆକ୍ରମଣବେଳେ ଚିଲିକାର ଟାପୁରେ ଥିବା ଚକାନାସୀକୁ ମହାପ୍ରଭୁ ଶ୍ରୀଜଗନ୍ନାଥ ଆତ୍ମଗୋପନ କରିଥିଲେ । ସେହିContinue reading “ଚିଲିକାର ଡଙ୍ଗାରେ ମହାପ୍ରଭୁଙ୍କ ରଥ ଚକାର ଶୋଭାଯାତ୍ରା : ଜୟ ଜଗନ୍ନାଥ ଧ୍ୱନିରେ ପ୍ରକମ୍ପିତ ହେଲା ପରିବେଶ”
କଟକ ଫାଷ୍ଟଫୁଡ ଦୋକାନକୁ ଯାଇ ବୈରାଗୀଙ୍କୁ ଭେଟିଲେ ସିଦ୍ଧାନ୍ତ ମହାପାତ୍ର : ଅନେକ ଫିଲ୍ମରେ ସିଦ୍ଧାନ୍ତଙ୍କ ସହ ୯୦ ଦଶକରେ କାମ କରିଥିଲେ ବୈରାଗୀ
କନକ ବ୍ୟୁରୋ : ନିଜ କୋ-ଡ୍ୟାନ୍ସର ବୈରାଗୀ ସେଠୀକୁ ଭେଟିଛନ୍ତି ଅଭିନେତା ସିଦ୍ଧାନ୍ତ ମହାପାତ୍ର । ସୋସିଆଲ ମିଡିଆରେ ବୈରାଗୀଙ୍କ ଦୁଃଖ କାହାଣୀ ଦେଖି ସିଦ୍ଧାନ୍ତ ଆସି ପହଞ୍ଚିଥିଲେ ବୈରାଗୀଙ୍କ କଟକ ଫାଷ୍ଟଫୁଡ ଦୋକାନରେ । ସିଦ୍ଧାନ୍ତ ମହାପାତ୍ରଙ୍କୁ ପାଖରେ ଦେଖି ବୈରାଗୀ ଦୌଡି ଆସି ଭାବବିହ୍ୱଳ ହୋଇପଡିଥିଲେ । ସିଦ୍ଧାନ୍ତ ବି ବୈରାଗୀଙ୍କୁ କୁଣ୍ଢାଇ ପକାଇଥିଲେ । ପରେ ମୁନ୍ନା ଭାଇ ତାଙ୍କୁ କିଛି ଉପହାର ଦେଇଥିଲେ । ଏବେ ମଧ୍ୟ ଦରକାର ପଡିଲେ ସେContinue reading “କଟକ ଫାଷ୍ଟଫୁଡ ଦୋକାନକୁ ଯାଇ ବୈରାଗୀଙ୍କୁ ଭେଟିଲେ ସିଦ୍ଧାନ୍ତ ମହାପାତ୍ର : ଅନେକ ଫିଲ୍ମରେ ସିଦ୍ଧାନ୍ତଙ୍କ ସହ ୯୦ ଦଶକରେ କାମ କରିଥିଲେ ବୈରାଗୀ”
ଲାଞ୍ଚ ନେଉଥିଲେ ସରକାରୀ ବାବୁ, ମାଡି ବସିଲା ସିବିଆଇ : ଏମିନେନ୍ସ ସିପିଂ ଏଜେଣ୍ଟଠାରୁ ନେଉଥିଲେ ୫୦ହଜାର ଟଙ୍କା ଲାଞ୍ଚ
କନକ ବ୍ୟୁରୋ : ସିବିଆଇ ହାତରେ ଧରା ପଡିଲେ ଡାକ୍ତର । ଏମିନେନ୍ସ ସିପିଂ ଏଜେଂଟଠାରୁ ୫୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଛନ୍ତି ପାରାଦୀପ ସ୍ୱାସ୍ଥ୍ୟ ସଂଗଠନ ଅଧିକାରୀ ଡାକ୍ତର ରାଜେନ୍ଦ୍ର ନାରାୟଣ ପାଣିଗ୍ରାହୀ । ରାତି ସାରା ପାରାଦୀପ ଅଫିସ୍ ସମେତ, ବାଲେଶ୍ୱରରେ ଥିବା ପୈତୃକ ଘର ଓ କଟକରେ ଥିବା ଘରେ ଚଢାଉ କରିଛି ସିବିଆଇ । ଚଢାଉ ବେଳେ କୋଟିଏରୁ ଅଧିକ ଟଙ୍କା ସହ ବିଦେଶୀ ମୁଦ୍ରା, ବିଦେଶୀ ମଦ, ଦାମୀContinue reading “ଲାଞ୍ଚ ନେଉଥିଲେ ସରକାରୀ ବାବୁ, ମାଡି ବସିଲା ସିବିଆଇ : ଏମିନେନ୍ସ ସିପିଂ ଏଜେଣ୍ଟଠାରୁ ନେଉଥିଲେ ୫୦ହଜାର ଟଙ୍କା ଲାଞ୍ଚ”