ସିରିୟାର ଦୁଇ ବିମାନବନ୍ଦର ଉପରେ ଇସ୍ରାଏଲର ଆକ୍ରମଣ, ପୁରା ରନୱେ ଛାରଖାର

କନକ ବ୍ୟୁରୋ: ସିରିୟାର ୨ଟି ଅନ୍ତର୍ଜାତୀୟ ବିମାନବନ୍ଦର ଉପରେ ଆଜି ଇସ୍ରାଏଲ ଆକ୍ରମଣ କରିଛି। ସିରିୟାର ଡାମାସ୍କସ୍‌ ଏବଂ ଆଲେପ୍ପୋରେ ଥିବା ୨ଟି ପ୍ରମୁଖ ବିମାନବନ୍ଦରରେ ଇସ୍ରାଏଲର କ୍ଷେପଣାସ୍ତ୍ର ମାଡ଼ ଇସ୍ରାଏଲ-ହମାସ ଯୁଦ୍ଧକୁ ନୂଆମୋଡ଼ ଦେଇଛି। ସିରିୟା ରାଷ୍ଟ୍ରାୟତ ଟିଭି ଚ୍ୟାନେଲ୍‌ ପକ୍ଷରୁ କୁହାଯାଇଛି ଯେ ଇସ୍ରାଏଲ ବାୟୁସେନାର୪ଟି ବୋମାବର୍ଷୀ ବିମାନ ଉଭୟ ବିମାନବନ୍ଦର ଉପରେ ଏକକାଳୀନ ଆକ୍ରମଣ କରିଛି। ରିପୋର୍ଟରେ ଏହା କୁହାଯାଇଛି ‌ଯେ ସିରିୟା ବିମାନବନ୍ଦରରେ ଇସ୍ରାଏଲ ବିମାନ ଆକ୍ରମଣ କରି ରନ୍‌ୱେକୁ ଛାରଖାରContinue reading “ସିରିୟାର ଦୁଇ ବିମାନବନ୍ଦର ଉପରେ ଇସ୍ରାଏଲର ଆକ୍ରମଣ, ପୁରା ରନୱେ ଛାରଖାର”

ଗର୍ଭପାତ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ବଡ ରାୟ : ୨୬ ସପ୍ତାହ ହୋଇଥିବା ବେଳେ ଗର୍ଭପାତ ଅନୁମତି ମାଗିଥିଲେ ମହିଳା

କନକ ବ୍ୟୁରୋ : ୨୬ସପ୍ତାହର ଗର୍ଭ ଶେଷ କରିବା ମାମଲାରେ ସୁପ୍ରିମକୋର୍ଟଙ୍କ ବଡ ରାୟ । ଗୁରୁବାର ଏକ ଆବେଦନ ଉପରେ ଶୁଣାଣୀ କରି କୋର୍ଟ କହିଛନ୍ତି କୌଣସି ଭ୍ରୁଣ ହତ୍ୟା କରିବାକୁ ଅନୁମତି ଦେବା ସପକ୍ଷରେ ନାହାଁନ୍ତି । କୋର୍ଟ କହିଛନ୍ତି ଭ୍ରୁଣର ଅଧିକାର ଓ ମାର ଅଧିକାର ସୁରକ୍ଷା ମଧ୍ୟରେ ସନ୍ତୁଳନ ରକ୍ଷା କରିବାର ଆବଶ୍ୟକତା ରହିଛି । ମୁଖ୍ୟ ବିଚାରପତି ଡିୱାଇ ଚନ୍ଦ୍ରଚୁଡ, ଜଷ୍ଟିସ ଜେବି ପାରଦୀୱାଲା, ମନୋଜ ମିଶ୍ରଙ୍କ ଦ୍ୱାରା ଗଠିତContinue reading “ଗର୍ଭପାତ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ବଡ ରାୟ : ୨୬ ସପ୍ତାହ ହୋଇଥିବା ବେଳେ ଗର୍ଭପାତ ଅନୁମତି ମାଗିଥିଲେ ମହିଳା”

ଗଭୀର ଗାତରେ ଫସିଲା ଗାଈ, ଉଦ୍ଧାର କଲେ ଆଇନଜୀବୀ : ଚନ୍ଦକା ଅଞ୍ଚଳର ଭୋଳା ଗାଁର ଦୃଶ୍ୟ

କନକ ବ୍ୟୁରୋ : ଗଭୀର ଗାତରେ ଫସିଲା ଗାଈ, ଉଦ୍ଧାର କଲେ ଆଇନଜୀବୀ । ଭୁବନେଶ୍ୱର ଉପକଣ୍ଠ ଚନ୍ଦକା ଅଞ୍ଚଳରୁ ଭୋଳା ଗାଁରେ ଦେଖିବାକୁ ମିଳିଥିବା ଅଭାବନୀୟ ଦୃଶ୍ୟ । ଏକ ଘରର ଅଣ୍ଡରଗ୍ରାଉଣ୍ଡ କାର୍ଯ୍ୟ ନିର୍ମାଣ ଚାଲିଥିବା ବେଳେ, ସେହି ବାଟ ଦେଇ ଏକ ଗାଈ ଯାଉଥିବା ବେଳେ ଏହି ଗାତ ଭିତରେ ପଡିଯାଇଥିଲା । ସେହି ବାଟ ଦେଇ ଆଇନଜୀବୀ ଅଙ୍କିତା ଗଙ୍ଗଦେବ ଯାଉଥିବା ବେଳେ ଏହି ଦୃଶ୍ୟକୁ ଦେଖିଥିଲେ । ଏହି ଗାତContinue reading “ଗଭୀର ଗାତରେ ଫସିଲା ଗାଈ, ଉଦ୍ଧାର କଲେ ଆଇନଜୀବୀ : ଚନ୍ଦକା ଅଞ୍ଚଳର ଭୋଳା ଗାଁର ଦୃଶ୍ୟ”

ବିଶ୍ୱକପରେ ଅଷ୍ଟ୍ରେଲିଆର କ୍ରମାଗତ ଦ୍ୱିତୀୟ ପରାଜୟ : ୫ଥରର ବିଜେତା ଦଳକୁ ୧୩୪ ରନରେ ହରାଇଲା ଦକ୍ଷିଣ ଆଫ୍ରିକା; ଆଜି ବାଂଲାଦେଶକୁ ଭେଟିବ ନ୍ୟୁଜିଲାଣ୍ଡ

କନକ ବ୍ୟୁରୋ : ପୁଣି ହାରିଲା ଅଷ୍ଟ୍ରେଲିଆ । ପ୍ରଥମ ମ୍ୟାଚରେ ଭାରତ ଠାରୁ । ଆଉ ଦ୍ୱିତୀୟ ମୁକାବିଲାରେ ଦକ୍ଷିଣ ଆଫ୍ରିକା ଠାରୁ ୧୩୪ ରନର ବଡ଼ ବ୍ୟବଧାନରେ ପରାସ୍ତ ହୋଇଛି ଅଷ୍ଟ୍ରେଲିଆ । ଲଗାତର ଦୁଇଟି ପରାଜୟ ସହ ବିଶ୍ୱକପ୍ ପଏଂଟ ଟେବୁଲର ନବମ ସ୍ଥାନକୁ ଖସି ଆସିଛି ୫ଥରର ବିଜେତା କଙ୍ଗାରୁ ଦଳ । ଲକ୍ଷ୍ନୌରେ ଖେଳାଯାଇଥିବା ମ୍ୟାଚରେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେବା ଅଷ୍ଟ୍ରେଲିଆକୁ ମହଙ୍ଗା ପଡ଼ିଥିଲା । ଦକ୍ଷିଣContinue reading “ବିଶ୍ୱକପରେ ଅଷ୍ଟ୍ରେଲିଆର କ୍ରମାଗତ ଦ୍ୱିତୀୟ ପରାଜୟ : ୫ଥରର ବିଜେତା ଦଳକୁ ୧୩୪ ରନରେ ହରାଇଲା ଦକ୍ଷିଣ ଆଫ୍ରିକା; ଆଜି ବାଂଲାଦେଶକୁ ଭେଟିବ ନ୍ୟୁଜିଲାଣ୍ଡ”

ଅନଲାଇନ୍ ଲୋନ୍ ଆପ୍ ଠକେଇ ନେଉଛି ଜୀବନ : ଗଲାଣି ୬୦ ଜୀବନ; କେମିତି ହୁଏ ଦୁର୍ନୀତି, ପୂରା କାହାଣୀ କହିଲେ ଭୁବନେଶ୍ୱରର ଯୁବକ

କନକ ବ୍ୟୁରୋ : ଅନଲାଇନ୍ ଲୋନ୍ ଆପ୍ ଠକେଇ ନେଉଛି ଜୀବନ । ଏହାରି ଭିତରେ ପାଖାପାଖି ୬୦ ଜଣଙ୍କ ଜୀବନ ଗଲାଣି । ବିବିସି ପକ୍ଷରୁ ଏହି ଲୋନ ଆପ୍ ଦୁର୍ନୀତି ସମ୍ପର୍କରେ ଏକ ଅନୁସଦ୍ଧାନଧର୍ମୀ ରିପୋର୍ଟ ପ୍ରକାଶ କରାଯାଇଛି । ଏହି ଦୁର୍ନୀତିର ନାଁ ହେଉଛି- ଇନଷ୍ଟାଣ୍ଡ ଲୋନ୍ ଆପ୍ ସ୍କାମ୍ । ଅର୍ଥାତ୍ ସହଜରେ ଅନ୍ଲାଇନ ଜରିଆରେ ମିଳିଯାଉଥିବା ଋଣ ଦୁର୍ନୀତି । ଏହି ଦୁର୍ନୀତିର ଖୁଲାସା ସେତେବେଳେ ସାମ୍ନାକୁ ଆସିଛି, ଯେତେବେଳେContinue reading “ଅନଲାଇନ୍ ଲୋନ୍ ଆପ୍ ଠକେଇ ନେଉଛି ଜୀବନ : ଗଲାଣି ୬୦ ଜୀବନ; କେମିତି ହୁଏ ଦୁର୍ନୀତି, ପୂରା କାହାଣୀ କହିଲେ ଭୁବନେଶ୍ୱରର ଯୁବକ”

ଗୋରୁ ବୋଝେଇ ଟ୍ରଲର ଦୁର୍ଘଟଣା : ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି; କିଛି ଗୋରୁଙ୍କ ମୃତ୍ୟୁ ସୂଚନା

କନକ ବ୍ୟୁରୋ : ସମ୍ବଲପୁରରେ ମର୍ମନ୍ତୁଦ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୪ରେ ପହଞ୍ଚିଛି । ଚିକିତ୍ସାଧୀନ ଅବସ୍ଥାରେ ମେଡିକାଲରେ ଆଉ ଜଣଙ୍କ ମୃତ୍ୟୁ ହୋଇଛି । ଗୁରୁବାର ବିଳମ୍ବିତ ରାତିରେ ସମ୍ବଲପୁର- ବୁର୍ଲା ଥାନା ଅନ୍ତର୍ଗତ ଜାତୀୟ ରାଜପଥ କଟାପାଲିଠାରେ ଗୋରୁ ବୋଝେଇ ଟ୍ରେଲର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ହୋଇଥିଲା । ତେବେ ଡ୍ରାଇଭର ଜଣକ ଗୁୁରୁତର ଆହତ ହୋଇଥିଲେ । ବୁର୍ଲା ପୋଲିସ ଓ ଅଗ୍ନିଶମ ବାହିନୀ ତାଙ୍କୁ ଉଦ୍ଧାରContinue reading “ଗୋରୁ ବୋଝେଇ ଟ୍ରଲର ଦୁର୍ଘଟଣା : ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି; କିଛି ଗୋରୁଙ୍କ ମୃତ୍ୟୁ ସୂଚନା”

ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ବଢ଼ିଲା ସୁରକ୍ଷା : ‘Y’ ବଦଳରେ ମିଳିବ ‘Z’ ଶ୍ରେଣୀ ସୁରକ୍ଷା; ସୁରକ୍ଷା ଦାୟିତ୍ୱରେ ରହିବେ ୧୪ରୁ ୧୫ ଜଣ ସଶସ୍ତ୍ର କମାଣ୍ଡୋ

କନକ ବ୍ୟୁରୋ : ବଢ଼ିଲା ଜୟଶଙ୍କର ସୁରକ୍ଷା । ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କରଙ୍କୁ ୱାଇ ବଦଳରେ ଜେଡ୍ ଶ୍ରେଣୀର ସୁରକ୍ଷା ଦିଆଯିବ । ଏହି ବଡ଼ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ଆଇବି ଗୁଇନ୍ଦା ରିପୋର୍ଟ ଅନୁସାରେ, ଜୟଶଙ୍କରଙ୍କ ପ୍ରତି ବିପଦ ଥିବାରୁ ତାଙ୍କର ସୁରକ୍ଷାକୁ ବଢ଼ାଇ ଦିଆଯାଇଛି । ଏହା ପୂର୍ବରୁ ବୈଦେଶିକ ମନ୍ତ୍ରୀଙ୍କୁ ଦିଲ୍ଲୀ ପୋଲିସର କମାଣ୍ଡୋ ଦ୍ୱାରା ୱାଇ ଶ୍ରେଣୀ ସୁରକ୍ଷା ଯୋଗାଇ ଦିଆଯାଉଥିଲା । ନିକଟରେ ଗୃହ ମନ୍ତ୍ରାଳୟରContinue reading “ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ବଢ଼ିଲା ସୁରକ୍ଷା : ‘Y’ ବଦଳରେ ମିଳିବ ‘Z’ ଶ୍ରେଣୀ ସୁରକ୍ଷା; ସୁରକ୍ଷା ଦାୟିତ୍ୱରେ ରହିବେ ୧୪ରୁ ୧୫ ଜଣ ସଶସ୍ତ୍ର କମାଣ୍ଡୋ”

ପୁରୀ ଦେଖିବ କି ବଡ଼ ଲଢ଼େଇ ? ପ୍ରଚାର ମଇଦାନରେ ମୁହାଁମୁହିଁ ହେବେ କି ନବୀନ-ମୋଦୀ ? ରାମକୃଷ୍ଣ ଓ ଜୟନ୍ତଙ୍କ ବୟାନ ପରେ ବଢ଼ିଲା ଚର୍ଚ୍ଚା

କନକ ବ୍ୟୁରୋ : ପୁରୀ ଦେଖିବ କି ବଡ଼ ଲଢ଼େଇ ? ବରିଷ୍ଠ ସେବାୟତ ରାମକୃଷ୍ଣ ଦାସ ମହାପାତ୍ର ଓ ବିଜେପି ବିଧାୟକ ଜୟନ୍ତ ଷଡ଼ଙ୍ଗୀଙ୍କ ବୟାନ ପରେ ଏ ନେଇ ଚର୍ଚ୍ଚା ବଢ଼ିଛି । ପ୍ରଚାର ମଇଦାନରେ ମୁହାଁମୁହିଁ ହେବେ କି ନବୀନ-ମୋଦୀ ? ୨୦୨୪ ନିର୍ବାଚନରେ ଯଦି ଏଭଳି କିଛି ଘଟେ, ତାହେଲେ ଭାରତ ଇତିହାସର ଏହା ସବୁଠାରୁ ରୋଚକ ନିର୍ବାଚନ ହେବ, କହିଲେ ଅତ୍ୟୁକ୍ତି ହେବ ନାହିଁ । କାରଣ ଉଭୟ ନେତାContinue reading “ପୁରୀ ଦେଖିବ କି ବଡ଼ ଲଢ଼େଇ ? ପ୍ରଚାର ମଇଦାନରେ ମୁହାଁମୁହିଁ ହେବେ କି ନବୀନ-ମୋଦୀ ? ରାମକୃଷ୍ଣ ଓ ଜୟନ୍ତଙ୍କ ବୟାନ ପରେ ବଢ଼ିଲା ଚର୍ଚ୍ଚା”

ଇସ୍ରାଏଲକୁ ଚେତାବନୀ ଦେଲା ହମାସ : ଭିଡିଓ ବାର୍ତ୍ତାରେ ବଡ ଆକ୍ରମଣ ନେଇ ସୂଚନା

କନକ ବ୍ୟୁରୋ : ଇସ୍ରାଏଲ୍ ଓ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ଦିନକୁ ଦିନ ଉତ୍ତେଜନା ବଢ଼ିବାରେ ଲାଗିଛି । ଇସ୍ରାଏଲ ଗାଜା ଷ୍ଟ୍ରିପ୍ ଉପରେ ବୋମା ମାଡ଼ କରୁଥିବା ବେଳେ ଏବେ ସିରିଆର ଦୁଇଟି ବିମାନ ବନ୍ଦରକୁ ମଧ୍ୟ ଟାର୍ଗେଟ୍ କରିଛି । ବର୍ତ୍ତମାନ ସୁଦ୍ଧା ଇସ୍ରାଏଲ ସେନା, ହମାସର ଠିକଣା ଉପରେ ପ୍ରାୟ ୬ ହଜାର ବୋମା ପକାଇ ସାରିଛି । ସେପଟେ ଇସ୍ରାଏଲକୁ ଚେତାବନୀ ଦେଇଛି ହମାସ । ଇସ୍ରାଏଲକୁ ଧ୍ୱଂସContinue reading “ଇସ୍ରାଏଲକୁ ଚେତାବନୀ ଦେଲା ହମାସ : ଭିଡିଓ ବାର୍ତ୍ତାରେ ବଡ ଆକ୍ରମଣ ନେଇ ସୂଚନା”

ଭାରତର ଅପରେସନ୍ ଅଜୟ : ପ୍ରଥମ ପର୍ଯ୍ୟାୟରେ ଇସ୍ରାଏଲରୁ ଫେରିଲେ ୨୧୨ ଭାରତୀୟ

କନକ ବ୍ୟୁରୋ : ଭାରତର ଅପରେସନ୍ ଅଜୟ ମାଧ୍ୟମରେ ପ୍ରଥମ ପର୍ଯ୍ୟାୟରେ ଇସ୍ରାଏଲରୁ ଫେରିଲେ ୨୧୨ ଭାରତୀୟ । ସ୍ୱତନ୍ତ୍ର ବିମାନ ଯୋଗେ ତେଲ ଅବିବ୍ରୁ ସୁରକ୍ଷିତ ଭାବେ ଦିଲ୍ଲୀରେ ପହଂଚିଲେ ଭାରତୀୟ । ଦିଲ୍ଲୀ ବିମାନ ବନ୍ଦରରେ ସ୍ୱାଗତ କଲେ କେନ୍ଦ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର । ଇସ୍ରାଏଲରେ ଚାଲିଥିବା ଯୁଦ୍ଧ ଭିତରେ ୧୮ହଜାର ଭାରତୀୟ ଫସି ରହିଛନ୍ତି । ସବୁ ଭାରତୀୟଙ୍କୁ ସୁରକ୍ଷିତ ସ୍ୱଦେଶ ଆଣିବା ପାଇଁ କେନ୍ଦ୍ର ସରକାର ଅପରେସନ୍ ଅଜୟର ଶୁଭାରମ୍ଭ କରିଛନ୍ତିContinue reading “ଭାରତର ଅପରେସନ୍ ଅଜୟ : ପ୍ରଥମ ପର୍ଯ୍ୟାୟରେ ଇସ୍ରାଏଲରୁ ଫେରିଲେ ୨୧୨ ଭାରତୀୟ”

Design a site like this with WordPress.com
Get started