ଷଷ୍ଠଦିନରେ ପହଁଚିଛି ଇସ୍ରାଏଲ-ପାଲେଷ୍ଟାଇନ ଯୁଦ୍ଧ । ସ୍ଥିତିର ମୁକାବିଲା ପାଇଁ ବିରୋଧୀଙ୍କୁ ବିଶ୍ୱାସରେ ନେଇ ଇସ୍ରାଏଲରେ ଗଠନ ହେଲା ଏକ ମିଳିତ ସରକାର

କନକ ବ୍ୟୁରୋ : ଷଷ୍ଠ ଦିନରେ ବି ଜାରି ରହିଛି ଇସ୍ରାଏଲ-ପାଲେଷ୍ଟାଇନ ଯୁଦ୍ଧ । ବୁଧବାର ରାତିରେ ଗାଜାର ବିଭିନ୍ନ ସ୍ଥାନରେ ଏୟାରଷ୍ଟ୍ରାଇକ୍ କରିଛି ଇସ୍ରାଏଲ ବାୟୁସେନା । ଯେଉଁ ପର୍ଯ୍ୟନ୍ତ ହମାସ, ବନ୍ଧକ ରଖିଥିବା ଇସ୍ରାଏଲ ନାଗରିକଙ୍କୁ ନ ଛାଡିଛି, ସେ ପର୍ଯ୍ୟନ୍ତ ଗାଜାକୁ ପାଣି ଓ ବିଜୁଳି ଯୋଗାଇ ଦିଆଯିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଇସ୍ରାଏଲ ଯୁଦ୍ଧକାଳୀନ ସ୍ଥିତିର ମୁକାବିଲା ପାଇଁ ବିରୋଧୀଙ୍କୁ ବିଶ୍ୱାସରେ ନେଇ ଏବେ ଇସ୍ରାଏଲରେ ଏକ ମିଳିତ ସରକାରContinue reading “ଷଷ୍ଠଦିନରେ ପହଁଚିଛି ଇସ୍ରାଏଲ-ପାଲେଷ୍ଟାଇନ ଯୁଦ୍ଧ । ସ୍ଥିତିର ମୁକାବିଲା ପାଇଁ ବିରୋଧୀଙ୍କୁ ବିଶ୍ୱାସରେ ନେଇ ଇସ୍ରାଏଲରେ ଗଠନ ହେଲା ଏକ ମିଳିତ ସରକାର”

ଦେବଭୂମି ଉତ୍ତରାଖଣ୍ଡରେ ପ୍ରଧାନମନ୍ତ୍ରୀ । ବିଭିନ୍ନ ମୁଦ୍ରାରେ ନଜର ଆସିଲେ ମୋଦୀ

କନକ ବ୍ୟୁରୋ : ଗୁରୁବାର ଦେବଭୂମିରେ ପହଁଚିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଦିନିକିଆ ଗସ୍ତ ସମୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପହଁଚି ଭିନ୍ନ ଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ଏହି ସମୟରେ ପ୍ରଧାନମନ୍ତ୍ରୀଙ୍କୁ ଭିନ୍ନ ଭିନ୍ନ ମୁଦ୍ରାରେ ଦେଖିବାକୁ ମିଳିଛି । ଗୁରୁବାର ଉତରାଖଣ୍ଡ ପିଥୋରଗଡ଼ର ପାର୍ବତୀକୁଣ୍ଡରେ ପହଁଚିଥିଲେ ପ୍ରଧାନମନ୍ତ୍ରୀ । ପ୍ରଥମେ ଏଠାକାର ପ୍ରସିଦ୍ଧ ଶିବ-ପାର୍ବତୀ ମନ୍ଦିରରେ ସେ ସ୍ୱତନ୍ତ୍ର ପୂଜା କରିଥିଲେ । ଏଥିପାଇଁ ଖାସ କରି ଉତରାଖଣ୍ଡର ପାରମ୍ପରିକ ପୋଷାକ ପରିଧାନContinue reading “ଦେବଭୂମି ଉତ୍ତରାଖଣ୍ଡରେ ପ୍ରଧାନମନ୍ତ୍ରୀ । ବିଭିନ୍ନ ମୁଦ୍ରାରେ ନଜର ଆସିଲେ ମୋଦୀ”

ଆଶ୍ୱିନରେ ଖରାର ରାଜୁତି: କଲବଲ କଲାଣି ଅସହ୍ୟ ତାତି

କନକ ବ୍ୟୁରୋ: ଅକ୍ଟୋବରରେ ଅସହ୍ୟ ତାତି । ସ୍ୱାଭାବିକ ଠାରୁ ୨ରୁ ୩ଡିଗ୍ରୀ ଅଧିକ ରହୁଛି ତାପମାତ୍ରା । ସକାଳ ୮ଟାରୁ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେଉଛି । ସେପଟେ ଆଗାମୀ ୫ଦିନ ପର୍ଯ୍ୟନ୍ତ ତାପାମାତ୍ରା ସ୍ୱାଭାବିକ ଠାରୁ ୨ରୁ ୩ଡିଗ୍ରୀ ଅଧିକ ରହିପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ଅସହ୍ୟ ଖରା ଓ ଗୁଳୁଗଳିରେ ଲୋକେ ନାୟାନ୍ତ । ଅକ୍ଟୋବର ମାସର ଦ୍ୱିତୀୟ ସପ୍ତାହରେ ତାପମାତ୍ରା ୩୦ରୁ ୩୩ ଡିଗ୍ରୀ ରହିବା କଥାContinue reading “ଆଶ୍ୱିନରେ ଖରାର ରାଜୁତି: କଲବଲ କଲାଣି ଅସହ୍ୟ ତାତି”

ମାଆକୁ ଝିଅ ହତ୍ୟା କରିଥିବା ଅଭିଯୋଗ ଆଣିଲେ ବାପା: ବରିଷ୍ଠ ଆଇନଜୀବୀ କହିଲେ, ପତ୍ନୀଙ୍କ ସହ ତାଙ୍କୁ ଦେଖା କରିବାକୁ ଦିଆଯାଉନଥିଲା

କନକ ବ୍ୟୁରୋ: ଝିଅ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ବାପା । ନିଜ ମା’କୁ ତାଙ୍କ ସାନ ଝିଅ ମାରିଦେଇଥିବା କହିଛନ୍ତି ଭୁବନେଶ୍ୱରର ବରିଷ୍ଠ ଆଇନଜୀବୀ ସତ୍ୟନାରାୟଣ ଜିତ୍ । ହେଲେ ଆଶ୍ଚର୍ଯ୍ୟର କଥା ପ୍ରାୟ ୨ ମାସ ହେଲା ପୋଲିସ ତାଙ୍କ ଅଭିଯୋଗ ରଖୁନଥିବା ଅଭିଯୋଗ ହୋଇଛି । ନିଜ ଝିଅ ବିରୋଧରେ ଏମିତି ସାଂଘାତିକ ଅଭିଯୋଗ ଆଣିଛନ୍ତି ଜଣେ ବୟସ୍କ ଆଇନଜୀବୀ ସତ୍ୟନାରାୟଣ ଜିତ୍ । ଜୀବନଯାକ ଅନ୍ୟମାନଙ୍କୁ ନ୍ୟାୟ ଦେବା ପାଇଁ ଲଢେଇContinue reading “ମାଆକୁ ଝିଅ ହତ୍ୟା କରିଥିବା ଅଭିଯୋଗ ଆଣିଲେ ବାପା: ବରିଷ୍ଠ ଆଇନଜୀବୀ କହିଲେ, ପତ୍ନୀଙ୍କ ସହ ତାଙ୍କୁ ଦେଖା କରିବାକୁ ଦିଆଯାଉନଥିଲା”

ଏବେ ବି ଅଭୁଲା ରହିଛି ଅକ୍ଷୟଙ୍କ ସ୍ୱର: ଜନ୍ମ ଜୟନ୍ତୀରେ ଝୁରି ହେଉଛନ୍ତି ସଂଗୀତ ପ୍ରେମୀ

କନକ ବ୍ୟୁରୋ: ଅକ୍ଷୟ ମହାନ୍ତି, ଗୋଟେ ନାଁ ନୁହେଁ ଗୋଟେ ଆବେଗ, ଗୋଟେ ଆକର୍ଷଣ । ଓଡ଼ିଆ ସଙ୍ଗୀତର ଅନ୍ୟ ନାମ ଅକ୍ଷୟ ମହାନ୍ତି । ଯାହାଙ୍କ ମନଛୁଆଁ ସଙ୍ଗୀତକୁ ଆଜି ବି ନିଜ ହୃଦୟରେ ସାଇତି ରଖିଛନ୍ତି ଅଗଣିତ ଦର୍ଶକ । ସଙ୍ଗୀତର ହାଟରେ ଅନେକ ହିଟ୍ ଗୀତର ପସରା ମେଳାଇଥିଲେ ଅକ୍ଷୟ ମହାନ୍ତି । ଆଜି ଖୋକା ଭାଇ ସିନା ନାହାନ୍ତି କିନ୍ତୁ ତାଙ୍କ ଗୀତ ତାଙ୍କୁ ସବୁବେଳେ ଆମ ଭିତରେ ଜୀବିତ ରଖିଛିContinue reading “ଏବେ ବି ଅଭୁଲା ରହିଛି ଅକ୍ଷୟଙ୍କ ସ୍ୱର: ଜନ୍ମ ଜୟନ୍ତୀରେ ଝୁରି ହେଉଛନ୍ତି ସଂଗୀତ ପ୍ରେମୀ”

ଇସ୍ରାଏଲରୁ ଫେରିବେ ଭାରତୀୟ: ଆରମ୍ଭ ହେଲା ‘ଅପରେସନ ଅଜୟ’

କନକ ବ୍ୟୁରୋ: ହମାସ୍ ଓ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ୬ ଦିନରେ ପହଂଚିଛି । ଗାଜା ଉପରେ ଘନ ଘନ ବିମାନ ଆକ୍ରମଣ କରୁଛି ଇସ୍ରାଏଲ । ସେପଟେ ଇସ୍ରାଏଲ ସହର ଉପରେ ରକେଟ ମାଡ଼ କରୁଛି ହମାସ୍ । ଲେବାନନ ଓ ସିରିଆ ପଟୁ ମଧ୍ୟ ରକେଟ ମାଡ଼ ହୋଇଛି । ଏସବୁ ସ୍ଥିତି ଭିତରେ ଇସ୍ରାଏଲରେ ଥିବା ଭାରତୀୟଙ୍କ ସୁରକ୍ଷା ନେଇ ଚିନ୍ତା ପ୍ରକାଶ ପାଇଛି । ତେବେ ଇସ୍ରାଏଲରେ ଥିବା ଭାରତୀୟଙ୍କୁ ଉଦ୍ଧାରContinue reading “ଇସ୍ରାଏଲରୁ ଫେରିବେ ଭାରତୀୟ: ଆରମ୍ଭ ହେଲା ‘ଅପରେସନ ଅଜୟ’”

ଦିଲ୍ଲୀ ଯିବେ ବିଜେପିର ୨୨ ବିଧାୟକ: ରାଜ୍ୟର ଶାସନ ବ୍ୟବସ୍ଥା ନେଇ ହେବେ ଫେରାଦ

କନକ ବ୍ୟୁରୋ: ରାଜ୍ୟରେ ଶାସକ ବିଜେଡି ଓ ବିଜେପି ମଧ୍ୟରେ ସମ୍ପର୍କକୁ ନେଇ ଚର୍ଚ୍ଚା ବଢ଼ୁଥିବା ବେଳେ ରାଜ୍ୟ ସରକାରଙ୍କ ବିରୋଧରେ ଫେରାଦ ହେବା ପାଇଁ ଦିଲ୍ଲୀ ଯିବେ ବିଜେପିର ୨୨ଜଣ ବିଧାୟକ । ସମ୍ବିଧାନ ଅନୁସାରେ ଓଡିଶାରେ ଶାସନ ଚାଲୁନଥିବା ନେଇ କରିବେ ଅଭିଯୋଗ । ପ୍ରଧାନମନ୍ତ୍ରୀଙ୍କୁ ଭେଟି ଇଡି ଓ ସିବିଆଇ ଓଡିଶାକୁ କାହିଁକି ଆସୁନି ବୋଲି ପ୍ରଶ୍ନ କରିବେ । ତେବେ ଏ ନେଇ ବିଜେଡି କହିଛି, ବିରୋଧୀଙ୍କ କାମ ଅଭିଯୋଗ କରିବା ।Continue reading “ଦିଲ୍ଲୀ ଯିବେ ବିଜେପିର ୨୨ ବିଧାୟକ: ରାଜ୍ୟର ଶାସନ ବ୍ୟବସ୍ଥା ନେଇ ହେବେ ଫେରାଦ”

ମଧ୍ୟାହ୍ନ ଭୋଜନ ଥାଳିରୁ ଅଣ୍ଡା ଗାଏବ୍: ‘ଅଣ୍ଡା’ ବଦଳରେ ପିଲାଙ୍କୁ ମିଳୁଛି ବିସ୍କୁଟ୍, ପିଲାଙ୍କ ପୋଷଣ ଉପରେ ନାହିଁ ନଜର?

କନକ ବ୍ୟୁରୋ: ପିଲାଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇ ଦେବା ପାଇଁ ମଧ୍ୟାହ୍ନଭୋଜନରେ ଦୁଇ ଦିନ ଅଣ୍ଡା ଦେବା ପାଇଁ ହୋଇଥିଲା ଯୋଜନା । ଏବେ କିନ୍ତୁ ଏମଡିଏମରୁ ଗାଏବ୍ ହୋଇଯାଇଛି ଅଣ୍ଡା । ପିଲାଙ୍କୁ ଅଣ୍ଡା ବଦଳରେ କେତେବେଳେ ବିସ୍କୁଟ ପାକେଟ୍ ତ ଆଉ କେତେବେଳେ ଖସା ଲଡ଼ୁ ଧରାଇ ଦିଆଯାଉଛି । କେନ୍ଦୁଝର ଜିଲ୍ଲା ପତଳା ସରକାରୀ ଉଚ୍ଚ ବିଦ୍ୟାଳୟରେ ଏମିତି ଚିତ୍ର ଦେଖିବାକୁ ମିଳିଛି । ମଧ୍ୟାହ୍ନଯୋଜନା ପାଇଁ ଦିଆଯାଉଥିବା ଅର୍ଥରାଶିରେ ପିଲାଙ୍କୁ ଅଣ୍ଡାContinue reading “ମଧ୍ୟାହ୍ନ ଭୋଜନ ଥାଳିରୁ ଅଣ୍ଡା ଗାଏବ୍: ‘ଅଣ୍ଡା’ ବଦଳରେ ପିଲାଙ୍କୁ ମିଳୁଛି ବିସ୍କୁଟ୍, ପିଲାଙ୍କ ପୋଷଣ ଉପରେ ନାହିଁ ନଜର?”

ମୁଖ୍ୟମନ୍ତ୍ରୀଙ୍କୁ ପୁରୀରୁ ଲଢିବାକୁ ପ୍ରସ୍ତାବ । ପ୍ରସ୍ତାବ ଦେଲେ ବରିଷ୍ଠ ସେବାୟତ ରାମକୃଷ୍ଣ ଦାସମହାପାତ୍ର

କନକ ବ୍ୟୁରୋ : ଆଗକୁ ବିଧାନସଭା ନିର୍ବାଚନ ରହିଛି । ସାଧାରଣ ନିର୍ବାଚନ ସହିତ ଓଡିଶାରେ ବିଧାନସଭା ନିର୍ବାଚନ ହେବ । ନିର୍ବାଚନ ପୂର୍ବରୁ ପୁରୀର ବରିଷ୍ଠ ସେବାୟତ ରାମକୃଷ୍ଣ ଦାସମହାପାତ୍ର ମୁଖ୍ୟମନ୍ତ୍ରୀ ପୁରୀରୁ ଲଢନ୍ତୁ ବୋଲି ପ୍ରସ୍ତାବ ଦେଇଛନ୍ତି । ସେ କହିଛନ୍ତି କି, ଯଦି ମୁଖ୍ୟମନ୍ତ୍ରୀ ପୁରୀରୁ ନିର୍ବାଚନ ଲଢନ୍ତି ତେବେ ଦଳମତ ନିର୍ବିଶେଷରେ ସ୍ୱାଗତ କରାଯିବ । ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ଆଗରୁ ପ୍ରସ୍ତାବ ଦିଆଯାଇଥିବା କଥା ବରିଷ୍ଠ ସେବାୟତ କହିଛନ୍ତି । କହିରଖୁContinue reading “ମୁଖ୍ୟମନ୍ତ୍ରୀଙ୍କୁ ପୁରୀରୁ ଲଢିବାକୁ ପ୍ରସ୍ତାବ । ପ୍ରସ୍ତାବ ଦେଲେ ବରିଷ୍ଠ ସେବାୟତ ରାମକୃଷ୍ଣ ଦାସମହାପାତ୍ର”

ଗାଁ ବିକାଶ ପାଇଁ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା । ହେଲେ ଜାତୀୟ ରାଜପଥ କଡରେ ଥିବା ଗାଁକୁ ନାହିଁ ନିତିଦିନିଆ ରାସ୍ତା

କନକ ବ୍ୟୁରୋ : ୫୯ ଜାତୀୟ ରାଜପଥ କଡ଼ରେ ରହିଛି ବାଲିଗୁଡ଼ା ବ୍ଲକ ପରମପଙ୍ଗା ପଂଚାୟତର ଉଡ୍ରାପାଙ୍ଗା ଓ ଟିଟାମାହାର ଗାଁ । ଗାଁରୁ ବାହାରି, ସ୍କୁଲ, କଲେଜ, ମେଡ଼ିକାଲ, ବଜାର ଘାଟ ଓ ପଂଚାୟତକୁ ଯିବାକୁ ହେଲେ ପାରି ହେବାକୁ ପଡୁଛି ନଦୀ । ବର୍ଷ ବର୍ଷ ଧରି ଗାଁକୁ ରାସ୍ତାଟିଏ ନିର୍ମାଣ କରିବାକୁ ଦାବି ହେଉଛି । ରାସ୍ତା କରୁନଥିବା ପ୍ର୍ରଶାସନ ଗାଁକୁ ଯୋଗାଯୋଗ କରିବା ପାଇଁ ପୋଲ ଟିଏ ନିର୍ମାଣ କରିଛନ୍ତି ।Continue reading “ଗାଁ ବିକାଶ ପାଇଁ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା । ହେଲେ ଜାତୀୟ ରାଜପଥ କଡରେ ଥିବା ଗାଁକୁ ନାହିଁ ନିତିଦିନିଆ ରାସ୍ତା”

Design a site like this with WordPress.com
Get started