କନକ ବ୍ୟୁରୋ : ପତ୍ନୀକୁ ମାରି ରାତି ସାରା ଶବକୁ ଜଗି ରହିଲା ସ୍ୱାମୀ । ଖାଇବା ଦେବାରେ ସାମାନ୍ୟ ବିଳମ୍ବ ହେବାରୁ ଦଂପତିଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା କଥା କଟାକଟି । ଶେଷରେ କାଠ ଫାଳିଆରେ ସ୍ତ୍ରୀର ମୁଣ୍ଡକୁ ମାରିଲା ସ୍ୱାମୀ । ଘଟଣାସ୍ଥଳରେ ସ୍ତ୍ରୀର ମୃତ୍ୟୁ ହୋଇଥିବା ବେଳେ ୧୦ ଘଂଟା କାଳ ମୃତ ସ୍ତ୍ରୀର ଶବ ପାଖରେ ଜଗି ବସିରହିଥିଲା ସ୍ୱାମୀ । ସକାଳ ହେବା ପରେ ଅଭିଯୁକ୍ତ ସ୍ୱାମୀ ଖସି ଯିବାକୁContinue reading “କଥାକଥାକେ ଗଡୁଛି ମୁଣ୍ଡ । ଖାଇବା ଦେବାରେ ବିଳମ୍ବ ହେବାରୁ ଜୟପୁରରେ ସ୍ତ୍ରୀକୁ ମାରିଲା ସ୍ୱାମୀ”
Tag Archives: News
ଅପହଂଚ ଇଲିକାରେ ଗଡିଲା ଏସି ବସ୍ । ମାଲକାନଗିରିରେର ଲକ୍ଷ୍ମୀ ବସ ଯୋଜନାର ଶୁଭାରମ୍ଭ କରି ବସରେ ବସିଲେ ମୁଖ୍ୟମନ୍ତ୍ରୀ
କନକ ବ୍ୟୁରୋ : ମାଲକାନଗିରି ଜିଲ୍ଲାରୁ ଲକ୍ଷ୍ମୀ ବସକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ବସ ସମସ୍ତ ପଂଚାୟତ ସହ ବ୍ଲକ ଓ ବ୍ଲକକୁ ଜିଲ୍ଲା ସଦର ମହକୁମା ସହ ଯୋଡିବ । ପରବର୍ତି ସମୟରେ ଏହା ଜିଲ୍ଲାରୁ ରାଜଧାନୀ ଓ ପୁରୀକୁ ମଧ୍ୟ ସଂଯୋଗ କରିବ । ତେବେ ମାଲକାନଗିରି ଜିଲ୍ଲାରେ ଏହି ବସ ସେବା ସମୃଦ୍ଧି ଓ ବିକାଶର ମାଧ୍ୟମ ପାଲଟିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକContinue reading “ଅପହଂଚ ଇଲିକାରେ ଗଡିଲା ଏସି ବସ୍ । ମାଲକାନଗିରିରେର ଲକ୍ଷ୍ମୀ ବସ ଯୋଜନାର ଶୁଭାରମ୍ଭ କରି ବସରେ ବସିଲେ ମୁଖ୍ୟମନ୍ତ୍ରୀ”
ପୁଲିସକୁ ଲୁଟେରାଙ୍କ ଖୋଲା ଚ୍ୟାଲେଂଜ । ନିଶ୍ଚିତକୋଇଲି ଥାନା ସମ୍ମୁଖରୁ ଲକ୍ଷାଧିକ ଟଙ୍କା ଲୁଟ୍
କନକ ବ୍ୟୁରୋ : ପୋଲିସକୁ ଅପରାଧିଙ୍କ ଖୋଲା ଚ୍ୟାଲେଞ୍ଜ । ଥାନା ସମ୍ମୁଖରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟ । ନିଶ୍ଚିତକୋଇଲି ଥାନା ସମ୍ମୁଖରୁ ଏହି ଲୁଟ ହୋଇଛି । ଖୋଦ ଥାନାର ସବ ଇନସ୍ପେକ୍ଟର ଭଡାରେ ରହୁଥିବା ଘରୁ ଏହି ଚୋରି ହୋଇଛି । ପୋଲିସ ଆଖିରେ ଧୁଳି ଦେଇ ଅପରାଧି ଲୁଟରେ ସଫଳ ହୋଇଥିବା ବେଳେ ପୋଲିସର କାର୍ଯ୍ୟକାରିତା ନେଇ ପ୍ରଶ୍ନ ଉଠିଛି । The post ପୁଲିସକୁ ଲୁଟେରାଙ୍କ ଖୋଲା ଚ୍ୟାଲେଂଜContinue reading “ପୁଲିସକୁ ଲୁଟେରାଙ୍କ ଖୋଲା ଚ୍ୟାଲେଂଜ । ନିଶ୍ଚିତକୋଇଲି ଥାନା ସମ୍ମୁଖରୁ ଲକ୍ଷାଧିକ ଟଙ୍କା ଲୁଟ୍”
ଘର ଓଳିତଳେ ପହଂଚିଲାଣି ନଦୀ । ନଦୀ ଗର୍ଭରେ ଲୀନ ହୋଇଗଲାଣି ଭିଟାମାଟି,ମାର୍ଶାଘାଇ ବ୍ଲକ ପାଟଣା ଗାଁ ପାଇଁ ଦୁଃଖ ପାଲଟିଛି କରାଣ୍ଡିଆ ନଦୀ
କନକ ବ୍ୟୁରୋ : କେନ୍ଦ୍ରାପଡା ମାର୍ଶାଘାଇ ବ୍ଲକ ପାଟଣା ଗାଁ ପାଇଁ ଦୁଃଖ ପାଲଟିଛି କରାଣ୍ଡିଆ ନଦୀ । ନଦୀ କୁଳଲଙ୍ଘି ଜନବସତିକୁ ମାଡି ଆସୁଥିବା ବେଳେ ଲୋକଙ୍କ ଭିଟାମାଟି ନଦୀ ଗର୍ଭରେ ଲିନ ହୋଇଯାଉଛି । ଏବେ କରାଣ୍ଡିଆ ନଦୀ ଆସି ଘର ଓଳିମୁଳେ ପ୍ରବାହିତ ହେଲାଣି । ନଦୀ ଗର୍ଭରେ ସର୍ବସ୍ୱ ହରାଇ ୨୨ରୁ ଅଧିକ ପରିବାର ଗାଁ ଛାଡି ଅନ୍ୟତ୍ର ରହୁଛନ୍ତି । ହେଲେ କିଛି ପରିବାର ଅର୍ଥ ଅଭାବରୁ ଭାଗ୍ୟକୁ ଆଦରିContinue reading “ଘର ଓଳିତଳେ ପହଂଚିଲାଣି ନଦୀ । ନଦୀ ଗର୍ଭରେ ଲୀନ ହୋଇଗଲାଣି ଭିଟାମାଟି,ମାର୍ଶାଘାଇ ବ୍ଲକ ପାଟଣା ଗାଁ ପାଇଁ ଦୁଃଖ ପାଲଟିଛି କରାଣ୍ଡିଆ ନଦୀ”
ହନ୍ତସନ୍ତ କରୁଛି ଅକ୍ଟୋବର ତାତି: ସ୍ୱାଭାବିକଠାରୁ ୨ରୁ ୩ଡିଗ୍ରି ଅଧିକ ରହୁଛି ତାପମାତ୍ରା
କନକ ବ୍ୟୁରୋ: ଅକ୍ଟୋବରରେ ଅସହ୍ୟ ତାତି । ସ୍ୱାଭାବିକ ଠାରୁ ୨ରୁ ୩ଡିଗ୍ରୀ ଅଧିକ ରହୁଛି ତାପମାତ୍ରା । ସକାଳ ୮ଟାରୁ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେଉଛି । ଆଗାମୀ ୫ଦିନ ପର୍ଯ୍ୟନ୍ତ ତାପାମାତ୍ରା ସ୍ୱାଭାବିକ ଠାରୁ ୨ରୁ ୩ଡିଗ୍ରୀ ଅଧିକ ରହିପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ଗତକାଲି ଚାନ୍ଦବାଲିରେ ୩୭ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ଭୁବନେଶ୍ୱରରେ ତାପମାତ୍ରା ୩୫ଡିଗ୍ରୀ ଛୁଇଁଥିଲା । ସାଧାରଣତଃ ଅକ୍ଟୋବର ମାସରେ ୩୦ରୁ ୩୩ଡିଗ୍ରୀ ପର୍ଯ୍ୟନ୍ତContinue reading “ହନ୍ତସନ୍ତ କରୁଛି ଅକ୍ଟୋବର ତାତି: ସ୍ୱାଭାବିକଠାରୁ ୨ରୁ ୩ଡିଗ୍ରି ଅଧିକ ରହୁଛି ତାପମାତ୍ରା”
ଦୁନିଆ ଆମକୁ ନୈତିକତାର ପାଠ ପଢେଇବା ଦରକାର ନାହିଁ
ଇସ୍ରାଏଲ- ହମାସ ଯୁଦ୍ଧକୁ ଛ ଦିନ ହେଲାଣି । ହମାସ ଆତଙ୍କବାଦୀ ମାନଙ୍କ ଦ୍ଵାରା କରାଯାଇଥିବା ବର୍ବରତା ପୂର୍ଣ ଆକ୍ରମଣର ଜବାବରେ ଇସ୍ରାଏଲ ଗାଜା ଉପରେ ବୋମାବର୍ଷଣ ଜାରିରଖିଛି । ବାଛି ବାଛି ହମାସର ଆଡ୍ଡା ଉପରେ ବୋମା ପକେଇ ଚାଲିଛି ଇସ୍ରାଏଲ ଏବଂ ତା ସହିତ ଗାଜା ସହରକୁ ଚାରିପଟୁ ଘେରାବନ୍ଦୀ କରିଦେଇଛି । ସହରକୁ ବିଜୁଳି, ପାଣି, ଇନ୍ଧନ ଓ ଅତ୍ୟାବଶ୍ୟକୀୟ ସାମଗ୍ରୀ ଇତ୍ୟାଦି ଯୋଗଣ ସବୁକୁ ବନ୍ଦ କରିଦେଇଛି । ଏପରି ସମୟରେContinue reading “ଦୁନିଆ ଆମକୁ ନୈତିକତାର ପାଠ ପଢେଇବା ଦରକାର ନାହିଁ”
ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ : ଗର୍ଭରେ ଥିବା ଶିଶୁକୁ ହତ୍ୟା କରିବାକୁ କିଭଳି ଦିଆଯାଇପାରିବ ଅନୁମତି
କନକ ବ୍ୟୁରୋ : ଗର୍ଭରେ ଥିବା ଶିଶୁର ଅଧିକାରକୁ ନେଇ ଗୁରୁବାର ଦିନ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି । କୋର୍ଟ କହିଛନ୍ତି କି, ଯେତେବେଳେ ଗର୍ଭପାତ ପାଇଁ ଆଇନ ଯେଉଁ ସମୟ ନିର୍ଦ୍ଧାରଣ କରିଛି ତାହା ସରିବା ପରେ ଓ ଗର୍ଭରେ ଶିଶୁ ସୁସ୍ଥ ରହିଥିବା ବେଳେ କେବଳ ପରିବାର ଲୋକଙ୍କ ଇଚ୍ଛାକୁ ସମ୍ମାନ ଦେଇ ଶିଶୁଟିକୁ ଗର୍ଭରେ ହତ୍ୟା କରିବାକୁ କୋର୍ଟ ଅନୁମତି ଦେଇପାରିବ ନାହିଁ । ୨୬ ସପ୍ତାହ ଧରି ଗର୍ଭବତୀContinue reading “ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ : ଗର୍ଭରେ ଥିବା ଶିଶୁକୁ ହତ୍ୟା କରିବାକୁ କିଭଳି ଦିଆଯାଇପାରିବ ଅନୁମତି”
ରାଉରକେଲାରେ ମଦ୍ୟପ ବାପାର ଉନ୍ମତ କାଣ୍ଡ: ଟାଙ୍ଗିଆ ଚୋଟରେ ଦେଢ ବର୍ଷର ପୁଅର ମୃତ୍ୟୁ
କନକ ବ୍ୟୁରୋ: ରାଉରକେଲାରେ ମଦ୍ୟପ ବାପାର ଉନ୍ମତ କାଣ୍ଡ । ଟାଙ୍ଗିଆ ଚୋଟରେ ଦେଢ ବର୍ଷର ପୁଅର ମୃତ୍ୟୁ । ବ୍ରାହ୍ମଣୀତରଙ୍ଗ ଗର୍ଜନ ପଂଚାୟତର ତୁମରୁନ ଗାଁରେ ଘଟିଛି ଏହି ଅଘଟଣ । ବୁଧେଶ୍ୱର ସିଂ ନିଜ ସ୍ତ୍ରୀ, ଦୁଇ ଝିଅ ଓ ଦେଢ଼ ବର୍ଷର ପୁଅ ସହ ଗାଁରେ ରୁହନ୍ତି । ଅଭିଯୋଗ ଅନୁସାରେ ବୁଧେଶ୍ୱର ପ୍ରତିଦିନ ମଦ୍ୟପ ଅବସ୍ଥାରେ ଆସି ତାଙ୍କ ସ୍ତ୍ରୀ ସହ ଝଗଡ଼ା କରନ୍ତି । ଗତକାଲି ରାତି ସହ ବିContinue reading “ରାଉରକେଲାରେ ମଦ୍ୟପ ବାପାର ଉନ୍ମତ କାଣ୍ଡ: ଟାଙ୍ଗିଆ ଚୋଟରେ ଦେଢ ବର୍ଷର ପୁଅର ମୃତ୍ୟୁ”
କୁମାର ପୂର୍ଣ୍ଣିମାରେ ପଡ଼ୁଛି ଚନ୍ଦ୍ରଗ୍ରହଣ: ଆଞ୍ଜୁଳା ଟେକିବେ କେତେବେଳେ?
କନକ ବ୍ୟୁରୋ: ଆସନ୍ତା ୨୮ତାରିଖ କୁମାର ପୂର୍ଣ୍ଣିମାରେ ପଡ଼ୁଛି ଚନ୍ଦ୍ରଗ୍ରହଣ । ଚଳିତ ବର୍ଷ କୁମାର ପୂର୍ଣ୍ଣିମାରେ ଏକମାତ୍ର ରାହୁଗ୍ରସ୍ତ ଖଣ୍ଡଗ୍ରାସ ଚନ୍ଦ୍ରଗ୍ରହଣ ହେବ । ଗ୍ରହଣ ସ୍ପର୍ଶର ୯ଘଂଟା ପୂର୍ବରୁ ଅର୍ଥାତ ପାକତ୍ୟାଗ ସମୟ ଅପରାହ୍ନ ୪ଟା ୪ମିନିଟ୍ ୫୫ ସେକେଣ୍ଡରୁ ଆରମ୍ଭ ହୋଇ ରାତି ୨ଟା ୨୪ ମିନିଟ୍ ୨ ସେକେଣ୍ଡ ପର୍ଯ୍ୟନ୍ତ ରହିବ । କୁମାର ପୂର୍ଣ୍ଣିମା ଦିନ ଚନ୍ଦ୍ରଗ୍ରହଣ ପଡ଼ୁଥିବାରୁ ଚନ୍ଦ୍ରପୂଜା ଓ ଆଂଜୁଳା ଟେକିବାକୁ ନେଇ ଦ୍ୱନ୍ଦ୍ୱ ଦେଖାଦେଇଛି ।Continue reading “କୁମାର ପୂର୍ଣ୍ଣିମାରେ ପଡ଼ୁଛି ଚନ୍ଦ୍ରଗ୍ରହଣ: ଆଞ୍ଜୁଳା ଟେକିବେ କେତେବେଳେ?”
ଜି-୨୦ ପରେ ଦିଲ୍ଲୀରେ ଆୟୋଜିତ ହେବାକୁ ଯାଉଛି ପି-୨୦ । ଜାଣନ୍ତୁ କ’ଣ ଏହି ପି-୨୦ ଓ ଏଥିରେ କେଉଁମାନେ ଯୋଗଦେବେ ?
କନକ ବ୍ୟୁରୋ : ଜି-୨୦ ଶିଖର ସମ୍ମିଳନୀର ସଫଳ ଆୟୋଜନ ପରେ ଏବେ ରାଜଧାନୀ ଦିଲ୍ଲୀରେ ପି-୨୦ ବୈଠକ ପାଇଁ ପ୍ରସ୍ତୁତି ସମାପ୍ତ ହୋଇଛି । ଏହି ସମ୍ମିଳନୀ ଅକ୍ଟୋବର ୧୩ ଓ ୧୪ ତାରିଖରେ ଦିଲ୍ଲୀର ଦ୍ୱାରକା ଠାରେ ନିର୍ମାଣ ହୋଇଥିବା ନୂଅ କନଭେନସନ୍ ସେଣ୍ଟରରେ ଆୟୋଜନ କରାଯିବ । ଜି-୨୦ ଭଳି ପି-୨୦ ପାଇଁ ପୂରା ଦିଲ୍ଲୀ ସଜେଇ ହୋଇଛି । ବିଶେଷ କରି ଦ୍ୱାରକାର ସଂପୁର୍ଣ୍ଣ ଅଞ୍ଚଳକୁ କଡା ସୁରକ୍ଷା ଭିତରେ ରଖାଯାଇଛି Continue reading “ଜି-୨୦ ପରେ ଦିଲ୍ଲୀରେ ଆୟୋଜିତ ହେବାକୁ ଯାଉଛି ପି-୨୦ । ଜାଣନ୍ତୁ କ’ଣ ଏହି ପି-୨୦ ଓ ଏଥିରେ କେଉଁମାନେ ଯୋଗଦେବେ ?”