ଚିକିତ୍ସାଧିନ ଅବସ୍ଥାରେ ଚାଲିଗଲେ ସ୍ୱାମୀ: ଶବ ନେବାକୁ ଆସିଲେନି ସପର୍କୀୟ, ମିଳିଲାନି ମହାପ୍ରୟାଣ ଗାଡି

କନକ ବ୍ୟୁରୋ: ଚିକିତ୍ସାଧିନ ଅବସ୍ଥାରେ ଚାଲିଗଲେ ସ୍ୱାମୀ । ସ୍ଥିଥିରୁ ସିନ୍ଦୁର ଲିଭିଗଲା, ସ୍ୱାମୀଙ୍କ ଶବକୁ ଘରକୁ ନେବା ପାଇଁ ପାଖରେ ଟଙ୍କା ନଥିଲା, ପରିବାର ଲୋକ କେହି ଆସିଲେ ନାହିଁ । ଡାକ୍ତରଖାନା ପକ୍ଷରୁ ନାହାନ୍ତି କି ମହାପ୍ରଣାୟ ଗାଡି ମିଳିଲା ନାହିଁ । ଏଭଳି ସ୍ଥିତିରେ ସ୍ୱାମୀଙ୍କ ଶବ ପାଖରେ ମୁଣ୍ଡ ବାଡେଇ କାନ୍ଦୁଛନ୍ତି ସ୍ତ୍ରୀ । ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ସ୍ୱାମୀଙ୍କ ମୃତ୍ୟୁ ପରେ ୫ ଘଂଟା ଧରି କାନ୍ଦୁଥିଲେ ଜଣେ ମହିଳାContinue reading “ଚିକିତ୍ସାଧିନ ଅବସ୍ଥାରେ ଚାଲିଗଲେ ସ୍ୱାମୀ: ଶବ ନେବାକୁ ଆସିଲେନି ସପର୍କୀୟ, ମିଳିଲାନି ମହାପ୍ରୟାଣ ଗାଡି”

ପରୀକ୍ଷା ଦିନ ବି ଠିକ୍ ସମୟରେ ଆସିଲେନି ପ୍ରଧାନ ଶିକ୍ଷକ: ସ୍କୁଲରେ ତାଲା ପକାଇ ଦେଲେ ଅଭିଭାବକ

କନକ ବ୍ୟୁରୋ: ପରୀକ୍ଷା ଦିନ ବି ଠିକ୍ ସମୟରେ ଆସିଲେ ନାହିଁ ପ୍ରଧାନ ଶିକ୍ଷକ । ପ୍ରଧାନ ଶିକ୍ଷକ ବିଳମ୍ବରେ ଆସିବାରୁ ସ୍କୁଲରେ ପଡିଲା ତାଲା । ବିଦ୍ୟାଳୟ ଗେଟରେ ତାଲା ପକାଇ ଧାରଣାରେ ବସିଲେ ଛାତ୍ରଛାତ୍ରୀ । ବାଙ୍କୀ ବରହମପୁରା ରଘୁନାଥ ଦେବତା ହାଇସ୍କୁଲରେ ଏହି ଘଟଣା ଦେଖିବାକୁ ମିଳିଛି । ବାଙ୍କୀ ବରହମପୁରା ରଘୁନାଥ ଦେବତା ହାଇସ୍କୁଲରେ ପ୍ରଧାନ ଶିକ୍ଷକ ସଠିକ୍ ସମୟରେ ନଆସିବାରୁ ପରୀକ୍ଷା ବାତିଲ କରାଯାଇଛି । ଖାଲି ସେତିକି ନୁହେଁContinue reading “ପରୀକ୍ଷା ଦିନ ବି ଠିକ୍ ସମୟରେ ଆସିଲେନି ପ୍ରଧାନ ଶିକ୍ଷକ: ସ୍କୁଲରେ ତାଲା ପକାଇ ଦେଲେ ଅଭିଭାବକ”

ଟଳିଗଲା ବଡ଼ ବିପଦ, ଅଳ୍ପକେ ବର୍ତ୍ତିଲେ ଯବାନ । କମ୍ବିଂବେଳେ ଜଙ୍ଗଲରୁ ୫ ଟିଫିନ୍ ବୋମା ଠାବ କଲେ ବିଏସଏଫ ଯବାନ 

କନକ ବ୍ୟୁରୋ: ଟଳିଗଲା ଅଘଟଣ, ବଡ଼ ଅଘଟଣରୁ ବର୍ତିଲେ ସୀମା ସୁରକ୍ଷା ବଳ । କମ୍ବିଂ ଅପରେସନ ବେଳେ ଠାବ ହେଲା ଲ୍ୟାଣ୍ଡମାଇନ୍  । ମାଲକାନଗିରି ପଡ଼ିଆ ଥାନା କମାରଗୁଡା ଜଙ୍ଗଳରୁ ୫ଟି ଟିଫିନ୍ ବୋମା ଜବତ କରିଛନ୍ତି ବିଏସଏଫ ଯବାନ ।  ଯବାନମାନେ  ସେହି ଅଞ୍ଚଳରେ କମ୍ବିଂ ଅପରେସନ କରୁଥିବା ବେଳେ ମେଟାଲ ଡିଟେକ୍ଟର ସାହାଯ୍ୟରେ ଜଙ୍ଗଲରେ ଲୁଚାଇ ରଖାଯାଇଥିବା ଏହି ବମଗୁଡ଼ିକୁ ଠାବ କରିବାରେ ସକ୍ଷମ ହୋଇଛନ୍ତି । ଏହା ପରେ ବୋମା ନିଷ୍କ୍ରିୟContinue reading “ଟଳିଗଲା ବଡ଼ ବିପଦ, ଅଳ୍ପକେ ବର୍ତ୍ତିଲେ ଯବାନ । କମ୍ବିଂବେଳେ ଜଙ୍ଗଲରୁ ୫ ଟିଫିନ୍ ବୋମା ଠାବ କଲେ ବିଏସଏଫ ଯବାନ “

ସମ୍ପତ୍ତି ମାମଲାରେ ଗୌତମ ଆଦାନୀଙ୍କୁ ପଛରେ ପକାଇଲେ ମୁକେଶ ଅମ୍ବାନୀ । ଜାଣନ୍ତୁ ଧନୀ ତାଲିକାରେ କେଉଁ ସ୍ଥାନରେ ରହିଲେ କିଏ ?

କନକ ବ୍ୟୁରୋ : ଶିଳ୍ପପତି ମୁକେଶ ଅମ୍ବାନୀ ଏବେ ଗୌତମ ଆଦାନୀଙ୍କୁ ସମ୍ପତ୍ତି ମାମଲାରେ ପଛରେ ପକାଇଛନ୍ତି । ‘ହୁରୁନ ଇଣ୍ଡିଆ’ ଜାରି କରିଥିବା ତାଲିକା ମୁତାବକ ରିଲିଆନ୍ସ ଇଣ୍ଡଷ୍ଟ୍ରିଜର ଚେୟାରମ୍ୟାନ ମୁକେଶ ଅମ୍ବାନୀ ଆଦାନୀ ଗ୍ରୁପର ଚେୟାରମ୍ୟାନ ଗୌତମ ଆଦାନୀଙ୍କୁ ପଛରେ ପକାଇ ଦେଇ ଭାରତର ଧନୀ ତାଲିକାରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ହିଣ୍ଡେନବର୍ଗ ରିପୋର୍ଟ ଆସିବା ପରେ ଗୌତମ ଆଦାନୀଙ୍କ ସମ୍ପତ୍ତି ହ୍ରାସ ପାଇଥିବା ଦେଖିବାକୁ ମିଳିଛି । ହୁରୁନ ଇଣ୍ଡିଆContinue reading “ସମ୍ପତ୍ତି ମାମଲାରେ ଗୌତମ ଆଦାନୀଙ୍କୁ ପଛରେ ପକାଇଲେ ମୁକେଶ ଅମ୍ବାନୀ । ଜାଣନ୍ତୁ ଧନୀ ତାଲିକାରେ କେଉଁ ସ୍ଥାନରେ ରହିଲେ କିଏ ?”

ବିଜୁ ସ୍ୱାସ୍ଥ୍ୟ କାର୍ଡରୁ ଟଙ୍କା ସରିଯିବା ପରେ ଶଯ୍ୟାଶାୟୀ ରାଜେଶ୍ୱର । ଭାଇକୁ ଭଲ କରିଦେବା ପାଇଁ ନେହୁରା ହେଉଛନ୍ତି ଭଉଣୀ ।

କନକ ବ୍ୟୁରୋ: ଯେଉଁ ବିଛଣାରେ ରୋଗୀଣା ମଣିଷ, ସେହି ବିଛଣାରେ ଶଯ୍ୟାଶାୟୀ ମେସିନ୍ ଓ ସରିଯାଇଥିବା ମେଡିସିନ । ବିଜୁ ସ୍ୱାସ୍ଥ୍ୟ କାର୍ଡରେ ଅର୍ଥ ସରିଗଲା ପରେ ଜୀବନ ଯନ୍ତ୍ରଣା ମଝିରେ ଛଟପଟ ହେଉଛନ୍ତି ରୋଗୀ । ଘରର ମେରୁଦଣ୍ଡ ଶଯ୍ୟାଶାୟୀ ହେବା ପରେ ଆଖିରୁ ଲୁହ ଝରାଉଛନ୍ତି ପରିବାରବର୍ଗ । ପାରଳାଖେମୁଣ୍ଡି କେଉଟ ସାହିର ରାଜେଶ୍ୱର ରାଓ । ଅବିବାହିତ ରାଜେଶ୍ୱର ପୁରୁଣା ଖବର କାଗଜରୁ ଠୁଙ୍ଗା ତିଆରି ବିକ୍ରି କରୁଥିଲେ । ଯାହା ରୋଜଗାରContinue reading “ବିଜୁ ସ୍ୱାସ୍ଥ୍ୟ କାର୍ଡରୁ ଟଙ୍କା ସରିଯିବା ପରେ ଶଯ୍ୟାଶାୟୀ ରାଜେଶ୍ୱର । ଭାଇକୁ ଭଲ କରିଦେବା ପାଇଁ ନେହୁରା ହେଉଛନ୍ତି ଭଉଣୀ ।”

ଟିମ୍ ଇଣ୍ଡିଆ ମ୍ୟାଚ୍ ଜିତିବ ବୋଲି…ଗୋଟିଏ ଜାଗାରେ ଛିଡା ହେଇରହିଲେ ଅଶ୍ୱିନୀ । ମ୍ୟାଚ୍ ସରିବା ପରେ କହିଲେ ପୂରା ଘଟଣା

କନକ ବ୍ୟୁରୋ: ବିଶ୍ୱାସ କୁହନ୍ତା ବା ଅନ୍ଧବିଶ୍ୱାସ । ଅଷ୍ଟ୍ରେଲିଆ ବିରୋଧରେ ଟିମ୍ ଇଣ୍ଡିଆର ବିଜୟ ପାଇଁ ଦଳର ଷ୍ଟାର ସ୍ପିନର ଆର ଅଶ୍ୱିନୀ ଯାହା କରିଛନ୍ତି, ତାହା ବୋଧହୁଏ କେହି ବିଶ୍ୱାସ କରିବେନି । କଙ୍ଗାରୁ ବିପକ୍ଷରେ ଭାରତ ଯେତେବେଳେ ନିଜର ୩ ବ୍ୟାଟ୍ସମ୍ୟାନଙ୍କୁ ହରାଇ, ମ୍ୟାଚ୍ ଜିତିବାକୁ ସଂଘର୍ଷ କରୁଥିଲା, ସେତିକିବେଳେ, ଗୋଟିଏ ସ୍ଥାନରେ ଛିଡା ହେଇ ପୂରା ମ୍ୟାଚ୍ ଦେଖିଥିଲେ ଆର୍ ଅଶ୍ୱିନୀ । ରବିବାର ଚେନ୍ନାଇର ଚେପକ ଗ୍ରାଉଣ୍ଡରେ ଖେଳାଯାଇଥିଲା ଭାରତ-ଅଷ୍ଟ୍ରେଲିଆContinue reading “ଟିମ୍ ଇଣ୍ଡିଆ ମ୍ୟାଚ୍ ଜିତିବ ବୋଲି…ଗୋଟିଏ ଜାଗାରେ ଛିଡା ହେଇରହିଲେ ଅଶ୍ୱିନୀ । ମ୍ୟାଚ୍ ସରିବା ପରେ କହିଲେ ପୂରା ଘଟଣା”

ବାହାନଗା ଦୁର୍ଘଟଣାର ୨୮ ଅଚିହ୍ନା ମୃତଦେହର ହେବ ଅନ୍ତିମ ସଂସ୍କାର । ମୃତକଙ୍କ ପରିଚୟ ନମିଳିବାରୁ ଏମ୍ସରେ ମୃତଦେହର ଡିସପୋଜ୍ ପ୍ରକ୍ରିୟା ଆରମ୍ଭ

କନକ ବ୍ୟୁରୋ: ବାହାନଗା ଟ୍ରେନ୍ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଯାତ୍ରୀଙ୍କ ମଧ୍ୟରୁ ୨୮ଟି ମୃତଦେହର ହେବ ଅନ୍ତିମ ସଂସ୍କାର । ଏସବୁ ମୃତଦେହକୁ ଡିସପୋଜ୍ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ବିଏମସି, ପୂର୍ବତଟ ରେଳପଥ ଓ ସିବିଆଇ ଉପସ୍ଥିତିରେ ମୃତଦେହକୁ ଡିସପୋଜ୍ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଡିସପୋଜ୍ ପ୍ରକ୍ରିୟା ପରେ ମୃତଦେହକୁ ବିଏମସିକୁ ହସ୍ତାନ୍ତର କରାଯିବ । ଆଉ ଏସବୁ ମୃତଦେହର ଶେଷକୃତ୍ୟ ସତ୍ୟନଗର ଓ ଭରତପୁର ଶ୍ମଶାନରେ କରାଯିବ ।Continue reading “ବାହାନଗା ଦୁର୍ଘଟଣାର ୨୮ ଅଚିହ୍ନା ମୃତଦେହର ହେବ ଅନ୍ତିମ ସଂସ୍କାର । ମୃତକଙ୍କ ପରିଚୟ ନମିଳିବାରୁ ଏମ୍ସରେ ମୃତଦେହର ଡିସପୋଜ୍ ପ୍ରକ୍ରିୟା ଆରମ୍ଭ”

ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଫୋନ ଯୋଗେ କଥାହେଲେ ଇସ୍ରାଏଲ ପ୍ରଧାନମନ୍ତ୍ରୀ । ଜାଣନ୍ତୁ କ’ଣ ହେଲା ଆଲୋଚନା ?

କନକ ବ୍ୟୁରୋ : ହମାସ ଆତଙ୍କବାଦୀ ସଂଗଠନ ଦ୍ୱାରା ଇସ୍ରାଏଲ ଉପରେ ହୋଇଥିବା ଆକ୍ରମଣ ଏବେ ବି ଜାରି ରହିଛି । ଏହାରି ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଫୋନ ଯୋଗେ କଥା ହୋଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତ୍ରାନ୍ୟାହୁ । ଏନେଇ ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି । ସେ କହିଛନ୍ତି କି ଇସ୍ରାଏଲ ପ୍ରଧାନମନ୍ତ୍ରୀ ତାଙ୍କ ସହ ଫୋନ ଯୋଗେ କଥା ହୋଇଛନ୍ତି । ଏହି କ୍ରମରେ ପ୍ରଧାନମନ୍ତ୍ରୀ ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କୁ ବିପଦ ବେଳେContinue reading “ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଫୋନ ଯୋଗେ କଥାହେଲେ ଇସ୍ରାଏଲ ପ୍ରଧାନମନ୍ତ୍ରୀ । ଜାଣନ୍ତୁ କ’ଣ ହେଲା ଆଲୋଚନା ?”

ସରକାରୀ ବଙ୍ଗଳା ଖାଲି କରିବେନି ରାଘବ ଚଢା । ପଟିଆଲା କୋର୍ଟ ବିରୋଧରେ ହାଇକୋର୍ଟ ଗଲେ ଆପ୍ ସାଂସଦ

କନକ ବ୍ୟୁରୋ: ଆପ୍ ନେତା ତଥା ରାଜ୍ୟସଭା ସାଂସଦ ରାଘବ ଚଢା ସରକାରୀ ବଙ୍ଗଳା ଯେଭଳି ହାତଛଡା ନ ହୋଇଯିବ ସେଥିପାଇଁ ହାଇକୋର୍ଟକୁ ଯାଇଛନ୍ତି । ନିକଟରେ ପଟିଆଲା ହାଉସ କୋର୍ଟ ତାଙ୍କୁ ଟାଇପ୍ ୭ ବଙ୍ଗଳା ଖାଲି କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଆଉ ବର୍ତ୍ତମାନ ରାଜ୍ୟସଭା ସାଂସଦ ପଟିଆଲା ହାଉସ କୋର୍ଟର ନିଷ୍ପତ୍ତି ବିରୋଧରେ ହାଇକୋର୍ଟରେ ପହଞ୍ଚିଛନ୍ତି। ନିମ୍ନ ଅଦାଲତର ଆଦେଶ ବାତିଲ କରିବାକୁ ଦିଲ୍ଲୀ ହାଇକୋର୍ଟରେ ଆମ୍ ଆଦମୀ ପାର୍ଟିର ସାଂସଦ ରାଘବ ଚଢାContinue reading “ସରକାରୀ ବଙ୍ଗଳା ଖାଲି କରିବେନି ରାଘବ ଚଢା । ପଟିଆଲା କୋର୍ଟ ବିରୋଧରେ ହାଇକୋର୍ଟ ଗଲେ ଆପ୍ ସାଂସଦ”

ରାଉରକେଲା ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁ ମାମଲା: ସୁସ୍ମିତାଙ୍କ ସାଙ୍ଗ ଓ ସେନସୋରୀ ପାର୍କର ଦୁଇ କର୍ମଚାରୀ ଏଚଆରପିସିରେ ହେଲେ ହାଜର

କନକ ବ୍ୟୁରୋ: ରାଉରକେଲା ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁ ମାମଲାରେ ହ୍ୟୁମାନ ରାଇଟସ ପ୍ରୋଟେକସନ ସେଲ୍ ବା ଏଚଆରପିସି ଜେରା କରୁଛି । ଆଜି ସୁସ୍ମିତାଙ୍କ ସାଙ୍ଗ ଓ ସେନସୋରୀ ପାର୍କର ଦୁଇ କର୍ମଚାରୀ ଏଚଆରପିସିରେ ହାଜର ହୋଇଛନ୍ତି । ଏହି ତିନି ଜଣଙ୍କୁ ୧୬୧ରେ ବୟାନ ରେକର୍ଡ କରିବା ସହ ଅଡିଓ ଭିଡିଓ ରେକର୍ଡ କରିଛି ଏଚଆରପିସି । କଲ୍ ରେକର୍ଡକୁ ଆଧାର କରି ତଦନ୍ତ ଚାଲିଛି । ମୃତ୍ୟୁ ପୂର୍ବରୁ ଯେଉଁମାନଙ୍କ ସହContinue reading “ରାଉରକେଲା ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁ ମାମଲା: ସୁସ୍ମିତାଙ୍କ ସାଙ୍ଗ ଓ ସେନସୋରୀ ପାର୍କର ଦୁଇ କର୍ମଚାରୀ ଏଚଆରପିସିରେ ହେଲେ ହାଜର”

Design a site like this with WordPress.com
Get started