କନକ ବ୍ୟୁରୋ: କୌଣସି ଅଭ୍ୟାସ ଯଦି ନିଶାରେ ପାଲଟିଯାଏ ଅନେକ ସମୟରେ ତାହା ସଫଳତା ଆଡକୁ ବାଟ କଢାଏ । ଏଭଳି ଦେଖିବାକୁ ମିଳିଛି କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ କଷଣଅଣ୍ଟା ବାସିନ୍ଦା ସ୍ନିଗ୍ଧା ତ୍ରିପାଠୀଙ୍କ କ୍ଷେତ୍ରରେ । ପିଲାବେଳୁ ଚିତ୍ର ଆଙ୍କବିାର ନିଶା ଆଜି ତାଙ୍କ ସ୍ଥାନୀୟ ଅଞ୍ଚଳ ସହ ରାଜ୍ୟ ବାହାରେ ମଧ୍ୟ ଦେଇଛି ସମ୍ମାନ । ଛତାଠାରୁ ଆରମ୍ଭ କରି ଡ୍ରେସ୍, କାର୍ଡବୋର୍ଡ ଠାରୁ ନେଇ ପତ୍ର ଯାହା ପାଇଲେ ସେଥିରେ ନିଜର କଳାଚାତୁରୀ ଦେଖାଇଛନ୍ତିContinue reading “ପିଲାବେଳର ଅଭ୍ୟାସ ଦେଇଛି ପରିଚୟ । ମଣ୍ଡଳ ଆର୍ଟ ସହ ବିଭିନ୍ନ କଳାକୃତି କରି ପ୍ରଶଂସା ଓ ସମ୍ମାନ ସାଉଁଟୁଛନ୍ତି ସ୍ନିଗ୍ଧା ।”
Tag Archives: News
ନିଶା ନିବାରଣ କେନ୍ଦ୍ରରେ ପିଟିପିଟି ହତ୍ୟା ଅଭିଯୋଗ : ୩ମାସ ତଳେ ହୋଇଥିଲେ ଭର୍ତ୍ତି; ଧଉଳି ଥାନାର ଦ୍ୱାରସ୍ତ ହେଲେ ମୃତକଙ୍କ ପରିବାର
କନକ ବ୍ୟୁରୋ : ନିଶା ନିବାରଣ କେନ୍ଦ୍ରରେ ବ୍ୟକ୍ତିଙ୍କୁ ହତ୍ୟା ଅଭିଯୋଗ । ଥାନାରେ ଅଭିଯୋଗ କଲେ ମୃତକଙ୍କ ପରିବାର । ଭୁବନେଶ୍ୱର ଧଉଳି ଥାନା ନିକଟ ସ୍ୱୀକାର ନିଶାନିବାରଣ କେନ୍ଦ୍ରରେ ଜଣେ ବ୍ୟକ୍ତିଙ୍କୁ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତକ ହେଉଛନ୍ତି ଛବି ନାୟକ । ଏନେଇ ଥାନାରେ ଅଭିଯୋଗ କରିଛନ୍ତି ମୃତ ଛବିଙ୍କ ପରିବାର । ଅଭିଯୋଗ ଅନୁସାରେ ଛବିଙ୍କୁ ୩ ମାସ ତଳେ ନିଶା ନିବାରଣ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲାContinue reading “ନିଶା ନିବାରଣ କେନ୍ଦ୍ରରେ ପିଟିପିଟି ହତ୍ୟା ଅଭିଯୋଗ : ୩ମାସ ତଳେ ହୋଇଥିଲେ ଭର୍ତ୍ତି; ଧଉଳି ଥାନାର ଦ୍ୱାରସ୍ତ ହେଲେ ମୃତକଙ୍କ ପରିବାର”
ହମାସ ସଂଗଠନ କଣ , କେବେ ହେଇଥିଲା ସ୍ଥାପନା ?
ଏବେ ଇସ୍ରାଏଲ ଓ ହମାସ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧ ବିଷୟରେ ସମସ୍ତେ ଅବଗତ ଅଛନ୍ତି । ଗତ ଶନିବାର ଦିନ ଜଳ, ସ୍ଥଳ ଓ ଆକାଶମାର୍ଗ ତିନି ଦିଗରୁ ଅତର୍କିତ ଭାବେ ଆକ୍ରମଣ କରି ଇସ୍ରାଏଲର ଶତାଧିକ ନିରୀହ ଜନସାଧାରଣଙ୍କୁ ହତ୍ୟା କରିଛି ଓ ଅନେକଙ୍କୁ ପଣବନ୍ଦୀ କରିରଖିଛି ହମାସ । ହମାସ ଓ ଇସ୍ରାଏଲ ମଧ୍ୟରେ ଏ ଯୁଦ୍ଧ ନୂଆ ନୁହେଁ । ଗତ କେଇ ଦଶନ୍ଧିରୁ ଏପରି ଚାଲିଆସିଛି । କିନ୍ତୁ ଏଥରରContinue reading “ହମାସ ସଂଗଠନ କଣ , କେବେ ହେଇଥିଲା ସ୍ଥାପନା ?”
ଇସ୍ରାଏଲ୍-ପାଲେଷ୍ଟାଇନ୍ ଯୁଦ୍ଧ : ପାଲେଷ୍ଟାଇନ୍ ସପକ୍ଷରେ ବାହାରିଲେ ଏହି ସବୁ ବଲିଉଡ୍ ଅଭିନେତ୍ରୀ । କଣ କହିଲେ କଙ୍ଗନା ?
କନକ ବ୍ୟୁରେ : ଇସ୍ରାଏଲ ଏବଂ ପାଲେଷ୍ଟାଇନ ମଧ୍ୟରେ ଚାଲିଥିବା ଯୁଦ୍ଧ ଦିନକୁ ଦିନ ଏକ ଭୟଙ୍କର ରୂପ ନେଉଛି । ଦୁଇ ଦେଶ ମଧ୍ୟରେ ଚାଲିଥିବା ଯୁଦ୍ଧ ଯୋଗୁଁ ହଜାର ହଜାର ନିରୀହ ଲୋକ ବାସହୀନ ହୋଇପଡିଛନ୍ତି । ଶହ ଲୋକ ନିଜର ବାସସ୍ଥାନ ହରାଇ ବସିଛନ୍ତି । ହମାସ ଲୋକ ଇସ୍ରାଏଲ ସୈନ୍ୟଙ୍କୁ ବନ୍ଧକ ବନାଇ ରଖିଛନ୍ତି । ଆଉ ଏହି ଯୁଦ୍ଧ ପରିସ୍ଥିତି ଭିତରେ ବଲିଉଠୁ ଅଭିନେତ୍ରୀଙ୍କ ମଧ୍ୟରେ କ୍ୟାଟ୍ ଫାଇଟ୍ ଆରମ୍ଭContinue reading “ଇସ୍ରାଏଲ୍-ପାଲେଷ୍ଟାଇନ୍ ଯୁଦ୍ଧ : ପାଲେଷ୍ଟାଇନ୍ ସପକ୍ଷରେ ବାହାରିଲେ ଏହି ସବୁ ବଲିଉଡ୍ ଅଭିନେତ୍ରୀ । କଣ କହିଲେ କଙ୍ଗନା ?”
ଟିମ୍ ଇଣ୍ଡିଆ ପାଇଁ ଖୁସିଖବର । ହସ୍ପିଟାଲରୁ ଡିସଚାର୍ଜ ହେଲେ ଭାରତୀୟ ଷ୍ଟାର ବ୍ୟାଟର, ପାକିସ୍ତାନ ବିପକ୍ଷ ମ୍ୟାଚରେ ଖେଳିପାରନ୍ତି ଶୁଭମନ ।
କନକ ବ୍ୟୁରୋ : ଆଫଗାନିସ୍ତାନ ମ୍ୟାଚ୍ ପୂର୍ବରୁ ଟିମ୍ ଇଣ୍ଡିଆ ପାଇଁ ଖୁସିଖବର । ସକାଳେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଟିମ୍ ଇଣ୍ଡିଆର ଷ୍ଟାର ବ୍ୟାଟର ଶୁଭମନ ଗିଲ୍ ଏବେ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି । ତେବେ ଶୁଭମନ ଆଗାମୀ ମ୍ୟାଚ୍ ଖେଳିବେ କି ନାହିଁ ସେ ବାବଦରେ ବିସିସିଆଇ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ଏହାପୂର୍ବରୁ ଡେଙ୍ଗୁ କାରଣରୁ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରୁ ବାଦ୍ ପଡିଥିଲେ ଶୁଭମନ । ଜାତୀୟ ଗଣମାଧ୍ୟମରେ ପ୍ରକାଶିତContinue reading “ଟିମ୍ ଇଣ୍ଡିଆ ପାଇଁ ଖୁସିଖବର । ହସ୍ପିଟାଲରୁ ଡିସଚାର୍ଜ ହେଲେ ଭାରତୀୟ ଷ୍ଟାର ବ୍ୟାଟର, ପାକିସ୍ତାନ ବିପକ୍ଷ ମ୍ୟାଚରେ ଖେଳିପାରନ୍ତି ଶୁଭମନ । “
‘ଏ ନିଷ୍ପାପ ଶିଶୁର କ’ଣ ଦୋଷ ଥିଲା’? କୁନି ଝିଅର ମୃତଦେହକୁ ଛାତିରେ ଚାପି ଧରି ବିକଳ ହେଉଛି ବାପା ।
କନକ ବ୍ୟୁରୋ: ପାଲେଷ୍ଟାଇନ୍ ଆତଙ୍କବାଦୀ ସଙ୍ଗଠନ ହମାସ୍ ଇସ୍ରାଏଲକୁ ଏଭଳି ଦୁଃଖ ଦେଇଛି ଯାହା ସାରା ବିଶ୍ୱକୁ ଦୋହଲାଇଦେଇଛି । ହମାସର ଆକ୍ରମଣରେ ଇସ୍ରାଏଲର ପାଖାପାଖି ୧୦୦୦ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ଶହଶହ ଲୋକ ଗୁୁରୁତର ଆହତ ହୋଇଛନ୍ତି । ହମାସର ଆକ୍ରମଣର ତୁରନ୍ତ ପାଲଟା ଜବାବ ଦେଇଛି ଇସ୍ରାଏଲ ସେନା । ପୁରା ଗାଜାକୁ ଚାରିପଟୁ ଘେରି ରଖିଛି ଇସ୍ରାଏଲ ସେନା । ଦୁଇ ପକ୍ଷର ଆକ୍ରମଣ ଓ ପ୍ରତିଆକ୍ରମଣରେ ବଳି ପଡୁଛନ୍ତି ନିଷ୍ପାପ ଶିଶୁContinue reading “‘ଏ ନିଷ୍ପାପ ଶିଶୁର କ’ଣ ଦୋଷ ଥିଲା’? କୁନି ଝିଅର ମୃତଦେହକୁ ଛାତିରେ ଚାପି ଧରି ବିକଳ ହେଉଛି ବାପା ।”
ଇସ୍ରାଏଲ-ପାଲେଷ୍ଟାଇନ ଯୁଦ୍ଧ : ଇସ୍ରାଏଲକୁ ଭାରତ ସରକାରଙ୍କ ସମର୍ଥନ ବେଳେ ପାଲେଷ୍ଟାଇନ୍ ସମର୍ଥନରେ କଂଗ୍ରେସ
କନକ ବ୍ୟୁରୋ : ଇସ୍ରାଏଲ ଏବଂ ପାଲେଷ୍ଟାଇନର ଆତଙ୍କୀ ସଂଗଠନ ହମାସ ମଧ୍ୟରେ ଚାଲିଛି ଯୁଦ୍ଧ । ଏବେ ଏହାକୁ ନେଇ ଦେଶରେ ଆରମ୍ଭ ହୋଇଛି ରାଜନୀତି । ଗୋଟିଏ ପଟେ ଭାରତ ସରକାର ଇସ୍ରାଏଲ ପଛରେ ଛିଡ଼ା ହୋଇଥିବାବେଳେ ଅନ୍ୟପଟେ କଂଗ୍ରେସ ପାଲେଷ୍ଟାଇନକୁ ସମର୍ଥନ ଘୋଷଣା କରିଛି । ସୋମବାର କଂଗ୍ରେସ କାର୍ଯ୍ୟକାରିଣୀ ବୈଠକରେ ଶେଷ ମୁହୂର୍ତ୍ତରେ ଏ ସଂକ୍ରାନ୍ତରେ ଏକ ସଂକଳ୍ପ ମଧ୍ୟ ପାରିତ ହୋଇଛି । ଏହା ପୂର୍ବରୁ ମଧ୍ୟ କଂଗ୍ରେସ ଅନେକContinue reading “ଇସ୍ରାଏଲ-ପାଲେଷ୍ଟାଇନ ଯୁଦ୍ଧ : ଇସ୍ରାଏଲକୁ ଭାରତ ସରକାରଙ୍କ ସମର୍ଥନ ବେଳେ ପାଲେଷ୍ଟାଇନ୍ ସମର୍ଥନରେ କଂଗ୍ରେସ”
ବର୍ଷାଙ୍କ ପାଇଁ ପୁଣି ଅନୁଭବଙ୍କ ଭାବବିହ୍ୱଳ ପୋଷ୍ଟ : କହିଲେ, ମୋ ପରିବାରର କାହା ଜୀବନ ସହ ଖେଳ ନାହିଁ; ବିବାହ ବିଚ୍ଛେଦକୁ ଗ୍ରହଣ କରିନେବାକୁ କଲେ ଅନୁରୋଧ
କନକ ବ୍ୟୁରୋ : ପୁଣି ଥରେ ବର୍ଷାଙ୍କ ପାଇଁ ଅନୁଭବଙ୍କ ଭାବବିହ୍ୱଳ ପୋଷ୍ଟ । ସୋସିଆଲ ମିଡିଆରେ ଭିଡିଓ ସେୟାର କରିଛନ୍ତି ସାଂସଦ ଅନୁଭବ ମହାନ୍ତି । ଭିଡିଓ ଜରିଆରେ ବର୍ଷାଙ୍କୁ ଅନୁରୋଧ କରି ଅନୁଭବ କହିଛନ୍ତି ଦୟାକରି ବିବାହ ବିଚ୍ଛେଦକୁ ଗ୍ରହଣ କରିନିଅନ୍ତୁ । ମୋ ପରିବାରର କାହା ଜୀବନ ସହ ଖେଳନ୍ତୁ ନାହିଁ ବୋଲି ଭିଡିଓରେ କହିଛନ୍ତି ଅନୁଭବ । ତାଙ୍କ ବାପାଙ୍କ ଦେହ ବହୁତ ଅସୁସ୍ଥ ଅଛି, ଯାହା ପାଇଁ ରାତିରେ କେହିContinue reading “ବର୍ଷାଙ୍କ ପାଇଁ ପୁଣି ଅନୁଭବଙ୍କ ଭାବବିହ୍ୱଳ ପୋଷ୍ଟ : କହିଲେ, ମୋ ପରିବାରର କାହା ଜୀବନ ସହ ଖେଳ ନାହିଁ; ବିବାହ ବିଚ୍ଛେଦକୁ ଗ୍ରହଣ କରିନେବାକୁ କଲେ ଅନୁରୋଧ”
ରାଜଧାନୀରେ ମାତିଛନ୍ତି ବୁଲେଟ୍ ଲୁଟେରା : ଗାଡ଼ି ତାଲା ଭାଙ୍ଗି ବୁଲେଟ୍ ଗଡ଼େଇ ଗଡ଼େଇ ନେଉଥିବାର ଦୃଶ୍ୟ ଭାଇରାଲ
କନକ ବ୍ୟୁରୋ : ରାଜଧାନୀରେ ମାତିଛନ୍ତି ବୁଲେଟ୍ ଲୁଟେରା । ନୟାପଲ୍ଲୀ ଅଞ୍ଚଳରୁ ଜଣେ ଲୁଟେରା ବୁଲେଟ୍ ଚୋରି କରୁଥିବାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ଲୁଟେରା ଜଣକ ଗାଡ଼ି ତାଲା ଭାଙ୍ଗି ବୁଲେଟ୍ ଗଡ଼େଇ ଗଡ଼େଇ ନେଉଥିବାର ଦୃଶ୍ୟ ଭାଇରାଲ ହୋଇଛି । ରବିବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି । ମୁହଁରେ କପଡ଼ା ବାନ୍ଧିିଥିବା ବେଳେ ବହାରପଟୁ ଘରର କବାଟ ବନ୍ଦ କରି ଚୋରି କରିଥିଲା ଚୋର । ଭଡ଼ାରେ ରହୁଥିବାContinue reading “ରାଜଧାନୀରେ ମାତିଛନ୍ତି ବୁଲେଟ୍ ଲୁଟେରା : ଗାଡ଼ି ତାଲା ଭାଙ୍ଗି ବୁଲେଟ୍ ଗଡ଼େଇ ଗଡ଼େଇ ନେଉଥିବାର ଦୃଶ୍ୟ ଭାଇରାଲ”
ପଶ୍ଚିମବଙ୍ଗକୁ ଚୋରାଚାଲାଣ ବେଳେ ଧରାପଡ଼ିଲା ପିଡ଼ିଏସ୍ ଚାଉଳ : ଉଠିଲା ପ୍ରଶ୍ନ, କିଏ କାହିଁକି ପଠାଉଥିଲା ଚାଉଳ
କନକ ବ୍ୟୁରୋ : ପଶ୍ଚିମବଙ୍ଗକୁ ପିଡିଏସ ଚୋରା ଚାଲାଣ ବେଳେ ଧରିଲା ପୋଲିସ । ବାଲେଶ୍ୱରରୁ ପଶ୍ଚିମବଙ୍ଗକୁ ୩୫ କ୍ୱିଣ୍ଟାଲ ଚାଉଳ ଚାଲାଣ ହେଉଥିବା ଖବର ପାଇଁ ରୁପସା ପୋଲିସ ଜବତ କରିଛି । ଚାଉଳ ଚାଲାଣ ହେଉଥିବା ପିକଅପ ଭ୍ୟାନକୁ ପୋଲିସ ଜବତ କରିଛି । ଗତକାଲି ସନ୍ଧ୍ୟାରେ ଏକ ପିକଅପ ଭ୍ୟାନରେ ପିଡିଏସ ଚାଉଳ ଚାଲାଣ ହେଉଥିବା ଖବର ପାଇଥିଲା ପୋଲିସ । ୬୦ ନମ୍ବର ଜାତୀୟ ରାଜପଥରେ ରୁପସା ନିକଟରେ ଅଟକାଇଥିଲେ ।Continue reading “ପଶ୍ଚିମବଙ୍ଗକୁ ଚୋରାଚାଲାଣ ବେଳେ ଧରାପଡ଼ିଲା ପିଡ଼ିଏସ୍ ଚାଉଳ : ଉଠିଲା ପ୍ରଶ୍ନ, କିଏ କାହିଁକି ପଠାଉଥିଲା ଚାଉଳ”