କନକ ବ୍ୟୁରୋ: ଆମେରିକାର ନ୍ୟୁଜର୍ସିରେ ଉଦଘାଟନ ହୋଇଛି ସବୁଠୁ ବଡ ହିନ୍ଦୁ ମନ୍ଦିର ଅକ୍ଷରଧାମ । ଏହାକୁ ୧୮୫ ଏକର ଜାଗାରେ ନିର୍ମାଣ କରାଯାଇଛି । ଏହାକୁ ନିର୍ମାଣ କରିବାରେ ଲାଗିଛି ୧୨ ବର୍ଷ । ମନ୍ଦିର ନିର୍ମାଣ ପଛରେ ରହିଛି ୧୨ , ୫୦୦ ଶ୍ରମିକଙ୍କ ନିଷ୍ଠା । ମନ୍ଦିରରେ ଲାଗିଛି ୨୯ଟି ଦେଶରୁ ଆସିଥିବା ମୂଲ୍ୟବାନ୍ ପଥର ।ଏହି ମନ୍ଦିରକୁ ଭାରତୀୟ ସଂସ୍କୃତି, କଳା ଓ ଆଧ୍ୟାତ୍ମର ସଙ୍ଗମ ବୋଲି କୁହାଯାଉଛି । ଆମେରିକାରContinue reading “ଆମେରିକାରେ ଉଦଘାଟନ ହେଲା ବିଶାଳ ଅକ୍ଷରଧାମ ମନ୍ଦିର । ଅତି ଚମତ୍କାର ୧୮୫ ଏକର ଜାଗାରେ ପ୍ରସ୍ତୁତ ମନ୍ଦିରର କଳାକୃତି ।”
Tag Archives: News
ହସ୍ପିଟାଲରେ ଭର୍ତ୍ତି ହେଲେ ଶୁଭମନ । ପାକିସ୍ତାନ ବିପକ୍ଷରେ ମ୍ୟାଚ ଖେଳିବା ନେଇ ସନ୍ଦେହ, ସ୍ୱାସ୍ଥ୍ୟବସ୍ଥା ଉପରେ ଡାକ୍ତରୀ ଟିମ୍ ରଖିଛି ନଜର ।
କନକ ବ୍ୟୁରୋ : ଆଫଗାନିସ୍ତାନ ମ୍ୟାଚ୍ ପୂର୍ବରୁ ଭାରତକୁ ଝଟକା । ଭାରତର ଷ୍ଟାର ବ୍ୟାଟର ଶୁଭମନ ଗିଲଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଡେଙ୍ଗୁରେ ପୀଡିତ ଥିବା ଶୁଭମନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୂର୍ବରୁ ବିସିସିଆଇ ପକ୍ଷରୁ ସ୍ପଷ୍ଟ କରାଯାଇଥିଲା ଯେ, ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ ଶୁଭମନ ଖେଳିବେ ନାହିଁ । ଏବେ ପାକିସ୍ତାନ ବିପକ୍ଷ ମ୍ୟାଚରେ ଶୁଭମନ ଖେଳିବେ କି ନାହିଁ ତାହାକୁ ନେଇ ମଧ୍ୟ ସନ୍ଦେହ ରହିଛି ।Continue reading “ହସ୍ପିଟାଲରେ ଭର୍ତ୍ତି ହେଲେ ଶୁଭମନ । ପାକିସ୍ତାନ ବିପକ୍ଷରେ ମ୍ୟାଚ ଖେଳିବା ନେଇ ସନ୍ଦେହ, ସ୍ୱାସ୍ଥ୍ୟବସ୍ଥା ଉପରେ ଡାକ୍ତରୀ ଟିମ୍ ରଖିଛି ନଜର ।”
ଆମେ ଆରମ୍ଭ କରିନାହୁଁ ଯୁଦ୍ଧ, କିନ୍ତୁ ଶେଷ କରିବୁ । ଆଇଏସଆଇ ଭଳି ନିଶ୍ଚିହ୍ନ ହୋଇଯିବ ହମାସ : ଇସ୍ରାଏଲ ପ୍ରଧାନମନ୍ତ୍ରୀ
କନକ ବ୍ୟୁରୋ : ହମାସ ଆତଙ୍କବାଦୀ ଉପରେ ଇସ୍ରାଏଲର ରକେଟ ମାଡ । ଇସ୍ରାଏଲ ଆକ୍ରମଣ କରିଥିବାର ଭିଡିଓ ଫୁଟେଜ ଏବେ ସାମ୍ନାକୁ ଆସିଛି । କିଭଳି ଗୋଟିଏ ପରେ ଗୋଟିଏ କୋଠା ରକେଟ ମାଡରେ ଧ୍ୱଂସ ହୋଇଯାଉଛି ଏ ହେଉଛି ତାର ଚିତ୍ର । ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଆକ୍ରମଣର ଏହି ଫୁଟେଜ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ବେଞ୍ଜାମିନ ନେତାନ୍ୟାହୁ କହିଛନ୍ତି ଯଦିଓ ଇସ୍ରାଏଲ ଯୁଦ୍ଧ ଆରମ୍ଭ କରିନି କିନ୍ତୁ ଶେଷContinue reading “ଆମେ ଆରମ୍ଭ କରିନାହୁଁ ଯୁଦ୍ଧ, କିନ୍ତୁ ଶେଷ କରିବୁ । ଆଇଏସଆଇ ଭଳି ନିଶ୍ଚିହ୍ନ ହୋଇଯିବ ହମାସ : ଇସ୍ରାଏଲ ପ୍ରଧାନମନ୍ତ୍ରୀ”
ଭାରୀ ଭୟଙ୍କର ହମାସ୍ ଚିଫ୍ ମୋହମ୍ମଦ ଡାୟଫ୍, ଯାହାର ଷଡଯନ୍ତ୍ର ଇସ୍ରାଏଲକୁ କରିଦେଲା ଲହୁଲୁହାଣ
କନକ ବ୍ୟୁରୋ: ମାତ୍ର ଅଧଘଣ୍ଟା, ୫୦୦୦ ରକେଟ୍ ମାଡ । ଛାରଖାର ହୋଇଗଲା ଇସ୍ରାଏଲର ଅଧା ଇଲାକା । ଏହି ଆକ୍ରମଣରେ ପ୍ରାଣ ହରାଇଲେ ଶହଶହ ଇସ୍ରାଏଲ ନାଗରିକଙ୍କ ସହ ବିଦେଶି ନାଗରିକ । ଏସବୁ ପଛରେ ରହିଛି ମୋହମ୍ମଦ ଡାୟଫ । ଏପରିସ୍ଥିତିରେ ସମସ୍ତଙ୍କ ମନରେ ପ୍ରଶ୍ନ କିଏ ଏହି ମୋହମ୍ମଦ ଡାୟଫ୍ ଏବଂ ଇସ୍ରାଏଲ ଓ ପାଲେଷ୍ଟାଇନ୍ ଯୁଦ୍ଧରେ ତାଙ୍କର ଭୂମିକା କ’ଣ? ଗାଜା ଟ୍ରିପରୁ ଆକ୍ରମଣ ପରେ ଏବେ ଗାଜାକୁ ମାଟିରେ ମିଶାଇବାକୁContinue reading “ଭାରୀ ଭୟଙ୍କର ହମାସ୍ ଚିଫ୍ ମୋହମ୍ମଦ ଡାୟଫ୍, ଯାହାର ଷଡଯନ୍ତ୍ର ଇସ୍ରାଏଲକୁ କରିଦେଲା ଲହୁଲୁହାଣ”
ଅମିତ ରୋହିଦାସଙ୍କୁ ଭେଟି ଅଭିନନ୍ଦନ ଜଣାଇଲେ କେନ୍ଦ୍ରମନ୍ତ୍ରୀ : କହିଲେ, ଏସୀୟ କ୍ରୀଡ଼ା ପ୍ରତିଯୋଗିତାରେ ପ୍ରତିଭାବାନ ଯୁବ ଖେଳାଳି ଅମିତଙ୍କ ପ୍ରଦର୍ଶନ ବେଶ୍ ପ୍ରଶଂସନୀୟ
କନକ ବ୍ୟୁରୋ : କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ନୂଆଦିଲ୍ଲୀ ସ୍ଥିତ ନିଜ ବାସଭବନରେ ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ହାସଲ କରି ଭାରତକୁ ଗୌରବାନ୍ୱିତ କରିଥିବା ଭାରତୀୟ ପୁରୁଷ ହକି ଦଳର ଓଡ଼ିଆ ଖେଳାଳି ଅମିତ ରୋହିଦାସଙ୍କୁ ଭେଟି ଅଭିନନ୍ଦନ ଜଣାଇଛନ୍ତି । ସେ ଟ୍ୱିଟ୍ କରି କହିଛନ୍ତି ଯେ ଏସୀୟ କ୍ରୀଡ଼ା ପ୍ରତିଯୋଗିତାରେ ଏହି ପ୍ରତିଭାବାନ ଯୁବ ଖେଳାଳିଙ୍କ ପ୍ରଦର୍ଶନ ବେଶ୍ ପ୍ରଶଂସନୀୟ । ତାଙ୍କରContinue reading “ଅମିତ ରୋହିଦାସଙ୍କୁ ଭେଟି ଅଭିନନ୍ଦନ ଜଣାଇଲେ କେନ୍ଦ୍ରମନ୍ତ୍ରୀ : କହିଲେ, ଏସୀୟ କ୍ରୀଡ଼ା ପ୍ରତିଯୋଗିତାରେ ପ୍ରତିଭାବାନ ଯୁବ ଖେଳାଳି ଅମିତଙ୍କ ପ୍ରଦର୍ଶନ ବେଶ୍ ପ୍ରଶଂସନୀୟ”
ରାସ୍ତା କାମ ପାଇଁ ଆନ୍ଦୋଳନ : ଡୁଙ୍ଗୁରିପାଲିରେ ସଚେତନ ନାଗରିକ କମିଟି ପକ୍ଷରୁ ଦ୍ୱିତୀୟ ଦିନରେ ଆନ୍ଦୋଳନ ଜାରି
କନକ ବ୍ୟୁରୋ : ରାସ୍ତା କାମ ପାଇଁ ଆନ୍ଦୋଳନ । ସୋନପୁର ଜିଲ୍ଲା ଡୁଙ୍ଗୁରିପାଲିରେ ସଚେତନ ନାଗରିକ କମିଟି ପକ୍ଷରୁ ଜାତୀୟ ରାଜପଥ ପ୍ରଶସ୍ତିକରଣର ଅବହେଳା ପ୍ରତିବାଦରେ ଆଜି ଦ୍ୱିତୀୟ ଦିନରେ ଆନ୍ଦୋଳନ ଜାରି ରହିଛି । ସକାଳ ୬ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଆନ୍ଦୋଳନ ପାଳନ କରୁଛି ସଚେତନ ନାଗରିକ କମିଟି । ଏଥିରୁ ଜରୁରୀକାଳୀନ ସେବା ସହ ସମସ୍ତ ସ୍କୁଲ, କଲେଜକୁ ବାଦ୍ ଦିଆଯାଇଛି । ଦୋକାନ ବଜାର ବନ୍ଦ ରହିଥିବା ବେଳେ ଆନ୍ଦୋଳନContinue reading “ରାସ୍ତା କାମ ପାଇଁ ଆନ୍ଦୋଳନ : ଡୁଙ୍ଗୁରିପାଲିରେ ସଚେତନ ନାଗରିକ କମିଟି ପକ୍ଷରୁ ଦ୍ୱିତୀୟ ଦିନରେ ଆନ୍ଦୋଳନ ଜାରି”
ଇସ୍ରାଏଲ- ପାଲେଷ୍ଟାଇନ ଘମାଘୋଟ ଲଢେଇ : କେଉଁ ଦେଶର କେତେ ନାଗରିକ ମୃତ? ନାଗରିକଙ୍କ ପାଇଁ ଇସ୍ରାଏଲର ନିର୍ଦ୍ଦେଶନାମା
କନକ ବ୍ୟୁରୋ : ଇସ୍ରାଏଲ- ପାଲେଷ୍ଟାଇନ ଘମାଘୋଟ ଲଢେଇ । ଯୁଦ୍ଧରେ ୧୫୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ଇସ୍ରାଏଲରେ ୯୦୦ ମୃତ, ୨,୬୦୦ରୁ ଅଧିକ ଆହତ ହୋଇଛନ୍ତି । ୧୫୦ ଇସ୍ରାଏଲ ନାଗରିକଙ୍କୁ ଅପହରଣ କରିଛି ହମାସ । ଇସ୍ରାଏଲର ଏୟାରଷ୍ଟ୍ରାଇକ, ପାଲେଷ୍ଟାଇନରେ ବ୍ୟାପକ କ୍ଷତି ହୋଇଛି । ପାଲେଷ୍ଟାଇନରେ ୬୮୭ ମୃତ, ୩, ୭୦୦ରୁ ଅଧିକ ଆହତ ହୋଇଛନ୍ତି । ଇସ୍ରାଏଲର ଏୟାରଷ୍ଟ୍ରାଇକ ଜାରି ଥିବାରୁ ମୃତ୍ୟୁ ସଂଖ୍ୟା ବଢିବା ଆଶଙ୍କା । ଗାଜାଷ୍ଟ୍ରିପରContinue reading “ଇସ୍ରାଏଲ- ପାଲେଷ୍ଟାଇନ ଘମାଘୋଟ ଲଢେଇ : କେଉଁ ଦେଶର କେତେ ନାଗରିକ ମୃତ? ନାଗରିକଙ୍କ ପାଇଁ ଇସ୍ରାଏଲର ନିର୍ଦ୍ଦେଶନାମା”
ଇସ୍ରାଏଲ ଓ ହମସା ଆତଙ୍କୀ ମଧ୍ୟରେ ଯୁଦ୍ଧ ଜାରି : ଆମେରିକା ସମେତ ୫ ରାଷ୍ଟ୍ର କଲେ କଡା ନିନ୍ଦା
କନକ ବ୍ୟୁରୋ : ଇସ୍ରାଏଲକୁ ହମସା ଆତଙ୍କୀର ଟାର୍ଗେଟ । ୫ ରାଷ୍ଟ୍ର ଆକ୍ରମଣକୁ ନିନ୍ଦା କରିବା ସହିତ ଇସ୍ରାଏଲକୁ ସମର୍ଥନ ଘୋଷଣା କରିଛନ୍ତି । ଆମେରିକା, ଫ୍ରାନ୍ସ, ବ୍ରିଟେନ୍, ଜର୍ମାନୀ, ଇଟାଲି ମିଳିତ ଭାବେ ଇସ୍ରାଏଲକୁ ସମର୍ଥନ ଘୋଷଣା କରିଛନ୍ତି । ଇସ୍ରାଏଲର ଉଭୟ ସାଧାରଣ ନାଗରିକ ଓ ସୈନିକଙ୍କ ସମେତ ୧୫୦ ଜଣଙ୍କୁ ବନ୍ଧକ ରଖାଯାଇଥିବା ଅନୁମାନ କରାଯାଉଛି । ଏହାକୁ ନିନ୍ଦା କରିଛନ୍ତି ୫ ଦେଶ । ଏଥିସହ ଅନ୍ୟ ସମସ୍ତ ରାଷ୍ଟ୍ରକୁContinue reading “ଇସ୍ରାଏଲ ଓ ହମସା ଆତଙ୍କୀ ମଧ୍ୟରେ ଯୁଦ୍ଧ ଜାରି : ଆମେରିକା ସମେତ ୫ ରାଷ୍ଟ୍ର କଲେ କଡା ନିନ୍ଦା”
୮୮ ବର୍ଷରେ ଆଖିବୁଜିଲେ ପୂର୍ବତନ ଡିଜିପି ଶରତ ଚନ୍ଦ୍ର ମିଶ୍ର : ସକାଳ ୭ ଟା ୨୪ ମିନିଟ୍ ସମୟରେ ଦେହାନ୍ତ
କନକ ବ୍ୟୁରୋ : ପୂର୍ବତନ ପୋଲିସ ଡିଜି ଶରତଚନ୍ଦ୍ର ମିଶ୍ରଙ୍କ ଦେହାନ୍ତ । ଆଜି ସକାଳ ୭ଟା ୨୪ ମିନିଟରେ ଶ୍ରୀ ମିଶ୍ରଙ୍କର ପରଲୋକ ହୋଇଛି । କିଛି ଦିନ ତଳେ ସେ ଡେଙ୍ଗୁରେ ଆକ୍ରାନ୍ତ ହେବା ପରେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଗୁରୁତର ହୋଇପଡ଼ିଥିଲା । ୮୮ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ୧୯୫୯ ବ୍ୟାଚର ଆଇପିଏସ ଅଫିସର ଶରତ ଚନ୍ଦ୍ର ମିଶ୍ର ଦୀର୍ଘ ଦିନ ଧରି ‘ର’ ପାଇଁ କାମ କରିଛନ୍ତି ।Continue reading “୮୮ ବର୍ଷରେ ଆଖିବୁଜିଲେ ପୂର୍ବତନ ଡିଜିପି ଶରତ ଚନ୍ଦ୍ର ମିଶ୍ର : ସକାଳ ୭ ଟା ୨୪ ମିନିଟ୍ ସମୟରେ ଦେହାନ୍ତ”
ED ରାଡାରରେ ଆଉ ଜଣେ ଆପ୍ ନେତା । ବିଧାୟକ ଅମାନତୁଲ୍ଲାହଙ୍କ ଘରେ ରେଡ୍
କନକ ବ୍ୟୁରୋ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମଙ୍ଗଳବାର ଦିଲ୍ଲୀରେ ଆପ୍ ବିଧାୟକ ଅମାନତୁଲ୍ଲା ଖାନଙ୍କ ବାସଭବନରେ ଚଢ଼ାଉ କରିଛି। ଏହି କାର୍ୟ୍ୟାନୁଷ୍ଠାନ ମନି ଲଣ୍ଡରିଂ ପାଇଁ ଚାଲିଥିବା ସୂଚନା ରହିଛି । ଦିଲ୍ଲୀ-ଏନସିଆରରେ ଆମ୍ ଆଦମୀ ପାର୍ଟି (ଆପ୍) ବିଧାୟକ ଅମାନତୁଲ୍ଲା ଖାନଙ୍କ ବିଭିନ୍ନ ସ୍ଥାନରେ କେନ୍ଦ୍ରୀୟ ତଦନ୍ତକାରୀ ଏଜେନ୍ସି (ଇଡି) ଚଢ଼ାଉ କରିଛି। ଏବେ ଖାନଙ୍କ ସହ ଜଡିତ ଅନେକ ସ୍ଥାନରେ ସର୍ଚ୍ଚ ଅପରେସନ ଜାରି ରହିଛି । ଦିଲ୍ଲୀର ଜାମିଆ ନଗର ଅଞ୍ଚଳରେ ମଧ୍ୟContinue reading “ED ରାଡାରରେ ଆଉ ଜଣେ ଆପ୍ ନେତା । ବିଧାୟକ ଅମାନତୁଲ୍ଲାହଙ୍କ ଘରେ ରେଡ୍”