କୃଷି ଆଇନ୍‌ ପ୍ରତ୍ୟାହାର କରିବାକୁ ଆମେ ସରକାରଙ୍କୁ ଅକ୍ଟୋବର ୨ ପର୍ଯ୍ୟନ୍ତ ସମୟ ଦେଉଛୁ: ଟିକାୟତ

କନକ ବ୍ୟୁରୋ : କେନ୍ଦ୍ର ସରକାରଙ୍କ ବିବାଦୀୟ କୃଷି ଆଇନ୍‌ ବିରୋଧରେ ଗାଜିପୁର(ଦିଲ୍ଲୀ-ଉତ୍ତରପ୍ରଦେଶ) ସୀମାରେ ଆନ୍ଦୋଳନ ଜାରି ରହିଥିବା ବେଳେ ଭାରତୀୟ କିସାନ ୟୁନିୟନ(ବିକେୟୁ)ର ଅଧ୍ୟକ୍ଷ ରାକେଶ ଟିକାୟତ ଶନିବାର ଘୋଷଣା କରିଛନ୍ତି କି କୃଷି ଆଇନ୍‌ ପ୍ରତ୍ୟାହାର କରିବାକୁ ଆମେ ସରକାରଙ୍କୁ ଅକ୍ଟୋବର ୨ ପର୍ଯ୍ୟନ୍ତ ସମୟ ଦେଉଛୁ। ପୂର୍ବରୁ ଦିଲ୍ଳୀ, ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡରେ ‘ଚକା ଜାମ୍‌’ ହେବାର କୌଣସି ଯୋଜନା ନାହିଁ ବୋଲି କହିଥିବା ଟିକାୟତ ଆହୁରି ବି କହିଛନ୍ତି କି କିଛିContinue reading “କୃଷି ଆଇନ୍‌ ପ୍ରତ୍ୟାହାର କରିବାକୁ ଆମେ ସରକାରଙ୍କୁ ଅକ୍ଟୋବର ୨ ପର୍ଯ୍ୟନ୍ତ ସମୟ ଦେଉଛୁ: ଟିକାୟତ”

ବହୁଚର୍ଚ୍ଚିତ ମାହଙ୍ଗା ଡବଲ ମର୍ଡର ଘଟଣାର ମୁଖ୍ୟ ଅଭିଯୁକ୍ତ ପ୍ରଫୁଲ୍ଲ ବିଶ୍ୱାଳଙ୍କ ମୃତ୍ୟୁ । ଦୁର୍ଘଟଣା ନା ହତ୍ୟା ତାକୁ ନେଇ ଉଠିଲା ପ୍ରଶ୍ନ ।

କନକ ବ୍ୟୁରୋ: ବହୁଚର୍ଚ୍ଚିତ ମାହଙ୍ଗା ଡବଲ ମର୍ଡର ଘଟଣାର ମୁଖ୍ୟ ଅଭିଯୁକ୍ତ ପ୍ରଫୁଲ୍ଲ ବିଶ୍ୱାଳଙ୍କ ମୃତ୍ୟୁ ହୋଇଛି । ତେବେ ଟ୍ରକ ଧକ୍କାରେ ମୁଖ୍ୟ ଅଭିଯୁକ୍ତର ମୃତ୍ୟୁ ହୋଇଥିବା କୁହାଯାଉଥିବା ବେଳେ ଏହା ଦୁର୍ଘଟଣା ନା ହତ୍ୟା ତାକୁ ନେଇ ପ୍ରଶ୍ନ ଉଠିଛି । ମୁଖ୍ୟ ଅଭିଯୁକ୍ତ ପ୍ରଫୁଲ୍ଲ ବିଶ୍ୱାଳଙ୍କୁ ହତ୍ୟା କରାଯାଇଥିବା କଟକ ଜିଲ୍ଳା ବିଜେପି ସଭାପତି ପ୍ରକାଶ ବେହେରା ଅଭିଯୋଗ କରିଛନ୍ତି । ପ୍ରଫୁଲ ବିଶ୍ୱାଳ ଏତେ ଦିନ ଯାଏ କେଉଁଠି ଥିଲେ ବୋଲିContinue reading “ବହୁଚର୍ଚ୍ଚିତ ମାହଙ୍ଗା ଡବଲ ମର୍ଡର ଘଟଣାର ମୁଖ୍ୟ ଅଭିଯୁକ୍ତ ପ୍ରଫୁଲ୍ଲ ବିଶ୍ୱାଳଙ୍କ ମୃତ୍ୟୁ । ଦୁର୍ଘଟଣା ନା ହତ୍ୟା ତାକୁ ନେଇ ଉଠିଲା ପ୍ରଶ୍ନ ।”

ଭାରତ-ଇଂଲଣ୍ଡ ପ୍ରଥମ ଟେଷ୍ଟ: ଜୋ ରୁଟଙ୍କ ଦମଦାର ଦ୍ୱିଶତକ । ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ଇଂଲଣ୍ଡ ୫୫୫/୮

କନକ ବ୍ୟୁରୋ: ଚେନ୍ନାଇରେ ଚାଲିଥିବା ଭାରତ-ଇଂଲଣ୍ଡ ପ୍ରଥମ ଟେଷ୍ଟରେ ଜୋ ରୁଟଙ୍କ ଦମଦାର ଦ୍ୱିଶତକ । ଯାହା ଫଳରେ ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ଇଂଲଣ୍ଡର ସ୍କୋର ୮ ୱିକେଟ୍ ହରାଇ କରିଛି ୫୫୫ ରନ୍ । ଭାରତ ପକ୍ଷରୁ ଇଶାନ୍ତ, ବୁମରା, ଅଶ୍ୱିନୀ ଓ ନଦୀମଙ୍କ ଦୁଇଟି ଲେଖାଏଁ ସଫଳତା ମିଳିଛି । ଗତକାଲିର ଇଂନିସଠାରୁ ଆଜି ପୁଣି ଇଂଲଣ୍ଡ ନିଜର ବ୍ୟାଟିଂ ଜାରି ରଖିଥିଲା । ଗତକାଲି ଶତକ ଅର୍ଜନ କରିଥିବା ଇଂଲଣ୍ଡContinue reading “ଭାରତ-ଇଂଲଣ୍ଡ ପ୍ରଥମ ଟେଷ୍ଟ: ଜୋ ରୁଟଙ୍କ ଦମଦାର ଦ୍ୱିଶତକ । ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ଇଂଲଣ୍ଡ ୫୫୫/୮”

ଫେବୃଆରୀ ୧୧ ଦିନ ଗୃହମନ୍ତ୍ରୀ ଅମିତ ଶାହାଙ୍କ ପଶ୍ଚିମବଙ୍ଗ ଗସ୍ତ । ଠାକୁରନଗରରେ କରିବେ ରାଲି । ମତୁଆୟ ସମୁଦାୟକୁ କରିବେ ସମ୍ବୋଧିତ

କନକ ବ୍ରୁରୋ : ବିଜେପିର ପୂର୍ବତନ ଅଧ୍ୟକ୍ଷ ତଥା ବର୍ତ୍ତମାନର ଗୃହମନ୍ତ୍ରୀ ଅମିତ ଶାହା ଫେବୃଆରୀ ୧୧ ତାରିଖ ଦିନ ପୁଣି ପଶ୍ଚିମବଙ୍ଗ ଗସ୍ତ କରିବେ । ଏହି ଗସ୍ତ ସମୟରେ ସେ ଠାକୁରନଗର ଠାରେ ଏକ ରାଲିକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି । ଏହାପୂର୍ବରୁ ଜାନୁଆରୀ ୩୦ ତାରିଖରେ ତାଙ୍କର ପଶ୍ଚିମବଙ୍ଗ ଗସ୍ତ କାର୍ଯ୍ୟକ୍ରମ ଥିବା ବେଳେ ଦିଲ୍ଲୀରେ ବୋମା ବିଷ୍ଫୋରଣ ଯୋଗୁଁ ଏହି କାର୍ଯ୍ୟକ୍ରମ ବାତିଲ ହୋଇଥିଲା   । ଗୃହମନ୍ତ୍ରୀ ଅମିତ ଶାହାଙ୍କContinue reading “ଫେବୃଆରୀ ୧୧ ଦିନ ଗୃହମନ୍ତ୍ରୀ ଅମିତ ଶାହାଙ୍କ ପଶ୍ଚିମବଙ୍ଗ ଗସ୍ତ । ଠାକୁରନଗରରେ କରିବେ ରାଲି । ମତୁଆୟ ସମୁଦାୟକୁ କରିବେ ସମ୍ବୋଧିତ”

ପିପିଲି ପିଡିଏସ ଗୋଦାମ ସ୍ଥାନାନ୍ତର ନେଇ ନିଷ୍ପତ୍ତି ପରେ ଚିନ୍ତାରେ ଶ୍ରମିକ । ଗୋଦାମ ସ୍ଥାନାନ୍ତର ହେଲେ କେମିତି ଚଳିବେ ୩୦ରୁ ଅଧିକ ପରିବାର ।

କନକ ବ୍ୟୁରୋ: ଶ୍ରମିକ ପରିବାରର ଜୀବିକା ଚିନ୍ତା । ପିପିଲି ପିଡ଼ିଏସ ଗୋଦାମରେ କାମ କରି ପରିବାର ପୋଷୁଥିବା ଶ୍ରମିକ ମାନେ ଏବେ ତାଙ୍କ ଜୀବନ ଜୀବିକାକୁ ନେଇ ଚିନ୍ତାରେ ପଡ଼ିଛନ୍ତି । କାରଣ ପିପିଲି ଅଂଚଳରେ ଥିବା ପିଡ଼ିଏସ ଗୋଦାମ ଗୃହ ସ୍ଥାନାନ୍ତରିତ ହେବାକୁ ରହିଛି । ଆଉ ସ୍ଥାନାନ୍ତରଣ ପାଇଁ ପ୍ରଶାସନିକ ସ୍ତରରେ ମଧ୍ୟ ପ୍ରକ୍ରିୟା ଆରମ୍ଭ ହୋଇଛି । କିନ୍ତୁ ଏଥିରେ କାମ କରୁଥିବା ଶ୍ରମିକ ମାନଙ୍କ ପାଇଁ କିଛି ବି ବ୍ୟବସ୍ଥାContinue reading “ପିପିଲି ପିଡିଏସ ଗୋଦାମ ସ୍ଥାନାନ୍ତର ନେଇ ନିଷ୍ପତ୍ତି ପରେ ଚିନ୍ତାରେ ଶ୍ରମିକ । ଗୋଦାମ ସ୍ଥାନାନ୍ତର ହେଲେ କେମିତି ଚଳିବେ ୩୦ରୁ ଅଧିକ ପରିବାର ।”

ରାଜଧାନୀରୁ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ଜବତ ଘଟଣା । ପରିଚୟ ଦେଲେ ମିଳିବ ୫୦ ହଜାର ଟଙ୍କା । ପୁରସ୍କାର ଘୋଷଣା କଲା କମିସନରେଟ୍ ପୋଲିସ ।

କନକ ବ୍ୟୁରୋ: ଚନ୍ଦକା-ଦାସପୁର ରାସ୍ତାକଡରୁ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମିଳିବା ଘଟଣା । ମହିଳାଙ୍କୁ ଚିହ୍ନଟ କରିବା ପାଇଁ ପୋଲିସକୁ ସାହାଯ୍ୟ  କଲେ ମିଳିବ ୫୦ ହଜାର ଟଙ୍କା ପୁରସ୍କାର । ଏଥିସହିତ ଏହି କାମରେ ସାହାଯ୍ୟ କରିଥିବା ବ୍ୟକ୍ତିଙ୍କର ପରିଚୟ ମଧ୍ୟ ଗୋପନ ରଖାଯିବ ବୋଲି ଶନିବାର କମିସନରେଟ୍ ପୋଲିସ ପକ୍ଷରୁ ସୂଚନା ମିଳିଛି । ଗତ ୪ ତାରିଖରେ ଚନ୍ଦକା-ଦାସପୁର ଅଞ୍ଚଳରୁ ଜଣେ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ଉଦ୍ଧାର କରାଯାଇଥିଲା । ଯାହା ଏକContinue reading “ରାଜଧାନୀରୁ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ଜବତ ଘଟଣା । ପରିଚୟ ଦେଲେ ମିଳିବ ୫୦ ହଜାର ଟଙ୍କା । ପୁରସ୍କାର ଘୋଷଣା କଲା କମିସନରେଟ୍ ପୋଲିସ ।”

କେନ୍ଦ୍ରୀୟ ବଜେଟରେ ବଢିଛି କଟନ ସୂତା ଦର । ଚିନ୍ତାରେ ସମ୍ବଲପୁରୀ ବୁଣାକାର । 

କନକ ବ୍ୟୁରୋ: କେନ୍ଦ୍ରୀୟ ବଜେଟରେ ବଢଛିିି କଟନ ସୂତାର ଦର । ଦର ବୃଦ୍ଧି ଯୋଗୁଁ ଏହାର ସିଧାସଳଖ ପ୍ରଭାବ ପଡିଛି ସମ୍ବଲପୁରୀ ବୁଣାକାରଙ୍କ ଉପରେ । ସୂତା ଓ ରଙ୍ଗ ଦର ବୃଦ୍ଧି ଶାଢି ଉତ୍ପାଦନ ତଥା ବିକ୍ରିବଟା ଉପରେ ପ୍ରଭାବ ପକାଉଥିବାରୁ ଚିନ୍ତାରେ ସମ୍ବଲପୁରର ବୁଣାକାର । ବଜେଟରେ ସୂତାର ଦର ବୃଦ୍ଧି ହେବାରୁ ପ୍ରଭାବିତ ହୋଇଛନ୍ତି ବୁଣାକାର । ମୋଟା ସୂତା ବା ଶହେ ନମ୍ବର ସୂତାରେ ୫୦୦ ଟଙ୍କା ବଢିଛି ।Continue reading “କେନ୍ଦ୍ରୀୟ ବଜେଟରେ ବଢିଛି କଟନ ସୂତା ଦର । ଚିନ୍ତାରେ ସମ୍ବଲପୁରୀ ବୁଣାକାର । “

ଜୀବନ ଜିଇଁବାର କଳା ଶିଖାଉଛନ୍ତି ଦିବ୍ୟାଙ୍ଗ । ଶାରିରୀକ ଅକ୍ଷମ ହୋଇ ମଧ୍ୟ ବାଣ୍ଟୁଛନ୍ତି ଆତ୍ମନିର୍ଭରଶୀଳର ସୂତ୍ର । ଥରେ ପଢ଼ନ୍ତୁ ପ୍ରେରଣାଭରା ଦିବ୍ୟାଙ୍ଗ ଯୁବକ ଟୁନାଙ୍କ କାହାଣୀ 

କନକ ବ୍ୟୁରୋ: କୁହାଯାଏ ଇଛା ଥିଲେ ଉପାୟ ଆପେ ଆପେ ଆସେ । ଏଥିପାଇଁ ଯେତେ ସମସ୍ୟା ଆସିଲେ ବି ତାହା ଉଦ୍ୟମି ମଣିଷ ଆଗରେ ହାରମାନେ । ସେ ଶାରୀରିକ ଅକ୍ଷମତା ହେଉ ଅବା ଅର୍ଥିକ ଅନଟନ, କିଛି ଫରକ ପଡେନି । ସେହିଭଳି ଏକ କାହାଣୀ ଆଜି ଆମେ ଦେଖିବା । ଶାରୀରିକ ଅକ୍ଷମ ହୋଇ ବି ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି । ଆଉ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି । ଅକ୍ଷମ, ସକ୍ଷମ,Continue reading “ଜୀବନ ଜିଇଁବାର କଳା ଶିଖାଉଛନ୍ତି ଦିବ୍ୟାଙ୍ଗ । ଶାରିରୀକ ଅକ୍ଷମ ହୋଇ ମଧ୍ୟ ବାଣ୍ଟୁଛନ୍ତି ଆତ୍ମନିର୍ଭରଶୀଳର ସୂତ୍ର । ଥରେ ପଢ଼ନ୍ତୁ ପ୍ରେରଣାଭରା ଦିବ୍ୟାଙ୍ଗ ଯୁବକ ଟୁନାଙ୍କ କାହାଣୀ “

ପଶ୍ଚିମବଙ୍ଗ ଗସ୍ତରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା । ସଭାମଞ୍ଚରୁ ମମତାଙ୍କୁ କଲେ ଟାର୍ଗେଟ୍ । ଚାଷୀଙ୍କ ପ୍ରତି ଅନ୍ୟାୟ କରି ଦିଦି କରୁଛନ୍ତି ଅହଂକାର ରାଜନୀତି

କନକ ବ୍ୟୁରୋ : ଆଜି (ଶନିବାର) ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ପଶ୍ଚିମବଙ୍ଗର ମାଲଦା ଜିଲ୍ଲା ଗସ୍ତ କରିଛନ୍ତି । ସେଠାରେ ଏକ ରାଲିକୁ ସମ୍ବୋଧିତ କରିବା ସହିତ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ପ୍ରବଳ ବର୍ଷିଛନ୍ତି । ଶ୍ରୀ ନଡ୍ଡା କହିଛନ୍ତି କି ଦିଦି (ମମତା ବାନାର୍ଜୀ) ନିଜର ଜିଦ୍, ଅହଂକାର ଓ ଅଭିମାନକୁ ନେଇ ରାଜନୀତି କରୁଛନ୍ତି । ଫଳରେ ରାଜ୍ୟର ୭୦ ଲକ୍ଷ ଚାଷୀ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରୁContinue reading “ପଶ୍ଚିମବଙ୍ଗ ଗସ୍ତରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା । ସଭାମଞ୍ଚରୁ ମମତାଙ୍କୁ କଲେ ଟାର୍ଗେଟ୍ । ଚାଷୀଙ୍କ ପ୍ରତି ଅନ୍ୟାୟ କରି ଦିଦି କରୁଛନ୍ତି ଅହଂକାର ରାଜନୀତି”

ସେନାରୁ ଅବସର ନେବା ପରେ ବୀର ପୁଅକୁ ଗାଁରେ ମିଳିଲା ସମ୍ମାନ । ଲୋକଙ୍କ ପାପୁଲିରେ ଚାଲି ଚାଲି ଗଲେ ଯବାନ ।

କନକ ବ୍ୟୁରୋ: ମଧ୍ୟପ୍ରଦେଶର ନିମଚ ଜିଲ୍ଲାର ଜିରନ ଗ୍ରାମରୁ ଏକ ହୃଦୟସ୍ପର୍ଶୀ ଘଟଣା ସାମ୍ନାକୁ ଆସିଛି। ଦୀର୍ଘ ୧୭ବର୍ଷ ପରେ ସେନାରୁ ଅବସର ନେଇ ଗାଁକୁ ଫେରିଥିବା ଯବାନଙ୍କୁ ନିଆରା ଶୈଳୀରେ ସ୍ବାଗତ କରାଯାଇଛି। ଯବାନ ବିଜୟ ବାହାଦୁର ସିଂ ୨୦୦୪ ଜାନୁଆରି ୩ରେ ସେନାରେ ଯୋଗ ଦେଇଥିଲେ। ସେ ବେଙ୍ଗାଲୁରୁରେ ପ୍ରଶିକ୍ଷଣ ନେବା ପରେ ଜମ୍ମୁ-କଶ୍ମୀର, କାରଗିଲ, ଲେହ ଲଦ୍ଦାଖ, ଅରୁଣାଚଳ ପ୍ରଦେଶ, ହିମାଚଳ ପ୍ରଦେଶ, ଜୟପୁର ଓ ବିକାନେରରେ କାମ କରିଛନ୍ତି। ନିଜ ଜୀବନକୁContinue reading “ସେନାରୁ ଅବସର ନେବା ପରେ ବୀର ପୁଅକୁ ଗାଁରେ ମିଳିଲା ସମ୍ମାନ । ଲୋକଙ୍କ ପାପୁଲିରେ ଚାଲି ଚାଲି ଗଲେ ଯବାନ ।”

Design a site like this with WordPress.com
Get started