ସ୍ମାର୍ଟ ଆଡ୍ରେସ୍‌ ପଦ୍ଧତି ଆପଣାଇବ ବିଏମ୍‌ସି । ଘର ନମ୍ବରରୁ ମିଳିଯିବ ସବୁ ତଥ୍ୟ, ଆଧାର କାର୍ଡ ଭଳି କାମ କରିବ ସ୍ମାର୍ଟ ଆଡ୍ରେସ୍

ଏଣିକି ରାଜଧାନୀବାସୀଙ୍କୁ ପ୍ରତି ଘର ପାଇଁ ମଳିବ ଗୋଟିଏ ସ୍ବତନ୍ତ୍ର ନମ୍ବର। ଆଉ କେବଳ ଘର ନମ୍ବରରୁ ହିଁ ମିଳିଯିବ ସବୁ ତଥ୍ୟ । ଠିକଣାକୁ ନେଇ ଆଉ ଦ୍ବନ୍ଦ୍ବ ରହିବ ନାହିଁ ବା ଠିକଣା ଖୋଜିବାକୁ କାହାକୁ ଅଧିକ କଷ୍ଟ କରିବାକୁ ପଡ଼ିବନି। ଏହି ସୁବିଧା ପୂରା ରାଜଧାନୀରେ ଆରମ୍ଭ ହେବାକୁ ଯାଉଛି। ବିଏମ୍‌ସି ରାଜଧାନୀବାସୀଙ୍କୁ ଗୋଟିଏ ସ୍ମାର୍ଟ ଆଡ୍ରେସ୍‌ ଦେବାକୁ ନିଷ୍ପତ୍ତି ନେଇଛି। ଏହି ସ୍ମାର୍ଟ ଆଡ୍ରେସ୍‌ ଏକ ଆଧାର କାର୍ଡ ଭଳି କାମContinue reading “ସ୍ମାର୍ଟ ଆଡ୍ରେସ୍‌ ପଦ୍ଧତି ଆପଣାଇବ ବିଏମ୍‌ସି । ଘର ନମ୍ବରରୁ ମିଳିଯିବ ସବୁ ତଥ୍ୟ, ଆଧାର କାର୍ଡ ଭଳି କାମ କରିବ ସ୍ମାର୍ଟ ଆଡ୍ରେସ୍”

ନିର୍ମଳାଙ୍କ ବଜେଟରେ ବନ୍ଦରକୁ ଫୋକସ୍ : କୋଚି,ଚେନ୍ନାଇ ବିଶାଖାପାଟଣା ସହ ପାରାଦୀପ ଓ ପେଟୁଆ ଘାଟରେ ମାଛ ଧରା ପୋତାଶ୍ରୟର ହେବ ବିକାଶ

କନକ ବ୍ୟୁରୋ : ଗ୍ରାମାଞ୍ଚଳରେ ସମ୍ପତ୍ତି ମାଲିକାନା ସମ୍ପର୍କିତ ସ୍କିମ୍ ସ୍ବାମିତ୍ବକୁ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ କାର୍ଯ୍ୟକାରୀ କରାଯିବ। ୨୦୨୧-୨୨ରେ କୃଷି ଋଣ ବାବଦରେ ୧୬.୫ ଲକ୍ଷ କୋଟି ଟଙ୍କା ପ୍ରଦାନ କରିବାକୁ ଲକ୍ଷ୍ୟ ରଖାଯାଇଛି। ପଶୁପାଳନ, ଦୁଗ୍ଧ ଓ ମତ୍ସ୍ୟଚାଷ କ୍ଷେତ୍ରକୁ ଅଧିକ ଋଣ ଦିଆଯିବ। ଗ୍ରାମୀଣ ଭିତ୍ତିଭୂମି ବିକାଶ ପାଣ୍ଠି ପାଇଁ ୩୩% ଅଧିକ ଟଙ୍କା ଅର୍ଥାତ ୪୦,୦୦୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଲଘୁ ଜଳସେଚନ ପାଣ୍ଠିକୁ ଦ୍ବିଗୁଣିତContinue reading “ନିର୍ମଳାଙ୍କ ବଜେଟରେ ବନ୍ଦରକୁ ଫୋକସ୍ : କୋଚି,ଚେନ୍ନାଇ ବିଶାଖାପାଟଣା ସହ ପାରାଦୀପ ଓ ପେଟୁଆ ଘାଟରେ ମାଛ ଧରା ପୋତାଶ୍ରୟର ହେବ ବିକାଶ”

ଆରଟିଓରେ ଲମ୍ବା ଧାଡ଼ି କମାଇବାକୁ ପରିବହନ ବିଭାଗର ପ୍ରୟାସ : ଜାତୀୟ କ୍ଷୁଦ୍ର ଶିଳ୍ପ ନିଗମ ସହ ବୁଝାବଣା; ଧାଡ଼ିରେ ଛିଡ଼ା ନହୋଇ ଚେୟାରରେ ବସିବେ ଆବେଦନକାରୀ

କନକ ବ୍ୟୁରୋ : ଏଣିକି ଆଂଚଳିକ ପରିବହନ କାର୍ଯ୍ୟାଳୟ ଅଫିସମାନଙ୍କରେ ଆଉ ଲୋକଙ୍କୁ ଲମ୍ବା ଧାଡ଼ିରେ ଠିଆ ହେବାକୁ ପଡ଼ିବ ନାହିଁ । ଚୌକିରେ ଲୋକେ ବସିରହିବେ, ସେମାନଙ୍କ ସବୁ କାମ ସୁରୁଖୁରୁରେ ହେବ । ବଡ଼ ଡିସପ୍ଲେ ସ୍କ୍ରିନରେ ସେମାନଙ୍କ କାମ କେତେ ବାଟ ଆଗେଇଛି, କେତେବେଳେ ଶେଷ ହେବ ସେ ସୂଚନା ଜାରି କରାଯିବ । ଫଳରେ ଡ୍ରାଇଭିଂ ଲାଇସେନନ୍ସ ପାଇଁ ସ୍ଲଟ ବୁକିଂ ହେଉ କି ଚାଲଣ କାଟିବା ଓ ଅନ୍ୟାନ୍ୟ ସେବାContinue reading “ଆରଟିଓରେ ଲମ୍ବା ଧାଡ଼ି କମାଇବାକୁ ପରିବହନ ବିଭାଗର ପ୍ରୟାସ : ଜାତୀୟ କ୍ଷୁଦ୍ର ଶିଳ୍ପ ନିଗମ ସହ ବୁଝାବଣା; ଧାଡ଼ିରେ ଛିଡ଼ା ନହୋଇ ଚେୟାରରେ ବସିବେ ଆବେଦନକାରୀ”

ଗଂଜେଇ ଚୋରା ଚାଲାଣକାରୀଙ୍କ ହାତରେ ବିରଳ କସ୍ତୁରୀ : ମାଲକାନଗିରିରୁ ବିହାରକୁ ହେଉଥିଲା ଚୋରା ଚାଲାଣ

କନକ ବ୍ୟୁରୋ : ଗଂଜେଇ ଚୋରା ଚାଲାଣକାରୀଙ୍କ ହାତରେ ବିରଳ କସ୍ତୁରୀ । ମାଲକାନଗିରି ଠାରୁ ସୁଦୁର ବିହାରକୁ ହେଉଥିଲା ଚୋରା ଚାଲାଣ । ଆଉ ମାଫିଆଙ୍କୁ ସହଯୋଗ କରୁଥିଲେ ପୁଲିସ କର୍ମଚାରୀ । ଏମ୍ଭି – ୭୯ ପୁଲିସ ପାଟ୍ରୋଲିଙ୍ଗ ସମୟରେ ଗୋଟିଏ ଟ୍ରାକକ୍ଟର ବୋଝେଇ ଗଂଜେଇ ଜବତ କରିବା ସହ ପଛରେ ଆସୁଥିବା କାରରୁ ଦୁଇଟି ବିରଳ କସ୍ତୁରୀକୁ ଜବତ କରିଛି । ସମ୍ଭବତଃ ମାଲକାନଗିରି ଜିଲ୍ଲାରୁ ବିରଳ କସ୍ତୁରୀ ମୃଗକୁ ହତ୍ୟା କରାଯାଇContinue reading “ଗଂଜେଇ ଚୋରା ଚାଲାଣକାରୀଙ୍କ ହାତରେ ବିରଳ କସ୍ତୁରୀ : ମାଲକାନଗିରିରୁ ବିହାରକୁ ହେଉଥିଲା ଚୋରା ଚାଲାଣ”

ହାଇୱେ ପେଟ୍ରୋଲିଂ ସେବାକୁ ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ : ଗଞ୍ଜାମର ଏନ୍‌ଏଚ୍‌-୧୬ରେ ନଜର ରଖିବ ୪ ଗାଡ଼ି

କନକ ବ୍ୟୁରୋ : ଜାତୀୟ ରାଜପଥରେ ଦୁର୍ଘଟଣା ରୋକିବା, ଧନଜୀବନ ରକ୍ଷା ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହାଇୱେ ପାଟ୍ରୋଲିଂ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି । ଜାତୀୟ ରାଜପଥ କିମ୍ବା ରାଜ୍ୟ ରାଜପଥରେ ଦୁର୍ଘଟଣା ଘଟିଲେ ଆହତଙ୍କୁ ତ୍ବରିତ ଚିକିତ୍ସା ସେବା ଯୋଗାଇବା ସହ ଟ୍ରାଫିକ୍‌ ନିୟମ ଉଲ୍ଲଂଘନକାରୀଙ୍କ ଉପରେ ସତର୍କ ନଜର ରଖିବା ବ୍ୟବସ୍ଥା ହୋଇଛି । ଦୁର୍ଘଟଣା ଓ ଏଥି ଜନିତ ମୃତ୍ୟୁ ହ୍ରାସ ଏହାର ମୁଖ୍ୟ ଲକ୍ଷ୍ୟ । ଏହି ଅବସରରେ ଛତିଶଗଡ଼ ସୀମାନ୍ତରୁContinue reading “ହାଇୱେ ପେଟ୍ରୋଲିଂ ସେବାକୁ ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ : ଗଞ୍ଜାମର ଏନ୍‌ଏଚ୍‌-୧୬ରେ ନଜର ରଖିବ ୪ ଗାଡ଼ି”

ଆସନ୍ତା ୧୮ରୁ ରାଜ୍ୟ ବିଧାନସଭାର ବିଜେଟ ଅଧିବେଶନ : ଫେବ୍ରୁଆରି ୨୨ ତାରିଖରେ ୨୦୨୧-୨୨ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ

କନକ ବ୍ୟୁରୋ : ଆସନ୍ତା ୧୮ ତାରିଖରୁ ବିଧାନସଭା ବଜେଟ୍‌ ଅଧିବେଶନ । ପ୍ରତିବର୍ଷ ପରି ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବାକୁ ଥିବା ଏହି ଅଧିବେଶନ ପାଇଁ ୩୧ଟି କାର୍ଯ୍ୟଦିବସ ଧାର୍ଯ୍ୟ କରାଯାଇଛି । ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ବଜେଟ୍‌ ଅଧିବେଶନ ଆରମ୍ଭ ହେବା ଦିନ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ସରକାରଙ୍କ ବର୍ଷକର ଉପଲବ୍ଧି ନେଇ ଗୃହରେ ଅଭିଭାଷଣ ରଖିବେ । ସେହିଦିନ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନାContinue reading “ଆସନ୍ତା ୧୮ରୁ ରାଜ୍ୟ ବିଧାନସଭାର ବିଜେଟ ଅଧିବେଶନ : ଫେବ୍ରୁଆରି ୨୨ ତାରିଖରେ ୨୦୨୧-୨୨ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ”

ଫେବ୍ରୁଆରି ୮ ତାରିଖରୁ ଆରମ୍ଭ ହେବ ନବମ ଓ ଏକାଦଶ ଶ୍ରେଣୀ ପିଲାଙ୍କ ପାଠପଢା : ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ ପାଠପଢ଼ା

କନକ ବ୍ୟୁରୋ : ଫେବ୍ରୁଆରି ୮ ତାରିଖରୁ ନବମ ଓ ଏକାଦଶ ଶ୍ରେଣୀ ପିଲାଙ୍କ ପାଠପଢା ଆରମ୍ଭ ହେବ । ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଫେବ୍ରୁଆରି ୮ ତାରିଖରୁ ରାଜ୍ୟର ସମସ୍ତ ଘରୋଇ ଓ ସରକାରୀ ବିଦ୍ୟାଳୟରେ ନବମ ଓ ଏକାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ଆରମ୍ଭ ହେବ ପାଠ ପଢା । ଯାହା ଏପ୍ରିଲ ୩୦ ତାରିଖ ଯାଏଁ ଚାଲିବ । ସୋମବାର ଠାରୁ ଶନିବାର ଯାଏଁContinue reading “ଫେବ୍ରୁଆରି ୮ ତାରିଖରୁ ଆରମ୍ଭ ହେବ ନବମ ଓ ଏକାଦଶ ଶ୍ରେଣୀ ପିଲାଙ୍କ ପାଠପଢା : ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ ପାଠପଢ଼ା”

ଭଗବାନଙ୍କ ଭରସାରେ ଚାଲିଛି କ୍ୟାପିଟାଲ ହସ୍ପିଟାଲ ! ନାହିଁ ଅଗ୍ନି ନିରାପତ୍ତା ପ୍ରମାଣପତ୍ର, ବିପଦରେ ହସ୍ପିଟାଲକୁ ଚିକିତ୍ସା ପାଇଁ ଆସୁଥିବା ଶହଶହ ରୋଗୀ, ନବଜାତକଙ୍କ ଜୀବନ

ରାଜଧାନୀର ପ୍ରମୁଖ ସରକାରୀ ଡାକ୍ତରଖାନା କ୍ୟାପିଟାଲ୍‌ ହସ୍ପିଟାଲର ଅଗ୍ନି ନିରାପତ୍ତା ପ୍ରମାଣପତ୍ର ନାହିଁ। ଦିନେ କି ମାସେ ନୁହେଁ, ବର୍ଷ ବର୍ଷ ଧରି ହସ୍ପିଟାଲର ଏହି ପ୍ରମାଣପତ୍ର ନାହିଁ। ରାଜଧାନୀ ସମେତ ଉପକଣ୍ଠ ଓ ଖୋର୍ଧା ଜିଲ୍ଲାରୁ ଦୈନିକ ଶହଶହ ରୋଗୀ, ନବଜାତକ ଏହି ହସ୍ପିଟାଲକୁ ଚିକିତ୍ସା ପାଇଁ ଆସୁଛନ୍ତି। ହେଲେ ସେମାନଙ୍କ ଜୀବନ ବିପଦରେ। ଏକାଧିକ ବିଭାଗ ଏବେ ବିପଦସଂକୁଳ ଅବସ୍ଥାରେ ରହିଛି। କହିବାକୁ ଗଲେ କେବଳ ଭଗବାନଙ୍କ ଭରସାରେ ଚାଲିଛି କ୍ୟାପିଟାଲ ହସ୍ପିଟାଲ। ଯଦିContinue reading “ଭଗବାନଙ୍କ ଭରସାରେ ଚାଲିଛି କ୍ୟାପିଟାଲ ହସ୍ପିଟାଲ ! ନାହିଁ ଅଗ୍ନି ନିରାପତ୍ତା ପ୍ରମାଣପତ୍ର, ବିପଦରେ ହସ୍ପିଟାଲକୁ ଚିକିତ୍ସା ପାଇଁ ଆସୁଥିବା ଶହଶହ ରୋଗୀ, ନବଜାତକଙ୍କ ଜୀବନ”

ରମାଦେବୀ ଛାତ୍ରୀ ଝରାଫୁଲ ମୃତ୍ୟୁ ମାମଲା : ମୁଖ୍ୟ ଅଭିଯୁକ୍ତକୁ ଆଜି ରିମାଣ୍ଡରେ ନେବ ପୁଲିସ; ୩ ଦିନିଆ ରିମାଣ୍ଡ ପରେ ମୃତ୍ୟୁ ପଛର ଖୋଲିବ ଗୁମର

କନକ ବ୍ୟୁରୋ : ବହୁଚର୍ଚ୍ଚିତ ରମାଦେବୀ ଛାତ୍ରୀ ଝରାଫୁଲ ମୃତ୍ୟୁ ମାମଲାର ମୁଖ୍ୟ ଅଭିଯୁକ୍ତ ରକେଶ ସ୍ୱାଇଁକୁ ଆଜି ରିମାଣ୍ଡରେ ନେବ ପୁଲିସ । ଯାଜପୁର ଜିଲ୍ଲା ଦୌରାଜଜଙ୍କ କୋର୍ଟ ଅଭିଯୁକ୍ତ ରାକେଶକୁ ୩ ଦିନିଆ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି । ଯାଜପୁର କୁଆଖିଆ ଥାନା ପୁଲିସ ଆଜିଠାରୁ ୩ ଦିନିଆ ରିମାଣ୍ଡରେ ନେଇ ରାକେଶକୁ ପଚରାଉଚରା କରିବ । ଝରାଫୁଲଙ୍କ ମୃତ୍ୟୁ କେମିତି ହେଲା ସେ ନେଇ ଜେରା କରିବ । ଆବଶ୍ୟକ ପଡିଲେContinue reading “ରମାଦେବୀ ଛାତ୍ରୀ ଝରାଫୁଲ ମୃତ୍ୟୁ ମାମଲା : ମୁଖ୍ୟ ଅଭିଯୁକ୍ତକୁ ଆଜି ରିମାଣ୍ଡରେ ନେବ ପୁଲିସ; ୩ ଦିନିଆ ରିମାଣ୍ଡ ପରେ ମୃତ୍ୟୁ ପଛର ଖୋଲିବ ଗୁମର”

ପୁଣି ତେଜିଲା ଚାଷୀ ଆନ୍ଦୋଳନ : କୃଷି ଆଇନ୍ ପ୍ରତ୍ୟାହାର ଦାବିରେ ୬ ତାରିଖ ଦେଶବ୍ୟାପୀ ବିକ୍ଷୋଭ ଡାକରା

କନକ ବ୍ୟୁରୋ : ପୁଣି ତେଜିଲା ଚାଷୀ ଆନ୍ଦୋଳନ । କୃଷି ଆଇନ୍ ପ୍ରତ୍ୟାହାର ଦାବିରେ ଆସନ୍ତା ୬ ତାରିଖ ଦେଶବ୍ୟାପୀ ବିକ୍ଷୋଭ କରିବେ କୃଷକ । ଆସନ୍ତା ୬ ତାରିଖରେ ଦିନ ୧୨ଟାରୁ ୩ଟା ଯାଏଁ ଚକାଜାମ ଆନ୍ଦୋଳନ କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ସାମ୍ବାଦିକ ସମ୍ମିଳନୀକରି ଭାରତୀୟ କିଷାନ୍ ସଂଘ (ଆର୍) ପକ୍ଷରୁ କୁହାଯାଇଛି ଯେ, ଦେଶର ସବୁ ରାଜ୍ୟରେ ଥିବା ଜାତୀୟ ରାଜପଥ ଏବଂ ରାଜ୍ୟ ରାଜପଥକୁ ୩Continue reading “ପୁଣି ତେଜିଲା ଚାଷୀ ଆନ୍ଦୋଳନ : କୃଷି ଆଇନ୍ ପ୍ରତ୍ୟାହାର ଦାବିରେ ୬ ତାରିଖ ଦେଶବ୍ୟାପୀ ବିକ୍ଷୋଭ ଡାକରା”

Design a site like this with WordPress.com
Get started