କନକ ବ୍ୟୁରୋ: ପ୍ରତିକ୍ଷାର ହେଲା ଅନ୍ତ । ସଂସଦରେ ଉପଲସ୍ଥାପିତ ହେଲା କରୋନା କାଳର ପ୍ରଥମ ବଜେଟ୍ । ତେବେ କରୋନା କାଳ ଭିତରେ ସଂସଦରେ ଆଗତ ହେଲା ସାଧାରଣ ବଜେଟ । ପୂର୍ବ ନିର୍ଦ୍ଧାରିତ ସମୟରେ ୨୦୨୧-୨୨ର ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । କେନ୍ଦ୍ର କ୍ୟାବିନେଟରେ ବଜେଟକୁ ମଞ୍ଜୁରୀ ମିଳିବା ପରେ ସଂସଦରେ ଆଗତ ହୋଇଛି ୨୦୨୧-୨୨ର ସାଧାରଣ ବଜେଟ । ତେବେ ଭାରତୀୟ ବଜେଟ ଇତିହାସରେ ପ୍ରଥମ ଥର ପାଇଁContinue reading “ରେଳ ବିଭାଗ ପାଇଁ ବଜେଟରେ କେତେ? ରେଳବାଇକୁ ୧,୧୦,୦୫୫ କୋଟିର ଆବଣ୍ଟନ”
Tag Archives: News
ଚଳିତ କେନ୍ଦ୍ର ବଜେଟର ବଡ଼ ଘୋଷଣା । କରୋନା ଭ୍ୟାକ୍ସିନ୍ ପାଇଁ ୩୫ ହଜାର କୋଟି ବ୍ୟୟବରାଦ ।
କନକ ବ୍ୟୁରୋ : ୨୦୨୧-୨୨ ଚଳିତ ଆର୍ଥିକ ବଜେଟ୍ ଉପରେ ସମସ୍ତଙ୍କ ନଜର ରହିଛି । ଏହାର ଭିତରେ କେନ୍ଦ୍ର ଅର୍ଥମନ୍ତ୍ରୀ ସ୍ୱାସ୍ଥ୍ୟ ବଜେଟ୍ ଉପରେ ବଡ଼ ଘୋଷଣା କରିଛନ୍ତି । ବିଶେଷ କରି ଭ୍ୟାକ୍ସିନ୍ ପାଇଁ ବଡ଼ ଘୋଷଣା କରିଛନ୍ତି ନିର୍ମଳା ସୀତାରମଣ । ଦେଶରେ ୧୫ଟି ହେଲଥ ଏମରଜେନ୍ସି ସେଂଟର ପ୍ରତିଷ୍ଠା ହେବ ବୋଲି ଲକ୍ଷ୍ୟ ରଖାଯାଇଛି । ତେବେ କୋଭିଡ ଭ୍ୟାକସିନ ପାଇଁ ୩୫ ହଜାର କୋଟି ବ୍ୟବୟବରାଦ କରାଯାଇଥିବାବେଳେ ସ୍ୱାସ୍ଥ୍ୟ ସେବାContinue reading “ଚଳିତ କେନ୍ଦ୍ର ବଜେଟର ବଡ଼ ଘୋଷଣା । କରୋନା ଭ୍ୟାକ୍ସିନ୍ ପାଇଁ ୩୫ ହଜାର କୋଟି ବ୍ୟୟବରାଦ ।”
ବଜେଟ୍ ୨୦୨୧-୨୨ : ସାଧାରଣ ବଜେଟରେ ପ୍ରଧାନମନ୍ତ୍ରୀ ଆତ୍ମନିର୍ଭର ସ୍ୱାସ୍ଥ୍ୟ ଭାରତ ଯୋଜନାର ଶୁଭାରମ୍ଭ; ଯୋଜନା ପାଇଁ ୬୪,୧୮୦ କୋଟି ବ୍ୟୟ ବରାଦ
କନକ ବ୍ୟୁରୋ : ସଂସଦରେ ଉପସ୍ଥାପିତ ହେଲା କରୋନା କାଳର ପ୍ରଥମ ବଜେଟ୍ । ୨୦୨୧-୨୨ର ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରୁଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ୨୦୨୧-୨୨ର ବଜେଟ୍ ପ୍ରସ୍ତାବ ଛଅଟି ସ୍ତମ୍ଭ ଉପରେ ଆଧାରିତ। ସେଗୁଡ଼ିକ ହେଉଛି- ସ୍ୱାସ୍ଥ୍ୟ ଓ ସ୍ୱଚ୍ଛନ୍ଦତା, ପ୍ରତ୍ୟକ୍ଷ ଏବଂ ଆର୍ଥିକ ପୁଞ୍ଜି ଏବଂ ଭିତ୍ତିଭୂମି, ଆକାଂକ୍ଷୀ ଭାରତର ସାମଗ୍ରୀକ ବିକାଶ, ମାନବ ପୁଞ୍ଜିର ପୁନଃଉତଥାନ, ଉଦଭାବନ ଏବଂ ଗବେଷଣା ଓ ବିକାଶ, ସର୍ବନିମ୍ନ ସରକାରContinue reading “ବଜେଟ୍ ୨୦୨୧-୨୨ : ସାଧାରଣ ବଜେଟରେ ପ୍ରଧାନମନ୍ତ୍ରୀ ଆତ୍ମନିର୍ଭର ସ୍ୱାସ୍ଥ୍ୟ ଭାରତ ଯୋଜନାର ଶୁଭାରମ୍ଭ; ଯୋଜନା ପାଇଁ ୬୪,୧୮୦ କୋଟି ବ୍ୟୟ ବରାଦ”
ଆରମ୍ଭ ହେଲା ୨୦୨୧-୨୨ର ସାଧାରଣ ବଜେଟ । ସଂସଦରେ ତୃତୀୟ ଥର ପାଇଁ ବଜେଟ୍ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।
କନକ ବ୍ୟୁରୋ: ଅପେକ୍ଷାର ହେଲା ଅନ୍ତ । ସଂସଦରେ ଉପସ୍ଥାପିତ ହେଲା କରୋନା କାଳର ପ୍ରଥମ ବଜେଟ୍ । ନିର୍ଦ୍ଧାରିତ ସମୟରେ ପବିତ୍ର ସଂସଦ ଭବନରେ ୨୦୨୧-୨୨ର ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରୁଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ତେବେ ଏହା ତାଙ୍କର ତୃତୀୟ ବଜେଟ୍ । ସ୍ୱାଧୀନ ଭାରତର ପ୍ରଥମ ପୂର୍ଣ୍ଣକାଳୀନ ମହିଳା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ତେବେ ସଂସଦରେ ସାଧାରଣ ବଜେଟ୍ ଉପସ୍ଥାପନ କରିବା ସମୟରେ କେନ୍ଦ୍ର ଅର୍ଥମନ୍ତ୍ରୀContinue reading “ଆରମ୍ଭ ହେଲା ୨୦୨୧-୨୨ର ସାଧାରଣ ବଜେଟ । ସଂସଦରେ ତୃତୀୟ ଥର ପାଇଁ ବଜେଟ୍ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।”
ବଜେଟ ୨୦୨୧-୨୨ LIVE : ଗୋଟିଏ କ୍ଲିକରେ ପାଆନ୍ତୁ ବଜେଟ ୨୦୨୧-୨୨ର ଟିକିନିକି ଖବର । କାହାକୁ ମିଳିଲା କଣ? ବଜେଟରେ କଣ ହେଲା ଶସ୍ତା, କଣ ହେଲା ମହଙ୍ଗା?
କନକ ବ୍ୟୁରୋ : କରୋନା କାଳ ଭିତରେ ସଂସଦରେ ଆଗତ ହେଲା ସାଧାରଣ ବଜେଟ । ପୂର୍ବ ନିର୍ଦ୍ଧାରିତ ସସୟରେ ୨୦୨୧-୨୨ର ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । କେନ୍ଦ୍ର କ୍ୟାବିନେଟରେ ବଜେଟକୁ ମଞ୍ଜୁରୀ ମିଳିବା ପରେ ସଂସଦରେ ଆଗତ ହୋଇଛି ବଜେଟ । ଭାରତୀୟ ବଜେଟ ଇତିହାସରେ ପ୍ରଥମ ଥର ପାଇଁ ପେପରଲେସ ବଜେଟ ଉପସ୍ଥାପିତ ହୋଇଛି । କରୋନା ସଂକ୍ରମଣ ଯୋଗୁଁ ସରକାର ପେପରଲେସ ବଜେଟ ଆଗତ କରିବାକୁ ନିଷ୍ପତି ନେଇଛନ୍ତିContinue reading “ବଜେଟ ୨୦୨୧-୨୨ LIVE : ଗୋଟିଏ କ୍ଲିକରେ ପାଆନ୍ତୁ ବଜେଟ ୨୦୨୧-୨୨ର ଟିକିନିକି ଖବର । କାହାକୁ ମିଳିଲା କଣ? ବଜେଟରେ କଣ ହେଲା ଶସ୍ତା, କଣ ହେଲା ମହଙ୍ଗା? “
ସାଧାରଣ ବଜେଟ ପୂର୍ବରୁ କ୍ୟାବିନେଟ ମିଟିଂ । ଆଉ କିଛି ସମୟ ପରେ ବସିବ କେନ୍ଦ୍ର କ୍ୟାବିନେଟ୍ ବୈଠକ
କନକ ବ୍ୟୁରୋ: ଆଉ କେଇ ଘଂଟାର ଅପେକ୍ଷା । ସଂସଦରେ ଆଗତ ହେବ ସାଧାରଣ ବଜେଟ୍ । ଦିନ ୧୧ଟାରେ ବଜେଟ ଉପସ୍ଥାପନ କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଏହାପୂର୍ବରୁ ରାଷ୍ଟ୍ରପତି ଭବନରେ ପହଞ୍ଚିସାରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ । ସେପଟେ ସଂସଦରେ ସାଧାରଣ ବଜେଟ ଆଗତ ହେବା ପୂର୍ବରୁ ବସିବାକୁ ଯାଉଛି କେନ୍ଦ୍ର କ୍ୟାବିନେଟ୍ ବୈଠକ । ଏହି ବୈଠକ ସକାଳ ୧୦ଟା ୧୫ରେ ବସୁଥିବା ବେଳେ ଏଥିରେ ୨୦୨୧-୨୨ ବଜେଟକୁ ମିଳିବ ଅନୁମୋଦନContinue reading “ସାଧାରଣ ବଜେଟ ପୂର୍ବରୁ କ୍ୟାବିନେଟ ମିଟିଂ । ଆଉ କିଛି ସମୟ ପରେ ବସିବ କେନ୍ଦ୍ର କ୍ୟାବିନେଟ୍ ବୈଠକ”
ସଂସଦରେ ଆଗତ ହେବ ସାଧାରଣ ବଜେଟ୍: ବଜେଟ୍ ଉପସ୍ଥାପନ ପୂର୍ବରୁ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀଙ୍କ ପୂଜାର୍ଚ୍ଚନା;ଘର ଆଗରେ ଥିବା ହନୁମାନ ମନ୍ଦିରରେ ପୂଜା କଲେ ଅନୁରାଗ ଠାକୁର
କନକ ବ୍ୟୁରୋ : ଆଉ କେଇ ଘଂଟାର ଅପେକ୍ଷା । ସଂସଦରେ ଆଗତ ହେବ ସାଧାରଣ ବଜେଟ୍ । ଦିନ ୧୧ଟାରେ ବଜେଟ ଉପସ୍ଥାପନ କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଏହାପୂର୍ବରୁ ଅର୍ଥମନ୍ତ୍ରୀ ଓ କେନ୍ଦ୍ର ଅର୍ଥରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ଅର୍ଥ ମନ୍ତ୍ରାଳୟରେ ପହଂଚି ସାରିଛନ୍ତି । ଅନୁରାଗ ଠାକୁର ଘରୁ ବାହାରି ପୂଜାର୍ଚ୍ଚନା କରିଛନ୍ତି । ଘର ଆଗରେ ଥିବା ହନୁମାନ ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ମନ୍ତ୍ରାଳୟକୁ ବାହାରିଥିଲେ କେନ୍ଦ୍ର ଅର୍ଥରାଷ୍ଟ୍ରContinue reading “ସଂସଦରେ ଆଗତ ହେବ ସାଧାରଣ ବଜେଟ୍: ବଜେଟ୍ ଉପସ୍ଥାପନ ପୂର୍ବରୁ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀଙ୍କ ପୂଜାର୍ଚ୍ଚନା;ଘର ଆଗରେ ଥିବା ହନୁମାନ ମନ୍ଦିରରେ ପୂଜା କଲେ ଅନୁରାଗ ଠାକୁର”
ପୁଲିସ ହାତରେ ଝରାଫୁଲଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ: ବିଳମ୍ବିତ ରାତିରେ ହିଁ ଯାଇଛି ଝରାଫୁଲଙ୍କ ଜୀବନ ! ନିଶାଜନିତ ବିଷକ୍ରିୟା କିମ୍ବା ହୃଦଘାତରେ ହୋଇଥାଇପାରେ ମୃତ୍ୟୁ !
କନକ ବ୍ୟୁରୋ: ବହୁଚର୍ଚ୍ଚିତ ରମାଦେବୀ ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ନାୟକ ମୃତ୍ୟୁ ଘଟଣାରେ ତଦନ୍ତକାରୀ ପୁଲିସ ହାତରେ ଲାଗିଛି ଶବ ବ୍ୟବଚ୍ଛେଦ ରିପୋର୍ଟ। ମୃତ୍ୟୁର କାରଣ ନେଇ ମିଳିଛି ଚାଞ୍ଚଲ୍ୟକର ତଥ୍ୟ। ତେବେ ପୁଲିସ ଏ ସମ୍ପର୍କରେ ମୁହଁ ଖୋଲିନାହିଁ। ଅତି ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ବିଳମ୍ବିତ ରାତିରେ ହିଁ ଝରାଫୁଲଙ୍କ ମୃତ୍ୟୁ ହୋଇଛି। ଅର୍ଥାତ୍ ଗେଷ୍ଟହାଉସରେ ହିଁ ଝରାଫୁଲଙ୍କ ଜୀବନ ଯାଇଛି। ଝରାଫୁଲଙ୍କ ମୃତ୍ୟୁ ବେଳେ ପାଟି ଓ ନାକରୁ ଫେଣ ବାହାରୁଥିଲା।Continue reading “ପୁଲିସ ହାତରେ ଝରାଫୁଲଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ: ବିଳମ୍ବିତ ରାତିରେ ହିଁ ଯାଇଛି ଝରାଫୁଲଙ୍କ ଜୀବନ ! ନିଶାଜନିତ ବିଷକ୍ରିୟା କିମ୍ବା ହୃଦଘାତରେ ହୋଇଥାଇପାରେ ମୃତ୍ୟୁ !”
ବାଟବଣା କଲା କୁହୁଡ଼ି ! କାଳିଜାଈ ଦର୍ଶନ କରିବାକୁ ଯାଇ ଚିଲିକାରେ ଫସିଲେ ୨୫ ଜଣ ପର୍ଯ୍ୟଟକ
କନକ ବ୍ୟୁରୋ: ଭୁବନେଶ୍ବରରୁ କାଳିଜାଈ ଦର୍ଶନ ପାଇଁ ଯାଇଥିବା ପ୍ରାୟ ୨୫ ଜଣ ପର୍ଯ୍ୟଟକ କୁହୁଡ଼ି ଯୋଗୁ ଚିଲିକା ମଝିରେ ବାଟବଣା ହୋଇ ଅଟକି ରହିଛନ୍ତି। ଏ ନେଇ ଖବର ପାଇବା ପରେ ବାଲୁଗାଁ, ଗଙ୍ଗାଧରପୁର ଦମକଳ କେନ୍ଦ୍ରର କର୍ମଚାରୀମାନେ ୨ଟି ବୋଟ୍ ନେଇ ନଳବଣ ମଧ୍ୟରେ ଫସିରହିଥିବା ପର୍ଯ୍ୟଟକମାନଙ୍କ ପାଖରେ ପହଞ୍ଚିଛନ୍ତି। ବାଲୁଗାଁ ଦମକଳ କେନ୍ଦ୍ର ଅଧିକାରୀ ନିତ୍ୟାନନ୍ଦ ଜେନାଙ୍କଠାରୁ ପ୍ରକାଶ ଯେ ଭୁବନେଶ୍ବରର ପ୍ରାୟ ୨୫ ଜଣ ପର୍ଯ୍ୟଟକ ମା’ କାଳିଜାଈଙ୍କ ଦର୍ଶନ ପାଇଁContinue reading “ବାଟବଣା କଲା କୁହୁଡ଼ି ! କାଳିଜାଈ ଦର୍ଶନ କରିବାକୁ ଯାଇ ଚିଲିକାରେ ଫସିଲେ ୨୫ ଜଣ ପର୍ଯ୍ୟଟକ”
ସୁନ୍ଦରଗଡରେ ବାର୍ହାକୁ ଧକ୍କା ଦେଇ ପିକ୍-ଅପ୍ ଓଲଟିଲା; ବାରହା ମୃତ, ୧୬ ଶ୍ରମିକ ଆହତ
କନକ ବ୍ୟୁରୋ: ସୁନ୍ଦରଗଡରେ ବାରହାକୁ ଧକ୍କା ଦେଇ ଓଲିଟିଲା ପିକ-ଅପ-ଭ୍ୟାନ । ଦୁର୍ଘଟଣାରେ ୧୨ ଜଣ ଆହତ ହୋଇଥିବା ବେଳେ ୪ ଜଣ ଗୁରୁତର ଅଛନ୍ତି । ହେମଗିରି ଥାନା କନିକା ନିକଟ ଆର୍ଯ୍ୟନ କୋଲୱସରୀ ସମ୍ମୁଖରେ ୧୬ ଶ୍ରମିକଙ୍କୁ ନେଇ ଯାଉଥିବା ପିକ-ଅପ-ଭ୍ୟାନ ସାମ୍ନାକୁ ହଠାତ ଏକ ଜଙ୍ଗଲି ବାରହା ଆସିଯିବାରୁ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ଭ୍ୟାନ ବାରହାକୁ ଧକ୍କା ଦେଇ ଓଲଟି ପଡିଥିଲା । ଘଟଣାସ୍ଥଳରେ ବାରହା ମୃତ୍ୟୁ ହୋଇଥିବା ବେଳେContinue reading “ସୁନ୍ଦରଗଡରେ ବାର୍ହାକୁ ଧକ୍କା ଦେଇ ପିକ୍-ଅପ୍ ଓଲଟିଲା; ବାରହା ମୃତ, ୧୬ ଶ୍ରମିକ ଆହତ”