ସୋସିଆଲ ମିଡିଆକୁ ଆଇନ ପରିସରକୁ ଆଣିବା ପାଇଁ ସୁପ୍ରିମକୋର୍ଟରେ ମାମଲା : ଆଜି ଜନସ୍ୱାର୍ଥ ମାମଲାର ଶୁଣାଣି

କନକ ବ୍ୟୁରୋ : ସୋସିଆଲ ମିଡିଆକୁ ଆଇନ ପରିସର ଭିତରେ ଆଣିବାକୁ ନେଇ ସୁପ୍ରିମକୋର୍ଟରେ ରୁଜୁ ହୋଇଥିବା ଜନସ୍ୱାର୍ଥ ମାମଲାର ଆଜି ଶୁଣାଣି ହେବ । ଆବେଦନରେ ଦର୍ଶାଯାଇଛି, ସୋସିଆଲ ମିଡିଆରେ ଜରିଆରେ ଉତ୍ତେଜନା ସୃଷ୍ଟିକାରୀ ଓ ଫେକ ନ୍ୟୁଜ ପ୍ରଚାର କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଅପରାଧିକ ମକଦ୍ଦମା ଚଲାଇବା ପାଇଁ ଆଇନ ତିଆରି କରାଯାଉ । ଏନେଇ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଜନସ୍ୱାର୍ଥ ମାମଲାରେ ଅନୁରୋଧ କରାଯାଇଛି । ଏହି ଆବେଦନରେContinue reading “ସୋସିଆଲ ମିଡିଆକୁ ଆଇନ ପରିସରକୁ ଆଣିବା ପାଇଁ ସୁପ୍ରିମକୋର୍ଟରେ ମାମଲା : ଆଜି ଜନସ୍ୱାର୍ଥ ମାମଲାର ଶୁଣାଣି”

ପୁଣି ଲେଉଟିଲା ଶୀତ ! ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବଢିବ ଥଣ୍ଡାର ପ୍ରକୋପ । ୧୧ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଜ୍ଞାନ କେନ୍ଦ୍ର

କନକ ବ୍ୟୁରୋ: ଜାନୁଆରି ସାରା ଲୁଚକାଳି ଖେଳିବା ପରେ ରାଜ୍ୟକୁ ଏବେ ଶୀତ ଲେଉଟିଛି। ଉତ୍ତର-ପଶ୍ଚିମ ଦିଗରୁ କ୍ରମାଗତ ଭାବେ ଥଣ୍ଡା ଓ ଶୁଷ୍କ ପବନ ପ୍ରବାହିତ ହେବା ଫଳରେ ରାଜ୍ୟରେ ଶୀତ ବଢ଼ିଛି। ଆଗକୁ ଆହୁରି ବଢ଼ିବ। ଆସନ୍ତା ୨୪ ଘଣ୍ଟାରେ ଦକ୍ଷିଣ ସମେତ ଉପକୂଳ ଓଡ଼ିଶାରେ ସର୍ବନିମ୍ନ ତାପମାତ୍ରା ୨ ଡିଗ୍ରି ପର୍ଯ୍ୟନ୍ତ ଖସିବାର ସମ୍ଭାବନା ରହିଛି। ସେହିପରି ଆସନ୍ତା ୩ ଦିନ ରାଜ୍ୟରେ ଶୀତ ଲହରି ପ୍ରବାହିତ ହେବ। ଏହାକୁ ଦୃଷ୍ଟି‌ରେ ରଖିContinue reading “ପୁଣି ଲେଉଟିଲା ଶୀତ ! ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବଢିବ ଥଣ୍ଡାର ପ୍ରକୋପ । ୧୧ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଜ୍ଞାନ କେନ୍ଦ୍ର”

ସଂସଦରେ ଆଜି ଆଗତ ହେବ ୨୦୨୧-୨୨ର ସାଧାରଣ ବଜେଟ: ଆର୍ଥିକ ସୁଧାର ପାଇଁ ବଡ ଘୋଷଣା କରିପାରନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ; ସ୍ୱାସ୍ଥ୍ୟ ଭିତ୍ତିଭୂମି ଓ ପ୍ରତିରକ୍ଷା ବାବଦକୁ ଅଧିକ ବ୍ୟୟ ବରାଦ ସମ୍ଭାବନା

କନକ ବ୍ୟୁରୋ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସଂସଦରେ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିବେ। ଏଥର ପେପରଲେସ୍‌ ବା କାଗଜବିହୀନ ବଜେଟ୍ ଉପସ୍ଥାପନ କରାଯିବ। ପୂର୍ବାହ୍ନ ୧୧ରେ ବଜେଟ୍ ଉପସ୍ଥାପନ କରାଯିବ। ଏହାକୁ ଲୋକସଭା ଟିଭିରେ ସିଧା ପ୍ରସାରଣ କରାଯିବ। ୟୁଟ୍ୟୁବ୍‌, ଫେସବୁକ୍ ଓ ଟ୍ବିଟର୍‌ରେ ଲାଇଭ୍ ଷ୍ଟ୍ରିମିଂ କରାଯିବ। ଏହା ବ୍ୟତୀତ ବଜେଟର ସିଧାପ୍ରସାରଣକୁ ବିଭିନ୍ନ ନିଉଜ୍ ଚ୍ୟାନେଲରେ ମଧ୍ୟ ଦେଖିହେବ। କରୋନା ମହାମାରୀ ପରବର୍ତ୍ତୀ ସମୟର ଏହା ପ୍ରଥମContinue reading “ସଂସଦରେ ଆଜି ଆଗତ ହେବ ୨୦୨୧-୨୨ର ସାଧାରଣ ବଜେଟ: ଆର୍ଥିକ ସୁଧାର ପାଇଁ ବଡ ଘୋଷଣା କରିପାରନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ; ସ୍ୱାସ୍ଥ୍ୟ ଭିତ୍ତିଭୂମି ଓ ପ୍ରତିରକ୍ଷା ବାବଦକୁ ଅଧିକ ବ୍ୟୟ ବରାଦ ସମ୍ଭାବନା”

ପଥରଶିଳ୍ପୀଙ୍କ ଗାଁ କନ୍ଦାଗଡ । ପିଢୀପିଢୀ ଧରି ପଥର ଖୋଦେଇ କରି ପାଇଛନ୍ତି ପରିଚୟ । ହେଲେ କରୋନା ସାଜିଲା ଦାଉ

କନକ ବ୍ୟୁରୋ : ନିର୍ଜିବ ପଥରରେ ଜୀବନ ଭରି ଦେଉଥିବା ଶିଳ୍ପୀ ଏବେ ଦାଦନ ମୁହାଁ । କରୋନା କାଳରେ ଲକଡାଉନ ଯୋଗୁଁ ବ୍ୟବସାୟ ମାନ୍ଦା ପଡ଼ି ଯାଇଥିବାରୁ କେମିତି ପରିବାର ଚଳାଇବେ ଏହି ଚିନ୍ତାରେ ପଡିଛନ୍ତି କଳାହାଣ୍ଡି ଜିଲ୍ଲା କନ୍ଦାଗଡ଼ ଗାଁର ପଥର ଶିଳ୍ପୀ । ଅନ୍ୟ କିଛି ଉପାୟ ନଥିବାରୁ ବାଧ୍ୟ ହୋଇ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଛନ୍ତି । କଳାହାଣ୍ଡି ଜିଲ୍ଲା ଆମପାଣି ନିକଟରେ କନ୍ଦାଗଡ଼ ଗାଁ । ପଥର ଶିଳ୍ପୀରContinue reading “ପଥରଶିଳ୍ପୀଙ୍କ ଗାଁ କନ୍ଦାଗଡ । ପିଢୀପିଢୀ ଧରି ପଥର ଖୋଦେଇ କରି ପାଇଛନ୍ତି ପରିଚୟ । ହେଲେ କରୋନା ସାଜିଲା ଦାଉ”

ଆତ୍ମନିର୍ଭର ହେବାକୁ ଲୋଡା ନାହିଁ ଉଚ୍ଚଶିକ୍ଷା । ପ୍ରମାଣିତ କଲେ କଳାହାଣ୍ଡି କୋକସରା ଅଞ୍ଚଳର ରମା ମାଝି । ମାତ୍ର ଅଷ୍ଟମ ଶ୍ରେଣୀ ଯାଏଁ ପାଠ ପଢିଥିବା ରମା ଗତ ୧୦ବର୍ଷ ଧରି କରୁଛନ୍ତି ଛତୁଚାଷ ।

କନକ ବ୍ୟୁରୋ : ପରିିଶ୍ରମ ଓ ଅଧ୍ୟବସାୟ ବଳରେ ଅସାଧ୍ୟକୁ ବି ସାଧ୍ୟ କରିହୁଏ, ଏହି ଉକ୍ତି ସତ କରି ଦେଖାଇଛନ୍ତି କଳାହାଣ୍ଡି ଜିଳ୍ଳା କୋକସରା ବ୍ଳକ ଟେମରା ଗାଁର ମହିଳା ରମା ମାଝୀ । ନିଜର ଉଦ୍ୟମ ଓ ସାଧନା ବଳରେ ହୋଇ ପାରିଛନ୍ତି ଆତ୍ମ ନିର୍ଭରଶୀଳ । ଘର କାମ କରିବା ସହ ସ୍ୱାମୀଙ୍କ ଚାଷ କାମରେ ସହଯୋଗ କରିବା ପରେ ବାକି ସମୟରେ ଛତୁଚାଷ କରି ସଫଳତା ପାଇଛନ୍ତି ରମା । ରମାContinue reading “ଆତ୍ମନିର୍ଭର ହେବାକୁ ଲୋଡା ନାହିଁ ଉଚ୍ଚଶିକ୍ଷା । ପ୍ରମାଣିତ କଲେ କଳାହାଣ୍ଡି କୋକସରା ଅଞ୍ଚଳର ରମା ମାଝି । ମାତ୍ର ଅଷ୍ଟମ ଶ୍ରେଣୀ ଯାଏଁ ପାଠ ପଢିଥିବା ରମା ଗତ ୧୦ବର୍ଷ ଧରି କରୁଛନ୍ତି ଛତୁଚାଷ ।”

ଇଞ୍ଜିନିୟରିଂ ଛାଡି ନର୍ସରୀ କରିବାରେ ମନ ବଳାଇଲେ ପାଟକୁରାର ଶିବ ନାରାୟଣ । ଭଳିକି ଭଳି ଦେଶ ବିଦେଶର ଚାରା ଉତ୍ପାଦନ ସହ କରୁଛନ୍ତି ବିକ୍ରି 

କନକ ବ୍ୟୁରୋ : ଚାକିରି ଛାଡି ଏକ ନର୍ସରୀ ପ୍ରତିଷ୍ଠା କରି ନିଜେ ଆତ୍ମ ନିର୍ଭରଶିଳ ହେବା ସହିତ ଲକ୍ଷାଧୀକ ଟଙ୍କା ରୋଜଗାର କରୁଛନ୍ତି ଜଣେ ଯୁବ ଇଂଜିନିୟର  । ପ୍ରାୟ ପାଂଚ ହଜାରରୁ ଉର୍ଦ୍ଧ ପ୍ରଜାତିର ଫୁଲ ଫଳ ଗଛ ସହିତ ବିଦେଶରୁ ନୁଆ ନୁଆ ପ୍ରଜାତିର ଗଛ ଆଣି ବିକ୍ରୟ କରିବା ସହିତ ହୋଇ ପାରିଛନ୍ତି ଜଣେ ସଫଳ ବ୍ୟବସାୟୀ  । ନିଜ ନର୍ସର୍ରୀରେ ଗ୍ରାମର କିଛି ଯୁବକଙ୍କୁ ନିଯୁକ୍ତି ଦେବା ସହିତ ଜିଲ୍ଲାContinue reading “ଇଞ୍ଜିନିୟରିଂ ଛାଡି ନର୍ସରୀ କରିବାରେ ମନ ବଳାଇଲେ ପାଟକୁରାର ଶିବ ନାରାୟଣ । ଭଳିକି ଭଳି ଦେଶ ବିଦେଶର ଚାରା ଉତ୍ପାଦନ ସହ କରୁଛନ୍ତି ବିକ୍ରି “

ସଂଯୁକ୍ତ ରାଷ୍ଟ୍ରରେ ପାକିସ୍ତାନର ରାଷ୍ଟ୍ରଦୂତ ରହିଥିବା ଆବିଦା ହୁସେନଙ୍କ ଚାଞ୍ଚଲ୍ୟକର ବୟାନ । ଲାଡେନଠାରୁ ଟଙ୍କା ନେଉଥିଲେ ନୱାଜ ସରିଫ୍

କନକ ବ୍ୟୁରୋ: ଆତଙ୍କବାଦୀଙ୍କ ସହ ପାକିସ୍ତାନର ବରିଷ୍ଠ ନେତାଙ୍କ ପ୍ରତ୍ୟକ୍ଷ ସମ୍ପର୍କ ରହିଥାଏ । କେବଳ ଏତିକି ନୁହେଁ, ଏହି ନେତାମାନେ ଆତଙ୍କବାଦୀଙ୍କଠାରୁ ଟଙ୍କା ପାଆନ୍ତି, ଯାହା ଭାରତର କାଶ୍ମୀରରେ ଜିହାଦ୍ ପାଇଁ ବ୍ୟବହୃତ ହୁଏ | ସଂଯୁକ୍ତ ରାଷ୍ଟ୍ରରେ ପାକିସ୍ତାନର ରାଷ୍ଟ୍ରଦୂତ ରହିଥିବା ଆବିଦା ହୁସେନ୍ ଏକଥା କହିବା ପରେ ପାକିସ୍ତାନ ରାଜନୀତିରେ ହଇଚଇ ଖେଳିଯାଇଛି | ଆବିଦା କହିଛନ୍ତି ଯେ ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କୁ ଅଲ କାଏଦା ଆତଙ୍କବାଦୀ ଓସାମା ବିନ୍ ଲାଡେନContinue reading “ସଂଯୁକ୍ତ ରାଷ୍ଟ୍ରରେ ପାକିସ୍ତାନର ରାଷ୍ଟ୍ରଦୂତ ରହିଥିବା ଆବିଦା ହୁସେନଙ୍କ ଚାଞ୍ଚଲ୍ୟକର ବୟାନ । ଲାଡେନଠାରୁ ଟଙ୍କା ନେଉଥିଲେ ନୱାଜ ସରିଫ୍”

ବାୟୁସେନାକୁ ଶକ୍ତିଶାଳୀ କରିବାକୁ କିଣା ହେବ ଆହୁରି ୧୧୪ ଲଢୁଆ ବିମାନ । ଖର୍ଚ୍ଚ ହେବ ୧ ଲକ୍ଷ ୩୦ ହଜାର କୋଟି

କନକ ବ୍ୟୁରୋ: ଚୀନ ଓ ପାକିସ୍ତାନ ପଟୁ ବିପଦ ବଢୁଥିବାରୁ  ନିଜର ଲଢୁଆ ବିମାନ ଅଭାବ ପୂରଣ କରିବାକୁ ଭାରତୀୟ ବାୟୁସେନା ଅଣ୍ଟାଭିଡ଼ିଛି । ପ୍ରାୟ ୧ ଲକ୍ଷ ୩୦ ହଜାର କୋଟିର ୧୧୪ଟି ଲଢୁଆ ବିମାନ କିଣିବାକୁ ବାୟୁସେନା ନିଷ୍ପତ୍ତି ଗ୍ରହଣ କରିଛି ଓ ଏଥିପାଇଁ ଖୁବଶୀଘ୍ର ଟେଣ୍ଡର ଡକାଯିବ । ଏହି ଲଢୁଆ ବିମାନ ଖରିଦ ପାଇଁ ବାୟୁସେନା ପକ୍ଷରୁ ପ୍ରତିରକ୍ଷା ମନ୍ତ୍ରାଳୟର ଅନୁମତି ଲୋଡ଼ାଯିବ । ଆତ୍ମନିର୍ଭର ଭାରତ ଅଭିଯାନ ଅଧିନରେ ଏସବୁContinue reading “ବାୟୁସେନାକୁ ଶକ୍ତିଶାଳୀ କରିବାକୁ କିଣା ହେବ ଆହୁରି ୧୧୪ ଲଢୁଆ ବିମାନ । ଖର୍ଚ୍ଚ ହେବ ୧ ଲକ୍ଷ ୩୦ ହଜାର କୋଟି”

ପିକଅପ ଭ୍ୟାନ ଓଲଟି ୭ରୁ ଅଧିକ ମୃତ ସୂଚନା । ଜୟପୁରରେ ଭାରସାମ୍ୟ ହରାଇ ଓଲଟିପଡିଲା ଗାଡି 

କନକ ବ୍ୟୁରୋ : ପିକଅପ ଭ୍ୟାନ ଓଲଟି ୭ରୁ ଅଧିକ ଲୋକ ମୃତ୍ୟୁ ସୂଚନା ମିଳିଛି । ଜୟପୁର ସହର କୋଟପାଡ ବ୍ଲକ ଅନ୍ତର୍ଗତ ମୁର୍ତ୍ତାହାଣ୍ଡିଠାରେ ଭାରସାମ୍ୟ ହରାଇ ଓଲଟି ପଡିଲା ଗାଡି । ଦଶାହ କାମ ସାରି ଛତିଶଗଡ ଫେରୁଥିବା ବେଳେ ଘଟିଲା ଦୁର୍ଘଟଣା । ଏହି ଦୁର୍ଘଟଣାରେ ୧୫ରୁ ଅଧିକ ଆହତ ହୋଇଛନ୍ତି, ସେମାନଙ୍କୁ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ସିନ୍ଧୁଗୁଡାରୁ ଛତିଶଗଡ କୁଲଚା ଗାଁକୁ ଫେରୁଥିବା ବେଳେ ଏଭଳିContinue reading “ପିକଅପ ଭ୍ୟାନ ଓଲଟି ୭ରୁ ଅଧିକ ମୃତ ସୂଚନା । ଜୟପୁରରେ ଭାରସାମ୍ୟ ହରାଇ ଓଲଟିପଡିଲା ଗାଡି “

ଓଡିଶାରେ ବି ହୋଇପାରିବ ଷ୍ଟ୍ରବେରୀ ଚାଷ । କେନ୍ଦୁଝରରେ ଚାଷ କରୁଛନ୍ତି ଅଜୟ ପାଣି ।

କନକ ବ୍ୟୁରୋ : କେନ୍ଦୁଝରରେ ହୋଇପାରୁଛି ଷ୍ଟ୍ରବେରୀ ଚାଷ । କେନ୍ଦୁଝରର ଜଣେ ଚାଷୀ ଏହାକୁ ବ୍ୟବସାୟୀକ ଭିତିରେ ଚାଷ କରି ସଫଳ ହୋଇଛନ୍ତି । ଆସନ୍ତୁ ଏପରି ଜଣେ ଚାଷୀଙ୍କ ଠାରୁ ଜାଣିବା କେମିତି ହେଉଛି ଷ୍ଟ୍ର୍ରବେରୀ ଚାଷ । କେନ୍ଦୁଝରର ଅଜୟ କୁମାର ପାଣିଙ୍କ ନିଶା ହେଲା ଚାଷ । ସଉକରେ ଥରେ ସେ ୬ଟି ଷ୍ଟ୍ରବେରୀ ଗଛ ଆଣି ଫୁଲକୁଣ୍ଢରେ ଲଗାଇଥିଲେ । ସେଥିରୁ ୨ଟି ମରି ଯାଇଥିଲା ଆଉ ୪ଟିରେ ଅଳ୍ପContinue reading “ଓଡିଶାରେ ବି ହୋଇପାରିବ ଷ୍ଟ୍ରବେରୀ ଚାଷ । କେନ୍ଦୁଝରରେ ଚାଷ କରୁଛନ୍ତି ଅଜୟ ପାଣି ।”

Design a site like this with WordPress.com
Get started