ସ୍ଥଗିତ ହେଲା ବସ ଧର୍ମଘଟ: ଆଲୋଚନା ପରେ ଘରୋଇ ବସ୍ ମାଲିକ ସଂଘର ନିଷ୍ପତି

କନକ ବ୍ୟୁରୋ: ସ୍ଥଗିତ ହେଲା ଘରୋଇ ବସ୍ ଧର୍ମଘଟ । ଅକ୍ଟୋବର ୩୧ ତାରିଖ ଯାଏଁ ବସ୍ ଧର୍ମଘଟ ସ୍ଥଗିତ ନେଇ ଘରୋଇ ବସ୍ ମାଲିକ ସଂଘର ନିଷ୍ପତି ନେଇଛି । ଲକ୍ଷ୍ମୀ ବସ୍ ଯୋଜନାକୁ ବିରୋଧକରି କାଲିଠାରୁ ଅନିର୍ଦ୍ଦିଷ୍ଟକାଳୀନ ଧର୍ମଘଟ ହେବାର ଥିଲା । ତେବେ ସରକାରଙ୍କ ସହ ଆଲୋଚନା ପରେ ନରମିଛି ଘରୋଇ ବସ ମାଲିକ ସଂଘ । ସେପଟେ ଲକ୍ଷ୍ମୀ ବସ ଯୋଜନାର ଶୁଭାରମ୍ଭ ପାଇଁ ସରକାର ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛନ୍ତିContinue reading “ସ୍ଥଗିତ ହେଲା ବସ ଧର୍ମଘଟ: ଆଲୋଚନା ପରେ ଘରୋଇ ବସ୍ ମାଲିକ ସଂଘର ନିଷ୍ପତି”

ଫାଇନାଲ ପୂର୍ବରୁ ସେମିଫାଇନାଲ: ୫ ରାଜ୍ୟରେ ବାଜିଲା ନିର୍ବାଚନ ବିଗୁଲ୍

କନକ ବ୍ୟୁରୋ: ନଭେମ୍ବର ଦେଖିବା ଇଣ୍ଡିଆ ବନାମ ଏନଡିଏର ଲଢେଇ । ୫ ରାଜ୍ୟ ମଧ୍ୟପ୍ରଦେଶ , ରାଜସ୍ଥାନ, ଛତିଶଗଡ, ତେଲେଙ୍ଗାନା ଓ ମିଜୋରମ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିଶନ । ଛତିଶଗଡରେ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବାବେଳେ ଅନ୍ୟ ରାଜ୍ୟଗୁଡିକରେ ଗୋଟିଏ ପର୍ଯ୍ୟାୟରେ ଭୋଟ ପଡିବ । ଡିସେମ୍ବର ୩ରେ ଫଳାଫଳ ଆସିବ । ୨୦୨୪ ନିର୍ବାଚନ ପୂର୍ବରୁ ୫ ରାଜ୍ୟରେ ବିଧାନସଭା ଭୋଟ୍ ଉଭୟ କଂଗ୍ରେସ ଓContinue reading “ଫାଇନାଲ ପୂର୍ବରୁ ସେମିଫାଇନାଲ: ୫ ରାଜ୍ୟରେ ବାଜିଲା ନିର୍ବାଚନ ବିଗୁଲ୍”

ସାମ୍ନାକୁ ଆସିଲା ହମାସ୍ ଆତଙ୍କବାଦୀଙ୍କ ବିଭତ୍ସ ଓ ବର୍ବରତାର ଚିତ୍ର: ମହିଳାଙ୍କୁ ଅପହରଣ ପରେ ଯୌନ ନିର୍ଯାତନା, ଗୋଟିଏ ସ୍ଥାନରେ ୨୬୦ ଜଣଙ୍କୁ ହତ୍ୟା

କନକ ବ୍ୟୁରୋ: ଯୁଦ୍ଧ ମଧ୍ୟରେ କିଛି ଏଭଳି ଦୃଶ୍ୟ ସାମ୍ନାକୁ ଆସିଛି, ଯାହା ଆପଣଙ୍କୁ ବିଚଳିତ କରିଦେବ । ପାର୍ଟି ଭିତରେ ଅଚାନକ ପଶି ଆଖିବୁଜା ହତ୍ୟା କରିଚାଲିଛନ୍ତ ହମାସ ଆତଙ୍କବାଦୀ । ପାରାଟୁଟରେ ଆସି ଏଭଳି ଅତର୍କିତ ଆକ୍ରମଣରୁ ନିଜକୁ ବଂଚାଇପାରିନାହାନ୍ତି ପାର୍ଟିରେ ସାମିଲ ହୋଇଥିବେ ଲୋକେ । ଯିଏ ଯୁଆଡେ ଧାଇଁବା ଆରମ୍ଭ କରିିଥିଲେ ବି ହମାସ ଆତଙ୍କବାଦୀଙ୍କ କବଳରୁ ବଂଚିବା ଏତେ ସହଜ ନଥିଲା । ବିଭତ୍ସ ଓ ବର୍ବରତାର ନରସଂହାର ଘଟିବାContinue reading “ସାମ୍ନାକୁ ଆସିଲା ହମାସ୍ ଆତଙ୍କବାଦୀଙ୍କ ବିଭତ୍ସ ଓ ବର୍ବରତାର ଚିତ୍ର: ମହିଳାଙ୍କୁ ଅପହରଣ ପରେ ଯୌନ ନିର୍ଯାତନା, ଗୋଟିଏ ସ୍ଥାନରେ ୨୬୦ ଜଣଙ୍କୁ ହତ୍ୟା”

ଗାଜା ସୀମା ସିଲ କଲା ଇସ୍ରାଏଲ: ପ୍ରତିଶୋଧର ମହାଯୁଦ୍ଧ ଜୋରଦାର

କନକ ବ୍ୟୁରୋ: ଇସ୍ରାଏଲ-ପାଲେଷ୍ଟାଇନ ମଧ୍ୟରେ ଚାଲିଛି ଘମାଘୋଟ ଲଢେଇ । ପାଲେଷ୍ଟାଇନ ଭିତରେ ପଶି ପ୍ରତିଶୋଧ ନେଉଛି ଇସ୍ରାଏଲ । ଆଉ ଏହାର ଭୟାନକ ଚିତ୍ର ସବୁ ସାମ୍ନାକୁ ଆସୁଛି । ଗାଜା ଅଂଚଳକୁ ସିଲ କରି ଇସ୍ରାଏଲ ସେନା ତୁହାକୁ ତୁହା ଆକ୍ରମଣ ଜାରି ରଖିଛି । ବିଜୁଳି ଯୋଗାଣକୁ ସଂପୂର୍ଣ୍ଣ ବନ୍ଦ କରିଦିଆଯାଇଛି । କେବଳ ଗାଜା ଷ୍ଟ୍ରିପକୁ ନିଜ କବ୍ଜାକୁ ନେବାକୁ ପ୍ରାୟ ୧ ଲକ୍ଷ ସୈନିକଙ୍କୁ ମୁତୟନ କରିଛି ଇସ୍ରାଏଲ ।Continue reading “ଗାଜା ସୀମା ସିଲ କଲା ଇସ୍ରାଏଲ: ପ୍ରତିଶୋଧର ମହାଯୁଦ୍ଧ ଜୋରଦାର”

ବିଭିନ୍ନ ଶକ୍ତି ପୀଠରେ ଷୋଡଶ ପୂଜା ଆରମ୍ଭ । କାକଟପୁର ମାଆ ମଙ୍ଗଳା ମନ୍ଦିରରେ ସ୍ୱତନ୍ତ୍ର ରୀତିନୀତି, ସୁନା ବେଶରେ ଦର୍ଶନ ଦେଉଛନ୍ତି ମାଆ ।

କନକ ବ୍ୟୁରୋ: ରାଜ୍ୟର ଅନ୍ୟତମ ଶକ୍ତିପୀଠ କାକଟପୁରର ମଙ୍ଗଳା ମନ୍ଦିରରେ ଷୋଡଶ ପୂଜା ଆରମ୍ଭ ହୋଇଛି । ଆଜି ସୁନା ବେଶରେ ମାଆ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଛନ୍ତି । ସେପଟେ କଳାହାଣ୍ଡି ଜିଲ୍ଲା ଜୁନାଗଡର ଅଧିଷ୍ଠାତ୍ରୀ ଦେବୀ ମାଁ ଲଙ୍କେଶ୍ୱରୀଙ୍କ ପବିତ୍ର ଖଣ୍ଡାବସା ଯାତ୍ରା ଶେଷ ହୋଇଛି । ମାଆଙ୍କ ଖଣ୍ଡା ସ୍ଥାପନ ପରେ ଜିଲ୍ଲାର ସମସ୍ତ ଶକ୍ତୀପୀଠରେ ଆରମ୍ଭ ହୋଇଥିବା ପାର୍ବଣ ପୂଜା । କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମା ମଙ୍ଗଳାଙ୍କ ସୁନାବେଶ । ପୀଠରେContinue reading “ବିଭିନ୍ନ ଶକ୍ତି ପୀଠରେ ଷୋଡଶ ପୂଜା ଆରମ୍ଭ । କାକଟପୁର ମାଆ ମଙ୍ଗଳା ମନ୍ଦିରରେ ସ୍ୱତନ୍ତ୍ର ରୀତିନୀତି, ସୁନା ବେଶରେ ଦର୍ଶନ ଦେଉଛନ୍ତି ମାଆ ।”

କମିଛି ବର୍ଷା, କମିନି ଦୁର୍ଦ୍ଦଶା । ଲଗାଣ ବର୍ଷା ପରର ଜଳବନ୍ଦୀ ଜୀବନ, ଭୋକ ଉପାସରେ ଗାଁ ଲୋକେ । ଉପୁଜିଛି ପିଇବା ପାଣି ସମସ୍ୟା ।

କନକ ବ୍ୟୁରୋ: ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି ଜଳଧା ଗାଁର ଲୋକେ । ପ୍ରାୟ ୨୦୦ରୁ ଅଧିକ ପରିବାର ଜଳବନ୍ଦୀ ହୋଇ ରହିଛନ୍ତି । ଲଗାଣ ବର୍ଷାରେ ବେହାଲ ହୋଇପଡିଛି ବାଲେଶ୍ୱର ଭୋଗରାଇର ଏହି ଜଳଧା ଗାଁ । ଯୁଆଡେ ଚାହିଁଲେ ଖାଲି ପାଣି ଆଉ ପାଣି । ବର୍ଷାରେ ବଦଳିଯାଇଛି ସମ୍ପୂର୍ଣ୍ଣ ଗାଁର ଚିତ୍ର । ଘର ଚାରିପାଖରେ ପାଣି ଜମି ରହିଥିବା ବେଳେ ଏ ପର୍ଯ୍ୟନ୍ତ ପାଣି ନିଷ୍କାସନ ହୋଇପାରୁନି । ପାଣି ଯୋଗୁ ଚୁଲିContinue reading “କମିଛି ବର୍ଷା, କମିନି ଦୁର୍ଦ୍ଦଶା । ଲଗାଣ ବର୍ଷା ପରର ଜଳବନ୍ଦୀ ଜୀବନ, ଭୋକ ଉପାସରେ ଗାଁ ଲୋକେ । ଉପୁଜିଛି ପିଇବା ପାଣି ସମସ୍ୟା ।”

ସଞ୍ଜ ନଇଁଲେ ଡିବିରି ଆଲୁଅ ସାହା । ବର୍ଷ ବର୍ଷ ହେଲା ଅନ୍ଧାରରେ ଗାଁ ଲୋକେ । ଖୁଣ୍ଟି ପଡିଛି, ତାର ବି ଟଣାଯାଇଛି । ବିଦ୍ୟୁତର ନାହିଁ ଦେଖାଦର୍ଶନ…

କନକ ବ୍ୟୁରୋ: ମୁହଁ ସଞ୍ଜ ହୋଇଗଲେ ଗାଁକୁ ବାହୁଡି ଆସୁଛନ୍ତି ଲୋକେ । ଅନ୍ଧାର ହୋଇଗଲେ ଗାଁ ଭିତରେ ଘରକୁ ଯିବେ କେମିତି? ଏଥିପାଇଁ ଭୟ ଘାରିଛି । ବର୍ଷେ କି ଦୁଇ ବର୍ଷ ନୁହେଁ ଦୀର୍ଘ ୫ ବର୍ଷ ହେଲା ଗାଁର ଲୋକେ ଅନ୍ଧାରରେ ରହୁଛନ୍ତି । ଗାଁରେ ଟ୍ରାନ୍ସଫର୍ମର ବସାଯାଇଛି । ବିଦ୍ୟୁତ ଖୁଂଟ ବି ପୋତାଯାଇଛି । ଆଉ ତାର ବି ସଂଯୋଗ କରାଯାଇଛି । ହେଲେ ଏପର୍ଯ୍ୟନ୍ତ ଗାଁରେ ଆଲୁଅର ଦେଖାContinue reading “ସଞ୍ଜ ନଇଁଲେ ଡିବିରି ଆଲୁଅ ସାହା । ବର୍ଷ ବର୍ଷ ହେଲା ଅନ୍ଧାରରେ ଗାଁ ଲୋକେ । ଖୁଣ୍ଟି ପଡିଛି, ତାର ବି ଟଣାଯାଇଛି । ବିଦ୍ୟୁତର ନାହିଁ ଦେଖାଦର୍ଶନ…”

ଭଙ୍ଗା ରୁଜା ଘରେ ଛିଣ୍ଡା ଜରି ଭରସା । ଦୟନୀୟ ଅବସ୍ଥାରେ ରହୁଛନ୍ତି ବଡ଼ଚଣା ବ୍ଲକ ମହାଖଳା ଟାଇଲି ସାହିର ୫୦ରୁ ଅଧିକ ପରିବାର ।

କନକ ବ୍ୟୁରୋ: ଭଙ୍ଗା ଘରେ ପଲିଥିନ୍ ଜରି ପାଲଟିଛି ଭରସା । ଦୟନୀୟ ଅବସ୍ଥାରେ ରହୁଛନ୍ତି ୫୦ରୁ ଅଧିକ ପରିବାର । ଯାଜପୁର ବଡଚଣା ବ୍ଲକ ମହାଖଳା ଟାଇଲି ସାହିର ଲୋକଙ୍କୁ ମିଳିନି ଘର ଖଣ୍ଡିଏ । ବର୍ଷ ବର୍ଷ ଧରି ରହିଥିବା ପୁରୁଣା ଘର ଭାଙ୍ଗିରୁଜି ପଡିଥିବା ବେଳେ ବହୁବାର ଅନୁରୋଧ ପରେ ବି ସେମାନଙ୍କୁ ଦୁଃଖ ଶୁଣିବାକୁ ଯେମିତି କେହି ନାହିଁ । ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି ।Continue reading “ଭଙ୍ଗା ରୁଜା ଘରେ ଛିଣ୍ଡା ଜରି ଭରସା । ଦୟନୀୟ ଅବସ୍ଥାରେ ରହୁଛନ୍ତି ବଡ଼ଚଣା ବ୍ଲକ ମହାଖଳା ଟାଇଲି ସାହିର ୫୦ରୁ ଅଧିକ ପରିବାର ।”

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ନାହିଁ ଅର୍ଥ । ରାସ୍ତାରେ କାନ୍ଦି କାନ୍ଦି ଭିକ ମାଗୁଛନ୍ତି ଦୁଇ ଭାଇ ଭଉଣୀ ।

କନକ ବ୍ୟୁରୋ: ମନରେ କୋହ ଓ ଆଖିରେ ଲୁହର ଧାର । ରାସ୍ତାରେ ବୁଲି ବୁଲି ଭିକ୍ଷା ମାଗୁଛନ୍ତି ଦୁଇ ଭାଇ ଭଉଣୀ । କିଛି ସାହାଯ୍ୟ ମିଳିଲେ ବାପାଙ୍କର ଶୁଦ୍ଧି କର୍ମ କରିବେ । ବାଲେଶ୍ୱର ବସ୍ତା ବ୍ଲକ ପହଣା ଗାଁରେ ଅନଟନ ଭିତରେ ଜୀବନ ଜୀଉଁଥିବା ପରିବାରର ଯନ୍ତ୍ରଣା ଦାୟକ ଚିତ୍ର ସାମନାକୁ ଆସିଛି । ରୁଗଣ ମାଆକୁ ଛାଡି ବାପାଙ୍କର ଶୁଦ୍ଧି କ୍ରିୟା କରିବାକୁ ଘର ଘର ବୁଲି ଭିକ ମାଗୁଛନ୍ତି ଦୁଇContinue reading “ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ନାହିଁ ଅର୍ଥ । ରାସ୍ତାରେ କାନ୍ଦି କାନ୍ଦି ଭିକ ମାଗୁଛନ୍ତି ଦୁଇ ଭାଇ ଭଉଣୀ ।”

ଗ୍ରାହକ ସେବା କେନ୍ଦ୍ରରୁ ଟଙ୍କା ହଡ଼ପ! ଅଭିଯୋଗ ଆଧାରରେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ ।

କନକ ବ୍ୟୁରୋ: ଗ୍ରାହକ ସେବା କେନ୍ଦ୍ରରୁ ଲକ୍ଷାଧିକ ଟଙ୍କା ହଡପ ଅଭିଯୋଗରେ ଅଭିଯୁକ୍ତ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ । କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ବଡପୋଡାଗୁଡା ଗାଁର ଜଗଦୀଶ ଚନ୍ଦ୍ର ସିଂ । ଆମପାଣି ଷ୍ଟେଟ ବ୍ୟାଙ୍କ ଦ୍ୱାରା ଅନୁବନ୍ଧିତ ଏକ ଗ୍ରାହକ ସେବା କେନ୍ଦ୍ର ଖୋଲି ବ୍ୟାଙ୍କ ସେବା ଯୋଗାଇ ଆସୁଥିଲେ । ହେଲେ ଜମାକାରୀଙ୍କ ଅଜାଣତରେ ଆଧାର ସଂଯୋଗ ଥିବା ବାୟୋମେଟ୍ରିକ ଟିପ ଚିହ୍ନ ନେଇ ସେମାନଙ୍କ ଆକାଉଂଟରୁContinue reading “ଗ୍ରାହକ ସେବା କେନ୍ଦ୍ରରୁ ଟଙ୍କା ହଡ଼ପ! ଅଭିଯୋଗ ଆଧାରରେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ ।”

Design a site like this with WordPress.com
Get started