ଶିକ୍ଷକ ନିଯୁକ୍ତି ଦାବିରେ ପ୍ରତିବାଦ । ସ୍କୁଲ ବାହାରେ ଧାରଣା ଦେଲେ ଛାତ୍ରଛାତ୍ରୀ ।

କନକ ବ୍ୟୁରୋ: ସ୍କୁଲ ବାହାରେ ଗର୍ଜୁଛନ୍ତି ଛାତ୍ରଛାତ୍ରୀ । ଶିକ୍ଷକ ନିଯୁକ୍ତି ପ୍ରତିବାଦରେ ସ୍କୁଲ ଗେଟରେ ପଡିଛି ତାଲା । କେବଳ ପିଲା ନୁହନ୍ତି ତାଙ୍କ ସହିତ ସାମିଲ ହୋଇଛନ୍ତି ଅଭିଭାବକଙ୍କ ସହ ଗାଁର ଲୋକ ମାନେ । ଏହି ଦୃଶ୍ୟ ଦେଖିବାକୁ ମିିଳିଛି ଅନୁଗୁଳ ବଅଁରପାଳ କାଣ୍ଡସର ସରକାରୀ ପ୍ରାଥିମକ ସ୍କୁଲରେ । ବହୁ ବର୍ଷର ପୁରୁଣା ବିଦ୍ୟାଳୟରେ ରହିଛି ୮ଟି ଶ୍ରେଣୀ । ହେଲେ ୮ଟିକୁ ରହିଛନ୍ତି ମାତ୍ର ୪ ଜଣ ଶିକ୍ଷକ ।Continue reading “ଶିକ୍ଷକ ନିଯୁକ୍ତି ଦାବିରେ ପ୍ରତିବାଦ । ସ୍କୁଲ ବାହାରେ ଧାରଣା ଦେଲେ ଛାତ୍ରଛାତ୍ରୀ ।”

ଛକା ମାରିବାକୁ ଚାହୁଁନଥିଲେ, ଛକା ହେବାରୁ ନିରାଶ ହୋଇଗଲେ ରାହୁଲ । କିନ୍ତୁ କାହିଁକି, ଜାଣନ୍ତୁ ପୂରା ଘଟଣା?

କନକ ବ୍ୟୁରୋ : କ୍ରିକେଟ ଖେଳରେ ଖେଳାଳୀ ଛକା ମାରି ଅଧିକ ଖୁସି ହୁଅନ୍ତି । କିନ୍ତୁ ଚଳିତ ବିଶ୍ୱକପରେ ଛକା ମାରିବା ପରେ ମଧ୍ୟ ମନଦୁଃଖ କରିଛନ୍ତି ଭାରତୀୟ କ୍ରିକେଟର କେଏଲ ରାହୁଲ । ଛକା ମାରି ଦଳକୁ ବିଜୟ ଭେଟି ଦେଇଥିଲେ ରାହୁଲ । କିନ୍ତୁ ଉକ୍ତ ଛକାକୁ ନେଇ ନିରାଶ ମଧ୍ୟ ହୋଇଥିଲେ । କାରଣ ଛକା ପାଇଁ ବିଶ୍ୱକପରେ ନିଜର ପ୍ରଥମ ଶତକରୁ ବଞ୍ଚିତ ହୋଇଥିଲେ ରାହୁଲ । ଯାହାକୁ ନେଇContinue reading “ଛକା ମାରିବାକୁ ଚାହୁଁନଥିଲେ, ଛକା ହେବାରୁ ନିରାଶ ହୋଇଗଲେ ରାହୁଲ । କିନ୍ତୁ କାହିଁକି, ଜାଣନ୍ତୁ ପୂରା ଘଟଣା?”

ସୁସ୍ଥ ହେଇନାହାଁନ୍ତି ଶୁଭମନ୍ ଗିଲ୍ । ଆଫଗାନିସ୍ତାନ ବିପକ୍ଷ ଦ୍ୱିତୀୟ ମ୍ୟାଚରୁ ପଡିଲେ ବାଦ୍ । ବିସିସିଆଇ ଜାରି କଲା ହେଲଥ୍ ଅପଡେଟ୍…

କନକ ବ୍ୟୁରୋ: ଟିମ୍ ଇଣ୍ଡିଆକୁ ଝଟକା । ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ମ୍ୟାଚ୍ ପରେ ଆଫଗାନିସ୍ତାନ ବିପକ୍ଷ ଦ୍ୱିତୀୟ ବିଶ୍ୱକପ୍ ମ୍ୟାଚରୁ ମଧ୍ୟ ବାଦ୍ ପଡିଛନ୍ତି ଦଳର ଷ୍ଟାର ଓପନର ଶୁଭମନ୍ ଗିଲ୍ । ଡେଙ୍ଗୁରେ ଆକ୍ରାନ୍ତ ହେଇଥିବା ଏହି ବ୍ୟାଟ୍ସମ୍ୟାନ୍ ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍ ପାଇଁ ଉପଲବ୍ଧ ହେବେ ନାହିଁ ବୋଲି ବିସିସିଆଇ ସୂଚନା ଦେଇଛି । ବିସିସିଆଇ ତରଫରୁ କୁହାଯାଇଛି ଯେ, ଶୁଭମନ୍ ଗିଲ୍ ଦଳ ସହିତ ଦିଲ୍ଲୀ ଯାତ୍ରା କରିବେ ନାହିଁ ।Continue reading “ସୁସ୍ଥ ହେଇନାହାଁନ୍ତି ଶୁଭମନ୍ ଗିଲ୍ । ଆଫଗାନିସ୍ତାନ ବିପକ୍ଷ ଦ୍ୱିତୀୟ ମ୍ୟାଚରୁ ପଡିଲେ ବାଦ୍ । ବିସିସିଆଇ ଜାରି କଲା ହେଲଥ୍ ଅପଡେଟ୍…”

ସ୍ଥଗିତ ରହିଲା ବସ୍ ଧର୍ମଘଟ । ସରକାରଙ୍କ ସହ ଆଲୋଚନା ପରେ ଘରୋଇ ବସ୍ ମାଲିକ ସଂଘର ନିଷ୍ପତ୍ତି ।

କନକ ବ୍ୟୁରୋ: ରାଜ୍ୟରେ ହେବନି ବସ୍ ଧର୍ମଘଟ । ବସ୍ ଧର୍ମଘଟ ଡାକରାକୁ ସ୍ଥଗିତ ରଖିଲା ଘରୋଇ ବସ୍ ମାଲିକ ସଂଘ । ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ଏହି ଧର୍ମଘଟ ସ୍ଥଗିତ ରଖାଯାଇଥିବା ନେଇ ସୂଚନା ଦିଆଯାଇଛି । ସ୍ଥଗିତ ରହିଲା ବସ୍ ଧର୍ମଘଟ ଧର୍ମଘଟ ଡାକରା ଦେଇଥିଲା ଘରୋଇ ବସ୍ ମାଲିକ ସଂଘ ସରକାରଙ୍କ ସହ ଆଲୋଚନା ପରେ ସଂଘର ନିଷ୍ପତ୍ତି ଆସନ୍ତାକାଲି ବସ୍ ଧର୍ମଘଟ ଡାକରା ଦେଇଥଲା ସଂଘ#BusStrike #Odisha #KanakNews pic.twitter.com/pfMZTbhxnMContinue reading “ସ୍ଥଗିତ ରହିଲା ବସ୍ ଧର୍ମଘଟ । ସରକାରଙ୍କ ସହ ଆଲୋଚନା ପରେ ଘରୋଇ ବସ୍ ମାଲିକ ସଂଘର ନିଷ୍ପତ୍ତି ।”

ଅର୍ଥନୀତିରେ ନୋବେଲ: କ୍ଲାଉଡିଆ ଗୋଲ୍ଡିନ୍ ପାଇଲେ ଅର୍ଥନୀତିରେ ନୋବେଲ ପୁରସ୍କାର

 ଶ୍ରମବଜାରରେ ମହିଳାମାନଙ୍କ ଅବଦାନ ନେଇ ଗବେଷଣା କରିଥିଲେ । ଏକମାତ୍ର ଭାରତୀୟ ଭାବେ ଅମର୍ତ୍ୟ ସେନ ଏହି ପୁରସ୍କାର ପାଇଛନ୍ତି ଆମେରିକାର କ୍ଲାଉଡିଆ ଗୋଲ୍ଡିନ ଅର୍ଥନୀତି ପାଇଁ ନୋବେଲ ପୁରସ୍କାର ପାଇଛନ୍ତି। ମହିଳାମାନଙ୍କ କାର୍ଯ୍ୟ ଏବଂ ବଜାରରେ ସେମାନଙ୍କର ଅବଦାନକୁ ଭଲ ଭାବରେ ଅନୁସନ୍ଧାନ ପାଇଁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି ।  ଶ୍ରମ ବଜାରରେ ଗୋଲ୍ଡିନ୍‌ଙ୍କ ଅନୁସନ୍ଧାନକୁ ନୋବେଲ କମିଟି ଅତ୍ୟନ୍ତ ଉଚ୍ଚକୋଟୀର ବୋଲି ପ୍ରଶଂସା କରିଛି । ତାଙ୍କର ଅନୁସନ୍ଧାନ ଶ୍ରମ ବଜାରରେContinue reading “ଅର୍ଥନୀତିରେ ନୋବେଲ: କ୍ଲାଉଡିଆ ଗୋଲ୍ଡିନ୍ ପାଇଲେ ଅର୍ଥନୀତିରେ ନୋବେଲ ପୁରସ୍କାର”

କଂଗ୍ରେସ ଶାସିତ ସମସ୍ତ ରାଜ୍ୟରେ ହେବ ଜାତିଗତ ଜନଗଣନା । ସିଡବ୍ଲ୍ୟୁସି ବୈଠକ ପରେ ଘୋଷଣା କଲେ ରାହୁଲ ଗାନ୍ଧୀ ।

କନକ ବ୍ୟୁରୋ: କଂଗ୍ରେସ ଶାସିତ ସମସ୍ତ ରାଜ୍ୟରେ ହେବ ଜାତିଗତ ଜନଗଣନା । ଏନେଇ କଂଗ୍ରେସ ସିଡବ୍ଲ୍ୟୁସି ବୈଠକ ପରେ ସୂଚନା ଦେଇଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ସେ କହିଛନ୍ତି ଯେ, ଜାତିଗତ ଜନଗଣନାକୁ ନେଇ ଐତିହାସିକ ନିଷ୍ପତ୍ତି ସର୍ବସମ୍ମତି ଭାବେ ନିଆଯାଇଛି । କଂଗ୍ରେସ ଶାସିତ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ମିଳିତ ଭାବେ ଏହି ନିଷ୍ପତ୍ତି ନେଇଛନ୍ତି । ହିମାଚଳ ପ୍ରଦେଶ, ରାଜସ୍ଥାନ, କର୍ଣ୍ଣାଟକ ଏବଂ ଛତିଶଗଡରେ ଜାତିଗତ ଜନଗଣନା କରାଯିବ ।Continue reading “କଂଗ୍ରେସ ଶାସିତ ସମସ୍ତ ରାଜ୍ୟରେ ହେବ ଜାତିଗତ ଜନଗଣନା । ସିଡବ୍ଲ୍ୟୁସି ବୈଠକ ପରେ ଘୋଷଣା କଲେ ରାହୁଲ ଗାନ୍ଧୀ ।”

ଶ୍ରେୟାସଙ୍କ ଉପରେ ଖପ୍ପା ଯୁବରାଜ ସିଂହ । ରାହୁଲଙ୍କୁ ୪ ନମ୍ବରରେ ବ୍ୟାଟିଂ କରିବାକୁ ଦେଲେ ପରାମର୍ଶ ।

କନକ ବ୍ୟୁରୋ: ଅଷ୍ଟ୍ରେଲିଆ ବିରୋଧରେ ମ୍ୟାଚ୍ ଜିତିସାରିଛି ଭାରତ । ବିଜୟରୁ ନିଜର ବିଶ୍ୱକପ୍ ଅଭିଯାନ ଆରମ୍ଭ କରିଛି ରୋହିତ ବାହିନୀ । ହେଲେ ରବିବାର ଅଷ୍ଟ୍ରେଲିଆ ବିରୋଧରେ ଭାରତର ଟପ୍ ଅର୍ଡର ଯେପରି ଆଉଟ୍ ହେଇ ପ୍ୟାଭିଲିୟନ ଫେରିଲା ତାକୁ ନେଇ ଏବେ ଆରମ୍ଭ ହେଇଛି ଆଲୋଚନା । ଖାସ୍ କରି ଦଳର ୩ ଜଣ ବ୍ୟାଟ୍ସମ୍ୟାନ୍ ବିନା କୌଣସି ରନ୍ କରି ଆଉଟ୍ ହେଇଯିବାକୁ ପସନ୍ଦ କରିନାହାଁନ୍ତି ପୂର୍ବତନ କ୍ରିକେଟର ଯୁବରାଜ ସିଂହ ।Continue reading “ଶ୍ରେୟାସଙ୍କ ଉପରେ ଖପ୍ପା ଯୁବରାଜ ସିଂହ । ରାହୁଲଙ୍କୁ ୪ ନମ୍ବରରେ ବ୍ୟାଟିଂ କରିବାକୁ ଦେଲେ ପରାମର୍ଶ ।”

ଭାରତ ଉପରେ ପଡ଼ିପାରେ ଯୁଦ୍ଧର ବଡ଼ ପ୍ରଭାବ । ଅଶୋଧିତ ତୈଳ, ସୁନା ଓ ଆମଦାନୀ, ରପ୍ତାନୀକୁ ପ୍ରଭାବିତ କରିବ ଯୁଦ୍ଧ

କନକ ବ୍ୟୁରୋ: ଇସ୍ରାଏଲ ଓ ହମାସ ମଧ୍ୟରେ ଚାଲିଥିବା ରକ୍ତାକ୍ତ ସଂଘର୍ଷର ପରିଣାମ ବିଶ୍ୱର ଅର୍ଥନୀତିକୁ ପ୍ରଭାବିତ କରିବାକୁ ଯାଉଛି । ବିଶେଷକରି ଭାରତ ଉପରେ ଏହାର ପ୍ରଭାବ ଅଧିକ ପଡ଼ିବା ନେଇ ଆଶଙ୍କା ସୃଷ୍ଟି ହୋଇଛି । ଭାରତ ଓ ଇସ୍ରାଏଲ ମଧ୍ୟରେ ଭଲ ସମ୍ପର୍କ ଥିବା ବେଳେ ଦୁଇଦେଶ ମଧ୍ୟରେ ବ୍ୟବସାୟିକ ସମ୍ପର୍କ ମଧ୍ୟ ମଜଭୁତ ରହିଛି । ଭାରତ ହେଉଛି ଏସିଆରେ ଇସ୍ରାଏଲର ତୃତୀୟ ବଡ଼ ଟ୍ରେଡ୍ ପାର୍ଟନର ବା ବ୍ୟବସାୟିକ ସହଯୋଗୀContinue reading “ଭାରତ ଉପରେ ପଡ଼ିପାରେ ଯୁଦ୍ଧର ବଡ଼ ପ୍ରଭାବ । ଅଶୋଧିତ ତୈଳ, ସୁନା ଓ ଆମଦାନୀ, ରପ୍ତାନୀକୁ ପ୍ରଭାବିତ କରିବ ଯୁଦ୍ଧ”

ପ୍ରତିଶୋଧ ନେଉଛି ଇସ୍ରାଏଲ । ହମାସର ବିଭିନ୍ନ ଠିକଣା ଉପରେ ଖୋଜି ଖୋଜି କରୁଛି ଏୟାରଷ୍ଟ୍ରାଇକ୍

କନକ ବ୍ୟୁରୋ: ଉଗ୍ର ହେବାରେ ଲାଗିଛି ଇସ୍ରାଏଲ ଯୁଦ୍ଧ । ଇସ୍ରାଏଲ ଉପରେ ହମାସ ଆତଙ୍କୀ ସଙ୍ଗଠନର ଆକ୍ରମଣ ପରେ ଯୁଦ୍ଧ ଡାକରା ଦେଇଛି ଇସ୍ରାଏଲ ସରକାର । ଗାଜା ସ୍ଥିତ ହମାସର ସବୁ ଠିକଣା ବାଛି ବାଛି ଆକ୍ରମଣ କରୁଛି ଇସ୍ରାଏଲ ଏୟାରଫୋର୍ସ । ଇସ୍ରାଏଲର ଲଢୁଆ ବିମାନ ଗାଜା ପଟ୍ଟି ସ୍ଥିତ ହମାସ ଆତଙ୍କୀ ଶିବିର ଉପରେ ଏୟାର ଷ୍ଟ୍ରାଇକ୍ କରିବାରେ ଲାଗିଛି । ଇସ୍ରାଏଲ ସେନା ଆକ୍ରମଣରେ ଧ୍ୱଂସ୍ ସ୍ତୁପ ପାଲଟି ଗଲାଣିContinue reading “ପ୍ରତିଶୋଧ ନେଉଛି ଇସ୍ରାଏଲ । ହମାସର ବିଭିନ୍ନ ଠିକଣା ଉପରେ ଖୋଜି ଖୋଜି କରୁଛି ଏୟାରଷ୍ଟ୍ରାଇକ୍”

୨୮ ଅଜଣା ମୃତଦେହର ହେବ ଅନ୍ତିମ ସଂସ୍କାର : ବାହାନଗା ରେଳ ଦୁର୍ଘଟଣାରେ ପ୍ରାଣ ହରାଇବା ପରେ ଭୁବନେଶ୍ୱର ଏମ୍ସରେ ପଡ଼ି ରହିଛି ମୃତଦେହ

କନକ ବ୍ୟୁରୋ : ବାହାନଗା ଦୁର୍ଘଟଣାରେ ଚିହ୍ନଟ ହୋଇପାରିନଥିବା ମୃତଦେହର ଅନ୍ତିମ ସତ୍କାର କରାଯିବ । ତେବେ କେତେ ଶବ ସତ୍କାର କରାଯିବ ସେନେଇ କୌଣସି ତାରିଖ ଧାର୍ଯ୍ୟ ହୋଇନାହିଁ । ଏମ୍ସ ପାଖରେ ଏବେ ୨୮ଟି ଚିହ୍ନଟ ହୋଇନଥିବା ମୃତଦେହ ରହିଛି । ଅର୍ଥାତ୍ ୨୮ଟି ମୃତଦେହର କେହି ଦାବିଦାର ନାହାନ୍ତି । ସେ ସବୁର ସତ୍କାର ପାଇଁ ଏବେ ପ୍ରକ୍ରିୟା ଚାଲିଛି ବୋଲି କହିଛନ୍ତି ଭୁବନେଶ୍ୱର ଏମ୍ସର କାର୍ଯ୍ୟବାହୀ ନିର୍ଦ୍ଦେଶକ । ଏଥିରେ ସିବିଆଇ,Continue reading “୨୮ ଅଜଣା ମୃତଦେହର ହେବ ଅନ୍ତିମ ସଂସ୍କାର : ବାହାନଗା ରେଳ ଦୁର୍ଘଟଣାରେ ପ୍ରାଣ ହରାଇବା ପରେ ଭୁବନେଶ୍ୱର ଏମ୍ସରେ ପଡ଼ି ରହିଛି ମୃତଦେହ”

Design a site like this with WordPress.com
Get started