ସୁନ୍ଦରଗଡ଼ରୁ ଉଦ୍ଧାର ମା’ ଝିଅଙ୍କ ମିଳିଲା ଠିକଣା : ପରିବାର ଲୋକଙ୍କୁ ଖୋଜି ବାହାର କଲା ପୋଲିସ

କନକ ବ୍ୟୁରୋ : ସୁନ୍ଦରଗଡ ମା’ -ଝିଅ ଘଟଣାରେ ନୂଆ ମୋଡ । ପରିବାର ଲୋକେ ପୋଲିସ ଆଗରେ କହିଲେ ମହିଳା ଜଣଙ୍କ ମାନସିକ ବିକୃତ । ତାଙ୍କ ଘର ଛତିଶଗଡରେ । ପ୍ରାଥମିକ ଭାବେ ଝାଡଖଣ୍ଡର ବୋଲି ସୂଚନା ରହିଥିଲା । ଏବେ କିନ୍ତୁ ପୋଲିସ କହିଛି ଯେ, ପଡୋଶୀ ଛତିଶଗଡ ତୁମୁଲା ଥାନା ଖାରିବହାଲ ଗାଁରେ ମହିଳାଙ୍କ ଘର ରହିଛି । ଏବେ ସଂପୃକ୍ତ ମହିଳାଙ୍କ ବଡ ଭଉଣୀ ଓ ତାଙ୍କ ସାନ ଝିଅଙ୍କContinue reading “ସୁନ୍ଦରଗଡ଼ରୁ ଉଦ୍ଧାର ମା’ ଝିଅଙ୍କ ମିଳିଲା ଠିକଣା : ପରିବାର ଲୋକଙ୍କୁ ଖୋଜି ବାହାର କଲା ପୋଲିସ”

ଆତ୍ମା କିପରି ଦେଖିବାକୁ … ପରିବାରର ୪ଜଣଙ୍କୁ ହତ୍ୟା କଲେ ଡାକ୍ତରୀ ଛାତ୍ର । ଛାତିଥରା ପୁରା କାହାଣୀ

କନକ ବ୍ୟୁରୋ: ସ୍ଥାନ କେରଳର ତିରୁବନନ୍ତପୁରମ ନନ୍ଥନକୋଡ ଅଞ୍ଚଳ । ଏଠାରେ ରହୁଥିଲେ ରିଟାୟର୍ଡ ପ୍ରଫେସର ଏ ରାଜା ଥଙ୍କମ । ପତ୍ନୀ ଚୀନ୍ ପଦ୍ମା ମଧ୍ୟ ଜଣେ ଡାକ୍ତର, ପୁଅ କେଡଲ ଜିନସନ୍ ରାଜା ଓ ଝିଅ କୋରୋଲିନ୍ ଦୁହେଁ ଡାକ୍ତରୀ ଛାତ୍ର । ସେମାନଙ୍କ ସହ ରହୁଥିଲେ ଜଣେ ସମ୍ପର୍କୀୟା । ପ୍ରଥମେ ଝିଅ ଓ ତା ପରେ ପୁଅକୁ ଡାକ୍ତରୀ ପଢିବାକୁ ଅଷ୍ଟ୍ରେଲିଆ ପଠାଇଲେ ବାପା । ସେଠାରେ ଝିଅର ପଢା ଶେଷContinue reading “ଆତ୍ମା କିପରି ଦେଖିବାକୁ … ପରିବାରର ୪ଜଣଙ୍କୁ ହତ୍ୟା କଲେ ଡାକ୍ତରୀ ଛାତ୍ର । ଛାତିଥରା ପୁରା କାହାଣୀ”

ରାଜ୍ୟ ଘରୋଇ ବସ ମାଲିକ ସଂଘ ଧର୍ମଘଟ ପ୍ରସଙ୍ଗ : ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହ ବସ୍ ମାଲିକ ସଂଘର ଆଲୋଚନା

କନକ ବ୍ୟୁରୋ : ଆସନ୍ତାକାଲି ବସ ସଂଘ ଧର୍ମଘଟ ଡାକରା ଦେଇଛି । ଏହାପରେ ଆଜି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହ ବୈଠକ ଚାଲିଛି । ବସ ସଂଘର ସଦସ୍ୟ ବୈଠକରେ ଉପସ୍ଥିତ ରହିଥିବା ଜଣାପଡିଛି । ସରକାରଙ୍କ ‘ଲକ୍ଷ୍ମୀ’ ଯୋଜନାକୁ ବିରୋଧ କରି ଆସନ୍ତାକାଲି ଧର୍ମଘଟ ଡାକରା ଦେଇଛି ଘରୋଇ ବସ ମାଲିକ ସଂଘ । ସରକାର ଦାବି ପୂରଣ ନକରିବା ଯାଏ ରାଜ୍ୟରେ ଅନିର୍ଦ୍ଦିଷ୍ଟକାଳ ପାଇଁ ବସ ଗଡିବ ନାହିଁ ବୋଲି ସଂଘ ନିଷ୍ପତ୍ତି ନେଇଛିContinue reading “ରାଜ୍ୟ ଘରୋଇ ବସ ମାଲିକ ସଂଘ ଧର୍ମଘଟ ପ୍ରସଙ୍ଗ : ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହ ବସ୍ ମାଲିକ ସଂଘର ଆଲୋଚନା”

ପାର୍ବଣରେ ଅବକାରୀ ବିଭାଗର ଡ୍ୟାନ୍ସ ବାରକୁ ଟାର୍ଗେଟ : ବିଭିନ୍ନ ବାର, କ୍ଲବ, ଡ୍ୟାନ୍ସ ବାର ଏବଂ ପବ ଉପରେ ଚଢାଉ

କନକ ବ୍ୟୁରୋ : ବିଳମ୍ବିତ ରାତିରେ ରାଜଧାନୀରେ ଥିବା ବିଭିନ୍ନ ବାର ଉପରେ ଅବକାରୀ ବିଭାଗର ଅତର୍କିତ ଚଢାଉ । ସହରରେ ଥିବା ବାର, ପବ, କ୍ଲବ ଓ ଡ୍ୟାନ୍ସ ଉପରେ ଚଢାଉ ପାଇଁ ତିଆରି ହୋଇଛି ୩ଟି ଟିମ୍ । ପାର୍ବଣକୁ ଆଖି ଆଗରେ ରଖି ଏହି ଟିମ୍ ନିୟମ ଉଲ୍ଲଂଘନକାରୀଙ୍କ ଉପରେ ରଖିବ କଡା ନଜର । ବିଭିନ୍ନ ସମୟରେ ରାତିରେ ଡ୍ୟାନ୍ସ ବାରଗୁଡ଼ିକ ନୀତି ନିୟମକୁ ଉଲ୍ଲଂଘନ କରି ଚାଲୁଥିବା ଅଭିଯୋଗ ରହିଛିContinue reading “ପାର୍ବଣରେ ଅବକାରୀ ବିଭାଗର ଡ୍ୟାନ୍ସ ବାରକୁ ଟାର୍ଗେଟ : ବିଭିନ୍ନ ବାର, କ୍ଲବ, ଡ୍ୟାନ୍ସ ବାର ଏବଂ ପବ ଉପରେ ଚଢାଉ”

ମଞ୍ଚା ଉପରେ ଶୋଇଥିବା ବେଳେ ଯୁବକଙ୍କୁ ନିର୍ମମ ହତ୍ୟା : ଘଟଣାସ୍ଥଳରୁ ଦୁର୍ବୃତ୍ତ ଫେରାର; ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ

କନକ ବ୍ୟୁରୋ : ଅନୁଗୁଳ ଓଲାବିର ଗାଁରେ ଅଘଟଣ । ମଞ୍ଚା ଉପରେ ଶୋଇଥିବା ବେଳେ ଯୁବକଙ୍କୁ ନିର୍ମମ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ହତ୍ୟା କରିଛି ଦୁର୍ବୃତ । ଘଟଣା ସ୍ଥଳରୁ ଦୁର୍ବୃତ ଫେରାର ହୋଇଯାଇଥିବା ବେଳେ ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ସୂଚନା ଅନୁସାରେ ଅନଗୁଳ ଜିଲ୍ଲା ପୁରୁଣାକୋଟ ଥାନା ଓଲାବିର ଗାଁର ବିଶ୍ୱନାଥଙ୍କୁ ବିଳମ୍ବିତ ରାତିରେ କେହି ଜଣେ ଆକ୍ରମଣ କରି ହତ୍ୟା କରିଥିବାContinue reading “ମଞ୍ଚା ଉପରେ ଶୋଇଥିବା ବେଳେ ଯୁବକଙ୍କୁ ନିର୍ମମ ହତ୍ୟା : ଘଟଣାସ୍ଥଳରୁ ଦୁର୍ବୃତ୍ତ ଫେରାର; ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ”

କିଙ୍ଗ୍ ଖାନଙ୍କର ବଢିଲା ସୁରକ୍ଷା : ଶାହାରୁଖଙ୍କୁ ୱାଇ ପ୍ଲସ ସୁରକ୍ଷା ଯୋଗାଇ ଦେବାକୁ ନିଷ୍ପତ୍ତି

କନକ ବ୍ୟୁରୋ : କିଙ୍ଗ୍ ଖାନଙ୍କର ବଢିଲା ସୁରକ୍ଷା । ମହାରାଷ୍ଟ୍ର ସରକାର ତାଙ୍କୁ ୱାଇ ପ୍ଲସ ସୁରକ୍ଷା ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଛନ୍ତି । ବିଭିନ୍ନ ସମୟରେ ଶାହାରୁଖଙ୍କୁ ଧମକ ମିଳୁଥିବାରୁ ମହାରାଷ୍ଟ୍ର ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ତେବେ କେତୋଟି ଧମକ କିଙ୍ଗ ଖାନଙ୍କୁ ମିଳିଛି ସେ ନେଇ କୌଣସି ସ୍ପଷ୍ଟ ସୂଚନା ଦେଇନାହିଁ ମହାରାଷ୍ଟ୍ର ପୋଲିସ । ଏବେ ଶାହାରୁଖ ୱାଇ ପ୍ଲସ ସୁରକ୍ଷା ପାଇବା ପରେ ରାଜ୍ୟରେ ତାଙ୍କ ଗସ୍ତContinue reading “କିଙ୍ଗ୍ ଖାନଙ୍କର ବଢିଲା ସୁରକ୍ଷା : ଶାହାରୁଖଙ୍କୁ ୱାଇ ପ୍ଲସ ସୁରକ୍ଷା ଯୋଗାଇ ଦେବାକୁ ନିଷ୍ପତ୍ତି”

ଡୁଙ୍ଗୁରିପାଲିରେ ୧୨ ଘଣ୍ଟିଆ ବନ୍ଦ ପାଳନ : ଜାତୀୟ ରାଜପଥ ପ୍ରଶସ୍ତିକରଣରେ ଅବହେଳାର ପ୍ରତିବାଦ

କନକ ବ୍ୟୁରୋ : ରାସ୍ତା କାମ ପାଇଁ ରାସ୍ତାରୋକ୍ । ଜାତୀୟ ରାଜପଥ ପ୍ରଶସ୍ତିକରଣର ଅବହେଳା ପ୍ରତିବାଦରେ ସୋନପୁର ଜିଲ୍ଲା ଡୁଙ୍ଗୁରିପାଲିରେ ସଚେତନ ନାଗରିକ କମିଟି ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି । ବରଗଡ଼ ବୋରିଗୁମ୍ମା ରାସ୍ତାର ଡଙ୍ଗୁରୁପାଲି ଠାରେ ୨୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି ସଚେତନ ନାଗରିକ କମିଟିର ସଦସ୍ୟ । ଫଳରେ ଏହି ରାସ୍ତାରେ ଯାତାୟତ ବାଧାପ୍ରାପ୍ତ ହୋଇଛି । ଡୁଙ୍ଗୁରିପାଲି ଅଞ୍ଚଳର ଚିନାଜୁରୀ ଠାରୁ ଚେରୁପାଳି ପର୍ଯ୍ୟନ୍ତContinue reading “ଡୁଙ୍ଗୁରିପାଲିରେ ୧୨ ଘଣ୍ଟିଆ ବନ୍ଦ ପାଳନ : ଜାତୀୟ ରାଜପଥ ପ୍ରଶସ୍ତିକରଣରେ ଅବହେଳାର ପ୍ରତିବାଦ”

ଇସ୍ରାଏଲ-ପାଲେଷ୍ଟାଇନ ଲଢେଇ ଜାରି : ଭାରତୀୟ ନାଗରିକ ଓ ଛାତ୍ରଛାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ଭାରତ ସରକାରଙ୍କ ଉଦ୍ୟମ

କନକ ବ୍ୟୁରୋ : ଇସ୍ରାଏଲ ଓ ପାଲେଷ୍ଟାଇନ ମଧ୍ୟରେ ଘମାଘୋଟ ଲଢେଇ ଜାରି ରହିଛି । ଏହାରି ଭିତରେ ଇସ୍ରାଏଲରେ ଥିବା ଭାରତୀୟ ଛାତ୍ରଛାତ୍ରୀ ଓ ନାଗରିକଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି ଭାରତ ସରକାର । ଇସ୍ରାଏଲ ଓ ପାଲେଷ୍ଟାଇନ ଯୁଦ୍ଧ ଉପରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଓ ବୈଦେଶିକ ମନ୍ତ୍ରାଳୟ ତୀକ୍ଷଣ ନଜର ରଖିଛନ୍ତି । ଭାରତୀୟ ଛାତ୍ରଛାତ୍ରୀ ଓ ନାଗରିକଙ୍କୁ ସୁରକ୍ଷିତ ସ୍ୱଦେଶ ଫେରାଇ ଆଣିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ନିଆଯାଉଛିContinue reading “ଇସ୍ରାଏଲ-ପାଲେଷ୍ଟାଇନ ଲଢେଇ ଜାରି : ଭାରତୀୟ ନାଗରିକ ଓ ଛାତ୍ରଛାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ଭାରତ ସରକାରଙ୍କ ଉଦ୍ୟମ”

ଏଯାଏଁ ୭୦୦ ଇସ୍ରାଏଲ ଓ ୪୫୦ ପାଲେଷ୍ଟାଇନ ନାଗରିକଙ୍କ ମୃତ୍ୟୁ… ଗତ ୪୮ ଘଣ୍ଟାରେ ଯୁଦ୍ଧର ଭୟଙ୍କର ଦୃଶ୍ୟ ।

କନକ ବ୍ୟୁରୋ: ଇସ୍ରାଏଲ ଓ ପାଲେଷ୍ଟାଇନ୍ ମଧ୍ୟରେ ସଂଘର୍ଷ ଜାରି ରହିଛି । ଯୁଦ୍ଧର ଦ୍ୱିତୀୟ ଦିନରେ ଇସ୍ରାଏଲି ସେନା ଓ ହମାସ୍ ଆତଙ୍କବାଦୀ ସଙ୍ଗଠନ ମଧ୍ୟରେ ଭୀଷଣ ସଂଘର୍ଷ ଯୋଗୁଁ ଇସ୍ରାଏଲର ଅନେକ ଅଞ୍ଚଳ ଭାରୀ ମାତ୍ରାରେ କ୍ଷତିଗ୍ରସ୍ତ ହୋଇଛି । ଇସ୍ରାଏଲ ଉପରେ ଅଧିକ ଆକ୍ରମଣ ହୋଇଥିବାରୁ ଏହାର ସୈନିକଙ୍କ ସମେତ ପାଖାପଖେି ୭୦୦ ଇସ୍ରାଏଲି ନାଗରିକଙ୍କ ମୃତ୍ୟୁ ହୋଇଛି । ଏହାସହ ୨୦୦୦ରୁ ଅଧିକ ଲୋକ ଆହତ ହୋଇଥିବା ଜଣାପଡିଛି । ଶନିବାରContinue reading “ଏଯାଏଁ ୭୦୦ ଇସ୍ରାଏଲ ଓ ୪୫୦ ପାଲେଷ୍ଟାଇନ ନାଗରିକଙ୍କ ମୃତ୍ୟୁ… ଗତ ୪୮ ଘଣ୍ଟାରେ ଯୁଦ୍ଧର ଭୟଙ୍କର ଦୃଶ୍ୟ ।”

ବହୁ ଚର୍ଚ୍ଚିତ ମମିତା ମେହେର ମୃତ୍ୟୁ ମାମଲା : ଆଉ ଜଣେ ଅଭିଯୁକ୍ତ ବାହାରେ ବୁଲୁଛି କହି କାହାକୁ ଇସାରା କଲେ ମମିତାଙ୍କ ମା’, ବଢିଲା ଚର୍ଚ୍ଚା

କନକ ବ୍ୟୁରୋ : ବହୁ ଚର୍ଚ୍ଚିତ ମମିତା ମେହେର ମୃତ୍ୟୁ ମାମଲାରେ ଜଣେ ଅଭିଯୁକ୍ତର ମୃତ୍ୟୁ ଘଟିଛି । ଆଉ ଜଣେ ଅଭିଯୁକ୍ତ ବାହାରେ ବୁଲୁଛନ୍ତି । ସେ ମଧ୍ୟ ଦଣ୍ଡିତ ହେବା ଦରକାର । ଏହା କହିଛନ୍ତି ମମିତାଙ୍କ ମା’ ତୁଳସୀ ମେହେର । ସିବିଆଇ ତଦନ୍ତ ହେଲେ ସତ ସାମ୍ନାକୁ ଆସିବ । ରବିବାର ରାଜ୍ୟ ବିଜେପି ସଭାପତି ମନମୋହନ ସମାଲ, ବଲାଙ୍ଗୀର ସାଂସଦ ସଂଗୀତା ସିଂହ ଦେଓଙ୍କ ସମେତ ପୂର୍ବତନ ବିଧାୟକ କେ.ଭିContinue reading “ବହୁ ଚର୍ଚ୍ଚିତ ମମିତା ମେହେର ମୃତ୍ୟୁ ମାମଲା : ଆଉ ଜଣେ ଅଭିଯୁକ୍ତ ବାହାରେ ବୁଲୁଛି କହି କାହାକୁ ଇସାରା କଲେ ମମିତାଙ୍କ ମା’, ବଢିଲା ଚର୍ଚ୍ଚା”

Design a site like this with WordPress.com
Get started