କନକ ବ୍ୟୁରୋ: ରାଜଧାନୀର ମହାତ୍ମାଗାନ୍ଧୀ ମାର୍ଗରେ ରାଜ୍ୟସ୍ତରୀୟ ପତାକା ଉତ୍ତୋଳନ କରି ଅଭିବାଦନ ଗ୍ରହଣ କରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ଏଥିରେ ସମ୍ମାନୀତ ଅତିଥୀ ଭାବେ ସାମିଲ ହୋଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ କୋଭିଡ କଟକଣା ଭିତରେ ପରେଡ ଉତ୍ସବ ଆୟୋଜିତ ହୋଇଥିବାରୁ ପ୍ରତିବର୍ଷ ପରେଡ ଦେଖିବା ପାଇଁ ଆସୁଥିବା ସାଧାରଣ ଲୋକଙ୍କ ଏଥର ବାରଣ କରାଯାଇଛି । ପରେଡ ଉତ୍ସବ ପାଇଁ କମିସନରେଟ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥାContinue reading “ରାଜଧାନୀର ଗାନ୍ଧୀ ମାର୍ଗରେ ପତାକା ଉତ୍ତୋଳନ କରି ପରେଡ ଅଭିବାଦନ ଗ୍ରହଣ କଲେ ରାଜ୍ୟପାଳ: ମୁଖ୍ୟ ଅତିଥୀ ଭାବେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ; କରୋନା କଟକଣା ଯୋଗୁଁ ସାମିଲ ହେଲେନି ସାଧାରଣ ଜନତା”
Tag Archives: News
ଏଣିକି ପୁରୁଣା ଗାଡ଼ିରେ ଲାଗିବ ‘ସବୁଜ ଟିକସ’: ପ୍ରଦୂଷଣକାରୀ ଗାଡ଼ିରେ ଲାଗୁ ହେବ ‘ଗ୍ରୀନ ଟ୍ୟାକ୍ସ’; ଇଲେକ୍ଟ୍ରିକ୍ ଯାନ, ଟ୍ରାକ୍ଟରରୁ ଆଦାୟ ହେବନି ଟିକସ
କନକ ବ୍ୟୁରୋ: ଆଠ ବର୍ଷରୁ ଅଧିକ ପୁରୁଣା ଗାଡ଼ିଗୁଡ଼ିକର ଫିଟ୍ନେସ୍ ସାର୍ଟିଫିକେଟ୍ ନବୀକରଣ ସମୟରେ ସଡ଼କ ଟିକସର ୧୦% କିମ୍ବା ୨୫% ରାଶିକୁ ସବୁଜ ଟିକସ ଭାବେ ଆଦାୟ କରାଯିବ। ବ୍ୟକ୍ତିଗତ କାର୍ଯ୍ୟରେ ବ୍ୟବହାର ହେଉଥିବା ୧୫ ବର୍ଷରୁ ଅଧିକ ପୁରୁଣା ଗାଡ଼ିର ପଞ୍ଜୀକରଣ ନବୀକରଣ ସମୟରେ ଏହି ଟିକସ ଆଦାୟ କରାଯିବ। ସିଟି ବସ୍ ଭଳି ଜନ ସାଧାରଣଙ୍କ ଗମନାଗମନରେ ବ୍ୟବହୃତ ହେଉଥିବା ଗାଡ଼ିରୁ କମ୍ ସବୁଜ ଟିକସ ଆଦାୟ କରାଯିବ। ଅତ୍ୟଧିକ ପ୍ରଦୂଷଣ ହେଉଥିବାContinue reading “ଏଣିକି ପୁରୁଣା ଗାଡ଼ିରେ ଲାଗିବ ‘ସବୁଜ ଟିକସ’: ପ୍ରଦୂଷଣକାରୀ ଗାଡ଼ିରେ ଲାଗୁ ହେବ ‘ଗ୍ରୀନ ଟ୍ୟାକ୍ସ’; ଇଲେକ୍ଟ୍ରିକ୍ ଯାନ, ଟ୍ରାକ୍ଟରରୁ ଆଦାୟ ହେବନି ଟିକସ”
ରାଜ୍ୟସ୍ତରୀୟ ପରେଡ ପାଇଁ ଉତ୍ସବ ମୁଖର ରାଜଧାନୀର ଗାନ୍ଧିମାର୍ଗ: ପତାକା ଉତ୍ତୋଳନ ସହ ମିଳିତ ପରେଡର ଅଭିବାଦନ ଗ୍ରହଣ କରିବେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ
କନକ ବ୍ୟୁରୋ: ଆଜି ସାଧାରଣତନ୍ତ୍ର ଦିବସ । ରାଜଧାନୀରେ ଆୟୋଜନ ହେବ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ । ଏଥର କୋଭିଡ କଟକଣା ଭିତରେ ହେବ ପରେଡ ଉତ୍ସବ । ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପରେଡ୍ ପାଇଁ କମିସନରେଟ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ପରେଡ୍ ସ୍ଥଳରେ ୨୫ ପ୍ଲାଟୁନ୍ ଫୋର୍ସ ମୁତୟନ ହେବେ । ତା ସହିତ କାଉଂଟର ଟେରରିଷ୍ଟ ସ୍କ୍ୱାଡ୍, ସ୍ପେଶାଲ ଟେକ୍ଟିକାଲ ୟୁନିଟ, ସ୍ୱତନ୍ତ୍ର ତାଲିମପ୍ରାପ୍ତ ଏସଓଜି ଯବାନ,Continue reading “ରାଜ୍ୟସ୍ତରୀୟ ପରେଡ ପାଇଁ ଉତ୍ସବ ମୁଖର ରାଜଧାନୀର ଗାନ୍ଧିମାର୍ଗ: ପତାକା ଉତ୍ତୋଳନ ସହ ମିଳିତ ପରେଡର ଅଭିବାଦନ ଗ୍ରହଣ କରିବେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ”
ଦେଶ ପାଳୁଛି ୭୨ତମ ସାଧାରଣତନ୍ତ୍ର ଦିବସ: କରୋନା କଟକଣା ଭିତରେ ଦିଲ୍ଲୀରେ ଜାତୀୟ ସ୍ତରୀୟ ପରେଡ; ବିଶ୍ୱ ଦେଖିବ ଭାରତର ସୈନ୍ୟ ଓ ସାଂସ୍କୃତିକ ଶକ୍ତି
କନକ ବ୍ୟୁରୋ: ଆଜି ସାରା ଦେଶ ପାଳନ କରୁଛି ସାଧାରଣତନ୍ତ୍ର ଦିବସ । ଆଜି ଦିଲ୍ଲୀ ରାଜପଥରେ ଜାତୀୟ ପତାକା ଉତ୍ତୋଳନ କରିବା ସହ ପରେଡ୍ ଅଭିବାଦନ ଗ୍ରହଣ କରିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ସାଧାରଣତନ୍ତ୍ର ଦିବସକୁ ଆଖିରେ ରଖି ଦିଲ୍ଲୀ ପୁଲିସ ପକ୍ଷରୁ କଡା ସୁରକ୍ଷାର ବନ୍ଦୋବସ୍ତ କରାଯାଇଛି । ସାରା ଦିଲ୍ଲୀକୁ ଅଭେଦ୍ୟ ଦୁର୍ଗରେ ପରିଣତ କରାଯାଇଛି । ତେବେ କରୋନା ଯୋଗୁଁ ଏଥର ଗଣତନ୍ତ୍ର ଦିବସରେ କୌଣସି ମୁଖ୍ୟ ଅତିଥି ଯୋଗଦେବେContinue reading “ଦେଶ ପାଳୁଛି ୭୨ତମ ସାଧାରଣତନ୍ତ୍ର ଦିବସ: କରୋନା କଟକଣା ଭିତରେ ଦିଲ୍ଲୀରେ ଜାତୀୟ ସ୍ତରୀୟ ପରେଡ; ବିଶ୍ୱ ଦେଖିବ ଭାରତର ସୈନ୍ୟ ଓ ସାଂସ୍କୃତିକ ଶକ୍ତି”
ଆଜି ସାଧାରଣତନ୍ତ୍ର ଦିବସ :କରୋନା କଟକଣା ଭିତରେ ଦିଲ୍ଲୀରେ ଜାତୀୟ ସ୍ତରୀୟ ପରେଡ; ଜାଣନ୍ତୁ ଗଣତନ୍ତ୍ର ଦିବସରେ ଏଥର ନୂଆ କ’ଣ ?
କନକ ବ୍ୟୁରୋ : ଦେଶ ପାଳୁଛି ୭୨ ତମ ସାଧାରଣତନ୍ତ୍ର ଦିବସ । କୋଭିଡ୍ କଟକଣା ଭିତରେ ପାଳନ ହେଉଛି ଗଣତନ୍ତ୍ର ଦିବସ । ଦିଲ୍ଲୀ ରାଜପଥରେ ଜାତୀୟ ସ୍ତରୀୟ ଗଣତନ୍ତ୍ର ଉତ୍ସବ ପାଳନ ହେବ । ଏଥର ସାମିଲ ହୋଇଥାନ୍ତେ ବ୍ରିଟେନର ପ୍ରଧାନମନ୍ତ୍ରୀ । କିନ୍ତୁ କରୋନା ସଂକ୍ରମଣ ଯୋଗୁଁ ବାତିଲ କରିଥିଲେ ଗସ୍ତ । ଗଣତନ୍ତ୍ର ଉତ୍ସବରେ କ’ଣ ରହିଛି କରୋନା କଟକଣା – ଏଥର ଦର୍ଶକଙ୍କ ସଂଖ୍ୟା ୨୫ ହଜାରରେ ସୀମିତ ପୂର୍ବରୁContinue reading “ଆଜି ସାଧାରଣତନ୍ତ୍ର ଦିବସ :କରୋନା କଟକଣା ଭିତରେ ଦିଲ୍ଲୀରେ ଜାତୀୟ ସ୍ତରୀୟ ପରେଡ; ଜାଣନ୍ତୁ ଗଣତନ୍ତ୍ର ଦିବସରେ ଏଥର ନୂଆ କ’ଣ ?”
କୋଭିଡ୍ ପରୀକ୍ଷାରେ ଜାତୀୟ ହାରଠାରୁ ଓଡ଼ିଶା ଆଗରେ: ୧୦ ଲକ୍ଷରେ ଜନସଂଖ୍ୟାରେ ଦେଢ଼ ଲକ୍ଷରୁ ଅଧିକଙ୍କ ନମୁନା ପରୀକ୍ଷା
କନକ ବ୍ୟୁରୋ: କୋଭିଡ୍ ନମୁନା ପରୀକ୍ଷାରେ ଜାତୀୟ ହାରଠାରୁ ଓଡ଼ିଶା ଆଗରେ ରହିଛି। ଦେଶରେ ପ୍ରତି ୧୦ଲକ୍ଷ ଜନସଂଖ୍ୟାରେ ୧ଲକ୍ଷ ୩୯ହଜାର ୩୭୪ଜଣଙ୍କ ନମୁନା ପରୀକ୍ଷା ହେଉଥିବା ବେଳେ ଓଡ଼ିଶାରେ ଏହା ୧ଲକ୍ଷ ୫୭ହଜାର ୬୧୦ ରହିଛି। ଓଡ଼ିଶା ଉପରେ ଆହୁରି ୧୬ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ରହିଛନ୍ତି। ଦିଲ୍ଲୀରେ ସର୍ବାଧିକ ୫ଲକ୍ଷ ୫୮ହଜାର ୨୨୬ଜଣଙ୍କ ପରୀକ୍ଷା ହେଉଥିବା ଜଣାପଡ଼ିଛି। ରାଜ୍ୟରେ ଏବେ ଦୈନିକ କରୋନା ପରୀକ୍ଷା ୨୫ ହଜାର ସଂଖ୍ୟା ତଳେ ରହିଛି। ଗତContinue reading “କୋଭିଡ୍ ପରୀକ୍ଷାରେ ଜାତୀୟ ହାରଠାରୁ ଓଡ଼ିଶା ଆଗରେ: ୧୦ ଲକ୍ଷରେ ଜନସଂଖ୍ୟାରେ ଦେଢ଼ ଲକ୍ଷରୁ ଅଧିକଙ୍କ ନମୁନା ପରୀକ୍ଷା”
୨୦୨୧ ପାଇଁ ପଦ୍ମ ପୁରସ୍କାର ଘୋଷଣା: ୧୧୯ ଜଣ ହେବେ ସମ୍ମାନିତ; ଓଡିଶାରୁ ସୁଦର୍ଶନ ସାହୁଙ୍କୁ ପଦ୍ମବିଭୂଷଣ, ରଜତ କରଙ୍କ ସମେତ ୫ଜଣଙ୍କୁ ମିଳିବ ପଦ୍ମଶ୍ରୀ
କନକ ବ୍ୟୁରୋ: ସାଧାରଣତନ୍ତ୍ର ଦିବସ ପୂର୍ବରୁ ଘୋଷଣା ହୋଇଛି ପଦ୍ମ ପୁରସ୍କାର । ଚଳିତ ବର୍ଷ ମୋଟ ୧୧୯ଜଣଙ୍କୁ ମିଳିବ ଏହି ସମ୍ମାନ । ଏମାନଙ୍କ ମଧ୍ୟରୁ ୭ ଜଣଙ୍କୁ ପଦ୍ମ ବିଭୂଷଣ, ୧୦ ଜଣଙ୍କୁ ପଦ୍ମଭୂଷଣ ଓ ୧୦୨ ଜଣଙ୍କୁ ପଦ୍ମଶ୍ରୀ ସମ୍ମାନ ମିଳିବ । ସେମାନଙ୍କ ମଧ୍ୟରୁ ଓଡିଶାରୁ ୬ଜଣ ସମ୍ମାନିତ ହେବେ । ଓଡିଶାରୁ ୬ଜଣ ସମ୍ମାନିତ ହେବେ ପଦ୍ମ ପୁରସ୍କାରରେ । ଗ୍ରାଫିକ୍ସ କଳା କ୍ଷେତ୍ରରେ ଓଡିଶାର ସୁଦର୍ଶନ ସାହୁ ପାଇବେContinue reading “୨୦୨୧ ପାଇଁ ପଦ୍ମ ପୁରସ୍କାର ଘୋଷଣା: ୧୧୯ ଜଣ ହେବେ ସମ୍ମାନିତ; ଓଡିଶାରୁ ସୁଦର୍ଶନ ସାହୁଙ୍କୁ ପଦ୍ମବିଭୂଷଣ, ରଜତ କରଙ୍କ ସମେତ ୫ଜଣଙ୍କୁ ମିଳିବ ପଦ୍ମଶ୍ରୀ”
ଓଡ଼ିଶାରେ ବାହାର ରାଜ୍ୟର ଡାକ୍ତରଙ୍କୁ ଅନୁମତି…ନିଯୁକ୍ତିର ୪ବର୍ଷ ଭିତରେ ଓଡ଼ିଆ ଶିଖିବା ବାଧ୍ୟତାମୂଳକ
କନକ ବ୍ୟୁରୋ: ରାଜ୍ୟରେ ପ୍ରଥମଥର ଲାଗି ବାହାର ରାଜ୍ୟର ଡାକ୍ତରଙ୍କୁ ନିଯୁକ୍ତି ସୁଯୋଗ ମିଳିବ। ମେଡିକାଲ ଶିକ୍ଷା ହାସଲ କରିଥିବା ଛାତ୍ରଛାତ୍ରୀ ଓଡ଼ିଶାରେ କାମ କରିପାରିବେ। ଏଥିପାଇଁ ସେମାନଙ୍କୁ ଓଡ଼ିଶା ମେଡିକାଲ ଆଇନ ୧୯୬୧ର ଧାରା ୩ ଅନୁଯାୟୀ ଓଡ଼ିଶା ମେଡିକାଲ ପରିଷଦର ରେଜିଷ୍ଟ୍ରେସନ୍ ବ୍ୟବସ୍ଥାରେ ନିଜ ନାମ ପଞ୍ଜୀକରଣ କରିବାକୁ ହେବ। ଓଡ଼ିଶା ମେଡିକାଲ ଏବଂ ସ୍ବାସ୍ଥ୍ୟ ସେବା(ନିଯୁକ୍ତି ପ୍ରକ୍ରିୟା ଓ କଣ୍ଡିସନ୍ ଅଫ ସର୍ଭିସ) ସଂଶୋଧନ ନିୟମ ୨୦୨୦ ଅନୁଯାୟୀ ନିଯୁକ୍ତି ପ୍ରକ୍ରିୟା ଆରମ୍ଭContinue reading “ଓଡ଼ିଶାରେ ବାହାର ରାଜ୍ୟର ଡାକ୍ତରଙ୍କୁ ଅନୁମତି…ନିଯୁକ୍ତିର ୪ବର୍ଷ ଭିତରେ ଓଡ଼ିଆ ଶିଖିବା ବାଧ୍ୟତାମୂଳକ”
୨୯ରୁ ହେବ ଯୁକ୍ତ୩ ତୃତୀୟ ପର୍ଯ୍ୟାୟ ନାମଲେଖା : ଫେବ୍ରୁଆରି ୨ ପର୍ଯ୍ୟନ୍ତ ଅନଲାଇନରେ ଆବେଦନ; ୩ ତାରିଖରେ ପ୍ରକାଶ ପାଇବ ମେରିଟ୍ ଲିଷ୍ଟ
କନକ ବ୍ୟୁରୋ : ଯୁକ୍ତ୩ ତଥା ଡିଗ୍ରି କଲେଜରେ ଖାଲି ପଡ଼ିଥିବା ସିଟ୍ ପୂରଣ ଲାଗି ପୁଣିଥରେ ନାମଲେଖା ଅନୁଷ୍ଠିତ ହେବ। ଦୁଇଟି ପର୍ଯ୍ୟାୟ ନାମଲେଖା ପରେ ବି ବହୁ ସିଟ୍ ଖାଲି ରହିଛି। ଅନେକ ପିଲା ନାମ ଲେଖାଇପାରି ନାହାନ୍ତି। ତାହାକୁ ଦୃଷ୍ଟିରେ ରଖି ତୃତୀୟ ପର୍ଯ୍ୟାୟ ନାମଲେଖା ଅନୁଷ୍ଠିତ ହେବ। ଯୋଗ୍ୟ ଛାତ୍ରଛାତ୍ରୀ ଆସନ୍ତା ୨୯ ତାରିଖ ପୂର୍ବାହ୍ନ ୧୧ଟାରୁ http://www.samsodisha.gov.in ମାଧ୍ୟମରେ କମନ୍ ଆପ୍ଲିକେସନ ଫର୍ମ ଦାଖଲ କରିପାରିବେ। ଫେବ୍ରୁଆରି ୨ ତାରିଖContinue reading “୨୯ରୁ ହେବ ଯୁକ୍ତ୩ ତୃତୀୟ ପର୍ଯ୍ୟାୟ ନାମଲେଖା : ଫେବ୍ରୁଆରି ୨ ପର୍ଯ୍ୟନ୍ତ ଅନଲାଇନରେ ଆବେଦନ; ୩ ତାରିଖରେ ପ୍ରକାଶ ପାଇବ ମେରିଟ୍ ଲିଷ୍ଟ”
ଆଉ ୨ଦିନ ଘନ କୁହୁଡ଼ି, ୨୯ରେ ସାମାନ୍ୟ ବର୍ଷା ! ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଶୁଖିଲା ରହିବ ପାଗ
କନକ ବ୍ୟୁରୋ: ରାଜ୍ୟରେ ଶୀତ କମିବା ଆରମ୍ଭ କରିଛି। ଗତ ୨୪ ଘଣ୍ଟାରେ ରାଜ୍ୟର ତାପମାତ୍ରା ୨ରୁ ୩ ଦିନ ପର୍ଯ୍ୟନ୍ତ ବଢ଼ିଛି। ଫଳରେ ଅଧିକାଂଶ ଜିଲ୍ଲାର ସର୍ବନିମ୍ନ ରାତି ତାପମାତ୍ରା ସ୍ବାଭାବିକଠାରୁ ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ଅଧିକ ରହିଛି। ରବିବାର ଦିନ ରାଜ୍ୟର ସର୍ବନିମ୍ନ ତାପମାତ୍ରା ଫୁଲବାଣୀଠାରେ ୧୧ ଡିଗ୍ରି ରେକର୍ଡ ହୋଇଛି। ସେହିଭଳି ଭୁବନେଶ୍ବରର ସର୍ବନିମ୍ନ ତାପମାତ୍ରା ୨୦ ଡିଗ୍ରି ଛୁଇଁଛି। ଯାହାକି ସର୍ବନିମ୍ନ ସ୍ବାଭାବିକ ତାପମାତ୍ରାଠାରୁ ୩ ଡିଗ୍ରି ଅଧିକ। ଅନ୍ୟପଟେContinue reading “ଆଉ ୨ଦିନ ଘନ କୁହୁଡ଼ି, ୨୯ରେ ସାମାନ୍ୟ ବର୍ଷା ! ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଶୁଖିଲା ରହିବ ପାଗ”