ସୁଧୁରୁନି ସଇତାନ ଚୀନ୍ । ସୀମାରେ ପୁଣି ଦେଖାଇଛି ଦୋମୁହାଁ ନୀତି

କନକ ବ୍ୟୁରୋ: ପୁଣି ମୁହାଁମୁହିଁ ହେଲେ ଭାରତୀୟ ସେନା ଓ ପିଏଲଏ । ମିଳିଥିବା ସୂଚନା ଅନୁସାରେ ୩ ଦିନ ତଳେ ସିକିମ୍ ସୀମାରେ ପୁଣି ସାମ୍ନାସାମ୍ନି ହୋଇଛନ୍ତି ଭାରତ ଏବଂ ଚୀନ ସୈନିକ । ଲଦାଖ ସୀମାର ଗଲୱାନ୍, ପେଙ୍ଗଙ୍ଗ, ଗୋଗ୍ରାପୋଷ୍ଟ ଓ ହଟସ୍ପିଙ୍ଗ ଅଂଚଳରେ ଚୀନ ସେନା ଗତ ବର୍ଷ ମେ ମାସରେ ଅନୁପ୍ରବେଶ ପାଇଁ ଉଦ୍ୟମ କରିଥିଲା । ଏବେ ପୁଣି ଉତ୍ତର ସିକିମର ନାକୁ ଲା’ ଅଂଚଳରେ ଅନୁପ୍ରବେଶ ପାଇଁ ଉଦ୍ୟମContinue reading “ସୁଧୁରୁନି ସଇତାନ ଚୀନ୍ । ସୀମାରେ ପୁଣି ଦେଖାଇଛି ଦୋମୁହାଁ ନୀତି”

ହିମାଳୟର ଦୟାରା ବୁଗ୍ୟାଲ ଆରୋହଣ କରିଲେ ୨୩ ଜଣ ଓଡ଼ିଆ । ୧୨,୫୦୦ ଫୁଟ ଉଚ୍ଚତାରେ ହାଡଭଙ୍ଗା ଶୀତରେ ଉଡାଇଲେ ତ୍ରିରଙ୍ଗା ।

କନକ ବ୍ୟୁରୋ: ହିମାଳୟର ଦୟାରା ବୁଗ୍ୟାଲ ଆରୋହଣ କରିଲେ ୨୩ ଜଣ ଓଡ଼ିଆ । ଜାନୁଆରୀ ୨୪ ଅପରାହ୍ନ ୧୨ଟା ୫୧ରେ ୧୨,୫୦୦ ଫୁଟ ଉଚ୍ଚତା ଦୟାରା ବୁଗୀୟାଲ ଶୀର୍ଷରେ ପହଞ୍ଚିଛନ୍ତି ଏହି ପର୍ବତାରୋହୀମାନେ । -୫ ଡିଗ୍ରୀ ସେଲିସିୟସ ରୁ -୧୦ ଡିଗ୍ରୀ ସେଲିସିୟସ ହାଡଭାଙ୍ଗା ଶୀତରେ ପ୍ରତିଭା ଅନ୍ୱେଷଣ ସଂସ୍ଥା କଳିଙ୍ଗ ଡେୟାର ଡେଭିଲ୍ସ ଦ୍ୱାରା ଚୟନ ହୋଇଥିବା ଓଡ଼ିଶାର ବିଭିନ୍ନ ଜିଲ୍ଲାର ୨୩ ଜଣ ପ୍ରତିଭା ପହଞ୍ଚି ଜାତୀୟ ପତାକା ଉଡେଇଛନ୍ତି ।Continue reading “ହିମାଳୟର ଦୟାରା ବୁଗ୍ୟାଲ ଆରୋହଣ କରିଲେ ୨୩ ଜଣ ଓଡ଼ିଆ । ୧୨,୫୦୦ ଫୁଟ ଉଚ୍ଚତାରେ ହାଡଭଙ୍ଗା ଶୀତରେ ଉଡାଇଲେ ତ୍ରିରଙ୍ଗା ।”

ଆପଣଙ୍କ ଅଞ୍ଚଳର ସ୍କୁଲକୁ ପୋଷ୍ୟ ସ୍କୁଲ ଭାବେ କିଏ ଗ୍ରହଣ କଲେ ? 

କନକ ବ୍ୟୁରୋ : ମୋ ସ୍କୁଲ ଅଭିଯାନ ଦ୍ୱାରା ପୋଷ୍ୟ ସ୍କୁଲ ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଅପିଲ ପରେ ଆଜି ମନ୍ତ୍ରୀ, ବିଧାୟକ, ଅଫିସର ମାନେ ଏହି ଅଭିଯାନରେ ସାମିଲ ହୋଇଛନ୍ତି । ନବୀନ ସରକାରରେ ମନ୍ତ୍ରୀ ଥିବା ଦିବ୍ୟ ଶଙ୍କର ମିଶ୍ର କଳାହାଣ୍ଡି ଜିଲ୍ଲାର ଜୁନାଗଡ, ମହାଲିଙ୍ଗ ହାଇସ୍କୁଲକୁ ପୋଷ୍ୟ ସ୍କୁଲ ଭାବେ ଗ୍ରହଣ କରିଛନ୍ତି । ସେହିଭଳି ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ କୋରାପୁଟ ଜୟପୁରର ହାଇସ୍କୁଲ, ମୟୂରଭଞ୍ଜର ଏମକେସି ହାଇସ୍କୁଲ, ଭୁବନେଶ୍ୱରରContinue reading “ଆପଣଙ୍କ ଅଞ୍ଚଳର ସ୍କୁଲକୁ ପୋଷ୍ୟ ସ୍କୁଲ ଭାବେ କିଏ ଗ୍ରହଣ କଲେ ? “

ଏଥର ମାଓ ଉପତ୍ୟକାରେ ଉଡିବ ତ୍ରିରଙ୍ଗା । ଗଣତନ୍ତ୍ର ଦିବସରେ ପ୍ରଥମ ଥର ପାଇଁ ତ୍ରିରଙ୍ଗା ଉଡାଇବେ ସ୍ୱାଭିମାନ ଅଂଚଳବାସୀ

କନକ ବ୍ୟୁରୋ: ଏଥର ମାଓ ଉପତ୍ୟକାରେ ଉଡିବ ତ୍ରିରଙ୍ଗା । ୭୨ ତମ ସାଧାରଣତନ୍ତ୍ର ଦିବସ ଅବସରରେ ପ୍ରଥମ ଥର ପାଇଁ ତିରଙ୍ଗା ଉଡିବ ସ୍ୱାଭିମାନ ଅଂଚଳରେ । ଏଥିପାଇଁ ପୁଲିସ ଓ ଯବାନମାନଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଉଛି । ଜାତୀୟ ଉତ୍ସବ ପାଳନ ହେବାକୁ ଯାଉଥିବାରୁ ସ୍ୱାଭିମାନ ଅଂଚଳବାସୀ ମଧ୍ୟ ବେଶ ଉତ୍ସାହିତ । କାରଣ ମାଓ ସଙ୍ଗଠନର ହାତ ଛାଡି ଏବେ ଦେଶର ସମ୍ବିଧାନ ଉପରେ ଆସ୍ଥା ପ୍ରକଟ କରିଛନ୍ତି ଏହି ଅଂଚଳରContinue reading “ଏଥର ମାଓ ଉପତ୍ୟକାରେ ଉଡିବ ତ୍ରିରଙ୍ଗା । ଗଣତନ୍ତ୍ର ଦିବସରେ ପ୍ରଥମ ଥର ପାଇଁ ତ୍ରିରଙ୍ଗା ଉଡାଇବେ ସ୍ୱାଭିମାନ ଅଂଚଳବାସୀ”

ଦୁର୍ନୀତି ନାଁରେ ୱେବ ପୋର୍ଟାଲ ଖୋଲି ଲୋକଙ୍କୁ ଧମକ ଦେଉଥିଲା । ଏବେ ନିଜେ ପୋଲିସ ହାତରେ ବନ୍ଧାହେଲା ।

କନକ ବ୍ୟୁରୋ: ନିଜକୁ ସାମ୍ବାଦିକ କହି, ଦୁର୍ନୀତି ନାଁରେ ଏକ ୱେବ ପୋର୍ଟାଲ ଖୋଲିଥିଲା । ଆଉ ସବୁ ଦୁର୍ନୀତିର ପର୍ଦ୍ଦାଫାସ କରିବ କହି, ଦୁର୍ନୀତି ନାଁରେ କରି ଚାଲିଥିଲା ମହାଦୁର୍ନୀତି । ଆଉ ଅନ୍ୟକୁ ଫସାଇ ଦେବ କହି ଆଜି ନିଜେ ଫସିଗଲା । ନିଜକୁ ସାମ୍ବାଦିକ ବୋଲାଉଥିବା ଏପରି ଏକ ଠକକୁ ସୋମବାର ଗିରଫ କରିଛି ଖଣ୍ଡଗିରି ପୋଲିସ । ଆଉ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏହି ଦଲାଲର ଟାର୍ଗେଟରେ ଥିଲେ ମହିଳାContinue reading “ଦୁର୍ନୀତି ନାଁରେ ୱେବ ପୋର୍ଟାଲ ଖୋଲି ଲୋକଙ୍କୁ ଧମକ ଦେଉଥିଲା । ଏବେ ନିଜେ ପୋଲିସ ହାତରେ ବନ୍ଧାହେଲା ।”

କଟକରୁ କଳାହାଣ୍ଡି, ପୂର୍ବରୁ ପଶ୍ଚିମ ସବୁଠି ଚାଷୀର ବିକଳ ଚିତ୍ର । ଧାନ ବିକ୍ରି କରିବାକୁ ରାତି ଅନିଦ୍ରା ହୋଇ ଜଗି ବସୁଛି ଚାଷୀ ।

କନକ ବ୍ୟୁରା: ଉପକୂଳରୁ ପଶ୍ଚିମ, ଉତ୍ତରରୁ ଦକ୍ଷିଣ । ଚାଷୀ ଦୁଃଖର ଚିତ୍ର ଦେଖିଲେ ଲାଗୁଛି ଚାଷ କରି ଚାଷୀ ଯେମିତି ମସ୍ତବଡ଼ ଭୁଲ କରି ଦେଇଛନ୍ତି । ବ୍ୟବସ୍ଥା ଉପରେ ଆସ୍ଥା ରଖି, ଚାଷ କରି ଏଭଳି ଅବ୍ୟବସ୍ଥା ଭିତରେ ଛନ୍ଦି ହୋଇଯାଇଛନ୍ତି । ଯେଉଁଠି ମୁକୁଳିବା ପାଇଁ ଚାଷୀଙ୍କୁ ରାଜରାସ୍ତାକୁ ଓହ୍ଲାଇବାକୁ ପଡ଼ିଛି । ବର୍ଷକର ପରିଶ୍ରମର ଫଳକୁ ସାଉଁଟି ଆଣି ମଣ୍ଡିରେ ଗଦା କରି ରଖିଛି ଚାଷୀ, ହେଲେ ବିକ୍ରି ପାଇଁ ଆବଶ୍ୟକContinue reading “କଟକରୁ କଳାହାଣ୍ଡି, ପୂର୍ବରୁ ପଶ୍ଚିମ ସବୁଠି ଚାଷୀର ବିକଳ ଚିତ୍ର । ଧାନ ବିକ୍ରି କରିବାକୁ ରାତି ଅନିଦ୍ରା ହୋଇ ଜଗି ବସୁଛି ଚାଷୀ ।”

ସର୍ବନିମ୍ନ ସହାୟକ ମୁଲ୍ୟ ପାଇଁ ସଂସଦରେ ଲଢ଼େଇ କରିବ ବିଜେଡି । ସଂସଦୀୟ ଦଳ ବୈଠକରେ ନିଷ୍ପତ୍ତି । ସ୍ୱତନ୍ତ୍ର ରାଜ୍ୟପାହ୍ୟା ଓ ବିଧାନ ପରିଷଦ ଦାବି ଦୋହରାଇବ ଦଳ । 

କନକ ବ୍ୟୁରୋ : ଚାଷୀଙ୍କ ପାଇଁ ସଂସଦରେ ଲଢେଇ କରିବ ବିଜେଡି । ଏହାଛଡା କୋଲ ରୟାଲଟି, ସଂସଦ ଓ ବିଧାନସଭାରେ ୩୩ ପ୍ରତିଶତ ମହିଳା ସଂରକ୍ଷଣ, ବିଧାନ ପରିଷଦ ଗଠନ ପ୍ରସଙ୍ଗ ବି ଉଠାଇବ ଦଳ । ଆଜି ବିଜେଡି ସଂସଦୀୟ ଦଳ ବୈଠକରେ  ପାର୍ଲାମେଣ୍ଟ ବଜେଟ ଅଧିବେଶନ ବେଳେ ଉଠାଯିବାକୁ ଥିବା ବିଭିନ୍ନ ପ୍ରସଙ୍ଗ ବିଷୟରେ ଆଲୋଚନା ହୋଇଛି ।  ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବୈଠକରେ ଅଧ୍ୟକ୍ଷତା କରି ଲୋକସଭା ଓ ରାଜ୍ୟସଭାContinue reading “ସର୍ବନିମ୍ନ ସହାୟକ ମୁଲ୍ୟ ପାଇଁ ସଂସଦରେ ଲଢ଼େଇ କରିବ ବିଜେଡି । ସଂସଦୀୟ ଦଳ ବୈଠକରେ ନିଷ୍ପତ୍ତି । ସ୍ୱତନ୍ତ୍ର ରାଜ୍ୟପାହ୍ୟା ଓ ବିଧାନ ପରିଷଦ ଦାବି ଦୋହରାଇବ ଦଳ । “

କରୋନା କାଳରେ ଧନୀଙ୍କ ବଢ଼ିଲା ଧନ, ଗରିବ ହୋଇଗଲେ ଆହୁରୀ ଗରିବ । ୩୫ ପ୍ରତିଶତ ବଢ଼ିଲା ଭାରତର ୧୧ ଜଣ ବଡ଼ ପୁଞ୍ଜିପତିଙ୍କ ସମ୍ପତ୍ତି

କନକ ବ୍ୟୁରୋ: କରୋନା ପାଇଁ ଦେଶରେ ଲକଡାଉନ ଘୋଷଣା ହେବା ପରେ ସାରା ଦେଶରେ ରାସ୍ତାରେ ଚାଲୁଥିବା ଶ୍ରମିକଙ୍କ କରୁଣ ଦୃଶ୍ୟ ସମସ୍ତଙ୍କୁ ବିଚଳିତ କରିଦେଲା । ପିଲାଛୁଆଙ୍କୁ ଧରି ଶହ ଶହ କିଲୋମିଟର ଚାଲିଲେ ଦାଦନ ଶ୍ରମିକ । ଏହି ଦୃଶ୍ୟ ସେତେବେଳେ ସାରା ବିଶ୍ୱରେ ଭାରତର ଶ୍ରମିକ ବର୍ଗର ପ୍ରକୃତ କାହାଣୀକୁ ସାମ୍ନାକୁ ଆଣିଥିଲା । ଆଉ କରୋନା ପରେ ପ୍ରଥମଥର ପାଇଁ ଅକ୍ସଫାମ ତାହାର ରିପୋର୍ଟ ରିଲିଜ କରିଛି । ଆଉ ଏହି ରିପୋର୍ଟContinue reading “କରୋନା କାଳରେ ଧନୀଙ୍କ ବଢ଼ିଲା ଧନ, ଗରିବ ହୋଇଗଲେ ଆହୁରୀ ଗରିବ । ୩୫ ପ୍ରତିଶତ ବଢ଼ିଲା ଭାରତର ୧୧ ଜଣ ବଡ଼ ପୁଞ୍ଜିପତିଙ୍କ ସମ୍ପତ୍ତି”

ଭିନ୍ନକ୍ଷମଙ୍କ କଲ୍ୟାଣ କରିବା ନାଁରେ ରାଜଧାନୀରେ ଯୌନ ନିର୍ଯାତନା । ଅଭିଯୋଗର ଦେଢ଼ ମାସ ପରେ ବି ପ୍ରଶାସନ ଚୁପ୍ 

କନକ ବ୍ୟୁରୋ: ବାବୁଙ୍କୁ ଖୁସି କରିବା ପାଇଁ ଦିବ୍ୟାଙ୍ଗ ଯୁବତୀଙ୍କୁ ଭେଟି ଦିଆଯାଉଥିବା ଖବର ଏବେ ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଛି । ଆଜି କିନ୍ତୁ ଆଉ ଏକ ଖବର ଘଟଣାର ଗମ୍ଭୀରତାକୁ ଆହୁରି ବଢ଼ାଇ ଦେଇଛି । ଜଣାପଡିଛି ଏହି ଖବର ଗଣମାଧ୍ୟମକୁ ଆସିବା ପୂର୍ବରୁ ପ୍ରଶାସନ ଓ ସରକାର ପାଖରେ ପହଁଚି ସାରିଥିଲା । କିନ୍ତୁ ଦୁର୍ଭାଗ୍ୟର କଥା ହେଉଛି ସମସ୍ତେ ଜାଣି ଥିଲେ ବି ଚୁପ ଥିଲେ, ଆଉ ଏପଟେ ସେମିତିContinue reading “ଭିନ୍ନକ୍ଷମଙ୍କ କଲ୍ୟାଣ କରିବା ନାଁରେ ରାଜଧାନୀରେ ଯୌନ ନିର୍ଯାତନା । ଅଭିଯୋଗର ଦେଢ଼ ମାସ ପରେ ବି ପ୍ରଶାସନ ଚୁପ୍ “

ବିନା କୋଭିଡ୍ ରିପୋର୍ଟରେ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି ଭକ୍ତ । କରୋନା କାଳରେ ସୋମବାର ଶ୍ରୀମନ୍ଦିରରେ ପ୍ରବଳ ଭିଡ ।

କନକ ବ୍ୟୁରୋ: ମହାପ୍ରଭୁଙ୍କ ଦର୍ଶନ ପାଇଁ ବଡଦାଣ୍ଡରେ ଆଜି ପ୍ରବଳ ଗହଳି ହୋଇଥିଲା । କରୋନାବେଳେ ଏଭଳି ମନ୍ଦିର ଭିଡ ବିପଦଜନକ ମଧ୍ୟ ହୋଇପାରେ । ୨୧ ତାରିଖରୁ ବିନା କୋଭିଡ୍ ରିପୋର୍ଟରେ ଦର୍ଶନ ପାଇଁ ଅନୁମତି ଦେଇଛନ୍ତି ସରକାର । ଏହାପରେ ଏବେ ମନ୍ଦିର ଧିରେ ଧିରେ ଭିଡ ବଢ଼ିବାରେ ଲାଗିଛି । କିନ୍ତୁ ଆଜି ଏଭଳି ଭିଡ ହୋଇଥିଲା ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । କାରଣ କରୋନା ଚାଲିଗଲା ବୋଲି ଭାବିନେବା ଠିକ୍Continue reading “ବିନା କୋଭିଡ୍ ରିପୋର୍ଟରେ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି ଭକ୍ତ । କରୋନା କାଳରେ ସୋମବାର ଶ୍ରୀମନ୍ଦିରରେ ପ୍ରବଳ ଭିଡ ।”

Design a site like this with WordPress.com
Get started