ଆମେରିକାରେ ରହିଛି ଏକ ଅଭେଦ୍ୟ ଦୁର୍ଗ । ହ୍ୱାଇଟ୍ ହାଉସଠୁ ବି ଅଧିକ ଏହାର ସୁରକ୍ଷା ଦାୟିତ୍ୱ

କନକ ବ୍ୟୁରୋ: ଗୋଟିଏ ଦେଶର ରାଷ୍ଟ୍ରପତି କିମ୍ବା ପ୍ରଧାନମନ୍ତ୍ରୀଙ୍କ ବାସଭବନକୁ ଦେଶର ସବୁଠାରୁ ସୁରକ୍ଷିତ ଛାତ ବୋଲି କୁହାଯାଏ । କିନ୍ତୁ ଆଜି ଆମେ ଏମିତି ଏକ କୋଠା ବିଷୟରେ କହିବୁ ଯାହା କୌଣସି ରାଷ୍ଟ୍ରପତି କି ପ୍ରଧାନମନ୍ତ୍ରୀଙ୍କ ବାସଭବନ ହୋଇନଥିଲେ ବି ତାକୁ ଭେଦ କରିବା କାଠିକର ପାଠ । ଅଭେଦ୍ୟ ଦୁର୍ଗ, ସବୁଠାରୁ ଶକ୍ତ ଏବଂ ଅତ୍ୟାଧୁନିକ କୌଶଳରେ ନିର୍ମାଣ ହୋଇଛି ଏମିତି ଏକ କୋଠା ଯାହା ବିଷୟରେ ଆପଣ ଜାଣିଲେ ତାଜୁବ୍ ହୋଇଯିବେContinue reading “ଆମେରିକାରେ ରହିଛି ଏକ ଅଭେଦ୍ୟ ଦୁର୍ଗ । ହ୍ୱାଇଟ୍ ହାଉସଠୁ ବି ଅଧିକ ଏହାର ସୁରକ୍ଷା ଦାୟିତ୍ୱ”

ଯେଉଁଠି ଥାଏ ପ୍ରତିଭା, ସେଇଠି ଥାଏ ଆନନ୍ଦ ମହିନ୍ଦ୍ରାଙ୍କ ନଜର । ଭାରତକୁ ଅଷ୍ଟ୍ରେଲିଆ ମାଟିରେ ଐତିହାସିକ ବିଜୟ ଦେଇଥିବା ୬ ଯୁବ ଖେଳାଳିଙ୍କୁ କାର ଦେବେ ଆନନ୍ଦ ମହିନ୍ଦ୍ରା ।

କନକ ବ୍ୟୁରୋ : ଯେଉଁଠି ଥାଏ ପ୍ରତିଭା, ସେଇଠି ଥାଏ ଆନନ୍ଦ ମହିନ୍ଦ୍ରାଙ୍କ ନଜର । ଗରିବି ଗଳିରୁ ଯେତେବେଳେ ଗୋଟିଏ ଉଦୀୟମାନ ପ୍ରତିଭା ଆଗକୁ ଆସିଥାଏ, ସେତେବେଳେ ଆନନ୍ଦ ମହିନ୍ଦ୍ରା ତାଙ୍କ ପାଇଁ ସିଡି ସଦୃଶ ଛିଡା ହୋଇଥାନ୍ତି । ଆଉ ତାଙ୍କୁ ଉପରକୁ ଉଠିବାକୁ ରାସ୍ତା ଦେଖାନ୍ତି । ଠିକ ଏଭଳି ଘଟଣା ଦେଖିବାକୁ ମିଳିଛି କ୍ରିକେଟ କ୍ଷେତ୍ରରେ । ଭାରତର ୬ ଯୁବ ଉଦୀୟମାନ ଖେଳାଳିଙ୍କୁ କାର ଦେବେ ଭାରତର ବିଶିଷ୍ଟ ଉଦ୍ୟୋଗୀContinue reading “ଯେଉଁଠି ଥାଏ ପ୍ରତିଭା, ସେଇଠି ଥାଏ ଆନନ୍ଦ ମହିନ୍ଦ୍ରାଙ୍କ ନଜର । ଭାରତକୁ ଅଷ୍ଟ୍ରେଲିଆ ମାଟିରେ ଐତିହାସିକ ବିଜୟ ଦେଇଥିବା ୬ ଯୁବ ଖେଳାଳିଙ୍କୁ କାର ଦେବେ ଆନନ୍ଦ ମହିନ୍ଦ୍ରା ।”

କୋଭାକ୍ସିନ ଟିକା ନେଉଥିଲେ ସତର୍କ ରହିବାକୁ ବିଶେଷଜ୍ଞ ଡାକ୍ତରଙ୍କ ପରାମର୍ଶ । କହିଲେ, ସହବାସ ବେଳେ ରୁହନ୍ତୁ ସତର୍କ ।

କନକ ବ୍ୟୁରୋ : ସାରାଦେଶରେ କରୋନା ଟିକାକରଣ ଚାଲିଥିବାବେଳେ, କୋଭାକ୍ସିନ ଟିକା ନେଉଥିଲେ କେମିତି ସତର୍କତା ଅବଲମ୍ବନ କରିବେ ସେନେଇ କିଛି ଜରୁରୀ ତଥ୍ୟ ସାମ୍ନାକୁ ଆସିଛି । ବିଶେଷଜ୍ଞଙ୍କ ମତରେ କୋଭାକ୍ସିନ ଟିକା ନେଇଥିଲେ ସହବାସ ବେଳେ ସତର୍କତା ରଖିବା ଜରୁରୀ । ପ୍ରତିଷେଧକ ନେଇ ଶାରୀରିକ ସଂପର୍କ ରଖିବା ଉଚିତ ବୋଲି ପରାମର୍ଶର୍ ଦେଇଛନ୍ତିି ବିଶେଷଜ୍ଞ । କୋଭାକ୍ସିନର ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲ ଚାଲିଥିବାବେଳେ ପରୀକ୍ଷଣରେ ସାମିଲ ହେଉଥିବା ସ୍ୱେଚ୍ଛାସେବୀଙ୍କୁ ଏଭଳି ପରାମର୍ଶContinue reading “କୋଭାକ୍ସିନ ଟିକା ନେଉଥିଲେ ସତର୍କ ରହିବାକୁ ବିଶେଷଜ୍ଞ ଡାକ୍ତରଙ୍କ ପରାମର୍ଶ । କହିଲେ, ସହବାସ ବେଳେ ରୁହନ୍ତୁ ସତର୍କ ।”

ଓଡିଶାରୁ ନିର୍ବାଚନ ଲଢିବେ କି କେନ୍ଦ୍ରମନ୍ତ୍ରୀ ? ଗତକାଲି ଇସାରା ଇସାରାରେ କହିଥିଲେ ରାଜା ବାବୁ ଚାହିଁଲେ ସମ୍ବଲପୁରରୁ ହୋଇପାରନ୍ତି ପ୍ରାର୍ଥୀ, ନୀତେଶ କହିଲେ, ଦଳ ଚାହିଁଲେ ଧର୍ମେନ୍ଦ୍ରଙ୍କ ପାଇଁ ଛାଡିଦେବି ଆସନ ।

କନକ ବ୍ୟୁରୋ: ଓଡିଶାରୁ ନିର୍ବାଚନ ଲଢିବାକୁ ଆଗ୍ରହୀ କି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ? ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମମାଟି ଖିଣ୍ଡା ଗାଁରେ ଧର୍ମେନ୍ଦ୍ର ଦେଇଥିବା ଏକ ବୟାନ ଏଭଳି ରାଜନୈତିକ ଚର୍ଚ୍ଚାକୁ ଖୋରାକ ଯୋଗାଇଛି । ଗତକାଲି ଧର୍ମେନ୍ଦ୍ର କହିଥିଲେ ରାଜା ଚାହିଁଲେ ସେ ସାଂସଦ ହେବେ । ଅର୍ଥାତ ସମ୍ବଲପୁର ସାଂସଦ ନୀତେଶ ଗଙ୍ଗଦେବଙ୍କ ଆଡ଼କୁ ସେ ଇସାରା କରିଥିଲେ । ଧର୍ମେନ୍ଦ୍ରଙ୍କ ଏହି ବୟାନ ପରେ ପ୍ରତିକ୍ରିୟା ରଖିଛନ୍ତି ସମ୍ବଲପୁର ସାଂସଦ ନୀତେଶContinue reading “ଓଡିଶାରୁ ନିର୍ବାଚନ ଲଢିବେ କି କେନ୍ଦ୍ରମନ୍ତ୍ରୀ ? ଗତକାଲି ଇସାରା ଇସାରାରେ କହିଥିଲେ ରାଜା ବାବୁ ଚାହିଁଲେ ସମ୍ବଲପୁରରୁ ହୋଇପାରନ୍ତି ପ୍ରାର୍ଥୀ, ନୀତେଶ କହିଲେ, ଦଳ ଚାହିଁଲେ ଧର୍ମେନ୍ଦ୍ରଙ୍କ ପାଇଁ ଛାଡିଦେବି ଆସନ ।”

ଦିନକ ପରେ ଜାନୁଆରୀ ୨୬: ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସରେ କିଏ କେଉଁଠି କରିବେ ପତାକା ଉତ୍ତୋଳନ, ପଢନ୍ତୁ ପୂରା ତାଲିକା…

କନକ ବ୍ୟୁରୋ: ଦିନକ ପରେ ସାଧାରଣତନ୍ତ୍ର ଦିବସ । କରୋନା କଟକଣା ଭିତରେ ଏଥର ପାଳିତ ହେବ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ । ଏନେଇ ରାଜ୍ୟ ସରକାର ବିଭିନ୍ନ ପ୍ରସ୍ତୁତି ଚଳାଇଥିବାବେଳେ କିଏ କେଉଁ ସ୍ଥାନରେ ଜାତୀୟ ପତାକା ଉତ୍ତୋଳନ କରିବେ ସେନେଇ ରାଜ୍ୟ ଗୃହ ସଚିବ ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକଙ୍କୁ ଚିଠି ଜରିଆରେ ଅବଗତ କରାଇଛନ୍ତି । ଚିଠିରେ ଉଲ୍ଲେଖ ମୁତାବକ, ମହାମହିମ ରାଜ୍ୟପାଳ ଭୁବନେଶ୍ୱର ଗାନ୍ଧୀମାର୍ଗରେ ଜାତୀୟ ପତାକା ଉତ୍ତୋଳନ କରିବେ ଏବଂ ଏହିContinue reading “ଦିନକ ପରେ ଜାନୁଆରୀ ୨୬: ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସରେ କିଏ କେଉଁଠି କରିବେ ପତାକା ଉତ୍ତୋଳନ, ପଢନ୍ତୁ ପୂରା ତାଲିକା…”

ଚାକିରୀ ଦେଇ ଦିବ୍ୟାଙ୍ଗ ଯୁବତୀଙ୍କୁ ଯୌନଶୋଷଣ ! ନିଖିଳ ଉତ୍କଳ ଶାରିରୀକ ଭିନ୍ନକ୍ଷମ କଲ୍ୟାଣ ମହାସଂଘର ସଂପାଦକଙ୍କ ନାଁରେ ସାଂଘାତିକ ଅଭିଯୋଗ

କନକ ବ୍ୟୁରୋ : ବାବୁଙ୍କୁ ଖୁସି ନକଲେ ମିଳିବନି ଦରମା । ଅଭିଯୋଗ କଲେ ଜୀବନ ଚାଲିଯିବାର ଭୟ । ଏଭଳି ସଂଗୀନ ଅଭିଯୋଗ ଆଣିଛନ୍ତି, ଜଣେ ଦିବ୍ୟାଙ୍ଗ ଯୁବତୀ । ଭୁବନେଶ୍ୱର ପଳାସପଲ୍ଲୀରେ ଥିବା ନିଖିଳ ଉତ୍କଳ ଶାରିରୀକ ଭିନ୍ନକ୍ଷମ କଲ୍ୟାଣ ମହାସଂଘର ସଂପାଦକ ସୁରେଶ ବେହେରା ତାଙ୍କୁ ଯୌନ ନିର୍ଯାତନା ଦେଉଥିବା ଅଭିଯୋଗ ଆଣିଛନ୍ତି ଏହି ଯୁବତୀ । ମାସକୁ ୭ ହଜାର ୨୦୦ ଟଙ୍କା ଦରମାରେ ତାଙ୍କୁ ନିଯୁକ୍ତି ଦିଆଯାଇଥିଲା । ଦରମା ମାଗିବାରୁContinue reading “ଚାକିରୀ ଦେଇ ଦିବ୍ୟାଙ୍ଗ ଯୁବତୀଙ୍କୁ ଯୌନଶୋଷଣ ! ନିଖିଳ ଉତ୍କଳ ଶାରିରୀକ ଭିନ୍ନକ୍ଷମ କଲ୍ୟାଣ ମହାସଂଘର ସଂପାଦକଙ୍କ ନାଁରେ ସାଂଘାତିକ ଅଭିଯୋଗ”

ଅପମିଶ୍ରିତ ହଳଦି ଓ ଲଙ୍କାଗୁଣ୍ଡ ପରେ ବ୍ରହ୍ମପୁରରେ ନକଲି ସସ୍ କାରଖାନା ଉପରେ ଚଢାଉ : ଅସଲି ବ୍ରାଣ୍ଡ ନାଁରେ ନକଲି ସାମଗ୍ରୀ ବଜାରରେ ହେଉଥିଲା ବିକ୍ରି

କନକ ବ୍ୟୁରୋ : ରାଜ୍ୟରେ ବଢୁଛି ନକଲି ସାମଗ୍ରୀର କାରବାର । କଟକ, ସମ୍ବଲପୁର, ରାଜଧାନୀ ପରେ ଏବେ ବ୍ରହ୍ମପୁରରେ ନକଲି କାରଖାନା ଠାବ ହୋଇଛି । ପୂର୍ବରୁ ବ୍ରହ୍ମପୁର ନକଲି ହଳଦୀ ଓ ଲଙ୍କା ଗୁଣ୍ଡ ଜବତ ହୋଇଥିବା ବେଳେ ଏବେ ମିଳିଛି ନକଲି ସସ । ବ୍ରହ୍ମପୁର ବଡବଜାର ଥାନା ଅନ୍ତର୍ଗତ ଗଣପତି ନଗରରରେ ଏକ ନକଲି କାରଖାନା ଉପରେ ଚଢାଉ କରିଛି ପୁଲିସ । ଅସଲି ବ୍ରାଣ୍ଡ ହେଲେ ନକଲି ସାମଗ୍ରୀ ।Continue reading “ଅପମିଶ୍ରିତ ହଳଦି ଓ ଲଙ୍କାଗୁଣ୍ଡ ପରେ ବ୍ରହ୍ମପୁରରେ ନକଲି ସସ୍ କାରଖାନା ଉପରେ ଚଢାଉ : ଅସଲି ବ୍ରାଣ୍ଡ ନାଁରେ ନକଲି ସାମଗ୍ରୀ ବଜାରରେ ହେଉଥିଲା ବିକ୍ରି”

ଶ୍ରଦ୍ଧାଳୁଙ୍କ ଅସନ୍ତୋଷ ପରେ ଛୋଟ ହେଲା ବଡ଼ଦାଣ୍ଡର ବ୍ୟାରିକେଡ : ମରିଚକୋଟରୁ ଶ୍ରୀମନ୍ଦିର ଯାଏ ବ୍ୟାରିକେଡ ଦେଇ ଯିବେ ଶ୍ରଦ୍ଧାଳୁ

କନକ ବ୍ୟୁରୋ : ଶ୍ରଦ୍ଧାଳୁଙ୍କ ଅସନ୍ତୋଷ ପରେ ପୁରୀ ବଡ଼ଦାଣ୍ଡରୁ ହଟିଲା ବ୍ୟାରକେଡ । ଜଗାକୁ ଦେଖିବାକୁ ଆଉ ଭକ୍ତକୁ ବେଶି ବାଟ ଚାଲିବାକୁ ପଡିବନାହିଁ । ମ୍ୟାର୍କେଟ ଛକ ବଦଳରେ ମରିଚକୋଟରୁ ଶ୍ରୀମନ୍ଦିର ଯାଏ ରହିବ ବ୍ୟାରିକେଡ । ବିନା କୋଭିଡ ରିପୋର୍ଟରେ ଜଗା ଦର୍ଶନ ଆରମ୍ଭ ହେବା ପରେ ଶ୍ରୀମନ୍ଦିରକୁ ଭକ୍ତଙ୍କ ସୁଅ ଛୁଟିଥିଲା । ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ମାର୍କେଟ ଛକରୁ ଶ୍ରୀମନ୍ଦିର ଯାଏ ବ୍ୟାରିକେଡ଼ କରାଯାଇଥିଲା । ଫଳରେ ଭକ୍ତଙ୍କୁContinue reading “ଶ୍ରଦ୍ଧାଳୁଙ୍କ ଅସନ୍ତୋଷ ପରେ ଛୋଟ ହେଲା ବଡ଼ଦାଣ୍ଡର ବ୍ୟାରିକେଡ : ମରିଚକୋଟରୁ ଶ୍ରୀମନ୍ଦିର ଯାଏ ବ୍ୟାରିକେଡ ଦେଇ ଯିବେ ଶ୍ରଦ୍ଧାଳୁ”

ଦିଲ୍ଲୀରେ ଟ୍ରାକ୍ଟର ରାଲି ପୂର୍ବରୁ କୃଷକଙ୍କୁ ବିରୋଧ: ଗାଜିପୁରର ବିଭିନ୍ନ ପେଟ୍ରୋଲ ଟାଙ୍କିରେ ତେଲ ନଦେବାକୁ ଲାଗିଲା ପୋଷ୍ଟର

କନକ ବ୍ୟୁରୋ: ସାଧାରଣତନ୍ତ୍ର ଦିବସରେ କୃଷକଙ୍କ ଟ୍ରାକ୍ଟର ରାଲି ପୂର୍ବରୁ କୃଷକଙ୍କୁ ବିରୋଧ । ଟ୍ରାକ୍ଟର ପାଇଁ ତେଲ ନଦେବାକୁ ଗାଜିପୁରର ବିଭିନ୍ନ ପେଟ୍ରୋଲ ପମ୍ପରେ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି । ପୋଷ୍ଟରରେ ଟ୍ରାକ୍ଟର ଓ ବୋତଲରେ ତେଲ ଦିଆଯିବ ନାହିଁ ବୋଲି ଲେଖାଯାଇଛି । ସେପଟେ ଗଣତନ୍ତ୍ର ଦିବସରେ ଟ୍ରାକ୍ଟର ପରେଡ ପାଇଁ ଦିଲ୍ଲୀ ପୁଲିସକୁ ରୁଟଚାର୍ଟ ଦେବେ କୃଷକ ସଂଗଠନ । ଗଣତନ୍ତ୍ର ଦିବସରେ ଟ୍ରାକ୍ଟର ରାଲି କରିବା ପାଇଁ କୃଷକ ସଂଗଠନକୁContinue reading “ଦିଲ୍ଲୀରେ ଟ୍ରାକ୍ଟର ରାଲି ପୂର୍ବରୁ କୃଷକଙ୍କୁ ବିରୋଧ: ଗାଜିପୁରର ବିଭିନ୍ନ ପେଟ୍ରୋଲ ଟାଙ୍କିରେ ତେଲ ନଦେବାକୁ ଲାଗିଲା ପୋଷ୍ଟର”

ଭିତରକନିକାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ : ଇକୋରିଟ୍ରିଟରେ ବିତାଇଲେ ରାତି; ଜଳପଥରେ ବୁଲି ଦେଖିଲେ ପ୍ରାକୃତିକ ଶୋଭା

କନକ ବ୍ୟୁରୋ : ଭିତରକନିକା ଆଜିଠାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଇକୋରିଟ୍ରିଟରେ ରାତି ବିତାଇବା ପରେ ଆଜି ସକାଳେ ଭିତରକନିକା ବୁଲୁଛନ୍ତି । ଜଳପଥରେ ଏକ ମୋଟର ବୋଟରେ ଦଳୀୟ ନେତାଙ୍କ ସହ ବୁଲି ପ୍ରାକୃତିକ ଶୋଭା ଉପଭୋଗ କରୁଛନ୍ତି କେନ୍ଦ୍ରମନ୍ତ୍ରୀ । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଭିତରକନିକାର ପ୍ରାକୃତିକ ସୌନ୍ଦର୍ଯ୍ୟ ଅତି ମନୋରମ । Good conversations are as stimulating as a good cup ofContinue reading “ଭିତରକନିକାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ : ଇକୋରିଟ୍ରିଟରେ ବିତାଇଲେ ରାତି; ଜଳପଥରେ ବୁଲି ଦେଖିଲେ ପ୍ରାକୃତିକ ଶୋଭା”

Design a site like this with WordPress.com
Get started