କନକ ବ୍ୟୁରୋ: ଏୟାର ଆମ୍ବୁଲାନ୍ସରେ ଦିଲ୍ଲୀରେ ପହଞ୍ଚିଲେ ବିହାର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ଯାଦବ । ସ୍ୱତନ୍ତ୍ର ଗ୍ରୀନ୍ କରିଡରରେ ତାଙ୍କୁ ନିଆଯାଇ ଏମ୍ସରେ ଭର୍ତ୍ତି କରାଯାଇଛି । ଲାଲୁଙ୍କ ପୁଅ ତେଜସ୍ୱୀ ଯାଦବ କହିଛନ୍ତି- ତାଙ୍କ ଫୁସଫୁସରେ ପାଣି ଜମି ଯାଇଛି । ରାଞ୍ଚିର ରିମ୍ସରେ ଚିକିତ୍ସିତ ହେଉଥିବା ସମୟରେ ଆରଜେଡ଼ି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବାରେ ଲାଗିଥିଲା । ଫଳରେ ତାଙ୍କୁ ଏୟାର ଆମ୍ବୁଲାନ୍ସରେ ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତରିତ କରାଯାଇଛି ।Continue reading “ଏୟାର ଆମ୍ବୁଲାନ୍ସରେ ଦିଲ୍ଲୀରେ ପହଞ୍ଚିଲେ ବିହାର ପୂର୍ବତନ ମୁଖ୍ୟମନ୍ତ୍ରୀ: ସ୍ୱତନ୍ତ୍ର ଗ୍ରୀନ୍ କରିଡରରେ ଏମ୍ସରେ ଲାଲୁ ଯାଦବଙ୍କୁ କରାଗଲା ଭର୍ତ୍ତି”
Tag Archives: News
୩୦ରୁ ଆରମ୍ଭ ହେବ ମୟୂରଭଞ୍ଜ ପ୍ରିମିୟର ଲିଗ୍ ବା ଏମପିଏଲ: ଲୋଗୋ ଓ ଜର୍ସି ଉନ୍ମୋଚିତ; ବିଜେତା ଦଳକୁ ମିଳିବ ୧ ଲକ୍ଷ ଓ ଉପ-ବିଜେତାକୁ ୫୦ ହଜାର ଟଙ୍କା
କନକ ବ୍ୟୁରୋ: ଆସନ୍ତା ୩୦ ତାରିଖରୁ ଆରମ୍ଭ ହେବା ପାଇଁ ଯାଉଛି ମୟୁରଭଂଜ ପ୍ରିମିୟର ଲିଗ୍ ବା ଏମପିଏଲ୍ । କ୍ରିକେଟ ଓ ଫୁଟବୁଲ ଖେଳକୁ ନେଇ ମାର୍ଚ୍ଚ ୩ ତାରିଖ ଯାଏଁ ଚାଲିବ ଏହି ବଡ କ୍ରୀଡାକୁମ୍ଭ । ଏଥି ପାଇଁ ବାରିପଦାରେ ସାମ୍ବାଦିକ ସମ୍ମିଳନୀ ଜରିଆରେ ଏମପିଏଲର ଲୋଗୋ ଓ ଜର୍ସି ଉନ୍ମୋଚିତ ହୋଇଛି । ଏହି ଲୋଗା ଉନ୍ମୋଚନ ଉତ୍ସବକୁ ରାଜ୍ୟ ଯୁବ ବିଜେଡି ସଭାପତି ବ୍ୟମୋକେଶ ରାୟ ପରିଚାଳନା କରିଥିଲେ ।Continue reading “୩୦ରୁ ଆରମ୍ଭ ହେବ ମୟୂରଭଞ୍ଜ ପ୍ରିମିୟର ଲିଗ୍ ବା ଏମପିଏଲ: ଲୋଗୋ ଓ ଜର୍ସି ଉନ୍ମୋଚିତ; ବିଜେତା ଦଳକୁ ମିଳିବ ୧ ଲକ୍ଷ ଓ ଉପ-ବିଜେତାକୁ ୫୦ ହଜାର ଟଙ୍କା”
ଚୀନକୁ ବାୟୁସେନା ମୁଖ୍ୟଙ୍କ ଚେତାବନୀ: ଏଲଏସିରେ ଉସକାଇବା ଭଳି କାର୍ଯ୍ୟ କଲେ ଚୁପ୍ ବସିବନି ଭାରତ; ଶତ୍ରୁଙ୍କୁ ମୁହଁତୋଡ ଜବାବ ଦେବ ଭାରତୀୟ ବାୟୁସେନା
କନକ ବ୍ୟୁରୋ: ଚୀନକୁ ବାୟୁସେନା ମୁଖ୍ୟଙ୍କ ଚେତାବନୀ । ପୂର୍ବ ଲଦାଖର ଏଲଏସିରେ ଚୀନ ସହ ଲାଗି ରହିିଥିବା ବିବାଦ ନେଇ ବାୟୁସେନା ମୁଖ୍ୟ ଆରକେଏସ ଭଦୋରିଆ ଶନିବାର ଯୋଦ୍ଧପୁର ଏୟାରବେସରୁ ବଡ ଚେତାବନୀ ଦେଇଛନ୍ତି । କହିଛନ୍ତି, ଏଲଏସିରେ ଯଦି କେହି ଉସକାଇବା ଭଳି କାର୍ଯ୍ୟ କରେ ତାହେଲେ ଭାରତ ଚୁପ୍ ବସିବ ନାହିଁ । ଭାରତୀୟ ବାୟୁସେନା ଶତ୍ରୁଙ୍କୁ ସେମାନଙ୍କ ହିମାକତର ମୁହଁତୋଡ ଜବାବ ଦେବ । ଆଗକୁ ଯୁଦ୍ଧ ବିମାନ ରାଫେଲ କିଣାଯିବContinue reading “ଚୀନକୁ ବାୟୁସେନା ମୁଖ୍ୟଙ୍କ ଚେତାବନୀ: ଏଲଏସିରେ ଉସକାଇବା ଭଳି କାର୍ଯ୍ୟ କଲେ ଚୁପ୍ ବସିବନି ଭାରତ; ଶତ୍ରୁଙ୍କୁ ମୁହଁତୋଡ ଜବାବ ଦେବ ଭାରତୀୟ ବାୟୁସେନା”
କୃଷକଙ୍କ ଟ୍ରାକ୍ଟର ରାଲିକୁ ମିଳିଲା ଗ୍ରୀନ ସିଗନାଲ୍: ସର୍ତ୍ତମୂଳକ ଅନୁମତି ଦେଲା ଦିଲ୍ଲୀ ପୋଲିସ; ୫ଟି ରୁଟରେ ୧୦୦ କିମି ପର୍ଯ୍ୟନ୍ତ କରିିବେ ଶୋଭାଯାତ୍ରା
କନକ ବ୍ୟୁରୋ: ଜାନୁଆରୀ ୨୬ରେ ଦିଲ୍ଲୀରେ ପ୍ରବେଶ କରିବେ ଆନ୍ଦୋଳନରତ କୃଷକ । ପାଳନ କରିବେ କୃଷକ ଗଣତନ୍ତ୍ର ଦିବସ । ଏଥିପାଇଁ କୃଷକ ସଂଗଠନକୁ ସର୍ତ୍ତମୂଳକ ଅନୁମତି ଦେଇଛି ଦିଲ୍ଲୀ ପୋଲିସ । କୃଷକମାନଙ୍କୁ ଦିଲ୍ଲୀର ୫ଟି ରାସ୍ତା ଦେଇ ୧୦୦ କିମି ପର୍ଯ୍ୟନ୍ତ ଟ୍ରାକ୍ଟର ରାଲି କରିବାକୁ ଅନୁମତି ମିଳିଛି । ସୂଚନା ଅନୁଯାୟୀ, ସିନ୍ଧୁ, ତିଖିରୀ, ଗାଜିପୁର, ପଲୱାଲ ଓ ଶାହାଜହାନପୁରରୁ କୃଷକଙ୍କ ଟ୍ରାକ୍ଟର ରାଲି ବାହାରିବ । ତେବେ କେଉଁ ରୁଟ୍Continue reading “କୃଷକଙ୍କ ଟ୍ରାକ୍ଟର ରାଲିକୁ ମିଳିଲା ଗ୍ରୀନ ସିଗନାଲ୍: ସର୍ତ୍ତମୂଳକ ଅନୁମତି ଦେଲା ଦିଲ୍ଲୀ ପୋଲିସ; ୫ଟି ରୁଟରେ ୧୦୦ କିମି ପର୍ଯ୍ୟନ୍ତ କରିିବେ ଶୋଭାଯାତ୍ରା”
ନେତାଜୀ ସୁଭାଷ ବୋଷଙ୍କୁ ନେଇ ପଶ୍ଚିମବଙ୍ଗରେ ରାଜନୀତି ଜୋରଦାର । କେନ୍ଦ୍ରର ନିଷ୍ପତ୍ତି ବିପରୀତ, ମମତା ପାଳୁଛନ୍ତି ଦେଶନାୟକ ଦିବସ ।
କନକ ବ୍ୟୁରୋ : ପଶ୍ଚିମବଙ୍ଗ ରାଜନୀତିରେ ନେତାଜୀ । ସୁବାସ ବୋଷଙ୍କ ଜନ୍ମ ଜୟନ୍ତୀକୁ ନେଇ ପଶ୍ଚିମବଙ୍ଗରେ ଜୋର ଧରିଛି ରାଜନୀତି । ମୁହାଁମୁହିଁ ହୋଇଛନ୍ତି କେନ୍ଦ୍ର ଓ ପଶ୍ଚିମବଙ୍ଗ ସରକାର । ନେତାଜୀ ଜୟନ୍ତୀକୁ କେନ୍ଦ୍ର ପରାକ୍ରମ ଦିବସ ଭାବେ ପାଳନ କରୁଛି । ପରାକ୍ରମ ଦିବସରେ ପ୍ରଧାନମନ୍ତ୍ରୀ କୋଲକାତା ଯାଇ ଏକାଧିକ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି । ନ୍ୟାସନାଲ ଲାଇବ୍ରେରୀରେ ମୋଦି ନେତାଜୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି । ଏହାପରେ ଭିକ୍ଟୋରିଆ ମେମୋରିଆଲରେ ଆୟୋଜିତ ସ୍ୱତନ୍ତ୍ରContinue reading “ନେତାଜୀ ସୁଭାଷ ବୋଷଙ୍କୁ ନେଇ ପଶ୍ଚିମବଙ୍ଗରେ ରାଜନୀତି ଜୋରଦାର । କେନ୍ଦ୍ରର ନିଷ୍ପତ୍ତି ବିପରୀତ, ମମତା ପାଳୁଛନ୍ତି ଦେଶନାୟକ ଦିବସ ।”
ରାଞ୍ଚିରେ ଚିକିତ୍ସିତ ହେଉଥିବା ଲାଲୁ ପ୍ରସାଦ ଯାଦବଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିଲା । ଏୟାର ଆମ୍ବୁଲାନ୍ସରେ ଦିଲ୍ଲୀ ଏମ୍ସକୁ କରାଗଲା ସ୍ଥାନାନ୍ତରିତ ।
କନକ ବ୍ୟୁରୋ: ରାଞ୍ଚି ରେ ଚିକିତ୍ସିତ ହେଉଥିବା ଆରଜେଡ଼ି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବାରେ ଲାଗିଛିି । ଫଳରେ ତାଙ୍କୁ ଏୟାର ଆମ୍ବୁଲାନ୍ସରେ ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତରିତ କରାଯାଇଛି । ଲାଲୁଙ୍କ ପୁଅ ତେଜସ୍ୱୀ ଯାଦବଙ୍କ ଅନୁସାରେ ଲାଲୁଙ୍କ ଛାତିରେ ପାଣି ଜମିଛି । ନିଶ୍ୱାସ ପ୍ରଶ୍ୱାସରେ ସେ ସମସ୍ୟା ଭୋଗ କରୁଛନ୍ତି । ଗତକାଲି ଲାଲୁଙ୍କ ପୁଅ ତେଜସ୍ୱୀ ଯାଦବ, ତେଜ ପ୍ରତାପ ଯାଦବ ତାଙ୍କ ସ୍ତ୍ରୀ ରାବିଡ଼ ଦେବି ଝିଅ ମିଶାContinue reading “ରାଞ୍ଚିରେ ଚିକିତ୍ସିତ ହେଉଥିବା ଲାଲୁ ପ୍ରସାଦ ଯାଦବଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିଲା । ଏୟାର ଆମ୍ବୁଲାନ୍ସରେ ଦିଲ୍ଲୀ ଏମ୍ସକୁ କରାଗଲା ସ୍ଥାନାନ୍ତରିତ ।”
ଶ୍ରୀମନ୍ଦିର ଖୋଲିଲା ପରେ ରେକର୍ଡ ସଂଖ୍ୟକ ଦାନ । ସୁନା, ରୂପା ଓ ନଗଦ ଟଙ୍କା ଦାନ କଲେ ଭକ୍ତ
କନକ ବ୍ୟୁରୋ : ଏବେ ପ୍ରଭୁ ଦର୍ଶନ ଲାଗି ନା ଆବଶ୍ୟକ କୋଭିଡ ରିପୋର୍ଟ, ନା ଆବଶ୍ୟକ ପରିଚୟ ପତ୍ର । ଭକ୍ତ-ଭଗବାନଙ୍କ ମିଳନ ମଧ୍ୟରେ କଟକଣା ସାଜୁଥିବା କୋଭିଡ ନିୟମ ଉଠାଇ ନିଆଯିବାପରେ ଶ୍ରୀମନ୍ଦିରକୁ ଛୁଟିଛି ଭକ୍ତଙ୍କ ସୁଅ । ଶ୍ରୀମନ୍ଦିରରେ ପ୍ରବେଶ ଲାଗି ରାଜ୍ୟ ଓ ରାଜ୍ୟ ବାହାରର ଭକ୍ତଙ୍କ ପାଇଁ ସମସ୍ତ କଟକଣା ପ୍ରତ୍ୟାହୃତ ହୋଇଥିବାରୁ ଶ୍ରୀମନ୍ଦିରରେ ଆଜି ପ୍ରାୟ ୫୦ ହଜାରରୁ ଅଧିକ ଭକ୍ତ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ଅନ୍ୟContinue reading “ଶ୍ରୀମନ୍ଦିର ଖୋଲିଲା ପରେ ରେକର୍ଡ ସଂଖ୍ୟକ ଦାନ । ସୁନା, ରୂପା ଓ ନଗଦ ଟଙ୍କା ଦାନ କଲେ ଭକ୍ତ”
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଅବଢ଼ା ଦରକୁ ନେଇ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ । ଶହେ ଟଙ୍କାର ମହାପ୍ରସାଦ ୩ ଶହ ଟଙ୍କାରେ ବିକ୍ରି ହେଉଥିବା ଅଭିଯୋଗ ।
କନକ ବ୍ୟୁରୋ: ମହାପ୍ରସାଦର ଆକାଶଛୁଆଁ ଦର ଭକ୍ତଙ୍କୁ ଭାରି ବାଧିଛି । ଯେଉଁ ମହାପ୍ରସାଦ ୧୦୦ ଟଙ୍କାରେ ମିଳୁଥିଲା ଏବେ ତାର ଦର ପହଞ୍ଚିଛି ୩୦୦ ଟଙ୍କାରେ । ଅର୍ଥାତ ପୂର୍ବଦର ଅନୁସାରେ ମହାପ୍ରସାଦ ଦର ୩ ଗୁଣା ବଢିଛି । ଫଳରେ ଭକ୍ତମାନେ ମହାପ୍ରସାଦ ନ ପାଇ ଫେରୁଥିବାର ଦୃଶ୍ୟ ଦେଖିବାକୁ ମିଳୁଛି । ଅନ୍ୟପକ୍ଷରେ ପୂର୍ବରୁ ଭକ୍ତଙ୍କୁ ସୁହାଇଲା ଭଳି ଦର ତାଲିକା ଆନନ୍ଦବଜାର ଓ ଶ୍ରୀମନ୍ଦିରରେ ବିଭିନ୍ନ ସ୍ଥାନରେ ଲଗାଯିବ ବୋଲି ଶ୍ରୀମନ୍ଦିରContinue reading “ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଅବଢ଼ା ଦରକୁ ନେଇ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ । ଶହେ ଟଙ୍କାର ମହାପ୍ରସାଦ ୩ ଶହ ଟଙ୍କାରେ ବିକ୍ରି ହେଉଥିବା ଅଭିଯୋଗ ।”
ହାତରେ ଟୋକନ୍ ଅଛି, ଧାନ ମଣ୍ଡିରୁ ଉଠୁନି । ମାସ ମାସ ଧରି ପ୍ରତିକ୍ଷା ପରେ ବି ମଣ୍ଡିରେ ଧାନ ବିକ୍ରି କରିବାକୁ ହନ୍ତସନ୍ତ ହେଉଛନ୍ତି ଚାଷୀ
କନକ ବ୍ୟୁରୋ : ହାତରେ ଟୋକନ୍ ଅଛି, ଧାନ ମଣ୍ଡିରୁ ଉଠୁନି । ଆଉ କାହାର ମଣ୍ଡିରେ ଧାନ ପଡ଼ିଛି, ଟୋକନର ଅବଧି ଗଡ଼ିଯାଇଛି । ମାସ ମାସ ଧରି ପ୍ରତିକ୍ଷା ପରେ ବି ମଣ୍ଡିରେ ଧାନ ବିକ୍ରି କରିବାକୁ ହନ୍ତସନ୍ତ ହେଉଛନ୍ତି ବରଗଡ଼ ଜିଲ୍ଲା ପଦ୍ମପୁର ମଣ୍ଡିର ଚାଷୀ । ପଦ୍ମପୁର ଅଞ୍ଚଳର ୭୦ଟି ମଣ୍ଡିରେ ପଡ଼ି ରହିଛନ୍ତି ପ୍ରାୟ ୧୩ ଲକ୍ଷ ବସ୍ତା ଧାନ । ଶୀତକାରକରେ ଧାନ ବିକ୍ରି କରିବା ପାଇଁ ମାସContinue reading “ହାତରେ ଟୋକନ୍ ଅଛି, ଧାନ ମଣ୍ଡିରୁ ଉଠୁନି । ମାସ ମାସ ଧରି ପ୍ରତିକ୍ଷା ପରେ ବି ମଣ୍ଡିରେ ଧାନ ବିକ୍ରି କରିବାକୁ ହନ୍ତସନ୍ତ ହେଉଛନ୍ତି ଚାଷୀ”
ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ଦେବା ପାଇଁ ପୁଣି ଉଠିଲା ଦାବି । ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ।
କନକ ବ୍ୟୁରୋ : ପୁଣି ତେଜିଲା ପ୍ରଥମ ସ୍ୱାଧୀନତା ସଂଗ୍ରାମର ଦାବି । ସିପାହି ବିଦ୍ରୋହକୁ ପ୍ରଥମ ଗଣଆନ୍ଦୋଳନ ବୋଲି ଘୋଷଣା କରିବା ପାଇଁ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାୟର ହୋଇଛି । ହାଇକୋର୍ଟ ଏହି ମାମଲାର ଶୁଣାଣି କରି କହିଛନ୍ତି, ଏହା ଆମ ପରିସରଭୁକ୍ତ ନୁହେଁ । ଏହାକୁ ନେଇ ଉପଯୁକ୍ତ ଫୋରମକୁ ଯିବା ପାଇଁ ପରାମର୍ଶ ଦେଇଛନ୍ତି କୋର୍ଟ । ୧୮୦୪ ଏବଂ ୧୮୧୭ର ପାଇକ ବିଦ୍ରୋହ ହେଉଛି ପ୍ରଥମ ଗଣ ଆନ୍ଦୋଳନContinue reading “ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ଦେବା ପାଇଁ ପୁଣି ଉଠିଲା ଦାବି । ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ।”