ସାର୍ଟିଫିକେଟ୍ ମୁକୁଳାଇବାକୁ କାମ କରୁଛନ୍ତି ଇଞ୍ଜିନିୟରିଂ ଛାତ୍ରୀ : ଟଙ୍କା ନଥିବାରୁ କଲେଜରୁ ଆଣି ପାରୁନାହାନ୍ତି ସାର୍ଟିଫିକେଟ୍

କନକ ବ୍ୟୁରୋ : ପାଠ ପଢିବାର ଇଛାଶକ୍ତି ଥିଲେ କୈଣସି ବାଧା ବନ୍ଧନ ଅଟକାଇ ପାରିବ ନାହିଁ । ସବୁ ପ୍ରତିବନ୍ଧକକୁ ଅତିକ୍ରମ କରି ସଫଳତା ପାଇବାର ନିଶା କିଭଳି ଜଣେ ଛାତ୍ରୀଙ୍କୁ କଡା ମେହନତ କରିବାକୁ ଗାଁ ଦାଣ୍ଡକୁ ନେଇ ଆସିଛି । ଗାଁ ଦାଣ୍ଡରେ ଚାଲିଛି ମନରେଗା କାମ । ମହାତ୍ମାଗାନ୍ଧୀ ଜାତୀୟ କର୍ମ ନିଯୁକ୍ତି ଯୋଜନାରେ ଜବକାର୍ଡ ପାଇଥିବା ଲୋକଙ୍କୁ ଏହି କାମ ଯୋଗାଇ ଦିଆଯାଉଛି । ହେଲେ ଏଠି ମୁଣ୍ଡରେ ମାଟିContinue reading “ସାର୍ଟିଫିକେଟ୍ ମୁକୁଳାଇବାକୁ କାମ କରୁଛନ୍ତି ଇଞ୍ଜିନିୟରିଂ ଛାତ୍ରୀ : ଟଙ୍କା ନଥିବାରୁ କଲେଜରୁ ଆଣି ପାରୁନାହାନ୍ତି ସାର୍ଟିଫିକେଟ୍”

ଲଗାତାର ବଢି ଚାଲିଛି ପେଟ୍ରୋଲ-ଡିଜେଲ ଦର: ସପ୍ତାହରେ ବଢିଲାଣି ୪ ଥର; ଆଜି ଭୁବନେଶ୍ୱରରେ ପେଟ୍ରୋଲ ୮୬ ଟଙ୍କା ୩୮ ପଇସା

କନକ ବ୍ୟୁରୋ: କ୍ରମାଗତ ବଢି ଚାଲିଛି ପେଟ୍ରୋଲ ଓ ଡିଜେଲ ଦର । ଆଜି ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ଦର ୮୬ ଟଙ୍କା ୩୮ ପଇସା ଓ ଡିଜେଲ ୮୨ ଟଙ୍କା ୬୮ରେ ପହଞ୍ଚିଛି । ତେବେ ଚଳିତ ସପ୍ତାହରେ ୪ଥର ବଢିଲାଣି ପେଟ୍ରୋଲ ଓ ଡିଜେଲ ଦର । ଫଳରେ ପ୍ରତିଦିନ ଏହି ଦର ନୂଆ ଶିଖର ଛୁଉଁଛି । ତେବେ ଭାଟ ଅନୁସାରେ ରାଜ୍ୟର ଅନ୍ୟ ଜିଲ୍ଲାରେ ଦରରେ ତାରତମ୍ୟ ପରିଲକ୍ଷିତContinue reading “ଲଗାତାର ବଢି ଚାଲିଛି ପେଟ୍ରୋଲ-ଡିଜେଲ ଦର: ସପ୍ତାହରେ ବଢିଲାଣି ୪ ଥର; ଆଜି ଭୁବନେଶ୍ୱରରେ ପେଟ୍ରୋଲ ୮୬ ଟଙ୍କା ୩୮ ପଇସା”

ପିଲା ଚୋର ସନ୍ଦେହରେ ବୃଦ୍ଧଙ୍କୁ ନିସ୍ତୁକ ପିଟିଲେ ଗ୍ରାମବାସୀ : ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

କନକ ବ୍ୟୁରୋ : ପିଲା ଚୋର ସନ୍ଦେହରେ ଜଣେ ବୃଦ୍ଧଙ୍କୁ ନିସ୍ତୁକ ମାଡ ମାରିଲେ ଗ୍ରାମବାସୀ । ଭଦ୍ରକ ଜିଲ୍ଲା ସିମୁଳିଆ ଥାନା ଅଂଚଳର ବେତଡା-ପାଇଟରଣା ଗାଁର ଏହି ଘଟଣାର ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଭାଇରାଲ ହେଉଥିବା ଭିଡିଓରେ ଜଣେ ବୃଦ୍ଧଙ୍କୁ ଏକ ଗଛରେ ହାତ ଓଲଟାଇ ବାନ୍ଧି ମାଡ ମାରିଛନ୍ତି । ଉପସ୍ଥିତ ଲୋକେ ମୋବାଇଲରେ ସେହି ସମୟର ଭିଡିଓ ସୁଟ କରୁଥିବା ମଧ୍ୟ ଦେଖିବାକୁ ମିଳିଛି । ଉତ୍ତ୍ୟକ୍ତ ଗ୍ରାମବାସୀ ବୃଦ୍ଧଙ୍କୁContinue reading “ପିଲା ଚୋର ସନ୍ଦେହରେ ବୃଦ୍ଧଙ୍କୁ ନିସ୍ତୁକ ପିଟିଲେ ଗ୍ରାମବାସୀ : ସୋସିଆଲ ମିଡିଆରେ ଭିଡିଓ ଭାଇରାଲ”

ସଂସଦରେ ବଜେଟ ଆଗତ ହେବା ପୂର୍ବରୁ ପାରମ୍ପରିକ ହାଲୱା ସେରିମନି: ନର୍ଥବ୍ଲକରେ ପରସ୍ପରକୁ ମିଠା ଖୁଆଇଲେ ଅର୍ଥମନ୍ତ୍ରାଳୟର ଅଧିକାରୀ ଓ ମନ୍ତ୍ରୀ

କନକ ବ୍ୟୁରୋ: ସଂସଦରେ ବଜେଟ୍ ଆଗତ ହେବା ପୂର୍ବରୁ ପାରମ୍ପରିକ ହାଲୱା ସେରିିମନି । ନର୍ଥବ୍ଲକରେ ଆୟୋଜିତ ଉତ୍ସବରେ ଯୋଗଦେଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଓ ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର । ଭାରତୀୟଙ୍କ ବିଶ୍ୱାସ ଅନୁସାରେ, କିଛି ମିଠା ଖାଇ ଶୁଭକାର୍ଯ୍ୟ କରାଯାଇଥାଏ । ତେଣୁ ଅର୍ଥମନ୍ତ୍ରାଳୟରେ ମଧ୍ୟ ଏହି ପରମ୍ପରା ରହିଆସିଛି । ଏହି ପାରମ୍ପରିକ ଉତ୍ସବରେ ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ସହ ଅର୍ଥମନ୍ତ୍ରାଳୟର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । Final stageContinue reading “ସଂସଦରେ ବଜେଟ ଆଗତ ହେବା ପୂର୍ବରୁ ପାରମ୍ପରିକ ହାଲୱା ସେରିମନି: ନର୍ଥବ୍ଲକରେ ପରସ୍ପରକୁ ମିଠା ଖୁଆଇଲେ ଅର୍ଥମନ୍ତ୍ରାଳୟର ଅଧିକାରୀ ଓ ମନ୍ତ୍ରୀ”

ପୁଣି ଗଂଜାମ-ଗଜପତି ସୀମାନ୍ତ ତପ୍ତପାଣି ଘାଟିରେ ଭାରସାମ୍ୟ ହରାଇଲା ବସ୍: ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ

କନକ ବ୍ୟୁରୋ: ଗଂଜାମ ଗଜପତି ସୀମାନ୍ତ ତପ୍ତପାଣି ଘାଟି, ଖେମୁଣ୍ଡିଖୋଳ ଠାରେ ଏକ ଘରୋଇ ଯାତ୍ରୀବାହୀ ବସ୍ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛି । ଭାରସାମ୍ୟ ହରାଇ ବସର ଗୋଟିଏ ଚକ ବ୍ରିଜ ତଳକୁ ଖସିଯାଇଛି । ତେବେ ଡ୍ରାଇଭର ଉପସ୍ଥିତି ବୁଦ୍ଧି ଖଟାଇ ବସକୁ ଅଟକାଇ ଦେବାରୁ ଏକ ବଡ ଦୁର୍ଘଟଣା ଟଳି ଯାଇଛି । ବସରେ ଯାତ୍ରା କରୁଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡିଛି । from Kanak News via <aContinue reading “ପୁଣି ଗଂଜାମ-ଗଜପତି ସୀମାନ୍ତ ତପ୍ତପାଣି ଘାଟିରେ ଭାରସାମ୍ୟ ହରାଇଲା ବସ୍: ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ”

ଭୁବନେଶ୍ୱର ମହାତ୍ମା ଗାନ୍ଧୀ ମାର୍ଗରେ ପରେଡ୍ ରିହର୍ସଲ । ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପୂର୍ବରୁ ପରେଡ ଅଭ୍ୟାସ

କନକ ବ୍ୟୁରୋ: ସାଧାରଣତନ୍ତ୍ର ଦିବସ ପାଇଁ ପରେଡ ଅଭ୍ୟାସ । ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପରେଡ୍ ପାଇଁ କମିସନରେଟ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ପରେଡସ୍ଥଳ ଗାନ୍ଧୀମାର୍ଗର ସୁରକ୍ଷା ଏବେଠାରୁ ବଢ଼ାଇ ଦିଆଯାଇଛି । ପରେଡ୍ ସ୍ଥଳରେ ୩୦ ପ୍ଲାଟୁନ୍ ପୋଲିସ୍ ଫୋର୍ସ ମୁତୟନ ହେବେ । ତା’ ସହିତ କାଉଣ୍ଟର ଟେରରିଷ୍ଟ ସ୍କ୍ୱାଡ୍, ସ୍ପେସାଲ ଟେକ୍ଟିକାଲ ୟୁନିଟ୍, ସ୍ୱତନ୍ତ୍ର ତାଲିମପ୍ରାପ୍ତ ଏସଓଜି ଯବାନ, ସାଦା ପୋଷାକଧାରୀ ପୁଲିସ, ସନ୍ଧାନୀ କୁକୁର,Continue reading “ଭୁବନେଶ୍ୱର ମହାତ୍ମା ଗାନ୍ଧୀ ମାର୍ଗରେ ପରେଡ୍ ରିହର୍ସଲ । ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପୂର୍ବରୁ ପରେଡ ଅଭ୍ୟାସ”

ନିଜ କଳିରେ ପିଲାଙ୍କ ଶୈଶବକୁ ନଷ୍ଟ କର ନାହିଁ । ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ବିବାଦକୁ ନେଇ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ

କନକ ବ୍ୟୁରୋ: ଦମ୍ପତିମାନେ ପରସ୍ପର ମଧ୍ୟରେ କଳିଝଗଡ଼ା କରି ନିଜ ପିଲାମାନଙ୍କର ଶୈଶବ ତଥା ସେମାନଙ୍କ ଭିତରେ ଥିବା ସମ୍ପର୍କକୁ ନଷ୍ଟ ନକରିବା ଲାଗି ସୁପ୍ରିମକୋର୍ଟ ସତର୍କ କରାଇ ଦେଇଛନ୍ତି। ଜଣେ ମହିଳା ଏବଂ ତାଙ୍କଠାରୁ ଦୂରେଇ ଯାଇଥିବା ତାଙ୍କ ସ୍ବାମୀଙ୍କ ସଂକ୍ରାନ୍ତ ଏକ ମାମଲାର ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଶୁଣାଣି କରିବା ଅବସରରେ ଜଷ୍ଟିସ ସଞ୍ଜୟ କୁମାର କାଉଲଙ୍କ ନେତୃତ୍ବରେ ଗଠିତ ତିନି ଜଣିଆ ଖଣ୍ଡପୀଠ ଏହି ପରାମର୍ଶ ଦେଇଛନ୍ତି। ଏଭଳି ଦମ୍ପତିମାନେ ପରସ୍ପରକୁ ନଷ୍ଟContinue reading “ନିଜ କଳିରେ ପିଲାଙ୍କ ଶୈଶବକୁ ନଷ୍ଟ କର ନାହିଁ । ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ବିବାଦକୁ ନେଇ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ”

ପୁଣି ଭାରତ ପାକିସ୍ତାନ ସୀମା ନିକଟରେ ଠାବ ହେଲା ଗୁପ୍ତ ସୁଡଙ୍ଗ : ୧୫୦ମିଟର ଲମ୍ବା ଟନେଲ ଠାବ; ଏଇ ସୁଡଙ୍ଗ ଦେଇ ଆସୁଥିଲେ ଆତଙ୍କବାଦୀ

କନକ ବ୍ୟୁରୋ : ଭାରତ ପାକିସ୍ତାନ ସୀମାରେ ପୁଣି ଠାବ ହେଲା ସୁଡଙ୍ଗ । ୧୦ଦିନରୁ ମଧ୍ୟ କମ୍ ବ୍ୟବଧାନରେ ସୁରକ୍ଷାକର୍ମୀଙ୍କୁ ପୁଣି ଏକ ଭୂତଳ ସୁଡଙ୍ଗ ମିଳିଛି । ଜମ୍ମୁକଶ୍ମୀରର କଠୁଆ ଜିଲ୍ଲା ଅନ୍ତର୍ଗତ ଅର୍ନ୍ତଜାତୀୟ ସୀମା ନିକଟରୁ ୧୫୦ମିଟର ଲମ୍ବା ଏହି ଟନେଲ ଠାବ କରାଯାଇଛି । ବଡ କଥା ହେଉଛି ପାକିସ୍ତାନୀ ସେନା ଏହି ଟନେଲକୁ ନିର୍ମାଣ କରିଥିବା ସୂଚନା ଦେଇଛି ବିଏସଏଫ । ଭାରତକୁ ଆତଙ୍କବାଦୀ ଅନୁପ୍ରବେଶ କରାଇବା ପାଇଁ ଏପରିContinue reading “ପୁଣି ଭାରତ ପାକିସ୍ତାନ ସୀମା ନିକଟରେ ଠାବ ହେଲା ଗୁପ୍ତ ସୁଡଙ୍ଗ : ୧୫୦ମିଟର ଲମ୍ବା ଟନେଲ ଠାବ; ଏଇ ସୁଡଙ୍ଗ ଦେଇ ଆସୁଥିଲେ ଆତଙ୍କବାଦୀ”

ଏମିତି ବି ଆସେ ଦୁର୍ଭାଗ୍ୟ…! ପଟିଆ ଷ୍ଟେସନରେ ଲୋମଟାଙ୍କୁରା ଅଘଟଣ: ଶିଶୁକନ୍ୟା ପାଇଁ ଚଳନ୍ତା ଟ୍ରେନରୁ ଡେଇଁ ପଡିଲେ ମହିଳା; ଗୁରୁତର ଅବସ୍ଥାରେ ଏସସିବି ମେଡିକାଲରେ ଭର୍ତ୍ତି

କନକ ବ୍ୟୁରୋ: ବେଳେବେଳେ ଦୁର୍ଭାଗ୍ୟ ଏମିତି ଆସେ। ନିଜର ଅନ୍ୟମନସ୍କତା ଓ ସାମାନ୍ୟ ଭୁଲ୍ ପାଇଁ ବଡ଼ ମୂଲ୍ୟ ଦେବାକୁ ପଡ଼େ। ଶନିବାର ଭୁବନେଶ୍ବର ନିକଟସ୍ଥ ପଟିଆ ଷ୍ଟେସନରେ ଏମିତି ଏକ ଲୋମଟାଙ୍କୁରା ଅଘଟଣ ଘଟିଛି। ଟିକିଏ ଭୁଲ ପାଇଁ ଜଣେ ମହିଳାଙ୍କୁ ବଡ଼ ମୂଲ୍ୟ ଦେବାକୁ ପଡ଼ିଛି। ଟ୍ରେନରେ ଚଢ଼ିଲାବେଳେ ନିଜର ୪ ବର୍ଷର ଶିଶୁକନ୍ୟାକୁ ତଳେ ଛାଡ଼ି ଦେଇଥିବାରୁ ପରେ ଚଳନ୍ତା ଟ୍ରେନରୁ ଡେଇଁ ପଡ଼ି ସେ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଚିକିତ୍ସାContinue reading “ଏମିତି ବି ଆସେ ଦୁର୍ଭାଗ୍ୟ…! ପଟିଆ ଷ୍ଟେସନରେ ଲୋମଟାଙ୍କୁରା ଅଘଟଣ: ଶିଶୁକନ୍ୟା ପାଇଁ ଚଳନ୍ତା ଟ୍ରେନରୁ ଡେଇଁ ପଡିଲେ ମହିଳା; ଗୁରୁତର ଅବସ୍ଥାରେ ଏସସିବି ମେଡିକାଲରେ ଭର୍ତ୍ତି”

ଆଜି ବନ୍ଦ ରହିବ ମହାପ୍ରଭୁଙ୍କ ସାଧାରଣ ଦର୍ଶନ: ସାନିଟାଇଜ ହେବ ଶ୍ରୀମନ୍ଦିର; ସ୍ୱାଭାବିକ ଚାଲିବ ନୀତିକାନ୍ତି, କାଳିଆ ଦର୍ଶନରୁ ବଞ୍ଚିତ ହେବେ ଭକ୍ତ

କନକ ବ୍ୟୁରୋ: ଶ୍ରୀମନ୍ଦିରରେ ଆଜି ବନ୍ଦ ରହିବ ଜଗା ଦର୍ଶନ । ମନ୍ଦିରକୁ ସାନିଟାଇଜ କରିବା ପାଇଁ ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ବନ୍ଦ ରହିବ । ଗତ ଗୁରୁବାର ଠାରୁ ବିନା କୋଭିଡ୍ ରିପୋର୍ଟରେ ଶ୍ରୀଜିଉଙ୍କ ଦର୍ଶନ ପାଇଁ ଅନୁମତି ମିଳିବା ପରେ ପ୍ରତିଦିନ ଶ୍ରୀକ୍ଷେତ୍ରରେ ହଜାର ହଜାର ସଂଖ୍ୟକ ଭକ୍ତଙ୍କ ସମାଗମ ହୋଇଥିଲା । ତେବେ ପ୍ରତି ରବିବାର ସାଧାରଣ ଦର୍ଶନକୁ ବନ୍ଦ ରଖି ସାନିଟାଇଜ କରାଯିବାକୁ ପୂର୍ବରୁ ନିଷ୍ପତ୍ତି ନେଇଥିଲା ଶ୍ରୀମନ୍ଦିର ପ୍ରଶାସନ ।Continue reading “ଆଜି ବନ୍ଦ ରହିବ ମହାପ୍ରଭୁଙ୍କ ସାଧାରଣ ଦର୍ଶନ: ସାନିଟାଇଜ ହେବ ଶ୍ରୀମନ୍ଦିର; ସ୍ୱାଭାବିକ ଚାଲିବ ନୀତିକାନ୍ତି, କାଳିଆ ଦର୍ଶନରୁ ବଞ୍ଚିତ ହେବେ ଭକ୍ତ”

Design a site like this with WordPress.com
Get started