ଭାରତକୁ ଟିକା ମାଗିବାକୁ ଆତଙ୍କୀ ଦେଶ ପାକିସ୍ତାନକୁ ଲାଗୁଛିି ଲାଜ ? କରୋନା କାଳରେ ଲୋକଙ୍କ ଜୀବନ ପଛେ ବାଜିରେ ଲାଗିଥାଉ, କିନ୍ତୁ ଅହଙ୍କାରୀ ପାକିସ୍ତାନ ଭାରତକୁ ମାଗୁନି ଭ୍ୟାକସିନ୍ ।

କନକ ବ୍ୟୁରୋ : ଟିକା ପାଇଁ ନାହିଁ କି ଟଙ୍କା ? ନା ଭାରତକୁ ଟିକା ମାଗିବାକୁ ପାକିସ୍ତାନକୁ ଲାଗୁଛିି ଲାଜ ? ଭାରତକୁ ଭ୍ୟାକସିନ୍ ମାଗୁନି ପଡୋଶୀ ପାକିସ୍ତାନ ? କରୋନା ମହାମାରୀ ଭିତରେ ଯେତେବେଳେ ପୂରା ବିଶ୍ୱ ଅସହାୟ ହୋଇପଡିଥିଲା, ସେତେବେଳେ କରୋନା ଲଢ଼େଇରେ ଭୁତାଣୁକୁ ପରାସ୍ତ କରିବା ପାଇଁ ସଞ୍ଜୀବନି ସ୍ୱରୂପ ଭ୍ୟାକସିନକୁ ସାରା ବିଶ୍ୱବାସୀ ଚାହିଁ ରହିଥିଲେ । କେବେ ଭ୍ୟାକସିନ୍ ଆସିବ ଆଉ ମହାମାରୀରୁ ମୁକ୍ତି ମିଳିବ । ପାଖାପାଖିContinue reading “ଭାରତକୁ ଟିକା ମାଗିବାକୁ ଆତଙ୍କୀ ଦେଶ ପାକିସ୍ତାନକୁ ଲାଗୁଛିି ଲାଜ ? କରୋନା କାଳରେ ଲୋକଙ୍କ ଜୀବନ ପଛେ ବାଜିରେ ଲାଗିଥାଉ, କିନ୍ତୁ ଅହଙ୍କାରୀ ପାକିସ୍ତାନ ଭାରତକୁ ମାଗୁନି ଭ୍ୟାକସିନ୍ ।”

ରାସ୍ତା ଉପରେ ଛାତ୍ରଛାତ୍ରୀଙ୍କୁ ଅତର୍କିତ ଆକ୍ରମଣ । ବାଲେଶ୍ୱର ସୋରରେ ଅଶ୍ରାବ୍ୟ ଭାଷାରେ ଗାଳି କରିବା ସହ ମାଡ ମାରିଲେ ଯୁବକ ।

କନକ ବ୍ୟୁରୋ : ଛାତ୍ରଛାତ୍ରୀଙ୍କୁ ସଂଘବଦ୍ଧ ଆକ୍ରମଣ ସହ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ । ଛାତ୍ରଛାତ୍ରୀ ରାସ୍ତାକଡରେ ଠିଆ ହୋଇ କଥା ହେଉଥିବା ବେଳେ କିଛି ଯୁବକ ଅତର୍କିତ ଭାବେ ସେମାନଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଛି । ଏହାକୁ ସେମାନଙ୍କ ପରିବାର ଲୋକ ପ୍ରତିବାଦ କରିବାରୁ ସେମାନଙ୍କୁ ମଧ୍ୟ ସଂପୃକ୍ତ ଯୁବକମାନେ ଖଣ୍ଡା ଓ ବାଡିରେ ଆକ୍ରମଣ କରିଥିବା ଜଣାପଡିଛି । ବାଲେଶ୍ୱର ଜିଲ୍ଲା ସୋର ଥାନା ଅଂଚଳରେ ଏଭଳି ଘଟଣା ଘଟିଛି । ଘଟଣାରେContinue reading “ରାସ୍ତା ଉପରେ ଛାତ୍ରଛାତ୍ରୀଙ୍କୁ ଅତର୍କିତ ଆକ୍ରମଣ । ବାଲେଶ୍ୱର ସୋରରେ ଅଶ୍ରାବ୍ୟ ଭାଷାରେ ଗାଳି କରିବା ସହ ମାଡ ମାରିଲେ ଯୁବକ ।”

ଯୁବ ଓ ଛାତ୍ର ଗୋଷ୍ଠୀଙ୍କୁ ଆଖି ଆଗରେ ରଖି ବିଜେଡିର ଗୋଟି ଚାଳନା । ପ୍ରତି ଜିଲ୍ଲାରେ କ୍ରିକେଟ୍, ଫୁଟବଲ୍ ଟୁର୍ଣ୍ଣାମେଣ୍ଟ କରିବ ଦଳ । ମୟୂରଭଞ୍ଜରୁ ଶୁଭାରମ୍ଭ

କନକ ବ୍ୟୁରୋ: ଖେଳ କରିବ ବିଜେଡି । କଥାଟି ଆପଣଙ୍କୁ ରୋଚକ ଲାଗିଥାଇପାରେ । ହେଲେ ଏହା ପଛର କଥାକୁ ବୁଝିବାକୁ ଚେଷ୍ଟା କରନ୍ତୁ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ରାଜ୍ୟରେ କ୍ରମାଗତ ବଢିଚାଲିଛି । ହେଲେ ବିଭିନ୍ନ ସର୍ଭେ ରିପୋର୍ଟ କହୁଛି, ରାଜ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅନୁଗାମୀଙ୍କ ସଂଖ୍ୟା ମଧ୍ୟ କମ ନୁହେଁ । ବିଶେଷ କରି ଯୁବକ ଓ ଛାତ୍ରଗୋଷ୍ଠୀ ବିଜେପି ଆଡ଼କୁ ଢଳୁଥବା ଲକ୍ଷ୍ୟ କରାଯାଉଛି । ସେହି ଆଶଙ୍କାରେ ଯୁବContinue reading “ଯୁବ ଓ ଛାତ୍ର ଗୋଷ୍ଠୀଙ୍କୁ ଆଖି ଆଗରେ ରଖି ବିଜେଡିର ଗୋଟି ଚାଳନା । ପ୍ରତି ଜିଲ୍ଲାରେ କ୍ରିକେଟ୍, ଫୁଟବଲ୍ ଟୁର୍ଣ୍ଣାମେଣ୍ଟ କରିବ ଦଳ । ମୟୂରଭଞ୍ଜରୁ ଶୁଭାରମ୍ଭ”

ଦିନ ଦ୍ୱିପହରରେ ବୋମାମାଡ କରି ଡକାୟତି । ବଲାଙ୍ଗୀର ଖପ୍ରାଖୋଲରେ ଦୁର୍ବୃତ୍ତଙ୍କ କାଣ୍ଡ । ପୁଲିସର ଛାନଭିନ୍ ଆରମ୍ଭ

କନକ ବ୍ୟୁରୋ: ଦିନ ଦ୍ୱିପହରରେ ବୋମାମାଡ଼ କରି ଡକାୟତି । ବଲାଙ୍ଗୀର ଖପ୍ରାଖୋଲ ଶାନ୍ତିପୁର ଗାଁର ଭରତ ସାହୁଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ଓ ଟଙ୍କା ଲୁଟ କରିଛନ୍ତି ଡକାୟତ । ଦୁର୍ବୃତ୍ତ ମାନେ ପ୍ରଥମେ ବନ୍ଧୁକ, ଭୁଜାଲି ଦେଖାଇ ଘରେ ପଶି ଲୁଟ କରିଥିଲେ । ଏହା ପରେ ଗାଁରେ ବୋମା ମାଡ଼ କରି ଲୋକଙ୍କୁ ଆତଙ୍କିତ କରି ଫେରାର ହୋଇଯାଇଥିଲେ । ପୁଲିସର ୩ଟି ଟିମ ପହଚିଂ ଏବେ ସେଠାରେ ଛାନଭିନContinue reading “ଦିନ ଦ୍ୱିପହରରେ ବୋମାମାଡ କରି ଡକାୟତି । ବଲାଙ୍ଗୀର ଖପ୍ରାଖୋଲରେ ଦୁର୍ବୃତ୍ତଙ୍କ କାଣ୍ଡ । ପୁଲିସର ଛାନଭିନ୍ ଆରମ୍ଭ”

ଆସାମ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି । ଏକ ଲକ୍ଷ ଲୋକଙ୍କ ପାଇଁ ଭୂମିପଟ୍ଟା ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ ।

କନକ ବ୍ୟୁରୋ: ଗରିବ ଲୋକଙ୍କୁ ଭୂମି ପଟ୍ଟା ବାଣ୍ଟିଲେ ପ୍ରଧାନମନ୍ତ୍ରୀ ମୋଦି । ଶନିବାର ପ୍ରଧାନମନ୍ତ୍ରୀ ଆସାମ ଗସ୍ତ କରି ସେଠାରେ ଏକ ଲକ୍ଷ ଲୋକଙ୍କ ପାଇଁ ଭୂମିପଟ୍ଟା ଆବଣ୍ଟନର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ସେ ନିଜର ସମ୍ବୋଧନ ରଖି ଆସାମବାସୀଙ୍କୁ ଭୂୟସୀ ପ୍ରଂଶସା କରିଛନ୍ତି । ମୋଦି କହିଛନ୍ତି, ଆପଣମାନଙ୍କର ସେହ୍ନ ହିଁ ମୋତେ ଆସାମକୁ ନେଇଆସୁଛି । ଆସାମର ଆତ୍ମୀୟତା ପାଇବା ତାଙ୍କର ସୌଭାଗ୍ୟ । ଆଜି ଏହି ପଟ୍ଟା ବଣ୍ଟନContinue reading “ଆସାମ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି । ଏକ ଲକ୍ଷ ଲୋକଙ୍କ ପାଇଁ ଭୂମିପଟ୍ଟା ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ ।”

ବ୍ରାଣ୍ଡ ଅସଲି…ମାଲ ନକଲି : ଖାଲି ନକଲି ମଦ ନୁହେଁ ପାନ ମସଲା ବି ଭେଜାଲ; ଚଢାଉ ବେଳେ ଗଜପତି, ଜଳେଶ୍ବର ଏବଂ କୋରାପୁଟରୁ ବିପୁଳ ପରିମାଣର ନକଲି ସାମଗ୍ରୀ ଜବତ କଲା ପୋଲିସ

କନକ ବ୍ୟୁରୋ : ସାରା ରାଜ୍ୟରୁ ନକଲି ଖାଦ୍ୟ ସାମଗ୍ରୀ ଜବତ ନେଇ ପ୍ରତିଦିନ ଖବର ସାମନାକୁ ଆସୁଥିବା ବେଳେ ଚିନ୍ତାରେ ପଡିଗଲେଣି ଖାଉଟି । କେଉଁଟା ଅସଲି କେଉଁଟା ନକଲି ତାକୁ ନେଇ ଦ୍ୱଦ୍ୱରେ ପଡୁଛନ୍ତି । ଆଉ ଏତିକିବେଳେ ନିଶା ଦ୍ରବ୍ୟର ନକଲି କାରବାର ସାମନାକୁ ଆସିଛି । ଜାଣିଲେ ଆଶ୍ଚର୍ଯ୍ୟ ହେବେ ,ବ୍ରାଣ୍ଡ ଅସଲି ହେଲେ ମଦ ନକଲି । କୋରାପୁଟ କୋଟପାଡ଼ ବ୍ଲକର କୁଂଜୁଗୁଡା ଗାଁରେ ଏକ ନକଲି ମଦ କାରଖାନାContinue reading “ବ୍ରାଣ୍ଡ ଅସଲି…ମାଲ ନକଲି : ଖାଲି ନକଲି ମଦ ନୁହେଁ ପାନ ମସଲା ବି ଭେଜାଲ; ଚଢାଉ ବେଳେ ଗଜପତି, ଜଳେଶ୍ବର ଏବଂ କୋରାପୁଟରୁ ବିପୁଳ ପରିମାଣର ନକଲି ସାମଗ୍ରୀ ଜବତ କଲା ପୋଲିସ”

ତାମିଲନାଡୁରେ ମେ ମାସରେ ହେବ ବିଧାନସଭା ନିର୍ବାଚନ । ପ୍ରଚାର ଆରମ୍ଭ କଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ମୋଦିଙ୍କୁ କଲେ ଟାର୍ଗେଟ

କନକ ବ୍ୟୁରୋ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆଜି ତାମିଲନାଡୁରେ ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି । ଆସନ୍ତା ମେ ମାସରେ ତାମିଲନାଡୁରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ତେଣୁ କୋଏମ୍ବାଟୁରରେ ଆଜି ରୋଡ ଶୋ କରି ପ୍ରଚାରର ଶୁଭାରମ୍ଭ କରିଛନ୍ତି ରାହୁଲ । ଏହି ଅବସରରେ ସେ ରାଲିକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି । କହିଛନ୍ତି, ଦେଶର ଯୁବକଙ୍କୁ ଚାକିରି ଦିଆଯାଇ ପାରୁନାହିଁ । ଅର୍ଥବ୍ୟବସ୍ଥା ସଂପୂର୍ଣ୍ଣ ଭୁଷୁୁଡି ପଡିଛିContinue reading “ତାମିଲନାଡୁରେ ମେ ମାସରେ ହେବ ବିଧାନସଭା ନିର୍ବାଚନ । ପ୍ରଚାର ଆରମ୍ଭ କଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ମୋଦିଙ୍କୁ କଲେ ଟାର୍ଗେଟ”

ନେତାଜୀ ଜୟନ୍ତୀରେ ମମତାଙ୍କ ଶକ୍ତି ପ୍ରଦର୍ଶନ । ୯ କିଲୋମିଟର ବ୍ୟାପୀ ପଦଯାତ୍ରା ଆରମ୍ଭ । ଦେଶନାୟକ ଦିବସ ପାଳୁଛି ପଶ୍ଚିମବଙ୍ଗ

କନକ ବ୍ୟୁରୋ: ନେତାଜୀ ଜୟନ୍ତୀରେ ପଶ୍ଚିମବଙ୍ଗରେ ଶକ୍ତି ପ୍ରଦର୍ଶନ କଲେ ମମତା । ଦୀର୍ଘ ୯ କିଲୋମିଟର ବ୍ୟାପୀ ଆରମ୍ଭ କଲେ ପଦଯାତ୍ରା । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶନିବାର ନେତାଜୀ ଜୟନ୍ତୀକୁ ପରାକ୍ରମ ଦିବସ ଭାବେ ପାଳନ କରିବା ସହିତ ଶ୍ୟାମ ବଜାରରୁ ରେଡ୍ ରୋଡ୍ ପର୍ଯ୍ୟନ୍ତ ରୋଡ୍ ସୋ ଆରମ୍ଭ କରିଛନ୍ତି । ଏହି ରୋଡ୍ ସୋରେ ତମାମ ଟିଏମସି ନେତାଙ୍କ ସହିତ ହଜାର ହଜାର ଜନସାଧାରଣ ସାମିଲ ହୋଇଥିବା ଦେଖିବାକୁ ମିଳିଛିContinue reading “ନେତାଜୀ ଜୟନ୍ତୀରେ ମମତାଙ୍କ ଶକ୍ତି ପ୍ରଦର୍ଶନ । ୯ କିଲୋମିଟର ବ୍ୟାପୀ ପଦଯାତ୍ରା ଆରମ୍ଭ । ଦେଶନାୟକ ଦିବସ ପାଳୁଛି ପଶ୍ଚିମବଙ୍ଗ”

ଦିନେ ଅଟୋ ଚଳାଇ ପରିବାର ପୋଷୁଥିଲେ ବାପା । ଆଜି ନିଜ ଟଙ୍କାରେ ବିଏମଡବ୍ଲ୍ୟୁ କାର୍ କିଣିଲା ପୁଅ । ଟିମ୍ ଇଣ୍ଡିଆର ପେସ୍ ବୋଲର ମହମ୍ମଦ ସିରାଜଙ୍କ ସଂଘର୍ଷ କାହାଣୀ

କନକ ବ୍ୟୁରୋ: ଅଟୋଚାଳକର ପୁଅରୁ ବିଏମଡବ୍ଲ୍ୟୁ କାରର ମାଲିକ । ଆମେ କହୁଛୁ ଭାରତୀୟ ପେସ୍ ବୋଲର ମହମ୍ମଦ ସିରାଜଙ୍କ କଥା । ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜରୁ ଫେରିବା ପରେ ଟିମ୍ ଇଣ୍ଡିଆର ଏହି ଦ୍ରୁତ ବୋଲର ନିଜ ଟଙ୍କାରେ ଏକ ବିଏମ୍ଡବ୍ଲ୍ୟୁ କାର୍ କିଣିଛନ୍ତି । ଏନେଇ ସେ ତାଙ୍କର ସୋସିଆଲ୍ ମିଡିଆ ସାଇଟ୍ ଜରିଆରେ ସୂଚନା ଦେଇଛନ୍ତି । ଏଠାରେ ଆମେ କହିରଖୁଛୁ ଯେ, ମହମ୍ମଦ ସିରାଜ ଜଣେ ସାଧାରଣ ପରିବାରରୁ ଆସିContinue reading “ଦିନେ ଅଟୋ ଚଳାଇ ପରିବାର ପୋଷୁଥିଲେ ବାପା । ଆଜି ନିଜ ଟଙ୍କାରେ ବିଏମଡବ୍ଲ୍ୟୁ କାର୍ କିଣିଲା ପୁଅ । ଟିମ୍ ଇଣ୍ଡିଆର ପେସ୍ ବୋଲର ମହମ୍ମଦ ସିରାଜଙ୍କ ସଂଘର୍ଷ କାହାଣୀ”

ଜାତୀୟ ରାଜପଥରେ ହାତୀ ଆତଙ୍କ : ହାତୀଙ୍କୁ ରାସ୍ତା ଉପରୁ ବନକର୍ମଚାରୀ ଘଉଡାଇବା ପରେ ଗମନାଗମନ ସ୍ୱାଭାବିକ

କନକ ବ୍ୟୁରୋ : ଖୋର୍ଦ୍ଧା ଦେଇ ଯାଇଥିବା ୧୬ ନଂବର ଜାତୀୟ ରାଜପଥରେ ହାତୀ ଆତଙ୍କ । ସଦର ଥାନା ନିକଟ ଦଳେଇପୁଟ ନିକଟସ୍ଥ ରାଜପଥରେ ଆଜି ସକାଳୁ ଦୁଇଟି ହାତୀ ବୁଲାବୁଲି କରୁଥିଲେ । ସେହିବାଟ ଦେଇ ଯାଉଥିବା ଲୋକ ରାସ୍ତା ଉପରେ ହାତୀକୁ ଦେଖି ଭୟରେ ଏଣେ ତେଣେ ଦୌଡାଦୌଡି କରିଥିଲେ । ଫଳରେ ୧୬ ନଂବର ଜାତୀୟ ରାଜପଥରେ ଯାତାୟତ ବାଧାପ୍ରାପ୍ତ ହୋଇଥିଲା । ଖବର ପାଇ ଘଟଣାସ୍ଥଳରେ ବିନବିଭାଗ କର୍ମଚାରୀ ପହଂଚି,Continue reading “ଜାତୀୟ ରାଜପଥରେ ହାତୀ ଆତଙ୍କ : ହାତୀଙ୍କୁ ରାସ୍ତା ଉପରୁ ବନକର୍ମଚାରୀ ଘଉଡାଇବା ପରେ ଗମନାଗମନ ସ୍ୱାଭାବିକ”

Design a site like this with WordPress.com
Get started