କନକ ବ୍ୟୁରୋ: ଆଜି ଭାରତୀୟ ମୁକ୍ତି ସଂଗ୍ରାମର ମହାନ୍ ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ପବିତ୍ର ଜନ୍ମ ଦିବସ । ଆଜିଠାରୁ ସାରା ଦେଶରେ ନେତାଜୀଙ୍କର ୧୨୫ତମ ଜନ୍ମ ବାର୍ଷିକୀ ପାଳନ ଆରମ୍ଭ ହୋଇଛି । ଏହି ଅବସରରେ ନେତାଜୀଙ୍କୁ ତାଙ୍କର ଜନ୍ମସ୍ଥାନ କଟକରେ ଭକ୍ତିପୁତ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କଟକ ଓଡିଆ ବଜାରସ୍ଥିତ ନେତାଜୀଙ୍କର ଜନ୍ମ ସ୍ଥାନ ଜାନକୀନାଥ ଭବନକୁ ଯାଇ ରାଜ୍ୟବାସୀଙ୍କ ତରଫରୁ ଶ୍ରଦ୍ଧା ସୁମନ ଅର୍ପଣContinue reading “ନେତାଜୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ମୁଖ୍ୟମନ୍ତ୍ରୀ । ନେତାଜୀ ବସ୍ ଟର୍ମିନାଲର କଲେ ଶିଳାନ୍ୟାସ । କହିଲେ, ନେତାଜୀଙ୍କ ଜନ୍ମ ସ୍ଥାନକୁ ଗଲେ ସେ ଭାବୁକ ହୋଇଯାଆନ୍ତି ।”
Tag Archives: News
ରିମାଣ୍ଡରେ ଗଲା କିଡନୀ କେଳେଙ୍କାରୀର କିଙ୍ଗପିନ୍ ହିଂମାଶୁ ଭୂଷଣ ନନ୍ଦ: ୩ଦିନିଆ ରିମାଣ୍ଡରେ ନେଲା ଲକ୍ଷ୍ମୀସାଗର ଥାନା ପୁଲିସ
କନକ ବ୍ୟୁରୋ: କିଡନୀ କେଳେଙ୍କାରୀର କିଙ୍ଗପିନ୍ ହିମାଂଶୁ ଭୂଷଣ ନନ୍ଦକୁ ରିମାଣ୍ଡରେ ନେଇଛି ପୁଲିସ । ଅନ୍ତରାଜ୍ୟ କିଡନୀ ଠକେଇ ରାକେଟରେ କିଙ୍ଗପିନ୍ ହିମାଂଶୁ ଭୂଷଣ ନନ୍ଦକୁ ପଚରାଉଚରା କରିବା ପାଇଁ ଲକ୍ଷ୍ମୀସାଗର ଥାନା ପୁଲିସ ୩ ଦିନିଆ ରିମାଣ୍ଡରେ ନେଇଛି । ଲକ୍ଷ୍ମୀସାଗର ଥାନା ପୋଲିସ ଝାରପଡ଼ା ଜେଲରୁ ହିମାଂଶୁକୁ ରିମାଣ୍ଡରେ କିଡନୀ କେଳେଙ୍କାରୀ ନେଇ ପଚରାଉଚରା କରିବ । ଲକ୍ଷ୍ମୀସାଗର ଅଂଚଳରେ ରହୁଥିବା ଅନୁଗୁଳର ମିଲି ସାହୁଙ୍କ ଠାରୁ କିଡ଼ନୀ ପାଇଁ ୧ଲକ୍ଷ ୧୩Continue reading “ରିମାଣ୍ଡରେ ଗଲା କିଡନୀ କେଳେଙ୍କାରୀର କିଙ୍ଗପିନ୍ ହିଂମାଶୁ ଭୂଷଣ ନନ୍ଦ: ୩ଦିନିଆ ରିମାଣ୍ଡରେ ନେଲା ଲକ୍ଷ୍ମୀସାଗର ଥାନା ପୁଲିସ”
ଜାନକୀନାଥ ଭବନରେ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ କେନ୍ଦ୍ରମନ୍ତ୍ରୀ : କହିଲେ, ନେତାଜୀଙ୍କ ପରାକ୍ରମ ଯୁବପୀଢିଙ୍କୁ ଶତାବ୍ଦି ଶତାବ୍ଦି ଧରି ପ୍ରେରିତ କରିବ
ନେତାଜୀଙ୍କ ସାହାସ, ବୀରତ୍ୱ ଓ ଆତ୍ମବଳିଦାନର ଗାଥା ଥିଲା ଅତୁଳନୀୟ “ମୋତେ ରକ୍ତ ଦିଅ, ମୁଁ ତୁମକୁ ସ୍ୱାଧୀନତା ଦେବି” ଏ ଦୁଇଟି ଶବ୍ଦ ସେ ସମୟରେ ଯୁବକଙ୍କ ମଧ୍ୟରେ ନୂଆ ଉନ୍ମାଦନା ସୃଷ୍ଟି କରିଥିଲା କନକ ବ୍ୟୁରୋ : ଓଡ଼ିଶା ମାଟିର ବରପୁତ୍ର ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପରାକ୍ରମ ତଥା ଦେଶ ସ୍ୱାଧୀନତା ପାଇଁ ତାଙ୍କର ସଂଘର୍ଷ, ତ୍ୟାଗ, ବଳିଦାନ ଓ ସଂସ୍କାର ଯୁବପୀଢିଙ୍କୁ ଶତାବ୍ଦି ଶତାବ୍ଦି ଧରି ପ୍ରେରିତ କରିବ ବୋଲି ଶନିବାରContinue reading “ଜାନକୀନାଥ ଭବନରେ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ କେନ୍ଦ୍ରମନ୍ତ୍ରୀ : କହିଲେ, ନେତାଜୀଙ୍କ ପରାକ୍ରମ ଯୁବପୀଢିଙ୍କୁ ଶତାବ୍ଦି ଶତାବ୍ଦି ଧରି ପ୍ରେରିତ କରିବ “
ଦୋକାନର ସଟର ତାଡି ସୁନା ଗହଣା ଲୁଟ୍
କନକ ବ୍ୟୁରୋ: ଦୋକାନର ସଟର ତାଡି ସୁନା ଗହଣା ଲୁଟ୍ । ଗଂଜାମ ଜିଲ୍ଲା ଚିିକିଟି ବ୍ଲକ ନୂଆ ଗାଁ ଥାନା ଅଞ୍ଚଳର ଚିକିଟି ପେଣ୍ଠ ଗାଁରେ ଥିବା ଶିବାଜୀ ଜୁଏଲର୍ସର ଦୋକାନର କବାଟ ତାଡି ଗହଣା ଲୁଟିନେଇଛନ୍ତି ଦୁର୍ବୃତ୍ତ । ଅଭିଯୋଗ ପାଇବା ପରେ ନୂଆଗାଁ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସେପଟେ ପୁଲିସ୍ ଜୁଏଲାରୀ ଦୋକାନରେ ଥିବା ସିସିଟିଭିକୁ ଯାଞ୍ଚ କରିବା ସହ ଛାନଭିନ୍ କରୁଥିବା ବେଳେ କେତେ ଭରିContinue reading “ଦୋକାନର ସଟର ତାଡି ସୁନା ଗହଣା ଲୁଟ୍”
କଟକ ନେତାଜୀ ବସ୍ ଟର୍ମିନାଲର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ । କହିଲେ, ଅନ୍ତର୍ଜାତୀୟ ସ୍ତରର ହେବ ଏହି ବସ୍ ଟର୍ମିନାଲ
କନକ ବ୍ୟୁରୋ: କଟକରେ ଶିଳାନ୍ୟାସ ହେଲା ନେତାଜୀ ବସ ଟର୍ମିନାଲ । ଅତ୍ୟାଧୁନିକ ବସ ଟର୍ମିନାଲର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କହିଲେ, ଅନ୍ତର୍ଜାତୀୟ ସ୍ତରର ହେବ କଟକ ଏହି ବସ୍ ଟର୍ମିନାଲ । ଶନିବାର ନେତାଜୀ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକ ଗସ୍ତ କରି ସେଠାରେ ଅତ୍ୟାଧୁନିକ ନେତାଜୀ ବସ୍ ଟର୍ମିନାଲର ଶିଳାନ୍ୟାସ କରିଛନ୍ତି । ୧୧ ହଜାର ବର୍ଗ ମିଟରରେ ଏହି ବସ ଟର୍ମିନାଲଟିର ନିର୍ମାଣ ହେବ ।Continue reading “କଟକ ନେତାଜୀ ବସ୍ ଟର୍ମିନାଲର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ । କହିଲେ, ଅନ୍ତର୍ଜାତୀୟ ସ୍ତରର ହେବ ଏହି ବସ୍ ଟର୍ମିନାଲ”
ସାଲେପୁରରେ ଜମିବାଡି ଗଣ୍ଡଗୋଳକୁ କେନ୍ଦ୍ର କରି ବିଭତ୍ସ ହତ୍ୟାକାଣ୍ଡ ! ବଜାରକୁ ଯାଉଥିବା ବେଳେ ନାବାଳକର ଖଣ୍ଡାଚୋଟରେ ଯୁବକ ମୃତ
କନକ ବ୍ୟୁରୋ: କଟକ ଜିଲ୍ଲା ସାଲେପୁରରେ ଜମିବାଡି ଗଣ୍ଡଗୋଳକୁ ନେଇ ଯୁବକଙ୍କୁ ହତ୍ୟା ଅଭିଯୋଗ । ସାଲେପୁର ମାଛୁଆତି ଗାଁର ସତ୍ୟପ୍ରକାଶ ମଲ୍ଲିକ ଗତକାଲି ରାତିରେ ସାଲେପୁର ବଜାରରୁ ଚାଲି ଚାଲି ଫେରୁଥିବା ସମୟରେ ପୂର୍ବରୁ ମାରଣାସ୍ତ୍ର ଧରି ପ୍ରସ୍ତୁତ ଥିବା ଜଣେ ନାବାଳକ ତାଙ୍କୁ ଆକ୍ରମଣ କରିଥିଲେ । ତେବେ ହଠାତ ଖଣ୍ଡାରେ ପଛପଟୁ ଚୋଟ ପକାଇବା ଫଳରେ ଅପ୍ରସ୍ତୁତ ଥିବା ସତ୍ୟପ୍ରକାଶ ଏହାର ପ୍ରତିବାଦ କରିପାରିନଥିଲେ । ଆହତ ସତ୍ୟପ୍ରକାଶଙ୍କୁ ପ୍ରଥମେ ସାଲେପୁର ମେଡିକାଲକୁContinue reading “ସାଲେପୁରରେ ଜମିବାଡି ଗଣ୍ଡଗୋଳକୁ କେନ୍ଦ୍ର କରି ବିଭତ୍ସ ହତ୍ୟାକାଣ୍ଡ ! ବଜାରକୁ ଯାଉଥିବା ବେଳେ ନାବାଳକର ଖଣ୍ଡାଚୋଟରେ ଯୁବକ ମୃତ”
ଖେଳରେ ପଶିଲା ବିଜେଡି…! ଯୁବ ଭୋଟରଙ୍କୁ ଆକୃଷ୍ଠ କରିବାକୁ ନୂଆ ରଣନୀତି: ମୟୂରଭଞ୍ଜ ପ୍ରିମିୟମ୍ ଲିଗରୁ ଆରମ୍ଭ
କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ବଢୁଛି। ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅନୁଗାମୀଙ୍କ ସଂଖ୍ୟା ମଧ୍ୟ କିଛି କମ୍ ନୁହେଁ। ଯୁବ, ଛାତ୍ର ବିଜେପି ଆଡକୁ ବେଶି ଢଳୁଥିବା ଲକ୍ଷ୍ୟ କରାଯାଉଛି। ନିକଟରେ କିଛି ସର୍ଭରେ ଏହାର ଆଭାସ ମିଳିବା ପରେ ବିଜେଡି ଏହାର ମୁକାବିଲା ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛି। ଗତ ସାଧାରଣ ନିର୍ବାଚନ ପୂର୍ବରୁ ମଧ୍ୟ ଏଭଳି ସ୍ଥିତି ଥିଲା। ହେଲେ ବିଜେଡି ଶେଷ ମୁହୂର୍ତ୍ତରେ ଏହି ଭୋଟ ବ୍ୟାଙ୍କକୁContinue reading “ଖେଳରେ ପଶିଲା ବିଜେଡି…! ଯୁବ ଭୋଟରଙ୍କୁ ଆକୃଷ୍ଠ କରିବାକୁ ନୂଆ ରଣନୀତି: ମୟୂରଭଞ୍ଜ ପ୍ରିମିୟମ୍ ଲିଗରୁ ଆରମ୍ଭ”
ଆଗ୍ରହରେ ଟିକା ନେଉଛି ଓଡିଶା: ୭ଦିନରେ ଟିକା ନେଲେଣି ୧ ଲକ୍ଷ ୨୧ ହଜାର ସ୍ୱାସ୍ଥ୍ୟକର୍ମୀ ଓ ଆଗଧାଡିର କରୋନା ଯୋଦ୍ଧା; ସାରା ଦେଶରେ କରୋନା ଟିକାକରଣରେ ଓଡିଶା ତୃତୀୟ
କନକ ବ୍ୟୁରୋ: କରୋନା ଟିକାକୁ ନେଇ କାଁ ଭାଁ କେତେକ ସ୍ଥାନରେ ଅବିଶ୍ୱାସର ଖବର ଭିତରେ ଓଡିଶାରୁ ଆସିଛି ଉତ୍ସାହଜନକ ଖବର । କରୋନା ଟିକା ନେବାରେ ସାରାଦେଶରେ ତୃତୀୟ ଓଡିଶା । ଗତ ୭ ଦିନରେ ରାଜ୍ୟରେ ଟିକା ନେଲେଣି ୧ ଲକ୍ଷ ୨୧ ହଜାର ସ୍ୱାସ୍ଥ୍ୟକର୍ମୀ ଓ ଆଗଧାଡିର କୋଭିଡ ଯୋଦ୍ଧା । କର୍ଣ୍ଣାଟକ ଓ ଆନ୍ଧ୍ରପ୍ରଦେଶ ପରେ ତୃତୀୟରେ ରହିଛି ଓଡିଶା । ଗତ ୭ ଦିନ ଭିତରେ କର୍ଣ୍ଣାଟକରେ ସର୍ବାଧିକ ୧ Continue reading “ଆଗ୍ରହରେ ଟିକା ନେଉଛି ଓଡିଶା: ୭ଦିନରେ ଟିକା ନେଲେଣି ୧ ଲକ୍ଷ ୨୧ ହଜାର ସ୍ୱାସ୍ଥ୍ୟକର୍ମୀ ଓ ଆଗଧାଡିର କରୋନା ଯୋଦ୍ଧା; ସାରା ଦେଶରେ କରୋନା ଟିକାକରଣରେ ଓଡିଶା ତୃତୀୟ”
ନେତାଜୀଙ୍କ ନାଁରେ ହେବ କଟକ ବସ୍ ଟର୍ମିନାଲ: ଆଜି ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
କନକ ବ୍ୟୁରୋ: ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ ତମ ଜୟନ୍ତୀ । ନେତାଜୀଙ୍କ ଜନ୍ମସ୍ଥାନ କଟକର ଓଡିଆ ବଜାରସ୍ଥିତ ଜାନକୀନାଥ ଭବନ ସକାଳୁ ସକାଳୁ ଚଳଚଞ୍ଚଳ ହୋଇ ଉଠିଛି । ବହୁ ନେତା ଏବଂ ମାନ୍ୟଗଣ୍ୟ ବ୍ୟକ୍ତିମାନେ ପହଞ୍ଚି ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଛନ୍ତି । ଏଥିସହ ନେତାଜୀଙ୍କ ସଂଗ୍ରହାଳୟ ବୁଲି ତାଙ୍କ ଜୀବନ କାହାଣୀକୁ ମନେ ପକାଇଛନ୍ତି । ଅନ୍ୟପଟେ, ଆଜି କଟକ ଆସି ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମାଲ୍ୟାର୍ପଣ କରିବାରContinue reading “ନେତାଜୀଙ୍କ ନାଁରେ ହେବ କଟକ ବସ୍ ଟର୍ମିନାଲ: ଆଜି ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ”
ରାଜନୀତିରେ ନେତାଜୀ ଜୟନ୍ତୀ, ମୋଦି ବନାମ ମମତା । ଆଜିର ଦିନକୁ ଦେଶବ୍ୟାପୀ ‘ପରାକ୍ରମ ଦିବସ’ ଭାବେ ପାଳନ କରୁଛନ୍ତି କେନ୍ଦ୍ର ସରକାର
କନକ ବ୍ୟୁରୋ: ଆଜି ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ୧୨୫ ତମ ଜନ୍ମ ଜୟନ୍ତୀ । ହେଲେ ପଶ୍ଚିମବଙ୍ଗରେ ନେତାଜୀ ଜୟନ୍ତୀଙ୍କୁ ନେଇ ଜୋର ଧରିଛି ରାଜନୀତି । ମୁହାଁମୁହିଁ ହୋଇଛନ୍ତି କେନ୍ଦ୍ର ଓ ପଶ୍ଚିମବଙ୍ଗ ସରକାର । ନେତାଜୀ ଜୟନ୍ତୀକୁ ଅର୍ଥାତ ଆଜିର ଦିନକୁ ପରାକ୍ରମ ଦିବସ ଭାବେ ପାଳନ କରିବାକୁ ଯାଉଛନ୍ତି କେନ୍ଦ୍ର ସରକାର । ଏପରିକି ଆଜି ପଶ୍ଚିମବଙ୍ଗ ଗସ୍ତ କରି ସେଠାରେ ସୁବାଷ ବୋଷଙ୍କ ଜୟନ୍ତୀ ପାଳନ କରିବା ପାଇଁ ପ୍ରଧାନମନ୍ତ୍ରୀContinue reading “ରାଜନୀତିରେ ନେତାଜୀ ଜୟନ୍ତୀ, ମୋଦି ବନାମ ମମତା । ଆଜିର ଦିନକୁ ଦେଶବ୍ୟାପୀ ‘ପରାକ୍ରମ ଦିବସ’ ଭାବେ ପାଳନ କରୁଛନ୍ତି କେନ୍ଦ୍ର ସରକାର”