ଫୋର୍ବସ ତାଲିକାରେ ସାମିଲ ହେଲା ଓଡ଼ିଆ ପୁଅଙ୍କ କମ୍ପାନୀ । ୨୦୨୧ ମସିହାରେ ରଚିପାରେ ଇତିହାସ

କନକ ବ୍ୟୁରୋ: ବିଶ୍ୱର ଜଣାଶୁଣା ପତ୍ରିକା ଫୋର୍ବସରେ ସ୍ଥାନ ପାଇଛି ଓଡ଼ିଆ ସଫ୍ଟୱେୟାର ଇଂଜିନିୟରଙ୍କ କମ୍ପାନୀ | ୨୦୨୧ ମସିହାରେ ବିଶ୍ୱର ଲର୍ଣ୍ଣିଙ୍ଗ ଷ୍ଟାର୍ଟଅପ ତାଲିକାରେ ଓଡ଼ିଆ ସଫ୍ଟୱେୟାର ଇଂଜିନିୟର ପ୍ରୀତିମାଧବ ପାଢ଼ୀଙ୍କ କମ୍ପାନୀ କଗନିନୋ ସ୍ଥାନ ପାଇଛି | ମାଇକ୍ରୋସଫ୍ଟରେ ୧୨ ବର୍ଷର ଅଭିଜ୍ଞତାକୁ ପାଥେୟ କରି ପ୍ରୀତିମାଧବ ପାଢ଼ୀ ନିଜ କମ୍ପାନୀ କଗନିନୋକୁ ଆରମ୍ଭ କରିଥିଲେ | ଆଉ ବିଶ୍ୱର ସର୍ବଶ୍ରେଷ୍ଠ ଟେକ୍ନୋଲୋଜି କମ୍ପାନୀ ତାଲିକାରେ ଏବେ ପ୍ରୀତିମାଧବଙ୍କ କମ୍ପାନୀ ସ୍ଥାନ ପାଇଛି |Continue reading “ଫୋର୍ବସ ତାଲିକାରେ ସାମିଲ ହେଲା ଓଡ଼ିଆ ପୁଅଙ୍କ କମ୍ପାନୀ । ୨୦୨୧ ମସିହାରେ ରଚିପାରେ ଇତିହାସ”

ରାଜସ୍ଥାନ ଭରତପୁରରୁ ଆସିଲା ଆଶ୍ଚର୍ଯ୍ୟଜନକ ମାମଲା । ପାଞ୍ଚ ମାସ ଭିତରେ ୩୧ ଥର କରୋନା ପଜିଟିଭ୍ ହେଲେ ମହିଳା

କନକ ବ୍ୟୁରୋ: ରାଜସ୍ଥାନର ଭରତପୁରରେ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଗତ ପାଞ୍ଚ ମାସ ଭିତରେ ଜଣେ ମହିଳା ୩୧ ଥର କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି | ମିଳିଥିବା ସୂଚନା ମୁତାବକ ଏହି ମହିଳାଙ୍କ ନାମ ସାରଦା ହୋଇଥିବାବେଳେ ସେପ୍ଟେମ୍ବର ୪, ୨୦୨୦ରେ ପ୍ରଥମ ଥର ପାଇଁ ତାଙ୍କର କରୋନା ପରୀକ୍ଷା କରାଯାଇଥିଲା ଆଉ ସେତେବେଳେ ତାଙ୍କର କରୋନା ପଜିଟିଭ ଆସିଥିଲା | ସେପ୍ଟେମ୍ବର ମାସ ପରେ ଆଜି ପର୍ଯ୍ୟନ୍ତ ସାରଦାଙ୍କର ୩୧ ଥରContinue reading “ରାଜସ୍ଥାନ ଭରତପୁରରୁ ଆସିଲା ଆଶ୍ଚର୍ଯ୍ୟଜନକ ମାମଲା । ପାଞ୍ଚ ମାସ ଭିତରେ ୩୧ ଥର କରୋନା ପଜିଟିଭ୍ ହେଲେ ମହିଳା”

ମୋବାଇଲ୍ ରିଚାର୍ଜ ନାଁ’ରେ ଠକେଇ, କଟକ ୪୨ ମୌଜାରୁ ଆସିଲା ସଙ୍ଗୀନ ଅଭିଯୋଗ

କନକ ବ୍ୟୁରୋ: ୯୯୯ ଟଙ୍କା ରିଚାର୍ଜ କର । ବର୍ଷକ ପାଇଁ ଅନଲିମିଟେଡ୍ କଲ ସହ ଦିନକୁ ୨ ଜିବି ଡାଟା ପାଅ । ଏମିତି ଏକ ଲୋଭନୀୟ ଅଫରର ଶିକାର ହୋଇଛନ୍ତି ରାଜ୍ୟର ହଜାର ହଜାର ଗ୍ରାହକ । ଅଭିଯୋଗ ହୋଇଛି ଯେ, କଟକ ୪୨ ମୌଜାର “ସାଙ୍ଗଭି ଏଂଟରପ୍ରାଇଜର୍ସ’ ନାମକ ଏକ ସଂସ୍ଥା ଏଭଳି ଅଫର ଦେଇ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଛି । ଠକାମୀର ନୂଆ ଫର୍ମୁଲା ୯୯୯ ଟଙ୍କାରେ ମୋବାଇଲ୍Continue reading “ମୋବାଇଲ୍ ରିଚାର୍ଜ ନାଁ’ରେ ଠକେଇ, କଟକ ୪୨ ମୌଜାରୁ ଆସିଲା ସଙ୍ଗୀନ ଅଭିଯୋଗ”

ବଜାରରେ ବୁଲୁଛି ନକଲି ସାମଗ୍ରୀ । ସଚେତନ ନହେଲେ ଆପଣ ବି ଠକିଯିବେ

କନକ ବ୍ୟୁରୋ: ଅସଲି ରୂପରେ ବଜାରରେ ବୁଲୁଛି ନକଲି ସାମଗ୍ରୀ । ନାମୀଦାମୀ ବ୍ରାଣ୍ଡର ପ୍ୟାକେଟରେ ବିକ୍ରି ହେଉଛି ନକଲି ଖାଦ୍ୟ ପଦାର୍ଥ । ଗତ କିଛି ଦିନ ହେଲା କଟକ, ଜଗତପୁର, ସମ୍ବଲପୁର, ଭୁବନେଶ୍ୱର ଉପକଣ୍ଠ ପାହାଳ ଓ ବ୍ରହ୍ମପୁର ଅଂଚଳରୁ ନକଲି ସାମଗ୍ରୀ ଜବତ ହେବା ଗ୍ରାହକଙ୍କୁ ଚିନ୍ତାରେ ପକାଇଛି । ସ୍ଥିତି ଏପରି ହେଲାଣି ଅସଲି କେଉଁଟା, ନକଲି କେଉଁଟା ତାହା ନ ଜାଣିଲେ ଠକି ଯିବାର ସମ୍ଭାବନା ରହିଛି । ଆସନ୍ତୁContinue reading “ବଜାରରେ ବୁଲୁଛି ନକଲି ସାମଗ୍ରୀ । ସଚେତନ ନହେଲେ ଆପଣ ବି ଠକିଯିବେ”

ଧାନ କିଣାକୁ ନେଇ ହଙ୍ଗାମା । ୭୨ ଘଣ୍ଟାର ମହଲତ ଦେଲା ବିଜେପି

କନକ ବ୍ୟୁରୋ: ମଣ୍ଡିରେ ଧାନ ଉଠାଣକୁ ନେଇ ସମ୍ବଲପୁର ଟାଉନ ଥାନାରେ ଡେରା ପକାଇଥିବା ବିଜେପି ନେତା ଓ କର୍ମୀ ଥାନାରେ ଧସେଇ ପଶିବାକୁ ଉଦ୍ୟମ କରିବା ବେଳେ ଆଜି ପୁଣି ପୁଲିସ ସହ ଠେଲାପେଲା ହୋଇଥିଲା । ଏହାପରେ ବରିଷ୍ଠ ନେତା କେଭି ସିଂ ଦେଓ ଏବଂ ସୁରେଶ ପୂଜାରୀଙ୍କ ନେତୃତ୍ୱରେ ୯ ଜଣିଆ ପ୍ରତିନିଧି ଦଳ ଆରଡିସି ଏବଂ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ଆଲୋଚନା ପରେ ରାଜ୍ୟ ସରକାରଙ୍କୁ ୩Continue reading “ଧାନ କିଣାକୁ ନେଇ ହଙ୍ଗାମା । ୭୨ ଘଣ୍ଟାର ମହଲତ ଦେଲା ବିଜେପି”

ନିଜ ସ୍କୁଲରେ ପରୀକ୍ଷା ଦେବେ ମାଟ୍ରିକ ପରୀକ୍ଷାର୍ଥୀ । ସୁରକ୍ଷା ପାଇଁ ମାଧ୍ୟମିକ ଶିକ୍ଷା ବୋର୍ଡର ନିଷ୍ପତି

କନକ ବ୍ୟୁରୋ: କରୋନା କାଳରେ ପିଲାଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଇଛି ମାଧ୍ୟମିକ ଶିକ୍ଷା ବୋର୍ଡ । ତେଣୁ ନିଜ ନିଜ ସ୍କୁଲରେ ପିଲାଙ୍କ ପାଇଁ ପରୀକ୍ଷା କେନ୍ଦ୍ର କରିବା ପାଇଁ ନିଷ୍ପତି ନିଆଯାଇଛି । ତେବେ ପରୀକ୍ଷା ପରିଚାଳନା କରିବା ପାଇଁ ଅନ୍ୟ ସ୍କୁଲରୁ ଶିକ୍ଷକ ଆସିବେ ବୋଲି ସୂଚନା ଦେଇଛନ୍ତି ବୋର୍ଡ ସଭାପତି ରାମାଶିଷ ହାଜରା । କୋଭିଡ୍ ନିୟମ ଭିତରେ ଏଥର ପରୀକ୍ଷା ପରିଚାଳନା କରାଯିବ ବୋଲି କୁହାଯାଇଛିା ପ୍ରଶ୍ନପତ୍ର ଶୈଳୀରେ ହୋଇଛି ପରିବର୍ତ୍ତନContinue reading “ନିଜ ସ୍କୁଲରେ ପରୀକ୍ଷା ଦେବେ ମାଟ୍ରିକ ପରୀକ୍ଷାର୍ଥୀ । ସୁରକ୍ଷା ପାଇଁ ମାଧ୍ୟମିକ ଶିକ୍ଷା ବୋର୍ଡର ନିଷ୍ପତି”

ମାଲକାନଗିରି ଓ କାଲିିମେଳାରେ ତେଲ ଦର ଆକାଶ ଛୁଆଁ । ପେଟ୍ରୋଲ ଲିଟର ପିଛା ଦାମ ୯୧ ‘ଟଙ୍କା ଉପରେ । ଡିଜେଲ ଦାମ ବି ୮୭ ଟଙ୍କା ପାର୍

କନକ ବ୍ୟୁରୋ: ମାଲକାନଗିରିରେ ରେକର୍ଡ କରିଛି ତେଲ ଦର । ପେଟ୍ରୋଲ ଲିଟରପିଛା ୯୧ ଟଙ୍କା ଅତିକ୍ରମ କରିଥିବାବେଳେ ଡିଜେଲ ବି ଲିଟର ପିଛା ୮୭ ଟଙ୍କା ପାର କରିଛି । ସେହିଭଳି କାଲିିମେଳାରେ ବି ପେଟ୍ରୋଲ ଲିଟର ପିଛା ଦାମ ରହିଛି ପାଖାପାଖି ୯୨ ଟଙ୍କା । କାଲିମେଳାରେ ଗତ ଦୁଇଦିନ ହେଲା ପେଟ୍ରେଲ ପମ୍ପ ଖୋଲୁନଥିବାରୁ ଲୋକେ ହଇରାଣର ସମ୍ମୁଖୀନ ହୋଇଛନ୍ତି । ପରିବହନ ଖର୍ଚ୍ଚର୍ ଓ ଅନ୍ୟ ଆନୁଷଙ୍ଗିକ ଖର୍ଚ୍ଚ ଯୋଗୁଁ ମାଲକାନଗିରିContinue reading “ମାଲକାନଗିରି ଓ କାଲିିମେଳାରେ ତେଲ ଦର ଆକାଶ ଛୁଆଁ । ପେଟ୍ରୋଲ ଲିଟର ପିଛା ଦାମ ୯୧ ‘ଟଙ୍କା ଉପରେ । ଡିଜେଲ ଦାମ ବି ୮୭ ଟଙ୍କା ପାର୍”

ବର୍ଡର-ଗାଭାସ୍କର ଟ୍ରଫି ବିଜୟ ପରେ ଟିମ୍ ଇଣ୍ଡିଆକୁ ଶୁଭେଚ୍ଛାର ସୁଅ । ଦଳକୁ ପ୍ରଂଶସା କଲେ ପୂର୍ବତନ ପାକିସ୍ତାନୀ କ୍ରିକେଟର ଇଂଜମାମ୍-ଉଲ୍-ହକ୍ 

କନକ ବ୍ୟୁରୋ: ଅଷ୍ଟ୍ରେଲିଆରେ ଭାରତର ଐତିହାସିକ ବିଜୟ ଏବେ ବି ଚର୍ଚ୍ଚାରେ ରହିଛି । ଏହି ବିଜୟ ପାଇଁ ପାକିସ୍ତାନର ପୂର୍ବତନ ଅଧିନାୟକ ଇଂଜମାମ-ଉଲ-ହକ ୩ଜଣ ବ୍ୟକ୍ତିଙ୍କୁ ଶ୍ରେୟ ଦେଇଛନ୍ତି । ଇଂଜାମାମ ନିଜର ୟୁଟ୍ୟୁବ ଚ୍ୟାନେଲ ଜରିଆରେ ଭାରତର ବିଜୟର ପ୍ରଶଂସା କରିଛନ୍ତି । ଅଷ୍ଟ୍ରେଲିଆକୁ ନିଜ ମାଟିରେ ହରାଇବା ବଡ କଥା ଏବଂ ଯେଉଁ ସମୟରେ ଦଳରେ ବରିଷ୍ଠ ଖେଳାଳି ନାହାନ୍ତି ସେପରି ସମୟରେ ବିଜୟର ଶ୍ରେୟ କୋଚ୍ ରବି ଶାସ୍ତ୍ରୀ, କ୍ୟାପଟେନ ବିରାଟContinue reading “ବର୍ଡର-ଗାଭାସ୍କର ଟ୍ରଫି ବିଜୟ ପରେ ଟିମ୍ ଇଣ୍ଡିଆକୁ ଶୁଭେଚ୍ଛାର ସୁଅ । ଦଳକୁ ପ୍ରଂଶସା କଲେ ପୂର୍ବତନ ପାକିସ୍ତାନୀ କ୍ରିକେଟର ଇଂଜମାମ୍-ଉଲ୍-ହକ୍ “

ନେତାଜୀ ଜୟନ୍ତୀକୁ ନେଇ ମୋଦୀ-ମମତା ମୁହାଁମୁହିଁ । ପରାକ୍ରମ ଦିବସ ପାଳିବନି ପଶ୍ଚିମବଙ୍ଗ । ଦେଶନାୟକ ଦିବସ ପାଳିବାକୁ ମମତାଙ୍କ ଘୋଷଣା

କନକ ବ୍ୟୁରୋ: ପଶ୍ଚିମବଙ୍ଗରେ ମମତା ବନାମ ମୋଦୀ । ନେତାଜୀଙ୍କ ଜୟନ୍ତୀଙ୍କୁ ନେଇ ଜୋର ଧରିଛି ରାଜନୀତି । ମୁହାଁମୁହିଁ ହୋଇଛନ୍ତି କେନ୍ଦ୍ର ଓ ପଶ୍ଚିମବଙ୍ଗ ସରକାର । ଜାନୁଆରୀ ୨୩ ତାରିଖରେ ନେତାଜୀ ଜୟନ୍ତୀକୁ ପରାକ୍ରମ ଦିବସ ଭାବେ ପାଳନ କରିବାକୁ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । କିନ୍ତୁ ଏହାକୁ ପ୍ରତ୍ୟାଖ୍ୟାନ କରିଛନ୍ତି ପଶ୍ଚିମବଙ୍ଗ ସରକାର । ଏହି ଦିନକୁ ପଶ୍ଚିମବଙ୍ଗରେ ଦେଶନାୟକ ଦିବସ ଭାବେ ପାଳନ କରିବାକୁ ମମତା ବାନାର୍ଜୀ ଘୋଷଣା କରିଛନ୍ତିContinue reading “ନେତାଜୀ ଜୟନ୍ତୀକୁ ନେଇ ମୋଦୀ-ମମତା ମୁହାଁମୁହିଁ । ପରାକ୍ରମ ଦିବସ ପାଳିବନି ପଶ୍ଚିମବଙ୍ଗ । ଦେଶନାୟକ ଦିବସ ପାଳିବାକୁ ମମତାଙ୍କ ଘୋଷଣା”

ବିଦେଶକୁ କରୋନା ଟିକା ରପ୍ତାନୀ କଲା ଭାରତ । ପ୍ରଥମ ପର୍ଯ୍ୟାୟରେ ବ୍ରାଜିଲ, ମରକ୍କୋ, ଦକ୍ଷିଣ ଆଫ୍ରିକା, ସାଉଦି ଆରବ, ବାଲାଂଦେଶ ଓ ମିଆଁମାରକୁ ପଠାଯାଇଛି ଟିକା 

କନକ ବ୍ୟୁରୋ: ବିଦେଶକୁ କରୋନା ଟିକା ରପ୍ତାନୀ କଲା ଭାରତ । ବ୍ରାଜିଲ, ମରକ୍କୋ, ଦକ୍ଷିଣ ଆଫ୍ରିକା, ସାଉଦି ଆରବ, ବାଲାଂଦେଶ ଓ ମିଆଁମାରକୁ ବ୍ୟବସାୟିକ ଭିତ୍ତିରେ କରୋନା ଟିକା ପଠା ଯାଇଛି । ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଓ ଆଷ୍ଟ୍ରାଜେନେକା ଦ୍ୱାରା ଭାରତର ସେରମ ଇନଷ୍ଟିଚ୍ୟୁଟରେ ପ୍ରସ୍ତୁତ କୋଭିସିଲ୍ଡ କରୋନା ଟିକା ଅନ୍ୟ ଦେଶକୁ ପଠାଯାଉଛି । ବିଶ୍ୱର ସର୍ବାଧିକ ଟିକା ପ୍ରସ୍ତୁତକାରୀ କମ୍ପାନୀ ସେରମ ଇନଷ୍ଟିଚ୍ୟୁଟକୁ ଏହି କୋଭିସିଲ୍ଡ ଟିକା ଯୋଗାଇବା ପାଇଁ ବିଭିନ୍ନ ଦେଶରୁContinue reading “ବିଦେଶକୁ କରୋନା ଟିକା ରପ୍ତାନୀ କଲା ଭାରତ । ପ୍ରଥମ ପର୍ଯ୍ୟାୟରେ ବ୍ରାଜିଲ, ମରକ୍କୋ, ଦକ୍ଷିଣ ଆଫ୍ରିକା, ସାଉଦି ଆରବ, ବାଲାଂଦେଶ ଓ ମିଆଁମାରକୁ ପଠାଯାଇଛି ଟିକା “

Design a site like this with WordPress.com
Get started