ମାମଲା ଯେତିକି, ପ୍ରେମିକା ସେତିକି । ନୟାପଲ୍ଲୀ ବୃଦ୍ଧା ହତ୍ୟା ଓ ଲୁଟ ମାମଲାରେ ଅଭିଯୁକ୍ତ ନାରାୟଣକୁ ନେଇ ଆସିଲା ସାଂଘାତିକ ତଥ୍ୟ 

କନକ ବ୍ୟୁରୋ : ଏବେ ନଜର ପକାଇବା ଜଣେ ଅଭିଯୁକ୍ତର କଳା କାରନାମା ଉପରେ । ଲୁଟ କରିବା ପାଇଁ ହତ୍ୟା କରୁଥିବା ଏହି ଅଭିଯୁକ୍ତଙ୍କ ନାଁରେ ଥାନାରେ ମାମଲା ଯେତିକି ତାର ପ୍ରେମିକା ସଂଖ୍ୟା ସେତିକି । ଲୁଟ କରିବା ପଛର କାରଣ ଥିଲା, ଲୁଟ ଅଳଙ୍କାରକୁ ସେ ତା ପ୍ରେମିକାକୁ ଦେଉଥିଲା । ସିଧା ସିଧା କହିବାକୁ ଗଲେ ନାରାୟଣ ନାଁରେ ମାମଲା ଯେତିକି ପ୍ରେମିକା ସେତିକି । ନାରାୟଣ ଯିଏ ନୟାପଲ୍ଲୀରେ ବୃଦ୍ଧାକୁContinue reading “ମାମଲା ଯେତିକି, ପ୍ରେମିକା ସେତିକି । ନୟାପଲ୍ଲୀ ବୃଦ୍ଧା ହତ୍ୟା ଓ ଲୁଟ ମାମଲାରେ ଅଭିଯୁକ୍ତ ନାରାୟଣକୁ ନେଇ ଆସିଲା ସାଂଘାତିକ ତଥ୍ୟ “

ଖୋଲୁଛି ସ୍କୁଲ, ବଢୁଛି ପଜିଟିଭ । ଝାରସୁଗୁଡାର ୩ଟି ସ୍କୁଲରେ ୧୯ ଛାତ୍ରଛାତ୍ରୀ କରୋନା ଆକ୍ରାନ୍ତ ।

କନକ ବ୍ୟୁରୋ: ସୁନ୍ଦରଗଡ଼ ଜିଲ୍ଲା ଲଇକେରା ବ୍ଲକରେ ସରକାରୀ ଓ ବେସରକାରୀ ଭାବରେ ୧୩ଟି ହାଇସ୍କୁଲ ରହିଛି । ଯେଉଁଥିରେ ମୋଟ ୭୭୫ ଜଣ ଛାତ୍ରଛାତ୍ରୀ ଦଶମ ଶ୍ରେଣୀରେ ପାଠ ପଢୁଛନ୍ତି । ଆଠ ତାରିଖ ପ୍ରଥମ ଦିନ ୩୩୫ ଜଣ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ଥିଲା । ଯାହାକି ୪୩.୨୨% ଅଟେ । ଧୀରେଧୀରେ ବିଦ୍ୟାଳୟରେ ଉପସ୍ଥାନ ବି ବଢ଼ିବାରେ ଲାଗିଛି । ଛାତ୍ରଛାତ୍ରୀମାନଙ୍କର କରୋନା ପରୀକ୍ଷା ହେବାରୁ ଜେଓ ସରକାରୀ ହାଇସ୍କୁଲ ସାହାସପୁରର ୯ ଜଣContinue reading “ଖୋଲୁଛି ସ୍କୁଲ, ବଢୁଛି ପଜିଟିଭ । ଝାରସୁଗୁଡାର ୩ଟି ସ୍କୁଲରେ ୧୯ ଛାତ୍ରଛାତ୍ରୀ କରୋନା ଆକ୍ରାନ୍ତ ।”

କିଡନୀ ଯୋଗାଇ ଦେବେ କହି ହସପିଟାଲରେ ବୁଲୁଛନ୍ତି ଠକ । କିଡ଼ନୀ ପ୍ରତିରୋପଣର ନକଲି କାଗଜ ଦେଖାଇ ଜିତନ୍ତି ଅସହାୟ ଲୋକଙ୍କ ବିଶ୍ୱାସ । ଠକି ନିଅନ୍ତି ଲକ୍ଷ ଲକ୍ଷ ଟଙ୍କା ।

କନକ ବ୍ୟୁରୋ : ଲୋକଙ୍କୁ ଜାଲ କାଗଜପତ୍ର ଦେଇ କିଡନୀ ପ୍ରତିରୋପଣ ନାଁରେ ଲକ୍ଷ ଲକ୍ଷ ଟଙ୍କା ଠକିନେଇଥିବା ଜଣେ ଠକକୁ ଗିରଫ କରିଛି ପୋଲିସ । ୨ଜଣ ବ୍ୟକ୍ତିଙ୍କୁ କଥାରେ ଫୁଶୁଲାଇ ୯ଲକ୍ଷ ଟଙ୍କା ହଡପ କରିଛି । ବଡ ବଡ ହସ୍ପିଟାଲ ଏବଂ ବଡ ବଡ ଡାକ୍ତରଙ୍କ ନକଲି କାଗଡପତ୍ର ଦେଖାଇ ବିଶ୍ୱାସ ଜନ୍ମାଇବା ପରେ କିଡନି ପ୍ରତିରୋପଣର ମିଥ୍ୟା ଆଶ୍ୱାସନା ଦେଉଥିଲା ଠକ । ତେବେ କାଗଜପତ୍ର ଯାଂଚ କରୁ କରୁ ପଦାକୁContinue reading “କିଡନୀ ଯୋଗାଇ ଦେବେ କହି ହସପିଟାଲରେ ବୁଲୁଛନ୍ତି ଠକ । କିଡ଼ନୀ ପ୍ରତିରୋପଣର ନକଲି କାଗଜ ଦେଖାଇ ଜିତନ୍ତି ଅସହାୟ ଲୋକଙ୍କ ବିଶ୍ୱାସ । ଠକି ନିଅନ୍ତି ଲକ୍ଷ ଲକ୍ଷ ଟଙ୍କା ।”

ମାଗଣା ଖାଦ୍ୟ ବଣ୍ଟନକୁ ନେଇ ସାଂସଦ ଓ ବିଏମସି ମଧ୍ୟରେ ଶୀତଳ ଯୁଦ୍ଧ । ରାସ୍ତାକଡ଼ରେ ମାଗଣା ଖାଦ୍ୟ ବଣ୍ଟନ ଉପରେ କଟକଣା ଜାରି କଲା ବିଏମସି ।

କନକ ବ୍ୟୁରୋ : ଗତ ୭ ତାରିଖରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଅନ୍ନପୂର୍ଣ୍ଣା କାର୍ଯ୍ୟକ୍ରମ ଲୋକର୍ପଣ ହୋଇଥିଲା । ୫ଟି ଅନୁଷ୍ଠାନର ସହଯୋଗରେ ଗଠିତ ଅନ୍ନପୂର୍ଣ୍ଣା ଟ୍ରଷ୍ଟ ଜରିଆରେ ଭୋକିଲାଙ୍କୁ ଖାଦ୍ୟ ଯୋଗାଇବା ଲକ୍ଷ୍ୟ ବୋଲି କହିଥିଲେ ଅପରାଜିତା । ପ୍ରଥମେ ଭୁବନେଶ୍ୱରରେ ଏହି କାର୍ଯ୍ୟକ୍ରମ ପରୀକ୍ଷାମୂଳକ ଭାବେ ଆରମ୍ଭ ହୋଇଛି । ଅପରାଜିତାଙ୍କ ଏହି ଅନ୍ନପୂର୍ଣ୍ଣା କାର୍ଯ୍ୟକ୍ରମ ବାଟରେ ଅନ୍ତରାୟ ସୃଷ୍ଟି କରିଛି ବିଏମସିର ନୂଆ ନିୟମ । କମିସନର କହିଛନ୍ତି, ବିଏମ୍ସିର ଅନୁମତିContinue reading “ମାଗଣା ଖାଦ୍ୟ ବଣ୍ଟନକୁ ନେଇ ସାଂସଦ ଓ ବିଏମସି ମଧ୍ୟରେ ଶୀତଳ ଯୁଦ୍ଧ । ରାସ୍ତାକଡ଼ରେ ମାଗଣା ଖାଦ୍ୟ ବଣ୍ଟନ ଉପରେ କଟକଣା ଜାରି କଲା ବିଏମସି ।”

ପୁଲିସ ମାଡ଼ରେ ଯୁବକଙ୍କ ମୃତ୍ୟୁ ଅଭିଯୋଗ ନେଇ ଭଦ୍ରକ ତିହିଡ଼ିରେ ତୁମୁଳକାଣ୍ଡ । ପୋଲିସ ଜିପ୍କୁ ଜାଳିଦେଲେ ଉତ୍ୟକ୍ତ ଲୋକ । 

କନକ ବ୍ୟୁରୋ : ପୁଲିସ ମାଡ଼ରେ ଜଣେ ଯୁବକଙ୍କ ମୃତ୍ୟୁ ଅଭିଯୋଗ କରି ଭଦ୍ରକ ତିହିଡ଼ି ଥାନା ଅନ୍ତର୍ଗତ ଅଲ୍ଲୀନଗର ଛକରେ ଘଟିଛି ଲଙ୍କାକାଣ୍ଡ । ମୃତ ଶରୀରକୁ ଧରି ଭଦ୍ରକ-ଚାନ୍ଦବାଲି ରାସ୍ତା ଅବରୋଧ କରିଥିବା ବେଳେ ପୁଲିସ ଜିପ୍କୁ ଦେଖି ତାତି ଉଠିଥିଲେ ଉତ୍ୟକ୍ତ ଲୋକ । ପୁଲିସ ଗାଡ଼ିକୁ ପୋଡି ଦେବା ସହ ଗାଡ଼ିରେ ଥିବା ପୋଲିସକୁ ନିସ୍ତୁକ ପିଟିଛନ୍ତି । କିଛି ସମୟ ଧରି ରଣକ୍ଷେତ୍ରରେ ପରିଣତ ହୋଇଥିଲା ଅଲ୍ଲୀଗନର ଛକ ।Continue reading “ପୁଲିସ ମାଡ଼ରେ ଯୁବକଙ୍କ ମୃତ୍ୟୁ ଅଭିଯୋଗ ନେଇ ଭଦ୍ରକ ତିହିଡ଼ିରେ ତୁମୁଳକାଣ୍ଡ । ପୋଲିସ ଜିପ୍କୁ ଜାଳିଦେଲେ ଉତ୍ୟକ୍ତ ଲୋକ । “

୧୬ ତାରିଖରୁ ଓଡ଼ିଶାରେ ଦିଆଯିବ ଦୁଇ ପ୍ରକାରର ଟିକା । ଭୁବନେଶ୍ୱରରେ ଦିଆଯିବ ଭାରତ ବାୟୋଟେକର କୋଭାକ୍ସିନ୍ ଟିକା । ଅନ୍ୟ ସବୁଠି କୋଭିସିଲ୍ଡରେ ହେବ ଟିକାକରଣ

କନକ ବ୍ୟୁରୋ : ଅକ୍ସଫୋର୍ଡର କୋଭିସିଲ୍ଡ ଟିକା ପରେ ଓଡିଶାକୁ ଆସିଛି ସଂପୂର୍ଣ୍ଣ ଦେଶଟିକା କୋଭାକ୍ସିନ । ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଚାଲିଥିବା ଭାରତ ବାୟୋଟେକର ଏହି ଟିକା କେବଳ ଭୁବନେଶ୍ୱରରେ ଦିଆଯିବ । ବାକି ଜିଲ୍ଲାଗୁଡିକରେ କୋଭିସିଲ୍ଡ ଟିକା ଦିଆଯିବ । କୋଭାକ୍ସିନର ୨୦ ହଜାର ଡୋଜ ଆସିବା ପରେ ଓଡିଶାରେ ଦୁଇଦିନରେ ଆସି ପଂହଚିଛି ୪ ଲକ୍ଷ ୨୮ ହଜାର ଡୋଜ ଟିକା । ୨୮ ଦିନ ବ୍ୟବଧାନରେ ଦୁଇଟି ପର୍ଯ୍ୟାୟରେ ୨ ଲକ୍ଷContinue reading “୧୬ ତାରିଖରୁ ଓଡ଼ିଶାରେ ଦିଆଯିବ ଦୁଇ ପ୍ରକାରର ଟିକା । ଭୁବନେଶ୍ୱରରେ ଦିଆଯିବ ଭାରତ ବାୟୋଟେକର କୋଭାକ୍ସିନ୍ ଟିକା । ଅନ୍ୟ ସବୁଠି କୋଭିସିଲ୍ଡରେ ହେବ ଟିକାକରଣ”

ପରୀ ହତ୍ୟା ମାମଲାରେ ପୁଣି ନୂଆ ମୋଡ । ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ପରୀର ମାଆ । ଆବେଦନ ପରେ ସିବିଆଇକୁ ନୋଟିସ୍ କଲେ ସର୍ବୋଚ୍ଚ ନ୍ୟାୟାଳୟ 

କନକ ବ୍ୟୁରୋ : ନୟାଗଡ ପରୀ ହତ୍ୟା ମାମଲାରେ ପୁଣି ନୂଆ ମୋଡ । ୫ ବର୍ଷୀୟ ପରୀର ଦୁଷ୍କର୍ମ ଓ ହତ୍ୟା ମାମଲାରେ ସିବିଆଇ ତଦନ୍ତ ଦାବି କରି ପରୀର ମାଆ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଏସଆଇଟି ତଦନ୍ତରେ ଅସନ୍ତୋଷ ପ୍ରକାଶ କରି ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେବାକୁ ସର୍ବୋଚ୍ଚ ଅଦାଲତରେ ନିବେଦନ କରିଛନ୍ତି ପରୀର ମାଆ । ବଡକଥା ହେଉଛି ଏହି ଆବେଦନକୁ ନେଇ ସିବିଆଇକୁ ନୋଟିସ୍ କରିଛନ୍ତି ସୁପ୍ରିମକୋର୍ଟ ।Continue reading “ପରୀ ହତ୍ୟା ମାମଲାରେ ପୁଣି ନୂଆ ମୋଡ । ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ପରୀର ମାଆ । ଆବେଦନ ପରେ ସିବିଆଇକୁ ନୋଟିସ୍ କଲେ ସର୍ବୋଚ୍ଚ ନ୍ୟାୟାଳୟ “

କଟକ ନିର୍ମିତ ହେବ ଅତ୍ୟାଧୁନିକ ବସ ଟର୍ମିନାଲ । ଖର୍ଚ୍ଚ ହେବ ୬୫ କୋଟି ଟଙ୍କା, ନେତାଜୀଙ୍କ ନାମରେ ହେବ ନାମିତ । 

କନକ ବ୍ୟୁରୋ : କଟକର ଖାନନଗର ଠାରେ ନିର୍ମିତ ହେବ ଅତ୍ୟାଧୁନିକ ବସ୍‌ ଟର୍ମିନାଲ। ଏଥିରେ ଖର୍ଚ୍ଚ ହେବ ୬୫ କୋଟି ଟଙ୍କା। ମହାନ୍‌ ସଂଗ୍ରାମୀ ନେତାଜୀ ସୁଭାଷ ବୋଷଙ୍କ ନାମରେ ଏହି ଅତ୍ୟାଧୁନିକ ବସ୍‌ ଟର୍ମିନାଲକୁ ନାମିତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବୈଠକରେ ଘୋଷଣା କରିଥିଲେ। ରାଜ୍ୟ ସରକାରଙ୍କ ୫-ଟି କାର୍ୟ୍ୟକ୍ରମ ଅଧୀନରେ ଏହା କାର୍ୟ୍ୟକାରୀ କରାଯିବ। ବାଦାମବାଡି ବସଷ୍ଟାଣ୍ଡ ଜନଗହଳି ବୃଦ୍ଧି ସହିତ ସ୍ଥାନାଭାବ ଦୃଷ୍ଟିରୁ ଜନସାଧାରଣ ଓ ଯାତ୍ରୀContinue reading “କଟକ ନିର୍ମିତ ହେବ ଅତ୍ୟାଧୁନିକ ବସ ଟର୍ମିନାଲ । ଖର୍ଚ୍ଚ ହେବ ୬୫ କୋଟି ଟଙ୍କା, ନେତାଜୀଙ୍କ ନାମରେ ହେବ ନାମିତ । “

ପ୍ରକାଶ ରାଓଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ । ମନେ ପକାଇଲେ କଟକରେ ସାକ୍ଷାତ ବେଳର କଥା

କନକ ବ୍ୟୁରୋ : ପଦ୍ମଶ୍ରୀ ଡି ପ୍ରକାଶ ରାଓଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ । ଶୋକ ପ୍ରକାଶ କରିବା ସହ ତାଙ୍କ ଶୋକ ସନ୍ତପ୍ତ ପରିବାରକୁ ଗଭୀର ସମବେଦନା ଜଣାଇଛନ୍ତି । ଏହାସହ ପ୍ରଧାନମନ୍ତ୍ରୀ ମୋଦୀ ଟ୍ୱିଟରେ କଟକରେ ପ୍ରକାଶ ରାଓଙ୍କୁ ସାକ୍ଷାତ କରିବା ବେଳର ଫଟୋକୁ ସେୟାର କରିଛନ୍ତି । ମୋଦୀ ଟ୍ୱିଟ କରି ଲେଖିଛନ୍ତି, “ପ୍ରକାଶ ରାଓଙ୍କ କାମ ଅନ୍ୟମାନଙ୍କୁ ପ୍ରେରିତ କରୁଥିଲା । ସେ ଜାଣିଥିଲେContinue reading “ପ୍ରକାଶ ରାଓଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ । ମନେ ପକାଇଲେ କଟକରେ ସାକ୍ଷାତ ବେଳର କଥା”

ପଦ୍ମଶ୍ରୀ ଡି ପ୍ରକାଶ ରାଓଙ୍କ ପରଲୋକରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ । ରାଷ୍ଟ୍ରୀୟ ସମ୍ମାନ ସହ ଶେଷକୃତ୍ୟ କରିବାକୁ କଲେ ଘୋଷଣା । 

କନକ ବ୍ୟୁରୋ : ବିଶିଷ୍ଟ ସମାଜସେବୀ ପଦ୍ମଶ୍ରୀ ଡି ପ୍ରକାଶ ରାଓଙ୍କ ଆଜି ପରଲୋକ ଘଟିଛି । ତାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ ରାଷ୍ଟ୍ରୀୟ ସମ୍ମାନ ସହ ଶେଷକୃତ୍ୟ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ପ୍ରକାଶ ରାଓଙ୍କ ବିୟୋଗରେ ଶୋକ ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପ୍ରକାଶ ରାଓଙ୍କ ଉତ୍ସର୍ଗୀକୃତ ସମାଜ ସେବା ବିଶେଷ କରି ଗରିବ ଓ ଅବହେଳିତ ମାନଙ୍କ ମଧ୍ୟରେ ଶିକ୍ଷାରContinue reading “ପଦ୍ମଶ୍ରୀ ଡି ପ୍ରକାଶ ରାଓଙ୍କ ପରଲୋକରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ । ରାଷ୍ଟ୍ରୀୟ ସମ୍ମାନ ସହ ଶେଷକୃତ୍ୟ କରିବାକୁ କଲେ ଘୋଷଣା । “

Design a site like this with WordPress.com
Get started