ବିଜୟ ଶଙ୍କରଙ୍କ ପାଇଁ ବଢ଼ିପାରେ ଅଡ଼ୁଆ : ଆଜି କଟକ ସବ୍ ରେଜିଷ୍ଟ୍ରାର ଅଫିସରେ ଅଭିଯୋଗ କରିବେ ବାନ୍ଧବୀ ସୋମାଲିକା

କନକ ବ୍ୟୁରୋ : ପିଛା ଛାଡୁନି ବିବାଦ । ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କରଙ୍କ ପାଇଁ ବଢିପାରେ ଅଡୁଆ । କଟକ ସବ ରେଜିଷ୍ଟର ଅଫିସରେ ବିବାହ ପଞ୍ଜିକରଣ ପାଇଁ ଆବେଦନ କରିବା ଘଟଣା ସାମ୍ନାକୁ ଆସିବା ପରେ ତାଙ୍କ ବାନ୍ଧବୀ ସୋମାଲିକା ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଆଉ ଏହି ପ୍ରସଙ୍ଗରେ ଆଜି କଟକ ସବ ରେଜିଷ୍ଟର ଅଫିସକୁ ଆସି ଏହା ବିରୋଧରେ ଆପତ୍ତି କରିବେ ବୋଲି ସୂଚନା ଦେଇଛନ୍ତି । ସେହିପରି କଟକରେContinue reading “ବିଜୟ ଶଙ୍କରଙ୍କ ପାଇଁ ବଢ଼ିପାରେ ଅଡ଼ୁଆ : ଆଜି କଟକ ସବ୍ ରେଜିଷ୍ଟ୍ରାର ଅଫିସରେ ଅଭିଯୋଗ କରିବେ ବାନ୍ଧବୀ ସୋମାଲିକା”

‘ସରକାରୀ ବଙ୍ଗଳା ଖାଲି କରିବାକୁ କୋର୍ଟଙ୍କ ନିର୍ଦ୍ଦେଶ : ବିଜେପି ଷଡଯନ୍ତ୍ର କରୁଛି ବୋଲି କହିଲେ ରାଘବ ଚଢା

କନକ ବ୍ୟୁରୋ: ରାଜ୍ୟସଭା ସଚିବାଳୟ ଦ୍ୱାରା ଆବଣ୍ଟିତ ସରକାରୀ ଆବାସକୁ ରଦ୍ଦ କରିଯିବା ନେଇ ପ୍ରତିକ୍ରୟା ପ୍ରକାଶ କରିଛନ୍ତି ଆପ୍ ସାଂସଦ ରାଘବ ଚଢା । ବିନା ସୂଚନାରେ ବଙ୍ଗଳା ରଦ୍ଦ କରି ବିଜେପି ତାଙ୍କ ବିରୋଧରେ ଷଡଯନ୍ତ୍ର କରିଛି ବୋଲି ସେ ଅଭିଯୋଗ କରିଛନ୍ତି । ରାଜ୍ୟସଭାରେ ୭୦ ବର୍ଷରୁ ଅଧିକ ବର୍ଷର ଇତିହାସରେ ଏଭଳି ଘଟଣା ପ୍ରଥମଥର ଘଟିଥିବା ସେ କହିଛନ୍ତି । ରାଜ୍ୟସଭା ସାଂସଦ ରାଘବ ଚଢାଙ୍କୁ ପଟିଆଲା କୋର୍ଟରୁ ଝଟକା ।Continue reading “‘ସରକାରୀ ବଙ୍ଗଳା ଖାଲି କରିବାକୁ କୋର୍ଟଙ୍କ ନିର୍ଦ୍ଦେଶ : ବିଜେପି ଷଡଯନ୍ତ୍ର କରୁଛି ବୋଲି କହିଲେ ରାଘବ ଚଢା”

ଏସିଆନ୍ ଗେମ୍ସ : ଆରମ୍ଭ ହେବ କ୍ରିକେଟ ଫାଇନାଲ; ମୁହାଁମୁହିଁ ହେବେ ଭାରତ-ଆଫଗାନିସ୍ତାନ

କନକ ବ୍ୟୁରୋ : ଏସୀୟ କ୍ରୀଡାରେ ଶହେ ପଦକ ଅମଳ କରିସାରିଥିବା ଭାରତ ଏତିକିରେ ସନ୍ତୁଷ୍ଟ ନାହିଁ । ପଦକ ସଂଖ୍ୟା ବଢ଼ାଇବା ପାଇଁ ଭାରତୀୟ ଖେଳାଳି ଦମ୍ ଦେଖାଉଛନ୍ତି । କିଛି ସମୟ ପରେ ଆରମ୍ଭ ହେବାକୁ ଯାଉଛି କ୍ରିକେଟ ଫାଇନାଲ । ମୁହାଁମୁହିଁ ହେବେ ଭାରତ-ଆଫଗାନିସ୍ତାନ । ଅନ୍ତଜାର୍ତୀୟ ଖେଳାଳୀଙ୍କୁ ନେଇ ସମୃଦ୍ଧ ଭାରତୀୟ ଦଳଠାରୁ ବିଜୟ ଓ ସ୍ୱର୍ଣ୍ଣ ପଦକ ଆଶା ରଖିଛନ୍ତି ଭାରତ । ଏପଟେ ଭାରତରେ ଚାଲିଥିବା କ୍ରିକେଟ୍ ବିଶ୍ୱକପ୍ରେContinue reading “ଏସିଆନ୍ ଗେମ୍ସ : ଆରମ୍ଭ ହେବ କ୍ରିକେଟ ଫାଇନାଲ; ମୁହାଁମୁହିଁ ହେବେ ଭାରତ-ଆଫଗାନିସ୍ତାନ”

ଜୋରଦାର ବିସ୍ଫୋରଣରେ ଥରିଲା ତିସ୍ତା ନଦୀ । ସିକ୍କିମ ବନ୍ୟାରେ ଭାସିଯାଇଥିବା ଗୋଳାବାରୁଦରୁ ଅଘଟଣ

କନକ ବ୍ୟୁରୋ: ସିକ୍ମିମରେ ଅଚାନକ ଆସିଥିବା ବନ୍ୟାରେ ପୁରା ରାଜ୍ୟରେ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି । ଅନେକ ପ୍ରାଣ ହରରାଇଥିବାବେଳେ ହଜାର ହଜାର ଲୋକ ବାସହରା ହୋଇପଡିଛନ୍ତି । ତା’ ସାଙ୍ଗକୁ ଯବାନଙ୍କ କ୍ୟାମ୍ପ ଭାସିଯାଇ ୨୨ଜଣ ଯବାନ ନିଖୋଜ ହୋଇଯିବା ଘଟଣା ପୁରା ଦେଶକୁ ଦୋହଲାଇ ଦେଇଛି । ତିସ୍ତା ନଦୀରେ ଭୟଙ୍କର ବନ୍ୟାର ସୁଅ ଚାଲୁଥିବାବେଳେ ବିସ୍ଫୋରଣର ଦୃଶ୍ୟ ସେଠାକାର ଲୋକଙ୍କ ମନରେ ଆତଙ୍କ ସୃଷ୍ଟି କରିଛି । ନଦୀରେ ବିସ୍ଫୋରଣ ନେଇContinue reading “ଜୋରଦାର ବିସ୍ଫୋରଣରେ ଥରିଲା ତିସ୍ତା ନଦୀ । ସିକ୍କିମ ବନ୍ୟାରେ ଭାସିଯାଇଥିବା ଗୋଳାବାରୁଦରୁ ଅଘଟଣ”

ଗୁଣି ଗାରେଡି ସନ୍ଦେହ, ଆଦିବାସୀ ଯୁବକଙ୍କ ଉପରେ ଅତ୍ୟାଚାର : ଖୁଣ୍ଟରେ ବାନ୍ଧି ମାଡ଼ ମାରିବା ସହ ବୁଦା ମଧ୍ୟକୁ ଫିଙ୍ଗିଦେଲେ,୩ ଗିରଫ

କନକ ବ୍ୟୁରୋ : ଗୁଣି ଗାରେଡି ସନ୍ଦେହରେ ଆଦିବାସୀ ଯୁବକଙ୍କ ଉପରେ ଅତ୍ୟାଚାର । ଖୁଣ୍ଟରେ ବାନ୍ଧି ମାଡ଼ ମାରିବା ସହ ବୁଦା ମଧ୍ୟକୁ ଫିଙ୍ଗିଦେଲେ । ଗୁରୁତର ଯୁବକଙ୍କୁ ଉଦ୍ଧାର ପରେ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାରେ ୩ଜଣଙ୍କୁ ପୋଲିସ ଗିରଫ କରିଛି । କୋରାୁପଟ ନାରାୟଣପାଟଣାରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଚିତ୍ର । ଗୁଣି ଗାରେଡି ସନ୍ଦେହରେ ଯୁଧିଷ୍ଠିର କୁନ୍ଦାରିଆ ନାମକ ଯୁବକଙ୍କୁ ଖୁଣ୍ଟରେ ବାନ୍ଧି ମାଡ ମରାଯିବା ସହିତ ବୁଦାContinue reading “ଗୁଣି ଗାରେଡି ସନ୍ଦେହ, ଆଦିବାସୀ ଯୁବକଙ୍କ ଉପରେ ଅତ୍ୟାଚାର : ଖୁଣ୍ଟରେ ବାନ୍ଧି ମାଡ଼ ମାରିବା ସହ ବୁଦା ମଧ୍ୟକୁ ଫିଙ୍ଗିଦେଲେ,୩ ଗିରଫ”

ଝିଅ ନଥିଲେ, ବାପାଙ୍କ ପାଇଁ ସେ ଥିଲେ ପୁଅ : ବାପାଙ୍କ ଶେଷ ଇଚ୍ଛା ପୁରଣ କରି ପୁଅ ଭଳି ମୁଖାଗ୍ନି ଦେଲେ ନବରଙ୍ଗପୁରର ରେଶମା

କନକ ବ୍ୟୁରୋ : ଶେଷ ଇଛା ପୂରଣ କଲା ଝିଅ, ବାପାଙ୍କୁ ଦେଲା ମୁଖାଗ୍ନୀ । ରୁଢୀବାଦୀ ଚିନ୍ତାଧାରାକୁ ଶକ୍ତ ଚାପୁଡା ଦେଇ ଚର୍ଚ୍ଚାରେ ନବରଙ୍ଗପୁରର ସାହାସୀ ଝିଅ ରେଶମା । ଘରେ ପୁଅ ନଥିବାରୁ ଶେଷ ସମୟରେ ଝିଅ ହିଁ ମୁଖାଗ୍ନୀ ଦେଉ ବୋଲି ବାପା କଟେଶ୍ୱର ରାଓଙ୍କ ଇଛା ଥିଲା । ବାପାଙ୍କର ଏହି ଶେଷ ଇଚ୍ଛାକୁ ପୂରଣ କରିଛି ଝିଅ, ନବରଙ୍ଗପୁରରେ ଏଭଳି ଘଟଣାକୁ ନେଇ ଚର୍ଚ୍ଚା । ହିନ୍ଦୁ ରିତୀନୀତି ଅନୁଯାୟୀContinue reading “ଝିଅ ନଥିଲେ, ବାପାଙ୍କ ପାଇଁ ସେ ଥିଲେ ପୁଅ : ବାପାଙ୍କ ଶେଷ ଇଚ୍ଛା ପୁରଣ କରି ପୁଅ ଭଳି ମୁଖାଗ୍ନି ଦେଲେ ନବରଙ୍ଗପୁରର ରେଶମା”

ଧାରଣାରେ ବିଦ୍ୟୁତ କର୍ମଚାରୀ, ଅନ୍ଧାରରେ ୧୪ଟି ପଞ୍ଚାୟତର ଲୋକ : ବିଭିନ୍ନ ଦାବି ନେଇ ପ୍ରତିବାଦ ଯୋଗୁଁ ପ୍ରାୟ ୮୦ ହଜାର ଲୋକ ପ୍ରଭାବିତ

କନକ ବ୍ୟୁରୋ : ଧାରଣାରେ ବିଦ୍ୟୁତ କର୍ମଚାରୀ, ଅନ୍ଧାରରେ ୧୪ ପଞ୍ଚାୟତର ୮୦ହଜାର ଲୋକ । ଦାବି ପୂରଣ ହେଉନଥିବା ବେଳେ ଏଭଳି ପନ୍ଥା ଆପଣାଇଛନ୍ତି ବିଦ୍ୟୁତ କର୍ମଚାରୀ । ପୁରୀ କୃଷ୍ଣପ୍ରସାଦ ବ୍ଲକରେ ଦେଖିବାକୁ ମିଳିଛି ଅଭାବନୀୟ ସ୍ଥିତି । ଦୀର୍ଘ ସପ୍ତାହେ ହେବ କେତେକ ଦାବିକୁ ନେଇ ବିଦ୍ୟୁତ କର୍ମଚାରୀ ଧାରଣାରେ ବସିଥିବା ବେଳେ ବିଭାଗୀୟ ଅଧିକାରୀ ଦାବି ଶୁଣୁ ନାହାଁନ୍ତି । ଶେଷରେ ବିଦ୍ୟୁତ କର୍ମଚାରୀ ମାନେ ପୁରା ଅଞ୍ଚଳର ବିଦ୍ୟୁତ ଯୋଗାଣକୁContinue reading “ଧାରଣାରେ ବିଦ୍ୟୁତ କର୍ମଚାରୀ, ଅନ୍ଧାରରେ ୧୪ଟି ପଞ୍ଚାୟତର ଲୋକ : ବିଭିନ୍ନ ଦାବି ନେଇ ପ୍ରତିବାଦ ଯୋଗୁଁ ପ୍ରାୟ ୮୦ ହଜାର ଲୋକ ପ୍ରଭାବିତ”

ସିକ୍କିମ୍ ବୁଲିବାକୁ ଯାଇ ୩ ନିଖୋଜ : ଢ଼େଙ୍କନାଳର ସିମିନଈ ଗାଁର ୭ଜଣିଆ ଗ୍ରୁପ ଏକାଠି ହୋଇ ବୁଲିବାକୁ ଯାଇଥିଲେ ସିକ୍କିମ୍

କନକ ବ୍ୟୁରୋ : ସିକ୍କିମ୍ ବନ୍ୟାରେ ୩ଓଡ଼ିଆ ପର୍ଯ୍ୟଟକ ନିଖୋଜ । ନିଖୋଜ ପର୍ଯ୍ୟଟକ ଢେଙ୍କାନାଳ ସିମିନାଇ ଅଞ୍ଚଳର । ଚନ୍ଦ୍ରଶେଖର ସିଂ ନାମକ ଯୁବକ ନିଜ ଭାଇ ଭଉଣୀଙ୍କ ସହ ଏକ ୭ଜଣିଆ ଗ୍ରୁପରେ୍ ଗ୍ୟାଙ୍ଗଟକ୍ ବୁଲିବାକୁ ଯାଇଥିଲେ । ମଙ୍ଗଳବାର ରାତିରୁ ପରିବାର ଲୋକେ ଏମାନଙ୍କ ସହ ଯୋଗାଯୋଗ କରିପାରୁନାହାଁନ୍ତି । ନିଖୋଜମାନଙ୍କୁ ଖୋଜି ଆଣିବାକୁ ପରିବାର ପକ୍ଷରୁ ଜିଲ୍ଲା ପ୍ରଶାସନ ନିକଟରେ ଅନୁରୋଧ କରାଯାଇଛି । ଏନେଇ ଢେଙ୍କାନାଳ ଏସପି ଗ୍ୟାଙ୍ଗଟକ୍ ପୋଲିସContinue reading “ସିକ୍କିମ୍ ବୁଲିବାକୁ ଯାଇ ୩ ନିଖୋଜ : ଢ଼େଙ୍କନାଳର ସିମିନଈ ଗାଁର ୭ଜଣିଆ ଗ୍ରୁପ ଏକାଠି ହୋଇ ବୁଲିବାକୁ ଯାଇଥିଲେ ସିକ୍କିମ୍”

ସିକ୍କିମ ବନ୍ୟାରେ ମୃତ୍ୟୁ ସଂଖ୍ୟା ୨୭ରେ ପହଞ୍ଚିଲା, ୨୨ ସୈନିକଙ୍କ ମଧ୍ୟରୁ ୪ଜଣଙ୍କ ମୃତଦେହ ମିଳିଲା, ଏବେବି ୧୪୨ ନିଖୋଜ

କନକ ବ୍ୟୁରୋ: ଉତ୍ତର ସିକ୍କିମରେ ବାଦଲଫଟା ବର୍ଷା ଯୋଗୁଁ ଆସିଥିବା ପ୍ରଳୟଙ୍କରୀ ବନ୍ୟାରେ ମୃତ୍ୟୁ ସଂଖ୍ୟା ୨୭ ଛୁଇଁଛି । ଏବେବି ୧୪୦ରୁ ଅଧିକ ଲୋକ ନିଖୋଜ ଅଛନ୍ତି । ବନ୍ୟାରେ ଭାସିଯାଇଥିବା ସେନା ଯବାନଙ୍କ ମଧ୍ୟରୁ ଏଯାଏଁ ମାତ୍ର ୪ଜଣଙ୍କର ମୃତଦେହ ମିଳିଛି । ଏବେବି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଶୁକ୍ରବାର ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗ ଓ କୁଚ୍ଛ ବିହାରରୁ ୬ଟି ଶବ ମିଳିଛି । ଏହାସହ ମୃତ୍ୟୁ ସଂଖ୍ୟା ୨୭ରେ ପହଞ୍ଚିଛିContinue reading “ସିକ୍କିମ ବନ୍ୟାରେ ମୃତ୍ୟୁ ସଂଖ୍ୟା ୨୭ରେ ପହଞ୍ଚିଲା, ୨୨ ସୈନିକଙ୍କ ମଧ୍ୟରୁ ୪ଜଣଙ୍କ ମୃତଦେହ ମିଳିଲା, ଏବେବି ୧୪୨ ନିଖୋଜ”

ଅତିଥି ପକ୍ଷୀଙ୍କ ସୁରକ୍ଷା ପାଇଁ ଗ୍ରାମବାସୀଙ୍କ ନିଆରା ପଦକ୍ଷେପ : ଚିଲିକାରେ କେହି ମାରିବେନି ପକ୍ଷୀ; ଶିକାର କଲେ ୧୦ ହଜାର ଟଙ୍କାର ଜରିମାନା

କନକ ବ୍ୟୁରୋ : ଅତିଥି ପକ୍ଷୀଙ୍କୁ ମାରିବା ନାହିଁ, ବରଂ ବିଦେଶୀ ପକ୍ଷୀଙ୍କୁ ଗାଁକୁ ସ୍ୱାଗତ କରିବା । ଗାଁ ସଭାରେ ଏଭଳି ନିଷ୍ପତ୍ତି ନେଇଛନ୍ତି ଗାଁ ଲୋକ । ବିଦେଶାଗତ ପକ୍ଷୀଙ୍କୁ ସ୍ୱାଗତ କରିବା ସହ ସେମାନଙ୍କ ସୁରକ୍ଷା ପାଇଁ ଗାଁ କମିଟି ସଭାରେ ଦୃଢ ନିଷ୍ପତି ନିଆଯାଇଛି । ଅତିଥି ପକ୍ଷୀଙ୍କୁ ମାରିଲେ ତଣ୍ଡ ଗଣିବାକୁ ପଡିବ । ବନ୍ୟପ୍ରାଣୀ ସପ୍ତାହରେ ଏଭଳି ବଡ଼ ନିଷ୍ପତ୍ତି ନେଇଛନ୍ତି ଗ୍ରାମବାସୀ । ଚିଲିକାକୁ ଆସୁଥିବା ପକ୍ଷୀଙ୍କୁContinue reading “ଅତିଥି ପକ୍ଷୀଙ୍କ ସୁରକ୍ଷା ପାଇଁ ଗ୍ରାମବାସୀଙ୍କ ନିଆରା ପଦକ୍ଷେପ : ଚିଲିକାରେ କେହି ମାରିବେନି ପକ୍ଷୀ; ଶିକାର କଲେ ୧୦ ହଜାର ଟଙ୍କାର ଜରିମାନା”

Design a site like this with WordPress.com
Get started