ଫାଇନାଲରେ ଟିମ୍ ଇଣ୍ଡିଆ । ସ୍ୱର୍ଣ୍ଣପଦକ ପାଇଁ ମୈଦାନକୁ ଓହ୍ଲାଇବ ଋତୁରାଜ ବାହିନୀ ।

କନକ ବ୍ୟୁରୋ : ଏସୀୟ କ୍ରୀଡା କ୍ରିକେଟ ପ୍ରତିଯୋଗିତାରେ ଫାଇନାଲରେ ପହଞ୍ଚିଛି ଭାରତ । ବାଂଲାଦେଶକୁ ୯ ୱିକେଟରେ ମାତ୍ ଦେଇ ସହଜସାଧ୍ୟ ବିଜୟ ହାସଲ ସହ ଫାଇନାଲ ଟିକେଟ ହାତେଇଛି ଟିମ୍ ଇଣ୍ଡିଆ । ତିଲକ ବର୍ମାଙ୍କ ଧୂଆଁଧାର ଅର୍ଦ୍ଧଶତକ ଓ ଅଧିନାୟକ ଋତୁରାଜ ଗାଏକ୍ୱାର୍ଡଙ୍କ ଉପଯୋଗୀ ୪୦ ରନର ଇନିଂସ ବଳରେ ଭାରତ ୯୭ ରନର ବିଜୟଲକ୍ଷ୍ୟକୁ ମାତ୍ର ୯.୨ ଓଭରରେ ହାସଲ କରି ନେଇଥିଲା । ଟସ୍ ଜିତି ପ୍ରଥମେ ବୋଲିିଂ ନିଷ୍ପତ୍ତିContinue reading “ଫାଇନାଲରେ ଟିମ୍ ଇଣ୍ଡିଆ । ସ୍ୱର୍ଣ୍ଣପଦକ ପାଇଁ ମୈଦାନକୁ ଓହ୍ଲାଇବ ଋତୁରାଜ ବାହିନୀ ।”

୭ମହଲା ବିଲ୍ଡିଂରେ ଅଗ୍ନିକାଣ୍ଡ : ନିଆଁରେ ଜଳି ୬ଜଣ ଲୋକଙ୍କ ମୃତ୍ୟୁ, ୪ଟି କାର ସହିତ ୩୦ରୁ ଅଧିକ ବାଇକ ପୋଡି ପାଉଁଶ

କନକ ବ୍ୟୁରୋ : ମୁମ୍ବାଇର ଗୋରେଗାଁଓରେ ଥିବା ୭ମହଲା ବିଲ୍ଡିଂରେ ଅଗ୍ନିକାଣ୍ଡ । ନିଆଁରେ ଜଳି ୬ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି । ୨ଟି ହସ୍ପିଟାଲରେ ୩୯ଜଣଙ୍କ ଚିକିତ୍ସା ଚାଲିଛି । ବିଲ୍ଡିଂର ପାର୍କିଂରେ ଥିବା ବହୁ ଗାଡି ଜଳି ପାଉଁଶ ହୋଇଯାଇଛି । ୪ଟି କାର ସହିତ ୩୦ରୁ ଅଧିକ ବାଇକ ଜଳି ଯାଇଛି । The post ୭ମହଲା ବିଲ୍ଡିଂରେ ଅଗ୍ନିକାଣ୍ଡ : ନିଆଁରେ ଜଳି ୬ଜଣContinue reading “୭ମହଲା ବିଲ୍ଡିଂରେ ଅଗ୍ନିକାଣ୍ଡ : ନିଆଁରେ ଜଳି ୬ଜଣ ଲୋକଙ୍କ ମୃତ୍ୟୁ, ୪ଟି କାର ସହିତ ୩୦ରୁ ଅଧିକ ବାଇକ ପୋଡି ପାଉଁଶ”

କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ୍ : ପୋଷ୍ଟର ଶେୟାର କରି ରାହୁଲଙ୍କୁ ନୂଆ ଯୁଗର ରାବଣ ଦର୍ଶାଇବା ସହ ଧର୍ମ ଓ ରାମ ବିରୋଧୀ କହିଲା ବିଜେପି

କନକ ବ୍ୟୁରୋ : ବିଜେପି କଂଗ୍ରେସ ମଧ୍ୟରେ ପୋଷ୍ଟର ୱାର । ବୁଧବାର ଦିନ ନରେନ୍ଦ୍ର ମୋଦୀଙ୍କ ଏକ ପୋଷ୍ଟର କଂଗ୍ରେସ ସେୟାର କରିବା ପରେ ବିଜେପି ରାହୁଲଙ୍କ ନେଇ ସୋସିଆଲ ମିଡିଆରେ ଏକ ପୋଷ୍ଟର ସେୟାର କରିଛି । ଏଥିରେ ରାହୁଲଙ୍କୁ ନୂଆ ଯୁଗର ରାବଣ ବୋଲି ଦର୍ଶାଇଛି ଭାରତୀୟ ଜନତା ପାର୍ଟି । ଟ୍ୱିଟ କରି ଲେଖାଯାଇଛି, ଏ ହେଉଛନ୍ତି ନୂଆ ଯୁଗର ରାବଣ । ସେ ଖଳ ପ୍ରକୃତିର ଏବଂ ଧର୍ମ ତଥାContinue reading “କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ୍ : ପୋଷ୍ଟର ଶେୟାର କରି ରାହୁଲଙ୍କୁ ନୂଆ ଯୁଗର ରାବଣ ଦର୍ଶାଇବା ସହ ଧର୍ମ ଓ ରାମ ବିରୋଧୀ କହିଲା ବିଜେପି”

ଆସନ୍ତାକାଲି ଜନ୍ମମାଟିରେ ପହଞ୍ଚିବ ସହିଦ ଓଡ଼ିଆ ଯବାନଙ୍କ ପାର୍ଥିବ ଶରୀର : ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ସମ୍ପର୍ଣ୍ଣ ହେବ ଶେଷକୃତ୍ୟ

କନକ ବ୍ୟୁରୋ : ଆସନ୍ତାକାଲି ଜନ୍ମମାଟିରେ ପହଞ୍ଚିବ ସହିଦ ଓଡ଼ିଆ ଯବାନ ସରୋଜ କୁମାର ଦାସଙ୍କ ପାର୍ଥିବ ଶରୀର । ଢେଙ୍କାନାଳ କାମାକ୍ଷାନଗର କେନ୍ଦୁଢିପ ଗାଁରେ ହେବ ଶେଷକୃତ୍ୟ । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ କରାଯିବ । ସରୋଜଙ୍କ ପରିବାରକୁ ଯାହା ଆବଶ୍ୟକ ଅଛି ସବୁ ପ୍ରକାର ସହଯୋଗ କରାଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି । ସିକ୍କିମରେ ଆସିଥିବା ପ୍ରଳୟଙ୍କାରୀ ବନ୍ୟାରେ ଭାସିଯାଇଥିଲେ ୨୩ ଜଣ ଯବାନ । ଏମାନଙ୍କ ମଧ୍ୟରେContinue reading “ଆସନ୍ତାକାଲି ଜନ୍ମମାଟିରେ ପହଞ୍ଚିବ ସହିଦ ଓଡ଼ିଆ ଯବାନଙ୍କ ପାର୍ଥିବ ଶରୀର : ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ସମ୍ପର୍ଣ୍ଣ ହେବ ଶେଷକୃତ୍ୟ”

ବର୍ଷାଙ୍କୁ ନେଇ ସାଂସଦ ଅନୁଭବଙ୍କ ଭାବପ୍ରବଣ ପୋଷ୍ଟ : ବିଚ୍ଛେଦ ପରେ ବନ୍ଧୁ ହୋଇ ରହିପାରିବା; ବିଚ୍ଛେଦ ତ ସୁନିଶ୍ଚିତ କିନ୍ତୁ ସମ୍ମାନର ସହ ହେଉ

କନକ ବ୍ୟୁରୋ : ଅନୁଭବ ଓ ବର୍ଷାଙ୍କ ପାରିବାରିକ ବିବାଦ ଭିତରେ ଆଜି ସୋସିଆଲ ମିଡିଆରେ ଏକ ଭାବପ୍ରବଣ ପୋଷ୍ଟ କରିଛନ୍ତି ଅନୁଭବ ମହାନ୍ତି । ବିବାହ ପରେ ବିଦାୟ ବେଳର ଫୋଟୋ ପୋଷ୍ଟ କରିଛନ୍ତି । ବର୍ଷା ପ୍ରିୟଦର୍ଶିନୀଙ୍କୁ ଟ୍ୟାଗ୍ କରି ଲେଖିଛନ୍ତି, ସେ ତାଙ୍କୁ ହୃଦୟରୁ ବହୁତ ଭଲ ପାଆନ୍ତି । @VarshaPriyadar3, I loved you from the deepest core of my heart. For whatever reasons, our marriageContinue reading “ବର୍ଷାଙ୍କୁ ନେଇ ସାଂସଦ ଅନୁଭବଙ୍କ ଭାବପ୍ରବଣ ପୋଷ୍ଟ : ବିଚ୍ଛେଦ ପରେ ବନ୍ଧୁ ହୋଇ ରହିପାରିବା; ବିଚ୍ଛେଦ ତ ସୁନିଶ୍ଚିତ କିନ୍ତୁ ସମ୍ମାନର ସହ ହେଉ”

ସାମ୍ନାକୁ ଆସିଲା ସ୍ୱାସ୍ଥ୍ୟ ସେବାର ବିକଳ ଚିତ୍ର : ଆସିଲାନି ୧୦୮ ଆମ୍ବୁଲାନ୍ସ , ଜ୍ୱରରେ ପୀଡିତ ସ୍ତ୍ରୀଙ୍କୁ ଟ୍ରଲିରେ ମେଡିକାଲ ନେଲେ ସ୍ୱାମୀ

କନକ ବ୍ୟୁରୋ : ସାମ୍ନାକୁ ଆସିଲା ସ୍ୱାସ୍ଥ୍ୟ ସେବାରର ବିଳକ ଚିତ୍ର । ଆସିଲାନି ୧୦୮ ଆମ୍ବୁଲାନ୍ସ । ଟ୍ରଲିରେ ପତ୍ନିଙ୍କୁ ମେଡିକାଲ ନେଲେ ସ୍ୱାମୀ । ଯାଜପୁର ଜିଲ୍ଲା ଧର୍ମଶାଳା ଅଂଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି । ରସୁଲପୁର ବ୍ଲକର ଗୋପାଳପୁର ଗାଁର ଟ୍ରଲି ଚାଳକ ଇଶ୍ୱର ମଲ୍ଲିକଙ୍କ ସ୍ତ୍ରୀ ଜ୍ୱରରେ ପୀଡିତଥିଲେ । ଜ୍ୱର ବଢିବାରୁ ସେ ଆମ୍ବୁଲାନ୍ସ ନମ୍ବରକୁ ଫୋନ କରିଥିଲେ । କିନ୍ତୁ ଆମ୍ବୁଲାନ୍ସ ଆସିନଥିଲା । ଫଳରେ ଏକContinue reading “ସାମ୍ନାକୁ ଆସିଲା ସ୍ୱାସ୍ଥ୍ୟ ସେବାର ବିକଳ ଚିତ୍ର : ଆସିଲାନି ୧୦୮ ଆମ୍ବୁଲାନ୍ସ , ଜ୍ୱରରେ ପୀଡିତ ସ୍ତ୍ରୀଙ୍କୁ ଟ୍ରଲିରେ ମେଡିକାଲ ନେଲେ ସ୍ୱାମୀ”

ଲୋକସଭା ନିର୍ବାଚନରେ ୧୮ ରାଜ୍ୟରେ ଦେଖିବାକୁ ମିଳିବ କଡ଼ା ଟକ୍କର : ଏନଡିଏ ସହ କଡ଼ା ପ୍ରତିଦ୍ୱନ୍ଦ୍ୱିତା କରିବ ଇଣ୍ଡିଆ ମେଣ୍ଟ

କନକ ବ୍ୟୁରୋ : ଯଦି ବର୍ତ୍ତମାନ ନିର୍ବାଚନ ହୁଏ ତେବେ ଏନଡିଏ ଏବଂ ଇଣ୍ଡିଆ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିବ । ର ୧୮ ରାଜ୍ୟରେ ଦେଖିବାକୁ ମିଳିବ କଡ଼ା ଟକ୍କର । ୧୮ ରାଜ୍ୟର ୨୮୧ ଲୋକସଭା ଆସନରୁ ବିଜେପି ନେତୃତାଧିନ ଏନଡିଏ ୧୧୮ ଆସନ ହାସଲ କରିବ । ଆଉ ବିରୋଧୀ ମେଣ୍ଟ ଇଣ୍ଡିଆ ୧୧୦ ଆସନ ହାତେଇବ । ସେହିଭଳି ଉଭୟ ମେଣ୍ଟରେ ନଥିବା ଦଳ ବିଜେଡି, ବିଆରଏସ, ୱାଇଏସଆରସିପି ଭଳିContinue reading “ଲୋକସଭା ନିର୍ବାଚନରେ ୧୮ ରାଜ୍ୟରେ ଦେଖିବାକୁ ମିଳିବ କଡ଼ା ଟକ୍କର : ଏନଡିଏ ସହ କଡ଼ା ପ୍ରତିଦ୍ୱନ୍ଦ୍ୱିତା କରିବ ଇଣ୍ଡିଆ ମେଣ୍ଟ”

ବିଶ୍ୱକପ୍ ଅଭିଯାନ ପୂର୍ବରୁ ଟିମ୍ ଇଣ୍ଡିଆକୁ ବଡ଼ ଝଟକା : ଓପନର ଶୁବମନ ଗିଲଙ୍କୁ ଡେଙ୍ଗୁ; ରବିବାର ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍ ଖେଳିବା ନେଇ ଆଶଙ୍କା

କନକ ବ୍ୟୁରୋ : ଟିମ୍ ଇଣ୍ଡିଆକୁ ବଡ ଝଟକା । ଜବରଦସ୍ତ ଫର୍ମରେ ଥିବା ଟିମ୍ ଇଣ୍ଡିଆର ୟଙ୍ଗଷ୍ଟାର ଶୁବମନ ଗିଲଙ୍କୁ ଡେଙ୍ଗୁ । ବିଶ୍ୱକପରେ ଭାରତ ନିଜ ଅଭିଯାନ ଆରମ୍ଭ କରିବାକୁ ଯାଉଥିବା ବେଳେ ପ୍ରଥମ ମ୍ୟାଚ୍ ପୂର୍ବରୁ ଦଳ ପାଇଁ ଆସିଛି ଚିନ୍ତାଜନକ ଖବର । ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ଗିଲ୍ ଖେଳିବା ନେଇ ମଧ୍ୟ ଆଶଙ୍କା ଦେଖାଦେଇଛି । ରକ୍ତନମୂନା ପରୀକ୍ଷା କରାଯିବା ପରେ ଶୁବମନ ଗିଲ୍ ଡେଙ୍ଗୁ ପଜିଟିଭ୍ ଚିହ୍ନଟ ହୋଇଛନ୍ତିContinue reading “ବିଶ୍ୱକପ୍ ଅଭିଯାନ ପୂର୍ବରୁ ଟିମ୍ ଇଣ୍ଡିଆକୁ ବଡ଼ ଝଟକା : ଓପନର ଶୁବମନ ଗିଲଙ୍କୁ ଡେଙ୍ଗୁ; ରବିବାର ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍ ଖେଳିବା ନେଇ ଆଶଙ୍କା”

ବିଶ୍ୱକପ ଉଦଘାଟନୀ ମ୍ୟାଚ ଜିତିଲା ନ୍ୟୁଜିଲାଣ୍ଡ : ପ୍ରଥମ ମୁକାବିଲାରେ ୯ ୱିକେଟରେ ହାରିଲା ବିଶ୍ୱ ଚାମ୍ପିୟନ ଇଂଲଣ୍ଡ

କନକ ବ୍ୟୁରୋ : ଆଇସିସି ଦିନିକିଆ ବିଶ୍ୱକପର ଉଦଘାଟନୀ ମ୍ୟାଚ୍ ଜିତିଲା ନ୍ୟୁଜିଲାଣ୍ଡ । ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଇଥିବା ପ୍ରଥମ ମ୍ୟାଚରେ ଡିଫେଣ୍ଡିଂ ଚାମ୍ପିୟନ୍ ଇଂଲଣ୍ଡକୁ ୯ ୱିକେଟରେ ହରାଇଛି କିୱି ଦଳ । ଇଂଲଣ୍ଡ ଦ୍ୱାରା ଧାର୍ଯ୍ୟ ୨୮୩ ରନର ବିଜୟଲକ୍ଷ୍ୟକୁ ନ୍ୟୁଜିଲାଣ୍ଡ ସହଜରେ ହାସଲ କରିନେଇଛି । ଡେଭନ୍ କନୱେ ଓ ରଚିନ୍ ରବୀନ୍ଦ୍ରଙ୍କ ଅପରାଜିତ ଶତକ ବଳରେ ଦଳ ମାତ୍ର ୩୬ ଦଶମିକ ୨ ଓଭରରେ ୧ ୱିକେଟ୍ ହରାଇContinue reading “ବିଶ୍ୱକପ ଉଦଘାଟନୀ ମ୍ୟାଚ ଜିତିଲା ନ୍ୟୁଜିଲାଣ୍ଡ : ପ୍ରଥମ ମୁକାବିଲାରେ ୯ ୱିକେଟରେ ହାରିଲା ବିଶ୍ୱ ଚାମ୍ପିୟନ ଇଂଲଣ୍ଡ”

ନବଜାତଙ୍କ ଗୋଡରେ ଲାଗିବ ଟ୍ୟାଗ : ଶିଶୁ ଅଦଳବଦଳ ଅଭିଯୋଗ ପରେ କ୍ୟାପିଟାଲ ହସ୍ପିଟାଲ କର୍ତ୍ତପକ୍ଷଙ୍କ ନିଷ୍ପତ୍ତି; ସ୍ତ୍ରୀ ରୋଗ ଓ ପ୍ରସୂତି ବିଭାଗ ଆଣିଲା ନୂଆ ନିୟମ

କନକ ବ୍ୟୁରୋ : ନବଜାତଙ୍କ ଗୋଡରେ ଲାଗିବ ଟ୍ୟାଗ । ଶିଶୁ ଅଦଳବଦଳ ଅଭିଯୋଗ ପରେ କ୍ୟାପିଟାଲ ହସପିଟାଲ କର୍ତ୍ତପକ୍ଷଙ୍କ ନିଷ୍ପତ୍ତି । ସ୍ତ୍ରୀ ରୋଗ ଓ ପ୍ରସୂତି ବିଭାଗ ଏଭଳି ନୂଆ ନିୟମ ଆଣିଛନ୍ତି । ଏଣିକି ଅପରେସନ ଥିଏଟରରେ ପ୍ରସୂତିଙ୍କ ନାମ ଓ ରେଜିଷ୍ଟ୍ରେସନକୁ ନେଇ ସୂଚନା ଟ୍ୟାଗ ପ୍ରସ୍ତୁତ କରାଯିବ । ଏହି ଟ୍ୟାଗଙ୍କୁ ନବଜାତଙ୍କ ଗୋଡରେ ବନ୍ଧାଯିବ । ସିଜରିଆରନ ଅବା ସ୍ୱାଭାବିକ ପ୍ରସୂତିଙ୍କୁ ତୁରନ୍ତ ଶିଶୁ ସମ୍ପର୍କରେ ସୂଚନା ଦିଆଯିବContinue reading “ନବଜାତଙ୍କ ଗୋଡରେ ଲାଗିବ ଟ୍ୟାଗ : ଶିଶୁ ଅଦଳବଦଳ ଅଭିଯୋଗ ପରେ କ୍ୟାପିଟାଲ ହସ୍ପିଟାଲ କର୍ତ୍ତପକ୍ଷଙ୍କ ନିଷ୍ପତ୍ତି; ସ୍ତ୍ରୀ ରୋଗ ଓ ପ୍ରସୂତି ବିଭାଗ ଆଣିଲା ନୂଆ ନିୟମ”

Design a site like this with WordPress.com
Get started