କନକ ବ୍ୟୁରୋ : କଟକ ଏସସିବି ମେଡିକାଲ ଆଇସିୟୁରେ ୨୪ ଘଣ୍ଟା ବାଜିବ ଭଜନ । ବିଶେଷକରି ଭିକାରୀବଳଙ୍କ ଜଗନ୍ନାଥ ଭଜନ ଉପରେ ଗୁରୁତ୍ୱ ଦିଆଯିବ । ଏସସିବି ମେଡିକାଲ ପ୍ରଶାସନ ପକ୍ଷରୁ ଏଭଳି ଏକ ନିଷ୍ପତ୍ତି ନିଆଯାଇଛି । ଭଜନ ବାଜିବା ଫଳରେ ଏହା ଆଇସିୟୁ ଭିତରେ ଆଧ୍ୟତ୍ମିକ ପରିବେଶ ସୃଷ୍ଟି କରିବା ସହ ରୋଗୀ ଓ କର୍ମଚାରୀଙ୍କ ଉପରେ ଏହାର ସକରାତ୍ମକ ପ୍ରଭାବ ପଡ଼ିବ ବୋଲି କୁହଯାଇଛି । ଅନେକ ରୋଗୀଙ୍କୁ ମ୍ୟୁଜିକ ଥେରାପିContinue reading “ଏସସିବିର ଆଇସିୟୁରେ ୨୪ ଘଣ୍ଟା ବାଜିବ ଜଗନ୍ନାଥ ଭଜନ : ଆଇସିୟୁ ଭିତରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିବା ଲକ୍ଷ୍ୟରେ ଏସସିବି କର୍ତ୍ତୃପକ୍ଷଙ୍କ ନିଷ୍ପତ୍ତି”
Tag Archives: News
ପ୍ୟାରିସ ଯାଉଛନ୍ତି କି ? ସାବଧାନ
ଫେସନର କେନ୍ଦ୍ର ଭାବେ ଜଣାଶୁଣା ପ୍ୟାରିସ ଏବେ ଓଡ଼ଶ ମାନଙ୍କର ଚରାଭୂଇଁ । ନିଜକୁ ଏତେ ଅତ୍ୟାଧୁନିକ ଦେଖେଇ ହେଉଥିବା ଫ୍ରାନସ କାହିଁକି କରିପାରୁନି ଏମାନଙ୍କୁ ନିୟନ୍ତ୍ରଣ ? ଯେତେବେଳେ କୌଣସି ଦେଶର ନାଗରିକ ବିଦେଶକୁ ଯାଇଥାଏ ତାକୁ ସମ୍ପୃକ୍ତ ଦେଶ ବିଷୟରେ କିଛି ସାବଧାନତା ଅବଲମ୍ବନ କରିବାକୁ ଉପଦେଶାବଳୀ ଦିଆଯାଇଥାଏ । ଯେମିତି ଅମୁକ ସହରକୁ ଗଲେ ଠକଙ୍କ ବିଷୟରେ ଧ୍ୟାନ ରଖିବେ, କେଉଁଠି ଚୋରୀ ତ କେଉଁଠି ଲୁଟପାଟ ହେବାର ସମ୍ଭାବନା ଥାଏ ।Continue reading “ପ୍ୟାରିସ ଯାଉଛନ୍ତି କି ? ସାବଧାନ”
କ୍ରିକେଟ ବିଶ୍ୱକପ୍ ଆରମ୍ଭ : ଉଦଘାଟନୀ ମ୍ୟାଚରେ ନ୍ୟୁଜିଲାଣ୍ଡ ଟସ୍ ଜିତି ବୋଲିଂ ନିଷ୍ପତ୍ତି; ପ୍ରଥମେ ବ୍ୟାଟିଂ କରିବ ଇଂଲଣ୍ଡ
କନକ ବ୍ୟୁରୋ : ୪୮ ଦିନ, ୪୬ ମ୍ୟାଚ୍, ୧୦ ଟିମ୍, ୧୦ ମଇଦାନ । ପ୍ରାଣମୂର୍ଚ୍ଚା ଲଢେଇ, ତା ପରେ ଯାଇ ଆସିବ ବିଶ୍ୱକପ୍ । ଆରମ୍ଭ ହେବ ବିଶ୍ୱକପ୍ । କ୍ରିକେଟ ବିଶ୍ୱକପ୍ ଆରମ୍ଭ ହୋଇଛି । ଉଦଘାଟନୀ ମ୍ୟାଚରେ ନ୍ୟୁଜିଲାଣ୍ଡ ଟସ୍ ଜିତିଛି । ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଛି ନ୍ୟୁଜିଲାଣ୍ଡ । ପ୍ରଥମେ ଇଂଲଣ୍ଡ ବ୍ୟାଟିଂ କରିବ । ଭାରତୀୟ ଉପମହାଦେଶରେ ଧର୍ମ ପାଲଟିଯାଇଥିବା କ୍ରିକେଟର ବିଶ୍ୱକପ୍ । ଆୟୋଜକContinue reading “କ୍ରିକେଟ ବିଶ୍ୱକପ୍ ଆରମ୍ଭ : ଉଦଘାଟନୀ ମ୍ୟାଚରେ ନ୍ୟୁଜିଲାଣ୍ଡ ଟସ୍ ଜିତି ବୋଲିଂ ନିଷ୍ପତ୍ତି; ପ୍ରଥମେ ବ୍ୟାଟିଂ କରିବ ଇଂଲଣ୍ଡ”
ବାଣ ବିସ୍ଫୋରଣ, ଅଳ୍ପକେ ବର୍ତ୍ତିଲେ ଡାକ୍ତର : ରାସ୍ତାରେ ବାଣ ଶୁଖାଇ ଥିବା ବେଳେ ଚଢିଗଲା ଡାକ୍ତରଙ୍କ ଗାଡି
କନକ ବ୍ୟୁରୋ : ବାଣ ବିସ୍ଫୋରଣରେ ବର୍ତ୍ତିଲେ ଡାକ୍ତର । ରାସ୍ତାରେ ବାଣ ଶୁଖାଇ ଥିବା ବେଳେ ବିସ୍ଫୋରଣ ହୋଇଛି । ଡାକ୍ତରଙ୍କ ଗାଡି ଚଢିଯିବାରୁ ବାଣ ଫୁଟି ଯାଇଥିଲା । ବାଣ ଫୁଟିବାରୁ ଡାକ୍ତରଙ୍କ ଗାଡି କ୍ଷତିଗ୍ରସ୍ତ ହୋଇଛି । ଆହତ ଡାକ୍ତରଙ୍କୁ କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଭରତପୁର ଖଣ୍ଡିଆବନ୍ଧି ଗାଁରେ ଏହି ଅଘଟଣ ଘଟିଛି । ସୂଚନାନୁସାରେ, ଭରତପୁର ଖଣ୍ଡିଆ ବନ୍ଧୀ ଗାଁ ରାସ୍ତାରେ ଡାକ୍ତର ସୁଜିତ୍ ସାମଲ ନିଜରContinue reading “ବାଣ ବିସ୍ଫୋରଣ, ଅଳ୍ପକେ ବର୍ତ୍ତିଲେ ଡାକ୍ତର : ରାସ୍ତାରେ ବାଣ ଶୁଖାଇ ଥିବା ବେଳେ ଚଢିଗଲା ଡାକ୍ତରଙ୍କ ଗାଡି”
ଚୀନରେ ଚମକିଲେ ଦୀପିକା । ସ୍ୱର୍ଣ୍ଣ ପଦକ ଜିତିବା ପରେ ଧନ୍ୟବାଦ ଜଣାଇଲେ ସ୍ୱାମୀ ଦିନେଶ କାର୍ତ୍ତିକ ।
କନକ ବ୍ୟୁରୋ : ଏସୀୟ କ୍ରୀଡାରେ ପୁଣି ଚମକିଲା ଭାରତ । ସ୍କ୍ୱାସ ମିକ୍ସଡ ଡବଲ୍ସରେ ସ୍ୱର୍ଣ୍ଣ ପଦକ ହାସଲ କରିଛି ଭାରତ । ଦୀପିକା ପାଲିକଲ ଓ ହରିନ୍ଦରପାଲ ସିଂ ଭାରତକୁ ଏହି ପଦକ ଭେଟି ଦେଇଛନ୍ତି । ମାଲେସିଆର ପ୍ରତିଦ୍ୱନ୍ଦ୍ୱୀଙ୍କୁ ହରାଇ ଦୀପିକା ଓ ହରିନ୍ଦରପାଲ ଭାରତ ଖାତାରେ ଆଉ ଏକ ସ୍ୱର୍ଣ୍ଣ ପଦକ ଯୋଡିଛନ୍ତି । ଏବେ ସୁଦ୍ଧା ଭାରତ ମୋଟ ୨୦ଟି ସ୍ୱର୍ଣ୍ଣ, ୩୧ଟି ରୌପ୍ୟ ଓ ୩୨ଟି ବ୍ରୋଞ୍ଜ ପଦକContinue reading “ଚୀନରେ ଚମକିଲେ ଦୀପିକା । ସ୍ୱର୍ଣ୍ଣ ପଦକ ଜିତିବା ପରେ ଧନ୍ୟବାଦ ଜଣାଇଲେ ସ୍ୱାମୀ ଦିନେଶ କାର୍ତ୍ତିକ ।”
ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପୁଣି ଥରେ ପ୍ରଶଂସା କଲେ ରୁଷ ରାଷ୍ଟ୍ରପତି ପୁଟିନ
ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପୁଣିଥରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା କରିଛନ୍ତି । ରୁଷର ରାଷ୍ଟ୍ରପତି ପୁଟିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିଷୟରେ କହିଛନ୍ତି ଯେ ସେ ଜଣେ ବୁଦ୍ଧିମାନ ବ୍ୟକ୍ତି । ଭ୍ଲାଦିମିର ପୁଟିନ ମଧ୍ୟ ରୁଷ ସହ ଭାରତର ସମ୍ପର୍କକୁ ପ୍ରଶଂସା କରିଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ଅଗ୍ରଗତି କରୁଛି । ଆର୍ଥିକ ସୁରକ୍ଷା ସମ୍ପର୍କିତ ଏକ କାର୍ଯ୍ୟକ୍ରମରେ ଭାରତContinue reading “ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପୁଣି ଥରେ ପ୍ରଶଂସା କଲେ ରୁଷ ରାଷ୍ଟ୍ରପତି ପୁଟିନ”
ଦିନରେ ମନରେଗାରେ ଶ୍ରମିକ ହେଇ କାମ କରୁଥିଲେ । ଏବେ ଏସିଆନ୍ ଗେମ୍ସରେ ଜିତିଲେ ବ୍ରୋଞ୍ଜ ମେଡାଲ । ଜାଣନ୍ତୁ, କିଏ ଏହି ଖେଳାଳି, ଯାହାଙ୍କୁ ମୋଦୀ କଲେ ପ୍ରଂଶସା…
କନକ ବ୍ୟୁରୋ: କୁହାଯାଏ ଚେଷ୍ଟା କରୁଥିବା ଲୋକ ହିଁ ଜୀବନରେ ସଫଳ ହୁଏ । ଆଉ ପରିଶ୍ରମ କରୁଥିବା ଲୋକ ହିଁ ସଫଳତା ପାଇଥାଏ । ଏଇ ଯେମିତି ଏସିଆନ୍ ଗେମ୍ସରେ ବ୍ରୋଞ୍ଜ ମେଡାଲ ଜିତିଥିବା ଭାରତୀୟ ଖେଳାଳି ରାମବାବୁ । ଦିନେ ସେ ପରିବାର ଚଳାଇବା ପାଇଁ ମନରେଗା ଯୋଜନାରେ ଶ୍ରମିକ ହେଇ କାମ କରୁଥିଲେ । ହେଲେ ଏତେ ଅଭାବ ଭିତରେ ମଧ୍ୟ ସେ ସ୍ୱପ୍ନ ଦେଖିବା ଛାଡିନଥିଲେ । ଲଗାତାର କଠିନ୍ ପରିଶ୍ରମ,Continue reading “ଦିନରେ ମନରେଗାରେ ଶ୍ରମିକ ହେଇ କାମ କରୁଥିଲେ । ଏବେ ଏସିଆନ୍ ଗେମ୍ସରେ ଜିତିଲେ ବ୍ରୋଞ୍ଜ ମେଡାଲ । ଜାଣନ୍ତୁ, କିଏ ଏହି ଖେଳାଳି, ଯାହାଙ୍କୁ ମୋଦୀ କଲେ ପ୍ରଂଶସା…”
ଦଶମ ଶ୍ରେଣୀ ଷାଣ୍ମାସିକ ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ଲିକ୍ : ପରୀକ୍ଷାର୍ଥୀ କହିଲେ ପରୀକ୍ଷା ଦେଇ ଲାଭ କ’ଣ ? ବୋର୍ଡ କର୍ତ୍ତୃପକ୍ଷ ରଖିଲେ ଖାମଖିଆଲି ଉତ୍ତର
କନକ ବ୍ୟୁରୋ : ଆରମ୍ଭ ହୋଇଛି ଦଶମ ଶ୍ରେଣୀ ଷାଣ୍ମାସିକ ପରୀକ୍ଷା । ହେଲେ ପରୀକ୍ଷା ଆରମ୍ଭ ପୂର୍ବରୁ ସୋସିଆଲ ମିଡିଆରେ ଘୁରି ବୁଲୁଛି ପ୍ରଶ୍ନପତ୍ର । କନକ ନ୍ୟୁଜ୍ ହାତରେ ଏହାର ପ୍ରମାଣ ଲାଗିଛି । ଲିକ୍ ହୋଇଥିବା ପ୍ରଶ୍ନ ସୋସିଆଲ ମିଡିଆରେ ଘୁରିବୁଲୁଥିବା କହିଛନ୍ତି ପରୀକ୍ଷାର୍ଥୀ । ପ୍ରଥମ ଦିନ ଦୁଇଟି ସିଟିଂରେ ଓଡ଼ିଆ ଭାଷା ସାହିତ୍ୟ ଓ ଇଂରାଜୀ ବିଷୟ ପରୀକ୍ଷା ହୋଇଥିଲା । ହେଲେ ପରୀକ୍ଷା ଆରମ୍ଭ ହେବାର ଦିନକୁ ପୂର୍ବରୁContinue reading “ଦଶମ ଶ୍ରେଣୀ ଷାଣ୍ମାସିକ ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ଲିକ୍ : ପରୀକ୍ଷାର୍ଥୀ କହିଲେ ପରୀକ୍ଷା ଦେଇ ଲାଭ କ’ଣ ? ବୋର୍ଡ କର୍ତ୍ତୃପକ୍ଷ ରଖିଲେ ଖାମଖିଆଲି ଉତ୍ତର”
ଜୀବନ ବଞ୍ଚାଇ ଦେଲେ ବିଘ୍ନବିନାଶକ : ସମୁଦ୍ର ଭିତରେ ୩୬ ଘଣ୍ଟାର ସଂଘର୍ଷ ପରେ କୂଳରେ ଲାଗିଲା ୧୪ ବର୍ଷର ବାଳକ
କନକ ବ୍ୟୁରୋ : ଜୀବନ ବଞ୍ଚାଇ ଦେଲେ ବିଘ୍ନବିନାଶକ । ସମୁଦ୍ରରେ ୩୬ ଘଣ୍ଟା ଧରି ଗଣେଶକୁ ଧରି ଜୀବନ ବଞ୍ଚାଇବାକୁ ୧୪ ବର୍ଷ ବାଳକର ସଂଘର୍ଷ । ଗୁଜରାଟ ସୁରତରେ ଆସିଛି ଏଭଳି ଘଟଣା । ପୁଅ ମରିିଗଲା ଭାବି ପରିବାରରେ କାନ୍ଦ ବୋବାଳି ଲାଗି ରହିଥିଲା । ଏହି ସମୟରେ ପୁଅ ଜୀବତ ଅବସ୍ଥାରେ ଘରକୁ ଫେରିଥିଲେ । ୧୩ବର୍ଷର ଲଖନ ଗଣେଶ ମୂର୍ତ୍ତି ବିସର୍ଜନ ଦେଖିବାକୁ ପରିବାର ସହ ବେଳାଭୂମିକୁ ଯାଇଥିଲେ ।Continue reading “ଜୀବନ ବଞ୍ଚାଇ ଦେଲେ ବିଘ୍ନବିନାଶକ : ସମୁଦ୍ର ଭିତରେ ୩୬ ଘଣ୍ଟାର ସଂଘର୍ଷ ପରେ କୂଳରେ ଲାଗିଲା ୧୪ ବର୍ଷର ବାଳକ”
ସୁବାସ ସଂଗଠନର ନିଆରା ପ୍ରତିବାଦ : ସହରର ବିପର୍ଯ୍ୟସ୍ତ ରାସ୍ତା ପାଇଁ ଆନ୍ଦୋଳନ; ବାଲି, ଗୋଡି ଓ ସିମେଣ୍ଟ ଭର୍ତ୍ତି ହାଣ୍ଡି ନେଇ ପିଡବ୍ଲୁଡି ଅଫିସରେ ଦେବେ ଆନ୍ଦୋଳନକାରୀ
କନକ ବ୍ୟୁରୋ : କଟକରେ ସୁବାସ ସଂଗଠନର ନିଆରା ପ୍ରତିବାଦ । ସହରର ବିପର୍ଯ୍ୟସ୍ତ ରାସ୍ତା ପାଇଁ ଆନ୍ଦୋଳନ । ପ୍ରଶାସନିକ ଉଦାସିନତାକୁ ବିରୋଧ କରି ପ୍ରତିବାଦ କରାଯାଉଛି । ବାଲି, ଗୋଡି ଓ ସିମେଣ୍ଟ ଭର୍ତ୍ତି ହାଣ୍ଡି ନେଇ ପିଡବ୍ଲୁଡି ଅଫିସରେ ଦେବେ ଆନ୍ଦୋଳନକାରୀ । The post ସୁବାସ ସଂଗଠନର ନିଆରା ପ୍ରତିବାଦ : ସହରର ବିପର୍ଯ୍ୟସ୍ତ ରାସ୍ତା ପାଇଁ ଆନ୍ଦୋଳନ; ବାଲି, ଗୋଡି ଓ ସିମେଣ୍ଟ ଭର୍ତ୍ତି ହାଣ୍ଡି ନେଇ ପିଡବ୍ଲୁଡି ଅଫିସରେContinue reading “ସୁବାସ ସଂଗଠନର ନିଆରା ପ୍ରତିବାଦ : ସହରର ବିପର୍ଯ୍ୟସ୍ତ ରାସ୍ତା ପାଇଁ ଆନ୍ଦୋଳନ; ବାଲି, ଗୋଡି ଓ ସିମେଣ୍ଟ ଭର୍ତ୍ତି ହାଣ୍ଡି ନେଇ ପିଡବ୍ଲୁଡି ଅଫିସରେ ଦେବେ ଆନ୍ଦୋଳନକାରୀ”