ଦେଢମାସ ବନ୍ଦ ରହିବା ପରେ ଆଜି ମହାପ୍ରଭୁଙ୍କ ବନକଲାଗି ନୀତି : ୪ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ

କନକ ବ୍ୟୁରୋ : ମହାପ୍ରଭୁଙ୍କ ବନକଲାଗି ନୀତି ଦେଢ ମାସ ବନ୍ଦ ରହିବା ପରେ ଆଜି ଅନୁଷ୍ଠିତ ହେବ । ଆଜି ଶ୍ରୀଜିଉଙ୍କ ବନକଲାଗି ନୀତି କରିବାକୁ ଚୂଡାନ୍ତ ହୋଇଛି । ଦ୍ୱିତୀୟ ଭୋଗ ମଣ୍ଡପ ପରେ ଏହି ନୀତି ଅନୁଷ୍ଠିତ ହେବ । ସେଇଥି ପାଇଁ ଆଜି ସନ୍ଧ୍ୟା ୫ଟାରୁ ରାତି ୯ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ ରହିବ । ନୀଳାଦ୍ରୀ ବିଜେ ପରେ ବନଲାଗିକୁ ନେଇ ବିବାଦ ଦେଖା ଦେଇଥିଲା । ବୁଧବାରContinue reading “ଦେଢମାସ ବନ୍ଦ ରହିବା ପରେ ଆଜି ମହାପ୍ରଭୁଙ୍କ ବନକଲାଗି ନୀତି : ୪ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ”

ବିଦ୍ୟୁତ ସଟସର୍କିଟ ଯୋଗୁଁ ଜଳିଗରା ଘର : ଲକ୍ଷାଧିକ ଟଙ୍କାର ଆସବାବପତ୍ର ପୋଡି ପାଉଁଶ

କନକ ବ୍ୟୁରୋ : ବିଦ୍ୟୁତ ସଟସର୍କିଟ ଯୋଗୁଁ ଜଳିଗରା ଘର । ସୋର ଥାନା ଅନ୍ତର୍ଗତ ପୁରୁଷୋତମପୁର ଗାଁରେ ଘଟିଛି ଏହି ଅଘଟଣ । ଅଗ୍ନିକାଣ୍ଡରେ ପୁରୁଷୋତମପୁର ଗାଁର ଭଷାଳି ମଳିକଙ୍କ ଗୋଟିଏ ବଖରା ଘର ସମ୍ପୂର୍ଣ୍ଣ ଜଳି ଯାଇଛି । ନିଆଁ ଲାଗି ଲକ୍ଷାଧିକ ଟଙ୍କାର ଆସବାବପତ୍ର ପୋଡି ପାଉଁଶ ହୋଇଯାଇଛି । ତେବେ ପରିବାରର ସମସ୍ତ ଲୋକ ଓ ଗୃହପାଳିତ ପଶୁ ସୁରକ୍ଷିତ ଥିବା ଜଣାପଡିଛି । ନିଆଁ ଲାଗିଥିବା ଖବର ପାଇ ସୋରContinue reading “ବିଦ୍ୟୁତ ସଟସର୍କିଟ ଯୋଗୁଁ ଜଳିଗରା ଘର : ଲକ୍ଷାଧିକ ଟଙ୍କାର ଆସବାବପତ୍ର ପୋଡି ପାଉଁଶ”

ଖେଳ ଛୁଟିରେ ଅଘଟଣ : ସୂଚନା ଫଳକ ପଡି ପ୍ରଥମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ

କନକ ବ୍ୟୁରୋ : ଖେଳ ଛୁଟିରେ ଅଘଟଣ । ରାସ୍ତା କାମର ଫଳକ ଖସି ପ୍ରଥମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ । ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଉଚ୍ଚପଦା ଗାଁରେ ଘଟିଛି ଏହି ଅଘଟଣ । ମୃତ ଛାତ୍ର ହେଉଛନ୍ତି ଉଚ୍ଚପଦା ପ୍ରାଥମିକ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀରେ ପଢୁଥିବା ଅସିତ ନାୟକ । ସୂଚନା ଅନୁସାରେ ଖେଳ ଛୁଟି ସମୟରେ ଛାତ୍ର ଜଣକ ଖେଳୁଥିବା ବେଳେ ସ୍କୁଲ ପରିସରରେ ଥିବା ସୂଚନା ଫଳକ ତା ଉପରେ ପଡିଯାଇଥିଲାContinue reading “ଖେଳ ଛୁଟିରେ ଅଘଟଣ : ସୂଚନା ଫଳକ ପଡି ପ୍ରଥମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ”

ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲା : ଆମ୍ ଆଦମୀ ପାର୍ଟି ସାଂସଦ ସଞ୍ଜୟ ସିଂ ଗିରଫ

କନକ ବ୍ୟୁରୋ : ଗିରଫ ହେଲେ ଆମ ଆଦମୀ ପାର୍ଟି ସାଂସଦ ସଞ୍ଜୟ ସିଂ । ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ସଂଜୟଙ୍କ ଘରେ ବୁଧବାର ସକାଳୁ ୧୦ ଘଣ୍ଟା ଧରି ଜେରା କରିବା ପରେ ଗିରଫ କରିଛି ପ୍ରବର୍ତନ ନିର୍ଦ୍ଦେଶାଳୟ । ଏହା ପୂର୍ବରୁ ଆପ ସାଂସଦଙ୍କ ସହ ଘନିଷ୍ଟ ଅନ୍ୟମାନଙ୍କ ବାସଭବନରେ ମଧ୍ୟ ଚଢାଉ କରିଥିଲା । ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଇଡି ଦାଖଲ କରିଥିବା ଚାର୍ଜସିଟରେ ସଞ୍ଜୟ ସିଂହଙ୍କ ନାଁ ରହିଛିContinue reading “ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲା : ଆମ୍ ଆଦମୀ ପାର୍ଟି ସାଂସଦ ସଞ୍ଜୟ ସିଂ ଗିରଫ”

ଚୀନରେ ଚମକିଛନ୍ତି ଓଡ଼ିଆ ପୁଅ : ଏସିଆନ୍ ଗେମ୍ସ ଜାଭଲିନ ଥ୍ରୋରେ ରୌପ୍ୟ ପଦକ ହାସଲ; କିଶୋରଙ୍କୁ ଦେଢକୋଟିର ପୁରସ୍କାର

କନକ ବ୍ୟୁରୋ : ଚୀନରେ ଚମକିଛନ୍ତି ଓଡ଼ିଆ ପୁଅ । ଜାଭେଲନ୍ ଥ୍ରୋ’ରେ ଇତିହାସ ରଚିଛନ୍ତି ବିଶ୍ୱବିଜେତା ନୀରଜ ଚୋପ୍ରା ଓ ଓଡ଼ିଆ ପୁଅ କିଶୋର ଜେନା । ଚୀନର ହାଙ୍ଗଝୋଉରେ ଅନୁଷ୍ଠିତ ଏସୀୟ କ୍ରୀଡ଼ାରେ ନୂଆ ଇତିହାସ ଲେଖିଛି ଭାରତ । କିଶୋର ଜେନା ରୌପ୍ୟ ପଦକ ଜିତିଥିବା ବେଳେ ପୁଣିଥରେ ଏସିଆନ୍ ଗେମସରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ ବିଶ୍ୱ ଚାମ୍ପିଅନ୍ ନୀରଜ ଚୋପ୍ରା । ଜାଭେଲିନ୍ରେ ଭାରତ ଏକ ସଙ୍ଗେ ଦୁଇଟି ପଦକContinue reading “ଚୀନରେ ଚମକିଛନ୍ତି ଓଡ଼ିଆ ପୁଅ : ଏସିଆନ୍ ଗେମ୍ସ ଜାଭଲିନ ଥ୍ରୋରେ ରୌପ୍ୟ ପଦକ ହାସଲ; କିଶୋରଙ୍କୁ ଦେଢକୋଟିର ପୁରସ୍କାର”

ସିକ୍କିମ ଜଳପ୍ରଳୟରେ ୨୩ ଯବାନ ଭାସିଯିବା ଘଟଣା : ନିଖୋଜ ଯବାନଙ୍କ ମଧ୍ୟରେ ଜଣେ ଓଡ଼ିଆ, ଦୁର୍ଘଟଣା ପୂର୍ବରୁ ରାତିରେ ପରିବାର ଲୋକଙ୍କ ସହ ହୋଇଥିଲେ କଥାବାର୍ତ୍ତା

କନକ ବ୍ୟୁରୋ : ସିକ୍କିମ ବନ୍ୟାରେ ନିଖୋଜ ହୋଇଥିବା ୨୩ ଯବାନଙ୍କ ମଧ୍ୟରେ ଓଡ଼ିଆ ଯବାନ ଥିବା ଜଣାପଡିଛି । ସେନାରେ କାମ କରୁଥିବା ହାବିଲଦାର୍ ସରୋଜ କୁମାର ଦାସ ସିକିମ୍ ବନ୍ୟାରେ ନିଖୋଜ ହୋଇ ଯାଇଛନ୍ତି । ଢେଙ୍କାନାଳ କାମାକ୍ଷାନଗର ଥାନା ଦିଘି ପଂଚାୟତ କେନ୍ଦୁଢିପ ଗ୍ରାମରେ ସରୋଜଙ୍କ ଘର । ୨୦୧୨ରେ ସେନବାହିନୀରେ ସେ ଯୋଗ ଦେଇଥିଲେ । ଏହି ବର୍ଷ ଫେବ୍ରୁଆରୀ ମାସରେ ତାଙ୍କର ବିବାହ ହୋଇଥିଲା । ଦୁଇମାସ ପୂର୍ବରୁ ସେ ଘରକୁContinue reading “ସିକ୍କିମ ଜଳପ୍ରଳୟରେ ୨୩ ଯବାନ ଭାସିଯିବା ଘଟଣା : ନିଖୋଜ ଯବାନଙ୍କ ମଧ୍ୟରେ ଜଣେ ଓଡ଼ିଆ, ଦୁର୍ଘଟଣା ପୂର୍ବରୁ ରାତିରେ ପରିବାର ଲୋକଙ୍କ ସହ ହୋଇଥିଲେ କଥାବାର୍ତ୍ତା”

ଖୋଲୁନି ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜ ଓ ଏଏସଆଇ ଲୁଗୁନଙ୍କ ମୃତ୍ୟୁ ରହସ୍ୟ : ସିବିଆଇ ତଦନ୍ତ ଦାବି, ଆଜି ବିଜେପିର ୧୨ ଘଣ୍ଟିଆ ସୁନ୍ଦରଗଡ ବନ୍ଦ ଡାକରା

କନକ ବ୍ୟୁରୋ : ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜ ଓ ଏଏସଆଇ ଆଲିସା ଲୁଗୁନଙ୍କ ମୃତ୍ୟୁୁର ସିବିଆଇ ତଦନ୍ତ ଦାବିରେ ଆଜି ସୁନ୍ଦରଗଡ ବନ୍ଦ । ଆଦିବାସୀ ସଙ୍ଗଠନ ପରେ ବିଜେପି ପକ୍ଷରୁ ଆଜି ଗୁରବାର ୧୨ ଘଣ୍ଟିଆ ସୁନ୍ଦରଗଡ ବନ୍ଦ ଡାକରା ଦିଆଯାଇଛି । ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛି ବିଜେପି । ଦଳ ଅଭିଯୋଗ କରିଛି, ସ୍ମସିତା ଯଦି ମାନସିକ ଚାପରେ ଥିଲେ , ତାହା ହେଲେ ପ୍ରଶାସନ କାହିଁକିContinue reading “ଖୋଲୁନି ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜ ଓ ଏଏସଆଇ ଲୁଗୁନଙ୍କ ମୃତ୍ୟୁ ରହସ୍ୟ : ସିବିଆଇ ତଦନ୍ତ ଦାବି, ଆଜି ବିଜେପିର ୧୨ ଘଣ୍ଟିଆ ସୁନ୍ଦରଗଡ ବନ୍ଦ ଡାକରା”

ଆଜିଠୁ କ୍ରିକେଟ ମହାକୁମ୍ଭ : ଉଦଘାଟନୀ ମ୍ୟାଚରେ ମୁହାଁମୁହିଁ ହେବେ ଇଂଲଣ୍ଡ-ନ୍ୟୁଜିଲାଣ୍ଡ

କନକ ବ୍ୟୁରୋ : ଆଜିଠୁ ଆରମ୍ଭ ହେଉଛି କ୍ରିକେଟ ମହାକୁମ୍ଭ । ଭାରତରେ ଖେଳାଯିବାକୁ ଥିବା ଦିନିକିଆ ବିଶ୍ୱକପ ଆଜିଠାରୁ ଆରମ୍ଭ ହେବ । ଏଥର ଭାରତ ଏକାକି ବିଶ୍ୱକପର ଆୟୋଜନ କରୁଥିଲେ ମଧ୍ୟ ଉଦଘାଟନୀ ଉତ୍ସବ ପାଳନ ହେବନାହିଁ । ଉଦଘାଟନୀ ମ୍ୟାଚରେ ଗତଥର ଫାଇନାଲକୁ ଯାଇଥିବା ଦୁଇ ଟିମ ଇଂଲଣ୍ଡ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ମୁକାବିଲା ହେବ । କିନ୍ତୁ ମ୍ୟାଚ ପୂର୍ବରୁ କୌଣସି ଉଦଘାଟନୀ ଉତ୍ସବ ଅବା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ହେବ ନାହିଁContinue reading “ଆଜିଠୁ କ୍ରିକେଟ ମହାକୁମ୍ଭ : ଉଦଘାଟନୀ ମ୍ୟାଚରେ ମୁହାଁମୁହିଁ ହେବେ ଇଂଲଣ୍ଡ-ନ୍ୟୁଜିଲାଣ୍ଡ”

ଲୋକଙ୍କୁ ଲୁଟୁଥିଲେ ଠକ ଦମ୍ପତ୍ତି । ୪୨୦ ଦମ୍ପତ୍ତିଙ୍କୁ ବାନ୍ଧିଲା ପୋଲିସ ।

କନକ ବ୍ୟୁରୋ: ସମାଜ ଆଗରେ ନିଜକୁ ସ୍ୱାମୀ-ସ୍ତ୍ରୀର ପରିଚୟ ଦେଇ ଦୁଇଜଣ ଲୋକ କେତେ ଭୟଙ୍କର କାମ କରିପାରନ୍ତି, ତାହା କଳ୍ପନା ବାହାରେ । ଲୋକଙ୍କ ପାଇଁ ଲୈଲା ସାଜିଥିବା ଏହି ମହିଳା ହେଉଛନ୍ତି ରିନି ସାହୁ । ଆଉ ଲୈଲାଙ୍କ ସ୍ୱାମୀ ମଜନୁ ହେଉଛି ସ୍ପର୍ଶକାନ୍ତ ସାହୁ । ରିନିର ମାୟାଜାଲରେ ଯିଏ ଥରେ ପଡ଼ିଲା, ସେ ସର୍ବଶ୍ୱାନ୍ତ ହେବାଟା ସୁନିଶ୍ଚିତ । ଅଭିଯୋଗ ଅନୁସାରେ, ବଡ଼ଗଡ଼ ଥାନା ଅଧୀନ ଜେବିଏସ୍ ମାର୍ଟର ମାଲିକଙ୍କୁ ଲୁଟିଥିଲେContinue reading “ଲୋକଙ୍କୁ ଲୁଟୁଥିଲେ ଠକ ଦମ୍ପତ୍ତି । ୪୨୦ ଦମ୍ପତ୍ତିଙ୍କୁ ବାନ୍ଧିଲା ପୋଲିସ ।”

ସରିଲା ବିଧାନସଭାର ମୌସୁମୀ ଅଧିବେଶନ । ସରିିନି ଆନ୍ଦୋଳନ ଓ ଧାରଣା । ଏବେ ବି ଲୋୟର ପିଏମଜିରେ ସରପଞ୍ଚ ମହାସଂଘର ଆନ୍ଦୋଳନ ।

କନକ ବ୍ୟୁରୋ: ଭୁବନେଶ୍ୱର ଲୋୟର ପିଏମଜିରେ ଚାଲିଛି ନାଚ ଗୀତ । ପାରମ୍ପରିକ ବାଦ୍ୟର ତାଳେ ତାଳେ ନାଚୁଛନ୍ତି ଲୋକ । ଏଠି କୌଣସି ଖୁସିର ମାହୋଲ ହୋଇନି ବରଂ ନାଚି ନାଚି ଅଭିନବ ଢଙ୍ଗରେ ସରକାରଙ୍କୁ କଟାକ୍ଷ କରୁଛନ୍ତି ସରପଞ୍ଚ । ବିଧାନସଭାର ମୌସୁମୀ ଅଧିବେଶନ ସରିଗଲେ ବି ସରିନାହିଁ ରାଜ୍ୟ ସରପଞ୍ଚ ମହାସଂଘର ଆନ୍ଦୋଳନ । ରାଜ୍ୟ ସରପଞ୍ଚମାନଙ୍କୁ ସମ୍ପୂର୍ଣ କ୍ଷମତା ଦେବା ଦାବିରେ ରାଜ୍ୟ ସରକାର ବିରୋଧରେ ଏକାଠି ହୋଇ ଲୋୟର ପିଏମଜିରେContinue reading “ସରିଲା ବିଧାନସଭାର ମୌସୁମୀ ଅଧିବେଶନ । ସରିିନି ଆନ୍ଦୋଳନ ଓ ଧାରଣା । ଏବେ ବି ଲୋୟର ପିଏମଜିରେ ସରପଞ୍ଚ ମହାସଂଘର ଆନ୍ଦୋଳନ ।”

Design a site like this with WordPress.com
Get started