ଗୋଟିଏ ଦିନ ପୂର୍ବରୁ ଶେଷ ହେଲା ବିଧାନସଭା ମୌସୁମୀ ଅଧିବେଶନ । ଶାସକ-ବିରୋଧୀ କଥା କଟାକଟି । ଦେଖନ୍ତୁ, କିଏ କହିଲେ କଣ?

କନକ ବ୍ୟୁରୋ: ବିଧାନସଭାକୁ ବନ୍ଦ କଲା କିଏ? ବିଧାନସଭା ମୌସୁମୀ ଅଧିବେଶନରେ ୮ଟି କାର୍ଯ୍ୟଦିବସ ଥିବା ସତ୍ୱେ ଏହାକୁ ୭ ଦିନରେ ଶେଷ କରିଦିଆଗଲା । ସମୟ ପୂର୍ବରୁ ବିଧାନସଭା ସାରିଦେଇଥିବା ଅଭିଯୋଗ କରି ସରକାରଙ୍କୁ ଘେରିଛନ୍ତି ବିରୋଧୀ ଦଳ ନେତା । ସାମ୍ବାଦିକ ସମ୍ମିଳନୀ କରି ଜୟନାରାୟଣ ମିଶ୍ର କହିଛନ୍ତି, ୨୦୧୯ ପରଠୁ ବିଧାନସଭାକୁ ସଂପୂର୍ଣ୍ଣ ଚଳାଇ ଦେଇନାହାନ୍ତି ସରକାର । ୮ଟି କାର୍ଯ୍ୟଦିବସ ଥିଲା କିନ୍ତୁ ୭ ଦିନରେ ବନ୍ଦ କରିଦିଆଗଲା । ବିରୋଧୀContinue reading “ଗୋଟିଏ ଦିନ ପୂର୍ବରୁ ଶେଷ ହେଲା ବିଧାନସଭା ମୌସୁମୀ ଅଧିବେଶନ । ଶାସକ-ବିରୋଧୀ କଥା କଟାକଟି । ଦେଖନ୍ତୁ, କିଏ କହିଲେ କଣ?”

ଉଦଘାଟନୀ ଉତ୍ସବ ବିନା ଆରମ୍ଭ ହେବ ବିଶ୍ୱକପ । ଆସନ୍ତାକାଲି ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଇଂଲଣ୍ଡ-ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯିବ ମ୍ୟାଚ ।

କନକ ବ୍ୟୁରୋ: ଆସନ୍ତାକାଲିଠୁ ଆରମ୍ଭ ହେଉଛି ଦିନିକିଆ କ୍ରିକେଟ୍ ବିଶ୍ୱକପ୍ । ଉଦଘାଟନୀ ମ୍ୟାଚରେ ମୁହାଁମୁହିଁ ହେବେ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ । ମ୍ୟାଚ୍ ପୂର୍ବରୁ ବିଶ୍ୱକପ୍ ଟ୍ରଫି ସହ ପଡ଼ିଆକୁ ଯାଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିବେ ଗ୍ଲୋବାଲ ବ୍ରାଣ୍ଡ ଆମ୍ବାସଡର ସଚିନ୍ ତେନ୍ଦୁଲକର । ସଚିନ୍ ତେନ୍ଦୁଲକର ରେକର୍ଡ ୬ଟି ବିଶ୍ୱକପ୍ ଖେଳିଛନ୍ତି । ଗତକାଲି ଆଇସିସି ସଚିନ୍ ତେନ୍ଦୁଲକରଙ୍କୁ ଗ୍ଲୋବାଲ ବ୍ରାଣ୍ଡ ଆମ୍ବାସଡର ନିଯୁକ୍ତ କରିଛି । ଏଥର ବିନା ୱାର୍ମ ଅପରେContinue reading “ଉଦଘାଟନୀ ଉତ୍ସବ ବିନା ଆରମ୍ଭ ହେବ ବିଶ୍ୱକପ । ଆସନ୍ତାକାଲି ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଇଂଲଣ୍ଡ-ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯିବ ମ୍ୟାଚ ।”

ଖୋଲୁନି ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜ ଓ ଏଏସଆଇ ଲୁଗୁନଙ୍କ ମୃତ୍ୟୁ ରହସ୍ୟ । ସୁସ୍ମିତା ମୃତ୍ୟୁ ମାମଲାରେ ବିଡିଓ ଏବଂ ସିଡିପିଓଙ୍କୁ ଜେରା କଲା ପୁଲିସ ।

କନକ ବ୍ୟୁରୋ: ରାଉରକେଲା ସହକାରୀ ଜିଲ୍ଲାପାଳ ଓ ଉଦିତନଗର ଥାନା ଏଏସଆଇ ଆଲିସ ଲୁଗୁନଙ୍କ ସନ୍ଦେହଜନକ ମୃତ୍ୟୁ ଏବେ ବି ରହସ୍ୟ ଘେରରେ ଅଛି । ପୁଲିସ ଅନ୍ଧାରରେ ବାଡି ବୁଲାଇଉଛି ଓ ସତ ସାମ୍ନାକୁ ଆସିବାରେ ବିଳମ୍ବ ହେଉଛି । ତେବେ ସ୍ୁସ୍ମିତା ମିଞ୍ଜ ମୃତ୍ୟୁ ଘଟଣାରେ ତଦନ୍ତକୁ ଜୋରଦାର କରିଛି ତଦନ୍ତକାରୀ ଟିମ୍ । ଗୁରୁଣ୍ଡିଆ ବିଡିଓ ବର୍ଣ୍ଣାଡେକ ଲାକ୍ରା ଓ ସିଡିପିଓ ଫୁଲଝାନସିଆ ଏକ୍କାଙ୍କୁ ପଚରାଉଚରା କରିଛନ୍ତି ତଦନ୍ତକାରୀ ଟିମର ନେତୃତ୍ୱ ନେଉଥିବାContinue reading “ଖୋଲୁନି ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜ ଓ ଏଏସଆଇ ଲୁଗୁନଙ୍କ ମୃତ୍ୟୁ ରହସ୍ୟ । ସୁସ୍ମିତା ମୃତ୍ୟୁ ମାମଲାରେ ବିଡିଓ ଏବଂ ସିଡିପିଓଙ୍କୁ ଜେରା କଲା ପୁଲିସ ।”

ଭାଙ୍ଗିଗଲା ପୋଲ, ଧୋଇଗଲା ରାସ୍ତାଘାଟ, ଘରଦ୍ୱାର । ଭାସିଗଲେ ଭାରତୀୟ ସେନାର ୨୩ ଜଣ ଯବାନ, ଚାଲିଛି ସର୍ଚ୍ଚ ଅପରେସନ ।

କନକ ବ୍ୟୁରୋ: ସିକ୍କିମରେ ଜଳପ୍ରଳୟ । ଦୁର୍ଦ୍ଦଶା ଆଣିଲା ବାଦଲ ଫଟା ବର୍ଷା । ଭାଙ୍ଗିଗଲା ପୋଲ, ଧୋଇଗଲା ରାସ୍ତାଘାଟ, ଘରଦ୍ୱାର । ମଙ୍ଗଳବାର ରାତିରେ ବାଦଳଫଟା ବର୍ଷା ଯୋଗୁଁ ରାଜ୍ୟର ସ୍ଥିତି ସଂଗୀନ ହୋଇପଡିଛି । ସେପଟେ ବନ୍ୟାର ପ୍ରଖର ସ୍ରୋତରେ ଭାରତୀୟ ସେନାର ୨୩ ଜଣ ଯବାନଙ୍କ ସହ ୩୦ଜଣ ଭାସିଯାଇଥିବା ସୂଚନା ମିଳିଛି । ଏବେ ବି ଯବାନଙ୍କ କୌଣସି ଖୋଜ ଖବର ନାହିଁ । ଚାଲିଛି ସର୍ଚ୍ଚ ଅପରେସନ । ମଙ୍ଗଳବାରContinue reading “ଭାଙ୍ଗିଗଲା ପୋଲ, ଧୋଇଗଲା ରାସ୍ତାଘାଟ, ଘରଦ୍ୱାର । ଭାସିଗଲେ ଭାରତୀୟ ସେନାର ୨୩ ଜଣ ଯବାନ, ଚାଲିଛି ସର୍ଚ୍ଚ ଅପରେସନ ।”

ସ୍କ୍ରବ ଟାଇଫସରେ ଆକ୍ରାନ୍ତ ହେଲେ କୃଷି ସଚିବ । କ୍ୟାପିଟାଲ ହସ୍ପିଟାଲରେ ନମୁନା ପରୀକ୍ଷା ପରେ ପଜିଟିଭ ଆସିଲା ରିପୋର୍ଟ 

କନକ ବ୍ୟୁରୋ: ରାଜ୍ୟରେ କୀଟକୁ ନେଇ ଅଜବ ପରିସ୍ଥିତି ସୃଷ୍ଟି ହୋଇଛି ।  ଚିଗର୍ସ କୀଟ ପାଇଁ  ଲୋକେ ଏବେ ଜ୍ୱରରେ କମ୍ପୁଛନ୍ତି । ଖୋଦ୍ କୃଷି ସଚିବ ଅରବିନ୍ଦ ପାଢୀ ଏବେ ସ୍କ୍ରବ ଟାଇଫସରେ ଆକ୍ରାନ୍ତ ହୋଇଛନ୍ତି । କିଛି ଦିନ ତଳେ ସେ ମାଣ୍ଡିଆ କ୍ଷେତରେ ବୁଲୁଥିଲେ । ଦୁୁଇ ଦିନ ତଳେ କ୍ୟାପିଟାଲ ହସ୍ପିଟାଲରେ ସେ ନମୂନା ପରୀକ୍ଷା କରାଇଥିଲେ । ନମୂନା ପରୀକ୍ଷା ପଜିଟିଭ ଆସିଛି । ବର୍ତମାନ କୃଷି ସଚିବContinue reading “ସ୍କ୍ରବ ଟାଇଫସରେ ଆକ୍ରାନ୍ତ ହେଲେ କୃଷି ସଚିବ । କ୍ୟାପିଟାଲ ହସ୍ପିଟାଲରେ ନମୁନା ପରୀକ୍ଷା ପରେ ପଜିଟିଭ ଆସିଲା ରିପୋର୍ଟ “

ଦିଗପହଣ୍ଡି ବ୍ଲକ ଅଧ୍ୟକ୍ଷ ଉପ ନିର୍ବାଚନ । ବାଜି ମାରିନେଲେ ବିପିନ ପ୍ରଧାନ ଗୋଷ୍ଠୀ । ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହେଲେ ଯମୁନା ନାୟକ

କନକ ବ୍ୟୁରୋ: ଦିଗପହଣ୍ଡି ବ୍ଲକ ଅଧ୍ୟକ୍ଷ ଉପ ନିର୍ବାଚନ ଏକ ଛୋଟ ନିର୍ବାଚନ ହୋଇଥିଲେ ବି, ଏହା ଉପରେ ସାରା ରାଜ୍ୟର ନଜର ରହିଥିଲା । କାରଣ ଦିଗପହଣ୍ଡି ବ୍ଲକ ଅଧ୍ୟକ୍ଷ ନିର୍ବାଚନକୁ ନେଇ ପୂର୍ବତନ ବିଧାୟକ ସୂର୍ଯ୍ୟପାତ୍ରଙ୍କ ପୁଅ ବିପ୍ଳବ ପାତ୍ର ଓ ପୂର୍ବତନ ବ୍ଲକ ଅଧ୍ୟକ୍ଷ ବିପିନ ପ୍ରଧାନଙ୍କ ଗୋଷ୍ଠୀ ମଧ୍ୟରେ ବିବାଦ ଶୀର୍ଷରେ ପହଁଚିଥିଲା । କିନ୍ତୁ ଆଜି ଶେଷରେ ବିପିନଙ୍କ ଗୋଷ୍ଠୀର ବିଜୟ ହୋଇଛି । ଦିଗପହଣ୍ଡି: ବାଜି ମାରିଲା ବିଦ୍ରୋହୀContinue reading “ଦିଗପହଣ୍ଡି ବ୍ଲକ ଅଧ୍ୟକ୍ଷ ଉପ ନିର୍ବାଚନ । ବାଜି ମାରିନେଲେ ବିପିନ ପ୍ରଧାନ ଗୋଷ୍ଠୀ । ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହେଲେ ଯମୁନା ନାୟକ”

ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲା । ଇଡି ଜାଲରେ ଆମ ଆଦମୀ ପାର୍ଟି ସାଂସଦ ।

କନକ ବ୍ୟୁରୋ: ଗିରଫ ହେଲେ ଆମ ଆଦମୀ ପାର୍ଟି ସାଂସଦ ସଂଜୟ ସିଂ । ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ସଂଜୟଙ୍କ ଘରେ ବୁଧବାର ସକାଳୁ ୧୦ଘଂଟା ଧରି ଜେରା କରିବା ପରେ ଗିରଫ କରିଛି ପ୍ରବର୍ତନ ନିର୍ଦ୍ଦେଶାଳୟ । ବିଜେପି ନିର୍ବାଚନ ପରାଜୟ ଭୟରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବା ଆପ କହିଛି । ବିରୋଧୀ ମଧ୍ୟ ବିଜେପି ଉପରେ ପ୍ରଶ୍ନ ଉଠାଇଛି । ପୂର୍ବରୁ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କୁ ମାମଲାରେ ଗିରଫContinue reading “ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲା । ଇଡି ଜାଲରେ ଆମ ଆଦମୀ ପାର୍ଟି ସାଂସଦ ।”

ଘର ପାଇବାରୁ ବଞ୍ଚିତ ହେଲେ ଗ୍ରାମାଞ୍ଚଳର ସାଢ଼େ ୮ ଲକ୍ଷରୁ ଅଧିକ ପରିବାର । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ତ୍ରୁଟି ଦର୍ଶାଇଲେ ସିଏଜି

କନକ ବ୍ୟୁରୋ: ମୁଣ୍ଡ ଗୁଞ୍ଜିବା ପାଇଁ ଘର ଖଣ୍ଡିଏ କରିବା, ଗରିବର ସବୁଠୁ ବଡ଼ ସ୍ୱପ୍ନ । ଏହି ମୌଳିକ ଆବଶ୍ୟକତା ପୂରଣ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ଗୁରୁତ୍ୱ ଦିଆଯାଉଛି । ହେଲେ ସମସ୍ତଙ୍କୁ ଘର ଯୋଗାଇ ନେବା ଲକ୍ଷ୍ୟ ହାସଲ ପାଇଁ ଯେତିକି ନିଷ୍ଠାର ସହ ଯୋଜନାକୁ କାର୍ଯ୍ୟକାରୀ କରିବା କଥା, ତାହା ହୋଇ ପାରୁନାହିଁ । ଭାରତର ମହାଲେଖା ନିୟନ୍ତ୍ରକ ଓ ମହା ପରୀକ୍ଷକ ‘ସିଏଜି’ ପ୍ରକାଶ କରିଥିବା ରିପୋର୍ଟରେ ଏହି ତ୍ରୁଟିContinue reading “ଘର ପାଇବାରୁ ବଞ୍ଚିତ ହେଲେ ଗ୍ରାମାଞ୍ଚଳର ସାଢ଼େ ୮ ଲକ୍ଷରୁ ଅଧିକ ପରିବାର । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ତ୍ରୁଟି ଦର୍ଶାଇଲେ ସିଏଜି”

ଏସିଆନ୍ ଗେମ୍ସରେ ସ୍ୱର୍ଣ୍ଣପଦକ ଜିତିଲେ ନୀରଜ ଚୋପ୍ରା । ଓଡିଆ ପୁଅ କିଶୋର ଜେନା ଜିତିଲେ ରୌପ୍ୟ ପଦକ । 

କନକ ବ୍ୟୁରୋ: ଏସିଆନ୍ ଗେମ୍ସରେ ବଢିଲା ଭାରତର ସ୍ୱର୍ଣ୍ଣପଦକ । ଜାଭଲିନ୍ ଥ୍ରୋରେ ସ୍ୱର୍ଣ୍ଣପଦକ ଜିତିଲେ ସୁନା ପୁଅ ନୀରଜ ଚୋପ୍ରା । ବୁଧବାର ନୀରଜ ଚୋପ୍ରା ଜାଭଲିନ୍ ଥ୍ରୋ ଇଭେଣ୍ଟରେ ଭାରତକୁ ସ୍ୱର୍ଣ୍ଣପଦକ ଜିତାଇଛନ୍ତି । ଅନ୍ୟପଟେ ଓଡିଆ ପୁଅ କିଶୋର ଜେନା ମଧ୍ୟ ଜାଭଲିନ୍ ଥ୍ରୋରେ ରୌପ୍ୟ ପଦକ ଜିତିଛନ୍ତି । ନୀରଜ ଚୋପ୍ରା ୮୮.୮୮ ମିଟର ଜାଭଲିନ୍ ଥ୍ରୋ କରିଥିଲେ । ସେହିପରି କିଶୋର ଜେନା ୮୭.୫୪ ମିଟର ଜାଭଲିନ୍ ଥ୍ରୋ କରିଥିଲେContinue reading “ଏସିଆନ୍ ଗେମ୍ସରେ ସ୍ୱର୍ଣ୍ଣପଦକ ଜିତିଲେ ନୀରଜ ଚୋପ୍ରା । ଓଡିଆ ପୁଅ କିଶୋର ଜେନା ଜିତିଲେ ରୌପ୍ୟ ପଦକ । “

୫-ଟି ଯୋଜନା ହେଉଥିବା କାମକୁ ବିରୋଧ । ନିମ୍ନମାନର ସାମଗ୍ରୀରେ ବିଦ୍ୟାଳୟ କାମ ହେଉଥିବା ଜାଣି ବିରୋଧ କଲେ ଗ୍ରାମବାସୀ

କନକ ବ୍ୟୁରୋ: ୫-ଟି କାମ ନିମ୍ନମାନର ହେଇଥିବା ଜାଣିବା ପରେ ସ୍କୁଲ କାମକୁ ବିରୋଧ କରିଛନ୍ତି ଗ୍ରାମବାସୀ । ଢେଙ୍କାନାଳ କାମାକ୍ଷାନଗର ବ୍ଲକ ଜିରିଡାମାଳି ରଘୁନାଥ ଜୀଶ ଉଚ୍ଚ ବିଦ୍ୟାଳୟର ରୂପାନ୍ତକରଣ କାମ ଚାଲିଥିବା ବେଳେ ଏହାକୁ ବିରୋଧ କରିଛନ୍ତି ଗ୍ରାମବାସୀ । ୯ଲକ୍ଷ ଟଙ୍କା ବ୍ୟୟ ବରାଦରେ ସ୍କୁଲର ନୂତନ ଘର ନିର୍ମାଣ ଚାଲିଛି । ଘର ନିର୍ମାଣରେ ବ୍ୟବହାର ହେଉଥିବା ବାଲି ଠାରୁ ଆରମ୍ଭ କରି ଅନ୍ୟାନ୍ୟ ସାମଗ୍ରୀ ନିମ୍ନମାନର ହୋଇଥିବା ଗ୍ରାମବାସୀ ଅଭିଯୋଗContinue reading “୫-ଟି ଯୋଜନା ହେଉଥିବା କାମକୁ ବିରୋଧ । ନିମ୍ନମାନର ସାମଗ୍ରୀରେ ବିଦ୍ୟାଳୟ କାମ ହେଉଥିବା ଜାଣି ବିରୋଧ କଲେ ଗ୍ରାମବାସୀ”

Design a site like this with WordPress.com
Get started