କନକ ବ୍ୟୁରୋ: ଆମେ ଅନ୍ଧ ଲୋକ ଆଜ୍ଞା । ବହୁତ ଅସୁବିଧାରେ ଅଛୁ ଆଜ୍ଞା । କୌଣସି ସାହାଯ୍ୟ ମିଳିନାହିଁ ଆଜ୍ଞା । ଆମକୁ ସାହାଯ୍ୟ କର । ଆମ ମାଆ ଆଉ ଆଗଭଳି କାମ କରି ପାରୁନି, ଆମେ ବଞ୍ଚିବୁ କେମିତି ଆଜ୍ଞା ବୋଲି ସବୁଆଡୁ ନିରାଶ ହେବା ପରେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି ୩ ଦିବ୍ୟାଙ୍ଗ ଭାଇଭଉଣୀ । ୩ ବଢିଲା ପିଲାଙ୍କୁ ଧରି ରାୟଗଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି ମା’ ।Continue reading “ପରିଣତ ବୟସରେ ବଢିଲା ପୁଅ-ଝିଅଙ୍କ ପେଟକୁ ଦାନା ଦେଇ ପାରୁନାହାନ୍ତି ରାୟଗଡାର ପଦ୍ମିନୀ କୁମ୍ଭାର । ଗୁହାରି ଶୁଣି ଆର୍ଥିକ ସହାୟତା ଦେଲେ ଜିଲ୍ଲାପାଳ “
Tag Archives: News
ଦଶମ ଅର୍ଦ୍ଧବାର୍ଷିକ ପରୀକ୍ଷା ଦେବାକୁ ଛାତ୍ରଛାତ୍ରୀ ଆସିଲେ । ହେଲେ ଆସିଲେ ନାହିଁ ପ୍ରଧାନ ଶିକ୍ଷକ । ସଠିକ୍ ସମୟରେ ପ୍ରଶ୍ନପତ୍ର ନମିଳିବାରୁ ପରୀକ୍ଷା ଦେଇ ପାରିଲେନି ପିଲା
କନକ ବ୍ୟୁରୋ: ନିର୍ଦ୍ଧାରିତ ସମୟରେ ଶ୍ରେଣୀଗୃହରେ ପହଞ୍ଚିପାରିଲାନି ପ୍ରଶ୍ନପତ୍ର । ପରୀକ୍ଷାରୁ ବଞ୍ଚିତ ହେଲେ ପିଲା । ଏଭଳି ଘଟଣା ଆସିଛି ନିଆଳିର ଶ୍ରୀ ଶ୍ରୀ ପିଙ୍ଗଳେଶ୍ୱର ସରକାରୀ ବିଦ୍ୟାଳୟରୁ । ଆଜିଠାରୁ ଦଶମ ଶ୍ରେଣୀର ଅର୍ଦ୍ଧବାର୍ଷିକ ପରୀକ୍ଷା ଆରମ୍ଭ ହୋଇଛି । ପ୍ରଥମ ଦିନର ପ୍ରଥମ ସିଟିଂରେ ଥିଲା ମାତୃଭାଷା ପରୀକ୍ଷା । ପିଲାମାନେ ତ ନିର୍ଦ୍ଧାରିତ ସମୟ ପୂର୍ବରୁ ଶ୍ରେଣୀଗୃହରେ ପହଞ୍ଚି ଗଲେ । କିନ୍ତୁ ପିଲାମାନଙ୍କ ପାଖରେ ପହଞ୍ଚିପାରିଲାନି ପ୍ରଶ୍ନପତ୍ର । ଯେଉଁଥିପାଇଁContinue reading “ଦଶମ ଅର୍ଦ୍ଧବାର୍ଷିକ ପରୀକ୍ଷା ଦେବାକୁ ଛାତ୍ରଛାତ୍ରୀ ଆସିଲେ । ହେଲେ ଆସିଲେ ନାହିଁ ପ୍ରଧାନ ଶିକ୍ଷକ । ସଠିକ୍ ସମୟରେ ପ୍ରଶ୍ନପତ୍ର ନମିଳିବାରୁ ପରୀକ୍ଷା ଦେଇ ପାରିଲେନି ପିଲା”
ବାଲେଶ୍ୱର ଜଳେଶ୍ୱରକୁ ନାକେଦମ୍ କଲାଣି ଲଗାଣ ବର୍ଷା । ଡ୍ରେନେଜ୍ ବ୍ୟବସ୍ଥା ନଥିବାରୁ ଗାଁ ଗଣ୍ଡାରେ ଜମି ରହିଛି ପାଣି । ଜଳବନ୍ଦୀ ହଜାର ହଜାର ଜୀବନ
କନକ ବ୍ୟୁରୋ: ପ୍ରବଳ ବର୍ଷା ଯୋଗୁଁ ବାଲେଶ୍ୱର ଜିଲ୍ଲାର ହାଲ୍ ବେହାଲ । ଜଳେଶ୍ୱର, ବସ୍ତା ସମେତ ଅନେକ ଅଞ୍ଚଳରେ ପାଣି ପଶିଯାଇଛି । ୫୦ରୁ ଅଧିକ ଗାଁ ଜଳମଗ୍ନ ହୋଇରହିଛି । ବିଦ୍ୟାଳୟ ଭିତରେ ବି ପାଣି ଜମି ରହିଛି । ଜଳେଶ୍ୱର ବ୍ଲକର ବିଭିନ୍ନ ପଞ୍ଚାୟତର ଶହଶହ ଘର ଜଳବନ୍ଦୀ ହୋଇ ରହିଛି । ବିଶେଷ କରି ଗବରଘଟା, ନିଶ୍ଚିମପୁର, ଆରୁହା, ସୁଗୋ ଓ ନାମ୍ପୋ ପଞ୍ଚାୟତ ବେଶ ପ୍ରଭାବିତ ହୋଇଛି । ୫Continue reading “ବାଲେଶ୍ୱର ଜଳେଶ୍ୱରକୁ ନାକେଦମ୍ କଲାଣି ଲଗାଣ ବର୍ଷା । ଡ୍ରେନେଜ୍ ବ୍ୟବସ୍ଥା ନଥିବାରୁ ଗାଁ ଗଣ୍ଡାରେ ଜମି ରହିଛି ପାଣି । ଜଳବନ୍ଦୀ ହଜାର ହଜାର ଜୀବନ “
ରଣବୀର କପୁରଙ୍କୁ ଇଡିର ସମନ, ଟାଇଗର ଶ୍ରଫ୍ ଓ ଭାଗ୍ୟଶ୍ରୀଙ୍କ ଭଳି କଳାକାର ଏବେ ଇଡି ରାଡାରରେ । ଜାଣନ୍ତୁ ପୂରା ଘଟଣା କଣ?
କନକ ବ୍ୟୁରୋ : ବଲିଉଡ ଅଭିନେତା ରଣବୀର କପୁରଙ୍କ ପାଇଁ ବଢିଲା ଅଡୁଆ । ରଣବୀରଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସମନ ଜାରି କରିଛି । କାରଣ ମହାଦେବ ଗେମିଙ୍ଗ ବେଟିଂ ମାମଲାରେ ରଣବୀର କପୁରଙ୍କୁ ଏହି ସମନ ଜାରି କରିଛି ଇଡି । ଆସନ୍ତା ୬ ଅକ୍ଟୋବରରେ ଇଡି ଅଫିସରେ ହାଜର ହେବାକୁ ରଣବୀରଙ୍କୁ ନୋଟିସ ଜାରି କରାଯାଇଛି । କେବଳ ରଣବୀର କପୁର ନୁହନ୍ତି ବରଂ ଏହି ତାଲିକାରେ ୧୫ରୁ ୨୦ ଜଣ ସେଲିବ୍ରିଟି ରହିଛନ୍ତି,Continue reading “ରଣବୀର କପୁରଙ୍କୁ ଇଡିର ସମନ, ଟାଇଗର ଶ୍ରଫ୍ ଓ ଭାଗ୍ୟଶ୍ରୀଙ୍କ ଭଳି କଳାକାର ଏବେ ଇଡି ରାଡାରରେ । ଜାଣନ୍ତୁ ପୂରା ଘଟଣା କଣ?”
ମୋଦୀ କ୍ୟାବିନେଟର ବଡ ଘୋଷଣା । ଏଣିକି ୬ ଶହ ଟଙ୍କାରେ ମିଳିବ ଉଜ୍ଜ୍ୱଳା ଗ୍ୟାସ୍ ।
କନକ ବ୍ୟୁରୋ: କେନ୍ଦ୍ର ସରକାରଙ୍କ ବଡ ଘୋଷଣା । ଏଣିକି ୬ ଶହ ଟଙ୍କାରେ ମିଳିବ ଉଜ୍ଜ୍ୱଳା ଗ୍ୟାସ । ମୋଦୀ କ୍ୟାବିନେଟ୍ ଉଜ୍ଜ୍ୱଳା ଗ୍ୟାସ ଯୋଜନାରେ ଲାଭାର୍ଥୀମାନଙ୍କୁ ଆଉ ୧୦୦ ଟଙ୍କା ରିହାତି ଦେବାକୁ ନିଷ୍ପତ୍ତି ନେଇଛନ୍ତି । ଯାହା ପରେ ଉଜ୍ଜ୍ୱଳା ଗ୍ୟାସ୍ ଲୋକମାନଙ୍କୁ ମାତ୍ର ୬ ଶହ ଟଙ୍କାରେ ମିଳିପାରିବ । ପୂର୍ବରୁ ଉଜ୍ଜ୍ୱଳା ଗ୍ୟାସ ଉପରେ ୨ ଶହ ଟଙ୍କା ରିହାତି ଦେବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥିଲେ । ଆଉContinue reading “ମୋଦୀ କ୍ୟାବିନେଟର ବଡ ଘୋଷଣା । ଏଣିକି ୬ ଶହ ଟଙ୍କାରେ ମିଳିବ ଉଜ୍ଜ୍ୱଳା ଗ୍ୟାସ୍ ।”
ହଟୁନି ସୁସ୍ମିତା ମିଞ୍ଜ ଓ ଉଦିତନଗର ଥାନା ଏଏସଆଇଙ୍କ ମୃତ୍ୟୁ ଉପରୁ ପରଦା । ଆସନ୍ତାକାଲି ବିଜେପିର ସୁନ୍ଦରଗଡ ବନ୍ଦ ଡାକରା । ମୃତ୍ୟୁ ନେଇ ପ୍ରଶ୍ନ ଉଠାଇଲେ ଜୁଏଲ ଓରାମ
କନକ ବ୍ୟୁରୋ: ରାଉରକେଲା ଆସିଷ୍ଟାଣ୍ଟ କଲେକ୍ଟର ସୁସ୍ମିତା ମିଞ୍ଜ ଓ ଉଦିତନଗର ଥାନା ଏଏସଆଇ ଏ.ଏନ୍ ଲୁଗୁନଙ୍କ ସନ୍ଦେହଜନଙ୍କ ମୃତ୍ୟୁୁର ସିବିଆଇ ତଦନ୍ତ ଦାବି କରି ଆସନ୍ତାକାଲି ସୁନ୍ଦରଗଡ ବନ୍ଦ ଡାକରା ଦେଇଛି ବିଜେପି । ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛି ବିଜେପି । ଦଳ ଅଭିଯୋଗ କରିଛି, ରାଜ୍ୟର ବିଜେଡି ସରକାର ଆଦିବାସୀ ବିରୋଧୀ । ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁ କାହିଁକି ହେଲା ତାହା ସ୍ପଷ୍ଟ କରିନାହାନ୍ତି ସରକାର । ୬ ଫୁଟContinue reading “ହଟୁନି ସୁସ୍ମିତା ମିଞ୍ଜ ଓ ଉଦିତନଗର ଥାନା ଏଏସଆଇଙ୍କ ମୃତ୍ୟୁ ଉପରୁ ପରଦା । ଆସନ୍ତାକାଲି ବିଜେପିର ସୁନ୍ଦରଗଡ ବନ୍ଦ ଡାକରା । ମୃତ୍ୟୁ ନେଇ ପ୍ରଶ୍ନ ଉଠାଇଲେ ଜୁଏଲ ଓରାମ”
ଅଳିଆ ଆବର୍ଜନା ବୋହି ସ୍ୱଚ୍ଛ ସାଥୀ ସାଜିଛନ୍ତି ଶିକ୍ଷିତ କଲେଜ ଛାତ୍ରୀ । ପୋଷୁଛନ୍ତି ପରିବାର, ତୁଲାଉଛନ୍ତି ସାନ ଭଉଣୀଙ୍କ ପଢା ଖର୍ଚ୍ଚ ।
କନକ ବ୍ୟୁରୋ: ଗୋଟେ ପଟେ ପରିବାର ପ୍ରତିପୋଷଣ ସହ ପରିବେଶକୁ ସ୍ୱଚ୍ଛ ରଖିବାର ପ୍ରତିବଦ୍ଧତା । ଅନ୍ୟପଟେ ପାଠ ପଢି ନିଜ ଭବିଷ୍ୟତ ଗଢିବାର ପରିଶ୍ରମ । ରାସ୍ତା ଉପରେ ଅଳିଆ ନେଇ ଗାଡିର ଚକ ଯେତେ ସ୍ପିଡରେ ଗଡେ ସେତେ ସ୍ପିଡରେ ନିଜ ସ୍ୱପ୍ନର ଗାଡି ବି ନିଜ ଭିତରେ ଗଡାନ୍ତି ନାଜିଆ । କାରଣ ଘର ଘର ବୁଲି ଅଳିଆ ନେବା କାମ ସାରିବା ପରେ ସେ କଲେଜ ଯାଆନ୍ତି ପରେ ଟ୍ୟୁସନ ।Continue reading “ଅଳିଆ ଆବର୍ଜନା ବୋହି ସ୍ୱଚ୍ଛ ସାଥୀ ସାଜିଛନ୍ତି ଶିକ୍ଷିତ କଲେଜ ଛାତ୍ରୀ । ପୋଷୁଛନ୍ତି ପରିବାର, ତୁଲାଉଛନ୍ତି ସାନ ଭଉଣୀଙ୍କ ପଢା ଖର୍ଚ୍ଚ ।”
ଜିଲ୍ଲା ପରିଷଦ ସଦସ୍ୟଙ୍କ ଅଭିନବ ପ୍ରତିବାଦ । ପାଣି ସମସ୍ୟାର ସମାଧାନ ପାଇଁ ପାଣି ଟାଙ୍କି ଉପରେ ଚଢି ପ୍ରତିବାଦ ।
କନକ ବ୍ୟୁରୋ: ଦାବି ପୂରଣ ପାଇଁ ଜିଲ୍ଲା ପରିଷଦ ସଦସ୍ୟଙ୍କ ଅଭିନବ ପ୍ରତିବାଦ । ପାଣି ଟାଙ୍କି ଉପରେ ଚଢି ପ୍ରତିବାଦ କରିଛନ୍ତି ଜିଲ୍ଲା ପରିଷଦ ସଦସ୍ୟ । ବଲାଙ୍ଗୀର ପାଟଣାଗଡ ବେଲପଡା ବ୍ଲକ ଧୁମଭଟ୍ଟା ପଞ୍ଚାୟତରୁ ଆସିଛି ଏଭଳି ଖବର । ବ୍ଲକର ଅନେକ ସ୍ଥାନରେ ଦୀର୍ଘଦିନ ହେଲା ପାଣି ଟାଙ୍କି ଅଚଳ ହୋଇପଡିଛି । ଆଉ ଏହାର ସମାଧାନ ଦାବିରେ ବେଲପଡା ବ୍ଲକ ୨୫ ଓ ୨୬ ନମ୍ବର ଜିଲ୍ଲା ପରିଷଦ ସଦସ୍ୟ ୩Continue reading “ଜିଲ୍ଲା ପରିଷଦ ସଦସ୍ୟଙ୍କ ଅଭିନବ ପ୍ରତିବାଦ । ପାଣି ସମସ୍ୟାର ସମାଧାନ ପାଇଁ ପାଣି ଟାଙ୍କି ଉପରେ ଚଢି ପ୍ରତିବାଦ । “
ସୁନା ଅଳଙ୍କାର ବନ୍ଧା ରଖି ଟଙ୍କା ଦେବେ କହି ଲଗାଇଲେ ଚୁନା । ଅଭିଯୁକ୍ତକୁ ଗିରଫ କଲା ପୋଲିସ ।
କନକ ବ୍ୟୁରୋ: ସୁନା ଅଳଙ୍କାର ବନ୍ଧା ରଖି ଟଙ୍କା ଦେବେ କହି ଲଗାଇଲେ ଚୁନା । କଟକ କ୍ୟାଣ୍ଟନମେଣ୍ଟ ଥାନାରୁ ଆସିଛି ଏଭଳି ଅଭିଯୋଗ । ଅଭିଯୋଗ ଅନୁସାରେ, ଭୁବନେଶ୍ୱର ପଟିଆର ଏକ ମେଡିସିନ୍ ଦୋକାନର ସେଲ୍ସମ୍ୟାନ୍ ଭାବେ କାମ କରୁଥିଲେ କଲ୍ୟାଣୀ ବେହେରା ନାମକ ଯୁବତୀ । ଜଣେ ଗ୍ରାହକଙ୍କ ସହ ତାଙ୍କର ଦେଖା ହେବା ପରେ ଯୁବତୀ ଜଣକ ଟଙ୍କା ଦରକାର ବୋଲି କହିଥିଲେ । ଆଉ ଯୁବକ ଜଣକ ଟଙ୍କା ଦେବା ବଦଳରେContinue reading “ସୁନା ଅଳଙ୍କାର ବନ୍ଧା ରଖି ଟଙ୍କା ଦେବେ କହି ଲଗାଇଲେ ଚୁନା । ଅଭିଯୁକ୍ତକୁ ଗିରଫ କଲା ପୋଲିସ ।”
କଟକ ଏସଡିଜେଏମ୍ କୋର୍ଟରେ ବର୍ଷା ପ୍ରିୟଦର୍ଶିନୀ । ଘରୋଇ ହିଂସା ମାମଲାରେ ଆଜି ବର୍ଷା-ଅନୁଭବଙ୍କର ହେବ କାଉନସେଲିଂ
କନକ ବ୍ୟୁରୋ: କଟକ ଏସଡିଜେଏମ୍ କୋର୍ଟରେ ହାଜର ହେଲେ ବର୍ଷା ପ୍ରିୟଦର୍ଶିନୀ । ଘରୋଇ ହିଂସା ମାମଲାରେ ହାଜର ଆଜି ଉଭୟ ବର୍ଷା ଓ ଅନୁଭବ ମହାନ୍ତିଙ୍କୁ କାଉନସେଲିଂ କରାଯିବ । ବର୍ଷା କୋର୍ଟରେ ପହଞ୍ଚିବା ପରେ କାଉନସେଲିଂ କରାଯିବ । ପୂର୍ବରୁ ଫ୍ୟାମିଲି କୋର୍ଟ ବର୍ଷା-ଅନୁଭବଙ୍କ ବିବାହ ବିଚ୍ଛେଦ ମାମଲାକୁ ଖାରଜ କରିସାରିଛନ୍ତି । ବର୍ତମାନ ମାମଲା କଟକ ଏସଡିଜେଏମ୍ କୋର୍ଟରେ ବିଚାରଧୀନ ରହିଛି । The post କଟକ ଏସଡିଜେଏମ୍ କୋର୍ଟରେ ବର୍ଷା ପ୍ରିୟଦର୍ଶିନୀContinue reading “କଟକ ଏସଡିଜେଏମ୍ କୋର୍ଟରେ ବର୍ଷା ପ୍ରିୟଦର୍ଶିନୀ । ଘରୋଇ ହିଂସା ମାମଲାରେ ଆଜି ବର୍ଷା-ଅନୁଭବଙ୍କର ହେବ କାଉନସେଲିଂ “