କନକ ବ୍ୟୁରୋ : ପ୍ରବଳ ବର୍ଷା ଯୋଗୁ ବାଲେଶ୍ୱର ଜିଲ୍ଲାର ହାଲ ବେହାଲ । ଜଳେଶ୍ୱର, ବସ୍ତା ସମତେ ଅନେକ ଅଂଚଳରେ ପାଣି ପଶିଛି । ଜଳେଶ୍ୱର ବ୍ଲକର ନେତୁଆ ପଂଚାୟତର କପାସିଦା ଓ ସଂପତିଆ ପଂଚାୟତର ଜଳକାପଡ଼ିଆ ଗାଁ ବାହ୍ୟଜଗତରୁ ବଚ୍ଛିନ୍ନ ହୋଇଯାଇଛି । ୫ ଦିନ ହେଲାଣି ୨ ଶହ ପରିବାର ପାଣି ଘେରରେ ରହିଛନ୍ତି । କାହା ଘରେ ଏପର୍ଯ୍ୟନ୍ତ ଚୁଲି ଜଳୁନି । କେବଳ ଶୁଖିଲା ଖାଦ୍ୟକୁ ଭରସା କରି ରହିଛନ୍ତିContinue reading “ପ୍ରବଳ ବର୍ଷାରେ ବେହାଲ ବାଲେଶ୍ୱର : ଜଳକାପଡ଼ିଆ ଗାଁ ବାହ୍ୟଜଗତରୁ ବଚ୍ଛିନ୍ନ; ୫ ଦିନ ହେଲାଣି ପାଣି ଘେରରେ ୨୦୦ ପରିବାର”
Tag Archives: News
ଭାରତ ଏବଂ ବାଂଲାଦେଶର ମିଳିତ ସମରାଭ୍ୟାସ ‘ସଂପ୍ରୀତି’ ଆରମ୍ଭ ।
ଗତ ମଙ୍ଗଳବାର ଦିନ ଠାରୁ ଭାରତ ଏବଂ ବାଂଲାଦେଶର ସୈନ୍ୟବାହିନୀ ମେଘାଳୟର ଉମ୍ରୋଇଠାରେ ବାର୍ଷିକ ମିଳିତ ସମରାଭ୍ୟାସ ‘ସଂପ୍ରୀତି’ର ଏକାଦଶ ସଂସ୍କରଣ ଆରମ୍ଭ କରିଛନ୍ତି । ୨୦୦୯ ରେ ଆସାମର ଜୋରହାଟରୁ ଏହି ସୈନ୍ୟ ଅଭ୍ଯାସ ଆରମ୍ଭ ହୋଇଥିଲା । ଏହା ପରେ, ଉଭୟ ଦେଶ ୨୦୨୨ ପର୍ଯ୍ୟନ୍ତ ଗୋଟିଏ ପରେ ଗୋଟିଏ ଦଶଟି ସଫଳ ସମରାଭ୍ୟାସ କରି ସାରିଛନ୍ତି । ଯାହା ଭାରତ ଏବଂ ବାଂଲାଦେଶର ସୈନ୍ୟବାହିନୀ ମଧ୍ୟରେ ଦୃଢ ଦ୍ୱିପାକ୍ଷିକ ପ୍ରତିରକ୍ଷା ସହଯୋଗର ଏକContinue reading “ଭାରତ ଏବଂ ବାଂଲାଦେଶର ମିଳିତ ସମରାଭ୍ୟାସ ‘ସଂପ୍ରୀତି’ ଆରମ୍ଭ ।”
ମଞ୍ଚ ଉପରେ ମନ୍ତ୍ରୀଙ୍କ ନାଚ : ମେ ହୁଁ ଡନ୍ ଗୀତରେ ନାଚିଲେ ଶ୍ରମମନ୍ତ୍ରୀ; ଗଣେଶ ଭସାଣୀ କାର୍ଯ୍ୟକ୍ରମରେ ଯୋଗଦେଇ ମଞ୍ଚ ଉପରେ ନାଚିଲେ ସାରଦା ନାୟକ
କନକ ବ୍ୟୁରୋ : ଷ୍ଟେଜ୍ ସୋରେ ମନ୍ତ୍ରୀଙ୍କ ଦମଦାର ଡ୍ୟାନ୍ସ । ‘ମେ ହୁଁ ଡନ୍’ ଗୀତରେ ନାଚିଲେ ଶ୍ରମମନ୍ତ୍ରୀ ସାରଦା ନାୟକ । ସୁନ୍ଦରଗଡ଼ ସୁନାରିପଡ଼ାରେ ଚାଲିଥିବା ଷ୍ଟେଜ୍ ‘ସୋ’ରେ ନାଚିଛନ୍ତି ସାରଦା ନାୟକ । ଗଣେଶ ପୂଜା କମିଟିର ସିଲଭର ଜୁବଲି ଅବସରରେ ଏହି କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା । ଏଥିରେ ମନ୍ତ୍ରୀଙ୍କ ଦମଦାର ଡ୍ୟାନ୍ସ ଦେଖିବାକୁ ମିିଳିଥିଲା । ମନ୍ତ୍ରୀଙ୍କ ଡ଼୍ୟାନ୍ସ କରିବାର ଭିଡ଼ିଓ ସାମ୍ନାକୁ ଆସିଥିବା ବେଳେ ଏହା ସୋସିଆଲ ମିଡ଼ିଆରେContinue reading “ମଞ୍ଚ ଉପରେ ମନ୍ତ୍ରୀଙ୍କ ନାଚ : ମେ ହୁଁ ଡନ୍ ଗୀତରେ ନାଚିଲେ ଶ୍ରମମନ୍ତ୍ରୀ; ଗଣେଶ ଭସାଣୀ କାର୍ଯ୍ୟକ୍ରମରେ ଯୋଗଦେଇ ମଞ୍ଚ ଉପରେ ନାଚିଲେ ସାରଦା ନାୟକ”
କୃଷି ସଚିବ ଅରବିନ୍ଦ ପାଢ଼ୀଙ୍କୁ ସ୍କ୍ରବ୍ ଟାଇଫସ୍ : ନମୁନା ପରୀକ୍ଷା ପଜିଟିଭ ଆସିବା ପରେ ଚାଲିଛି ଚିକିତ୍ସା
କନକ ବ୍ୟୁରୋ : କୃଷି ସଚିବ ଅରବିନ୍ଦ ପାଢ଼ୀ ସ୍କ୍ରବ୍ ଟାଇଫସରେ ଆକ୍ରାନ୍ତ ହୋଇଛନ୍ତି । ଦୁଇ ଦିନ ତଳେ କ୍ୟାପିଟାଲ ହସ୍ପିଟାଲରେ ସେ ନମୁନା ପରୀକ୍ଷା କରାଇଥିଲେ । ନମୁନା ପରୀକ୍ଷା ପଜିଟିଭ ଆସିଛି । ବର୍ତ୍ତମାନ ସେ ଘରେ ରହି ଚିକିତ୍ସିତ ହେଉଛନ୍ତି । ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଅଛି । The post କୃଷି ସଚିବ ଅରବିନ୍ଦ ପାଢ଼ୀଙ୍କୁ ସ୍କ୍ରବ୍ ଟାଇଫସ୍ : ନମୁନା ପରୀକ୍ଷା ପଜିଟିଭ ଆସିବା ପରେ ଚାଲିଛି ଚିକିତ୍ସାContinue reading “କୃଷି ସଚିବ ଅରବିନ୍ଦ ପାଢ଼ୀଙ୍କୁ ସ୍କ୍ରବ୍ ଟାଇଫସ୍ : ନମୁନା ପରୀକ୍ଷା ପଜିଟିଭ ଆସିବା ପରେ ଚାଲିଛି ଚିକିତ୍ସା”
ବାଜ୍ୟାପ୍ତ ହେବ କୋରାପୁଟ ଜିଲ୍ଲାପାଳଙ୍କ କାର : ୱାରେଣ୍ଟ ଜାରି କଲେ ସିନିୟର ଡିଭିଜନ ସିଭିଲ ଜଜ୍
କନକ ବ୍ୟୁରୋ : ବାଜ୍ୟାପ୍ତ ହେବ କୋରାପୁଟ ଜିଲ୍ଲାପାଳଙ୍କ କାର । କୋରାପୁଟ ଅତିରିକ୍ତ ଜିଲ୍ଲାପାଳ ବ୍ୟବହାର କରୁଥିବା କାରକୁ ନିଜ ଦାଖଲକୁ ନେବା ପାଇଁ ୱାରେଂଟ ଜାରି କରିଛନ୍ତି କୋରାପୁଟ ସିନିଅର ଡିଭିଜନ ସିଭିଲ ଜଜ । ଏହାସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଏସି, ଆଲମିରା, ଚେୟାର, ଟେବୁଲ ମଧ୍ୟ ନିଜ ଦଖଲକୁ ନେବାକୁ ଆବେଦନକାରୀଙ୍କ ସପକ୍ଷରେ ୱାରେଂଟରେ ଉଲ୍ଲେଖ ରହିଛି । ଆବେଦନକାରୀ ପାଇବାକୁ ଥିବା ମୂଲ୍ୟ ପରିମାଣର ସମ୍ପତି ଆଟେଚ କରିବାକୁ ନିର୍ଦ୍ଦେଶ ରହିଛିContinue reading “ବାଜ୍ୟାପ୍ତ ହେବ କୋରାପୁଟ ଜିଲ୍ଲାପାଳଙ୍କ କାର : ୱାରେଣ୍ଟ ଜାରି କଲେ ସିନିୟର ଡିଭିଜନ ସିଭିଲ ଜଜ୍”
ବିରୋଧୀଙ୍କ ଅଭିଯୋଗ, ବିଜେଡିର ଜବାବ : ଦେବୀ ମିଶ୍ର କହିଲେ, ‘ବିରୋଧୀଙ୍କ ଅଭିଯୋଗ ସମ୍ପୂର୍ଣ୍ଣ ଅବାନ୍ତର’
କନକ ବ୍ୟୁରୋ : ଗୋଟିଏ ଦିନ ଆଗରୁ ବିଧାନସଭା ସରିବାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ବିଜେଡି ବିଧାୟକ ଦେବୀ ମିଶ୍ର । ଗୃହ ନଚାଲିବା ପାଇଁ ବିରୋଧୀଙ୍କୁ ଦାୟୀ କରିଛି ବିଜେଡି । ବିରୋଧୀ ଯେଉଁ ଅଭିଯୋଗ ଆଣିଛନ୍ତି ସମ୍ପୂର୍ଣ୍ଣ ଅବାନ୍ତର । ବାହାରେ କହୁଛନ୍ତି ହେଲେ ବିରୋଧୀ ଗୃହ ଭିତରେ ଆଲୋଚନା ପାଇଁ ଆଗ୍ରହ ଦେଖାଉ ନାହାନ୍ତି । ତେବେ ପରିଧି ନିୟମାବଳୀ ଅନୁଯାୟୀ ନିଷ୍ପତ୍ତି ନେଇ ଗୃହକୁ ଅନିଶ୍ଚିତ କାଳ ପର୍ଯ୍ୟନ୍ତ ମୁଲତବୀContinue reading “ବିରୋଧୀଙ୍କ ଅଭିଯୋଗ, ବିଜେଡିର ଜବାବ : ଦେବୀ ମିଶ୍ର କହିଲେ, ‘ବିରୋଧୀଙ୍କ ଅଭିଯୋଗ ସମ୍ପୂର୍ଣ୍ଣ ଅବାନ୍ତର’”
ଦିନକ ପୂର୍ବରୁ ବିଧାନସଭା ସରିବା ପ୍ରସଙ୍ଗ : ନରସିଂହ ମିଶ୍ର କହିଲେ ବିଜେଡି-ବିଜେପି ମିଶି ଗୃହକୁ ଚଲେଇ ଦେଲେନି
କନକ ବ୍ୟୁରୋ : ଗୋଟିଏ ଦିନ ଆଗରୁ ବିଧାନସଭା ସରିବାକୁ ନେଇ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ବିରୋଧୀ । ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ୮ଦିନିଆ ବିଧାନସଭା ଅଧିବେଶନରେ ହଜାର ହଜାର ଲୋକ ରାଜରାସ୍ତାରେ ଥିଲେ । ବିରୋଧୀ ଦଳ ତାଙ୍କ ସମସ୍ୟା ଗୃହରେ ଉଠାଇ ସରକାରଙ୍କୁ ଦାବି ପୂରଣ ପାଇଁ ବାଧ୍ୟ କରିବେ ବୋଲି ଆଶା ଥିଲା କିନ୍ତୁ ତାହା ହେଲା ନାହିଁ । ବିଜେପିContinue reading “ଦିନକ ପୂର୍ବରୁ ବିଧାନସଭା ସରିବା ପ୍ରସଙ୍ଗ : ନରସିଂହ ମିଶ୍ର କହିଲେ ବିଜେଡି-ବିଜେପି ମିଶି ଗୃହକୁ ଚଲେଇ ଦେଲେନି”
ଦିନକ ପୂର୍ବରୁ ବିଧାନସଭା ସରିବା ନେଇ ସରକାରଙ୍କ ଉପରେ ବର୍ଷିଲେ ଜୟନାରାୟଣ : କହିଲେ, ୭ଦିନରେ ୭ଘଣ୍ଟା ଚାଲିପାରିଲାନି ଗୃହ
କନକ ବ୍ୟୁରୋ : ଗୋଟିଏ ଦିନ ଆଗରୁ ବିଧାନସଭା ସରିବାକୁ ନେଇ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ବିରୋଧୀ । ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି, ୮ ଦିନର ବିଧାନସଭାକୁ ୭ ଦିନରେ ସାରିଦିଆଗଲା । ୭ ଦିନରେ ୭ଘଣ୍ଟା ବି ଗୃହ ଚାଲିପାରିଲା ନାହିଁ । ଗୃହରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହେବାର ଥିଲା । ହେଲେ ପ୍ରସଙ୍ଗ ଉଠାଇବାକୁ ସୁଯୋଗ ଦିଆଗଲା ନାହିଁ । ଏହି ମୌସୁମୀ ଅଧିବେଶନରେ ମୋଟ୍ ୭ଟି କାର୍ଯ୍ୟContinue reading “ଦିନକ ପୂର୍ବରୁ ବିଧାନସଭା ସରିବା ନେଇ ସରକାରଙ୍କ ଉପରେ ବର୍ଷିଲେ ଜୟନାରାୟଣ : କହିଲେ, ୭ଦିନରେ ୭ଘଣ୍ଟା ଚାଲିପାରିଲାନି ଗୃହ”
ଖୋଲିଲା ଭୁବନେଶ୍ୱରର ୟୁନିଟ ୧ ହାଟ : ବିଏମସି ଅଧିକାରୀଙ୍କ ସହ ଆଲୋଚନା ପରେ ହାଟ ଖୋଲିଲା ବ୍ୟବସାୟୀ ସଂଘ
କନକ ବ୍ୟୁରୋ : ଆଜିଠୁ ଖୋଲିଛି ଭୁବନେଶ୍ୱରର ୟୁନିଟ ୧ ହାଟ । ବିଏମସି ଅଧିକାରୀଙ୍କ ସହ ଆଲୋଚନା କରିବା ପରେ ୧ ନମ୍ବର ହାଟ ଖୋଲିଛି ବ୍ୟବସାୟୀ ସଂଘ । ପାର୍କିଂ ସମେତ ଜବରଦଖଲ ଏବଂ ବିଭିନ୍ନ ଦାବି ନେଇ ଗତ ଗୁରୁବାରଠୁ ଆନ୍ଦୋଳନକୁ ଓହ୍ଲାଇଥିଲା ୟୁନିଟ-୧ର ବ୍ୟବସାୟୀ ସଂଘ । ଫଳରେ ଗୁରୁବାରଠୁ ମଙ୍ଗଳବାର ଯାଏଁ ୬ ଦିନ ହାଟ ସଂପୂର୍ଣ୍ଣ ବନ୍ଦ ରହିଥିଲା । ଫଳରେ ୟୁନି-୧ ହାଟ ଉପରେ ନିର୍ଭର କରୁଥିବାContinue reading “ଖୋଲିଲା ଭୁବନେଶ୍ୱରର ୟୁନିଟ ୧ ହାଟ : ବିଏମସି ଅଧିକାରୀଙ୍କ ସହ ଆଲୋଚନା ପରେ ହାଟ ଖୋଲିଲା ବ୍ୟବସାୟୀ ସଂଘ”
ବିନମ୍ରତାର ସହ କହୁଛି, ମୋତେ ମ୍ୟାଚ୍ ଟିକେଟ ପାଇଁ ଅନୁରୋଧ କରିବନି । କାହିଁକି କୋହଲି ଇନଷ୍ଟାଗ୍ରାମରେ କହିଲେ ଏମିତି?
କନକ ବ୍ୟୁରୋ : ଅକ୍ଟୋବର ୫ରୁ ଆରମ୍ଭ ହେବାକୁ ଯାଉଛି କ୍ରିକେଟ ବିଶ୍ୱକପ ମହାକୁମ୍ଭ । ତେବେ ବିଶ୍ୱକପ୍ ଆରମ୍ଭ ପୂର୍ବରୁ କୋହଲିଙ୍କର ଏକ ସୋସିଆଲ ମିଡ଼ିଆ ପୋଷ୍ଟ ଜୋରଦାର ଭାଇରାଲ ହେବାରେ ଲାଗିଛି । କୋହଲି ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି, ବିଶ୍ୱକପ୍ ପାଖେଇ ଆସୁଛି । କିନ୍ତୁ ମୁଁ ମୋର ବନ୍ଧୁଙ୍କୁ ବିନମ୍ରତାର ସହ କହିବାକୁ ଚାହୁଁଛି ଯେ, ଟୁର୍ଣ୍ଣାମେଣ୍ଟ ସମୟରେ ମୋତେ କେହି ଟିକେଟ ପାଇଁ ଅନୁରୋଧ କରିବେନି ।Continue reading “ବିନମ୍ରତାର ସହ କହୁଛି, ମୋତେ ମ୍ୟାଚ୍ ଟିକେଟ ପାଇଁ ଅନୁରୋଧ କରିବନି । କାହିଁକି କୋହଲି ଇନଷ୍ଟାଗ୍ରାମରେ କହିଲେ ଏମିତି?”