କନକ ବ୍ୟୁରୋ: ଶେଷ ହେଲା ଲୁଚକାଳି ଖେଳ । ବନ୍ଧା ହେଲା କିଲର କାର ମାଲିକ । ଅଭିଯୁକ୍ତ ବିକାଶ ପାଲ୍ ହେଉଛନ୍ତି ଏକ ଘରୋଇ ବ୍ୟାଙ୍କର ଏଜିଏମ୍ । ଅଭିଯୁକ୍ତ ବିକାଶ ରାଜମହଲ ଛକରେ ଜଣେ ଶ୍ରମିକଙ୍କ ଉପରେ ଗାଡ଼ି ଚଢ଼ାଇ ଫେରାର ଥିଲେ । ଦିନଯାକର କାମସାରି ସବୁଦିନ ଭଳି ଶନିବାର ରାତିରେ ଓଭରବ୍ରିଜ ତଳେ ବିଶ୍ରାମ ନେଉଥିଲେ ଶ୍ରମିକ ଜଣକ । ଯମଦୂତ ଭଳି ଓଭରସ୍ପିଡରେ ମାଡ଼ି ଆସିଥିଲା ନାଲି ରଙ୍ଗର ଏକContinue reading “ଭୁବନେଶ୍ୱରରେ ହିଟ୍ ଆଣ୍ଡ ରନ୍ ମାମଲା । ମୁଖ୍ୟ ଅଭିଯୁକ୍ତକୁ ବାନ୍ଧିଲା ପୋଲିସ ।”
Tag Archives: News
ପଖାଳ, ଆଳୁ ସିଝା, କଞ୍ଚା ଲଙ୍କା ଧରି ଧାରଣାରେ ଅଙ୍ଗନବାଡି ଦିଦି ଓ ସହାୟିକା । ମାସିକ ଦରମା ବୃଦ୍ଧି କରିବାକୁ ଦାବି । ସେପଟେ ଓଏସଏସସି ଅଫିସ ଆଗରେ ଆଶାୟୀଙ୍କ ଆନ୍ଦୋଳନ
କନକ ବ୍ୟୁରୋ: ନିଜର ହକ୍ ପାଇଁ ରାଜଧାନୀ ରାଜପଥରେ ଲଢେଇ କରୁଛନ୍ତି ଅଙ୍ଗନବାଡି ଦିଦି ଓ ସହାୟିକା । ଭୁବନେଶ୍ୱର ଲୋୟର ପିଏମଜିରେ ଆନ୍ଦୋଳନରତ ଅଙ୍ଗନବାଡି କର୍ମୀ ଓ ସହାୟିକା ପଡି ରହିଛନ୍ତି । ସାଙ୍ଗରେ ଆଣିଥିବା ପଖାଳ ସାଙ୍ଗକୁ ଆଳୁ ସିଝା ଓ କଞ୍ଚା ଲଙ୍କା ଖାଉଛନ୍ତି ଅଙ୍ଗନବାଡି ଦିଦି । ଦୂରଦୂରାନ୍ତରୁ ଆସୁଥିବା ଆନ୍ଦୋଳନକାରୀ ମହିଳା ସାଙ୍ଗରେ ଆଣିଥିବା ପଖାଳ ଖାଉଥିବାର ଚିତ୍ର ସମସ୍ତଙ୍କୁ ବିଚଳିତ କରିଛି । ତେବେ କମ୍ ଦରମା ମିଳୁଥିବାରୁContinue reading “ପଖାଳ, ଆଳୁ ସିଝା, କଞ୍ଚା ଲଙ୍କା ଧରି ଧାରଣାରେ ଅଙ୍ଗନବାଡି ଦିଦି ଓ ସହାୟିକା । ମାସିକ ଦରମା ବୃଦ୍ଧି କରିବାକୁ ଦାବି । ସେପଟେ ଓଏସଏସସି ଅଫିସ ଆଗରେ ଆଶାୟୀଙ୍କ ଆନ୍ଦୋଳନ”
ଜନବିରୋଧୀ କିଏ ? ମୁଖ୍ୟମନ୍ତ୍ରୀଙ୍କ ‘ଜନବିରୋଧୀ’ ଟିପ୍ପଣୀର ଜବାବ ଦେଲେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ।
କନକ ବ୍ୟୁରୋ: ଦିନିକିଆ ଓଡି଼ଶା ଗସ୍ତରେ ଆସି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ସହ, ୨୦୨୪ ସାଧାରଣ ନିର୍ବାଚନ ଲାଗି ଦଳର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି । ଆଗାମୀ ନିର୍ବାଚନରେ ଦଳ ଓଡିଶାରେ ଫୁଲ ଦମରେ ଲଢିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି । ଦଳୀୟ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ କରି ଖୋଲା ଚେତାବନୀ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ । ପଶ୍ଚିମବଙ୍ଗର ଉଦାହରଣ ଦେଇ କହିଛନ୍ତି- ଓଡି଼ଶାରେ କେନ୍ଦ୍ରୀୟ ଯୋଜନାରେContinue reading “ଜନବିରୋଧୀ କିଏ ? ମୁଖ୍ୟମନ୍ତ୍ରୀଙ୍କ ‘ଜନବିରୋଧୀ’ ଟିପ୍ପଣୀର ଜବାବ ଦେଲେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ।”
ବିହାରରେ ଜାତିଭିତିକ ଗଣନା ରିପୋର୍ଟ ପ୍ରକାଶ ପରେ ଓଡ଼ିଶାରେ ତେଜିଲା ଜାତି ରାଜନୀତି । ବିଜେଡି କହିଲା, ଓବିସି ଗଣନାକୁ ନେଇ ବସିଛି କମିଶନ । ସେପଟେ ସରକାରଙ୍କୁ ଓବିସି ବିରୋଧୀ କହି ଘେରିଲେ ବିଜେପି ଓ କଂଗ୍ରେସ ।
କନକ ବ୍ୟୁରୋ: ଦେଶର ପ୍ରଥମ ରାଜ୍ୟ ଭାବେ ବିହାର ଜାରି କରିଛି ଜାତିଗଣନା ରିପୋର୍ଟ । ଏହାକୁ ନେଇ ବିହାରରେ ରାଜନୀତି ସରଗରମ ରହିଥିବାବେଳେ ଅନ୍ୟ ରାଜ୍ୟ ଏ ନେଇ କି ଆଭିମୁଖ୍ୟ ଗ୍ରହଣ କରିବେ ସେ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ରାଜନୀତି ପାଇଁ ଜାତି ଜରୁରୀ ବିହାରରେ ଜାତିଗଣନା ପରେ ଓଡିଶାରେ ବଢିଲା ଚର୍ଚ୍ଚା ସର୍ଭେ ଫଳାଫଳରୁ ଜଣାପଡିଛି….. ବିହାରରେ ୬୩% ଲୋକ ପଛୁଆ ବର୍ଗର ଏଥିମଧ୍ୟରୁ ୩୬% ଅତିଶୟ ପଛୁଆ ଓContinue reading “ବିହାରରେ ଜାତିଭିତିକ ଗଣନା ରିପୋର୍ଟ ପ୍ରକାଶ ପରେ ଓଡ଼ିଶାରେ ତେଜିଲା ଜାତି ରାଜନୀତି । ବିଜେଡି କହିଲା, ଓବିସି ଗଣନାକୁ ନେଇ ବସିଛି କମିଶନ । ସେପଟେ ସରକାରଙ୍କୁ ଓବିସି ବିରୋଧୀ କହି ଘେରିଲେ ବିଜେପି ଓ କଂଗ୍ରେସ ।”
ରହସ୍ୟରେ ରାଉରକେଲା ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁ ମାମଲା । ସିବିଆଇ ତଦନ୍ତ ଦାବିରେ ଏସପି ଅଫିସ ଘେରିଲେ ଶତାଧିକ ଆଦିବାସୀ
କନକ ବ୍ୟୁରୋ: ସହକାରୀ ଜିଲ୍ଳାପାଳ ସୁସ୍ମିତା ମିଞ୍ଜ ଓ ଉଦିତନଗର ଥାନା ଏଏସଆଇ ଆଲିସ୍ ଲୁଗୁନଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ତାତିଲେ ଆଦିବାସୀ । ଘଟଣାର ସିବିଆଇ ତଦନ୍ତ ଦାବି କରିବା ସହ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବା ଦାବିରେ ଏସପି ଅଫିସ୍ ଘେରାଉ କରିଛି ଜିଲ୍ଲା ଆଦିବାସୀ ସଂଘ । ହଜାର ହଜାର ଆଦିବାସୀ ପ୍ଲାକାର୍ଡ ଧରି ରାଉକେଲା ମହାନଗର ଅଫିସରୁ ବିରାଟ ରାଲିରେ ଆସିଥିଲେ । ଜର୍ଜ ସେନା, ଜିଲ୍ଲା ସରପଞ୍ଚ ସଂଘ ଓContinue reading “ରହସ୍ୟରେ ରାଉରକେଲା ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁ ମାମଲା । ସିବିଆଇ ତଦନ୍ତ ଦାବିରେ ଏସପି ଅଫିସ ଘେରିଲେ ଶତାଧିକ ଆଦିବାସୀ”
ବାଙ୍କୀ ଜାତିମୁଣ୍ଡିଆ ମହାନଦୀ ବ୍ରିଜରେ ବାଡ଼ରେ ପିଟି ହୋଇ ଝୁଲି ରହିଲା ବସ୍ । କ୍ରେନ ଯୋଗେ ଉଠାଗଲା ବସ୍ । ବଡ଼ ଦୁର୍ଘଟଣାରୁ ବର୍ତ୍ତିଗଲା ବହୁ ଜୀବନ
କନକ ବ୍ୟୁରୋ: ସୂତା ଖିଅରେ ଜୀବନ । ଅଳ୍ପକେ ବର୍ତିଲା ୬୦ ଯାତ୍ରୀଙ୍କ ଜୀବନ । ପାଦେ ଆଗେଇଥିଲେ ମହାନଦୀର ଗଭୀର ଜଳାଶୟରେ ବୁଡ଼ି ଯାଇଥାନ୍ତା ବସ୍ । ବାଙ୍କୀ ଜାତମୁଣ୍ଡିଆ-ସୁବର୍ଣ୍ଣପୁର ପୋଲ ଉପରେ ଘଟିଥିଲା ଲୋମଟାଙ୍କୁର ଭୟଙ୍କର ବସ୍ ଦୁର୍ଘଟଣା । ଭାରସାମ୍ୟ ହରାଇ ବ୍ରିଜ୍ ବାଡ଼ରେ ମାଡ଼ ହୋଇଥିଲା ବସ୍ । ବସ୍ ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଏକ ବଡ଼ ଦୁର୍ଘଟଣା ଟଳିଯାଇଛି । ବସଟି ଯେଉଁଭଳି ବିପଦଜନକ ପୋଲରେ ଝୁଲି ରହିଥିଲା,Continue reading “ବାଙ୍କୀ ଜାତିମୁଣ୍ଡିଆ ମହାନଦୀ ବ୍ରିଜରେ ବାଡ଼ରେ ପିଟି ହୋଇ ଝୁଲି ରହିଲା ବସ୍ । କ୍ରେନ ଯୋଗେ ଉଠାଗଲା ବସ୍ । ବଡ଼ ଦୁର୍ଘଟଣାରୁ ବର୍ତ୍ତିଗଲା ବହୁ ଜୀବନ”
ସ୍ୱାଭାବିକ ହେଲାନି ବିଧାନସଭା । ଜନବିରୋଧୀ ଶବ୍ଦ ବାଦ ଓ ବିଧାୟକଙ୍କ ନିଲମ୍ବନ ପ୍ରତ୍ୟାହାର ଦାବିରେ ବିଜେପିର ହଟ୍ଟଗୋଳ । ବିଜେଡି କହିଲା, ବିକାଶର ବାଟ ଓଗାଳୁଛନ୍ତି ବିରୋଧୀ
କନକ ବ୍ୟୁରୋ: ପୂର୍ବାହ୍ନରେ ଯାହା ସ୍ଥିତି ଥିଲା, ଅପରାହ୍ନରେ ଉଣାଅଧିକେ ସେଇ ସ୍ଥିତି । ଶାସକ-ବିରୋଧୀ ପରସ୍ପର ଦୋଷାରୋପ ଭିତରେ ଗୋଟିଏ ସପ୍ତାହ ଧରି ଗୃହରେ ଅଚଳାବସ୍ଥା । ପ୍ରଶ୍ନକାଳ ଆରମ୍ଭରୁ ବିଜେପି ସଦସ୍ୟମାନେ ଆରମ୍ଭ କରିଥିଲେ ହଟଗୋଳ । ମୁଖ୍ୟମନ୍ତ୍ରୀଙ୍କ ବିବୃତିରୁ ଜନବିରୋଧୀ ଶବ୍ଦ ବାଦ୍ ଏବଂ ବିଧାୟକଙ୍କ ନିଲମ୍ବନ ପ୍ରତ୍ୟାହାର ଦାବିରେ ବାଚସ୍ପତିଙ୍କ ପୋଡିୟମ ତଳେ ନାରାବାଜି କରିଥିଲେ । ହଟ୍ଟଗୋଳ… ହଙ୍ଗାମା… ଅଚଳାବସ୍ଥା… ଆଜି ବି ଚାଲିପାରିଲାନି ବିଧାନସଭା ପରସ୍ପର ଦୋଷାରୋପ, ଗୃହContinue reading “ସ୍ୱାଭାବିକ ହେଲାନି ବିଧାନସଭା । ଜନବିରୋଧୀ ଶବ୍ଦ ବାଦ ଓ ବିଧାୟକଙ୍କ ନିଲମ୍ବନ ପ୍ରତ୍ୟାହାର ଦାବିରେ ବିଜେପିର ହଟ୍ଟଗୋଳ । ବିଜେଡି କହିଲା, ବିକାଶର ବାଟ ଓଗାଳୁଛନ୍ତି ବିରୋଧୀ”
୪୦ ବର୍ଷରେ ସମ୍ବାଦ । ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ସ୍ୱନକ୍ଷତ୍ର ଉତ୍ସବ । ଅନୁରାଗ ଠାକୁର କହିଲେ, ସୋସିଆଲ ମିଡିଆରେ ମିଛ ଖବର କରୁଛି ସମାଜର କ୍ଷତି । ବିଚାର ପାର୍ଥକ୍ୟକୁ ସମ୍ମାନ କରି ଶିଖିବାକୁ ଧର୍ମେନ୍ଦ୍ରଙ୍କ ଆହ୍ୱାନ
କନକ ବ୍ୟୁରୋ: ୪୦ ବର୍ଷ ଧରି ଓଡିଶାବାସୀଙ୍କ ସ୍ୱର ପାଲଟିଛି ସମ୍ବାଦ । କାଲି ସମ୍ବାଦ ୪୦ ବର୍ଷରେ ପଦାର୍ପଣ କରିବାକୁ ଯାଉଛି । ଆଉ ଏହାର ଅବ୍ୟବହିତ ପୂର୍ବରୁ ଆଜି ଆୟୋଜିତ ହୋଇଛି ବାର୍ଷିକ ଉତ୍ସବ । କାର୍ଯ୍ୟକ୍ରମକୁ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦଘାଟନ କରିଥିଲେ । କେନ୍ଦ୍ର ସୂଚନା ଓ ପ୍ରସାରଣ ତଥା କ୍ରୀଡା ମନ୍ତ୍ରୀ ଅନୁରାଗ ଠାକୁର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ।Continue reading “୪୦ ବର୍ଷରେ ସମ୍ବାଦ । ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ସ୍ୱନକ୍ଷତ୍ର ଉତ୍ସବ । ଅନୁରାଗ ଠାକୁର କହିଲେ, ସୋସିଆଲ ମିଡିଆରେ ମିଛ ଖବର କରୁଛି ସମାଜର କ୍ଷତି । ବିଚାର ପାର୍ଥକ୍ୟକୁ ସମ୍ମାନ କରି ଶିଖିବାକୁ ଧର୍ମେନ୍ଦ୍ରଙ୍କ ଆହ୍ୱାନ”
ଶ୍ରଦ୍ଧା କିଏ ବୋଲି ସ୍ପଷ୍ଟ କଲେ ମୁଖ୍ୟମନ୍ତ୍ରୀ । ନବୀନ କହିଲେ, ଶ୍ରଦ୍ଧା ମୋ ଫିଜିଓ ଥେରାପିଷ୍ଟ । ଫିଜିକାଲ ଫିଟନେସ୍ ପାଇଁ ମୋ ଭଉଣୀ ପଠାଇଥିଲେ ।
କନକ ବ୍ୟୁରୋ: ଶ୍ରଦ୍ଧା କିଏ? ଭାଟିକାନ ସିଟିକୁ ମୁଖ୍ୟମନ୍ତ୍ରୀଙ୍କ ସହ ଯାଇଥିବା ମହିଳାଙ୍କ ପରିଚୟ କଣ? ଗତ କିଛି ଦିନ ଧରି ରାଜ୍ୟରେ ବିରୋଧୀ ନେତାମାନେ ଏହି ପ୍ରଶ୍ନ ପଚାରି ସରକାରକୁ ଘେରୁଥିବାବେଳେ, ମଙ୍ଗଳବାର ଗୃହରେ ବିବୃତ୍ତି ରଖି ଏହାର ଉତ୍ତର ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଶ୍ରଦ୍ଧା ହେଉଛନ୍ତି ତାଙ୍କର ଫିଜିଓ ଥେରାପିଷ୍ଟ । ତାଙ୍କ ଫିଜିକାଲ ଫିଟନେସ୍ ପାଇଁ ତାଙ୍କ ଭଉଣୀ ଗୀତା ମେହେଟ୍ଟା ଶ୍ରଦ୍ଧାଙ୍କୁ ପଠାଇଥିବା ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀContinue reading “ଶ୍ରଦ୍ଧା କିଏ ବୋଲି ସ୍ପଷ୍ଟ କଲେ ମୁଖ୍ୟମନ୍ତ୍ରୀ । ନବୀନ କହିଲେ, ଶ୍ରଦ୍ଧା ମୋ ଫିଜିଓ ଥେରାପିଷ୍ଟ । ଫିଜିକାଲ ଫିଟନେସ୍ ପାଇଁ ମୋ ଭଉଣୀ ପଠାଇଥିଲେ ।”
ଜୀ-ସାର୍ଥକରେ ଆରମ୍ଭ ହେବାକୁ ଯାଉଛି ଏକ ଭିନ୍ନ ଧରଣର ରିୟାଲିଟି ସୋ ‘ଗୃହଲକ୍ଷ୍ମୀ’ । ପ୍ରମୁଖ ଆକର୍ଷଣ ସାଜିବେ ସିଦ୍ଧାନ୍ତ ମହାପାତ୍ର, ମାମା ମିଶ୍ର ଓ ଶ୍ରୀତମ ଦାସ ।
କନକ ବ୍ୟୁରୋ: ଜୀ-ସାର୍ଥକ ସବୁବେଳେ ଭିନ୍ନ ଭିନ୍ନ କାହାଣୀ ଓ ଓଡ଼ିଶା ନାରୀର ଅଦମ୍ୟ ମନୋବଳ ପ୍ରତିଫଳିତ କରିଛନ୍ତି ନିଜର ମେଗା ଧାରାବାହିକ ହେଉ କି ରିୟାଲିଟି ସୋ ମାଧ୍ୟମରେ । ସେହି ପରିପ୍ରେକ୍ଷୀରେ ଓଡ଼ିଶାର ବିବାହିତ ନାରୀମାନଙ୍କୁ ନେଇ ପୁଣି ଏକ ଭିନ୍ନ ଧରଣର ରିୟାଲିଟି ସୋ ‘ଗୃହଲକ୍ଷ୍ମୀ’ ଆରମ୍ଭ ହେବାକୁ ଯାଉଛି ଓଡ଼ିଶାର ଏକ ନମ୍ବର ଓଡିଆ ମନୋରଞ୍ଜନ ଚ୍ୟାନେଲ ଜୀ-ସାର୍ଥକରେ । ଏହି ସୋ ହେବ ଓଡିଆ ନାରୀର ନାରୀତ୍ଵ, ସହନଶୀଳତା ଓContinue reading “ଜୀ-ସାର୍ଥକରେ ଆରମ୍ଭ ହେବାକୁ ଯାଉଛି ଏକ ଭିନ୍ନ ଧରଣର ରିୟାଲିଟି ସୋ ‘ଗୃହଲକ୍ଷ୍ମୀ’ । ପ୍ରମୁଖ ଆକର୍ଷଣ ସାଜିବେ ସିଦ୍ଧାନ୍ତ ମହାପାତ୍ର, ମାମା ମିଶ୍ର ଓ ଶ୍ରୀତମ ଦାସ ।”