ବାଙ୍କୀ ଜାତମୁଣ୍ଡିଆ ମହାନଦୀ ବ୍ରିଜରେ ଦୁର୍ଘଟଣା : ପୋଲକୁ ପିଟି ହୋଇ ବିପଦଜନକ ଭାବେ ଝୁଲି ରହିଛି ଯାତ୍ରୀବାହୀ ବସ୍

କନକ ବ୍ୟୁରୋ : ମହାନଦୀ ବ୍ରିଜ୍ ଉପରେ ଯାତ୍ରାବାହୀ ଦୁର୍ଘଟଣାଗ୍ରସ୍ତ । ବସଟି ବ୍ରିଜ୍ ତଳକୁ ବିପଦଜନକ ଅବସ୍ଥାରେ ଓହଳି ରହିିଛି । ଅନଗୁଳରୁ ଭୁବନେଶ୍ୱର ଯାଉଥିବା ବସଟି ଜାତମୁଣ୍ଡିଆ ବ୍ରିଜ୍ ଉପରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ୧୦ରୁ ଅଧିକ ଯାତ୍ରାୀ ଏହି ଦୁର୍ଘଟଣାରେ ଆହତ ହୋଇଛନ୍ତି । ଚିଫ୍ ଫାୟାର ଅଫିସର କହିଛନ୍ତି ସ୍ଥାନୀୟ ତମପଡ଼ା ଫାୟାର ଷ୍ଟେସନର ଗୋଟିଏ ଟିମ୍ ସେଠାରେ ଅଛନ୍ତି । ଅଧା ଝୁଲା ବସଟିକୁ କିଭଳି କଢ଼ାଯାଇ ପାରିବ ସେନେଇContinue reading “ବାଙ୍କୀ ଜାତମୁଣ୍ଡିଆ ମହାନଦୀ ବ୍ରିଜରେ ଦୁର୍ଘଟଣା : ପୋଲକୁ ପିଟି ହୋଇ ବିପଦଜନକ ଭାବେ ଝୁଲି ରହିଛି ଯାତ୍ରୀବାହୀ ବସ୍”

ଆଉ ମ୍ୟାଲେରିଆରେ ଯିବନି ଜୀବନ : ଦ୍ୱିତୀୟ ମ୍ୟାଲେରିଆ ଭ୍ୟାକ୍ସିନକୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ଅନୁମୋଦନ

କନକ ବ୍ୟୁରୋ : ମ୍ୟାଲେରିଆରେ ଯିବନି ଜୀବନ । ଦ୍ୱିତୀୟ ମ୍ୟାଲେରିଆ ଭ୍ୟାକ୍ସିନକୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ମିଳିଲା ଅନୁମୋଦନ । ସେରମ ଇନିଷ୍ଟିଚ୍ୟୁଟ୍ ଦ୍ୱାରା ପ୍ରସ୍ତୁତ ଟିକା ଆର୨୧/ ମ୍ୟାଟ୍ରିକ୍ସ-ଏମକୁ ‘ହୁ’ର ମଞ୍ଜୁରୀ ମିଳିଛି । ଏହି ଟିକାର ପ୍ରି-କ୍ଲିନିକାଲ ଟେଷ୍ଟ୍ ଓ କ୍ଲିନିକାଲ ଟେଷ୍ଟ ଆଧାରରେ ଟୀକାକୁ ଗ୍ରୀନ ସିଗନାଲ ଦିଆଯାଇଥିବା ସେରମ ଇନିଷ୍ଟିଚ୍ୟୁଟ୍ ପକ୍ଷରୁ କୁହାଯାଇଛି । ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଓ ଏସଆଇଆଇ ଦ୍ୱାରା ଦ୍ୱାରା ବିକଶିତ ଏହି ଟୀକାର ୪ଟି ଦେଶରେContinue reading “ଆଉ ମ୍ୟାଲେରିଆରେ ଯିବନି ଜୀବନ : ଦ୍ୱିତୀୟ ମ୍ୟାଲେରିଆ ଭ୍ୟାକ୍ସିନକୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ଅନୁମୋଦନ”

ବାଙ୍କୀ ଜାତମୁଣ୍ଡିଆ ମହାନଦୀ ବ୍ରିଜରେ ଦୁର୍ଘଟଣା । ବ୍ରିଜରେ ପିଟିହେଲା ଯାତ୍ରୀବାହୀ ବସ୍ , ୧୦ ରୁ ଅଧିକ ଯାତ୍ରୀ ଆହାତ

କନକ ବ୍ୟୁରୋ : ବାଙ୍କୀ ଜାତମୁଣ୍ଡିଆ ଠାରେ ଥିବା ମହାନଦୀ ବ୍ରିଜ ଉପରେ ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ଥ ହୋଇଛି । ଅନୁଗୁଳରୁ ଭୁବନେଶ୍ୱର ଆସୁଥିବା ଏହି ବସଟି ଜାତମୁଣ୍ଡିଆ ବ୍ରିଜର ବ୍ୟାରିକେଡକୁ ଧକ୍କା ଦେବା ଫଳରେ ବସଟି ପୋଲ ତଳକୁ ଖସିପଡିବା ଭଳି ଅଧାରେ ଓହଳି ରହିଛି । ଗାଡିଟି ବ୍ରିଜର ବ୍ୟାରିକେଟକୁ ବାଡେଇବା ପରେ ଅଧା ଓହଳିବା ଅବସ୍ଥାରେ ଝୁଲି ରହିଛି । ଘଟଣା ସ୍ଥଳରେ ପୋଲିସ ଓ ଅଗ୍ନିଶମବାହିନୀ ପହଂଚି ଉଦ୍ଧାର କାର୍ଯ୍ୟContinue reading “ବାଙ୍କୀ ଜାତମୁଣ୍ଡିଆ ମହାନଦୀ ବ୍ରିଜରେ ଦୁର୍ଘଟଣା । ବ୍ରିଜରେ ପିଟିହେଲା ଯାତ୍ରୀବାହୀ ବସ୍ , ୧୦ ରୁ ଅଧିକ ଯାତ୍ରୀ ଆହାତ”

ବିଧାନସଭାରେ ବିଜେପି ବିଧାୟକଙ୍କ ଜୋରଦାର ହଟ୍ଟଗୋଳ । ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବି

କନକ ବ୍ୟୁରୋ : ବିଧାନସଭା ଠିକରେ ଚାଲିପାରୁନି । ବିରୋଧୀ ବିଧାୟକଙ୍କ ହଟ୍ଟଗୋଳ କାରଣରୁ ବିଧାନସଭାକୁ ଦିନ ୪ଟା ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଛନ୍ତି ବାଚସ୍ପତି । ବିଜେପି ବିଧାୟକଙ୍କ ଜୋରଦାର ହଟ୍ଟଗୋଳ ଓ ପୋଡିୟମ ନିକଟକୁ ଯାଇ ନାରାବାଜୀ କାରଣରୁ ବିଧାନସଭାକୁ ମୁଲତିବି ରଖାଯାଇଛି । ବିଜେପି ବିଧାୟକମାନେ ବାଚସ୍ପତିଙ୍କ ପୋଡିୟମ ନିକଟକୁ ଯାଇ ମୁଖ୍ୟମନ୍ତ୍ରୀ ବିବୃତିରୁ ଜନବିରୋଧୀ ଶବ୍ଦକୁ ବାଦ ଦେବାକୁ ଦାବି କରିଥିଲେ । ଏହାସହ ବାଚସ୍ପତିଙ୍କୁ ଡାଲି ଫୋପାଡିବା ଘଟଣାରେ ନିଲମ୍ବିତContinue reading “ବିଧାନସଭାରେ ବିଜେପି ବିଧାୟକଙ୍କ ଜୋରଦାର ହଟ୍ଟଗୋଳ । ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବି”

ଲୋକସେବା ଭବନର ରାଜସ୍ୱ ବିଭାଗ କୋଠାରେ ଲାଗିଲା ନିଆଁ । ଆୟତ କରିବାକୁ ଅଗ୍ନିଶମ କର୍ମଚାରୀଙ୍କ ଉଦ୍ୟମ

କନକ ବ୍ୟୁରୋ : ରାଜଧାନୀରେ ଥିବା ଲୋକସେବା ଭବନରେ କୌଣସି କାରଣରୁ ନିଆଁ ଲାଗିଯାଇଛି । ଲୋକସେବା ଭବନର ପ୍ରଥମ ମହଲାରେ ନିଆଁ ଲାଗିଛି । ଏହି ପ୍ରଥମ ମହଲାରେ ରାଜସ୍ୱ ବିଭାଗର କାର୍ଯ୍ୟାଳୟ ରହିଛି । ଖବର ପାଇ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଂଚି ନିଆଁକୁ ଆୟତ କରିବାକୁ ଉଦ୍ୟମ କରୁଛି । The post ଲୋକସେବା ଭବନର ରାଜସ୍ୱ ବିଭାଗ କୋଠାରେ ଲାଗିଲା ନିଆଁ । ଆୟତ କରିବାକୁ ଅଗ୍ନିଶମ କର୍ମଚାରୀଙ୍କ ଉଦ୍ୟମContinue reading “ଲୋକସେବା ଭବନର ରାଜସ୍ୱ ବିଭାଗ କୋଠାରେ ଲାଗିଲା ନିଆଁ । ଆୟତ କରିବାକୁ ଅଗ୍ନିଶମ କର୍ମଚାରୀଙ୍କ ଉଦ୍ୟମ”

ବର୍ଷା ହେଲା କାଳ : ଜଳେଶ୍ୱର ଜିକେ ଭଟ୍ଟର ମେଡିକାଲରେ ପଶିଲା ପାଣି; ତଳ ମହଲାରୁ ଉପର ମହଲାକୁ ରୋଗୀଙ୍କୁ ସ୍ଥାନାନ୍ତର

କନକ ବ୍ୟୁରୋ : ବର୍ଷା ହେଲା କାଳ । ମେଡିକାଲ ଭିତରେ ଲହଡ଼ି ଭାଙ୍ଗୁଛି ବର୍ଷା ପାଣି । ହନ୍ତସନ୍ତ ହେଉଛନ୍ତି ରୋଗୀ । ବର୍ଷା ପାଇଁ ବାଲେଶ୍ୱର ଜଳେଶ୍ୱର ଜିକେ ଭଟ୍ଟର ଡାକ୍ତରଖାନା ଭିତଲେ ପଶିଛି ବର୍ଷା ପାଣି । ଡାକ୍ତରଖାନାର ସମସ୍ତ ବିଭାଗରେ ଲହଡ଼ି ଭାଙ୍ଗୁଛି ପାଣି । ତଳ ମହଲାରେ ଚିକିତ୍ସିତ ହେଉଥିବା ସମସ୍ତ ରୋଗୀଙ୍କୁ ଉପର ମହଲାକୁ ସ୍ଥାନାନ୍ତରିତ କରାଯାଇଛି । ଡାକ୍ତରଖାନା ସମ୍ମୁଖରେ ଥିବା ଡ୍ରେନ ପରିଷ୍କାର ନଥିବାରୁ ବର୍ଷାContinue reading “ବର୍ଷା ହେଲା କାଳ : ଜଳେଶ୍ୱର ଜିକେ ଭଟ୍ଟର ମେଡିକାଲରେ ପଶିଲା ପାଣି; ତଳ ମହଲାରୁ ଉପର ମହଲାକୁ ରୋଗୀଙ୍କୁ ସ୍ଥାନାନ୍ତର”

ତିକ୍ତ ହେଉଛି ଭାରତ-କାନାଡା ସଂପର୍କ । ୪୦ କୂଟନୈତିକ କର୍ମଚାରୀଙ୍କୁ ତୁରନ୍ତ ଫେରାଇନେବାକୁ କାନାଡାକୁ ଭାରତର ନିର୍ଦ୍ଦେଶ

କନକ ବ୍ୟୁରୋ : ଭାରତ ଓ କାନାଡା ମଧ୍ୟରେ ଚାଲିଥିବା ବିବାଦ ଭିତରେ ଭାରତ କାନାଡାକୁ ଏକ ବଡ ଝଟକା ଦେଇଛି । ଭାରତରେ ଥିବା କାନାଡାର ୪୦ରୁ ଅଧିକ କୂଟନୈତିକ କର୍ମଚାରୀଙ୍କୁ ଭାରତରୁ ତୁରନ୍ତ ଫେରାଇନେବାକୁ ଭାରତ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ସୂତ୍ର ସୂଚନା ମୁତାବକ ଭାରତ ଓଟାବାକୁ ନିର୍ଦ୍ଦେଶ ଦେଇଛି କି ଅକ୍ଟୋବର ୧୦ ତାରିଖ ସୁଦ୍ଧା ଭାରତରେ ଥିବା କାନାଡାର ୪୦ରୁ ଅଧିକ କୂଟନୈତିକ କର୍ମଚାରୀଙ୍କୁ ଫେରାଇନେଉ । ସେପଟେ ଏକContinue reading “ତିକ୍ତ ହେଉଛି ଭାରତ-କାନାଡା ସଂପର୍କ । ୪୦ କୂଟନୈତିକ କର୍ମଚାରୀଙ୍କୁ ତୁରନ୍ତ ଫେରାଇନେବାକୁ କାନାଡାକୁ ଭାରତର ନିର୍ଦ୍ଦେଶ”

ଭୁବନେଶ୍ୱରରେ କେନ୍ଦ୍ର କ୍ରୀଡାମନ୍ତ୍ରୀ ଅନୁରାଗ ଠାକୁର : ସାଙ୍ଗରେ ଅଛନ୍ତି ଧର୍ମେନ୍ଦ୍ର ପ୍ରଧାନ; ବିଭିନ୍ନ କାର୍ଯ୍ୟକ୍ରମରେ ହେବେ ସାମିଲ

କନକ ବ୍ୟୁରୋ : ଭୁବନେଶ୍ୱରରେ କେନ୍ଦ୍ର ସୂଚନା ଓ ପ୍ରସାରଣ, ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରୀ ଅନୁରାଗ ଠାକୁର । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଭୁବନେଶ୍ୱରରେ ପହଞ୍ଚିଛନ୍ତି । ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ଦୁଇ କେନ୍ଦ୍ରମନ୍ତ୍ରୀଙ୍କୁ ବିଜେପି ପକ୍ଷରୁ ସ୍ୱାଗତ କରାଯାଇଥିଲା । ଭୁବନେଶ୍ୱର ବିମାନ ବନ୍ଦରରୁ ଦଳୀୟ କାର୍ଯ୍ୟାଳୟକୁ ଯାଇଛନ୍ତି ଦୁଇ କେନ୍ଦ୍ରମନ୍ତ୍ରୀ । ସେଠାରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରିବେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଓ ଧର୍ମେନ୍ଦ୍ରContinue reading “ଭୁବନେଶ୍ୱରରେ କେନ୍ଦ୍ର କ୍ରୀଡାମନ୍ତ୍ରୀ ଅନୁରାଗ ଠାକୁର : ସାଙ୍ଗରେ ଅଛନ୍ତି ଧର୍ମେନ୍ଦ୍ର ପ୍ରଧାନ; ବିଭିନ୍ନ କାର୍ଯ୍ୟକ୍ରମରେ ହେବେ ସାମିଲ”

ପଦ୍ମପୁରରେ ଦନ୍ତା ଆତଙ୍କ : ଘରୁ ନବାହାରିବାକୁ ସଚେତନ କରୁଛି ବନବିଭାଗ, ଭୟଭୀତ ଅବସ୍ଥାରେ ଲୋକେ

କନକ ବ୍ୟୁରୋ : ବରଗଡ଼ ପଦ୍ମପୁରରେ ଦନ୍ତା ଆତଙ୍କ । ସହର ଉପକଣ୍ଠ ଗାଁରେ ବୁଲୁଛି ହାତୀ । ଘରୁ ଲୋକଙ୍କୁ ନବାହାରିବାକୁ ସଚେତନ କରୁଛି ବନବିଭାଗ । ପଦ୍ମପୁର ନିକଟସ୍ଥ ସତିଭଟା, ଦେଉଲି, ସାଲେଗେଡ଼ି ଓ ଦର୍ବେକେଲା ଗାଁରେ ବୁଲୁଛି ହାତୀ । ପଦ୍ମପୁର ଅଞ୍ଚଳ ଜଙ୍ଗଲ ନିକଟବର୍ତୀ ଗାଁ ଗୁଡ଼ିକରେ ହାତୀ ପଶୁଥିବାରୁ ଲୋକେ ଭୟଭୀତ ଅବସ୍ଥାରେ ଦିନ କାଟୁଛନ୍ତି । କିଛି ଦିନ ପୂର୍ବରୁ ଏକ ଦନ୍ତା ହାତୀ ପାଇକମାଲ ସହର ମଧ୍ୟକୁContinue reading “ପଦ୍ମପୁରରେ ଦନ୍ତା ଆତଙ୍କ : ଘରୁ ନବାହାରିବାକୁ ସଚେତନ କରୁଛି ବନବିଭାଗ, ଭୟଭୀତ ଅବସ୍ଥାରେ ଲୋକେ”

ଯନ୍ତ୍ରଣାରେ ରୋଗୀ ଛଟପଟ, ଡାକ୍ତରଙ୍କ ଚାଲିଛି ପେଟପୂଜା : ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଦୃଶ୍ୟ

କନକ ବ୍ୟୁରୋ : ଯନ୍ତ୍ରଣାରେ ରୋଗୀ ଛଟପଟ, ଡାକ୍ତରଙ୍କ ଚାଲିଛି ପେଟପୂଜା । ଦୁର୍ଘଟଣାଗ୍ରସ୍ତ ଯୁବକଙ୍କୁ ଚିକିତ୍ସା ଦରକାର ବେଳେ ବେଡରେ ଶୋଇ ଜଳଖିଆ ଖାଇବାରେ ବ୍ୟସ୍ତ ଡାକ୍ତର । ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବହିର୍ବିଭାଗରେ ଦେଖିବାକୁ ମିଳିଛି ଅଭାବନୀୟ ଚିତ୍ର । ଗତ ରବିବାରର ଏ ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଅନେକ ସମୟରେ ଯାଜପୁର ଜିଲ୍ଲା ଚିକିତ୍ସାଳୟରେ ଡାକ୍ତରଙ୍କ ମନମାନୀର ଅଭିଯୋଗ ଆସିଥାଏ । ଏବେ ଏହି ଭିଡିଓContinue reading “ଯନ୍ତ୍ରଣାରେ ରୋଗୀ ଛଟପଟ, ଡାକ୍ତରଙ୍କ ଚାଲିଛି ପେଟପୂଜା : ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଦୃଶ୍ୟ”

Design a site like this with WordPress.com
Get started