କନକ ବ୍ୟୁରୋ : ଅକ୍ଟୋବର ମାସ ଆରମ୍ଭ ହେବା ସହ ସାଧାରଣତଃ ଓଡିଶାବାସୀଙ୍କୁ ବାତ୍ୟାର ଭୟ ରହିଥାଏ । ତେବେ ଚଳିତଥର କିନ୍ତୁ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିପାରେ । ଆଇଏମଡିର ସୂଚନା ଅନୁସାରେ ଏଲନିନୋର ପ୍ରଭାବ ଥିବାରୁ ଏବର୍ଷ ବିଶେଷ ବାତ୍ୟା ଆସିନପାରେ । ତଥାପି ଡିସେମ୍ବର ପର୍ଯ୍ୟନ୍ତ ସ୍ଥିତି ଉପରେ ସତର୍କ ନଜର ରହିଛି ବୋଲି ଆଇଏମଡି ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି । ଓଡିଶାରୁ ଏବେ ମୌସୁମୀ ଫେରିଯିବାର ସମୟ ରହିଛି ।Continue reading “ଏ ବର୍ଷ ଓଡିଶାକୁ ବିଶେଷ ବାତ୍ୟା ଆସିନପାରେ : ଏଲନିନୋ ପ୍ରଭାବ ଯୋଗୁଁ ବାତ୍ୟା ଆଶଙ୍କା କମ୍ ରହିଛି କହି ଆକଳନ କଲା ଆଇଏମଡି”
Tag Archives: News
ମଝି ଆକାଶରେ ଯାତ୍ରୀଙ୍କ ଜୀବନ ସହ ଖେଳ । ଭୁଲ ଜିପିଏସ ସିଗନାଲ ଯୋଗୁଁ ଦିଗ ହରାଇଲେ ଇରାନର ୨୦ରୁ ଅଧିକ ବିମାନ
କନକ ବ୍ୟୁରୋ : ବିମାନ ଯାତ୍ରା । ସବୁଠୁ ନିରାପଦ, କମ ସମୟ ସା୦େ.ପକ୍ଷ ଓ ଅଧିକ ଖର୍ଚ୍ଚର ଯାତ୍ରା ବୋଲି କୁହାଯାଏ । କେବେ କେମିିତି ବିଭିନ୍ନ କାରଣରୁ ବିମାନ ତ୍ରୁଟି ଘଟଣା ମଧ୍ୟ ସାମ୍ନାକୁ ଆସିଛି । ଏହା ଭିତରେ ଚିନ୍ତା ବଢାଇଛନ୍ତି ହ୍ୟାକର । ବିମାନର ଜିପିଏସକୁ ହ୍ୟାକ କରି ନକଲି ତଥ୍ୟ ପ୍ରଦାନ କରି ବାଟବଣା କରୁଛନ୍ତି ହ୍ୟାକର । ଇରାନରେ ଘଟିଛି ଏଭଳି ଏକ ଘଟଣା ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟContinue reading “ମଝି ଆକାଶରେ ଯାତ୍ରୀଙ୍କ ଜୀବନ ସହ ଖେଳ । ଭୁଲ ଜିପିଏସ ସିଗନାଲ ଯୋଗୁଁ ଦିଗ ହରାଇଲେ ଇରାନର ୨୦ରୁ ଅଧିକ ବିମାନ”
ଏବେ ବି ଆସୁନି ମୋବାଇଲ ନେଟୱର୍କ । ୩ କିଲୋମିଟର ଯାଉଛନ୍ତି ଗାଁ ଲୋକେ
କନକ ବ୍ୟୁରୋ: ଭାରତରେ ୫ଜି ସେବା ଏକ ବର୍ଷର ଯାତ୍ରା ପୂରଣ କରିଛି । କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଦେଶରେ ୧୧୪ କୋଟିରୁ ଅଧିକ ମୋବାଇଲ ଗ୍ରାହକ ଥିବାବେଳେ ୫-ଜି ଗ୍ରାହକଙ୍କ ସଂଖ୍ୟା ନଗଣ୍ୟ । ଏବେ ବି ନେଟୱର୍କ ଆସୁନଥିବାରୁ ଲୋକଙ୍କୁ ଯିବାକୁ ପଡୁଛି ମାଇଲ ମାଇଲ ବାଟ । ଏବେ ବି ଆସୁନି ମୋବାଇଲ ନେଟୱର୍କ ୩ କିଲୋମିଟର ଯାଉଛନ୍ତି ଗାଁ ଲୋକେ ସରକାର ଡିଜିଟାଲ ଇଣ୍ଡିଆର ସ୍ୱପ୍ନ ଦେଖୁଥିବାବେଳେContinue reading “ଏବେ ବି ଆସୁନି ମୋବାଇଲ ନେଟୱର୍କ । ୩ କିଲୋମିଟର ଯାଉଛନ୍ତି ଗାଁ ଲୋକେ”
କାନାଡ଼ା ପ୍ରଧାନମନ୍ତ୍ରୀଙ୍କୁ ସ୍ପେଶଏକ୍ସ ମୁଖ୍ୟ ଏଲନ ମସ୍କଙ୍କ ସମାଲୋଚନା । କାନାଡାରେ ବାକ ସ୍ୱାଧୀନତାକୁ ସରକାର ଚପାଉଥିବା କହି ଜଷ୍ଟିନ ଟ୍ରୁଡୋଙ୍କୁ ନିନ୍ଦା
କନକ ବ୍ୟୁରୋ : କାନାଡା ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା କରିଛନ୍ତି ସ୍ପେସ୍ଏକ୍ସ ମୁଖ୍ୟ ଏଲନ ମସ୍କ । ବାକ ସ୍ୱାଧୀନତାକୁ ଚପାଇବାକୁ ଜଷ୍ଟିନ ଟ୍ରୁଡୋ ସରକାର ପ୍ରୟାସ କରୁଥିବା କହି ମସ୍କ ତାଙ୍କର ସମାଲୋଚନା କରିଛନ୍ତି । ନିକଟରେ କାନାଡା ସରକାର ଦେଶବାସୀଙ୍କ ପାଇଁ କଡ଼ା ନିର୍ଦ୍ଦେଶନାମା ଜାରି କରିଛନ୍ତି । ଯେଉଁଥିରେ ଅନଲାଇନ ଷ୍ଟ୍ରିମିଂ ସେବାକୁ ସରକାରଙ୍କ ସହ ପଂଜୀକରଣ କରିବା ବାଧ୍ୟତମଳୂକ କରାଯାଇଛି । ଯେକୌଣସି ଅନଲାଇନ ଷ୍ଟ୍ରିମିଂ ସେବା ପାଇଁ ସରକାରଙ୍କୁ ଜଣାଇବାକୁ ପଡିବContinue reading “କାନାଡ଼ା ପ୍ରଧାନମନ୍ତ୍ରୀଙ୍କୁ ସ୍ପେଶଏକ୍ସ ମୁଖ୍ୟ ଏଲନ ମସ୍କଙ୍କ ସମାଲୋଚନା । କାନାଡାରେ ବାକ ସ୍ୱାଧୀନତାକୁ ସରକାର ଚପାଉଥିବା କହି ଜଷ୍ଟିନ ଟ୍ରୁଡୋଙ୍କୁ ନିନ୍ଦା”
ହିଟ୍ ଆଣ୍ଡ ରନର ଦୁଇଟି ମାମଲା । ଗିରଫ ହେଲେ କନ୍ନଡ଼ ଅଭିନେତା । ଏପଟେ ଭୁବନେଶ୍ୱରରେ କିଲର ଚାଳକ ଫେରାର
କନକ ବ୍ୟୁରୋ: ଶନିବାର ବେଙ୍ଗାଳୁରୁରେ କନ୍ନଡ ଅଭିନେତା ନାଗଭୂଷଣ ଏକ ଦମ୍ପତିଙ୍କ ଉପରେ କାର ମଡାଇ ଦେଇଥିବା ଅଭିଯୋଗ ହୋଇଛି । ରାତି ୯ଟା ୪୫ରେ ଏହି ଦମ୍ପତି ରାସ୍ତାରେ ଚାଲୁଥିବା ସମୟରେ ଦ୍ରୁତ ବେଗରେ ଆସି କାର ଚଢାଇ ଦେଇଥିଲେ ନାଗଭୂଷଣ । ମହିଳାଙ୍କ ମୃତ୍ୟୁ ହୋଇଥିବାବେଳେ ପୁରୁଷ ଜଣକ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ବେଙ୍ଗାଳୁରୁର କୁମାରସ୍ୱାମୀ ଟ୍ରାଫିକ ଥାନାରେ ବେପରୁଆ ଗାଡି ଚାଳନା ପାଇଁ ଦୁର୍ଘଟଣା ଘଟିଥିବା ନେଇ ଅଭିଯୋଗContinue reading “ହିଟ୍ ଆଣ୍ଡ ରନର ଦୁଇଟି ମାମଲା । ଗିରଫ ହେଲେ କନ୍ନଡ଼ ଅଭିନେତା । ଏପଟେ ଭୁବନେଶ୍ୱରରେ କିଲର ଚାଳକ ଫେରାର “
ଜାତିର ପିତା ମହାତ୍ମା ଗାନ୍ଧୀ ଏବଂ ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଲାଲବାହାଦୁର ଶାସ୍ତ୍ରୀଙ୍କ ଜନ୍ମ ଦିନ । ଜର୍ମାନୀ କଣ୍ଠଶିଳ୍ପୀ ଗୀତ ଗାଇ ଜଣାଇଲେ ଶ୍ରଦ୍ଧାଞ୍ଜଳୀ
କନକ ବ୍ୟୁରୋ : ଆଜି ସାରା ଦେଶ ପାଳୁଛି ଗାନ୍ଧୀ ଜୟନ୍ତୀ । ଏହି ଅବସରରେ ଜର୍ମାନର ଜଣାଶୁଣା ଗାୟିକା କାସମେ ଗୀତ ଗାଇ ବାପୁଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ନିଜ ଅଫିିସିଆଲ ସୋସିଆଲ ମିଡିଆ ପେଜରେ ଏହି ଭିଡିଓ ପୋଷ୍ଟ କରି ଜର୍ମାନ ଗାୟିକାଙ୍କୁ ପ୍ରଂଶସା କରିଛନ୍ତି । ମୋଦି ଟୁଇଟ କରି କହିଛନ୍ତି ମହାତ୍ମା ଗାନ୍ଧୀଙ୍କ ବିଚାରଧାରା ସମଗ୍ର ବିଶ୍ୱକୁ ଯୋଡି ରଖିଛି । ଭାରତର ସଂଗୀତ ଓ ସଂସ୍କୃତି ସାରାContinue reading “ଜାତିର ପିତା ମହାତ୍ମା ଗାନ୍ଧୀ ଏବଂ ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଲାଲବାହାଦୁର ଶାସ୍ତ୍ରୀଙ୍କ ଜନ୍ମ ଦିନ । ଜର୍ମାନୀ କଣ୍ଠଶିଳ୍ପୀ ଗୀତ ଗାଇ ଜଣାଇଲେ ଶ୍ରଦ୍ଧାଞ୍ଜଳୀ”
ଦେଶର ପ୍ରଥମ ରାଜ୍ୟଭାବେ ଜାତିଭିତିକ ଜନଗଣନା ରିପୋର୍ଟ ପ୍ରକାଶ କଲା ବିହାର । ବିଜେପି କହିଲା ଲୋକଙ୍କୁ ବିଭ୍ରାନ୍ତି କରୁଛନ୍ତି ରାଜ୍ୟସରକାର
କନକ ବ୍ୟୁରୋ : ଦେଶର ପ୍ରଥମ ରାଜ୍ୟଭାବେ ବିହାର କଲା ନୂଆ ରେକର୍ଡ । ରାଜ୍ୟ ସରକାର ଜାରି କଲେ ଜାତିଭିତିକ ଜନଗଣନା ରିପୋର୍ଟ । ବିହାରରେ ମୋଟ ଜନସଂଖ୍ୟା ୧୩କୋଟିରୁ ଅଧିକ ରହିଛି । ୨୦୨୨ ମସିହା ଜୁନ ୧ ତାରିଖରେ ସର୍ବଦଳୀୟ ବୈଠକରେ ବିହାରର ଜାତିଭିତକ ଜନଗଣାନା କରିବା ପ୍ରସ୍ତାବ ସର୍ବ ସହମତିରେ ପାରିତ ହୋଇଥିଲା । ଏହା ପରେ ରାଜ୍ୟ ମନ୍ତ୍ରୀ ପରିଷଦ ଦ୍ୱାରା ନିଆଯାଇଥିବା ନିଷ୍ପତି ଆଧାରରେ ଜାତିଭିତିକ ଜନଗଣନା କରାଯିବାକୁContinue reading “ଦେଶର ପ୍ରଥମ ରାଜ୍ୟଭାବେ ଜାତିଭିତିକ ଜନଗଣନା ରିପୋର୍ଟ ପ୍ରକାଶ କଲା ବିହାର । ବିଜେପି କହିଲା ଲୋକଙ୍କୁ ବିଭ୍ରାନ୍ତି କରୁଛନ୍ତି ରାଜ୍ୟସରକାର”
ଦମ୍ପତିଙ୍କୁ ଧକ୍କା ଦେଲା କନ୍ନଡ ଅଭିନେତା ନାଗଭୂଷଣଙ୍କ କାର । ଘଟଣାରେ ସ୍ତ୍ରୀ ମୃତ, ଜୀବନ ମରଣ ସହ ସଂର୍ଘଷ କରୁଛନ୍ତି ସ୍ୱାମୀ
କନକ ବ୍ୟୁରୋ : ଶନିବାର ରାତି ସମୟ । ବେଙ୍ଗାଲୁରୁର ବସନ୍ତପୁରା ଅଂଚଳର ଘଟଣା । ଫୁଟପାଥରେ ଚାଲିଚାଲି ଫୁରସତର ସମୟ କାଟୁଥିଲେ ସ୍ଥାନୀୟ ବାସିନ୍ଦା ପ୍ରେମା ଏସ୍ ଓ କ୍ରିଷ୍ଣା ବି । ହଠାତ କେହି କିଛି ବୁଝିବା ଆଗରୁ ପଛପଟୁ ଆସୁଥିବା ଦ୍ରୁତ ବେଗର ଏକ କାର ସେମାନଙ୍କୁ ଧକ୍କା ଦେଇ ଚାଲିଯାଇଥିଲା । ଏହି ଧକ୍କା ଆଉ କେହି ନୁହେଁ କନ୍ନଡ ସିନେ ଦୁନିଆର ଜଣାଶୁଣା ଅଭିନେତା ନାଗଭୂଷଣ କରି ଫେରାର ହୋଇଥିଲେContinue reading “ଦମ୍ପତିଙ୍କୁ ଧକ୍କା ଦେଲା କନ୍ନଡ ଅଭିନେତା ନାଗଭୂଷଣଙ୍କ କାର । ଘଟଣାରେ ସ୍ତ୍ରୀ ମୃତ, ଜୀବନ ମରଣ ସହ ସଂର୍ଘଷ କରୁଛନ୍ତି ସ୍ୱାମୀ”
ମଣିପୁର ହିଂସାରେ ଖଲିସ୍ତାନୀ କନେକ୍ସନ ! ଉଗ୍ରବାଦୀଙ୍କୁ କାନାଡାର ଖଲିସ୍ତାନୀଠୁ ମିଳୁଛି କୋଟି କୋଟି ଟଙ୍କା ପାଣ୍ଠି
କନକ ବ୍ୟୁରୋ : କିଛି ମାସ ପୂର୍ବରୁ ଆରମ୍ଭ ହୋଇଥିବା ସାମ୍ପ୍ରଦାୟିକ ହିଂସା ଯେ ମଣିପୁର ରାଜ୍ୟକୁ ଜଳିପୋଡି ପାଉଁଶ କରିଦେବ ସେକଥା ହୁଏତ କେହି ଭାବିନଥିବେ । ଛାତ୍ରଛାତ୍ରୀଙ୍କ ଅପହରଣ ଓ ହତ୍ୟା ପୁଣିଥରେ ରାଜ୍ୟକୁ ହୁଲୁସ୍ତୁଲୁ କରୁଛି । ୬ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯିବା ପରେ ମଧ୍ୟ ଆୟତକୁ ଆସୁନି ସ୍ଥିତି । ସେପଟେ କେଉଁଠି ବନ୍ଦ ପାଳନ ତ ପୁଣି କେଉଠି ମୁଖ୍ୟମନ୍ତ୍ରୀ ଘର ଉପରକୁ ଆକ୍ରମଣ । ସୋମବାର କୁକି ସମ୍ପ୍ରଦାୟContinue reading “ମଣିପୁର ହିଂସାରେ ଖଲିସ୍ତାନୀ କନେକ୍ସନ ! ଉଗ୍ରବାଦୀଙ୍କୁ କାନାଡାର ଖଲିସ୍ତାନୀଠୁ ମିଳୁଛି କୋଟି କୋଟି ଟଙ୍କା ପାଣ୍ଠି”
ରାଜସ୍ଥାନ ଚିତୋରଗଢରେ ପ୍ରଧାନମନ୍ତ୍ରୀଙ୍କ ବିଶାଳ ଜନସଭା । ମଞ୍ଚରୁ କଂଗ୍ରେସକୁ ଟାର୍ଗେଟ କଲେ ମୋଦୀ
କନକ ବ୍ୟୁରୋ : ରାଜସ୍ଥାନରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିଶାଳ ଜନସଭା । ସୋମବାର ଚିତୋରଗଢରେ ରାଲିକୁ ସମ୍ବୋଧିତ କରି ଗେହଲଟ ସରକାରଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ । ମୋଦୀ କହିଛନ୍ତି ଏଥରକ ବିଧାନସଭା ନିର୍ବାଚନରେ କଂଗ୍ରେସ ସରକାର ଶାସନରୁ ହଟିବା ନେଇ ମୁଖ୍ୟମନ୍ତ୍ରୀ ଗେହଲଟ ଜାଣିସାରିଛନ୍ତି । ରାଜସ୍ଥାନରେ ଗତ ୫ବର୍ଷ ହେବ କଂଗ୍ରେସ ବିଶ୍ୱସନୀୟତା ହରାଇଛି । ଅପରାଧର ଶୀର୍ଷରେ ରହିଛି ରାଜ୍ୟ । ୫ବର୍ଷ ହେବ ରାଜସ୍ଥାନକୁ ଲୁଟିଛି କଂଗ୍ରେସ ସରକାର ।Continue reading “ରାଜସ୍ଥାନ ଚିତୋରଗଢରେ ପ୍ରଧାନମନ୍ତ୍ରୀଙ୍କ ବିଶାଳ ଜନସଭା । ମଞ୍ଚରୁ କଂଗ୍ରେସକୁ ଟାର୍ଗେଟ କଲେ ମୋଦୀ”