ରହସ୍ୟ ଘେରରେ ମହିଳା ଏଏସଆଇଙ୍କ ମୃତ୍ୟୁ : ଲୁଗୁନଙ୍କ ମୃତଦେହ ନେଉନାହିଁ ପରିବାର; ପିସିଆର ଭ୍ୟାନରେ ଥିବା ପୋଲିସ କର୍ମଚାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି

କନକ ବ୍ୟୁରୋ : ଏବେବି ରହସ୍ୟ ଘେରରେ ରାଉରକେଲା ଉଦିତନଗର ଥାନା ଏଏସ୍ଆଇ ଏ.ଏନ୍ ଲୁଗୁନଙ୍କ ମୃତ୍ୟୁ । ମାରପିଟ୍ ଘଟଣାରେ ୨ ଜଣଙ୍କୁ ଗିରଫ କରିଛି ପୋଲିସ । ହେଲେ ଏଯାଏଁ ମୃତ୍ୟୁ ଘଟଣାରୁ ପରଦା ଘଟିପାରିନାହିଁ । ସେପଟେ ଲୁଗୁନଙ୍କ ମୃତଦେହ ପରିବାର ଲୋକ ଗ୍ରହଣ କରୁନାହାନ୍ତି । ପିସିଆର ଭ୍ୟାନରେ ଯେଉଁ ପୋଲିସ କର୍ମଚାରୀ ଡ୍ୟୁଟିରେ ଥିଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ପରିବାର ଲୋକେ ଦାବି କରିଛନ୍ତି । ଦାବି ପୂରଣContinue reading “ରହସ୍ୟ ଘେରରେ ମହିଳା ଏଏସଆଇଙ୍କ ମୃତ୍ୟୁ : ଲୁଗୁନଙ୍କ ମୃତଦେହ ନେଉନାହିଁ ପରିବାର; ପିସିଆର ଭ୍ୟାନରେ ଥିବା ପୋଲିସ କର୍ମଚାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି”

ମହାରାଷ୍ଟ୍ରରେ ଶିଶୁ ମୃତ୍ୟୁକୁ ନେଇ ସରଗରମ ରାଜନୀତି । ୨୪ ଘଣ୍ଟାରେ ୧୨ ଜଣ ଶିଶୁଙ୍କ ସମେତ ୨୪ ଜଣଙ୍କର ମୃତ୍ୟୁ, ବିରୋଧୀ କହିଲେ ମୃତ୍ୟୁ ନୁହେଁ ଏହା ବ୍ୟବସ୍ଥାଗତ ହତ୍ୟା

କନକ ବ୍ୟୁରୋ : ଗତ ୨୪ ଘଣ୍ଟା ମଧ୍ୟରେ ମହାରାଷ୍ଟ୍ରରେ ୧୨ ଜଣ ଶିଶୁଙ୍କ ସମେତ ୨୪ ଜଣଙ୍କର ମେଡିକାଲରେ ମୃତ୍ୟୁ ହୋଇଛି । ଏହାକୁ ନେଇ ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଓ ଶରଦ ପାୱାରଙ୍କ ସମେତ ବିରୋଧୀଦଳର ନେତାମାନେ ସିନ୍ଦେ ସରକାରକୁ ଟାର୍ଗେଟ୍ କରିଛନ୍ତି । ଏହାକୁ ନେଇ ପ୍ରିୟଙ୍କା ଚର୍ତୁବେଦୀ କହିଛନ୍ତି କି ଏହା ମୃତ୍ୟୁନୁହେଁ ବରଂ ସିନ୍ଦେ ସରକାରର ପ୍ରାୟୋଜିତ ହତ୍ୟା । ଶରଦ ପାୱାର କହିଛନ୍ତି କି, ଏହି ଘଟଣାContinue reading “ମହାରାଷ୍ଟ୍ରରେ ଶିଶୁ ମୃତ୍ୟୁକୁ ନେଇ ସରଗରମ ରାଜନୀତି । ୨୪ ଘଣ୍ଟାରେ ୧୨ ଜଣ ଶିଶୁଙ୍କ ସମେତ ୨୪ ଜଣଙ୍କର ମୃତ୍ୟୁ, ବିରୋଧୀ କହିଲେ ମୃତ୍ୟୁ ନୁହେଁ ଏହା ବ୍ୟବସ୍ଥାଗତ ହତ୍ୟା”

ଘର କାନ୍ଥ ଭୁଶୁଡି ଜଣଙ୍କର ମୃତ୍ୟୁ : ବାପାଙ୍କ ମୃତ୍ୟୁ ହୋଇଥିବା ବେଳେ ଅଳ୍ପରେ ବର୍ତ୍ତିଗଲା ପୁଅ

କନକ ବ୍ୟୁରୋ : ସୁନ୍ଦରଗଡ଼ରେ କାନ୍ଥ ଭୁଶୁଡ଼ି ପଡିବାରୁ ଗଲା ଜୀବନ । ଲଗାଣ ବର୍ଷା ଯୋଗୁ ଜରଙ୍ଗଲୋଇ ଗାଁର କୁରୁନାଥ କାନ୍ତାଙ୍କ ଘରର କାନ୍ଥ ଭୁଶୁଡ଼ି ପଡ଼ିଛି । କୁରୁନାଥଙ୍କ ଉପରେ କାନ୍ଥ ପଡ଼ିଯିବାରୁ ତାଙ୍କର ମୃତ୍ୟୁ ହୋଇଥିବା ବେଳେ ପାଖରେ ଶୋଇଥିବା ଛୋଟ ପିଲାଟି ଅଳ୍ପକେ ବର୍ତ୍ତି ଯାଇଛି । କୁରୁନାଥଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବଡ଼ଗାଁ ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । TheContinue reading “ଘର କାନ୍ଥ ଭୁଶୁଡି ଜଣଙ୍କର ମୃତ୍ୟୁ : ବାପାଙ୍କ ମୃତ୍ୟୁ ହୋଇଥିବା ବେଳେ ଅଳ୍ପରେ ବର୍ତ୍ତିଗଲା ପୁଅ”

୪୦ରେ ‘ସମ୍ବାଦ’: ଆଜି ବାର୍ଷିକ ଉତ୍ସବ; ମୁଖ୍ୟ ଅତିଥି ଭାବେ ଯୋଗ ଦେବେ କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର

କନକ ବ୍ୟୁରୋ : ଅକ୍ଟୋବର ୪‌ରେ ‘ସମ୍ବାଦ’ ୪୦ ବର୍ଷରେ ପଦାର୍ପଣ କରିବାକୁ ଯାଉଛି । ଏହାର ଅବ୍ୟବହିତ ପୂର୍ବରୁ ଆଜି ୩ଟା ୩୦ରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହେବ । ସ୍ଥାନୀୟ ସ୍ବସ୍ତି ପ୍ରିମିୟମ୍‌ରେ ହେବାକୁ ଯାଉଥିବା ଏହି ଉତ୍ସବକୁ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦ୍‌ଘାଟନ କରିବେ । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ସୂଚନା ଓ ପ୍ରସାରଣ, ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀContinue reading “୪୦ରେ ‘ସମ୍ବାଦ’: ଆଜି ବାର୍ଷିକ ଉତ୍ସବ; ମୁଖ୍ୟ ଅତିଥି ଭାବେ ଯୋଗ ଦେବେ କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର”

ବିଶ୍ୱପାଇଁ ଦ୍ୱିତୀୟ ମ୍ୟାଲେରିଆ ଟିକାକୁ ଅନୁମତି ଦେଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ସୂଚନା ଦେଲା ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ ଇଣ୍ଡିଆ

କନକ ବ୍ୟୁରୋ : ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ତରଫରୁ କୁହାଯାଇଛି କି ସେରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ମ୍ୟାଲେରିଆ ଟିକାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଇନଷ୍ଟିଚ୍ୟୁଟ୍ ପକ୍ଷରୁ କୁହାଯାଇଛି ଏହି ଟିକାର ପ୍ରି-କ୍ଲିନିକାଲ ଟେଷ୍ଟ ଓ କ୍ଲିନିକାଲ ପରୀକ୍ଷଣ ସମ୍ବନ୍ଧୀୟ ପରିସଂଖ୍ୟାନ ଅଧାରରେ ଏହି ମଞ୍ଜୁରୀ ମିଳିଛି । ଏହି ଟିକା ପରୀକ୍ଷଣ ୪ଟି ଦେଶରେ ସଫଳ ହୋଇଛି । ସେରମ୍ ଇନଷ୍ଟିଚ୍ୟୁଟ୍ କହିଛି କିContinue reading “ବିଶ୍ୱପାଇଁ ଦ୍ୱିତୀୟ ମ୍ୟାଲେରିଆ ଟିକାକୁ ଅନୁମତି ଦେଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ସୂଚନା ଦେଲା ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ ଇଣ୍ଡିଆ”

ମହିଳା ଏଏସଆଇ ଏ.ଏନ. ଲୁଗୁନଙ୍କ ମୃତ୍ୟୁକୁ ନେଇ ବଢ଼ିଲା ସଂଦେହ । ପରିବାର ଲୋକ ଆଣିଲେ ହତ୍ୟା ଅଭିଯୋଗ

କନକ ବ୍ୟୁରୋ : ଏବେବି ରହସ୍ୟ ଘେରରେ ରାଉରକେଲା ଉଦିତନଗର ଥାନା ଏଏସଆଇ ଏ.ଏନ୍ ଲୁଗୁନଙ୍କ ମୃତ୍ୟୁ । ମାରପିଟ୍ ଘଟଣାରେ ୨ ଜଣଙ୍କୁ ଗିରଫ କରିଛି ପୋଲିସ । ହେଲେ ଏଯାଏଁ ମୃତ୍ୟୁ ଘଟଣାରୁ ପରଦା ଘଟିପାରିନାହିଁ । ସେପଟେ ଲୁଗୁନଙ୍କ ମୃତଦେହ ଗ୍ରହଣ କରୁନାହାନ୍ତି ପରିବାର ଲୋକ । ପିସିଆର ଭ୍ୟାନରେ ଯେଉଁ ପୋଲିସ କର୍ମଚାରୀ ଡ୍ୟୁଟିରେ ଥିଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ପରିବାର ଲୋକେ ଦାବି କରିଛନ୍ତି । ଦାବି ପୂରଣContinue reading “ମହିଳା ଏଏସଆଇ ଏ.ଏନ. ଲୁଗୁନଙ୍କ ମୃତ୍ୟୁକୁ ନେଇ ବଢ଼ିଲା ସଂଦେହ । ପରିବାର ଲୋକ ଆଣିଲେ ହତ୍ୟା ଅଭିଯୋଗ”

ବିଶ୍ୱକପ୍ କ୍ରିକେଟର ଆଜି ୱାର୍ମଅପ୍ ମ୍ୟାଚ । ନେଦରଲ୍ୟାଣ୍ଡକୁ ଭେଟିବ ଭାରତ

କନକ ବ୍ୟୁରୋ : ଆଉ ଦିନକ ପରେ କ୍ରିକେଟ ବିଶ୍ୱକପ । ଏହା ପୂର୍ବରୁ ଆଜି ଭାରତର ଦ୍ୱିତୀୟ ୱାର୍ମ ଅପ୍ ମ୍ୟାଚ ରହିଛି । ଏହି କ୍ରମରେ ଆଜି ନେଦରଲ୍ୟାଣ୍ଡକୁ ଭେଟିବ ଭାରତ । ଏଥିପାଇଁ ଭାରତୀୟ ଦଳ କେରଳରେ ପହିଂଚି ସାରିଥିଲା ବେଳେ ପୂର୍ବତନ ଅଧିନାୟକ ବିରାଟ କୋହଲି ବିରତି ନେବାକୁ ଚାହିଁଛନ୍ତି । ରିପୋର୍ଟ ଅନୁଯାୟୀ, କୋହଲି ଗୁଆହାଟୀରୁ ସିଧାସଳଖ ଘରକୁ ଫେରିଯାଇଛନ୍ତି । ବ୍ୟକ୍ତିଗତ ଜରୁରିକାଳୀନ କାମ ଥିବାରୁ ସେ ଘରକୁContinue reading “ବିଶ୍ୱକପ୍ କ୍ରିକେଟର ଆଜି ୱାର୍ମଅପ୍ ମ୍ୟାଚ । ନେଦରଲ୍ୟାଣ୍ଡକୁ ଭେଟିବ ଭାରତ”

ବିମାନ କର୍ମଚାରୀଙ୍କୁ ପରଫ୍ୟୁମ୍ ମନା ! ଉଡାଣ ପୂର୍ବରୁ ବ୍ରେଥ ଆନାଲାଇଜର ଟେଷ୍ଟରେ ଏସବୁ ବ୍ୟବହାର କଲେ ରିପୋର୍ଟ ଆସୁଛି ପଜିଟିଭ୍

କନକ ବ୍ୟୁରୋ : ବିମାନ କର୍ମଚାରୀଙ୍କୁ ଆଲକହଲ ଯୁକ୍ତ ପରଫ୍ୟୁମ୍ ବ୍ୟବହାର କରିବା ମନା । ଆଲକହଲ୍ ଭାଗ ଥିବା ପରଫ୍ୟୁମ୍, ଔଷଧ ଆଦି ଉତ୍ପାଦ ବିମାନ କର୍ମଚାରୀ ମାନଙ୍କ ପାଇଁ ବ୍ୟବହାର ମନା ହୋଇପାରେ । ବିମାନକୁ ଯିବା ପୂର୍ବରୁ କିମ୍ବା ବିମାନରୁ ବାହାରିବା ପରେ ହେଉଥିବା ବ୍ରେଥ ଆନାଲାଇଜ୍ ବା ନିଶା ସେବନ ପରୀକ୍ଷା ସମୟରେ କେତେକ କ୍ଷେତ୍ରରେ ଉକ୍ତ ରିପୋର୍ଟ ପଜିଟିଭ୍ ଆସୁଛି । ଏହାକୁ ଦୃଷ୍ଟିରେ ରଖି ବେସାମରିକ ବିମାନ ଚଳାଚଳContinue reading “ବିମାନ କର୍ମଚାରୀଙ୍କୁ ପରଫ୍ୟୁମ୍ ମନା ! ଉଡାଣ ପୂର୍ବରୁ ବ୍ରେଥ ଆନାଲାଇଜର ଟେଷ୍ଟରେ ଏସବୁ ବ୍ୟବହାର କଲେ ରିପୋର୍ଟ ଆସୁଛି ପଜିଟିଭ୍”

ଦୁଇ ଦିନର ବିରତି ପରେ ଆଜି ପୁଣି ବିଧାନସଭା । ଆଜି ଆଗତ ହେବ ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ

କନକ ବ୍ୟୁରୋ : ଦୁଇ ଦିନର ବିରତି ପରେ ଆଜିଠୁ ପୁଣି ବିଧାନସଭା । ଆଗତ ହେବ ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍ । ଗୃହରେ ଏହା ଉପରେ ଆଲୋଚନା ହେବା ସହିତ ବିଧେୟକ ଆଗତ କରାଯିବ । ଗତ ୨୨ ତାରିଖରେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ୨୮ହଜାର କୋଟି ଟଙ୍କାର ଅତିରିକ୍ତ ବଜେଟ୍ ଆଗତ କରିଥିଲେ । ବିଧାନସଭା ଆରମ୍ଭ ଦିନଠୁ ବିଭିନ୍ନ ପ୍ରସଙ୍ଗକୁ ନେଇ ଗୃହ ସରଗରମ ରହିଛି । ନିକଟରେ ଶାସକContinue reading “ଦୁଇ ଦିନର ବିରତି ପରେ ଆଜି ପୁଣି ବିଧାନସଭା । ଆଜି ଆଗତ ହେବ ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ”

ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା : ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

କନକ ବ୍ୟୁରୋ : ଆଜି ୧୨ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ବରଗଡ଼, ସୋନୁପର, ବଲାଙ୍ଗୀର, ଝାରସୁଗୁଡା,ସୁନ୍ଦରଗଡ, ସମ୍ବଲପୁର, ଅନୁଗୁଳ, ଦେବଗଡ, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ ଏବଂ ଯାଜପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଏଣୁ ଏହି ସବୁ ଜିଲ୍ଲା ପାଇଁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୫ରୁ ୧୧ ସେଂଟିମିଟର ବର୍ଷା ହେବାର ସମ୍ଭାବନା ରହିଛିContinue reading “ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା : ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି”

Design a site like this with WordPress.com
Get started