କନକ ବ୍ୟୁରୋ : ନୂଆ ବସଷ୍ଟାଣ୍ଡ ଉଦଘାଟନ୍ ବେଳେ ମନ୍ତ୍ରୀଙ୍କ ସହ ଯୁକ୍ତିତର୍କ । ପୁରୀ ଜିଲ୍ଲା କାକଟପୁରରେ ନୂତନ ବସଷ୍ଟାଣ୍ଡର ଉଦଘାଟନ ସମୟରେ କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା ଓ ବ୍ଲକ ଅଧ୍ୟକ୍ଷ ଶୀଧର ନାୟକଙ୍କ ମଧ୍ୟରେ କଥା କଟାକଟି ହୋଇଛି । ତେବେ ମିଳିଥିବା ସୂଚନା ଅନୁସାରେ, ବସଷ୍ଟାଣ୍ଡରେ କର୍ମଚାରୀ ନିଯୁକ୍ତି ନେଇ ଦୁଇଜଣଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଛି । ବସଷ୍ଟାଣ୍ଡରେ କିଛି କର୍ମଚାରୀ ନିଯୁକ୍ତି ପାଇଁ କାକଟପୁରର ମାଆ ମଙ୍ଗଳା ସ୍ୱୟଂ ସହାୟକ ଗୋଷ୍ଠୀକୁContinue reading “ନୂଆ ବସଷ୍ଟାଣ୍ଡ ଉଦଘାଟନ୍ ବେଳେ ମନ୍ତ୍ରୀଙ୍କ ସହ ଯୁକ୍ତିତର୍କ । କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ସହ ବ୍ଲକ ଅଧ୍ୟକ୍ଷ ଶୀଧର ନାୟକଙ୍କ କଥା କଟାକଟି”
Tag Archives: News
ପୋଖରୀରେ ବୁଡ଼ି ଛାତ୍ରଙ୍କ ମୃତ୍ୟୁ: ଭୁବନେଶ୍ୱର ବରମୁଣ୍ଡା ନୀଳକଣ୍ଠେଶ୍ୱର ମନ୍ଦିର ପୋଖରୀରେ ବୁଡ଼ି ଗଲେ ଅଷ୍ଟମ ଶ୍ରେଣୀ ଛାତ୍ର ଓମ୍ ପ୍ରକାଶ ପ୍ରଧାନ
କନକ ବ୍ୟୁରୋ: ଭୁବନେଶ୍ୱର ବରମୁଣ୍ଡା ଗାଁ ନୀଳକଣ୍ଠେଶ୍ୱର ମନ୍ଦିର ପୋଖରୀରେ ବୁଡ଼ି ଛାତ୍ର ମୃତ । ବରମୁଣ୍ଡା ମ୍ୟୁନିସିପାଲ କର୍ପୋରେସନ ହାଇସ୍କୁଲର ଛାତ୍ର ଓମ୍ ପ୍ରକାଶ ପ୍ରଧାନ ପୋଖରୀରୁ ବୁଡ଼ି ଯିବାରୁ ତାଙ୍କ ମୃତ୍ୟୁ ହୋଇଛି । ବଳିଆ ବାବା ଆଶ୍ରମରେ ରହି ଓମ୍ ଅଷ୍ଟମ ଶ୍ରେଣୀରେ ପାଠ ପଢ଼ୁଥିଲେ । ଆଜି ଓମ୍ ତାଙ୍କ ୩ଜଣ ସାଙ୍ଗଙ୍କ ସହ ମିଶି ସ୍କୁଲ ନଯାଇ ଗାଧୋଇବା ପାଇଁ ବରମୁଣ୍ଡା ନୀଳକଣ୍ଠେଶ୍ୱର ମନ୍ଦିରକୁ ଯାଇଥିଲେ । ହଠାତ୍ ଗୋଡ଼Continue reading “ପୋଖରୀରେ ବୁଡ଼ି ଛାତ୍ରଙ୍କ ମୃତ୍ୟୁ: ଭୁବନେଶ୍ୱର ବରମୁଣ୍ଡା ନୀଳକଣ୍ଠେଶ୍ୱର ମନ୍ଦିର ପୋଖରୀରେ ବୁଡ଼ି ଗଲେ ଅଷ୍ଟମ ଶ୍ରେଣୀ ଛାତ୍ର ଓମ୍ ପ୍ରକାଶ ପ୍ରଧାନ”
ଅମାଜନରେ ୭ଦିନ ମଧ୍ୟରେ ମଲେଣି ୧୦୦ରୁ ଅଧିକ ଡଲଫିନ । ଜାଣନ୍ତୁ କାରଣ
କନକ ବ୍ୟୁରୋ : ଜଳବାୟୁ ପରିବର୍ତ୍ତନ ଏବେ ଜଳଜୀବ ସହ ଜଙ୍ଗଲୀଜୀବଙ୍କ ଉପରେ ପ୍ରଭାବ ପକାଉଛି । କେଉଁଠି ଜଙ୍ଗଲ ଛାଡି ହାତୀ, ବାଘ ଭଳି ବନ୍ୟଜନ୍ତୁ ସହର ମୁହାଁ ହେଉଛନ୍ତି ତ କେଉଁଠି ଜଳବାୟୁ ପରିର୍ତ୍ତନ ସହ ନିଜକୁ ଖାପ୍ ଖୁଆଇ ନପାରି ଜଳଜୀବମାନେ ମୃତ୍ୟୁ ମୁଖରେ ପଡୁଛନ୍ତି । ଏହି କ୍ରମରେ ଏବେ ବ୍ରାଜିଲର ଅମାଜନ ଇଲାକାରେ ଡଲଫିନ୍ ମାନଙ୍କର ମୃତ୍ୟୁ ହେଉଥିବା ଦେଖିବାକୁ ମିଳୁଛି । ଗତ ୭ ଦିନ ମଧ୍ୟରେ ବ୍ରାଜିଲରContinue reading “ଅମାଜନରେ ୭ଦିନ ମଧ୍ୟରେ ମଲେଣି ୧୦୦ରୁ ଅଧିକ ଡଲଫିନ । ଜାଣନ୍ତୁ କାରଣ”
ନକଲି ଜିପିଏସ୍ ସିଗନାଲ୍ ପଠାଇ ବିମାନଗୁଡିକୁ କରୁଛନ୍ତି ବାଟବଣା
ନକଲି ଜିପିଏସ୍ ସିଗ୍ନାଲ୍ ହେତୁ ୧୫ ଦିନ ମଧ୍ୟରେ ୨୦ ଟି ବିମାନ ବାଟବଣା ହୋଇଛି । ଏପରିକି ପାଇଲଟମାନଙ୍କୁ ଏଟିସିରୁ ସେମାନଙ୍କ ନିଜର ଅବସ୍ଥାନ ଓ ସମୟ ପଚାରିବାକୁ ପଡିଲା । ପ୍ରଥମ ଥର ପାଇଁ ଏହିପରି ନକଲି ସିଗନାଲ୍ ପଠାଇ ଯାତ୍ରୀ ବିମାନ ଉଡ଼ାଣରେ ବାଧାସୃଷ୍ଟି କରାଯାଇଛି । ନକଲି ଜିପିଏସ୍ ସିଗନାଲ୍ କାରଣରୁ ବାଟବଣା ହୋଇଥିବା ବିମାନଗୁଡ଼ିକ ହେଲା ବୋଇଙ୍ଗ 777, 737 ଏବଂ 747 । ଇରାନରେ ବିମାନ ସେବା ସମ୍ବନ୍ଧିତContinue reading “ନକଲି ଜିପିଏସ୍ ସିଗନାଲ୍ ପଠାଇ ବିମାନଗୁଡିକୁ କରୁଛନ୍ତି ବାଟବଣା”
କିଏ ଅଙ୍କିତ ବାୟେନପୁରିଆ? ଯାହାଙ୍କ ସହ ଭିଡିଓ ସୁଟ୍ କଲେ ମୋଦୀ, ଜିରୋରୁ ହୋଇଗଲେ ହିରୋ
କନକ ବ୍ୟୁରୋ: ଅଙ୍କିତ ବାୟେନପୁରିଆଙ୍କୁ ନେଇ ଏବେ ଚାରିଆଡେ ଚର୍ଚ୍ଚା । ମୋଦୀଙ୍କ ସହ ଅଙ୍କିତଙ୍କ ଭିଡିଓ ଭାଇରାଲ ହେବା ପରେ ଏବେ ତାଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । କିଏ ଏହି ଯୁବକ? କାହିଁକି ତାଙ୍କୁ ମୋଦୀ ଭୋଟିଥିଲେ? ସ୍ୱଚ୍ଛତା ହିଁ ସେବା, ଏହି ଅଭିଯାନ ମାଧ୍ୟମରେ ଶ୍ରମ ଦାନ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆଉ ତାଙ୍କ ସହ ଏହି ଅଭିଯାନରେ ନଜର ଆସିଥିଲେ ଅଙ୍କିତ । ସ୍ୱଚ୍ଛତା ଅଭିଯାନରେ ପ୍ରଧାନମନ୍ତ୍ରୀContinue reading “କିଏ ଅଙ୍କିତ ବାୟେନପୁରିଆ? ଯାହାଙ୍କ ସହ ଭିଡିଓ ସୁଟ୍ କଲେ ମୋଦୀ, ଜିରୋରୁ ହୋଇଗଲେ ହିରୋ”
ବିଶ୍ୱକୁ ଓଡ଼ିଶାର ଅବଦାନ ଶବରୀ ଉପାଖ୍ୟାନ: ‘ଜଗନ୍ନାଥ ଦେଶର କଥା’ ପୁସ୍ତକ ଉନ୍ମୋଚନ ବେଳେ ଓଡ଼ିଶାର ସମୃଦ୍ଧ ଜଗନ୍ନାଥ ସଂସ୍କୃତିର କଥା କହିଲେ, ଖ୍ୟାତିସମ୍ପନ୍ନ ଲେଖକ ଦେବଦତ ପଟ୍ଟନାୟକ
କନକ ବ୍ୟୁରୋ: ଆମ ଓଡ଼ିଶାର ଭିତି ହେଉଛନ୍ତି ଜଗନ୍ନାଥ । ବିଶ୍ୱକୁ ଓଡ଼ିଶାର ଅବଦାନ ହେଉଛି ରାମାୟଣର ଶବରୀ ଉପାଖ୍ୟାନ । ସର୍ବପ୍ରଥମେ ଦାଣ୍ଡି ରାମାୟଣରେ ବଳରାମ ଦାସ ଶବରୀ ଅଇଁଠା କଥା ଲେଖାଯାଇଥିଲା । ଏଭଳି କିଛି କହିଛନ୍ତି-ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଲେଖକ ତଥା ପୁରାଣବିତ୍ ଦେବଦତ ପଟ୍ଟନାୟକ । ଟେଲ୍୍ସ ଫ୍ରମ୍ ଦ ଲ୍ୟାଣ୍ଡ ଅଫ୍ ଜଗନ୍ନାଥ ଏବଂ ଏହାର ଓଡ଼ିଆ ଅନୁବାଦ ଜଗନ୍ନାଥ ଦେଶର କଥା ପୁସ୍ତକ ଉନ୍ମୋଚନ ଉତ୍ସବରେ ଏହା କହିଛନ୍ତି ଦେବଦତContinue reading “ବିଶ୍ୱକୁ ଓଡ଼ିଶାର ଅବଦାନ ଶବରୀ ଉପାଖ୍ୟାନ: ‘ଜଗନ୍ନାଥ ଦେଶର କଥା’ ପୁସ୍ତକ ଉନ୍ମୋଚନ ବେଳେ ଓଡ଼ିଶାର ସମୃଦ୍ଧ ଜଗନ୍ନାଥ ସଂସ୍କୃତିର କଥା କହିଲେ, ଖ୍ୟାତିସମ୍ପନ୍ନ ଲେଖକ ଦେବଦତ ପଟ୍ଟନାୟକ”
କାଟଲିନ୍ କାରିକୋ ଓ ଡ୍ରିୱ ୱାଇଜମ୍ୟାନଙ୍କୁ ଚିକିତ୍ସା ବିଜ୍ଞାନ ପାଇଁ ମିଳିଲା ୨୦୨୩ ନୋବେଲ ପୁରସ୍କାର । ଜାଣନ୍ତୁ କେଉଁ ଆବିସ୍କାର ପାଇଁ ଏତେବଡ ସମ୍ମାନରେ ହେଲେ ସମ୍ମାନୀତ
କନକ ବ୍ୟୁରୋ : ୨୦୨୩ ପାଇଁ ନୋବେଲ ପୁରସ୍କାର ଘୋଷଣା ସୋମବାର ଦିନ ହୋଇଛି । ଏହି କ୍ରମରେ ଆଜି ଫିଜିଓଲୋଜୀ ବା ମେଡିସିନ କ୍ଷେତ୍ର ପାଇଁ ଏହି ସମ୍ମାନ ବିଜେତାଙ୍କ ନାମ ଘୋଷଣା କରାଯାଇଛି । ଚଳିତବର୍ଷ କାଟଲିନ୍ କାରିକୋ ଓ ଡ୍ରିୱ ୱାଇଜମ୍ୟାନଙ୍କୁ ଚିକିତ୍ସା ବିଜ୍ଞାନରେ ଅଦ୍ଭୁଦ ଆବିସ୍କାର ପାଇଁ ଏହି ସମ୍ମାନ ମିଳିଛି । ନ୍ୟୁକ୍ଲିଓସାଇଡ ବେସ୍ ସଂଶୋଧନ ସମ୍ବନ୍ଧୀୟ ଆବିସ୍କାର ପାଇଁ ତାଙ୍କୁ ଏହି ସମ୍ମାନ ମିଳିଛି । ଏହି ଆବିସ୍କାରContinue reading “କାଟଲିନ୍ କାରିକୋ ଓ ଡ୍ରିୱ ୱାଇଜମ୍ୟାନଙ୍କୁ ଚିକିତ୍ସା ବିଜ୍ଞାନ ପାଇଁ ମିଳିଲା ୨୦୨୩ ନୋବେଲ ପୁରସ୍କାର । ଜାଣନ୍ତୁ କେଉଁ ଆବିସ୍କାର ପାଇଁ ଏତେବଡ ସମ୍ମାନରେ ହେଲେ ସମ୍ମାନୀତ”
କଟକ ବଡ଼ ମେଡିକାଲରେ ପାଣି ନାହିଁ । ନାହିଁନଥିବା ହଟହଟା ହେଉଛନ୍ତି ରୋଗୀ ଓ ସମ୍ପର୍କୀୟ
କନକ ବ୍ୟୁରୋ: କଟକ ବଡ଼ ମେଡିକାଲରେ ଗୋଟିଏ ପରେ ଗୋଟିଏ ସମସ୍ୟା ଦେଖିବାକୁ ମିଳୁଛି । ବଡ଼ ମେଡିକାଲରେ ବିଦ୍ୟୁତ୍ ସମସ୍ୟା ପରେ ଏବେ ପାଣି ସମସ୍ୟା ଦେଖିବାକୁ ମିଳିଛି । ଗତକାଲି ରାତିରୁ ମେଡିକାଲର ବିଭିନ୍ନ ୱାର୍ଡକୁ ଜଳ ଯୋଗାଣ ଠପ୍ ହୋଇଯାଇଛି । ଶୌଚାଳୟକୁ ପାଣି ଆସୁନଥିବାରୁ ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟ ହନ୍ତସନ୍ତ ହେଉଛନ୍ତି । ଆଜି ସକାଳେ କିଛି ୱାର୍ଡକୁ ପାଣି ଆସିଥିଲେ ମଧ୍ୟ ତାହା ଯଥେଷ୍ଟ ହେଉନାହି । ଶନିବାରଠାରୁContinue reading “କଟକ ବଡ଼ ମେଡିକାଲରେ ପାଣି ନାହିଁ । ନାହିଁନଥିବା ହଟହଟା ହେଉଛନ୍ତି ରୋଗୀ ଓ ସମ୍ପର୍କୀୟ”
ଟିକସ ଫାଙ୍କିଛନ୍ତି ୮୦ ରୁ ଅଧିକ ଗେମିଂ କମ୍ପାନୀ । କେବଳ ‘ଡ୍ରିମ ୧୧’ ନାମରେ ଆସିଛି ୪୦ ହଜାର କୋଟି ଟଙ୍କାର ଟ୍ୟାକ୍ସ ଠକିଥିବା ଅଭିଯୋଗ
କନକ ବ୍ୟୁରୋ : ବିପଦ ସଂଙ୍କୁଳ ଅବସ୍ଥାରେ ଏବେ ଅନେକ ଅନଲାଇନ ଗେମିଂ ଇଣ୍ଡଷ୍ଟ୍ରିଜ । ଜିଏସଟି ବିଭାଗ ତରଫରୁ ଆସୁଛି କୋଟି କୋଟି ଟଙ୍କାର କର ଠକେଇର ଅଭିଯୋଗ । ଡାଇରେକ୍ଟର ଜେନେରାଲ ଆଣ୍ଡ ସର୍ଭିସ ଟ୍ୟାକ୍ସ ଇଣ୍ଟେଲିଜେନ୍ସ ଡିଜିଜିଆଇ ଗତ ସେପ୍ଟେମ୍ବରରେ ପ୍ରାୟ ୬ଟି ବଡ ଗେମିଂ କମ୍ପାନୀକୁ କର ପୈଠ ନୋଟିସ୍ ପଠାଇଛନ୍ତି । ଏହାସହ ଏଇ ଆର.ଏନ.ଜି- ରିଅଲ ମନି ଗେମିଂ କମ୍ପାନୀ ଗୁଡିକ ପ୍ରାୟ ୫୫ ହଜାର କୋଟିର ଜିଏସଟିContinue reading “ଟିକସ ଫାଙ୍କିଛନ୍ତି ୮୦ ରୁ ଅଧିକ ଗେମିଂ କମ୍ପାନୀ । କେବଳ ‘ଡ୍ରିମ ୧୧’ ନାମରେ ଆସିଛି ୪୦ ହଜାର କୋଟି ଟଙ୍କାର ଟ୍ୟାକ୍ସ ଠକିଥିବା ଅଭିଯୋଗ”
ଜନସମ୍ପର୍କ ପଦଯାତ୍ରାରେ ବିରୋଧୀଙ୍କୁ ଟାର୍ଗେଟ୍ କଲେ ମୁଖ୍ୟମନ୍ତ୍ରୀ । କହିଲେ ମିଥ୍ୟା ତଥ୍ୟ ଦେଇ ଭ୍ରମିତ କରୁଛନ୍ତି ବିରୋଧୀ, ଓଡ଼ିଶାର ବିକାଶରେ ସାଜିଛନ୍ତି ବାଧକ
କନକ ବ୍ୟୁରୋ: ଆରମ୍ଭ ହୋଇଛି ବିଜେଡିର ଜନସମ୍ପର୍କ ପଦଯାତ୍ରା । ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରି ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି । କହିଛନ୍ତି, ଓଡ଼ିଶା ବିକାଶରେ ବିରୋଧୀ ବାଧକ ସାଜିଛନ୍ତି । ଲୋକଙ୍କୁ ଭୁଲ ଖବର ଦେଇ ଭ୍ରମିତ କରିବାକୁ ଚେଷ୍ଟା କରୁଛନ୍ତି । ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ନିର୍ବାଚନ ଆସିଲେ ସେମାନେ ଏମିତି କରନ୍ତି । କିନ୍ତୁ ବିଜେଡି ଗରିବ, ମହିଳା, ଯୁବ , ଏସସିଏସଟିଙ୍କ ପାଇଁContinue reading “ଜନସମ୍ପର୍କ ପଦଯାତ୍ରାରେ ବିରୋଧୀଙ୍କୁ ଟାର୍ଗେଟ୍ କଲେ ମୁଖ୍ୟମନ୍ତ୍ରୀ । କହିଲେ ମିଥ୍ୟା ତଥ୍ୟ ଦେଇ ଭ୍ରମିତ କରୁଛନ୍ତି ବିରୋଧୀ, ଓଡ଼ିଶାର ବିକାଶରେ ସାଜିଛନ୍ତି ବାଧକ”