୪ଦିନ ପରେ ସ୍ୱାମୀଙ୍କ ମୃତଦେହ ଚିହ୍ନିଲା ସ୍ତ୍ରୀ । ଭୁବନେଶ୍ୱର ରାଜମହଲ ଛକରେ ହିଟ୍ ଆଣ୍ଡ ରନ୍ ଘଟଣା

କନକ ବ୍ୟୁରୋ: ଭୁବନେଶ୍ୱର ରାଜମହଲ ଛକରେ ବିଳମ୍ବିତ ରାତିରେ ହିଟ୍ ଆଣ୍ଡ ରନ୍ ଘଟଣା । ୪ଦିନ ପରେ ମିଳିଲା ମୃତକଙ୍କ ପରିଚୟ । ଖବର ପାଇ ସ୍ୱାମୀଙ୍କ ମୃତଦେହ ଚିହ୍ନଟ କଲେ ସ୍ତ୍ରୀ ଜୟନ୍ତୀ ବରାଳ । ମୃତକ ହେଲେ ଦୀନବନ୍ଧୁ ବରାଳ । ତାଙ୍କ ଘର ପୁରୀ ଜିଲ୍ଲା ପିପିଲି ନୂଆହାଟ ଭରସାପୁରରେ । ଗତ ୨୯ ତାରିଖ ବିଳମ୍ବିତ ରାତିରେ ଫୁଟ୍ପାଥ୍ରେ ଶୋଇଥିବା ବେଳେ ଦୀନବନ୍ଧୁଙ୍କ ଉପରେ ଚଢ଼ି ଯାଇଥିଲା ଗାଡ଼ି ।Continue reading “୪ଦିନ ପରେ ସ୍ୱାମୀଙ୍କ ମୃତଦେହ ଚିହ୍ନିଲା ସ୍ତ୍ରୀ । ଭୁବନେଶ୍ୱର ରାଜମହଲ ଛକରେ ହିଟ୍ ଆଣ୍ଡ ରନ୍ ଘଟଣା”

ଅଜା ଘରେ ପହଞ୍ଚିପାରିଲାଣି ୩ବର୍ଷର କୁନିଝିଅ । ଅଧା ବାଟରେ ଜଗିଥିଲା ମୃତ୍ୟୁର କାନ୍ଥ । ଘର କାନ୍ଥ ଭୁଶୁଡ଼ି ଝିଅର ମୃତ୍ୟୁ

କନକ ବ୍ୟୁରୋ: ଅଜା ଘରେ ପହଞ୍ଚିି ପାରିଲାନି ୩ବର୍ଷର କୁନି ଝିଅ । ଅଧା ବାଟରେ ଜଗିଥିଲା ମୃତ୍ୟୁର କାନ୍ଥ । କଳାହାଣ୍ଡି କୁସୁମ ଖୁଂଟି ଗାଁରେ କାନ୍ଥ ଭୁଶୁଡ଼ି ଜଣେ ୩ ବର୍ଷ ଝିଅର ମୃତ୍ୟୁ ହୋଇଛି । ମୃତ ଶିଶୁଙ୍କ ନାଁ ରାଣୀ ଧାଙ୍ଗଡ଼ା ମାଝୀ । ମା’ଙ୍କ ସହ ଅଜା ଘରକୁ ଯାଉଥିବା ବେଳେ ରାସ୍ତାରେ ତା’ ଉପରେ କାନ୍ଥ ପଡ଼ିଯାଇଥିଲା । ସୂଚନା ଅନୁସାରେ କୁସୁମଖୁଂଟି ଗାଁର ପୁରନ୍ଦର ଧାଙ୍ଗଡ଼ା ମାଝୀ,Continue reading “ଅଜା ଘରେ ପହଞ୍ଚିପାରିଲାଣି ୩ବର୍ଷର କୁନିଝିଅ । ଅଧା ବାଟରେ ଜଗିଥିଲା ମୃତ୍ୟୁର କାନ୍ଥ । ଘର କାନ୍ଥ ଭୁଶୁଡ଼ି ଝିଅର ମୃତ୍ୟୁ”

ନବୀନ ହେଉଛନ୍ତି ସବୁଠୁ ବଡ ଜନବିରୋଧୀ, ତାଙ୍କ ୨୩ ବର୍ଷ ଶାସନ କାଳରେ ଓଡ଼ିଶା ପଛୁଆ ରାଜ୍ୟରେ ପରିଣତ ହୋଇଛି । ଜନବିରୋଧୀ ବୟାନକୁ ବର୍ଷିଲେ ଜୟନାରାୟଣ ।

କନକ ବ୍ୟୁରୋ : ଜନସମ୍ପର୍କ ପଦଯାତ୍ରାରେ ମୁଖ୍ୟମନ୍ତ୍ରୀଙ୍କ ଜନବିରୋଧୀ ବୟାନକୁ ନେଇ ପ୍ରତିକ୍ର୍ରିୟା ରଖିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । ବିଧାନସଭାରେ ଭିତରେ ମଧ୍ୟ ଆମକୁ ଜନ ବିରୋଧୀ କହିବା ସହ ବିଧାନସଭା ଭିତରକୁ ଆସି ପାରିବ ନାହିଁ ବୋଲି ଧମକ ଦେଇଛନ୍ତି । ତେଣୁ ଏଥିରେ କିଛି ନୂତନତ୍ୱ ନାହିଁ ବୋଲି କହିଛନ୍ତି ଜୟନାରାୟଣ । ଏହାସହ ଜୟନାରାୟଣ କହିଛନ୍ତି, ନବୀନ ପଟ୍ଟନାୟକ ହେଉଛନ୍ତି ଓଡ଼ିଶାର ସବୁଠୁ ବଡ ଜନବିରୋଧୀ । ବିଗତContinue reading “ନବୀନ ହେଉଛନ୍ତି ସବୁଠୁ ବଡ ଜନବିରୋଧୀ, ତାଙ୍କ ୨୩ ବର୍ଷ ଶାସନ କାଳରେ ଓଡ଼ିଶା ପଛୁଆ ରାଜ୍ୟରେ ପରିଣତ ହୋଇଛି । ଜନବିରୋଧୀ ବୟାନକୁ ବର୍ଷିଲେ ଜୟନାରାୟଣ ।”

ଆତଙ୍କବାଦୀ ହାଫିଜ ସଇଦ ଉପରେ ବିପଦ ଘନେଇ ଆସିଲା

ଆତଙ୍କବାଦୀଙ୍କ ପାଇଁ ପାକିସ୍ତାନ ଆଉ ସୁରକ୍ଷିତ ସ୍ଥାନ ହେଇ ରହିନାହିଁ । ଜଣଙ୍କ ପରେ ଜଣେ ଆତଙ୍କବାଦୀଙ୍କ ହତ୍ୟା ହେଇଚାଲିଛି । ଏହା ଆତଙ୍କବାଦୀ ସଂଗଠନ ମଧ୍ୟରେ ଏକ ଭୟ ବାତାବରଣ ସୃଷ୍ଟି କରିଦେଇଛି । ଅନ୍ୟପାଇଁ ଯେଉଁମାନେ ମୃତ୍ଯୁର ତାଣ୍ଡବ କରୁଥିଲେ ଏବେ ସେମାନଙ୍କ ନିଜ ଜୀବନ ଉପରେ ବିପଦ ସୃଷ୍ଟି ହେଇସାରିଲାଣି । ହାଫିଜ ସଇଦର  ଘରେ ହୋଇଥିବା ଆକ୍ରମଣ ପାଇଁ ପାକିସ୍ତାନ ଭାରତକୁ ଦାୟୀ କରିଥିଲା । ତେବେ ଭାରତ ଏହି ଅଭିଯୋଗକୁContinue reading “ଆତଙ୍କବାଦୀ ହାଫିଜ ସଇଦ ଉପରେ ବିପଦ ଘନେଇ ଆସିଲା”

ରାଜମହଲ ଛକରେ ବିଳମ୍ବିତ ରାତିରେ ହିଟ୍ ଆଣ୍ଡ ରନ୍ ଘଟଣା : ୪ଦିନ ପରେ ମିଳିଲା ମୃତକଙ୍କ ପରିଚୟ

କନକ ବ୍ୟୁରୋ : ଭୁବନେଶ୍ୱର ରାଜମହଲ ଛକରେ ବିଳମ୍ବିତ ରାତିରେ ହିଟ୍ ଆଣ୍ଡ ରନ୍ ଘଟଣା । ୪ଦିନ ପରେ ମିଳିଲା ମୃତକଙ୍କ ପରିଚୟ । ଖବର ପାଇ ସ୍ୱାମୀଙ୍କ ମୃତଦେହ ଚିହ୍ନଟ କଲେ ସ୍ତ୍ରୀ ଜୟନ୍ତୀ ବରାଳ । ମୃତକ ହେଲେ ଦୀନବନ୍ଧୁ ବରାଳ । ତାଙ୍କ ଘର ପୁରୀ ଜିଲ୍ଲା ପିପିଲି ନୂଆହାଟ ଭରସାପୁରରେ । ଗତ ୨୯ ତାରିଖ ବିଳମ୍ବିତ ରାତିରେ ଫୁଟପାଥରେ  ଶୋଇଥିବା ବେଳେ ଦୀନବନ୍ଧୁଙ୍କ ଉପରେ ଚଢ଼ି ଯାଇଥିଲା ଗାଡ଼ିContinue reading “ରାଜମହଲ ଛକରେ ବିଳମ୍ବିତ ରାତିରେ ହିଟ୍ ଆଣ୍ଡ ରନ୍ ଘଟଣା : ୪ଦିନ ପରେ ମିଳିଲା ମୃତକଙ୍କ ପରିଚୟ”

ରାଜନୀତି ପାଇଁ ଗାନ୍ଧୀ ଆଦର୍ଶ : ବିଜେଡି ଆରମ୍ଭ କଲା ଜନ ସମ୍ପର୍କ ପଦଯାତ୍ରା; ଘରେ ଘରେ କଂଗ୍ରେସ କାର୍ଯ୍ୟକ୍ରମ, ବିଜେପିର ମୋ ମାଟି ମୋ ଦେଶ ଅଭିଯାନ

କନକ ବ୍ୟୁରୋ : ମହାତ୍ମା ଗାନ୍ଧୀଙ୍କ ଆଦର୍ଶକୁ ନେଇ ତେଜୁଛି ରାଜନୀତି । ଗାନ୍ଧୀ ଜୟନ୍ତୀ ଅବସରରେ ବିଜେଡି ଆରମ୍ଭ କରିଛି ଜନସମ୍ପର୍କ ପଦଯାତ୍ରା । ବିଜେଡି ସ୍ରୁପ୍ରିମୋ ନବୀନ ପଟ୍ଟନାୟକ ଭୁବନେଶ୍ୱର ବଡଗଡ଼ କଳିଙ୍ଗ ବିଜୁ ଆଦର୍ଶ କଲୋନିରେ ପଦଯାତ୍ରା ଆରମ୍ଭ କରିଛନ୍ତି । ଡିସେମ୍ବର ୨୬ ତାରିଖ ଯାଏ ଚାଲିବାକୁ ଥିବା ଏହି ପଦଯାତ୍ରା ଓଡ଼ିଶାର ୧୪୭ ନିର୍ବାଚନ ମଣ୍ଡଳୀରେ ହେବ । ଏହି କାର୍ଯ୍ୟକ୍ରମ ଜରିଆରେ ରକ୍ତଦାନ, ବୃକ୍ଷରୋପଣ ସମେତ ବିଭିନ୍ନ କାର୍ଯ୍ୟକ୍ରମContinue reading “ରାଜନୀତି ପାଇଁ ଗାନ୍ଧୀ ଆଦର୍ଶ : ବିଜେଡି ଆରମ୍ଭ କଲା ଜନ ସମ୍ପର୍କ ପଦଯାତ୍ରା; ଘରେ ଘରେ କଂଗ୍ରେସ କାର୍ଯ୍ୟକ୍ରମ, ବିଜେପିର ମୋ ମାଟି ମୋ ଦେଶ ଅଭିଯାନ”

ବିଜେଡି ପଦଯାତ୍ରା ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ହାତାହାତି : ସାଲେପୁର ବଜାରରେ ମୁହାଁମୁହିଁ ହେଲେ ଦୁଇ ଗୋଷ୍ଠୀ

କନକ ବ୍ୟୁରୋ :  ବିଜେଡି ପଦଯାତ୍ରା ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ହାତାହାତି । ସାଲେପୁର ବଜାରରେ ମୁହାଁମୁହିଁ ହୋଇଛନ୍ତି ଦୁଇ ଗୋଷ୍ଠୀ । ବିଧାୟକ ପ୍ରଶାନ୍ତ ବେହେରା ଓ ଆଶାୟୀ ବିଧାୟକ ପ୍ରାର୍ଥୀ ହିମାଂଶୁ ମହାନ୍ତିଙ୍କ ସମର୍ଥକ ହାତାହାତି ହୋଇଛନ୍ତି । ପୋଲିସ ଉପସ୍ଥିତିରେ ଏପରି ଘଟଣା ଦେଖିବାକୁ ମିଳିଛି । ଏହା ପରେ ହିମାଂଶୁଙ୍କ ସମର୍ଥକ ଚାନ୍ଦବାଲି ରାସ୍ତାରେ ରାସ୍ତାରୋକ କରିଛନ୍ତି । ଆରମ୍ଭ ହେଲା ବିଜେଡିର ଜନସମ୍ପର୍କ ପଦଯାତ୍ରା । ଭୁବନେଶ୍ୱରେ ମୁଖ୍ୟମନ୍ତ୍ରୀContinue reading “ବିଜେଡି ପଦଯାତ୍ରା ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ହାତାହାତି : ସାଲେପୁର ବଜାରରେ ମୁହାଁମୁହିଁ ହେଲେ ଦୁଇ ଗୋଷ୍ଠୀ”

ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁ ଘଟଣା : ସେନ୍ସରି ପାର୍କରେ ତଦନ୍ତକାରୀ ଟିମ୍ ଛାନଭିନ୍

କନକ ବ୍ୟୁରୋ : ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜ ମୃତ୍ୟୁ ଘଟଣା । ସୁସ୍ମିତାଙ୍କ ମୃତଦେହ ଉଦ୍ଧାର ହୋଇଥିବା ସେନ୍ସରି ପାର୍କରେ ତଦନ୍ତକାରୀ ଟିମ୍ ଛାନଭିନ ଚଳାଇଛି । ପାର୍କ ଭିତରେ ଥିବା ପୋଖରୀରୁ ସୁସ୍ମିତାଙ୍କ ମୃତଦେହ ମିଳିଥିଲା । ଏଠାରେ ଅଗ୍ନିଶମ ବାହୀନି ଓ ଫରେନସିକ ଟିମ ପହଞ୍ଚି ପାଣି ଭିତରେ ପ୍ରମାଣ ଖୋଜୁଛନ୍ତି । ୧୯ତାରିଖ ସନ୍ଧ୍ୟାରେ ସେନ୍ସରି ପାର୍କରେ ଥିବା ଏହି ପାଖରୀରୁ ସୁସ୍ମିତାଙ୍କ ଶବ ମିଳିଥିଲା । ସୁସ୍ମିତାଙ୍କ ହତ୍ୟା କରାଯାଇଥିବାContinue reading “ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁ ଘଟଣା : ସେନ୍ସରି ପାର୍କରେ ତଦନ୍ତକାରୀ ଟିମ୍ ଛାନଭିନ୍”

ମହିଳା ଏଏସଆଇଙ୍କ ମୃତ୍ୟୁ ଘଟଣା : ମାମଲା ରୁଜୁ କଲା ପୋଲିସ; ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଶବ ବ୍ୟବଚ୍ଛେଦର କରାଗଲା ଭିଡିଓ ଗ୍ରାର୍ଫି

କନକ ବ୍ୟୁରୋ : ରାଉରକେଲା ଉଦିତନଗର ଥାନାର ମହିଳା ଏଏସଆଇ ଏ.ଏନ.ଲୁଗୁନଙ୍କ ମୃତ୍ୟୁ ଘଟଣାରେ ମାମଲା ରୁଜୁ କଲା ପୋଲିସ । ଲୁଗୁନଙ୍କୁ ହତ୍ୟା କରାଯାଇଥିବା ତାଙ୍କ ସ୍ୱାମୀ ଥାନାରେ ଏତଲା ଦେଇଥିଲେ । ସ୍ୱାମୀଙ୍କ ଏତଲା ଆଧାରରେ ମାମଲା ରୁଜୁ କରାଯାଇଛି । ଏହା ପରେ ଶବ ବ୍ୟବଚ୍ଛେଦ ପାଇଁ ରାଜି ହୋଇଥିଲେ ମୃତକଙ୍କ ସ୍ୱାମୀ । ଶବ ବ୍ୟବଚ୍ଛେଦର ଭିଡିଓ ଗ୍ରାଫି କରାଯାଇଛି । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଶବ ବ୍ୟବଚ୍ଛେଦ କରାଯାଇଛି । କେମିତିContinue reading “ମହିଳା ଏଏସଆଇଙ୍କ ମୃତ୍ୟୁ ଘଟଣା : ମାମଲା ରୁଜୁ କଲା ପୋଲିସ; ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଶବ ବ୍ୟବଚ୍ଛେଦର କରାଗଲା ଭିଡିଓ ଗ୍ରାର୍ଫି”

ଗର୍ଜିଲା ବହୁତ, ବର୍ଷିଲା କମ୍ । ୬ ବର୍ଷ ମଧ୍ୟରେ ସବୁଠାରୁ କମ୍ ବର୍ଷା ସହ ଫେରିଗଲା ମୌସୁମୀ

କନକ ବ୍ୟୁରୋ : ସାମାନ୍ୟ ବର୍ଷା, ପ୍ରବଳ ଆଦ୍ରତା ଏବଂ ଅଧିକ ହାରାହାରି ତାପମାତ୍ରା ସହ ଆସିଥିବା ମୌସୁମୀ ସେପ୍ଟେମ୍ବର ମାସ ସରୁ ସରୁ ଭାରତରୁ ବିଦାୟ ନେଇଛି । ହେଲେ ଚଳିତ ଥର ମୌସୁମୀ ବର୍ଷା ଯେତିକି ହୋଇଛି ତାହା ଗତ ୬ବର୍ଷ ମଧ୍ୟରେ ସର୍ବନିମ୍ନ ବୃଷ୍ଟିପାତ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ଚନ୍ଦ୍ରଶେଖର ଆଜାଦ କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ପାଣିପାଗ ରିପୋର୍ଟ ମୁତାବକ ଗତ ୪ମାସ ମଧ୍ୟରେ ସମୁଦାୟ ବୃଷ୍ଟିପାତContinue reading “ଗର୍ଜିଲା ବହୁତ, ବର୍ଷିଲା କମ୍ । ୬ ବର୍ଷ ମଧ୍ୟରେ ସବୁଠାରୁ କମ୍ ବର୍ଷା ସହ ଫେରିଗଲା ମୌସୁମୀ”

Design a site like this with WordPress.com
Get started