କନକ ବ୍ୟୁରୋ : ଏବେ କୌଣସି ଅଜଣା ସ୍ଥାନକୁ ଗଲେ ଆମେ ଗୁଗୁଲ ମ୍ୟାପର ସହାୟତା ନେଉଛୁ । କିନ୍ତୁ ବେଳେବେଳେ ଜିପିଏସ୍ ଭୁଲ ରାସ୍ତା ଦେଖାଇଥାଏ । ଆଉ ଜିପିଏସ୍ ଦର୍ଶାଉଥିବା ରାସ୍ତାରେ ଯାଇ ଆମେ ଭୁଲ ସ୍ଥାନରେ ପହଂଚିଯାଇଥାଉ । ଯାହାର ଅନୁଭୂତି ବି ଆମ ସମସ୍ତଙ୍କର ଅଛି । କିନ୍ତୁ ଭୁଲ ଜିପିଏସ ଯେ ଜୀବନ ନେଇଯିବ ତାହା କଳ୍ପନା ବାହାରେ । ଏଭଳି ଏକ ଦୁର୍ଘଟଣା ଘଟିଛି କେରଳରେ । ଜିପିଏସରContinue reading “ଜିପିଏସ୍ ପାଇଁ ଗଲା ଜୀବନ । ଜିପିଏସ୍ ଭୁଲ ରାସ୍ତା ଦେଖାଇବା ଯୋଗୁଁ ନଦୀରେ ପଡ଼ିଗଲା କାର୍, କେରଳର ୨ଯୁବ ଡାକ୍ତରଙ୍କ ମୃତ୍ୟୁ ।”
Tag Archives: News
ରାଜସ୍ଥାନରେ ଭାଙ୍ଗିବ ୩୦ ବର୍ଷର ପୁରୁଣା ପରମ୍ପରା । ବିଧାନସଭା ନିର୍ବାଚନ ପୂର୍ବରୁ ସଚିନଙ୍କ ବୟାନ ବଢାଇଲା ବିଜେପିର ଚିନ୍ତା ।
କନକ ବ୍ୟୁରୋ : ରାଜସ୍ଥାନ ବିଧାନସଭା ନିର୍ବାଚନକୁ ନେଇ ସଚିନ ପାଇଲଟ ବଡ ବୟାନ ଦେଇଛନ୍ତି । ସଚିନ କହିଛନ୍ତି, ରାଜସ୍ଥାନରେ କଂଗ୍ରେସ ଏକଜୁଟ୍ ହୋଇ ଲଢିବ ଏବଂ ପୁଣିଥରେ ସରକାର ଗଢିବ । କେବଳ ଏତିକି ନୁହେଁ ୨୦୨୪ରେ ବିଜେପିକୁ ସେତେବେଳେ ଟକ୍କର ଦିଆଯାଇପାରିବ ଯଦି କଂଗ୍ରେସ ରାଜସ୍ଥାନରେ ପୁଣିଥରେ ସରକାର ଗଢିବ । ଏକ ଜନସଭାକୁ ସମ୍ବୋଧିତ କରି ସଚିନ୍ କହିଛନ୍ତି କେନ୍ଦ୍ରରେ ସରକାରୀ ଦଳ ଓ ରାଜସ୍ଥାନରେ ବିରୋଧୀ ଦଳ ଭାବେ ବିଜେପିContinue reading “ରାଜସ୍ଥାନରେ ଭାଙ୍ଗିବ ୩୦ ବର୍ଷର ପୁରୁଣା ପରମ୍ପରା । ବିଧାନସଭା ନିର୍ବାଚନ ପୂର୍ବରୁ ସଚିନଙ୍କ ବୟାନ ବଢାଇଲା ବିଜେପିର ଚିନ୍ତା ।”
ଦେଶର ପ୍ରଥମ ଗାନ୍ଧୀ ମନ୍ଦିର : ବର୍ଷର ୩୬୫ ଦିନ ପୂଜା ପାଇଥାନ୍ତି ଜାତିର ପିତା
କନକ ବ୍ୟୁରୋ : ସମ୍ବଲପୁରରେ ରହିଛି ଦେଶର ପ୍ରଥମ ଗାନ୍ଧୀ ମନ୍ଦିର । ବର୍ଷର ୩୬୫ ଦିନ ଯାକ ଏଠାରେ ପୂଜା ପାଇଥାନ୍ତି ଜାତିର ପିତା ମହାତ୍ମା ଗାନ୍ଧୀ । ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ଅବସରରେ ଏଠାକୁ ନେତା ମନ୍ତ୍ରୀଙ୍କ ସମେତ ଜନସାଧାରଣଙ୍କ ସୁଅ ଛୁଟିଥାଏ । ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ ୧୯୭୪ ମସିହାରେ ଭତରା ଠାରେ ଏହି ଗାନ୍ଧୀ ମନ୍ଦିରର ପ୍ରତିଷ୍ଠା କରିଥିଲେ । ସର୍ବଧମ ସମନ୍ୱୟ ଓ ଅହିଂସାର ବାର୍ତ୍ତାContinue reading “ଦେଶର ପ୍ରଥମ ଗାନ୍ଧୀ ମନ୍ଦିର : ବର୍ଷର ୩୬୫ ଦିନ ପୂଜା ପାଇଥାନ୍ତି ଜାତିର ପିତା”
ବିଜୁଳି ପରେ ଆସୁନି ପାଣି : ବଡ଼ ମେଡିକାଲରେ ଗତରାତିରୁ ବିଭିନ୍ନ ୱାର୍ଡକୁ ପାଣି ଯୋଗାଣ ବନ୍ଦ
କନକ ବ୍ୟୁରୋ : କଟକ ବଡ଼ ମେଡିକାଲରେ ଗୋଟିଏ ପରେ ଗୋଟିଏ ସମସ୍ୟା ଦେଖିବାକୁ ମିଳୁଛି । ବଡ଼ ମେଡିକାଲରେ ବିଦ୍ୟୁତ୍ ସମସ୍ୟା ପରେ ଏବେ ପାଣି ସମସ୍ୟା ଦେଖିବାକୁ ମିଳିଛି । ଗତକାଲି ରାତିରୁ ମେଡିକାଲର ବିଭିନ୍ନ ୱାର୍ଡକୁ ଜଳ ଯୋଗାଣ ଠପ୍ ହୋଇଯାଇଛି । ଶୌଚାଳୟକୁ ପାଣି ଆସୁନଥିବାରୁ ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟ ହନ୍ତସନ୍ତ ହେଉଛନ୍ତି । ଆଜି ସକାଳେ କିଛି ୱାର୍ଡକୁ ପାଣି ଆସିଥିଲେ ମଧ୍ୟ ତାହା ଯଥେଷ୍ଟ ହେଉନାହି ।Continue reading “ବିଜୁଳି ପରେ ଆସୁନି ପାଣି : ବଡ଼ ମେଡିକାଲରେ ଗତରାତିରୁ ବିଭିନ୍ନ ୱାର୍ଡକୁ ପାଣି ଯୋଗାଣ ବନ୍ଦ”
ସାମାଜିକ ବିଜ୍ଞାନ ପରୀକ୍ଷାରେ ଛାତ୍ର ଲେଖିଲେ ବାହାଘରର ସଂଜ୍ଞା । ଯାହାକୁ ପଢିଲେ ଆପଣ ହସି ହସି ବେଦମ ହେବେ । ଭାଇରାଲ ହେଉଛି ଉତ୍ତର
କନକ ବ୍ୟୁରୋ: ସ୍କୁଲ ହେଉ ବା ଅନ୍ୟ କୌଣସି ସମୟ ପ୍ରତି ବ୍ୟାଚରେ ଏଭଳି କିଛି ଛାତ୍ର ଥାଆନ୍ତି ଯିଏ ଅନେକ ସମୟରେ ଅଦ୍ଭୁତ କାଣ୍ଡ କରିବସନ୍ତି । କ୍ଲାସରେ ଯାହା ପଢାଯାଏ ସେମାନେ କିନ୍ତୁ ତାକୁ ନିଜ ଢଙ୍ଗରେ ବୁଝନ୍ତି । ଯାହାର ପରିଣାମ କିଛି ଅଜବ ହୁଏ । ଏଭଳି ଏକ ଘଟଣାର ପରିଣାମ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ସୋସିଆଲ ସାଇନ୍ସର ପ୍ରଶ୍ନପତ୍ରରେ ବିବାହର ସଂଜ୍ଞା (ୟରଲସଦ୍ଭସଗ୍ଧସକ୍ଟଦ୍ଭ କ୍ଟଲ ଜ୍ଞବକ୍ସକ୍ସସବଶର)Continue reading “ସାମାଜିକ ବିଜ୍ଞାନ ପରୀକ୍ଷାରେ ଛାତ୍ର ଲେଖିଲେ ବାହାଘରର ସଂଜ୍ଞା । ଯାହାକୁ ପଢିଲେ ଆପଣ ହସି ହସି ବେଦମ ହେବେ । ଭାଇରାଲ ହେଉଛି ଉତ୍ତର”
ସମ୍ବଲପୁର ଏମସିଏଲରେ ବଡ଼ଧରଣର ଚୋରି : ଘରୁ ଲୁଟିନେଲେ ୭ଲକ୍ଷ ଟଙ୍କାର ସୁନା ଗହଣା
କନକ ବ୍ୟୁରୋ : ସମ୍ବଲପୁର ଏମସିଏଲରେ ବଡ଼ଧରଣର ଚୋରି । କ୍ୱାର୍ଟର ତାଲା ଭାଙ୍ଗି ୭ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ସୁନାଗହଣା ଲୁଟ୍ । ଚୋରି ସମୟର ସିସିଟିଭି ଭିଜୁଆଲ ଭାଇରାଲ୍ । ଘଟଣାଟି ଦୁଇ ଦିନ ତଳର ହୋଇଥିବା ବେଳେ ଏବେ ସିସିଟିଭି ଭିଜୁଆଲ ସାମ୍ନାକୁ ଆସିଛି । ୩ଜଣ ଦୁର୍ବୃତ୍ତ ତାଲା ଭାଙ୍ଗି ସୁନା ଗହଣା ଏବଂ କିଛି ମୂଲ୍ୟବାନ ପଥର ଚୋରାଇ ନେଇଛନ୍ତି । ଏ ନେଇ ଥାନାରେ ମାମଲା ଦାୟର ହୋଇଥିବାContinue reading “ସମ୍ବଲପୁର ଏମସିଏଲରେ ବଡ଼ଧରଣର ଚୋରି : ଘରୁ ଲୁଟିନେଲେ ୭ଲକ୍ଷ ଟଙ୍କାର ସୁନା ଗହଣା”
ମଣିପୁରରେ ୨ ଛାତ୍ରଛାତ୍ରୀଙ୍କୁ ହତ୍ୟା ଘଟଣା : ୪ଜଣଙ୍କୁ ଗିରଫ କଲା ପୋଲିସ
କନକ ବ୍ୟୁରୋ : ମଣିପୁରରେ ୨ ଛାତ୍ରଛାତ୍ରୀଙ୍କୁ ହତ୍ୟା ଘଟଣା, ଗିରଫ ହେଲେ ୪ଅଭିଯୁକ୍ତ । ଦୋଷୀଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ କହିଲେ ମୁଖ୍ୟମନ୍ତ୍ରୀ ଏନ. ବୀରେନ୍ ସିଂ । ଦୁଇ ଛାତ୍ରଛାତ୍ରୀଙ୍କୁ ଅପହରଣ ପରେ ହତ୍ୟା କରାଯାଇଥିଲା, ସେପ୍ଟେମ୍ବର ୨୫ରେ ଏହାର ଭିଡିଓ ଭାଇରାଲ ପରେ ଚାରିଆଡୁ ବିରୋଧର ରାଜ୍ୟ ସରକାର ସମ୍ମୁଖୀନ ହୋଇଥିଲେ । ବିଭିନ୍ନ ସ୍ଥାନରେ ଛାତ୍ରଛାତ୍ରୀ ମାନଙ୍କ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହାଙ୍କContinue reading “ମଣିପୁରରେ ୨ ଛାତ୍ରଛାତ୍ରୀଙ୍କୁ ହତ୍ୟା ଘଟଣା : ୪ଜଣଙ୍କୁ ଗିରଫ କଲା ପୋଲିସ”
ଦେଶର କୋଟିପତି ବାରିକ ରମେଶ ବାବୁ । ପରିବାର ପାଇଁ କେବେ ପେପର ବାଣ୍ଟିଲେ , କେବେ କ୍ଷୀର ବିକିଲେ ଆଜି ୪୦୦ ଲଗଜରି କାରର ମାଲିକ
କନକ ବ୍ୟୁରୋ: ବ୍ୟକ୍ତିର ଆରମ୍ଭ ଯେଉଁଠୁ ହେଉନା କାହିଁକି କିନ୍ତୁ ନିଜ ଉପରେ ଗଭୀର ବିଶ୍ୱାସ ଥିଲେ ନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ଅସମ୍ଭବ ନୁହେଁ । କିଛି ଏଭଳି କାହାଣୀ ବେଙ୍ଗାଲୁରୁର କୋଟିପତି ବାରିକ ଭାବେ ଜଣାଣୁଣା ରମେଶ ବାବୁଙ୍କର, ଯାହାଙ୍କ ଜୀବନ ସଂଘର୍ଷ ପ୍ରତି ବ୍ୟକ୍ତି ପାଇଁ ଏକ ପ୍ରେରଣା । ସେଲୋନରେ ଚୁଟି କାଟୁଥିବା ଜଣେ ବାରିକ ପାଖରେ ବିଏମଡବ୍ଲୁ , ମରସିଡିଜ୍ , ରୋଲ୍ସ ରୟସ ଭଳି କାର ଥିବା କଥା ଶୁଣିଲେContinue reading “ଦେଶର କୋଟିପତି ବାରିକ ରମେଶ ବାବୁ । ପରିବାର ପାଇଁ କେବେ ପେପର ବାଣ୍ଟିଲେ , କେବେ କ୍ଷୀର ବିକିଲେ ଆଜି ୪୦୦ ଲଗଜରି କାରର ମାଲିକ”
ଆଜି ଗାନ୍ଧୀ ଏବଂ ଶାସ୍ତ୍ରୀ ଜୟନ୍ତୀ : ରାଜଘାଟ ଓ ବିଜୟଘାଟରେ ଶ୍ରଦ୍ଧାଞ୍ଜଳି ଦେଲେ ନରେନ୍ଦ୍ର ମୋଦୀ
କନକ ବ୍ୟୁରୋ : ଆଜି ଜାତିର ପିତା ମହାତ୍ମା ଗାନ୍ଧୀ ଏବଂ ଲାଲବାହାଦୁର ଶାସ୍ତ୍ରୀଙ୍କ ଜନ୍ମ ଦିନ । ରାଜଘାଟରେ ଶ୍ରଦ୍ଧାଞ୍ଜଳି ଦେଲେ ନରେନ୍ଦ୍ର ମୋଦୀ । କହିଲେ ବାପୁଙ୍କ ସମୟାନୁବର୍ତିତା ଆଜିବି ସମସ୍ତଙ୍କୁ ଦେଉଛି ପ୍ରେରଣା । ତାଙ୍କର ଅମରବାଣୀ ପ୍ରତ୍ୟେକ ବ୍ୟକ୍ତିଙ୍କ ପଥ ଆଲୋକିତ କରି ଚାଲୁଥିବ। ମହାତ୍ମା ଗାନ୍ଧୀଙ୍କ ପ୍ରଭାବ ବୈଶ୍ବିକ ହୋଇଥିବାରୁ ତାହା ଏକତା ଓ ସହାନୁଭୂତି ପ୍ରାଣଚ୍ଛ୍ବାସକୁ ଆଗେଇ ନେବା ପାଇଁ ସମଗ୍ର ମାନବଜାତିକୁ ପ୍ରେରିତ କରୁଥିବ। ଆମେ ସଦାସର୍ବଦାContinue reading “ଆଜି ଗାନ୍ଧୀ ଏବଂ ଶାସ୍ତ୍ରୀ ଜୟନ୍ତୀ : ରାଜଘାଟ ଓ ବିଜୟଘାଟରେ ଶ୍ରଦ୍ଧାଞ୍ଜଳି ଦେଲେ ନରେନ୍ଦ୍ର ମୋଦୀ”
ଲଘୁଚାପ ପ୍ରଭାବ, ରାଜ୍ୟ ବିଭିନ୍ନ ସ୍ଥାନରେ ବର୍ଷା : ୫ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି
କନକ ବ୍ୟୁରୋ : ଲଘୁଚାପ ପ୍ରଭାବରେ ରାଜ୍ୟ ବିଭିନ୍ନ ସ୍ଥାନରେ ବର୍ଷା ଜାରି । ୫ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷିବାର ସମ୍ଭାବନା ରହିଛି। ସେହି ଜିଲ୍ଲାଗୁଡ଼ିକ ହେଲା, ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେଗବଡ଼, କେନ୍ଦୁଝର ଓ ସମ୍ବଲପୁର। ପାଣିପାଗ କେନ୍ଦ୍ରର ସୂଚନା ମୁତାବକ ଏହି ୫ ଜିଲ୍ଲାରେ ୭୦ରୁ ୨୦୦ ମିମି ଯାଏ ବର୍ଷା ହୋଇପାରେ । ଏଣୁ ଏହିସବୁ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଗତକାଲିContinue reading “ଲଘୁଚାପ ପ୍ରଭାବ, ରାଜ୍ୟ ବିଭିନ୍ନ ସ୍ଥାନରେ ବର୍ଷା : ୫ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି”