କନକ ବ୍ୟୁରୋ : ଏସୀୟ କ୍ରୀଡାରେ ଭାରତକୁ ମିଳିଲାଣି ମୋଟ ୧୦ ସ୍ୱର୍ଣ୍ଣ । ଆଜି ସ୍କ୍ୱାସ୍ ଇଭେଂଟ ପାକିସ୍ତାନକୁ ହରାଇ ସ୍ୱର୍ଣ୍ଣ ଜିତିଛି ଭାରତ । ଭାରତର ସୌରଭ ଘୋଷାଲ, ଅଭୟ ସିଂ ଏବଂ ମହେଶ ମଙ୍ଗୋନକର ୨-୧ରେ ପାକିସ୍ତାନକୁ ହରାଇ ଭାରତ ପାଇଁ ସ୍ୱର୍ଣ୍ଣ ଜିତିଛନ୍ତି । ସେପଟେ ଟେନିସ୍ ମିକ୍ସଡ୍ ଡବଲ୍ସରେ ସ୍ୱର୍ଣ୍ଣ ପାଇଛି ଭାରତ । ରୋହନ ବୋପାନ୍ନା-ରୁତୁଜା ଭୋସଲେ ଯୋଡିଙ୍କୁ ଏହି ସଫଳତା ପାଇଛି । ଫାଇନାଲ ମ୍ୟାଚରେ ଚୀନContinue reading “ଏସୀୟ କ୍ରୀଡାରେ ସ୍କ୍ୱାସ୍ ଇଭେଂଟରେ ପାକିସ୍ତାନକୁ ହରାଇ ସ୍ୱର୍ଣ୍ଣ ଜିତିଲେ ଭାରତୀୟ ଖେଳାଳି । ୩୬ରେ ପହଂଚିଲା ପଦକ ସଂଖ୍ୟା”
Tag Archives: News
ସମୁଦ୍ର ସୀମାର ଜଗୁଆଳି ହେବ ଅତ୍ୟାଧୁନିକ ଡ୍ରୋନ୍ । ନୌସେନାରେ ସାମିଲ ହେବ ଅଣ୍ଡର ୱାର୍ଟର ସ୍ୱାର୍ମ ଡ୍ରୋନ
କନକ ବ୍ୟୁରୋ : ସାମରିକ କ୍ଷେତ୍ରରେ ଆଉ ପାଦେ ଆଗେଇଲା ଭାରତ । ଗଭୀର ଜଳରାଶିରେ ଶତ୍ରୁଙ୍କୁ ଖୋଜିବ ଅଣ୍ଡରୱାଟର ସ୍ୱାର୍ମ ଡ୍ରୋନ । ନୌସେନାରେ ସାମିଲ ହେବ ନୂଆ ଟେକ୍ନୋଲୋଜିର ଡ୍ରୋନ ଅଣ୍ଡର ୱାଟର ଡ୍ରୋନ ସ୍ୱାର୍ମ । ପ୍ରଥମ ପର୍ଯ୍ୟାୟରେ ଭାରତୀୟ ସେନାରେ ୭୫ଟି ନୂଆ ଡ୍ରୋନ ସାମିଲ ହେବ । ଶତ୍ରୁଙ୍କ ପାଇଁ ଘାତକ ସାଜିବ ସ୍ୱାର୍ମ ଡ୍ରୋନ । ଏହି ଡ୍ରୋନ ସାହାଯ୍ୟରେ ଗଭୀର ଜଳରାଶିରେ ସବୁ ମିଶନକୁ ପରିଚାଳନା କରାଯାଇପାରିବContinue reading “ସମୁଦ୍ର ସୀମାର ଜଗୁଆଳି ହେବ ଅତ୍ୟାଧୁନିକ ଡ୍ରୋନ୍ । ନୌସେନାରେ ସାମିଲ ହେବ ଅଣ୍ଡର ୱାର୍ଟର ସ୍ୱାର୍ମ ଡ୍ରୋନ”
ମହିଳା ସଂରକ୍ଷଣ ଆଇନକୁ ନେଇ ଆରଜେଡି ନେତାଙ୍କ ବିବାଦୀୟ ବୟାନ । ସମାଲୋଚନା ପରେ କ୍ଷମା ମାଗିଲେ ଅବଦୁଲ ବାରୀ ସିଦ୍ଦିକି
କନକ ବ୍ୟୁରୋ : ଆଇନରେ ପରିଣତ ହେଲା ମହିଳା ସଂରକ୍ଷଣ ବିଲ । ଯାହାକୁ ନେଇ ସାରା ଦେଶରେ ବେଶ ଉତ୍ସାହର ମାହୋଲ ଦେଖିବାକୁ ମିଳିଛି । ଏହି ଗୁରୁତ୍ୱପୂର୍ଣ୍ଣ ଆଇନକୁ ଗୋଟେ ପଟେ ବେଶ ଚର୍ଚ୍ଚା ଚାଲିଥିବାବେଳେ ବର୍ତମାନ ଆରଜେଡି ନେତା ଏମିତି କିଛି ବୟାନ ଦେଇଛନ୍ତି ଯାହାକୁ ନେଇ ବିବାଦ ଆରମ୍ଭ ହୋଇଛି । ଆରଜେଡି ନେତା ଅବଦୁଲ ବାରିକ ସିଦିକି କହିଛନ୍ତି ଯେଉଁ ମହିଳାମାନେ ଲିପଷ୍ଟିକ ଲଗାନ୍ତି ଓ ଛୋଟ କେଶବିନ୍ୟାସ କରନ୍ତିContinue reading “ମହିଳା ସଂରକ୍ଷଣ ଆଇନକୁ ନେଇ ଆରଜେଡି ନେତାଙ୍କ ବିବାଦୀୟ ବୟାନ । ସମାଲୋଚନା ପରେ କ୍ଷମା ମାଗିଲେ ଅବଦୁଲ ବାରୀ ସିଦ୍ଦିକି”
ଆମେରିକାରେ ସଟଡାଉନ ଆଶଙ୍କା । ୧ରୁ ଠପ୍ ହେବ ଶକ୍ତିଶାଳୀ ରାଷ୍ଟ୍ର ! ଆତଙ୍କରେ ଆମେରିକା, ଚିନ୍ତାରେ ବିଶ୍ୱ
କନକ ବ୍ୟୁରୋ : ଆର୍ଥିକ ସଙ୍କଟର ସମାଧାନ ନମିଳିଲେ ଠପ୍ ହୋଇଯିବ ବିଶ୍ୱର ସବୁଠୁ ଶକ୍ତିଶାଳୀ ରାଷ୍ଟ୍ର ଆମେରିକା । ସରକାର ଚାଲିବା ପାଇଁ ଯେଉଁ ପାଣ୍ଠିର ଆବଶ୍ୟକ ରହିଛି ସେନେଇ ଆମେରିକା ସଂସଦରେ ସରକାରୀ ଓ ବିରୋଧୀଙ୍କ ମଧ୍ୟରେ ସହମତି ହୋଇପାରୁନି । ସେପ୍ଟେମ୍ବର ୩୦ ସୁଦ୍ଧା ସମାଧାନ ନବାହାରିଲେ ଏହା ପ୍ରଭାବ ବେଶ ଭୟଙ୍କର ହୋଇପାରେ । ଯେବେ ଆମେରିକା ସରକାର, ବିଭିନ୍ନ ଏଜେନ୍ସି ଓ ସରକାରୀ କାର୍ଯ୍ୟ ପାଇଁ ପର୍ଯ୍ୟାପ୍ତ ପାଣ୍ଠି ହାସଲContinue reading “ଆମେରିକାରେ ସଟଡାଉନ ଆଶଙ୍କା । ୧ରୁ ଠପ୍ ହେବ ଶକ୍ତିଶାଳୀ ରାଷ୍ଟ୍ର ! ଆତଙ୍କରେ ଆମେରିକା, ଚିନ୍ତାରେ ବିଶ୍ୱ”
ଆମେରିକାରୁ, କାନାଡାକୁ କଡା ନିନ୍ଦା । ଟ୍ରୁଡୋ ପ୍ରଶାସନ ଉପରେ ବର୍ଷିଲେ ଜୟଶଙ୍କର , ‘ଭାରତ ଅନ୍ୟଠାରୁ ବାକସ୍ୱାଧିନତା ଶିଖିବା ଦରକାର ନାହିଁ’
କନକ ବ୍ୟୁରୋ : ବାକସ୍ୱାଧିନତା କଣ ତାହା ଆମର ଅନ୍ୟମାନଙ୍କଠାରୁ ଶିଖିବା ଦରକାର ନାହିଁ ବୋଲି କହିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର । ଆମେରିକା ଗସ୍ତରେ ଥିବା ଜୟଶଙ୍କର ଶୁକ୍ରବାର ୱାସିଂଟନ୍ରେ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ କାନାଡାକୁ କଡା ନିନ୍ଦା କରିଛନ୍ତି । ଭାରତ-କାନାଡା କୂଟନୈତିକ ତିକ୍ତତାକୁ ନେଇ ଜୟଶଙ୍କର ସାମ୍ବାଦିକଙ୍କ ପ୍ରଶ୍ନର ଉତର ରଖି କହିଛନ୍ତି, ଆତଙ୍କବାଦ, ଉଗ୍ରବାଦ ଓ ହିଂସା ପ୍ରତି କାନାଡାର କୋହଳ ମନୋଭାବ ସମସ୍ୟା ସୃଷ୍ଟି କରୁଛିContinue reading “ଆମେରିକାରୁ, କାନାଡାକୁ କଡା ନିନ୍ଦା । ଟ୍ରୁଡୋ ପ୍ରଶାସନ ଉପରେ ବର୍ଷିଲେ ଜୟଶଙ୍କର , ‘ଭାରତ ଅନ୍ୟଠାରୁ ବାକସ୍ୱାଧିନତା ଶିଖିବା ଦରକାର ନାହିଁ’”
ଅକ୍ଟୋବର ୧୩ରେ ନିଲାମ ହେବ ବଡ଼ମ୍ବା ଚିନିକଳ । ପ୍ରତିବାଦରେ ବିଜେପିର ଜନ ଆକ୍ରୋଶ ସମାବେଶ
କନକ ବ୍ୟୁରୋ: ବଡ଼ମ୍ବା ଚିନିକଳ ନିଲାମ ପ୍ରତିବାଦରେ ବିଜେପିର ବିଶାଳ ଜନ ଆକ୍ରୋଶ ସମାବେଶ । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଏବଂ କଟକ ଜିଲ୍ଲା ବିଜେପି ସଭାପତି ପ୍ରକାଶ ଚନ୍ଦ୍ର ବେହେରାଙ୍କ ସମେତ ବହୁ ବରିଷ୍ଠ ନେତା ସମାବେଶରେ ଯୋଗ ଦେବା ସହ ସରକାରଙ୍କ ଉଦାସୀନତା ବିରୋଧରେ ବର୍ଷିଛନ୍ତି । ବଡ଼ମ୍ବା କୋଲେଶ୍ୱର ଶିବ ମନ୍ଦିର ସୁନାପାଳ ଠାରୁ ବଡ଼ମ୍ବା କଚେରି ପଡିଆ ପର୍ଯ୍ୟନ୍ତ ପଦଯାତ୍ରାରେ ଆସିବା ପରେ ସମାବେଶ କରିଛି ବିଜେପି ।Continue reading “ଅକ୍ଟୋବର ୧୩ରେ ନିଲାମ ହେବ ବଡ଼ମ୍ବା ଚିନିକଳ । ପ୍ରତିବାଦରେ ବିଜେପିର ଜନ ଆକ୍ରୋଶ ସମାବେଶ”
ମଧ୍ୟପ୍ରଦେଶରେ କଂଗ୍ରେସର ବିଶାଳ ଜନସଭା, ବିଜେପି ସରକାରଙ୍କୁ ଟାର୍ଗେଟ କରି ମଧ୍ୟପ୍ରଦେଶକୁ କହିଲେ ଭାରତର ଦୁର୍ନୀତି କେନ୍ଦ୍ରସ୍ଥଳ
କନକ ବ୍ୟୁରୋ : ମଧ୍ୟପ୍ରଦେଶରେ କଂଗ୍ରେସର ବିଶାଳ ଜନସଭା । ସାଂସଦ ରାହୁଲ ଗାନ୍ଧୀ ଅଭିଭାଷଣରେ ବିଜେପି ସରକାରଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି । ମହିଳା ସଂରକ୍ଷଣ ଆଇନ ପ୍ରସଙ୍ଗ ଉଠାଇ ମୋଦୀ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ରାହୁଲ । ଓବିସିଙ୍କୁ କ’ଣ ପାଇଁ ଆଇନରେ ସ୍ଥାନ ମିଳିନି ବୋଲି ସେ ପ୍ରଶ୍ନ କରିଛନ୍ତି । ଏଥିସହ ମଧ୍ୟପ୍ରଦେଶରେ କଂଗ୍ରେସ ସରକାରକୁ ଆସିଲେ ଜାତିଭିତିକ ଜନଗଣନା କରିବାକୁ ସେ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି । The postContinue reading “ମଧ୍ୟପ୍ରଦେଶରେ କଂଗ୍ରେସର ବିଶାଳ ଜନସଭା, ବିଜେପି ସରକାରଙ୍କୁ ଟାର୍ଗେଟ କରି ମଧ୍ୟପ୍ରଦେଶକୁ କହିଲେ ଭାରତର ଦୁର୍ନୀତି କେନ୍ଦ୍ରସ୍ଥଳ”
ଛତିଶଗଡରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପାୱାର ଶୋ । କହିଲେ, ଗରିବଙ୍କୁ ଘୃଣା କରେ କଂଗ୍ରେସ, ଦୁର୍ନୀତିରେ ଉବୁଟୁବୁ ହେଉଛି ରାଜ୍ୟ
କନକ ବ୍ୟୁରୋ : ଛତିଶଗଡରେ ପ୍ରଧାନମନ୍ତ୍ରୀଙ୍କ ପାୱାର ଶୋ । ବିଳାସପୁରରେ ବିଶାଳ ଜନସଭାକୁ ସମ୍ବୋଧିତ କରିଛନ୍ତି ମୋଦୀ । ଏଥରକ ନିର୍ବାଚନରେ ଛତିଶଗଡ଼ର ପରିବର୍ତନ ନିଶ୍ଚିତ ବୋଲି କହି କଂଗ୍ରେସ ସରକାରଙ୍କୁ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ । ଏଥିସହ ସେ କହିଛନ୍ତି ଗରିବଙ୍କୁ ଘୃଣା କରେ କଂଗ୍ରେସ, ଦୁର୍ନୀତିରେ ଉବୁଟୁବୁ ହେଉଛି ଛତିଶଗଡ ରାଜ୍ୟ । ମୋଦୀ ନାଁର ଅର୍ଥ ହେଉଛି ଶତପ୍ରତିଶତ ଗ୍ୟାରେଂଟି । କରିଥିବା ପ୍ରତିଶ୍ରୁତି ପୂରା କରେ ବିଜେପି । TheContinue reading “ଛତିଶଗଡରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପାୱାର ଶୋ । କହିଲେ, ଗରିବଙ୍କୁ ଘୃଣା କରେ କଂଗ୍ରେସ, ଦୁର୍ନୀତିରେ ଉବୁଟୁବୁ ହେଉଛି ରାଜ୍ୟ”
ଭୁବନେଶ୍ୱରରେ ହିଟ୍ ଆଣ୍ଡ ରନ୍ ମାମଲା । ଜଣେ ଶ୍ରମିକ ମୃତ । ରାଜମହଲ ଫୁଟପାଥରେ ଶୋଇଥିବା ବେଳେ ମାଡ଼ିଗଲା କାର
କନକ ବ୍ୟୁରୋ: ରାଜଧାନୀ ରାସ୍ତା କଡରେ ଥକା ମେଣ୍ଟାଉଥିବା ଶ୍ରମିକଙ୍କ ଉପରେ ମାଡିଗଲା କାର । ରାଜମହଲ ଛକ ଫୁଟପାଥରେ ଶୋଇଥିବା ଶ୍ରମିକ ଉପରେ ମାଡ଼ିଯାଇଛି କାର । ଦୁର୍ଘଟଣାରେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ପରିଚୟ ମିଳିନାହିଁ । ପରିଚୟ ପାଇଁ ମୃତକଙ୍କ ଫଟୋ ସାର୍ବଜନୀନ କରିଛି ପୋଲିସ । ସେପଟେ ଧଉଳୀ ବାଙ୍କୁଆଲ ପାଖରେ ଗାଡି ଛାଡି ଫେରାର ହୋଇଯାଇଛନ୍ତି ଡ୍ରାଭର ଗାଡି ଚାଳକ । ଭୁବନେଶ୍ୱରରେ ହିଟ୍ ଆଣ୍ଡ ରନ୍ ଚକାContinue reading “ଭୁବନେଶ୍ୱରରେ ହିଟ୍ ଆଣ୍ଡ ରନ୍ ମାମଲା । ଜଣେ ଶ୍ରମିକ ମୃତ । ରାଜମହଲ ଫୁଟପାଥରେ ଶୋଇଥିବା ବେଳେ ମାଡ଼ିଗଲା କାର”
ବଢ଼ିଲା ୨ହଜାର ଟଙ୍କା ନୋଟ ବଦଳି ଅବଧି । ଅକ୍ଟୋବର ୭ ପର୍ଯ୍ୟନ୍ତ ନୋଟ ବଦଳାଇବାକୁ ମିଳିଲା ଅଧିକ ସମୟ
କନକ ବ୍ୟୁରୋ : ବଢିଲା ଦୁଇ ହଜାର ଟଙ୍କିଆ ନୋଟ ବଦଳାଇବାର ଅବଧି । ଅବଧି ଆଜି ଶେଷ ହେବାର ଥିବା ବେଳେ ଏହାକୁ ଅକ୍ଟେବାର ୭ ତାରିଖ ପର୍ଯ୍ୟନ୍ତ ଘୁଂଚାଇ ଦିଆଯାଇଛି । ଏନେଇ ଆରବିଆଇ ପକ୍ଷରୁ ଏକ ସମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ମେ’ ୨୩ରୁ ନୋଟ୍ ବଦଳାଇବା ପ୍ରକ୍ରିୟା ଆରମ୍ଭ ହୋଇଥିଲା । ନୋଟଗୁଡ଼ିକୁ ବ୍ୟାଙ୍କରେ ବଦଳାଇବା ଓ ଜମା କରିବା ଲାଗି ରିଜର୍ଭ ବ୍ୟାଙ୍କ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ସମୟContinue reading “ବଢ଼ିଲା ୨ହଜାର ଟଙ୍କା ନୋଟ ବଦଳି ଅବଧି । ଅକ୍ଟୋବର ୭ ପର୍ଯ୍ୟନ୍ତ ନୋଟ ବଦଳାଇବାକୁ ମିଳିଲା ଅଧିକ ସମୟ”