କେନ୍ଦ୍ରାପଡ଼ାରେ ତୀବ୍ର ହେଉଛି ପ୍ରଶାସନ-କଂଗ୍ରେସ କର୍ମୀଙ୍କ କଳି । ବିଡିଓ ସୁଭ୍ରାଂଶୁ ସାହୁଙ୍କ ନାଁରେ ପଟ୍ଟାମୁଣ୍ଡାଇ ଥାନାରେ ୭୦ରୁ ଅଧିକ ଏଫଆଇଆର

କନକ ବ୍ୟୁରୋ : କେନ୍ଦ୍ରାପଡ଼ାରେ ପ୍ରଶାସନ-କଂଗ୍ରେସ କର୍ମୀଙ୍କ କଳି ତୀବ୍ର ହୋଇଛି । ବିଡିଓଙ୍କ ନାଁରେ ପଟ୍ଟାମୁଣ୍ଡାଇ ଥାନାରେ ୭୦ରୁ ଉର୍ଧ ଅଭିଯୋଗ କରାଯାଇଛି । ରାଜନଗରର ପୂର୍ବତନ ବିଧାୟକ ତଥା କଂଗ୍ରେସ ନେତା ଅଂଶୁମାନ ମହାନ୍ତି ଏବଂ ସମର୍ଥକ ମାନେ ବିଡିଓ ସୁଭ୍ରାଂଶୁ ସାହୁଙ୍କ ନାଁରେ ଅଭିଯୋଗ କରିଛନ୍ତି । ଗତ ୨୭ ତାରିଖରେ ଅଂଶୁମାନ ନିଜ ସମର୍ଥକଙ୍କ ସହ ବିଡିଓଙ୍କୁ ଭେଟି ବିଭିନ୍ନ ସମସ୍ୟା ନେଇ ଅଭିଯୋଗ କରିଥିଲେ । ତେବେ ଏହି ସମୟରେContinue reading “କେନ୍ଦ୍ରାପଡ଼ାରେ ତୀବ୍ର ହେଉଛି ପ୍ରଶାସନ-କଂଗ୍ରେସ କର୍ମୀଙ୍କ କଳି । ବିଡିଓ ସୁଭ୍ରାଂଶୁ ସାହୁଙ୍କ ନାଁରେ ପଟ୍ଟାମୁଣ୍ଡାଇ ଥାନାରେ ୭୦ରୁ ଅଧିକ ଏଫଆଇଆର”

ଅସରାଏ ବର୍ଷାରେ ବେହାଲ ନିଳଗିରି ସ୍ୱାସ୍ଥ୍ୟକେନ୍ଦ୍ର । ନିଷ୍କାସନ ହୋଇ ନପାରି ମେଡିକାଲ ପରିସରରେ ଜମି ରହୁଛି ବର୍ଷା ଜଳ

କନକ ବ୍ୟୁରୋ : ବାଲେଶ୍ୱର ଜିଲ୍ଲା ନୀଳଗିରି ମେଡିକାଲରେ ଅସଜଡା ଭିତିଭୂମି । ଅସରାଏ ବର୍ଷାରେ ହସ୍ପିଟାଲର ହାଲ ବେହାଲ ହୋଇପଡିଛି । ବର୍ଷା ଜଳ ନିଷ୍କାସନ ହୋଇନପାରି ମେଡିକାଲ ଭିତରେ ଜମା ହୋଇରହୁଛି । ପାଣି ଭିତରେ ପଶି ଚିକିତ୍ସା ପାଇଁ ଯିବା ଆସିବା କରୁଛନ୍ତି ରୋଗୀ ଓ ରୋଗୀ ସଂପର୍କୀୟ । କେବଳ ସେତିକି ନୁହେଁ, ହସ୍ପିଟାଲରେ ରୋଗୀଙ୍କ ପାଇଁ ଆବଶ୍ୟକୀୟ ବେଡ୍ ନାହିଁ । ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆସିଥିବା ରୋଗୀ ବାରଣ୍ଡାରେContinue reading “ଅସରାଏ ବର୍ଷାରେ ବେହାଲ ନିଳଗିରି ସ୍ୱାସ୍ଥ୍ୟକେନ୍ଦ୍ର । ନିଷ୍କାସନ ହୋଇ ନପାରି ମେଡିକାଲ ପରିସରରେ ଜମି ରହୁଛି ବର୍ଷା ଜଳ”

ବଢିଲା ୨ହଜାର ଟଙ୍କିଆ ନୋଟ୍ ବଦଳ ଅବଧି । ଜାଣନ୍ତୁ କେଉଁ ତାରିଖ ପର୍ଯ୍ୟନ୍ତ ବଦଳାଇ ପାରିବେ ୨ହଜାର ଟଙ୍କିଆ ନୋଟ୍

କନକ ବ୍ୟୁରୋ : ଯଦି ଆପଣଙ୍କ ପାଖରେ ଏବେ ବି ଦୁଇହଜାର ଟଙ୍କିଆ ନୋଟ୍ ରହିଛି ତେବେ ରିଜର୍ଭ ବ୍ୟାଙ୍କ ଆପଣଙ୍କ ପାଇଁ ଭଲ ଖବର ଆଣିଛି । ସେଣ୍ଟ୍ରାଲ ବ୍ୟାଙ୍କ ତରଫରୁ ୨୦୦୦ଟଙ୍କିଆ ନୋଟ ବଦଳାଇବାର ଶେଷ ତାରିଖରେ ପରିବର୍ତନ କରିଛନ୍ତି । ସେଣ୍ଟ୍ରାଲ ବ୍ୟାଙ୍କର ସୂଚନା ମୁତାବକ ଅକ୍ଟୋବର ୭ ତାରିଖ ପର୍ଯ୍ୟନ୍ତ ଆପଣ ୨ ହଜାର ଟଙ୍କିଆ ନୋଟ ବଦଳାଇପାରିବେ । ଅର୍ଥାତ ୨ହଜାର ଟଙ୍କିଆ ନୋଟ ବଦଳାଇବାକୁ ଆପଣଙ୍କୁ ଗୋଟିଏ ସପ୍ତାହContinue reading “ବଢିଲା ୨ହଜାର ଟଙ୍କିଆ ନୋଟ୍ ବଦଳ ଅବଧି । ଜାଣନ୍ତୁ କେଉଁ ତାରିଖ ପର୍ଯ୍ୟନ୍ତ ବଦଳାଇ ପାରିବେ ୨ହଜାର ଟଙ୍କିଆ ନୋଟ୍”

ଉଜୈନ ଦୁଷ୍କର୍ମ ମାମଲାରେ ବଡ ହୃଦୟ ଦେଖାଇଲେ ଦୁଷ୍କର୍ମକାରୀର ବାପା । କହିଲେ ମୋ ପୁଅକୁ ତୁରନ୍ତ ଦିଅନ୍ତୁ ମୃତ୍ୟୁଦଣ୍ଡ

କନକ ବ୍ୟୁରୋ : ଗୋଟିଏ ପଟେ ଦେଶରେ ମହିଳା ସଂରକ୍ଷଣ ବିଧେୟକ ପାରିତ କରି କେନ୍ଦ୍ର ସରକାର ଖୁସି ମନାଉଥିବା ବେଳେ ମଧ୍ୟପ୍ରଦେଶରେ ବିଜେପି ଶାସିତ ସରକାରରେ ଜଣେ ୧୨ ବର୍ଷର ନାବାଳିକାଙ୍କୁ ଯେଭଳି ଭାବେ ଦୁଷ୍କର୍ମ କରାଗଲା ତାହାକୁ ନେଇ ବିରୋଧୀ ଏବେ ବିଜେପିକୁ ଘେରିଛନ୍ତି । ହେଲେ ଦୁଷ୍କର୍ମକାରୀର ବାପା ଏହାକୁ ରାଜନୀତିରୁ ଉଦ୍ଧ୍ୱର୍ରେ ରଖି ଏଭଳି ମତ ଦେଇଛନ୍ତି କି ଯାହା ତାଙ୍କର ଦେଶପ୍ରତି ଓ ଦେଶର ଆଇନଶୃଙ୍ଖଳା ପ୍ରତି ଥିବା ପ୍ରତିବଦ୍ଧତାକୁContinue reading “ଉଜୈନ ଦୁଷ୍କର୍ମ ମାମଲାରେ ବଡ ହୃଦୟ ଦେଖାଇଲେ ଦୁଷ୍କର୍ମକାରୀର ବାପା । କହିଲେ ମୋ ପୁଅକୁ ତୁରନ୍ତ ଦିଅନ୍ତୁ ମୃତ୍ୟୁଦଣ୍ଡ”

ଆଜି ବି ଚାଲିପାରିଲାନି ବିଧାନସଭା ଅଧିବେଶନ । ଅପରାହ୍ନରେ ବି ଚାଲିପାରିଲାନି ଗୃହକାର୍ଯ୍ୟ ।

କନକ ବ୍ୟୁରୋ: ଆଜି ବି ଚାଲିପାରିଲାନି ବିଧାନସଭା ଅଧିବେଶନ । ଅପରାହ୍ନରେ ବି ଚାଲିପାରିଲାନି ଗୃହକାର୍ଯ୍ୟ । ହଟ୍ଟଗୋଳ ଯୋଗୁଁ ଗୃହ ମୁଲତବୀ ।  ସକାଳେ ମଧ୍ୟ ଚାଲିପାରିନଥିଲା ଗୃହକାର୍ଯ୍ୟ । ବିରୋଧୀ ବିଜେପିର ଦୁଇ ବିଧାୟକଙ୍କ ନିଲମ୍ବନକୁ ବିରୋଧ କରି ବିଜେପି ସଦସ୍ୟଙ୍କ ପ୍ରତିବାଦ । ଗୃହର ମଧ୍ୟଭାଗକୁ ଆସି ନାରାବାଜି କରିିଥିଲେ । ଦୁଇ ବିଧାୟକଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର ଦାବି କରିଥିଲେ ବିଜେପି ବିଧାୟକ । ବାଚସ୍ପତିଙ୍କ ପୋଡିୟମ ଉପରକୁ ଡାଲିContinue reading “ଆଜି ବି ଚାଲିପାରିଲାନି ବିଧାନସଭା ଅଧିବେଶନ । ଅପରାହ୍ନରେ ବି ଚାଲିପାରିଲାନି ଗୃହକାର୍ଯ୍ୟ ।”

ଓଡ଼ିଆ ସିନେମାକୁ ମିଳୁନି ହଲ୍ । ବଲିଉଡ୍ ଫିଲ୍ମ ଜୱାନ୍ ପାଇଁ ରିଲିଜ୍ ହୋଇପାରିନାହିଁ ୪ରୁ ଅଧିକ ଓଡ଼ିଆ ଫିଲ୍ମ ।  ଚିନ୍ତାରେ ସିନେ ପ୍ରଯୋଜକ 

କନକ ବ୍ୟୁରୋ: ଓଡ଼ିଆ ସିନେମାକୁ ମିଳୁନି ହଲ୍ । ଓଡ଼ିଆ ସିନେମାରେ ଯୱାନ ଫିଲ୍ମର ପ୍ରଭାବ । ହିନ୍ଦୀ ଚଳଚିତ୍ର ଯୱାନ ପାଇଁ ରିଲିଜ୍ ହୋଇପାରୁନାହିଁ ଓଡ଼ିଆ ସିନେମା । ପାଖାପାଖି ୪ଟି ଫିଲ୍ମ ଏପର୍ଯ୍ୟନ୍ତ ରିଲିଜ ହୋଇପାରିନାହିଁ । ଯାହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଓଡ଼ିଆ ଫିଲ୍ମ ପ୍ରଯୋଜକ । ସୁପରଷ୍ଟାର ଶାହରୁଖ ଖାନଙ୍କ ଅଭିନୀତ ଯୱାନର ଡିଷ୍ଟ୍ରିବ୍ୟୁସନ୍ ଦାୟିତ୍ୱ ନେଇଥିବା ଡିଷ୍ଟ୍ରିବ୍ୟୁଟର ୩ ସପ୍ତାହ ପାଇଁ ଓଡ଼ିଶାର ସମସ୍ତ ସିନେମା ହଲ୍ ସହିତContinue reading “ଓଡ଼ିଆ ସିନେମାକୁ ମିଳୁନି ହଲ୍ । ବଲିଉଡ୍ ଫିଲ୍ମ ଜୱାନ୍ ପାଇଁ ରିଲିଜ୍ ହୋଇପାରିନାହିଁ ୪ରୁ ଅଧିକ ଓଡ଼ିଆ ଫିଲ୍ମ ।  ଚିନ୍ତାରେ ସିନେ ପ୍ରଯୋଜକ “

ଓଷ୍ଟାର ଅହୋରାତ୍ର ଧାରଣାର ପଞ୍ଚମ ଦିନ । ଗାନ୍ଧୀ ମାର୍ଗରେ ବସିଛନ୍ତି ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷା କର୍ମଚାରୀ ।

କନକ ବ୍ୟୁରୋ: ଆଜି ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ ବା ଓଷ୍ଟାର ଅହୋରାତ୍ର ଧାରଣାର ପଞ୍ଚମ ଦିନ । ଦୀର୍ଘ ୫ ଦିନ ଧରି ଗାନ୍ଧୀମାର୍ଗରେ ଦିନ ରାତି ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷା କର୍ମଚାରୀ ଧାରଣାରେ ବସିଛନ୍ତି । ଏହି ଧାରଣାରେ ବହୁ ପୁରାତନ ଛାତ୍ର, ଅଭିଭାବକ ଓ ପରିଚାଳନା କମିଟି ମଧ୍ୟ ସାମିଲ ହେବ । ଆଜି ହିଁ ସେମାନଙ୍କ ସହ ଆଲୋଚନା କରିବାକୁ ସରକାରଙ୍କୁ ସେମାନେ ନିବେଦନ କରିଛନ୍ତି । ଯଦିContinue reading “ଓଷ୍ଟାର ଅହୋରାତ୍ର ଧାରଣାର ପଞ୍ଚମ ଦିନ । ଗାନ୍ଧୀ ମାର୍ଗରେ ବସିଛନ୍ତି ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷା କର୍ମଚାରୀ ।”

ଏସିଆନ ଗେମ୍ସରେ ଭାରତକୁ ଆଉ ଏକ ସଫଳତା । ପାକିସ୍ତାନକୁ ହରାଇ ସ୍କ୍ୱାଶରେ ସ୍ୱର୍ଣ୍ଣ ଜିତିଲା ଭାରତ

କନକ ବ୍ୟୁରୋ : ଏସିଆନ ଗେମ୍ସର ଆଜି ୭ମ ଦିବସ । ଏପର୍ଯ୍ୟନ୍ତ ଭାରତ ତରଫରୁ ମୋଟ ୩୬ଟି ପଦକ ହାସଲ କରିବାରେ ସଫଳ ହୋଇଛନ୍ତି ଖେଳାଳିମାନେ । ଆଜି ଟେନିସ ମିକ୍ସଡ ଡବଲ ଇଭେଣ୍ଟରେ ରୋହନ ବୋପନ୍ନା ଓ ଋତୁଜା ଭୋସଲେ ସ୍ୱର୍ଣ୍ଣପଦକ ଜିତି ଇତିହାସ ରହିଛନ୍ତି । ସେହିଭଳି ସ୍କ୍ୱାଶରେ ଭାରତ ପାକିସ୍ତାନକୁ ପରାଜିତ କରି ସ୍ୱର୍ଣ୍ଣ ପଦକ ହାତେଇଛି । ଏହା ପୂର୍ବରୁ ଭାରତକୁ ପ୍ରଥମ ପଦକ ସୁଟିଂରୁ ମିଳିଥିଲା । ସରବଜିତ୍Continue reading “ଏସିଆନ ଗେମ୍ସରେ ଭାରତକୁ ଆଉ ଏକ ସଫଳତା । ପାକିସ୍ତାନକୁ ହରାଇ ସ୍କ୍ୱାଶରେ ସ୍ୱର୍ଣ୍ଣ ଜିତିଲା ଭାରତ”

ତାଳଦଣ୍ଡା: ଗୋଟେ କେନାଲର କାହାଣୀ… ଦିନେ ନାକ ଟେକୁଥିଲେ ଲୋକ, ଆଜି କିମିଆ କରୁଛି କେନାଲ ।

କନକ ବ୍ୟୁରୋ: କଟକରେ କେରଳ ଓ କାଶ୍ମୀରର ଅନୁଭବ କେନାଲ ଉପରେ ବୋଟିଂର ମଜା ସଞ୍ଜ ହେଲେ ଜମୁଛି କଟକିଆଙ୍କ ଭିଡ ତଳେ ପାଣି, ଉପରେ ବୋଟ୍ । ନା ଇଏ ନଦୀ ନା ଇଏ ସମୁଦ୍ର । ସୁଦୀର୍ଘ କେନାଲରେ ସୁଖଦାୟକ ନୌକାବିହାର । ଅସ୍ତଗାମୀ ଅପରାହ୍ଣ ଆଉ ନଇଁ ଆସୁଥିବା ସଞ୍ଜ ମଝିରେ ଏ ମନମୁଗ୍ଧକର ମୁହୂର୍ତ୍ତକୁ ଉପଭୋଗ କରିବାକୁ ପାଣି ଉପରେ ଲାଗୁଛି କଟକିଆଙ୍କ ଭିଡ । କେରଳ କେନାଲରେ ବୋଟିଂର ଭ୍ରମContinue reading “ତାଳଦଣ୍ଡା: ଗୋଟେ କେନାଲର କାହାଣୀ… ଦିନେ ନାକ ଟେକୁଥିଲେ ଲୋକ, ଆଜି କିମିଆ କରୁଛି କେନାଲ ।”

ରାଜଧାନୀରେ ହିଟ୍ ଆଣ୍ଡ ରନ୍, ଜଣେ ଶ୍ରମିକ ମୃତ । ରାଜମହଲ ଫୁଟପାଥରେ ଶୋଇଥିବା ବେଳେ ମାଡ଼ିଗଲା କାର୍ । ସିସିଟିଭିକୁ ଯାଞ୍ଚ କରି ତଦନ୍ତ କରୁଛି ପୋଲିସ୍ ।

କନକ ବ୍ୟୁରୋ: ରାଜଧାନୀରେ ହିଟ୍ ଆଣ୍ଡ ରନ୍ ମାମଲା । ରାଜମହଲ ଛକ ଫୁଟପାଥରେ ଶୋଇଥିବା ଶ୍ରମିକ ଉପରେ ମାଡ଼ିଯାଇଛି କାର । ଦ୍ରୁତ ଗତିରେ ଗାଡ଼ି ମାଡ଼ିଯିବା ଯୋଗୁଁ ରାସ୍ତା କଡ଼ରେ ଶୋଇଥିବା ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଶବ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲରେ ରଖାଯାଇଛି । ଅନ୍ୟପଟେ ଏହି ଘଟଣାରେ ମୃତ୍ୟୁ ହୋଇଥିବା ଶ୍ରମିକଙ୍କ ପରିଚୟContinue reading “ରାଜଧାନୀରେ ହିଟ୍ ଆଣ୍ଡ ରନ୍, ଜଣେ ଶ୍ରମିକ ମୃତ । ରାଜମହଲ ଫୁଟପାଥରେ ଶୋଇଥିବା ବେଳେ ମାଡ଼ିଗଲା କାର୍ । ସିସିଟିଭିକୁ ଯାଞ୍ଚ କରି ତଦନ୍ତ କରୁଛି ପୋଲିସ୍ ।”

Design a site like this with WordPress.com
Get started