କନକ ବ୍ୟୁରୋ : ବଦଳିଯିବ ମାସ ବଦଳିବ ନିୟମ । ଅକ୍ଟୋବର ମାସ ପହିଲାରୁ ବଦଳିଯିବ ୫ ନିୟମ । ଯାହା ସିଧାସଳଖ ଜନସାଧରଣଙ୍କ ପକେଟ ଉପରେ ପ୍ରଭାବ ପକାଇବ । ଆସନ୍ତୁ ଜାଣିବା ଅକ୍ଟୋବର ମାସରେ କେଉଁ ନୂଆ ନିୟମ ଲାଗୁ ହେବ ଓ ଏହା ଆପଣଙ୍କ ମାସିକ ବଜେଟ ଉପରେ କିଭଳି ପ୍ରଭାବ ପଡିବ । ଅକ୍ଟୋବର ପହିଲାରୁ ସରକାର ୨୦ ପ୍ରତିଶତ ଟ୍ୟାକ୍ସ କଲେକସନ ଆଟ୍ ସୋର୍ସ ବା ଉତ୍ସରେ କର ଆଦାୟContinue reading “ଅକ୍ଟୋବର ପହିଲାରୁ ବଦଳିଯିବ ୫ ନିୟମ, ସାଧାରଣ ଲୋକଙ୍କ ପକେଟ୍ ଉପରେ ପଡିବ ପ୍ରଭାବ”
Tag Archives: News
ଲକ୍ଷ୍ମୀ ଯୋଜନାକୁ ସର୍ତମୂଳକ ସମର୍ଥନ ଜଣାଇଲେ ମାଲକାନଗିରି ଘରୋଇ ବସ୍ ମାଲିକ ସଂଘ: ଏକମାସ ଯାଏଁ ଲକ୍ଷ୍ମୀ ବସକୁ କରିବେନି ବିରୋଧ
କନକ ବ୍ୟୁରୋ: ମାଲକାନଗିରି ଲକ୍ଷ୍ମୀ ଯୋଜନାକୁ ସର୍ତମୂଳକ ସମର୍ଥନ । ସମର୍ଥନ ଜଣାଇଲେ ମାଲକାନଗିିରି ଘରୋଇ ବସ୍ ମାଲିକ ସଂଘ । ଏକ ମାସ ଯାଏଁ ଲକ୍ଷ୍ମୀ ବସକୁ କରିବେନି ବିରୋଧ । ଏକ ମାସ ପରେ ଆବଶ୍ୟକ ସ୍ଥଳେ ରୁଟ୍ ସମୟରେ ହେବ ପରିବର୍ତନ । ମାଲକାନଗିରି ଆରଟିଓଙ୍କ ସହ ବୈଠକ ପରେ ଆପୋଷ ନିଷ୍ପତି । ଅକ୍ଟୋବର ୨ ତାରିଖ ବନ୍ଧ ଡାକରା ପ୍ରତ୍ୟାହାର ନେଇ ଏଯାଏଁ ହୋଇନି ନିଷ୍ପତି । ଅବିଭକ୍ତ କୋରାପୁଟContinue reading “ଲକ୍ଷ୍ମୀ ଯୋଜନାକୁ ସର୍ତମୂଳକ ସମର୍ଥନ ଜଣାଇଲେ ମାଲକାନଗିରି ଘରୋଇ ବସ୍ ମାଲିକ ସଂଘ: ଏକମାସ ଯାଏଁ ଲକ୍ଷ୍ମୀ ବସକୁ କରିବେନି ବିରୋଧ”
କାବେରୀ ଜଳକୁ ନେଇ ପୁଣି ତେଜିଲା ବିବାଦ: ପାଣି ନଛାଡ଼ିବାକୁ କର୍ଣ୍ଣାଟକରେ ଆନ୍ଦୋଳନ
କନକ ବ୍ୟୁରୋ: କାବେରୀ ନଦୀ ଜଳକୁ ନେଇ, ପୁଣି ଥରେ ବିବାଦ ତୀବ୍ର ହୋଇଛି । ତାମିଲନାଡୁକୁ କାବେରୀ ପାଣି ନଦେବାକୁ କର୍ଣ୍ଣାଟକର ବିଭିନ୍ନ ସଂଗଠନ ଦାବି କରିବା ପରେ, ଦୁଇ ରାଜ୍ୟ ମଧ୍ୟରେ ଆରମ୍ଭ ହୋଇଯାଇଛି ଟଣାଓଟରା । କାବେରୀ ଜଳକୁ ନଦେବାକୁ କର୍ଣ୍ଣାଟକରେ ଲଗାତାର ଭାବେ ବିଭିନ୍ନ ସଂଗଠନ ପକ୍ଷରୁ ପ୍ରତିବାଦ କରାଯାଉଛି । ମଙ୍ଗଳବାର ଦିନ ବେଙ୍ଗାଳୁରୁ ବନ୍ଦ ପାଳନ କରାଯାଇଥିଲା । ଶୁକ୍ରବାର ପ୍ରାୟ ୧୨ଶହରୁ ଅଧିକ ଚାଷୀ ସଂଗଠନ ପକ୍ଷରୁContinue reading “କାବେରୀ ଜଳକୁ ନେଇ ପୁଣି ତେଜିଲା ବିବାଦ: ପାଣି ନଛାଡ଼ିବାକୁ କର୍ଣ୍ଣାଟକରେ ଆନ୍ଦୋଳନ”
ଜାମ୍ମୁ-କାଶ୍ମୀରରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ବିଫଳ । ସେନା ସହ ଗୁଳିବିନିମୟ ବେଳେ ୨ ଆତଙ୍କବାଦୀଙ୍କ ମୃତ୍ୟୁ
କନକ ବ୍ୟୁରୋ : ଜାମ୍ମୁ-କାଶ୍ମୀର କୁପୱାଡା ଜିଲ୍ଲାରେ ଆତଙ୍କବାଦୀମାନେ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଥିବା ବେଳେ ସେନା ସେମାନଙ୍କ ଅନୁପ୍ରବେଶକୁ ଅଟକାଇଛି । ଏଥିରେ ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳିବିନିମୟ ଫଳରେ ୨ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି । ସୂଚନା ମୁତାବକ ନିୟନ୍ତ୍ରଣ ରେଖା ନିକଟ କୁପୱାଡା ଜିଲ୍ଲାର ମଛଲୀ ସେକ୍ଟରରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଥିବା ୨ଜଣ ଆତଙ୍କବାଦୀଙ୍କୁ ସେନା ଗୁଳିକରି ମାରିଛି । ଏହାସହ ଆଉକିଛି ଆତଙ୍କବାଦୀ ଅନୁପ୍ରବେଶ କରିବାକୁ ଉଦ୍ୟମContinue reading “ଜାମ୍ମୁ-କାଶ୍ମୀରରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ବିଫଳ । ସେନା ସହ ଗୁଳିବିନିମୟ ବେଳେ ୨ ଆତଙ୍କବାଦୀଙ୍କ ମୃତ୍ୟୁ”
ରାଜ୍ୟ ସରକାରଙ୍କ ଦ୍ୱାରା ପୁରସ୍କୃତ କର୍ମଚାରୀ ନିଲମ୍ବିତ : କୋଭିଡ୍ ବେଳେ ନିଜ ଦରମା ଟଙ୍କା ରେଡକ୍ରସ ପାଣ୍ଠିକୁ ପ୍ରଦାନ କରି ହୋଇଥିଲେ ପୁରସ୍କୃତ
କନକ ବ୍ୟୁରୋ : ରାଜ୍ୟ ସରକାରଙ୍କ ଦ୍ୱାରା ପୁରସ୍କୃତ ହୋଇଥିବା କର୍ମଚାରୀ ନିଲମ୍ବିତ । କୋଭିଡ୍ ବେଳେ ନିଜ ଦରମା ଟଙ୍କା ରେଡକ୍ରସ ପାଣ୍ଠିକୁ ପ୍ରଦାନ କରି ପୁରସ୍କୃତ ହୋଇଥିଲେ ଭାରତୀ ସିଂହ । ଏବେ କିନ୍ତୁ ସେ ଚାକିରି ହରାଇଛନ୍ତି । ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ବ୍ଲକର ଆଦିବାସୀ ମହିଳା ଭାରତୀ ସିଂ ୧୧ ତାରିଖରେ ଭୁବନେଶ୍ୱରରେ ସ୍ୱୟଂ ସହାୟିକା ମହିଳା ରାଲି କରୁଥିଲେ । ଏହି ସମୟରେ ସେ ଗଣମାଧ୍ୟମ ସାମ୍ନାରେ ନିଜର ଦାବିContinue reading “ରାଜ୍ୟ ସରକାରଙ୍କ ଦ୍ୱାରା ପୁରସ୍କୃତ କର୍ମଚାରୀ ନିଲମ୍ବିତ : କୋଭିଡ୍ ବେଳେ ନିଜ ଦରମା ଟଙ୍କା ରେଡକ୍ରସ ପାଣ୍ଠିକୁ ପ୍ରଦାନ କରି ହୋଇଥିଲେ ପୁରସ୍କୃତ”
ରାଜନୀତିରେ ସହକାରୀ ଜିଲ୍ଲାପାଳ ସୁସ୍ମିତା ମୃତ୍ୟୁ ରହସ୍ୟ : ସିବିଆଇ ତଦନ୍ତ ଦାବି କଲେ ପୂର୍ବତନ ବିଧାୟକ ଜର୍ଜ ତିର୍କୀ
କନକ ବ୍ୟୁରୋ : ରହସ୍ୟ ଘେରରେ ରାଉରକେଲାର ଆସିଷ୍ଟାଂଟ କଲେକ୍ଟର ମୃତ୍ୟୁ ମାମଲା । ଘଟଣାକୁ ୯ ଦିନ ବିତିଯାଇଥିଲେ ବି ଏଯାଏଁ ବାହାରିପାରିନି ନିଷ୍କର୍ସ । ଏହାର ଭିତରେ ବିଭିନ୍ନ ରାଜନୈତିକ ଦଳ ସିବିଆଇ ତଦନ୍ତ ପାଇଁ ଦାବି କରିଛନ୍ତି । ପୂର୍ବତନ ବିଧାୟକ ତଥା ଆଦିବାସୀ ନେତା ଜର୍ଜ ତିର୍କୀ କହିଛନ୍ତି, ଏହି ଘଟଣାରେ ଯେତେ ପର୍ଯ୍ୟନ୍ତ ନ୍ୟାୟ ନ ମିଳିବ ସେତେଦିନ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ । ନ୍ୟାୟ ପାଇଁ ଆସନ୍ତାContinue reading “ରାଜନୀତିରେ ସହକାରୀ ଜିଲ୍ଲାପାଳ ସୁସ୍ମିତା ମୃତ୍ୟୁ ରହସ୍ୟ : ସିବିଆଇ ତଦନ୍ତ ଦାବି କଲେ ପୂର୍ବତନ ବିଧାୟକ ଜର୍ଜ ତିର୍କୀ”
ଏସୀୟ କ୍ରୀଡାରେ ଭାରତକୁ ନବମ ସ୍ୱର୍ଣ୍ଣ : ୩୫ ପଦକ ସହ ୫ମ ସ୍ଥାନରେ ଭାରତ
କନକ ବ୍ୟୁରୋ : ଏସୀୟ କ୍ରୀଡାରେ ଭାରତକୁ ନବମ ସ୍ୱର୍ଣ୍ଣ । ଟେନିସ୍ ମିକ୍ସଡ୍ ଡବଲ୍ସରେ ଗୋଲ୍ଡ ମେଡାଲ । ରୋହନ ବୋପାନ୍ନା-ରୁତୁଜା ଭୋସଲେ ଯୋଡିକୁ ସଫଳତା । ଭାରତର ମେଡାଲ ସଂଖ୍ୟା ୩୮କୁ ବୃଦ୍ଧି । ଫାଇନାଲ ମ୍ୟାଚରେ ଚୀନ ତାଇପେଇ ପ୍ରତିପକ୍ଷ ଏନ-ସୁଓ, ତୁସୁଙ୍ଗ ହାଓ ହୁଆଙ୍ଗକୁ ପରାସ୍ତ କରି ଭାରତୀୟ ଯୋଡି ଗୋଲ୍ଡ ମେଡାଲ ହାତେଇବାରେ ସଫଳ ହୋଇଛନ୍ତି । ଏସୀୟ କ୍ରୀଡାରେ ଏଯାଏ ଭାରତକୁ ୩୫ଟି ମେଡାଲ ମିଳିଛି । ଯେଉଁଥିରେContinue reading “ଏସୀୟ କ୍ରୀଡାରେ ଭାରତକୁ ନବମ ସ୍ୱର୍ଣ୍ଣ : ୩୫ ପଦକ ସହ ୫ମ ସ୍ଥାନରେ ଭାରତ”
IGKC ମଲ୍ଟିସ୍ପେଶାଲିଟି ହସ୍ପିଟାଲରେ ହାର୍ଟ ଡେ ପାଳିତ : କ’ଣ କଲେ ହୃଦରୋଗରୁ ଦୂରେଇ ରହିବେ ? ଟିପ୍ସ ଦେଲେ ବିଶେଷଜ୍ଞ
କନକ ବ୍ୟୁରୋ : ଆଇଜିକେସି ମଲ୍ଟିସ୍ପେଶାଲିଟି ହସ୍ପିଟାଲ ପକ୍ଷରୁ ପାଳିତ ହୋଇଛି ୱାର୍ଲଡ ହାର୍ଟ ଡେ । କିପରି ସୁସ୍ଥ ଜୀବନ ଯାପନ କରିବେ ଏବଂ କ’ଣ କଲେ ହୃଦରୋଗ ଠାରୁ ଆରେ ଦୁରେଇ ରହିପାରିବା ସେନେଇ ଆଲୋଚନା ହୋଇଥିଲା । ଏହି ଅବସରରେ ହସ୍ପିଟାଲର ଚେୟାରମ୍ୟାନ ଏବଂ ଅତିଥି ମାନଙ୍କ ଉପସ୍ଥିତିରେ ଏକ ଟୋଲଫ୍ରି ନମ୍ବର ଜାରି କରାଯାଇଛି । ଏହି ଟୋଲ ଫ୍ରି ନମ୍ବରରେ ରୋଗ ଏବଂ ଏହା ସମ୍ବନ୍ଧୀୟ ସମସ୍ତ ସୂଚନା ଜନସାଧାରଣContinue reading “IGKC ମଲ୍ଟିସ୍ପେଶାଲିଟି ହସ୍ପିଟାଲରେ ହାର୍ଟ ଡେ ପାଳିତ : କ’ଣ କଲେ ହୃଦରୋଗରୁ ଦୂରେଇ ରହିବେ ? ଟିପ୍ସ ଦେଲେ ବିଶେଷଜ୍ଞ”
ଭାରତ ଋଷିଆରୁ ଆଣିବ ମିଗ ୨୯ ଯୁଦ୍ଧବିମାନ
ସୀମାରେ ଅନୁପ୍ରବେଶ ଏବଂ ଶତ୍ରୁ ଉପରେ କଡା ନଜର ରଖିବା ପାଇଁ ଭାରତୀୟ ବାୟୁସେନା କରୁଛି ଏକ ବଡ଼ ପ୍ରସ୍ତୁତି । ଭାରତ ସରକାର ଖୁବ ଶୀଘ୍ର ରୁଷ ସହିତ ଏକ ବଡ ଚୁକ୍ତି କରିବାକୁ ଯାଉଛନ୍ତି ୧୨ ଟି ‘ସୁଖୋଇ’ ଫାଇଟର୍ ଜେଟ୍ କ୍ରୟ ଚୁକ୍ତି ଶେଷ ହେବାପରେ ଏବେ ଭାରତ ରୁଷରୁ ମିଗ୍-29 ଯୁଦ୍ଧ ବିମାନ କିଣିବାକୁ ପ୍ରସ୍ତୁତ ହେଉଛି । ସୂଚନାନୁସାରେ ଏହି ଚୁକ୍ତି ପାଇଁ ଆଲୋଚନା ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛିContinue reading “ଭାରତ ଋଷିଆରୁ ଆଣିବ ମିଗ ୨୯ ଯୁଦ୍ଧବିମାନ”
ଲୋୟର ପିଏମଜିରେ ଧାରଣାରେ ବସିଲେ ଗାଁ ସାଥୀ : ଦଣ୍ଡବତ ଜରିଆରେ ଦାବି କଲେ ଉପସ୍ଥାପନ
କନକ ବ୍ୟୁରୋ : ରାସ୍ତାରେ ଝାଡ଼ୁ ମାରି, ଦଣ୍ଡବତ କରି ଦାବି ଉପସ୍ଥାପନା କରିଛନ୍ତି ଗାଁ ସାଥୀ । ସେପ୍ଟେମ୍ବର ୨୫ରୁ ଭୁବନେଶ୍ୱର ଲୋୟର ପିଏମଜିରେ ଧାରଣାରେ ବସିଛନ୍ତି ଗାଁ ସାଥୀ । ୫ ଦିନ ଧରି ଧାରଣାରେ ବସିଥିଲେ ବି ପ୍ରଶାସନ ପକ୍ଷରୁ କୌଣସି ପ୍ରକାର ଆଲୋଚନା ପାଇଁ ଡକାଯାଉ ନାହିଁ । ତେଣୁ ସମସ୍ତେ ମିଳିତ ଭାବରେ ଦଣ୍ଡବତ କରି ସରକାରଙ୍କ ନିକଟରେ ନିଜର ଦାବି ଉପସ୍ଥାପନ କରିଛନ୍ତି । TheContinue reading “ଲୋୟର ପିଏମଜିରେ ଧାରଣାରେ ବସିଲେ ଗାଁ ସାଥୀ : ଦଣ୍ଡବତ ଜରିଆରେ ଦାବି କଲେ ଉପସ୍ଥାପନ”