କନକ ବ୍ୟୁରୋ : ପୋଖରୀରେ ଗାଧୋଇବା ବେଳେ ପାଣିରେ ବୁଡ଼ି ୩ ଜଣଙ୍କ ମୃତ୍ୟୁ । ବାଲେଶ୍ୱର, ସଦର ଥାନା ଓଡ଼ଙ୍ଗୀ ଗ୍ରାମରୁ ଆସିଛି ଅଭାବନୀୟ ଖବର । ସୂଚନା ଅନୁସାରେ, ଗ୍ରାମର ବିଶ୍ୱଜିତ୍ ଦାଶଙ୍କ ଝିଅ ତପସ୍ୱିନୀ ଓ ସନ୍ତୋଷ ଦାଶଙ୍କ ଝିଅ ତନୁଶ୍ରୀ ପୋଖରୀରେ ଗାଧୋଇବାକୁ ଯାଇଥିଲେ । ତନୁଶ୍ରୀର ଗୋଡ଼ ଖସିଯିବାରୁ ବଡ଼ଭଉଣୀ ତପସ୍ୱିନୀ ତାକୁ ଉଦ୍ଧାର କରିବାକୁ ଯାଇ ସେ ମଧ୍ୟ ବୁଡ଼ିଯାଇଥିଲା । ଦୁହିଁଙ୍କୁ ଉଦ୍ଧାର କରି ବାଲେଶ୍ୱର ସଦରContinue reading “ପୋଖରୀରେ ଗାଧୋଇବା ବେଳେ ପାଣିରେ ବୁଡ଼ି ୩ ମୃତ : ବାଲେଶ୍ୱର, ସଦର ଥାନା ଓଡଙ୍ଗୀ ଗାଁରେ ଅଭାବନୀୟ ଘଟଣା”
Tag Archives: News
ପୋଲିସ କବଜାରେ ନକଲି ବାବା : ସାଧୁ ନାଁରେ ଅସାଧୁ କାମ ପାଇଁ ଜ୍ଞାନନନ୍ଦ ସରସ୍ୱତୀ ଗିରଫ
କନକ ବ୍ୟୁରୋ : ପୋଲିସ କବଜାରେ ନକଲି ବାବା । ନିଜକୁ ସାଧୁର ପରିଚୟ ଅସାଧୁ କାର୍ଯ୍ୟରେ ଲିପ୍ତ ଥିବା ଜ୍ଞାନନନ୍ଦ ସରସ୍ୱତୀ ଓରଫ ପିଙ୍କା ଭୁୟାଁଙ୍କୁ ଗିରଫ କରାଯାଇଛି । ଭଞ୍ଜନଗର ଥାନା ଦୁର୍ଗାପ୍ରସାଦ ନିକଟରେ କିଛି ଯୁବକ ଏହି ନକଲି ବାବାଙ୍କୁ ଅଟକ ରଖି ପୋଲିସ ଜିମା ଦେଇଥିଲେ । ଡିଜିଟାଲ ବାବା ନାଁରେ ପରିଚିତ ପିଙ୍କା ଭୁୟାଁ ସୋସିଆଲ ମିଡିଆରେ ବଡ଼ବଡ଼ ଲୋକଙ୍କୁ ଟାର୍ଗେଟ କରୁଥିବା ଭଳି ଅଭିଯୋଗ କରିଛନ୍ତି କରଚୁଲି ଆଶ୍ରମରContinue reading “ପୋଲିସ କବଜାରେ ନକଲି ବାବା : ସାଧୁ ନାଁରେ ଅସାଧୁ କାମ ପାଇଁ ଜ୍ଞାନନନ୍ଦ ସରସ୍ୱତୀ ଗିରଫ”
ଶିମିଳିପାଳରୁ ପୁଣି କଲରାପତରିଆ ବାଘଛାଲ ଜବତ : ଜଣକୁ ଗିରଫ କଲା ବନବିଭାଗ
କନକ ବ୍ୟୁରୋ : ଶିମିଳିପାଳ ଅଭୟାରଣ୍ୟରୁ ପୁଣି କଲରାପତରିଆ ବାଘଛାଲ ଜବତ । ଏଥିସହ ଜଣକୁ ଗିରଫ କରିଛି ବନବିଭାଗ । ଶିମିଳିପାଲ ୱାଇଲ୍ଡ ଲାଇଫ ଇଣ୍ଟେଲିଜେନ୍ସ ନେଟୱାର୍କ ସୂତ୍ରରୁ ଖବର ପାଇ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଦକ୍ଷିଣ ଡିଭିଜନର ଟିମ୍ ଚଢ଼ାଉ କରି ଏହି ବାଘଛାଲ ଜବତ କରିଛି । ଘଟଣାରେ ବଡସାହି ଥାନା ଯଦୁନାଥପୁର ବନ୍ଧସାହି ଅଞ୍ଚଳର ଭୁବନ ସିଂ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିବା ସୂଚନା ଦେଇଛନ୍ତି ଶିମିଳିପାଳ ବ୍ୟାଘ୍ରContinue reading “ଶିମିଳିପାଳରୁ ପୁଣି କଲରାପତରିଆ ବାଘଛାଲ ଜବତ : ଜଣକୁ ଗିରଫ କଲା ବନବିଭାଗ”
ଦିନିକିଆ ବିଶ୍ୱକପ୍ ୱାର୍ମଅପ୍ ମ୍ୟାଚରେ ଇଂଲଣ୍ଡକୁ ଭେଟିବ ଭାରତ : ଶକ୍ତି ପ୍ରଦର୍ଶନ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ
କନକ ବ୍ୟୁରୋ : ଆଇସିସି ବିଶ୍ୱକପ୍ ୱାର୍ମଅପ୍ ମ୍ୟାଚରେ ଆଜି ଇଂଲଣ୍ଡକୁ ଭେଟିବ ଭାରତ । ମ୍ୟାଚରେ ଉଭୟ ଦଳ ନିଜନିଜର ଶ୍ରେଷ୍ଠ ଏକାଦଶ ସହ ମଇଦାନକୁ ଓହ୍ଲାଇ ବିଶ୍ୱକପ୍ ପ୍ରସ୍ତୁତିକୁ ମଜଭୁତ କରିବାକୁ ଲକ୍ଷ୍ୟ ରଖିଛନ୍ତି । ମ୍ୟାଚଟି ଗୌହାଟୀରେ ଖେଳାଯିବ । ଏସିଆ କପ୍ ସହ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍ ଜିତିବା ପରେ ଭଲ ଲୟରେ ରହିଛନ୍ତି ରୋହିତ୍ ବାହିନୀ । ସେହିପରି ଇଂଲଣ୍ଡ ମଧ୍ୟ ନ୍ୟୁଜିଲାଣ୍ଡ ଓ ଆୟରଲାଣ୍ଡ ବିପକ୍ଷ ସିରିଜ୍Continue reading “ଦିନିକିଆ ବିଶ୍ୱକପ୍ ୱାର୍ମଅପ୍ ମ୍ୟାଚରେ ଇଂଲଣ୍ଡକୁ ଭେଟିବ ଭାରତ : ଶକ୍ତି ପ୍ରଦର୍ଶନ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ”
୪ ଦିନ ବନ୍ଦ ରହିବ ଭୁବନେଶ୍ୱରର ଏକ ନମ୍ବର ହାଟ : ପାର୍କିଂ ସହିତ ବିଭିନ୍ନ ସମସ୍ୟା ନେଇ ଧାରଣାରେ ବ୍ୟବସାୟୀ
କନକ ବ୍ୟୁରୋ : ବନ୍ଦ ହେଲା ରାଜଧାନୀର ୧ ନମ୍ବର ହାଟ । ଆସନ୍ତା ମଙ୍ଗଳବାର ଯାଏଁ ୧ ନମ୍ବର ହାଟକୁ ବନ୍ଦ ରଖିବା ପାଇଁ ନିଷ୍ପତ୍ତି ନେଇଛନ୍ତି ଦୈନିକ ହାଟ ବ୍ୟବସାୟୀ ସଂଘ । ବିଶେଷ କରି ପନିପରିବା ପାଇଁ ୧ ନମ୍ବର ହାଟ ଉପରେ ନିର୍ଭର କରୁଥିବା ରାଜଧାନୀବାସୀ ଓ ଦୋକାନୀଙ୍କ ଉପରେ ଏହାର ସିଧାସଳଖ ପ୍ରଭାବ ପଡିବ । ଭୁବନେଶ୍ୱର ୧ ନମ୍ବର ହାଟରେ ପାର୍କିଂ ସମସ୍ୟାକୁ ନେଇ ବ୍ୟବସାୟୀ ସଂଘ ଧାରଣାରେContinue reading “୪ ଦିନ ବନ୍ଦ ରହିବ ଭୁବନେଶ୍ୱରର ଏକ ନମ୍ବର ହାଟ : ପାର୍କିଂ ସହିତ ବିଭିନ୍ନ ସମସ୍ୟା ନେଇ ଧାରଣାରେ ବ୍ୟବସାୟୀ”
ଆଜି ସରିବ ୨୦୦୦ ନୋଟ୍ ବଦଳ ଅବଧି : ଅବଧି ବଢିବା ଉପରେ ବିଚାର କରୁଛି ଆରବିଆଇ
କନକ ବ୍ୟୁରୋ : ଆଜି ଶେଷ ହେଉଛି ୨ ହଜାର ଟଙ୍କିଆ ନୋଟ୍ ବଦଳର ଅବଧି । ମେ’ ୧୯ରେ ଏହି ନୋଟ୍ ପ୍ରତ୍ୟାହାର ବାବଦରେ ଘୋଷଣା କରିଥିଲା ରିଜର୍ଭ ବ୍ୟାଙ୍କ । ମେ’ ୨୩ରୁ ନୋଟ୍ ବଦଳାଇବା ପ୍ରକ୍ରିୟା ଆରମ୍ଭ ହୋଇଥିଲା । ନୋଟ୍ଗୁଡ଼ିକୁ ବ୍ୟାଙ୍କରେ ବଦଳାଇବା ଓ ଜମା କରିବା ଲାଗି ରିଜର୍ଭ ବ୍ୟାଙ୍କ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ସମୟ ଦେଇଥିଲା ଯାହା ଆଜି ଶେଷ ହେଉଛି । ଗତ ମେ’ରେ ବଜାରରେ ସାଢ଼େContinue reading “ଆଜି ସରିବ ୨୦୦୦ ନୋଟ୍ ବଦଳ ଅବଧି : ଅବଧି ବଢିବା ଉପରେ ବିଚାର କରୁଛି ଆରବିଆଇ”
୨୦୨୯ ସୁଦ୍ଧା ଗୋଟିଏ ଦେଶ ଗୋଟିଏ ନିର୍ବାଚନ ପାଇଁ ଚାଲିଛି ପ୍ରକ୍ରିୟା : ବଢିପାରେ କିଛି ବିଧାନସଭାର କାର୍ଯ୍ୟକାଳ
କନକ ବ୍ୟୁରୋ : ଗୋଟିଏ ଦେଶ ଗୋଟିଏ ନିର୍ବାଚନକୁ ସାକାର କରିବା ପାଇଁ ଆଇନ କମିସନ ପ୍ରୟାସ ଜାରି ରଖିଛି । ଯଦିଓ ଏହା ୨୦୨୪ ପୂର୍ବରୁ ସମ୍ଭବ ହୋଇପାରିବ ନାହିଁ କିନ୍ତୁ ୨୦୨୯ ସୁଦ୍ଧା କାର୍ଯ୍ୟକାରୀ କରିବାକୁ ଯଥାସମ୍ଭବ ପ୍ରୟାସ ଚାଲିଛି ବୋଲି ଜଣାପଡ଼ିଛି । ଆଇନ କମିସନ ଏବେର ବିଧାନସଭାମାନଙ୍କର କାର୍ଯ୍ୟକାଳ ବଢ଼ାଇ କିମ୍ବା କମାଇ ୨୦୨୯ରେ ଲୋକସଭା ନିର୍ବାଚନ ସହିତ ସମସ୍ତ ବିଧାନସଭା ନିର୍ବାଚନ କରାଇବା ଫର୍ମୁଲାରେ କାମ କରୁଛି । ସରକାରContinue reading “୨୦୨୯ ସୁଦ୍ଧା ଗୋଟିଏ ଦେଶ ଗୋଟିଏ ନିର୍ବାଚନ ପାଇଁ ଚାଲିଛି ପ୍ରକ୍ରିୟା : ବଢିପାରେ କିଛି ବିଧାନସଭାର କାର୍ଯ୍ୟକାଳ”
ସକ୍ରିୟ ହେଉଛି ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ : ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା
କନକ ବ୍ୟୁରୋ : ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ ରହିଛି । ଆସନ୍ତା ୨୪ ଘଣ୍ଟା ଭିତରେ ଆହୁରି ଘନୀଭୂତ ହୋଇ ସ୍ୱଷ୍ଟ ଚିହ୍ନିତ ଲଘୁଚାପରେ ପରିଣତ ହେବା ସମ୍ଭାବନା । ଏହାର ପ୍ରଭାବରେ ଆଜିଠୁ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ କେନ୍ଦ୍ର । ଏହାସହ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ପୁରୀ,Continue reading “ସକ୍ରିୟ ହେଉଛି ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ : ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା”
ଆସିଲା ଆଗାମୀ ହିନ୍ଦୀ ଫିଲ୍ମ ‘ଗଣପତ’ ପ୍ରଥମ ଟିଜର: ଦେଖିବାକୁ ମିଳିଲା ଟାଇଗର ଶ୍ରଫଙ୍କ ଜବରଦସ୍ତ ଅନ୍ଦାଜ
କନକ ବ୍ୟୁରୋ: ଆସିଲା ଆଗାମୀ ବଲିଉଡ୍ ଫିଲ୍ମ ଗଣପତର ପ୍ରଥମ ଟିଜର । ଅଭିନେତା ଟାଇଗର ସ୍ରଫ୍ ପୁଣିଥରେ ଏହି ସିନେମାରେ ଆକ୍ସନ୍ ଅବତାରରେ ନଜର ଆସିବେ । ରିଲିଜ ହୋଇଥିବା ଗଣପତର ନୂଆ ଟିଜରରେ ଟାଇଗର ସର୍ଫଙ୍କ ଦମଦାର ଆକ୍ସନ ସିନ୍ ଦେଖିବାକୁ ମିଳିଛି । ଆକ୍ସନ ଥ୍ରୀଲର ଓ ସସପେନ୍ସରେ ଭରପୂର ରହିଛି ଗଣପତ । ଫିଲ୍ମଟିରେ ଟାଇଗର ସର୍ଫ ଓ କ୍ରିତି ସାନନ ପ୍ରମୁଖ ଭୂମିକାରେ ଅଭିନୟ କରୁଛନ୍ତି । ବିକାଶ ବହେଲଙ୍କContinue reading “ଆସିଲା ଆଗାମୀ ହିନ୍ଦୀ ଫିଲ୍ମ ‘ଗଣପତ’ ପ୍ରଥମ ଟିଜର: ଦେଖିବାକୁ ମିଳିଲା ଟାଇଗର ଶ୍ରଫଙ୍କ ଜବରଦସ୍ତ ଅନ୍ଦାଜ”
କାବେରୀ ଜଳ ବିବାଦରେ ଅଶାନ୍ତ କର୍ଣ୍ଣାଟକ: ରାଜରାସ୍ତାରେ ଚାଷୀ ସଙ୍ଗଠନର ପ୍ରତିବାଦ, ବିକ୍ଷୋଭ
କନକ ବ୍ୟୁରୋ: କାବେରୀ ନଦୀ ଜଳ ବିବାଦକୁ ନେଇ ପୁଣି ଅଶାନ୍ତ କର୍ଣ୍ଣାଟକ । ପଡୋଶୀ ରାଜ୍ୟ ତାମିଲନାଡୁକୁ କାବେରୀ ଜଳ ଦେବା ପ୍ରସଙ୍ଗରେ ଶୁକ୍ରବାର ପୁଣିଥରେ ରାଜ୍ୟବ୍ୟାପି ବନ୍ଦ ଡାକରା ଦିଆ ଯାଇଛି । କନ୍ନଡ ଓକୁଟା ସଙ୍ଗଠନ ତରଫରୁ ଏହି ବନ୍ଦ ଡାକରା ଦିଆଯାଇଥିବାବେଳେ, ସାରା ରାଜ୍ୟରେ ବସ୍, ଟ୍ରେନ୍ ଚଳାଚଳ ବନ୍ଦ ରହିଛି । ବିମାନ ଯାତ୍ରା ବି ବାତିଲ୍ କରାଯିବାରୁ ବେଙ୍ଗାଲୁରୁ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଯାତ୍ରୀ ଅସନ୍ତୋଷ ଘଟଣା ସାମ୍ନାକୁContinue reading “କାବେରୀ ଜଳ ବିବାଦରେ ଅଶାନ୍ତ କର୍ଣ୍ଣାଟକ: ରାଜରାସ୍ତାରେ ଚାଷୀ ସଙ୍ଗଠନର ପ୍ରତିବାଦ, ବିକ୍ଷୋଭ”