ରତ୍ନଭଣ୍ଡାର ନେଇ ହାଇକୋର୍ଟଙ୍କ ବଡ ରାୟ । ୨ମାସ ମଧ୍ୟରେ ରତ୍ନଭଣ୍ଡାରର ମରାମତି ପାଇଁ କମିଟି ଗଠନ କରିବାକୁ କୋର୍ଟଙ୍କ ନିର୍ଦ୍ଦେଶ

କନକ ବ୍ୟୁରୋ : ହାଇକୋର୍ଟରୁ ଆସିଛି ଶ୍ରୀମନ୍ଦିର ରତ୍ନଭଣ୍ଡାର ସଂପର୍କିତ ମାମଲାର ବଡ ରାୟ । ରତ୍ନଭଣ୍ଡାର ମରାମତି ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ କରିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଉଚ୍ଚସ୍ତରୀୟ କମିଟି ଗଠନ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ୨ ମାସ ଭିତରେ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । କମିଟି ଗଠନ ବେଳେ ଶ୍ରୀମନ୍ଦିର ପ୍ରଶାସନ କମିଟି ରାଜ୍ୟ ସରକାରଙ୍କ ହସ୍ତକ୍ଷେପ ଲୋଡିପାରିବ ବୋଲିContinue reading “ରତ୍ନଭଣ୍ଡାର ନେଇ ହାଇକୋର୍ଟଙ୍କ ବଡ ରାୟ । ୨ମାସ ମଧ୍ୟରେ ରତ୍ନଭଣ୍ଡାରର ମରାମତି ପାଇଁ କମିଟି ଗଠନ କରିବାକୁ କୋର୍ଟଙ୍କ ନିର୍ଦ୍ଦେଶ”

ବିଧାୟକଙ୍କ ନିଲମ୍ବନ, ପ୍ରତିବାଦ କରିବ ବିଜେପି । ବିଜେଡି କହିଲା, ଇତିହାସରେ କଳଙ୍କିତ ଅଧ୍ୟାୟ

କନକ ବ୍ୟୁରୋ : ଗୁରୁବାର ବିଧାନସଭାରେ ବାଚସ୍ପତିଙ୍କ ପୋଡିୟମ ଉପରକୁ ଡାଲି ଫୋପାଡିବା ଅଭିଯୋଗରେ, ଦୁଇ ବିଜେପି ବିଧାୟକଙ୍କୁ ନିଲମ୍ବନ କରାଯିବାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଛି । ଭାରତୀୟ ଜନତା ପାର୍ଟିର ଜଣଙ୍କ ପରେ ଜଣେ ନେତା ସାମନାକୁ ଆସି ବାଚସ୍ପତି ପକ୍ଷପାତିତା କରୁଥିବା ଅଭିଯୋଗ ଆଣିଛନ୍ତି । ଏପରିକି ୨୦୧୧ ମସିହାର ଡାଲି ଦୁର୍ନୀତି କଥା ଉଠାଇ ଶାସକ ଦଳକୁ କଟାକ୍ଷ କରିଛନ୍ତି । ବିଜେପି ସାଂସଦ ବସନ୍ତ ପଣ୍ଡା କହିଛନ୍ତି, ବିରୋଧୀContinue reading “ବିଧାୟକଙ୍କ ନିଲମ୍ବନ, ପ୍ରତିବାଦ କରିବ ବିଜେପି । ବିଜେଡି କହିଲା, ଇତିହାସରେ କଳଙ୍କିତ ଅଧ୍ୟାୟ”

ମୁଖ୍ୟମନ୍ତ୍ରୀଙ୍କ ବିବୃତିକୁ ନେଇ ବିବାଦ । ଧମକ ଅଭିଯୋଗ ଆଣିଲେ ବିରୋଧୀ

କନକ ବ୍ୟୁରୋ : ବିକାଶକୁ ବିରୋଧ କଲେ ଗୃହକୁ ଫେରିବେନି, ମୁଖ୍ୟମନ୍ତ୍ରୀ ବିଧାନସଭାରେ ବିବୃତି ଦେବା ପରେ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ । ମୁଖ୍ୟମନ୍ତ୍ରୀଙ୍କ ବିବୃତିକୁ ନେଇ ଉଭୟ ବିଜେପି ଓ କଂଗ୍ରେସ ବିଧାୟକ ଦଳ ନେତା ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି । ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି, ମୁଖ୍ୟମନ୍ତ୍ରୀ ଧମକେଇବା ଲାଗି ଚେଷ୍ଟା କରୁଛନ୍ତି । ଯିଏ ବିରୋଧ କରିବ ସେ ବିଧାନସଭାକୁ ଆସି ପାରିବ ନାହିଁ । ନବୀନଙ୍କ ଦୟାରେ ନୁହେଁContinue reading “ମୁଖ୍ୟମନ୍ତ୍ରୀଙ୍କ ବିବୃତିକୁ ନେଇ ବିବାଦ । ଧମକ ଅଭିଯୋଗ ଆଣିଲେ ବିରୋଧୀ”

ମଣିଷର ଗାଡି ଧକ୍କାରେ ମରିଗଲା ବାଛୁରୀ । ଛୁଆକୁ ହରାଇ ଶବ ପଛରେ ଧାଇଁଲା ଗାଈ । ଲୁହରେ ଭିଜିଲା ରାଜଧାନୀ ।

କନକ ବ୍ୟୁରୋ: ଗାଡିର ଚକ ଗଡୁଛି, ଗାଡି ପଛେ ପଛେ ଗାଈ ଧାଉଁଛି । ଶେଷକୃତ୍ୟ ପାଇଁ ବାଛୁରୀ ଛୁଆକୁ ବୋହି ନେଉଥିବା ବେଳେ ଅଟୋ ପଛରେ ଧାଇଁ ଧାଇଁ ଆଖିରୁ ଲୁହ ଗଡାଉଛି ଗାଈ । ଆଉ ମାଆ ଗାଈର ଟୋପା ଟୋପା ଲୁହରେ ଭିଜୁଛି ରାଜଧାନୀର ରାସ୍ତା । ଏ ଦୃଶ୍ୟ ଆଜି ଭୁବନେଶ୍ୱରର ପ୍ରତିଟି ମଣିଷକୁ ଦୋହଲାଇ ଦେଇଛି । ମଣିଷ ଆଗରେ ପଶୁ ମାଆର ବେଦନା, ଦୁଃଖ ଓ ଛୁଆକୁ ହରାଇବାରContinue reading “ମଣିଷର ଗାଡି ଧକ୍କାରେ ମରିଗଲା ବାଛୁରୀ । ଛୁଆକୁ ହରାଇ ଶବ ପଛରେ ଧାଇଁଲା ଗାଈ । ଲୁହରେ ଭିଜିଲା ରାଜଧାନୀ ।”

ହକ୍ ମାଗୁଛନ୍ତି ଅବସରପ୍ରାପ୍ତ କର୍ମଚାରୀ: ଜୟପୁର ପେପର ମିଲର କର୍ମଚାରୀ କହୁଛନ୍ତି ଗୁହାରୀ ଶୁଣ ସରକାର

କନକ ବ୍ୟୁରୋ: ସରକାର ଓ କମ୍ପାନି ମାଲିକ ଙ୍କ ସଲାସୁତରାରେ ବଳି ପଡ଼ିଗଲେ ଶ୍ରମିକ । କେତେ ମଲେଣି ଆଉ କେତେଜଣ ବିଛଣାରେ ପଡ଼ି ଛଟପଟ ହେଉଛନ୍ତି । ଗୁହାରି ଶୁଣିବାକୁ କେହି ନାହିଁ । ଆଖିରୁ ଲୁହ ଗଡ଼ାଇ ସରକାରଙ୍କୁ ଆକୁଳ ନିବେଦନ କରୁଛନ୍ତି ଆମ କଥା ଟିକେ ଶୁଣ । ଏ ଗୁହାରୀ ହେଉଛି, ଜୟପୁରର ଲାଇଫ ଲାଇନ କୁହାଯାଉଥିବା ପେପର ମିଲ କର୍ମଚାରୀଙ୍କର । ଖଟିଆରେ ପଡ଼ିରହିଛନ୍ତି ଜୟପୁର ପେପର ମିଲ୍ ଅବସରପ୍ରାପ୍ତContinue reading “ହକ୍ ମାଗୁଛନ୍ତି ଅବସରପ୍ରାପ୍ତ କର୍ମଚାରୀ: ଜୟପୁର ପେପର ମିଲର କର୍ମଚାରୀ କହୁଛନ୍ତି ଗୁହାରୀ ଶୁଣ ସରକାର”

ମାଲକାନଗିରି ଚିତ୍ରକୋଣ୍ଡାର ଉପାନ୍ତ ଗାଁରେ ବାଟ ହୁଡିଛି ବିକାଶ: ଗାଁକୁ ନାହିଁ ଭଲ ରାସ୍ତା, ମିଳୁନି ବିଶୁଦ୍ଧ ପିଇବା ପାଣି

କନକ ବ୍ୟୁରୋ: ଆଜି ବି ଗାଁକୁ ପହଁଚିନି ବିକାଶ । ଧୂଆଁବାଣ ସରକାରଙ୍କ ପ୍ରତିଶ୍ରୁତି, ଅକାମୀ ହୋଇଛି ମାଳ ମାଳ ଯୋଜନା । ମାଲକାନଗିରି ଚିତ୍ରକୋଣ୍ଡା ବ୍ଲକ ମଳିଗୁଡା ଗାଁରୁ ଆସିଛି ବିକାଶର ବାସ୍ତବ ଚିତ୍ର । ଗାଁକୁ ଯିବାକୁ ରାସ୍ତା ଖଣ୍ଟିଏ ନଥିବା ବେଳେ ନାହିଁ ବିଦ୍ୟୁତ କି ପିଇବା ପାଣିର ବ୍ୟବସ୍ଥା । ସଂଧ୍ୟା ନଇଁଲେ ମଳିଗୁଡାରେ ଘନ ଅନ୍ଧାର ରାଜୁତି କରୁଥିବା ବେଳେ ଡିବିରି ଆଲୁଅ ସାହାଭରସା । ସେହିପରି ଗ୍ରାମବାସୀଙ୍କ ଶୋଷContinue reading “ମାଲକାନଗିରି ଚିତ୍ରକୋଣ୍ଡାର ଉପାନ୍ତ ଗାଁରେ ବାଟ ହୁଡିଛି ବିକାଶ: ଗାଁକୁ ନାହିଁ ଭଲ ରାସ୍ତା, ମିଳୁନି ବିଶୁଦ୍ଧ ପିଇବା ପାଣି”

ଗଂଜେଇ ଚୋରା ଚାଲାଣ ଅଭିଯୋଗରେ ପୁଲିସକୁ ବାନ୍ଧିଲା ପୁଲିସ: ତରଭା ଥାନା ହାବିଲଦାର ବିଜୟ ସାହୁଙ୍କ ସମେତ ୬ ଜଣ ଗିରଫ

କନକ ବ୍ୟୁରୋ: ଗଂଜେଇ ଚୋରା ଚାଲାଣ ଅଭିଯୋଗରେ ପୁଲିସକୁ ବାନ୍ଧିଲା ପୁଲିସ । ବଲାଙ୍ଗୀର ଜିଲ୍ଲା ତରଭା ଥାନାର କାର୍ଯ୍ୟରତ ହାବିଲଦାର ବିଜୟ ସାହୁଙ୍କ ସମେତ ୬ ଜଣଙ୍କୁ ଗିରଫ କରାଯାଇଛି । ବୌଦ୍ଧରୁ ରାଜ୍ୟ ସମେତ ବାହାର ରାଜ୍ୟକୁ ବିପୁଳ ପରିମାଣର ଗଂଜେଇ ଚାଲାଣ କରାଯାଉଛି । ଆଉ ଏହାର ମାଷ୍ଟରମାଇଣ୍ଡ ହାବିଲଦାର ବିଜୟ ସାହୁ ବୋଲି କୁହାଯାଉଛି । ତେବେ ଗଂଜେଇ ଚୋରାଚାଲାଣ ଅଭିଯୋଗରେ ଏମାନଙ୍କୁ ଗିରଫ କରିଛି ବଲାଙ୍ଗୀର ଟାଉନ ଥାନା ପୁଲିସContinue reading “ଗଂଜେଇ ଚୋରା ଚାଲାଣ ଅଭିଯୋଗରେ ପୁଲିସକୁ ବାନ୍ଧିଲା ପୁଲିସ: ତରଭା ଥାନା ହାବିଲଦାର ବିଜୟ ସାହୁଙ୍କ ସମେତ ୬ ଜଣ ଗିରଫ”

୧୩ ବର୍ଷ ହେଲା ମାଟି ଘରେ ଚାଲିଛି ବିଦ୍ୟାଳୟ: ୨ଟି ଘରେ ୫ଟି ଶ୍ରେଣୀର ୫୨ ପିଲାଙ୍କ ଭବିଷ୍ୟତ ଗଢୁଛନ୍ତି ଶିକ୍ଷକ

କନକ ବ୍ୟୁରୋ: “ଭଲ ପାଠ ପଢ, ବଡ ସ୍ବପ୍ନ ଦେଖି ତାକୁ ସାକାର କର “ କୁନି କୁନି ଛାତ୍ରଛାତ୍ରୀଙ୍କ ପାଇଁ ଏପରି କିଛି ବାର୍ତ୍ତା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ଯାହାକୁ ଏକ ଫଳକରେ ଚିତ୍ରଣ କରାଯାଇ ସ୍କୁଲର କାନ୍ଥରେ ଲଗାଯାଇଛି। ସ୍କୁଲର ଅବସ୍ଥା ଏପରି ଯେ ସ୍ବପ୍ନ ଦେଖିବା ତ ଦୂରର କଥା କେମିତି ସୁରକ୍ଷିତର ସହ ବସି ପାଠପଢିବେ ସେହି ଚିନ୍ତାରେ ଲାଗିପଡିଥାଆନ୍ତି ୫୧ ଜଣ ଛାତ୍ରଛାତ୍ରୀ ମାନେ। ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀଙ୍କContinue reading “୧୩ ବର୍ଷ ହେଲା ମାଟି ଘରେ ଚାଲିଛି ବିଦ୍ୟାଳୟ: ୨ଟି ଘରେ ୫ଟି ଶ୍ରେଣୀର ୫୨ ପିଲାଙ୍କ ଭବିଷ୍ୟତ ଗଢୁଛନ୍ତି ଶିକ୍ଷକ”

ରାଜଧାନୀରେ ଧାରଣାରେ ବସିଛନ୍ତି ପାଚିକା: ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ରୋଷେଇ କରି ପିଲାଙ୍କୁ ପରସୁଛନ୍ତି ଶିକ୍ଷକ ଶିକ୍ଷୟିତ୍ରୀ

କନକ ବ୍ୟୁରୋ: ରାଜଧାନୀ ପାଚିକାମାନେ ଧାରଣାରେ ବସିଥିବାରୁ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ରାନ୍ଧୁଛନ୍ତି ଶିକ୍ଷକ ଶିକ୍ଷୟତ୍ରୀ । ଯାଜପୁର ଟାଉନର ପ୍ରାଣକୃଷ୍ଣ ନୋଡଲ ସ୍କୁଲରେ ରୋଷେଇ କାର୍ଯ୍ୟରେ ନିୟୋଜିତ ହେଉଛନ୍ତି ଶିକ୍ଷୟତ୍ରୀ । ହାତରେ ଚକ୍, ଡଷ୍ଟର ବଦଳରେ ହାଣ୍ଡି ଚଟୁ ଧରି ରୋଷେଇ କରୁଛନ୍ତି ଶିକ୍ଷୟତ୍ରୀ । ପାଠ ପଢ଼ାଇବା ସମୟରେ ପିଲାଙ୍କ ପାଇଁ ରାନ୍ଧୁଛନ୍ତି ମଧ୍ୟାହ୍ନ ଭୋଜନ । ପାଚିକା ଆନ୍ଦୋଳନ ପାଇଁ ବିଦ୍ୟାଳୟ ଏଭଳି ସମସ୍ୟା ସୃ୍ଷ୍ଟି ହୋଇଛି । ପାଚିକାଙ୍କ ଆନ୍ଦୋଳନContinue reading “ରାଜଧାନୀରେ ଧାରଣାରେ ବସିଛନ୍ତି ପାଚିକା: ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ରୋଷେଇ କରି ପିଲାଙ୍କୁ ପରସୁଛନ୍ତି ଶିକ୍ଷକ ଶିକ୍ଷୟିତ୍ରୀ”

ଜଙ୍ଗଲ ଛାଡି ସହରରେ ବୁଲୁଛି ହାତୀ: ସଂଧ୍ୟା ହେଲେ ବରଗଡ ପାଇକମାଳ ସହରର ଏଣେତେଣେ ବୁଲୁଛି ଦନ୍ତାହାତୀ

କନକ ବ୍ୟୁରୋ: ବରଗଡ ଜିଲ୍ଲା ପାଇକମାଳ ସହରରେ ବୁୁଲୁଛି ହାତୀ । ସହର ମୁଖ୍ୟ ରାସ୍ତାରେ ଦନ୍ତା ହାତୀ ବୁଲୁଥିବାରୁ ପାଇକମାଳରେ ଅଘୋଷିତ କର୍ଫ୍ୟୁ ଦେଖିବାକୁ ମିଳିଛି । ଗୁରୁବାର ସଂଧ୍ୟାରେ ଦନ୍ତା ହାତୀଟି ଆତଙ୍କ ଖେଳାଇଛି । ଦୀର୍ଘ ସମୟ ଧରି ଗଜରାଜ ବୁଲୁଥିବାରୁ ଆକ୍ରମଣ ଭୟରେ ରାସ୍ତାଘାଟ ଶୁନ୍ଶୁନ୍ ହୋଇଯାଇଛି, ଲୋକେ ଘରୁ ବାହାରୁନାହାନ୍ତି । ହାତୀଟି ନୂଆପଡ଼ା ଅଂଚଳରୁ ପାଇକମାଳକୁ ପଶିଆସିଥିବା ଅନୁମାନ କରାଯାଉଛି । ଦିନକୁ ଦିନ ଜଙ୍ଗଲକ୍ଷୟ ହେଉଥିବା ବେଳେContinue reading “ଜଙ୍ଗଲ ଛାଡି ସହରରେ ବୁଲୁଛି ହାତୀ: ସଂଧ୍ୟା ହେଲେ ବରଗଡ ପାଇକମାଳ ସହରର ଏଣେତେଣେ ବୁଲୁଛି ଦନ୍ତାହାତୀ”

Design a site like this with WordPress.com
Get started