ବିକାଶକୁ ବିରୋଧ କଲେ ଗୃହକୁ ଫେରିବେନି : ମୁଖ୍ୟମନ୍ତ୍ରୀଙ୍କ ବିବୃତିକୁ ନେଇ ସରଗରମ ରାଜନୀତି

କନକ ବ୍ୟୁରୋ : ବିକାଶକୁ ବିରୋଧ କଲେ ଗୃହକୁ ଫେରିବେନି । ବିଧାନସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଭଳି ବିବୃତି ରଖିଛନ୍ତି । ଗତ ୨୫ ତାରିଖରେ ମୁଖ୍ୟମନ୍ତ୍ରୀ ଗୃହରେ ବିବୃତି ରଖି କହିଥିଲେ, ବିରୋଧୀ ବିକାଶକୁ ବିରୋଧ କରୁଛନ୍ତି । ଏହା ଜନବିରୋଧୀ । ଏବେ ପୁଣିଥରେ ବିରୋଧୀଙ୍କୁ ଟାର୍ଗେଟ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଯେଉଁମାନେ ବିକାଶକୁ ବିରୋଧ କରିବେ ସେମାନେ ଆଉ ଗୃହକୁ ଫେରିପାରିବେନି । ଯାହାକୁ ନେଇ ଏବେ ସରଗରମ ହୋଇଛି ରାଜ୍ୟContinue reading “ବିକାଶକୁ ବିରୋଧ କଲେ ଗୃହକୁ ଫେରିବେନି : ମୁଖ୍ୟମନ୍ତ୍ରୀଙ୍କ ବିବୃତିକୁ ନେଇ ସରଗରମ ରାଜନୀତି”

ଦୁନିଆର ସବୁଠାରୁ ଉଚ୍ଚା ବିଲଡିଙ୍ଗ ନିର୍ମାଣ କରୁଛି ସାଉଦି

ଦୁବାଇର ବୁର୍ଜ ଖଲିଫା ଦୁନିଆର ସବୁଠାରୁ ଉଚ୍ଚତମ କୋଠା ଅଟେ । ଏହାର ଉଚ୍ଚତା ୮୨୮ ମିଟର । ସାଉଦି ଏବେ ଏକ ବିଲଡିଙ୍ଗ ତିଆରି କରୁଛି ଯାହା  ବୁର୍ଜ ଖଲିଫା ଠାରୁ ଉଚ୍ଚା ହେବାକୁ ଯାଉଛି । ଏହାର ନାମ ଜେଦ୍ଦା ଟାୱାର ।  କୌଣସି କାରଣ ବଶତଃ ଏହାର କାମ ବନ୍ଦ ରହିଥିଲା ଏବେ ପୁଣି ଥରେ ଏହା ଆରମ୍ଭ ହେବାକୁ ଯାଉଛି ।  ଏହି ଟାୱାରରେ ଏକ ହୋଟେଲ, ଅଫିସ୍ ଏବଂ ପର୍ଯ୍ୟବେକ୍ଷଣContinue reading “ଦୁନିଆର ସବୁଠାରୁ ଉଚ୍ଚା ବିଲଡିଙ୍ଗ ନିର୍ମାଣ କରୁଛି ସାଉଦି”

୪ଘଣ୍ଟା ପରେ ଲିଭିଲା ନିଆଁ, ଲୁଗା ଦୋକାନ ଛାରଖାର : ଅଗ୍ନିକାଣ୍ଡସ୍ଥଳରେ ସ୍ଥିତି ଅନୁଧ୍ୟାନ କଲେ ଜିଲ୍ଲାପାଳ

କନକ ବ୍ୟୁରୋ : ଲିଭିଲା କଟକ ଚୌଧୁରୀ ବଜାର ଲୁଗା ଦୋକାନ ନିଆଁ । ୪ ଘଣ୍ଟା ପରେ ଆୟତ୍ତ କଲେ ଅଗ୍ନିଶମ ବାହିନୀ । ଦୋକାନର ୩ଟି ମହଲାରେ ନିଆଁ ଲାଗିଥିବାରୁ କୋଟି କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଛି । ସୂଚନା ଅନୁସାରେ ସକାଳେ ତଳ ମହଲା ଲୁଗା ଦୋକାନରେ ନିଆଁ ଲାଗିଥିଲା । ପରେ ଏହା ଉପର ମହଲାକୁ ବ୍ୟାପି ଯାଇଥିଲା । ନିଆଁର ମାତ୍ରା ଏତେ ଅଧିକ ରହିଛି ଯେ, ଅଞ୍ଚଳContinue reading “୪ଘଣ୍ଟା ପରେ ଲିଭିଲା ନିଆଁ, ଲୁଗା ଦୋକାନ ଛାରଖାର : ଅଗ୍ନିକାଣ୍ଡସ୍ଥଳରେ ସ୍ଥିତି ଅନୁଧ୍ୟାନ କଲେ ଜିଲ୍ଲାପାଳ”

ଅଶାନ୍ତ ଗଞ୍ଜାମ, ଗଢ଼ୁଛି ମୁଣ୍ଡ : ରାଜନୈତିକ ହିଂସା ପାଇଁ ଗଲା ଆଉ ଜଣଙ୍କ ଜୀବନ; ୨ ଦିନ ଭିତରେ ୩ଜଣଙ୍କ ହେଲାଣି ମୃତ୍ୟୁ

କନକ ବ୍ୟୁରୋ : ଅଶାନ୍ତ ଗଞ୍ଜାମ, ଗଡ଼ୁଛି ମୁଣ୍ଡ । ଆଜି ଜିଲ୍ଲାରେ ପୁଣି ଜଣଙ୍କ ଜୀବନ ଯାଇଛି । ଗଞ୍ଜାମ ଧରାକୋଟ୍ ଥାନା ବରିଗୁଡ଼ାରେ ରାଜନୈତିକ ହିଂସାକାଣ୍ଡ ଦେଖିବାକୁ ମିଳିଛି । ଯୁବ ବିଜେଡ଼ି ନେତା ଅନିଲ ମହାନ୍ତିଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଇଥିବା ଅଭିଯୋଗ ହୋଇଛି । ଧରାକୋଟ୍ ରାଣୀ ନନ୍ଦିନୀ ଦେବୀଙ୍କ ସମର୍ଥକ ଥିଲେ ଅନିଲ ମହାନ୍ତି । ସେ ସ୍କୁଟିରେ ଉଖୁଡ଼ାପଟା ଗାଁକୁ ଯାଉଥିଲେ । ଗାଁଠାରୁ ମାତ୍ର ଶହେContinue reading “ଅଶାନ୍ତ ଗଞ୍ଜାମ, ଗଢ଼ୁଛି ମୁଣ୍ଡ : ରାଜନୈତିକ ହିଂସା ପାଇଁ ଗଲା ଆଉ ଜଣଙ୍କ ଜୀବନ; ୨ ଦିନ ଭିତରେ ୩ଜଣଙ୍କ ହେଲାଣି ମୃତ୍ୟୁ”

ଲୋକଙ୍କ ଦୟାରେ ଆସିଛୁ, ଲୋକ ଦୟା କଲେ ପୁଣିଥରେ ଆସିବୁ । କିଏ ଜିତିବ ଓ କିଏ ହାରିବ ତାହା ନବୀନଙ୍କ ଉପରେ ନିର୍ଭର କରେନି : ଜୟନାରାୟଣ ମିଶ୍ର

କନକ ବ୍ୟୁରୋ : ଅପରାଧକୁ ନେଇ ରାଜନୀତି କରୁଥିବା ଓ ବିକାଶରେ ବାଧକ ସାଜୁଥିବା ନେତା କେବେ ବିଧାନସଭା ଫେରିପାରନ୍ତି ନାହିଁ । ବିଧାନସଭାରେ ଗତକାଲି ମୁଖ୍ୟମନ୍ତ୍ରୀ ରଖିଥିବା ଏହି ବିବୃତିକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । ଜୟନାରାୟଣ କହିଛନ୍ତି,ଏଥିରୁ ସ୍ପଷ୍ଟ ହେଉଛି ମୁଖ୍ୟମନ୍ତ୍ରୀ ଧମକେଇବାଲାଗି ଚେଷ୍ଟା କରୁଛନ୍ତି ଯେ, ମୋତେ ଯିଏ ବିରୋଧ କରିବ ସେ ବିଧାନସଭାକୁ ଆସି ପାରିବ ନାହିଁ । ପୂର୍ବରୁ ବି ସେContinue reading “ଲୋକଙ୍କ ଦୟାରେ ଆସିଛୁ, ଲୋକ ଦୟା କଲେ ପୁଣିଥରେ ଆସିବୁ । କିଏ ଜିତିବ ଓ କିଏ ହାରିବ ତାହା ନବୀନଙ୍କ ଉପରେ ନିର୍ଭର କରେନି : ଜୟନାରାୟଣ ମିଶ୍ର”

ବୈତରଣୀ ନଦୀକୁ ବାପା, ଝିଅ ଡେଇଁ ପଡ଼ିବା ଘଟଣା : ମିଳିଲା ଚନ୍ଦନଙ୍କ ମୃତଦେହ; ଏବେବି ମିଳିନି ଅଢ଼େଇ ବର୍ଷ ଝିଅର ପତ୍ତା

କନକ ବ୍ୟୁରୋ : ବୈତରଣୀ ନଦୀକୁ ବାପ-ଝିଅ ଡେଇଁବା ଘଟଣାରେ ମିଳିଲା ଚନ୍ଦନଙ୍କ ମୃତଦେହ । ଭଣ୍ଡାରିପୋଖରୀ କଣ୍ଟିଘାଇ ନିକଟରୁ ଚନ୍ଦନଙ୍କ ମୃତଦେହ ମିଳିଛି । ମୃତଦେହ ଚିହ୍ନଟ କରିଛନ୍ତି ଚନ୍ଦନଙ୍କ ଭିଣୋଇ । ହେଲେ ନିଖୋଜ କୁନି ଝିଅର ଏବେ ବି ପତ୍ତା ମିଳୁନାହିଁ । କୁନି ଝିଅକୁ ଉଦ୍ଧାର ପାଇଁ ଖୋଜାଖୋଜି ଜାରି ରହିଛି । ବୁଧବାର ରାତିରେ ବୈତରଣୀ ନଦୀକୁ ଅଢେଇ ବର୍ଷର ଝିଅକୁ ଧରି ଡେଇଁ ପଡିଥିଲେ ବାପା ଚନ୍ଦନ ।Continue reading “ବୈତରଣୀ ନଦୀକୁ ବାପା, ଝିଅ ଡେଇଁ ପଡ଼ିବା ଘଟଣା : ମିଳିଲା ଚନ୍ଦନଙ୍କ ମୃତଦେହ; ଏବେବି ମିଳିନି ଅଢ଼େଇ ବର୍ଷ ଝିଅର ପତ୍ତା”

ସିସିଟିଭିରେ କଏଦ ହେଲା ଲୁଟ୍ ସମୟର ଚିତ୍ର : ଘରେ ପଶି ମୁହଁକୁ ସ୍ପ୍ରେ କରି ସୁନା ଗହଣା ଲୁଟିନେଲେ ଦୁର୍ବୃତ୍ତ

କନକ ବ୍ୟୁରୋ : ସିସିଟିଭିରେ କଏଦ ହେଲା ଲୁଟ୍ ସମୟର ଚିତ୍ର । ଭୁବନେଶ୍ୱର ଭିଏସଏସ ନଗରରେ ଘରେ ପଶି ସୁନା ଗହଣା ଲୁଟିନେଲେ ଦୁର୍ବୃତ୍ତ । ଲୁଟେରାମାନେ ମୁହଁରେ କପଡ଼ା ବାନ୍ଧି ଆସିଥିବା ସିସିଟିଭିରେ କଏଦ ହୋଇଥିବା ଦୃଶ୍ୟରେ ଦେଖିବାକୁ ମିଳିଛି । ଫିଙ୍ଗର ପ୍ରିଂଟରୁ କାଳେ ଧରାପଡ଼ି ଯିବେ ସେଥିପାଇଁ ହାତରେ କପଡ଼ା ବାନ୍ଧି ଚୋରି କରିଥିଲେ ଲୁଟେରା । ରାତି ଅଧରେ ଆସି ଘରେ ପଶି ଲୁଟପାଟ୍ କରିଥିବା ବେଳେ ମୁହଁକୁ ସ୍ପ୍ରେContinue reading “ସିସିଟିଭିରେ କଏଦ ହେଲା ଲୁଟ୍ ସମୟର ଚିତ୍ର : ଘରେ ପଶି ମୁହଁକୁ ସ୍ପ୍ରେ କରି ସୁନା ଗହଣା ଲୁଟିନେଲେ ଦୁର୍ବୃତ୍ତ”

ପାଇକମାଳ ବ୍ଲକରେ ଦନ୍ତା ହାତୀର ଆତଙ୍କ : ଲୋକଙ୍କ ମଧ୍ୟରେ କୋକୁଆ ଭୟ; ସେପଟେ ବିରମିତ୍ରପୁର ସହର ଭିତରକୁ ପଶିଲା ଗୋଠଛଡ଼ା ଦନ୍ତା

କନକ ବ୍ୟୁରୋ : ସହର ଭିତରେ ଦନ୍ତା । ପାଇକମାଲ ସହରର ମୁଖ୍ୟ ରାସ୍ତାରେ ବୁଲୁଛି ଦନ୍ତା ହାତୀ । ଏଥିପାଇଁ ପଦ୍ମପୁର ପାଇକମାଲ ଅଞ୍ଚଳରେ ଅଘୋଷିତ କର୍ଫ୍ୟୁ ଦେଖିବାକୁ ମିଳିଛି । ପାଇକମାଲ ଅଞ୍ଚଳରେ ଗତକାଲି ସଂଧ୍ୟା ସମୟରୁ ଦନ୍ତାହାତୀ ଆତଙ୍କ ଖେଳାଇଛି । ଫଳରେ ଲୋକେ ଭୟଭୀତ ହୋଇ ଘରୁ ବାହାରିପାରୁନାହାନ୍ତି । ପାଇକମାଲ ସହରର ମୁଖ୍ୟ ରାସ୍ତାରେ ଦୀର୍ଘ ସମୟ ଧରି ହାତୀ ବୁଲୁଥିବାରୁ ଆକ୍ରମଣ ଭୟରେ ରାସ୍ତାଘାଟ ସୁନସାନ ଥିବା ଦେଖିବାକୁContinue reading “ପାଇକମାଳ ବ୍ଲକରେ ଦନ୍ତା ହାତୀର ଆତଙ୍କ : ଲୋକଙ୍କ ମଧ୍ୟରେ କୋକୁଆ ଭୟ; ସେପଟେ ବିରମିତ୍ରପୁର ସହର ଭିତରକୁ ପଶିଲା ଗୋଠଛଡ଼ା ଦନ୍ତା”

ସ୍କୁଲରେ ରୋଷେଇ ପାଇଁ ଭଡାରେ ଆସିଲେ ପାଚିକା : ମଜୁରି ବୃଦ୍ଧି ଦାବିରେ ଆନ୍ଦୋଳନରେ ପାଚିକା ସଂଘ

କନକ ବ୍ୟୁରୋ : ଭଡାରେ ଆସିଛନ୍ତି ପାଚିକା । ପାଚିକାଙ୍କ ଆନ୍ଦୋଳନ ଜାରି ରହିଥିବା ବେଳେ ଭଡାରେ ଆସିଛନ୍ତି ପାଚିକା । ମାଲକାନଗିରି ସ୍ୱାଭିମାନ ଅଞ୍ଚଳର ଜନ୍ତାପାଇ ସରକାରୀ ଉଚ୍ଚ ବିଦ୍ୟାଳୟରେ ୨ ଜଣ ଗାଁ ମହିଳାଙ୍କୁ ରୋଷେଇ କାମରେ ନିୟୋଜିତ କରାଯାଇଛି । ୧୪୦ ଛାତ୍ରଛାତ୍ରୀଙ୍କ ପାଇଁ ଏମାନେ ରୋଷେଇ କରୁଛନ୍ତି । ଦିନକୁ ୩୦୦ ଟଙ୍କା ନେଇ ଗାଁ ମହିଳାଙ୍କୁ ରୋଷେଇ ପାଇଁ ଅଣାଯାଇଛି । ବିଭିନ୍ନ ଦାବି ନେଇ ପାଚିକାମାନେ ଭୁବନେଶ୍ୱର ଲୋୟରContinue reading “ସ୍କୁଲରେ ରୋଷେଇ ପାଇଁ ଭଡାରେ ଆସିଲେ ପାଚିକା : ମଜୁରି ବୃଦ୍ଧି ଦାବିରେ ଆନ୍ଦୋଳନରେ ପାଚିକା ସଂଘ”

ଏସିଆନ୍ ଗେମ୍ସରେ ଭାରତକୁ ଅଷ୍ଟମ ସ୍ୱର୍ଣ୍ଣ : ବ୍ୟକ୍ତିଗତ ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ପଲକ ଆଣିଲେ ସୁନା

କନକ ବ୍ୟୁରୋ : ଏସିଆନ ଗେମ୍ସରେ ଭାରତକୁ ଅଷ୍ଟମ ସ୍ୱର୍ଣ୍ଣ । ସୁଟିଂରେ ଆଉ ଏକ ସ୍ୱର୍ଣ୍ଣ ଆଣିଲା ଭାରତ । ବ୍ୟକ୍ତିଗତ ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ସ୍ୱର୍ଣ୍ଣ ମିଳିଛି । ସେହିପରି ସମାନ ବର୍ଗରେ ଇଶା ରୌପ୍ୟ ପଦକ ଜିତିଛନ୍ତି । ପୁରୁଷ ଟେନିସ୍ ଡବଲ୍ସରେ ଭାରତକୁ ରୌପ୍ୟ ମିଳିଛି । ଏପର୍ଯ୍ୟନ୍ତ ଭାରତକୁ ୮ଟି ସ୍ୱର୍ଣ୍ଣ, ୧୧ଟି ରୌପ୍ୟ ଓ ୧୧ଟି ବ୍ରୋଞ୍ଜ ପଦକ ମିଳିଛି । ୩୦ ଟି ପଦକContinue reading “ଏସିଆନ୍ ଗେମ୍ସରେ ଭାରତକୁ ଅଷ୍ଟମ ସ୍ୱର୍ଣ୍ଣ : ବ୍ୟକ୍ତିଗତ ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ପଲକ ଆଣିଲେ ସୁନା”

Design a site like this with WordPress.com
Get started